ହୋମ / ସ୍ଵାସ୍ଥ୍ୟ / ଜୀବନର ସନ୍ଦେଶ / ଶୀତ ଦିନିଆ ପନିପରିବା ଓ ସ୍ୱାସ୍ଥ୍ୟ
ସେଆର କରନ୍ତୁ

ଶୀତ ଦିନିଆ ପନିପରିବା ଓ ସ୍ୱାସ୍ଥ୍ୟ

ଶୀତଦିନେ ଯେଉଁସବୁ ଶାଗ ଓ ପନିପରିବା ଉତ୍ପାଦିତ ହୋଇ ବଜାରରେ ଗଦା ହୋଇଥାଏ, ସେଗୁଡିକ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧିକରି, ଶରୀରକୁ ସୁସ୍ଥ ରଖିବାରେ ଖୁବ୍ ସହାୟକ ।

ଉପକ୍ରମ

ଶୀତଦିନେ ଯେଉଁସବୁ ଶାଗ ଓ ପନିପରିବା ଉତ୍ପାଦିତ ହୋଇ ବଜାରରେ ଗଦା ହୋଇଥାଏ, ସେଗୁଡିକ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧିକରି, ଶରୀରକୁ ସୁସ୍ଥ ରଖିବାରେ ଖୁବ୍ ସହାୟକ ।

କିଏ କହେ ଶୀତ ଧୂସର, ରୁକ୍ଷ, ବିବର୍ଣ୍ଣ? ବୁଲି ଆସନ୍ତୁ ଟିକିଏ ବିଲ ଆଡେ କି ବଜାର ଆଡେ । ସ୍ଵେଠାରେ ଦେଖିବାକୁ ପାଇବେ, ଶାଗ ଓ ପନିପରିବା ଅପୂର୍ବ ସମ୍ଭାରରେ ଶୀତ ପ୍ରାଣବନ୍ତ । ଏହି ସମୟରେ ବାୟୁମଣ୍ଡଳରେ ଆର୍ଦ୍ରାତା କମ୍ , ଉକ୍ଷ୍ମତା ମଧ୍ୟା ଊଣା । ତେଣୁବିଭିନ୍ନ ଜୀବାଣୁ ସଂକ୍ରମଣ ଓ ପେଟ ରୋଗର ସମ୍ଭାବନା ବେଶ୍ ହ୍ରାସ ପାଇଥାଏ । ବହିଥାଏ ଭୋକ । ତା’ ସାଙ୍ଗକୁ ଆକର୍ଷକ, ପୁଷ୍ଟିକର ଓ ସୁସ୍ଵାଦୁ ଶସ୍ତା ଖାଦ୍ୟଦ୍ରବ୍ୟର ପ୍ରାଚୁର୍ଯ୍ୟ । ଅବଶ୍ୟଶୀତର ସଙ୍ଗୀ ସର୍ଦି, କାଶ, ଫ୍ଲୁ, ଆଲରଜି, ଆଜମା, ନାକ ଓ କାନର ସମସ୍ୟା, ବ୍ରାଙ୍କାଇଟିସ୍ ଗଣ୍ଠିବଥା, ଫୁସ୍ ଫୁସ୍ ସଂକ୍ରମଣ ଓ କାଛୁକୁଣିଆ ଆଦି ବ୍ୟାଧି। ଏହାସତ୍ତ୍ୱେ ଶୀତଦିନେ ଯେଉଁସବୁ ଶାଗ ଓ ପନିପରିବା ସେଗୁଡିକ ଶରୀରରେ ରୋଗ ପ୍ରତିରୋଧକ ଶକ୍ତିବୃଦ୍ଧିକରି ଶରୀରକୁ ସୁସ୍ଥ ଖୁବ୍ ସହାୟକ ।

ଶାଗର ନାହିଁ ତୁଳନା

ପାରିବା ଦୋକାନରେ ଛନଛନିଆ ପାଳଙ୍ଗ ମେଥି, କୋଶଳା, ବଥୁଆ ସୋରିଷଓ ମୂଳା ଶାଗ ସାଙ୍ଗକୁ ଧନିଆପତ୍ର ପୋଦିନାପତ୍ର ଏବଂ ଭୁର୍ସୁଙ୍ଗ ପତ୍ରର ଗଦାଗୁଡିକ ଦେଖିଦେଲେ ମନ ମୋହିଯାଏ, ଭୋକ ଚେଇଁ ଉଠେ । ଜାଣି ରଖନ୍ତୁ ଯେ, ଯେ କୌଣସି ଶାଗ ହୋଇଥାଉ ପଛେ ତାହା ବଜାରରେ ମିଳୁଥିବା ମଲ୍ଟିଭିଟାମିନ୍ ଆଇରନ୍ ( ଲୌହ) ଓ କ୍ୟାଲସିୟମ୍ ବାଟିକାଠରୁ କୌଣସି ଗୁଣରେ କମ୍ ନୁହେଁ । ପୁଣି ଔଷଧ – ବଟିକା କି କ୍ୟାପ୍ ସୁଲ ଖାଇଲେ ସେଥିରୁ ମିଳିଥାଏ ସେଥିରେ ରହିଥିବା କେତୋଟି ନିର୍ଦ୍ଦିଷ୍ଟ ଉତ୍ପାଦନ ଯାହାକୁ ମଣିଷ ସେଥିରେ ଭର୍ତ୍ତି କରିଥାଏ । ହେଲେ ଶାଗ ରୂପକ ସେହି ପ୍ରକୃତି ପ୍ରସ୍ତୁତ ଭିଟାମିନ୍ – ଆଇରନ୍ – କ୍ୟାଲସିୟମର ଭଣ୍ଡାରରୁ କେବଳ ଭିଟାମିନ୍ ଓ ଧାତବ ଲବଣ ମିଳିନ ଥାଏ, ଏହା ସାଙ୍ଗକୁ ମିଳିଥାଏ ସର୍ବ ରୋଗହର ଖାଦ୍ୟତନ୍ତୁ । ତାହାଛଡା ସାଗରେ ପ୍ରକୃତି ଆଉ କ’ଣ ସବୁ ଉପକାରୀ ଉତ୍ପାଦନ ଭରିଛି, ଏ ସମ୍ପର୍କରେ ଆଧୁନିକ ପୁଷ୍ଟି ବିଜ୍ଞାନୀମାନେ ଅଜ୍ଞ ।

ଶୀତଦିନେ ପ୍ରଚୁର ପରିମାଣରେ ଲିଳୁଥିବା ଉପରୋକ୍ତ ଶାଗଗୁଡିକ ମଧ୍ୟରେ ପାଳଙ୍ଗ ବୋଧହୁଏ ହେଉଛି ରାଜା ଉପରେ ଆଉ ଗୁଣରେ । ଏହି ଶାଗତି ନିରାମିଷାଶୀମାନଙ୍କର ଯେତିକି ପ୍ରିୟ, ସେତିକି ପ୍ରିୟା ଆମିଷାଶୀମାନଙ୍କର ମଧ୍ୟ। ପାଳଙ୍ଗରେ ମାଂସ କି ମାଛ ପକେଇ ସୁସ୍ଵାଦୁ ବ୍ୟଜ୍ଞାନ ପ୍ରସ୍ତୁତ ହୋଇଥାଏ ପାଳଙ୍ଗରେ ପାଣିର କିମ୍ବା ପରିବାପତ୍ର ପକେଇ ପାଳଙ୍ଗ – ଫ୍ରାଏଡ୍ ରାଇସ୍ ଓ ପାଳଙ୍ଗ ପରଟା ମଧ୍ୟ ବେଶ୍ ଉପାଦେୟ। ପାଳଙ୍ଗ ପତ୍ର, ପୋଦିନା ପତ୍ର, ଲେମ୍ବୁରସ, ଗୁଡକି ଚିନୀ ଓ ଲୁଣ ମିଶାଇ ପ୍ରସ୍ତୁତ ପାଳଙ୍ଗ ସରବତ ମଧ୍ୟ ହିତକର । ସାଗରୁ ମିଳିଥିବା ଭିଟାମିନ୍ ଗୁଡିକ ମଧ୍ୟରେ ବିଟା – କଳରୋଟିନ, ( ଦେହି) ଭିତରେ ଏଥିରୁ ତିଆରି ହୋଇପଡେ ଭିଟାମିନ୍ ଏ) ଭିଟାମିନ୍ ବି୧, ବି୨, ନିଆଶିନ୍ ଓ ଫଲିକ୍ ଏସିଡ୍ ପ୍ରଧାନ । ସେହିପରି ଗାଗମଧ୍ୟଯୋଗାଇଦିଏ କ୍ୟାଲସିୟମ, ଫସ ଫରସ ଆଇରନ, ପୋଟାସିୟମ୍ , ସୋଡିୟମ୍ ମ୍ୟାଗ୍ନେସିୟମ ଇତ୍ୟାଦି ଧାତୁସାର। ଶାଗରୁ ବି ମିଳିଯାଏ ଯଥେଷ୍ଟ ପରିମାଣର ଭିଟାମିନ୍ – ସି ।

ଜଣେ ବୟସ୍କ ବ୍ୟକ୍ତି ପାଇଁ ଦୈନିକ ଯେତିକି ପରିମାଣର ଭିଟାମିନ୍ – ଏ ଫଲିକ୍ ଏସିଡ୍ ଭିଟାମିନ୍ – ସି ଲୌହ ଏବଂ କ୍ୟାଲିୟମ ଦରକାର ପଡିଥାଏ । ସେତକ ମିଳିଯାଏ ମାତ୍ର ୧୦୦ଗ୍ରାମ ଲେଉଟିଆ ଶାଗରୁ ତେଣୁ ପ୍ରତିଦିନ ଶାଗ ଖାଇଲେ ରକ୍ତହୀନତା ବା ଆନିମିଆ’ ପାଖ ପଶିପାରେନି । ପାଖ ପାଶିପାରେନି ଅନ୍ଧାରକଣା ।

ସାଗର ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଅବଦାନହେଉଛି, ଏହା ଯୋଗାଇ ହେଉଥିବା ଭିଟାମିନ୍ – ଏ, ଲୌହ ଏବଂ କ୍ୟାଲସିୟମ ଶରୀରରେ ସଞ୍ଚିତ ହୋଇ ରହିପାରେ ଏବଂ ଅଭାବ ସମୟରେ ସଞ୍ଚିତଭଣ୍ଡାରରୁ ଆସି କାମରେ ଲାଗେ । ଫଳରେ ଏବେ ଖିଆଯାଇଥିବା ସାଗର ଅନୁକୂଳ ପ୍ରଭାବକୁ ଉପଭୋଗ କରିହୁଏ ସମୟରେ ମଧ୍ୟ ।

ସାଗରୁ ମିଳୁଥିବା ଆଣ୍ଟି ଅକ୍ସିଡାଣ୍ଟ ଏବଂ ଫାଇଟୋକେମିକାଲ୍ସ ହୃଦ୍ ରକ୍ତନଳୀ ରୋଗ, ଉଚ୍ଚ ରକ୍ତଚାପ ଷ୍ଟ୍ରୋକ, ଡାଇବେଟିସ୍, ଦୀର୍ଘକାଳିକ ଫୁସ୍ ଫୁସ୍ ରୋଗ, ଗଣ୍ଠିବାଟ, କାଟାରାକ୍ତ ବା ମୋତିଆବିନ୍ଦୁ ଏବଂ ବିଭିନ୍ନ ପ୍ରକାର କ୍ୟାନସର ନିବାରଣରେ ଗ୍ରହଣ କରିଥାଏ ଗୁରୁତ୍ଵପୂର୍ଣ୍ଣ ଭୂମିକା ।

ଏହା ମଧ୍ୟ ପ୍ରଦାହବିରୋଧୀ । ଏତଦବ୍ୟତୀତ ଶାଗ ମଧ୍ୟ ଯୋଗାଇଦିଏ ଖାଦ୍ୟତନ୍ତୁ ବା ଡାଏଟାରୀ ଫାଇବର । ଖାଦ୍ୟତନ୍ତୁ ନିବାରଣ କରେ ଆଥେରୋସ୍ କ୍ଳେରୋସିସ୍ ରକ୍ତରେ କୋଲେଷ୍ଟରଲର ମାତ୍ରା ବୃଦ୍ଧି ହୃଦ୍ ରକ୍ତନଳୀ ରୋଗ, ଷ୍ଟ୍ରୋକ୍, ଡାଇବେଟିସ୍, ପିତ୍ତକୋଷରେ ପଥର, ଆପେଣ୍ଡିସାଇଟିସ୍, ଅନ୍ତ୍ରନଲୀରେ ପାଳିପୋସିସ୍, କୋଷ୍ଠବଦ୍ଧତା, ବୃହଦନ୍ତ୍ର ବା କୋଲୋନ୍ ରେ କର୍କଟ ରୋଗ ଅର୍ଶ ଇତ୍ୟାଦି ।

ଶାଗରୁ ଆଟି ନଗଣ୍ୟ ମାତ୍ରର ସ୍ନେହସାର ବା ଫ୍ୟାଟ୍ ମିଳୁଥିବାରୁ ଓ ଏହା ଅତି କମ୍ ପରିମାଣର କ୍ୟାଲୋରି ଦେଉଥିବାରୁ ଅବେସିଟି ବା ପୃଥୁଳତା ଓ ଡାଇବେଟିସ୍ ରୋଗୀ ପ୍ରତ୍ୟହ ଯେତେ ଇଚ୍ଛାସେତେ ଶାଗ ନିରାପଦରେ ଖାଇପାରିବେ ।

ଏବେ ଓମେଗା- ୩ ଫ୍ୟାଟ୍ ଉପରେ ଖୁବ୍ ଆଲୋଚନା ହେଉଛି । କାରଣ ଏହା ଆମକୁ ସୁସ୍ଥ ରଖିବାରେ ବିଶେଷ ସହାୟକ ହୋଇଥାଏ । ଆଲଫା – ଲିନୋଲେନିକ୍ ଏସିଡ ନାମକ ଏକ ଧରଣର ଓମେଗା – ୩ ଆମ ଶରୀରରେ ତିଆରି ହୋଇପାରେନି । ତେଣୁ ତାକୁ ପାଇବା ନିମନ୍ତେ ଆମେ ଖାଦ୍ୟଦ୍ରବ୍ୟ ଉପରେ ନିର୍ଭର କରିବା ବାଧ୍ୟ । ବଡ ସୁଖର କଥା ଯେ ଭଳି ଶସ୍ତା ଖାଦ୍ୟଦ୍ରବ୍ୟଟି ଯଥେଷ୍ଟ ପରିମାଣର ଓମେଗା – ୩ ଯୋଗାଇଦିଏ ।

ପୁଣି ଶାଗରୁ ମିଳିଥିବା ଭିଟାମିନ୍ କେ ଆମ ଯକୃତ୍ ଭିତରେ କେତେକ ପ୍ରକାର ରକ୍ତ ଜମାଟକାରୀ ଉପାଦାନର ସଂଶ୍ଲେଷଣରେ ସାହାଯ୍ୟ କରି ରକ୍ତସ୍ରାବ ନିବାରଣ କରିଥାଏ ମଧ୍ୟ ।

ସଂକ୍ଷେପରେ କହିଲେ ଶାଗରୁ ମିଳୁଥିବା ବିଟା- କାରୋଟିନ୍, ଯାହା ଦେହ ଭିତରେ ଭିଟାମିନ୍ ଏ’ରେ ପରିଣତ ହୋଇଯାଏ ଅନ୍ଧାରକଣା ଦୂର କରେ । ଲୌହ ଓ ଫଲିକ୍ ଏସିଡ ରକ୍ତହୀନତା ବା ଆନିମିଆ ନିବାରଣ କରେ । କ୍ୟାଲସିୟମ ହାଡ ଓ ଦାନ୍ତକ ଶାକ୍ତ ରଖେ । ଭିଟାମିନ୍ – ସି ମାଢିକୁ ସୁସ୍ଥ ରଖେ, ଖାଦ୍ଯରେ ରହିଥିବା ଲୌହର ଶୋଶନକୁ ସୁଗମ କରେ ଓ କ୍ଷତ ଶୁଖାଇବାରେ ସାହାଯ୍ୟ କରେ। ରାଇବୋପ୍ଲାଭିନ୍ ତୁଣ୍ଡ ଘା’ ଜିଭ ଘା’ ଏବଂ କଳଖିଆ ନିବାରଣ କରିଥାଏ । ପୋଟାସିୟମ୍ ଉଚ୍ଚ ରକ୍ତଚାପ ଉପଶମ କରେ। ଏତଦ୍ ବ୍ୟତୀତ ସାଗରେ ରହିଥିବା ଖାଦ୍ୟତନ୍ତୁ, ଆଣ୍ଟିଅକ୍ସିଡାଣ୍ଟ ଏବଂ ଫାଇଟୋକେମିକାଲ୍ସ କ୍ୟାନସର ସମେତ ହୃଦରୋଗ ଉଚ୍ଚରକ୍ତଚାପ ଡାଇବେଟିସ୍, ଗଣ୍ଠିବାତ, ଫୁସ୍ ଫୁସ୍ ରୋଗ ଷ୍ଟ୍ରୋକ୍ କାଟାରାକ୍ଟ ଆଦି ଅଣସଂକ୍ରାମକ ରୋଗଗୁଡିକର ନିବାରଣରେ ଗୁରୁତ୍ଵପୂର୍ଣ୍ଣ ଅବଦାନ ଦେଇଥାଏ। ଶାଗ ଖାଇଲେ ରକ୍ତରେ କୋଲେଷ୍ଟରଲ୍ ଓ ଟ୍ରାଇଗ୍ଲିସେରାଇଡର ମାତ୍ରା କମିଯାଏ । ତେଣୁ ଶାଗ ଉତ୍ତମ ସ୍ୱାସ୍ଥ୍ୟର ରକ୍ଷକ ।

ଫୁଲକୋବି, ବନ୍ଧାକୋବି, ଅଲକୋବିଓ ବ୍ରୋକୋଳି

ଏଗୁଡ଼ିକୁ ତଟକା ଖାଇବା ଏହାର ଉପକାରିତା ଅଧିକ । ତେଣୁ ଶୀତଦିନେ ଏହା ବେସୀ ହିତକର । ଏଗୁଡିକ ଆଣ୍ଟିଅକ୍ସିଡାଣ୍ଟ ଓ ଫାଇଟୋକେମିକାଲର ଅତି ଉପାଦେଯ ଉତ୍ସା । ସ୍ତନ, କୋଲୋନ୍, ଯକୃତ ଫୁସ୍ ଫୁସ୍ ପାକସ୍ଥଳୀଖାଦ୍ୟାବାହୀ ନଳୀ ନା ଇସୋଫାଗସ୍ ଓ ରେକ୍ସମ୍ ବା ମାଲାଶୟ ଇତ୍ୟାଦି କର୍କଟରୋଗ ଦମନ କରିବାରେ ଏଗୁଡିକ ଅତି ଶକ୍ତିଶଳୀ । ଏଥିରେ ଶ୍ଵେତସାର, ସ୍ନେହସାର ଓ କ୍ୟାଲୋରୀର ପରିମାଣ ଯଥେଷ୍ଟ କମ୍ ହୋଇଥିବାରୁ ହୃଦ୍ ରୋଗୀ ଡାଇବେଟିସ୍ ଉଚ୍ଚରକ୍ତଚାପ, ପୃଥୁଳାକାୟ ରୋଗୀମାନେ ଏହାକୁ ନିରାପଦରେ ଖାଇପାରିବେ ।

ଗାଜର: ବିଟା କାରୋଟିନ୍ ଭିଟାମିନ୍ – ସି, ସାୟାନିଡିନ୍, ଲିଉଟିନ୍ ଜାତୀୟ ଆଣ୍ଟିଅକ୍ସିଡାଣ୍ଟ ସମୃଦ୍ଧ ଗାଜର ଚକ୍ଷୁ ଓ ଚର୍ମକୁ ସୁସ୍ଥ ରଖେ ।

ବିଟ୍ :ଶୀତଦିନିଆ ଏହି ମୂଳତି ଭିଟାମିନ୍ ଏ, ବି ସି ଓ କେ, ଫୋଲେଟ୍ ଏବଂ ପୋଟାସିୟମ୍ ରେ ଭରପୂର ।

କନ୍ଦମୂଳ: ଶୀତଋତୁରେ ଅନ୍ୟ ଏକ ଉପହାର ହେଉଛି କନ୍ଦମୂଳ । ବିଟା କୋରୋଟିନ୍ ଭିଟାମିନ୍ ଏ, ସି ବିଭିନ୍ନ ଧାତବ ଲବଣ ଓ ଖାଦ୍ୟତନ୍ତ – ପ୍ରଦାନ ଏହି ଖାଦ୍ୟଦ୍ରବ୍ୟଟି ଚକ୍ଷୁ ଓ ଚର୍ମକୁ ରଖିବା ସଙ୍ଗେସଙ୍ଗେ କ୍ୟାନସର ପ୍ରତିରୋଧରେ ସାହାଯ୍ୟ କରେ । ଏହା ବେଶି କିଶୋରୀମାନଙ୍କ ପାଇଁ ବିଶେଷ ଉପଯୋଗୀ ।

ଶିମ୍ବ: ଏଥିରୁ ମିଳେ ବେଶି ପ୍ରୋଟିନ୍ । ଏଥିରେ ଥିବା ‘ ଆଇସୋଫ୍ଲାଭୋନ’ କ୍ୟାନସର ପ୍ରତିରୋଧ କରିପାରୁଥିବା ବେଳେ ‘ ବିଟା – ସାଇଟୋଷ୍ଟିରଲ’ ରକ୍ତରେ ଉଚ୍ଚ – କୋଲେଷ୍ଟରଲର ମାତ୍ରା ନିୟନ୍ତ୍ରଣ କରେ । ଏଲ୍ – ଡୋପୋ ମସ୍ତିସ୍କ ଓ ମିଜାଜକୁ ଭଲ ରଖେ ଓ ପାର୍କିନ୍ ସନ ରୋଗ କବଳରୁ ସୁରକ୍ଷିତ ରଖେ ।

ବିନ୍ସ: ଭିଟାମିନ୍ –ସି ଲିଉଟିନ୍, ଜି ଜାନ୍ଥିନ୍ ଜାତୀୟ ତୀବ୍ର ଶକ୍ତିଶାଳୀ ଆଣ୍ଟିଅକ୍ସିଡାଣ୍ଟ କ୍ୟାଲସିୟମ ଓ ଖାଦ୍ୟତନ୍ତୁ ସମୃଦ୍ଧ ଏହି ଦ୍ରବ୍ୟଟି ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ । ହୃଦ୍ ରୋଗୀ ଡାଇବେଟିସ୍ ରୋଗୀ ଓ ପୃଥୁଳ ରୋଗୀ ଏହାକୁ ନିରାପଦରେ ଖାଇପାରିବେ ।

ଟମାଟୋ : ଶୀତଦିନିଆ ତଟକା ଟମାଟୋ ଯେତିକି ଆକର୍ଷଣୀୟସେତିକି ଉକ୍ଟଷ୍ଟ ମଧ୍ୟ । ଭିଟାମିନ୍ – ସି, ଲାଇକୋପିନ୍ସ, ବିଟା-କାରୋଟିନ୍, କୋଳିନ୍ ଆଦି ଉପାଦାନର ଉତ୍ସ ଭାବରେ ଟମାଟୋ ଅତି ଗୁରୁତ୍ଵପୂର୍ଣ୍ଣ । ହୃଦ୍ ରୋଗ ଉଚ୍ଚରକ୍ତଚାପ, ଡାଇବେଟିସ୍ କ୍ୟାନସର ଆଦି ଦମନ କରିବାରେ ଟମାଟୋ ଖୁବ୍ ସାହାଯ୍ୟ ।

ଫଳ : କମଳା, ମୁସମ୍ବି, ଡାଳିମ୍ବ, ଆପଲ ଲେମ୍ବୁ ଅଁଳା ଆଦି ସିତଦିନିଆ ଫଳ ହୋଇଥିଲେ ମଧ୍ୟ ଏଗୁଡିକ ସବୁ ଋତୁରେ ମିଳିଥାଏ । ତେବେ ଶୀତଦିନେଏଗୁଡିକ ପ୍ରାୟତଃ ତଟକା ଓ ଶସ୍ତା ସବୁପ୍ରକାର ଫଳରୁ ଆଣ୍ଟିଅକ୍ସିଡାଣ୍ଟ ଫାଇଟୋକେମିକାଲ, ବିଟାକାରୋଟିନ୍ ଭିଟାମିନ୍ – ସି ଇତ୍ୟାଦି ଊଣାଅଧିକ ମିଳିଥାଏ ।ଭୂତାଣୁ ରୋଗ  କ୍ୟାନସର ସମେତ ଅନେକ ଅଣସଂକ୍ରମକ ରୋଗ ନିବାରଣ କରିବାରେ ଫଳ ହେଉଛି ଅତୁଳନୀୟ । ତାହାଛଡା ଶାଇଲେ ଶରୀରରର ରୋଗ ପ୍ରତିରୋଧକ ଶକ୍ତି ଜାତ ହୋଇ ଶରୀରକୁ ସୁରକ୍ଷିତ ରଖେ ।

ଧନିଆ ପତ୍ର, ପୋଦିନା ପତ୍ର ଓ ଭୁର୍ସୁଙ୍ଗ ପତ୍ର : ସାଧାରଣତଃ ଏହା ବଟଣି କରିବା ପାଇଁ ବ୍ୟବହୁତ ହୋଇଥାଏ ଓ ବିଭିନ୍ନ ବ୍ୟଞ୍ଜନ ପ୍ରସ୍ତୁତିରେ ଲୋଡାପଡେ । ଏଗୁଡ଼ିକର ସ୍ଵତନ୍ତ୍ର ସୁଗନ୍ଧ ଯୋଗୁଁ ରୋଷେଇଘରେ ଏଗୁଡ଼ିକର ଅବାଧ ପ୍ରବେଶ ଓ ଆଦର । ଏହାକୁ ବେଶି ପରିମାଣରେ ଖାଇ ହୁଏ ନାହି  ସିନା କିନ୍ତୁ ବିଟା କାରୋଟିନ୍ (ଭିଟାମିନ୍ –ଏ), ଭିଟାମିନ୍ – ସି କ୍ୟାଲସିୟମ ଲୌହ ଓ ଖାଦ୍ୟତନ୍ତୁରେ ଏହା ସମୁଦ୍ଧ ।

ସେ ଯାହାହେଉ, ସିତଦିନେ ସାଗଜାତୀୟ ପାରିବା ପ୍ରଚୁର ମିଳୁଥିବାରୁ ପ୍ରତିଦିନ ତଟକା ଶାଗ ଖାଇବା ନିରାପଦ । ଏହାକୁ ଛିଦ୍ରଯୁକ୍ତ ପ୍ଲାଷ୍ଟିକ ମୁଣା ଭିତରେ ଭର୍ତ୍ତି କରି ଫ୍ରିଜ୍ ଭିତରେ ସାଇତିଲେ ସୁରକ୍ଷିତ ରହେ। ରାନ୍ଧିବା ପୂର୍ବରୁ ୨-୩ ଥର ଭଲ ଭାବରେ ଢୋଇବା ବଡ ବଡ ଖଣ୍ଡ କରି କାଟିବା ଓ ପାଣିରେ କଟା ଖଣ୍ଡଗୁଡିକୁ ଭିଜେଇ ନ ରାଖୀ ସଙ୍ଗେ ସଙ୍ଗେ କଡେଇରେ ପକେଇବା ଘୋଡାଣି ଦେଇ ଅଳ୍ପ ତାତିରେ ରାଖିବା ଦ୍ଵାରା ଶାଗର ଖାଦ୍ୟଗୁଣ ଓ ଶ୍ଵାସ ଅତୁଟ ରହେ ।

ଆଧାର –  ଡା. ନିତ୍ୟାନନ୍ଦ ସ୍ଵାଇଁ

2.96666666667
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top