ହୋମ / ସ୍ଵାସ୍ଥ୍ୟ / ଜୀବନର ସନ୍ଦେଶ / ଶୀତଋତୁରେ ସୁସ୍ଥ ରହିବାକୁ ଚାହାଁନ୍ତି, ନିଜ ଡାଏଟ୍‌ରେ ସାମିଲ କରନ୍ତୁ କିଛି ଏହି ଖାଦ୍ୟ
ସେଆର କରନ୍ତୁ

ଶୀତଋତୁରେ ସୁସ୍ଥ ରହିବାକୁ ଚାହାଁନ୍ତି, ନିଜ ଡାଏଟ୍‌ରେ ସାମିଲ କରନ୍ତୁ କିଛି ଏହି ଖାଦ୍ୟ

ଶୀତଋତୁରେ ସୁସ୍ଥ ରହିବାକୁ ଚାହାଁନ୍ତି, ନିଜ ଡାଏଟ୍‌ରେ ବିଷୟରେ ଜଣାନ୍ତୁ

ଶୀତଦିନ

ବର୍ତ୍ତମାନ ଶୀତଦିନ ଆରମ୍ଭ ହେବା ସହିତ ଥଣ୍ଡା ପବନ ବୋହିବା ମଧ୍ୟ ଆରମ୍ଭ ହୋଇଗଲାଣି  । ଏହିପରି ସ୍ଥିତିରେ ନିଜର ସ୍ୱାସ୍ଥ୍ୟର ଯତ୍ନ ନେବା ନିହାତି ଜରୁରୀ  ।  ସୁସ୍ଥ ରହିବା ପାଇଁ ଜରୁରୀ କି ନିଜ ଖାଦ୍ୟକୁ ଠିକ ରୂପେ ଗ୍ରହଣ କରିବା ଉଚିତ  ।

ଶୀତଋତୁରେ ସ୍ୱାସ୍ଥ୍ୟ ସହିତ ଜଡିତ ବହୁ ସମସ୍ୟାର ସାମ୍ନା କରିବାକୁ ପଡିଥାଏ । କିନ୍ତୁ ପ୍ରକୃତି ଏହା ସହିତ ଲଢେଇ କରିବା ପାଇଁ ବିଭିନ୍ନ ପ୍ରକାର ଖାଦ୍ୟ ପଦାର୍ଥ ରଖିଛି । ଆଜି ଆମେ  ଆପଣଙ୍କୁ ଏପରି କିଛି ୭ଟି ଖାଦ୍ୟ ବିଷୟରେ କହିବୁ, ଯାହାକୁ ସେବନ କରିବା ଦ୍ୱାରା ଆପଣ ନିଜକୁ ଶୀତଦିନେ ସୁସ୍ଥ ରଖିପାରିବେ  ।

୭ଟି ଖାଦ୍ୟ

ଖଜୁରି :

ଖଜୁରିରେ ଭିଟାମିନ୍ ଏ, ବି ବ୍ୟତୀତ ପୋଟାସିୟମ, ମ୍ୟାଗ୍ନେସିୟମ ଭରପୁର ମାତ୍ରାରେ ରହିଥାଏ  । ଥଣ୍ଡାଦିନରେ ଖଜୁରି ଖାଇବା ଦ୍ୱାରା ଶରୀରକୁ ଭିତରୁ ଗରମ ରଖିବା ସହିତ ଶରୀରକୁ ଶକ୍ତ କରିଥାଏ  । ପ୍ରତିଦିନ ଦୁଇଟି ଖଜୁରୀ ଖାଇବା ଦ୍ୱାରା ଶରୀରରେ ଫାଇବରର ଅଭାବ ଦୂର ହୋଇଥାଏ  । ତା ସହିତ ଏହା ରକ୍ତରେ ହିମୋଗ୍ଲୋବିନର ସ୍ତରକୁ ନିୟନ୍ତ୍ରଣରେ ରଖିଥାଏ  ।

ବାଜରା :

ଶୀତଋତୁରେ ବାଜରା ସେବନ କରିବା ଶିଶୁ ଓ ବୃଦ୍ଧ ମାନଙ୍କ ପାଇଁ ଖୁବ ଲାଭଦାୟକ  । ବାଜରାରେ ଫାଇବର ଓ କ୍ୟାଲସିୟମ ଭରପୁର ମାତ୍ରାରେ ଥାଏ  । ଯାହା କୋଷ୍ଠ୍ୟ କାଠିନ୍ୟ, ଗ୍ୟାସ୍ ରୁ ମୁକ୍ତ କରି ପାଚନ ତନ୍ତ୍ରକୁ ସୁସ୍ଥ ରଖିଥାଏ  । କେବଳ ଏତିକି ନୁହେଁ ବାଜରା ଶରୀରକୁ ଗହମଠାରୁ ଅଧିକ ଶକ୍ତି ଯୋଗାଇଥାଏ  ।

ଗୁଡ: ଗୁଡ ଥଣ୍ଡା ଦିନ ପାଇଁ ସବୁଠାରୁ ଲାଭଦାୟକ  । ଏହା ଶରୀରକୁ ରକ୍ତର କମି ଠାରୁ ଦୂରରେ ରଖି ଏହାକୁ ସଫା ରଖିବାରେ ସାହାଯ୍ୟ କରିଥାଏ  । ଗୁଡରେ ଭରପୁର ମାତ୍ରାରେ  ଆଇରନ, ଫସଫରସ୍, କପର୍,ମ୍ୟାଗ୍ନେସିୟମ, କ୍ୟାଲସିୟମ୍ ଆଦି ଭରପୁର ମାତ୍ରାରେ ଥାଏ  । ତା ସହିତ ଗରମ କ୍ଷୀର ସହିତ ଗୁଡ ଖାଇବା ଦ୍ୱାରା ଓଜନ କମ ହୋଇଥାଏ  ।

ଗାଜର :

ଶୀତଋତୁରେ ବେଶୀ ମିଳୁଥିବା ଗାଜରରେ ବୀଟା କ୍ୟାରୋଟିନ୍ ଥାଏ  । ଶରୀରରେ ଏହାକୁ ଭିଟାମିନ୍ ଏ ରେ ପରିଣତ କରିଥାଏ ଓ ଏହି ଭିଟାମିନ୍ ଶରୀରର ପ୍ରତିରୋଧକ ପ୍ରଣାଳୀରେ ସାହାଯ୍ୟ କରିଥାଏ  । ଏହା ଫୁସ୍‌ଫୁସ୍‌କୁ ସୁସ୍ଥ ରଖିବା ସହିତ ଶ୍ୱାସରୋଗକୁ ଦୂରେଇ ରଖିଥାଏ  । ତା ସହିତ ତ୍ୱଚାରେ ବୟସ ଛାପ କମ କରିବାରେ ମଧ୍ୟ ଗୋଟିଏ ଭଲ ଖାଦ୍ୟ  ।

ବିଟ୍ :

ବିଟରେ ଫାଇଟୋକେମିକାଲ୍ସ ଓ ଆଣ୍ଚି- ଅକ୍ସିଡେଣ୍ଟ୍ ପ୍ରଚୁର ମାତ୍ରାରେ ଥାଏ  । ଯାହା ସ୍ୱାସ୍ଥ୍ୟ କୋଶିକା ଓ ତାଙ୍କ ଡିଏନ୍‌ଏକୁ କ୍ଷତି  ପହଞ୍ଚାଉଥିବା ମୁକ୍ତ କୋଣକୁ ଲଢିବା ପାଇଁ ଶକ୍ତି ଯୋଗାଇଥାଏ  । ସେହି କାରଣରୁ  ଶରୀରର ଇମ୍ୟୁନିଟି ଶକ୍ତ ହୋଇଥାଏ , ଯାହାଦ୍ୱାରା ଶରୀର ଇନଫେକ୍ସନରୁ ଲଢିବା ପାଇଁ ଶକ୍ତି ମିଳିଥାଏ  ।

ରାଶି :

ରାଶି ପ୍ରକୃତିରୁ ଗରମ ହୋଇଥାଏ  । ଯେଉଁ କାରଣରୁ ଥଣ୍ଡାଦିନରେ ସୁସ୍ଥ ରହିବା ପାଇଁ ରାଶି ସେବନ କରିବା ଜରୁରୀ ହୋଇଥାଏ  । ରାଶିରେ ନାମକ ମୋନୋ-ସୈଚୁରେଟେଡ ଫୈଟୀ ଏସିଡ ମିଳିଥାଏ  । ଯାହା  ଶରୀରର କୋଲେଷ୍ଟ୍ରୋଲ୍  କମ କରିବାରେ ସାହାଯ୍ୟ କରିଥାଏ  । ତା ସହିତ ରାଶିରେ ଆଣ୍ଟି- ବ୍ୟାକ୍ଟେରିଆଲ୍ ତତ୍ତ୍ୱ ମହଜୁଦ ଥାଏ , ଯାହା ଖଣ୍ଡିଆ ବା ଘାକୁ ଶୀଘ୍ର ଭରିଥାଏ  ।

ହଳଦୀ :

ରୋଗ ପ୍ରତିରୋଧକ କ୍ଷମତା ବଢାଇବା ପାଇଁ ହଳଦୀର ପ୍ରୟୋଗ କେବଳ ଭାରତରେ ନୁହେଁ ବରଂ ସାରା ବିଶ୍ୱରେ କରାଯାଇଥାଏ  । ଆଣ୍ଟି-ବ୍ୟାକ୍ଟେରିୟଲ୍ , ଆଣ୍ଟି-ଫଙ୍ଗଲ ଓ  ଆଣ୍ଟି- ଭାଇରାଲ ଅନୁସାରେ  ଏହା ଶରୀରର ଇମ୍ୟୁନିଟି ଶକ୍ତିକୁ ମଜବୁତ କରିବାରେ  ଖୁବ ସାହାଯ୍ୟ କରିଥାଏ  । ଅଧିକ ଲାଭ ପାଇଁ ହଳଦୀକୁ ଗରମ କ୍ଷୀର ସହିତ ପିଇବା ଦରକାର  ।

ଆଧାର: କନକ ନ୍ୟୁଜ

3.13793103448
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top