ହୋମ / ସ୍ଵାସ୍ଥ୍ୟ / ଜୀବନର ସନ୍ଦେଶ / ଶୀତରେ ସତର୍କ ରୁହନ୍ତୁ
ସେଆର କରନ୍ତୁ

ଶୀତରେ ସତର୍କ ରୁହନ୍ତୁ

ଥଣ୍ଡା ପବନ ଏବଂ ହ୍ରାସ ପାଉଥିବା ତାପମାତ୍ରା । କାରଣରୁ ଶୀତଦିନେ କେତେକ ବିଶେଷ ପ୍ରକାର ଭୁତାଣୁ ସକ୍ରିୟ ହୋଇଯାଆନ୍ତି ।

ଶୀତଦିନ

ଥଣ୍ଡା ପବନ ଏବଂ ହ୍ରାସ ପାଉଥିବା ତାପମାତ୍ରା । କାରଣରୁ ଶୀତଦିନେ କେତେକ ବିଶେଷ ପ୍ରକାର ଭୁତାଣୁ ସକ୍ରିୟ ହୋଇଯାଆନ୍ତି । ଏହି କାରଣରୁ କେବଳ ନାକ କିମ୍ବା ଗଳାର ସଂକ୍ରମଣ ବଢେନାହିଁ, ବରଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ସୃଷ୍ଟି ହୋଇଥାଏ ।

ଶୀତ ଦିନ ଆରମ୍ଭ ହୋଇସାରିଛି। ବଢିଚାଲିଲାଣି । ଏହି ଋତୁରେ ଶରୀର ସବୁଠାରୁ ଅଧିକ ପ୍ରଭାବିତ ହୋଇଥାଏ ଓ ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟଜନିତ ସମସ୍ୟା ବଢୁଥିବାରୁ ବିଶେଷ ଯତ୍ନ  ଏବଂ ଉପଚାରର ଆବଶ୍ୟକତା ପଡିଥାଏ । ବିଶେଷକରି ଶିଶୁ ଏବଂ ବୟସ୍କମାନଙ୍କଠାରେ ରୋଗପ୍ରତିରୋଧକ କ୍ଷମତା କମ୍ ହୋଇଥିବାରୁ ସେମାନଙ୍କ କ୍ଷେତ୍ରରେ ଶ୍ଵାସକ୍ରିୟା ସମ୍ବନ୍ଧୀୟ ସମସ୍ୟା ସବୁଠାରୁ ଅଧିକ ଦେଖାଯାଏ । ତେଣୁ ଥଣ୍ଡା ପ୍ରଭାବରୁ ସୁରକ୍ଷା ପାଇବା ଲାଗି ଶରୀର ବାହ୍ୟ ଏବଂ ଆଭ୍ୟନ୍ତରୀଣ ଦୃଷ୍ଟିରୁ ସୁସ୍ଥ ରହିବା ନିହାତି ଆବଶ୍ୟକ ।

  • ଶୀତଦିନେ ଛୋଟଛୋଟ ପ୍ରଦୂଷଣ କଣିକା ଜମାଟ ବାନ୍ଧି ସୃଷ୍ଟି ହେଉଥିବା ସ୍ମୋଗ ଶରୀର ପାଇଁ କ୍ଷତିକାରକ । ତେଣୁ ମର୍ଣ୍ଣୱାକ୍  କରୁଥିଲେ। ଏହାର ସମୟ ବଦଳାଇ ଦିଅନ୍ତୁ ।
  • ଶରୀରର ରୋଗପ୍ରତିରୋଧକ କ୍ଷମତା ବଜାୟ ରଖିବା ଲାଗି ନିଜ ଖାଦ୍ୟରେ ଫଳ ଏବଂ ପନିପରିବା ସାମିଲ କରନ୍ତୁ । ଏହି ସମୟରେ ପାଳଙ୍ଗ, ବଥୁଆ, ମେଥ୍ କ୍ରୋକୋଲି, ଅଁଳା, ମଟର, ବିଟ୍ ଆଦି ସହଜରେ ମିଳିଥାଏ ଯାହା ଶରୀର ଲାଗି ବେଶ ଉପକାରୀ ।
  • ଥଣ୍ଡା, ଖଟା ଏବଂ ରାଗ ଲାଗୁଥିବା ଖାଦ୍ୟଠାରୁ ଦୂରେଇ ରହନ୍ତୁ ।
  • ଗରମ ପାନୀୟ ଯଥା- ଚା’, କପି, ଗ୍ରୀନ୍ ଟି, ହଳଦୀଯୁକ୍ତ କ୍ଷୀର ଏବଂ ସୁପ୍ ପିଅନ୍ତୁ । ତେବେ ଏହାର ପରିମାଣ ମାତ୍ରାଧିକ ନହେବା ଉଚିତ ।
  • ଶରୀରକୁ ପୂରା ଆବୃତ୍ତ କରି ରଖୁଥିବା ପୋଷାକ ପିନ୍ଧନ୍ତୁ । ବିଶେଷକରି ମୁଣ୍ଡ, ଗଳା ଏବଂ କାନ ଘୋଡାଇ ହୋଇ ରହିଥିବା ଜରୁରୀ ।
  • ଥଣ୍ଡା ଲାଗିବା ସହ ଜ୍ଵର, କାଶ ଏବଂ ଗଳାରେ ସଂକ୍ରମଣ ଏହି ଚତୁରେ ମୁଖ୍ୟ ସ୍ଵାସ୍ଥ୍ୟ ସମସ୍ୟା । ତେଣୁ ଗରମ ପୋଷାକ ପିନ୍ଧିବା ସହ ହାଲୁକା ଉଷୁମ ପାଣିରେ ସ୍ନାନ କରନ୍ତୁ । ସଂକ୍ରମଣରୁ ରକ୍ଷା ପାଇବାକୁ ସାବୁନ୍ ଏବଂ ପାଣିରେ ହାତ ଧୋଇବାର ଅଭ୍ୟାସ କରିବା ଭଲ ।
  • ଶରୀରର ମାଲିସ୍ କରନ୍ତୁ । ଏହା ଫଳରେ ରକ୍ତ ସଞ୍ଚାଳନ ଭଲଭାବେ ହୋଇପାରିବ ।
  • କାଶ, ଫ୍ ଏବଂ ଶ୍ଵାସରୋଗରେ ଆକ୍ରାନ୍ତ ଅବା ବ୍ୟକ୍ତିମାନେ ସକାଳ ସନ୍ଧ୍ୟାରେ ବାମ୍ଫ ଚିକିତ୍ସା ( ଷ୍ଟି ମ୍ଇନ୍ ହେଲେସନ୍) କରିବା ଉଚିତ । ହାଲକା ଉଷୁମ ପାଣି ପିଇଲେ ଏହା ଗଳା ଏବଂ ଶ୍ଵାସନଳୀ ପାଇଁ ଉପକାରୀ ହୋଇଥାଏ ।
  • ଗଳାରେ ସଂକ୍ରମଣ ଅନୁଭବ ହେଲେ ଉଷୁମ ପାଣିରେ ଲୁଣ ମିଶାଇ କୁଳି କରନ୍ତୁ ।
  • କେବେ ବନ୍ଦ ଘର ଭିତରେ ରୁମମହିଟର କିମ୍ବା ଉହ୍ମେଇ ଜଳାଇବେ ନାହିଁ । ଥଣ୍ଡା ପାଗ ଯୋଗୁ ଶ୍ଵାସ ସଂକ୍ରାନ୍ତ ରୋଗ ଯଥା:- ଆଜ୍‌ମା, ସିଓପିଡି (କ୍ରୋନିକ୍ ଅବଷ୍ଟ୍ରକ୍ଟିଭ ପଲ୍‌ମୋନାରୀ ଡିଜିଜ୍ ) ଏବଂ ବିଭିନ୍ନ ପ୍ରକାର ଆଲର୍ଜିର ପ୍ରକୋପ ବଢିଯାଏ । ତେଣୁ ସତର୍କ ରହିବା ନିହାତି ଜରୁରୀ । ଏପରି କେତେକ ରୋଗର ଲକ୍ଷଣ ଓ ପ୍ରତିଷେଧକ ବ୍ୟବସ୍ଥା ସମ୍ପର୍କରେ

ରୋଗ

ନିମୋନିଆ: ଏଥିରେ ମୁଖ୍ୟତଃ ଫୁସ୍‌ଫୁସ୍ ସଂକ୍ରମିତ ହୋଇଥାଏ । ଏହା ସାଧାରଣ ମନେ ହେଉଥିଲେ ବି ଖୁବ୍ ଗୁରୁତର ସ୍ଵାସ୍ଥ୍ୟ ସମସ୍ୟା । ଯେ କୌଣସି ବୟସର ବ୍ୟକ୍ତିଙ୍କୁ ଏହା ଆକ୍ରାନ୍ତ କରିପାରେ । ପିଲାମାନଙ୍କ ମଧ୍ୟରେ ରୋଗ ପ୍ରତିରୋଧକ କ୍ଷମତା କମ୍ ଥିବାରୁ ଶୀତଦିନେ ସେମାନଙ୍କ ଠାରେ ନିମୋନିଆ ତଥା ଅନ୍ୟାନ୍ୟ ଶ୍ଵାସକ୍ରିୟାଜନିତ ସମସ୍ୟା ଦେଖାଯାଏ । ଏପରିକି ଭୁତାଣୁ କାରଣରୁ ଡାଇରିଆ ବି ହୋଇପାରେ । ପିଲାଙ୍କ ଠାରେ ଶ୍ଵାସକ୍ରିୟାର ଅସ୍ଵାଭାବିକତା, କାଶ, ଛାତି ପୋଲିହେବା ସହିତ ଜ୍ଵର ପରି ଲକ୍ଷଣ ଦେଖାଦେଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ । ଏଥିସହିତ ଏପରି ନ ହେବା ଲାଗି ସେମାନଙ୍କୁ ପୁଷ୍ଟିକର ଖାଦ୍ୟ ଦିଅନ୍ତୁ । ଫଳରେ ସେମାନଙ୍କର ରୋଗପ୍ରତିରୋଧକ କ୍ଷମତା କମ୍ ହେବନାହିଁ । ସେମାନଙ୍କୁ ସମସ୍ତ ଆବଶ୍ୟକ ଟିକା ଦିଅନ୍ତୁ । ବଡମାନେ ଧୁଆଁ ତଥା ଧୂମପାନରୁ ଦୂରେଇ ରହନ୍ତୁ । ଏହା ସଂକ୍ରମଣର ଆଶଙ୍କା ବଢାଇଦିଏ । ଥଣ୍ଡା ହେବାମାତ୍ରେ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ । କାରଣ, ଏହା ଅନ୍ୟମାନଙ୍କୁ ସଂକ୍ରମିତ ହେବାର ଆଶଙ୍କା ରହିଛି ।

ଆଜ୍‌ମା (ଶ୍ଵାସ): ଏହା ଏକପ୍ରକାର  ଶ୍ଵାସକ୍ରିୟା ସଂକ୍ରାନ୍ତ ରୋଗ ଯାହା ଯେକୌଣସି ବୟସରେ ଆକ୍ରାନ୍ତ କରିପାରେ । ତେବେ ଶୀତଦିନେ ତାପମାତ୍ରା, ଧୂଳି ଆଦି ସହିତ ଶ୍ଵାସନଳୀର ସମ୍ବେଦନଶୀଳତା ଏହି ରୋଗ ଆକ୍ରମଣ କରିବାର ମୁଖ୍ୟ କାରଣ । ଯଦି ଆପଣ ଶ୍ରାସରୋଗରେ ଆକ୍ରାନ୍ତ ଥା’ନ୍ତି ତେବେ ଶୀତର କ୍ଷତିକାରକ ପ୍ରଭାବରୁ ମୁକ୍ତି ପାଇବା ଲାଗି ସକାଳୁ ଏକ ଗ୍ରାସ ପାଣିରେ ଚାମରେ ମହୁ ମିଶାଇ ପିଅନ୍ତୁ । ଇନ୍ ହେଲର ବ୍ୟବହାର କରୁଥିଲେ ଏହାକୁ ନିଜ ପାଖେ ପାଖେ ରଖନ୍ତୁ ଏବଂ ନିୟମିତ ଡାକ୍ତରଙ୍କ ସମ୍ପର୍କରେ ରହିବାକୁ ଚେଷ୍ଟା କରନ୍ତୁ ।

ଆଲର୍ଜି : ଥଣ୍ଡା ପାଗ ଯୋଗୁ ପ୍ରଦୂଷଣଯୁକ୍ତ କୁହୁଡି ସଂସ୍ପର୍ଶରେ ଆସି ଆଖୁ ଜଳାପୋତା, ନାକ କୁଣ୍ଡେଇ ହେବା, ଗଳା ସଂକ୍ରମଣ ଓ କାଶ ଆଦି ହୋଇଥାଏ । ତେଣୁ ଏଥରୁ ମୁକ୍ତି ପାଇଁ ମର୍ନିଂୱାକ ସହିତ ଡେରି ରାତିଯାଏ ବାହାରେ ନରହିବା ଉଚିତ । ଖାଦ୍ୟରେ ଏସବୁ ଜିନିଷ ସାମିଲ କଲେ ଆଲର୍ଜିରୁ ମୁକ୍ତି ପାଇପାରିବେ । ରସୁଣରେ ଆଣ୍ଟି ଅକ୍ସିଡାଣ୍ଟ ଥିବାରୁ ପ୍ରତିଦିନ ସକାଳୁ ହାଲ୍‌କା ଉଷୁମ ପାଣି ସହିତ ୨ ପାଖୁଡା ରସୁଣ ଖାଇଲେ ଆଲର୍ଜିମୁକ୍ତ ରହିବେ । ଏକଗ୍ଲାସ ଉଷୁମ କ୍ଷୀରରେ ଚିମୁଟାଏ। ହଳଦୀ ମିଶାଇ ପିଇବା ଉଚିତ । ଅଦାରେ ଆଣ୍ଟି, ଇନ୍‌ଫାମେଟୋରୀ ଏବଂ ଆଣ୍ଟି ଅକ୍ସିଡାଣ୍ଟ ଗୁଣ ରହିଥାବାରୁ ଏହା କଫ ଦୂର କରିବା ଲାଗି ସହାୟକ । ତେଣୁ ଖାଦ୍ୟରେ ଅଦାକୁ ବେଶୀ ସାମିଲ କରନ୍ତୁ । ସକାଳୁ ଏକ ଗ୍ଲାସ ହାଲକା ଉଷୁମ ପାଣିରେ ଅଧାଚାମଚ ଲେମ୍ବୁରସ ମିଶାଇ ପିଅନ୍ତୁ । ଲେମ୍ବୁ ଭିଟାମିନ୍ ସିର ଏକ ଭଲ ଉତ୍ସ । ପେସୀ ମଞ୍ଜରେ ବି ଓମେଗା ୩ ଫ୍ୟାଟି ଏସିତ ରହିଛି ଯାହା ଶରୀରରୁ ଆଲର୍ଜି ଦୂରେଇବାରେ ସହାୟକ । ଗାଁଗହଳିରେ ବିଶେଷକରି ଶୀତଦିନେ ପୋସୀ ଓ ଚାଉଳଭଜା ଖାଇବାର ଦେଖାଯାଇଥାଏ ।

ଫ୍ଲୁ: ଇନ୍‌ଫ୍ଲୁଏଞ୍ଜା ବା ଫ୍ଲୁ ହେଉଛି ଶୀତଦିନେ ହଠାତ୍ ହେଉଥିବା ଜ୍ଵର । ଏହା ଇନ୍‌ଫ୍ଲୁଏଞ୍ଜା ଭୁତାଣୁ ସଂକ୍ରମଣରୁ ହୋଇଥାଏ । ଏଥିରେ ଜ୍ଵର, ଶରୀର ଏବଂ ମୁଣ୍ଡବ୍ୟଥା, ଦୁର୍ବଳ ଲାଗିବା, କାଶ ଆଦି ଆକ୍ରାନ୍ତ କରେ। ଶୀତଦିନେ ଶିଶୁ ବୃଦ୍ଧ, ଗର୍ଭବତୀ ମହିଳା, ଆଜ୍‌ମା, ସିଓପିଡି, ଡାଇବେଟିସ୍ ଏବଂ ହୃଦ୍‌ରୋଗରେ ଆକ୍ରାନ୍ତ ବ୍ୟକ୍ତିମାନଙ୍କ କ୍ଷେତ୍ରରେ ଫ୍ଲୁ ପ୍ରକୋପ ବଢିଯାଏ । ଏମାନେ ପ୍ରତିଦିନ ଏକଗ୍ଲାସ ହାଲକା ଉଷୁମ ପାଣିରେ ଅଧା ଲେମ୍ବୁ ଚିପୁଡି ପିଇବା ଉପକାରୀ ।

ଧୂମପାନ: ହୃଦଯନ୍ତ୍ର ଶରୀରର ସବୁଠାରୁ ସମ୍ବେଦନଶୀଳ ଅଙ୍ଗ । ବିଶେଷକରି ଶୀତଦିନେ ଏହାର ସୁରକ୍ଷାରେ ସାମାନ୍ୟ ଦାୟିତ୍ଵହୀନତା ଏକାଧିକ ସମସ୍ୟାର କାରଣ ହୋଇଥାଏ । କାରଣ, ଏହି ଚତୁରେ ତାପମାତ୍ରା କମ୍ ରହୁଥବା ଯୋଗୁ ରକ୍ତବାହୀ ଧମନୀଗୁଡିକ ସଙ୍କୁଚିତ ହେବା ସହ କୋଲେଷ୍ଟେରଲ ପରିମାଣ ବଢିଯାଏ । ତେଣୁ ହୃଦ୍‌ଘାତର ଆଶଙ୍କା ମଧ୍ୟ ବଢେ । ଏଭଳି ସମସ୍ୟା ଥିବା ବ୍ୟକ୍ତି ନିଜ ଜୀବନଶୈଳୀରେ ବ୍ୟାୟାମକୁ ସାମିଲ କରନ୍ତୁ ।

ଆଧାର: ସ୍ୱାସ୍ଥ୍ୟ ବ୍ୟୁରୋ

2.91666666667
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top