অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଷ୍ଟ୍ରୋକ୍ ପର ଜୀବନ

ହୃଦ୍‌ଘାତ

ହୃଦ୍‌ଘାତ ଭଳି ମସ୍ତିଷ୍କାଘାତକୁ ଷ୍ଟ୍ରୋକ୍ ବୋଲି କୁହାଯାଏ । ଷ୍ଟ୍ରୋକ ର ଆକ୍ଷରିକ ଅର୍ଥ ଆଘାତ । ମସ୍ତିଷ୍କାଘାତର ମୁଖ୍ୟ କାରଣ ମସ୍ତିଷ୍କ ଧମନୀରେ ରକ୍ତ ସଞ୍ଚାରଣର ଅବ୍ୟବସ୍ଥା । ତେବେ ଏହି ଷ୍ଟ୍ରୋକ୍ ର ପରବର୍ତ୍ତୀ ଜୀବନ ସମ୍ପର୍କରେ ସତର୍କତା ଆପଣାଇବା ନିହାତି ଆବଶ୍ୟକ ।

ମସ୍ତିଷ୍କରେ  ଦୁଇପ୍ରକାର ଆଘାତ ହୋଇଥାଏ । ଯଥା:

୧. ମସ୍ତିଷ୍କ ଧମନୀରେ ରକ୍ତ ଚଳାଚଳ ହ୍ରାସ ପାଇବା ବା ବନ୍ଦ ହୋଇଯିବା

୨. ମସ୍ତିଷ୍କ ଧମନୀ ଛିଡ଼ି ରକ୍ତସ୍ରାବ ହେବା । ଏହି ଦୁଇପ୍ରକାର ଉପାୟରେ ଶରୀରର ଅଧା ଅଙ୍ଗ ପକ୍ଷାଘାତ ରୋଗରେ ଆକ୍ରାନ୍ତ ହୋଇଥାନ୍ତି ।

ଷ୍ଟ୍ରୋକ୍ ବିଭିନ୍ନ ରୋଗୀଙ୍କୁ ବିଭିନ୍ନ ଉପାୟରେ ଆକ୍ରାନ୍ତ କରିଥାଏ । କେତେକ ରୋଗୀ ଭଲ ହେବା ପାଇଁ ବର୍ଷ ବର୍ଷ ଧରି ସମୟ ନିଅନ୍ତି । ଷ୍ଟ୍ରୋକ୍ ରୁ ଭଲ ହେବା ପାଇଁ ଜୀବନ ଶୈଳୀ, ସାମାଜିକ ଚଳଣି, ମନସ୍ତାତ୍ତ୍ଵିକ ଅବସ୍ଥାରେ ପରିବର୍ତ୍ତନ ଆବଶ୍ୟକ । ଆଉ ଥରେ ଷ୍ଟ୍ରୋକ୍, ନହେବା ପାଇଁ ଏ ସବୁରେ ଗୁରୁତ୍ଵପୂର୍ଣ୍ଣ ପରିବର୍ତ୍ତନ କରକାର ।

ଷ୍ଟ୍ରୋକ୍ ପର ଜୀବନ

ଷ୍ଟ୍ରୋକ୍ ରୋଗୀମାନେ ପ୍ରଥମ ପର୍ଯ୍ୟାୟରେ ବହୁ ପରିମାଣରେ ଚିନ୍ତିତ ରହନ୍ତି । କେବେ କାର୍ଯ୍ୟକୁ ଫେରିବେ, କେତେ ପଇସା ଖର୍ଚ୍ଚ ହେବ, ପାରିବାରିକ ସମ୍ପର୍କ କିପରି ରହିବ ଭାବି ବିରକ୍ତି ଭାବ ପ୍ରକାଶ କରିଥାନ୍ତି । କେତେକ କଥାକେ ଥାକେ କାନ୍ଦିପକାନ୍ତି । ଏସବୁ କଥା ଏତେ ନଭାବି ସକ୍ରିୟ ଭାଗରେ ସ୍ଵାଭାବିକ ଜୀବନକୁ ଫେରିବା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ । ଏହି ଉପାୟରେ କଥା କହି ପାରୁ ନଥିଲେ ନୂତନ ଉପାୟରେ କଥା କହିବା, ଅନ୍ୟାନ୍ୟ ନୂଆ କୌଶଳ ଶିଖିବା, ଯେଉଁ ଜୀବନ କୌଶଳ ସବୁ ଭୁଲି ହୋଇଯାଇଛି, ତାହାକୁ ନୂତନ ଭାବେ ଶିଖିବା ଆବଶ୍ୟକ ।

ଡାକ୍ତରଖାନାରୁ ବାହାରିଲା ପରେ କେତେକ ନିରାପତ୍ତା ବିଷୟରେ ଅଧିକ ଧ୍ୟାନ ଦେବା ଉଚିତ । ଘରେ ଚଳଣିରେ ଯିବାଆସିବାରେ, ଶୌଚାଳୟ ଯିବାରେ, ସ୍ନାନସମୟରେ କିପରି ଦୁର୍ଘଟଣା ନହୁଏ, ତା’ର ନୂତନ ଭାବେ ବନ୍ଦୋବସ୍ତ ହେବା ଦରକାର ।

ଆଉ ଥରେ ଦ୍ଵିତୀୟ ଷ୍ଟ୍ରୋକ୍, ନହେଉ, ସେଥିପାଇଁ ସଯତ୍ନ ଚିକିତ୍ସା କରି ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ । ଗୋଟିଏ ଷ୍ଟ୍ରୋକ୍

ପରେ ଶତକଡ଼ା ୧୦ ଭାଗ ସମ୍ପୁର୍ଣ୍ଣ ଭଲ ହୋଇଯାନ୍ତି । ଶତକଡ଼ା ୨୫ ଭାଗ ଲୋକଙ୍କ ସାମାନ୍ୟ ବିକୃତି ରହେ । ସେହିପରି ଶତକଡ଼ା ୪୦ ଭାଗ ରୋଗୀଙ୍କ ମଧ୍ୟରୁ ସାଂଘାତିକ ସମସ୍ୟା ରହେ, ଶତକଡ଼ା ୧୦ ଭାଗ ଲୋକ ସାରାଜୀବନ ନର୍ସିଙ୍ଗ ହୋମ କିମ୍ବା ସ୍ଥାୟୀ ଯତ୍ନ  ଆବଶ୍ୟକ କରନ୍ତି । ଶତକଡ଼ା ୧୫ ଭାଗ ଲୋକ ପ୍ରାଣ ହରାଇଥାନ୍ତି । ଷ୍ଟ୍ରୋକ୍ ର  ପ୍ରମୁଖ କାରଣ ଉଚ୍ଚ ରକ୍ତଚାପ, ମଧୁମେହ, ରକ୍ତରେ କୋଲେଷ୍ଟେରଲ ଓ ଟ୍ରାଇ ଗ୍ଲିସେରାଇଡ୍ ଭଳି ଚର୍ବିର ଆଧିକ୍ୟ, ମସ୍ତିଷ୍କ ଧମନୀର ଆଥେରୋ ସ୍କେରୋସିସ, ହୃଦରୋଗରେ ଅଳିନ୍ଦର ଦ୍ରୁତ ସଂକୋଚନ ଓ ପ୍ରସାରଣ, ଖାଦ୍ୟରେ ଚର୍ବିର ଆଧିକ୍ୟ, ପୃଥୁଳତା, ବ୍ୟାୟାମ ଓ ଶାରୀରିକ ପରିଶ୍ରମର ଅଭାବ, ଖାଦ୍ୟରେ ସଜ ପନିପରିବା ଓ ଫଳର ଅଭାବ ଆଦି ।

ତେଣୁ ଦ୍ଵିତୀୟ ବାର ଷ୍ଟ୍ରୋକ୍, ନହେବା ପାଇଁ ଏହିସବୁ ବିଷୟ ପ୍ରତି ଗୁରୁତ୍ଵପୂର୍ଣ୍ଣ ଧ୍ୟାନ ଦିଆଯିବା ଦରକାର । ରକ୍ତଚାପ ୧୨୦/୮୦ ରୁ ୧୪୦/୯୦ ମଧ୍ୟରେ ସୀମିତ ରହିବା, ରକ୍ତ ଶର୍କରା ଆୟତରେ ରହିବା ଏବଂ ଏଚ.ବିଏ ୱାନ ସି ୬.୫ରୁ ୭ ମଧ୍ୟରେ ସୀମିତ ରହିବା ଉଚିତ । ରକ୍ତ ଏଲଡ଼ିଏଲ କୋଲେରେଷ୍ଟରଲ, ଓ ଟ୍ରାଇ ଗ୍ଲିସେରାଇଡ ମାତ୍ରା ଶତକଡ଼ା ୯୦ ମିଗ୍ରା ଭିତରେ ରହିଲେ ଭଲ । ଏସବୁ ରଖିବା ପାଇଁ ଆଜିକାଲି ନୂତନ ଔଷଧ ବାହାରିଲାଣି । ଷ୍ଟ୍ରୋକ୍ ଚିକିତ୍ସା ପାଇଁ ଫିଜିଓ ଥେରାପି ଓ ବିଭିନ୍ନ ଇଲେକ୍ଟ୍ରୋନିକ ଯନ୍ତ୍ରପାତି ଓ ଗ୍ୟାଜେଟ ବାହାରିଲାଣି । ଏଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ ।

ସଂଗୃହିତ: ଡାକ୍ତର ନିରଞ୍ଜନ ତ୍ରିପାଠୀ ଜୀବନ ବିକାଶ, ନିମସାହି, କଟକ

Last Modified : 12/19/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate