ଶୋଇବା ଆମ ଶରୀର ପାଇଁ ଗୁରୁତ୍ଵପୂର୍ଣ୍ଣ ଅଂଶ । ଠିକରେ ନ ଶୋଇବା ଶରୀର ପକ୍ଷେ କ୍ଷତିକାରକ । ତେଣୁ ଆମେ କମ୍ ଶୋଇଲେ ତାହା ଆମର ମାନସିକ ଓ ଶାରୀରିକ ସ୍ୱାସ୍ଥ୍ୟ ପ୍ରତି କ୍ଷତି ପହଞ୍ଚାଇବା । ଏହି ପରିପ୍ରେକ୍ଷୀରେ ଉତ୍ତମ ନିଦ୍ରା ଏକ ଜରୁରୀ ପ୍ରାକୃତିକ ପ୍ରକ୍ରିୟା ହୋଇଥିବାରୁ ଠିକ୍ରେ ଶୋଇବା ଓ ଠିକରେ ଶଯ୍ୟା ତ୍ୟାଗ କରିବା ଉପରେ ଗୁରୁତ୍ଵ ଦେବା ଆବଶ୍ୟକ ।
ଇଂରାଜୀରେ ଗୋଟିଏ ଛୋଟ ପଦ୍ୟ ରହିଛି । ଯାହାର ଅର୍ଥ ଯେଉଁମାନେ ସଅଳ ଶୁଅନ୍ତି ଓ ସଅଳଶଯ୍ୟତ୍ୟାଗ କରିଥାଆନ୍ତି, ସେମାନେ ସ୍ଵାସ୍ଥ୍ୟ, ଧନ ଓ ଜ୍ଞାନବାନ ହୋଇଥାଆନ୍ତି । ଏବେ କିନ୍ତୁ ଅନେକ ପ୍ରାତଃ କାଳରେ ଶଯ୍ୟତ୍ୟାଗ କରୁନାହାନ୍ତି । ସେମାନେ ଉଠିବା ବେଳକୁ ଖରାପଡ଼ି ଦିନ ଆରମ୍ଭ ହୋଇଯାଇଥାଏ । ସେମାନେ କେବେହେଲେ ସୂର୍ଯ୍ୟୋଦୟ ଦେଖିପାରନ୍ତି ନାହିଁ । ଉଦୟ ସମୟରେ ସୂର୍ଯ୍ୟଙ୍କ କିରଣ ସ୍ନିଗ୍ଧ, କୋମଳ ଓ ଶୀତଳ ଥାଏ । ଏହି କିରଣ ଶରୀରର ବିଶେଷ କରି ଚର୍ମ ପାଇଁ ହିତକରୀ । ଦ୍ଵିପ୍ରହରର ପ୍ରଖର ସୂର୍ଯ୍ୟକିରଣ ଶରୀର ପ୍ରତି ଅନୁକୂଳ ନୁହେଁ ବରଂ କ୍ଷତିକାରକ । ସୂର୍ଯ୍ୟୋଦୟ ଦେଖିବା ଓ ଉପଭୋଗ କରିବା ଶକ୍ତିବର୍ଦ୍ଧକ ଓ ସ୍ଫୁର୍ତ୍ତ ପ୍ରଦାୟକ ହୋଇଥିବାବେଳେ ସୂର୍ଯ୍ୟାସ୍ତ ଦେଖିବା ସେହିପରି ହିତକର ନୁହେଁ । ଅନେକ ଶାସ୍ତରେ ‘ସୂର୍ଯ୍ୟାସ୍ତ' ନଦେଖିବା ଉଚିତ ବୋଲି ମତ ରଖାଯାଇଛି ।
ପ୍ରାତଃ କାଳରେ କେତେବେଳେ ଶଯ୍ୟା ତ୍ୟାଗ କରିବା କଥା, ତାହା ମୁନିଋଷି ଓ ଶାସ୍ତବିତ ବହୁ ଆଗରୁ ଠିକ କରିଯାଇଛନ୍ତି । ସୂର୍ଯ୍ୟୋଦୟର ଏକ ଘଣ୍ଟା ପୂର୍ବରୁ ଶଯ୍ୟ ତ୍ୟାଗ ଠିକ ଥିଲେ ମଧ୍ୟ ସୂର୍ଯ୍ୟୋଦୟର ଠିକ ଆଗରୁ ନିଦ ଭାଙ୍ଗିବା ଭଲ । ଦେଖାଯାଇଛି, ସକାଳେ ବାସି ଶେଜରେ ହିଁ ଭଲ ନିଦ ହୋଇଥାଏ । ଫଳରେ ଡେରିରେ ଉଠିବା ଏକ ଅଭ୍ୟାସରେ ପରିଣତ ହୋଇପଡ଼ିଛି । ମାତ୍ର ଜଳଦି ଉଠିବା, ସକାଳୁ କାମ ଆରମ୍ଭ କରିବା ଦ୍ଵାରା ଅନେକ ଗୁଡ଼ିଏ ଉପକାର ମିଳିଥାଏ ।
ପୃଥିବୀର ସବୁ ସଫଳ ବ୍ୟକ୍ତିମାନେ ପ୍ରାୟତଃ ପ୍ରାତଃ ଶଯ୍ୟ, ତସ୍ୟାଗ କରିଥାଆନ୍ତି । ଏହାର ଅର୍ଥ ନୁହେଁ ଯେ ଡେରିରେ ଉଠୁଥିବା ବ୍ୟକ୍ତି ବିଫଳ । ମାତ୍ର ସକାଳୁ ଜଳଦି ଉଠିବା ଦ୍ଵାରା ଅଧିକ ସମୟ ମିଳିଥାଏ । ଆମ ଦେଶ ଓ ରାଜ୍ୟ ଗ୍ରୀଷ୍ଟ ପ୍ରଧାନ ଦେଶ ହୋଇଥିବାରୁ ସକାଳୁ ଉଠି ନିତ୍ୟକର୍ମ କରିବା ଓ ଗାଧୋଇବା ଦ୍ଵାରା ଉତ୍ତମ ଅଭ୍ୟାସ ହୋଇଥାଏ । ଶରୀର ଓ ମନରେ ନୂତନ ଉସାହ ଦେଖାଯାଇଥାଏ ।
ରାତିରେ ପାଟିରେ, ନାକରେ ଓ ମଳଦ୍ଵାରରେ ଯେତିକି କ୍ଷତିକାରକ ଜୀବାଣୁ ବଢ଼ିଥାଆନ୍ତି ସକାଳପରେ ଅଧିକ ବଢ଼ିଥାଆନ୍ତି । ପରିସ୍ରା ଓ ମଳ ପରିସ୍ରାଥଳୀ ଓ ମଳାଶୟ ଉପରେ ଚାପ ସୃଷ୍ଟି କରିବା ଦ୍ଵାରା ସେହି ଜନିତ ରୋଗସବୁ ସୃଷ୍ଟି ହୋଇଥାଏ । ପ୍ରାତଃରୁ ଶୌଚ ଓ ପରିସ୍ରା ସମ୍ପାଦନ କଲେ ଶରୀର ହାଳାକା, ହୋଇଥାଏ ।
ଏହା ଜାଣି ରଖିବା ଆବଶ୍ୟକ ଯେ, ପ୍ରାତଃଭ୍ରମଣ କରିବା ପୂର୍ବରୁ ମୁହଁ ଧୋଇବା, ଦାନ୍ତ ଘଷିବା, ପରିସ୍ରା ଓ ମଳତ୍ୟାଗ କରିବା ନିହାତି ଆବଶ୍ୟକ । ନଚେତ, ପ୍ରାତଃଭ୍ରମଣର ଉପକାରିତା ମିଳିବା ପରିବର୍ତ୍ତେ ଅପକାର ମିଳିଥାଏ । ଯେଉଁ ପିଲାମାନେ ସକାଳୁ ଜଲଦି ଉଠିଥାଆନ୍ତି, ସେମାନେ ପରୀକ୍ଷାରେ ଅଧିକ ନମ୍ବର ରଖିଥାଆନ୍ତି । ଏହାଛଡ଼ା ପାଠ ଭଲ ପଢ଼ିବା ସହ ଜୀବନରେ ସଫଳତା ପାଆନ୍ତି । ଟେକସାସ୍ ବିଶ୍ଵବିଦ୍ୟାଳୟର ଗବେଷକମାନେ ଏହା କହିଛନ୍ତି ।
ରାତ୍ରିରେ ଆମର ଖାଇବା ୬ରୁ ୮ ଘଣ୍ଟା ବନ୍ଦ ହୋଇଥାଏ । ତେଣୁ ସକାଳୁ ଜଲଦି ନ ଉଠିଲେ ଜଳଖିଆ ଖାଇବାରେ ଡେରି ହୋଇଥାଏ । ଏହାଛଡ଼ା । ସକାଳୁ ଉଠିବା ଦ୍ଵାରା ଆମର କାର୍ଯ୍ୟଦକ୍ଷତା ଓ ପଟୁତା ବୃଦ୍ଧି ପାଇଥାଏ । ସାଧାରଣ ଅପେକ୍ଷା ଏମାନେ ଅଧିକ କାମ କରିଥାଆନ୍ତି । ସକାଳୁ ଉଠୁଥିବା ଲୋକଙ୍କର ମାନସିକ ସ୍ଵାସ୍ଥ୍ୟ ଭଲ ରହିଥାଏ । ଦିନର ପ୍ରଥମ ଘଣ୍ଟା ଯେଭଳି କଟିଥାଏ, ବାକି ସମୟ ସେହି ଅନୁସାରେ କଟିଥାଏ । ଗବେଷଣାରୁ ଜଣାପଡ଼ିଛି ଯେ, ସକାଳୁ ଉଠୁଥିବା ଲୋକମାନେ ଯୁକ୍ତାତ୍ମକ ବ୍ୟକ୍ତିତ୍ଵ, ଅଧିକ ଆଶାବାଦୀ ଏବଂ ଜୀବନରେ ଅଧିକ ସନ୍ତୋଷ ଲାଭ କରିଥାନ୍ତି ।
ସଂଗୃହିତ: ଡାକ୍ତର ରାମଚନ୍ଦ୍ର ରାଉତ ଗୋପାଳପୁର, ବାଙ୍କୀ
Last Modified : 3/20/2020