ହୋମ / ସ୍ଵାସ୍ଥ୍ୟ / ଜୀବନର ସନ୍ଦେଶ / ସତର୍କତା ହିଁ ଶ୍ରବଣ ଶକ୍ତିକୁ ସୁରକ୍ଷିତ ରଖିବ
ସେଆର କରନ୍ତୁ

ସତର୍କତା ହିଁ ଶ୍ରବଣ ଶକ୍ତିକୁ ସୁରକ୍ଷିତ ରଖିବ

କର୍ଣ୍ଣ, ନାଶା ଓ ଗଳା ବିଶେଷଜ୍ଞପାଖକୁ ଆସୁଥିବା ରୋଗୀଙ୍କ ମଧ୍ୟରୁ ପ୍ରାୟ ୪୦ ପ୍ରତିଶତ ଲୋକ କାନଜନିତ ସମସ୍ୟାର ଶିକାର ହେଉଛନ୍ତି ।

ଉପକ୍ରମ

ଜଣେ କର୍ଣ୍ଣ, ନାଶା ଓ ଗଳା ବିଶେଷଜ୍ଞପାଖକୁ ଆସୁଥିବା ରୋଗୀଙ୍କ ମଧ୍ୟରୁ ପ୍ରାୟ ୪୦ ପ୍ରତିଶତ ଲୋକକାନଜନିତ ସମସ୍ୟାର ଶିକାର ହେଉଛନ୍ତି । ତେବେ ଏପରି କାନ ରୋଗୀଙ୍କ ସଂଖ୍ୟା ବୃଦ୍ଧିର କାରଣ ଯାହା ଜଣାପଡେ !

ଶ୍ରବଣଶକ୍ତି ହ୍ରାସର କାରଣ

କାନରେ ବିଭିନ୍ନ ପ୍ରକାର ସଂକ୍ରମଣ, ଶବ୍ଦ ପ୍ରଦୂଷଣ, ଅଧିକ ମାତ୍ରାରେ ମ୍ୟୁଜିକ୍ ଓ ଇୟରଫୋନ୍ ବ୍ୟବହାର, ଥଣ୍ଡା ଓ ଆଡେନୋଆଇଡ ( ଏକ ପ୍ରକାର ଟନ୍ସିଲ) ବୃଦ୍ଧି ଶ୍ରବଣଶକ୍ତି ହ୍ରାସର କାରଣ । ବାର୍ଦ୍ଧକ୍ୟ ଯୋଗୁଁ ଓ ଡାଇବେଟିସ୍ ଦ୍ଵାରା କାନର ସ୍ନାୟୁ ଦୁର୍ବଳ ହୋଇ ମଧ୍ୟ ଶ୍ରବଣଶକ୍ତି ହ୍ରାସ ପାଉଛି । କାନ ରୋଗ ହେଲେ କାନରୁ ପୂଜା ଓ ପାଣି ବାହାରିବା, ବିନ୍ଧା ଓ ଦରଜ, କୁଣ୍ଡେଇ ହେବା ଲକ୍ଷଣ ଦେଖାଯାଏ । ଏନେଇ ତୁରନ୍ତୁ ଇଏନ୍ଟି (କର୍ଣ୍ଣ , ନାଶା, ଗଳା) ବିଶେଷଜ୍ଞଙ୍କୁ ପଚାରିବା ଜରୁରୀ ।

ଜନ୍ମରୁ ଶିଶୁଟି ବଧିର ହୁଏ କାହିଁକି

ଏହି ରୋଗ ବଂଶଗତ, ଜନ୍ମରୁ ପିଲାର ସ୍ନାୟୁ ଦୁର୍ବଳ, ଗର୍ଭାବସ୍ଥାରେ ମା’ ଜରାୟୁ ସଂକ୍ରମଣର ଶିକାର ଓ କୌଣସି ଔଷଧ ପାର୍ଶ୍ଵପ୍ରତିକ୍ରିୟା ମଧ୍ୟ ପିଲାକୁ ବଧୀର କରିପାରେ ।

ଏହାର ଚିକିତ୍ସା ପଦ୍ଧତି କ’ଣ

ଜନ୍ମରୁ ବଧିର ପିଲାଙ୍କୁ ୨ ରୁ ୩ ବର୍ଷ ଭିତରେ ଶ୍ରବଣଶକ୍ତି ପରୀକ୍ଷା କରି ଶ୍ରବଣଯନ୍ତ୍ର ଓ ସ୍ପୀଚ ଥେରାପି ଚିକିତ୍ସା କରନ୍ତୁ । ନଚେତ୍ ଏହା ପରବର୍ତ୍ତୀ ସମୟରେ ପିଲାର ବାକ୍ ଶକ୍ତି ଉପରେ ପ୍ରଭାବ ପକାଏ । ଆଧୁନିକ ଚିକିତ୍ସାରେ ‘କକ୍ଲିଆର୍ ଇମ୍ପ୍ଲାଣ୍ଟ ଅପରେସନ୍’ ଦ୍ଵାରା ରୋଗକୁ ଭଲ କରାଯାଇପାରୁଛି । ଏହି ଅପରେସନ୍ ଦ୍ଵାରା କାନ ଭିତରେ ଏକ ‘ ଇଲୋକ୍ ଟ୍ରୋଡ’ ଲଗାଇ ତାହାକୁ ସ୍ନାୟୁ ସହିତ ସଂଯୋଗ କରାଯାଉଛି । ଏଥିପାଇଁ ୮ ରୁ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ ।

ଶ୍ରବଣ ଶକ୍ତି ହ୍ରାସ ମସ୍ତିଷ୍କ ଉପରେ ପ୍ରଭାବ ପାକାଏ କି

ନିଶ୍ଚିନ୍ତ ଭାବେ, ଶ୍ରବଣ ଶକ୍ତି କମିଲେ କାନରେ ଘଣ୍ଟି ଓ ହ୍ଵିସିଲ୍ ମାରିଲା ଭଳି ବିରକ୍ତିକର ଶବ୍ଦ ଶୁଣାଯାଏ । ଏହାକୁ ‘ ଟିନିଟିସ୍’ କୁହାଯାଏ । ଏହାଦ୍ଵାରା ବ୍ୟକ୍ତିର ଅବସାଦ ଓ ଉଦ୍ ବେଗ ବୃଦ୍ଧି ପାଏ । କାନରେ ପ୍ରତିକୂଳ ପ୍ରଭାବ ନପଡିବା ପାଇଁ ଶବ୍ଦର ମାତ୍ରା ୮୫ ଡେସିବିଲ୍ ଭିତରେ ରହିବା ଦରକାର ।

ଅଟୋସ୍ କ୍ଳେରୋସିସ୍’ ଡିଜିଜ୍ କହିଲେ କ’ଣ

କାନ ଭିତରେ ଥିବା ଅସ୍ଥି ଟାଣ ହୋଇଗଲେ ବାହାରୁ ଆସୁଥିବା ଶବ୍ଦ କମ୍ପନ ସୃଷ୍ଟି ନକରିବାରୁ ବ୍ୟକ୍ତି ଶୁଣିପାରେ ନାହିଁ । ଏହାକୁ ‘ଅଟୋସ୍ କ୍ଳେରୋସିସ୍’ କୁହାଯାଏ । ଅଧିକାଂଶ ମହିଳା ବଂଶଗତ ଓ ହାର୍ମୋନ ଅସନ୍ତୁଳନ ପାଇଁ ଏହାର ଶିକାର ହୁଅନ୍ତି । କୃତ୍ରିମ ହାଡ ଲଗାଇ ଏହାର ଚିକିତ୍ସା କରାଯାଉଛି ।

କାନ ପରଦା ଛିଦ୍ରର ଉପଚାର

ଲୋକମାନେ କାନ ସାଫା ପାଇଁ କାଠି,କାଗଜ ବ୍ୟବହାର କରିବା ଓ ଅନ୍ୟାନ୍ୟ ସଂକ୍ରମଣ ଯୋଗୁଁ ପରାଦାରେ ଛିଦ୍ର ହୁଏ । ଏଥିପାଇଁ ‘ ଟିମ୍ପାନୋପ୍ଲାଷ୍ଟିକ୍’ ଅସ୍ତ୍ରୋପଚାର ଦ୍ଵାରା ଚିକିତ୍ସା ସମ୍ଭବ ।

କାନ ପରୀକ୍ଷାର ପଦ୍ଧତି

ଶ୍ରବଣ ଶକ୍ତିର ପରୀକ୍ଷା ପାଇଁ ବୟସ୍କ ଲୋକ ଅଡିଓମେଟ୍ରିକ୍ ଟେଷ୍ଟ କରାଇବା ଦରକାର ଏହା ସହ ପିଲା ଜନ୍ମରୁ ୨ ବର୍ଷ ଭିତରେ ‘ ଅଟୋଆକୋଷ୍ଟିକ୍ ଏମିସନ୍’ ଓ ‘ବେରା’  ଟେଷ୍ଟ କରାଯାଉଛି ।

ଶ୍ରବଣଶକ୍ତି ସୁରକ୍ଷା ପାଇଁ ସତର୍କତା

ଶବ୍ଦ ପ୍ରଦୁଷଣରୁ ଦୁରାଇ ରୁହନ୍ତୁ । କାନକୁ ତେଲ, କାଠି, କାଗଜ ଦ୍ଵାରା ସଫା କରନ୍ତୁ ନାହିଁ । ଇୟର ଡ୍ରପ୍ ଓ ଇୟରବଡ୍ ଦ୍ଵାରା କାନ ସାଫା, ମୋବାଇଲ୍ ଫୋନ୍, ମ୍ୟୁଜିକ୍, ଇୟରଫୋନ୍ ଆବଶ୍ୟକ ମାତ୍ରାରେ ବ୍ୟବହାର କରନ୍ତୁ । ଥଣ୍ଡା ଓ ଧୁଳି ଆଲର୍ଜି ଠାରୁ ଦୂରେଇ ରୁହନ୍ତୁ । ଡାଇବେଟିସ୍ ଆୟତ୍ତରେ ରଖନ୍ତୁ । ଗ୍ଗାଧୋଇବା ସମୟରେ କାନରେ ପାଣି ନପଶିବା ପାଇଁ ଦୃଷ୍ଟି ଦିଅନ୍ତୁ । ଏହିପରି ଭାବେ ସତର୍କ ଅବଲମ୍ଭନ କାଲେ ଶ୍ରବଣ ଶକ୍ତି ହ୍ରାସରୁ ରକ୍ଷା ପାଇପାରିବେ ।

ଆଧାର

ପ୍ରମେୟ

3.26666666667
ନିରୋଦ ଚନ୍ଦ୍ର ଷଣ୍ଢ Jul 08, 2017 12:17 PM

କାନ ବିଷୟରେ ପାଠ କରି ବହୁତ ଜ୍ଞାନ ଅର୍ଜନ କଲି

ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top