ହୋମ / ସ୍ଵାସ୍ଥ୍ୟ / ଜୀବନର ସନ୍ଦେଶ / ସୋରିଷ ତେଲର ବ୍ୟବହାର କେତେ ଉପକାରୀ
ସେଆର କରନ୍ତୁ

ସୋରିଷ ତେଲର ବ୍ୟବହାର କେତେ ଉପକାରୀ

ସୋରିଷ ତେଲକୁ ଖାଦ୍ୟ ତିଆରି, ତ୍ୱଚାର ଚମକ ଓ ଦାନ୍ତ ସଫା ପାଇଁ ବ୍ୟବହାର କରାଯାଏ ।

ସୋରିଷ ତେଲ

ଘରେ ଘରେ ସୋରିଷ ତେଲର ବ୍ୟବହାର ନିହାତି ଏକ ସାଧାରଣ କଥା । ସୋରିଷ ତେଲକୁ ଖାଦ୍ୟ ତିଆରି, ତ୍ୱଚାର ଚମକ ଓ ଦାନ୍ତ ସଫା ପାଇଁ ବ୍ୟବହାର କରାଯାଏ । ସୋରିଷ ତେଲ ପ୍ରାକୃତିକ ରୂପରେ ତ୍ୱଚା ପାଇଁ ଖୁବ୍ ଉପକାରୀ । ଏହା ବ୍ୟତୀତ ମଜଭୁତ କେଶ ପାଇଁ ମଧ୍ୟ ସୋରିଷ ତେଲର ବ୍ୟବହାର ହୁଏ ।

ଫାଇଦା

ଆପଣ ଜାଣନ୍ତି କି ସୋରିଷ ତେଲର ବ୍ୟବହାର ଦ୍ୱାରା ଆପଣ ଆକର୍ଷଣୀୟ ଲୁକ୍ ମଧ୍ୟ ପାଇପାରିବେ । ତ୍ୱଚା ବିଶେଷଜ୍ଞଙ୍କ ଅନୁସାରେ ସୋରିଷ ତେଲ ତ୍ୱଚା ପାଇଁ ବହୁତ ଉପକାରୀ ।

ହାନିକାରକ କେମିକାଲ ଯୁକ୍ତ କଣ୍ଡିସନର କେଶରେ ଲଗାଇବା ପରିବର୍ତେ କେଶରେ ସୋରିଷ ତେଲ ଲଗାନ୍ତୁ । ଏହା ପ୍ରାକୃତିକ ରୂପରେ କେଶକୁ କଣ୍ଡିସନ କରିଥାଏ ।

ସୋରିଷ ତେଲ କେଶ ମୂଳରେ ମାଲିସ କରିବା ଦ୍ୱାରା କେଶକୁ ପର୍ଯ୍ୟାପ୍ତ ପରିମାଣର ପୋଷକ ତତ୍ୱ ମିଳିଥାଏ । କେଶରେ ସୋରିଷ ତେଲ ମାଲିସ କଲେ କେଶ ଝଡିବାରୁ ମଧ୍ୟ ମୁକ୍ତି ମିଳେ ।

ମୁହଁରେ ପ୍ରତିଦିନ ସୋରିଷ ତେଲ ମାଲିସ କରିବା ଦ୍ୱାରା କଳାଦାଗ, ସନବର୍ଣ୍ଣରୁ ରକ୍ଷା ମିଳିଥାଏ । ୧ ଚାମଚ ବେସନ, ୧ ଚାମଚ ଦହି, ଅଧା ଚାମଚ ଲେମ୍ବୁ ରସ,୧ ଚାମଚ ସୋରିଷ ତେଲ ମିଶାଇ ସପ୍ତାହରେ ତିନି ଦିନ ମୁହଁରେ ଲଗାନ୍ତୁ ।

ଶୀତ ଦିନରେ ତ୍ୱଚା ରୁକ୍ଷ ହେବା ଏକ ସାଧାରଣ କଥା । ଆପଣ ସୋରିଷ ତେଲର କିଛି ବୁନ୍ଦା ଚେହେରାରେ ମାଲିସ କରନ୍ତୁ । କିଛି ସମୟ ପରେ ପାଣିରେ ମୁହଁ ଧୋଇ ଦିଅନ୍ତୁ । ଏପରି କରିବା ଦ୍ୱାରା ତ୍ୱଚା କୋମଳ ରହିବା ସହ ତ୍ୱଚାରେ ଚମକ ଆସେ ।

ଆଧାର କନକ ନ୍ୟୁଜ୍

3.11764705882
ତାରକା ଚିହ୍ନ ଉପରେ କ୍ଲିକ କରି ପୃଷ୍ଟାଟିକୁ ମୂଲ୍ୟାଙ୍କନ କରନ୍ତୁ
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top