ହୋମ / ସ୍ଵାସ୍ଥ୍ୟ / ଜୀବନର ସନ୍ଦେଶ / ସାପ କାମୁଡ଼ାର ଚିକିତ୍ସା
ସେଆର କରନ୍ତୁ

ସାପ କାମୁଡ଼ାର ଚିକିତ୍ସା

ସାପ କାମୁଡ଼ା ସମୟରେ ଚିକିସ୍ଥା ଅପେକ୍ଷା ସଚେତନତା ଅଭାବରୁ ରୋଗୀକୁ ମୁମୂର୍ଷୁ କରିଦିଆଯାଉଥିବା ଅଭିଯୋଗ ଆସିଥାଏ ।

ସାପ

ସାପ କାମୁଡ଼ା ଓଡ଼ିଶାରେ ବିଶେଷ ଭାବେ ଦେଖାଯାଏ । ତେବେ ସାପ କାମୁଡ଼ା ସମୟରେ ଚିକିସ୍ଥା ଅପେକ୍ଷା ସଚେତନତା ଅଭାବରୁ ରୋଗୀକୁ ମୁମୂର୍ଷୁ  କରିଦିଆଯାଉଥିବା ଅଭିଯୋଗ ଆସିଥାଏ ।

ସାପ ସାଧାରଣତଃ ଦୁଇ ପ୍ରକାର । ଗୋଟିଏ ବିଷଧର ଓ ଅନ୍ୟଟି ବିଷହୀନ । ବିଷହୀନ ସାପ କାମୁଡ଼ିଲେ, କୌଣସି କ୍ଷତି ହୁଏନାହିଁ । କିନ୍ତୁ ବିଷଧର ସାପ କାମୁଡ଼ିଲେ ୧୫ରୁ ୨୦ ମିନିଟ ମଧ୍ୟରେ ବିଷ କ୍ରିୟା ଜଣାପଡ଼େ । ବିଷଧର ସାପ ପୁଣି ଦୁଇ ଶ୍ରେଣୀର । ଗୋଟିଏ ହେଲା ଗୋଖର ବା ନାଗ ଶ୍ରେଣୀର ଓ ଅନ୍ୟଟି ବୋଡ଼ା ଶ୍ରେଣୀର । ସାପ କାମୁଡ଼ିଲେ, ଏହାର ଦ°ଶନ ସ୍ଥାନରେ ଦୁଇଟି ଦାନ୍ତ ଚିହ୍ନ ଦେଖାଯାଇଥାଏ । ସ୍ଥାନଟି ଫୁଲିଯିବା ସହ ଯନ୍ତ୍ରଣା ଦେଇଥାଏ । ଏହି ସମୟରେ ଦେହ  ଝିମ୍ ଝିମ୍ ଲାଗିବା ସହ କେତେକ କ୍ଷେତ୍ରରେ ରକ୍ତସ୍ରାବ ହୁଏ । ଜଣ ଜଣଙ୍କ ଶରୀର କ୍ରମଶଃ ନୀଳ ପଡ଼ିଯାଏ ।

ସାପ କାମୁଡ଼ା

ବିଷାକ୍ତ ପ୍ରଜାତିର ନାଗ କିମ୍ବ ।  ଗୋଖର ସାପ କାମୁଡ଼ିଲେ, ବିଶେଷକରି ମସ୍ତିଷ୍କ ଓ ସ୍ନାୟୁ କ୍ଷତିଗ୍ରସ୍ତ ହୋଇଥାଏ । ସାପ କାମୁଡ଼ିଥିବା ଲୋକର ଆଖିପତା ପଡ଼ିଆସିଥାଏ ଯାହାଫଳରେ ସେ ପ୍ରତିଟି ଜିନିଷକୁ ଦୁଇ ଦୁଇଟା ଦିଶିବା ସହ ଆଉ କେତେକ କ୍ଷେତ୍ରରେ ଝାପସା ଦିଶିଥାଏ । ପକ୍ଷାଘାତ ରୋଗୀପରି ହାତଗୋଡ଼ ଦୁର୍ବଳ ହେବା ସହ ଶରୀର ଥକା ଲାଗିଥାଏ । ଜଣେ ଜଣେ ବେହୋସ ହୋଇଯାଆନ୍ତି । ତେବେ ଏହା ଭିତରେ ଶ୍ଵାସକ୍ରିୟା ବନ୍ଦ ହୋଇଗଲେ ସବୁକିଛି ନିୟନ୍ତ୍ରଣା ବାହାରକୁ ଚାଲିଯାଏ । ତେବେ ବୋଡ଼ା ପ୍ରଜାତିର ସାପ କାମୁଡ଼ିଲେ, ବିଶେଷକରି ରକ୍ତ କୋଷ କ୍ଷତିଗ୍ରସ୍ତ ହୋଇଥାଏ । କେବଳ ସେତିକି ନୁହେଁ ପ୍ରବଳ ଭାବରେ ମୁଣ୍ଡବ୍ୟଥା ହୋଇ ଲୋକଟି

ବାଚଳ ପରି ଅବଶ ହୋଇ ବାନ୍ତି କରିଥାଏ । ଗୁରୁତର କ୍ଷେତ୍ରରେ କଫରେ ରକ୍ତପଡ଼ିବା ସହ ପରିସ୍ରା ମଧ୍ୟ ବନ୍ଦ ହୋଇଯାଇଥାଏ ।

ଖରାଦିନରେ ଗାତ ବାହାରୁ ସାପମାନେ କିଛି କ୍ଷେତ୍ରରେ ବୁଲାବୁଲି କରିବା ସହ ବର୍ଷାଦିନରେ ସେମାନଙ୍କ ଗାତରେ ପାଣି ପଶିଯାଉଥିବାରୁ ପ୍ରାୟତଃ ବାହାରକୁ ଚାଲିଆସନ୍ତି । ତେବେ ଗ୍ରାମାଞ୍ଚଳରେ ରାତିରେ ଶୋଇଲାବେଳେ ମଶାରୀ ବ୍ୟବହାର ଖୁବ ଭଲ କାରଣ ନିବୁଜ ମଶାରୀ ଭିତରକୁ ସାପମାନେ ଯିବା ସମ୍ଭବ ହୋଇପାରି ନଥାଏ । ତେବେ ନିଜ ପରିବେଶକୁ ପରିଷ୍କାର କଲେ ଏହା ସାପର ନିରାପଦସ୍ଥଳୀ ହୋଇପାରିବ ନାହିଁ । ଆମ ରାଜ୍ୟରେ ଲୋକମାନେ ଭ୍ରାନ୍ତଧାରଣାର ଶିକାର ହୋଇ ଗୁଣାଗାରେଡ଼ି ଓ ଅନ୍ୟାନ୍ୟ ତୁଟୁକା ଚିକିତ୍ସା କରି ଶେଷ ମୁହୁର୍ତ୍ତରେ ଡାକ୍ତରଖାନାକୁ ଯାଇଥାନ୍ତି । ତେବେ ସାପ କାମୁଡ଼ିଥିବା କ୍ଷେତ୍ରରେ ଧୌର୍ଯ୍ୟହରା ନହେଲେ ଲୋକକୁ ଆଶ୍ଵସନା ଦିଅନ୍ତୁ । ଆତ୍ମପ୍ରତ୍ୟୟ ସୃଷ୍ଟି ହୋଇପାରିଲେ ଲୋକଟି ଭିତରୁ ଭୟ ଅପସରି ଯିବ । ଏ କ୍ଷେତ୍ରରେ ଲୋକକୁ ଚିତ କରି ଶୁଆଇ ଦିଅନ୍ତୁ । ହଲଚଲ ହେବାକୁ ସୁଯୋଗ ନଦେବା ସହ ସାପ କାମୁଡ଼ିଥିବା ସ୍ଥାନକୁ ପରିଷ୍କାର ଭାବରେ ସାବୁନ କିମ୍ବା ଡେଟଲରେ ଧୋଇଦିଅନ୍ତୁ । ସୁବିଧା ଥିଲେ ବରଫ ବ୍ୟବହାର କରିପାରନ୍ତି ତେବେ କାମୁଡ଼ିଥିବା ସ୍ଥାନର ଉପର ଅଂଶକୁ ସର୍ବପ୍ରଥମେ ବାନ୍ଧି ଦିଅନ୍ତୁ । ନିକଟସ୍ଥ ସ୍ଵାସ୍ଥ୍ୟକେନ୍ଦ୍ର କିମ୍ବା ଡାକ୍ତରଖାନାକୁ ରୋଗୀକୁ ତୁରନ୍ତ ନିଅନ୍ତୁ । ସାପ କାମୁଡ଼ିବାର ଚିକିତ୍ସା ପାଇଁ ସରକାର ଡାକ୍ତରଖାନାରେ ବିନା ମୂଲ୍ୟରେ ଇଞ୍ଜେକ୍ସନ ଯୋଗାଇ ଦେଇଛନ୍ତି । କେହି କେହି ସାପକାମୁଡ଼ିଥିବା ସ୍ଥାନକୁ କାଚ ଓ ବ୍ୟବହୃତ ଖଡ଼ିକା ଦ୍ଵାରା ଖଣ୍ଡିଆ କରିବା ସହିତ ଆଉ କେହି କେହି ଉକ୍ତ ସ୍ଥାନକୁ କିରାସିନି ବା ପେଟ୍ରୋଲ ବ୍ୟବହାର କରି ପୋଡ଼ିଥାନ୍ତି, ଯାହା ରୋଗୀଟି ପାଇଁ ଅତ୍ୟନ୍ତ ବିପଦପୂର୍ଣ୍ଣ ।

ସଂଗୃହିତ: ଡାକ୍ତର ପୂର୍ଣ୍ଣଶଶୀ ଦାସ, କଟକ

3.14285714286
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top