অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ସିକଲ୍ ସେଲ୍ ରକ୍ତହୀନତା

ସିକଲ୍ ସେଲ୍ ରକ୍ତହୀନତା

ଉପକ୍ରମ

ସିକଲ୍ ସେଲ୍ ରୋଗୀମାନଙ୍କର ହଠାତ୍ ରକ୍ତଶୂନ୍ୟତା ବଢିଯାଏ  । ସେମାନେ ସିଠା ଦେଖାଯାଆନ୍ତି । ହୃତପିଣ୍ଡ ଗତି ହଠାତ୍ ବଢିଯାଏ  । ରୋଗୀ ଅବଶ ହୋଇପଡେ  । ପାରଭୋ ଭୂତାଣୁ ସଂକ୍ରମଣ ହେଲେ ଲୋହିତ ରକ୍ତକଣିକା ହାଡ ମଜ୍ଜାରେ ତିଆରି ହୋଇପାରେ ନାହିଁ  । ହିମୋଗ୍ଲୋବିନ ପରିମାଣ ବହୁତ କମିଯାଏ  । ଏହା ହେଉଛି ରୋଗୀର ଗୁରୁତର ଅବସ୍ଥା । ସିକଲ୍ ସେଲ୍ ରୋଗ ବଂଶଗତ ଇ ଜିନ୍ ଦ୍ଵାରା ପ୍ରସାରିତ ହୁଏ । ଜଣେ ସୁସ୍ଥ ବ୍ୟକ୍ତିର ହିମୋଗ୍ଲୋବିନରେ ୨ଟି ବିଟା ଗ୍ଲୋବିନ ଚେନ୍ ଥାଏ  । ଏଥିରୁ ଗୋଟିଏ ବିଟା ଗ୍ଲୋବିନ ସ୍ଥାନରେ ସିକଲ୍ (ଏସ୍) ଗ୍ଲୋବିନ ପ୍ରତିସ୍ଥାପିତ ହେଲେ ସିକଲ୍ ସେଲ୍ ରୋଗ ହୁଏ  । ଏହା ଲୁଚି ରହିଥିବା ପୈତୃକ ଗୁଣ  । ପିତା କିମ୍ବା ମାତାଙ୍କ ମଧ୍ୟରୁ ଜଣେ ସିକଲ୍ ସେଲ୍ ରୋଗୀ ଏବଂ ଅନ୍ୟ ଜଣେ ବାହକ ହୋଇଥିଲେ, ଜନ୍ମିତ ସନ୍ତାନରୁ ଜଣେ ରୋଗୀ ଓ ଅନ୍ୟ ଜଣେ ବାହକ ହୋଇ ରହିବ  ।

ସିକଲ୍ ସେଲ୍ ରକ୍ତହୀନତା ରୋଗ

ସିକଲ୍ ସେଲ୍ ରକ୍ତହୀନତା ରୋଗରେ ରକ୍ତ କଣିକାଗୁଡିକ ସିକଲ୍ ଅର୍ଥାତ୍ ଦା’ଆକୃତିର ହୋଇଯାଏ  । ରକ୍ତରେ ପ୍ରବାହିତ ହେଉଥିବା ଲୋହିତ ରକ୍ତକଣିକା ଶରୀରର ସବୁ ଅଙ୍ଗକୁ ଅକ୍ସିଜେନ ବହନକରେ  । ଏହି ପ୍ରକ୍ରିୟା ବନ୍ଦ ହୋଇଗଲେ ଜୀବଜଗତ ତିଷ୍ଠିପାରିବ ନାହିଁ  । ଲୋହିତ ରକ୍ତକଣିକା ଆକାରରେ ବୃତ୍ତାକାର  । ଏହା ରକ୍ତରେ ୧୨୦ ଦିନ ପର୍ଯ୍ୟନ୍ତ ବଞ୍ଚନ୍ତି  । ଏହା ଭିତରେ ଥିବା ହିମୋଗ୍ଲୋବିନର ଆକାର ପରିବର୍ତ୍ତନ ହୋଇଯାଏ  । କମ୍ ଦିନରେ ଏଗୁଡିକ ନଷ୍ଟ ହୋଇଯାଆନ୍ତି  । ରକ୍ତ ସ୍ରୋତରେ ଜମାଟ ବାନ୍ଧନ୍ତି  । ସରୁ ଧମନୀରେ ଅଟକିଯାଇ ରକ୍ତ ପ୍ରବାହ ବନ୍ଦ କରିଦିଅନ୍ତି  । ଫଳରେ ରକ୍ତର ଘନତ୍ଵ ବୃଦ୍ଧି ହୁଏ  । ରକ୍ତ ପ୍ରବାହ ବାଧାପ୍ରାପ୍ତ ହେବା ଫଳରେ ମସ୍ତିଷ୍କ ଓ ଅନ୍ୟ ଅଙ୍ଗରେ ତନ୍ତୁ ନଷ୍ଟ ହୁଏ  । ଏହାକୁ ପକ୍ଷାଘାତ କୁହାଯାଏ  । ଅକାଳରେ ହାତ ଓ ଗୋଡ ଫୁଲେ  । ବିନ୍ଧା ହୁଏ  । ଜୀବାଣୁ ସଂକ୍ରମଣ ହୁଏ  । ହାରାହାରି ଜୀବନ କାଳ ୪୦ – ୬୦ ବର୍ଷରେ ସୀମିତ ରହେ  ।

ସିକଲ୍ (ଦାଆ) ସେଲ୍  ରୋଗ ବଂଶଗତ  । ବାପା ଓ ମା’ ଉଭୟଙ୍କଠାରୁ ଗୋଟିଏ ଲେଖାଏଁ ଅସ୍ଵାଭାବିକ ହିମୋଗ୍ଲୋବିନ ଜିନ୍ ଆସିଲେ ଏହାକୁ ‘ସିକଲ୍ ସେଲ୍ ରୋଗ’ କୁହାଯାଏ  । ଜଣେ ବ୍ୟକ୍ତି ଗୋଟିଏ ଅସ୍ଵାଭାବିକ ଜିନ୍ ବିହନ କରୁଥିଲେ ସେ ଏହି ରୋଗର ବାହକ ବୋଲି ଧରିନେବାକୁ ପଡେ  । ଏହି ଜିନ୍ ଟି ମା’ କିମ୍ବା ବାପା ପାଖରୁ ଆସିଥାଏ  । ସେମାନଙ୍କ ଶରୀରରେ ଏହି ରୋଗର କୌଣସି ଲକ୍ଷଣ ନ ଥାଏ  । ୨୦୧୫ରେ ହୋଇଥିବା ଏକ ସର୍ବେକ୍ଷଣ ଅନୁସାରେ ବିଶ୍ଵର ୪.୪ ନିୟୁତ ସିକଲ୍ ସେଲ୍ ରୋଗୀ ଏବଂ ୪୩ ନିୟୁତ ବାହକ ଅଛନ୍ତି  । ୮୦ ପ୍ରତିଶତ ରୋଗୀ ଆଫ୍ରିକାର ସାହାରା ମରୁଭୁମି ନିକଟରେ ବାସ କରନ୍ତି  । ଭାରତରେ ମଧ୍ୟ ଏଭଳି ରୋଗୀ ଅନେକ ଅଛନ୍ତି  । ଏହି ରୋଗରେ ୨୦୧୫ରେ ୧ଲକ୍ଷ ୧୪ ହଜାର ରୋଗୀଙ୍କର ମୃତ୍ୟୁ ହୋଇଛି  । ଭାରତର ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ ଓ ପାର୍ଶ୍ଵବର୍ତ୍ତୀ ପଶ୍ଚିମ ଓଡିଶାରେ ଏହି ରୋଗର ପ୍ରାଦୁର୍ଭାବ ବେଶି  । ଆଦିବାସୀ ଅଞ୍ଚଳରେ ଏହି ରୋଗ ଅଧିକ ପରିମାଣରେ ଦେଖାଯାଇଥାଏ  । ସେମାନଙ୍କର ଜୀବକୋଷରେ ଥିବା କ୍ରୋମୋଜୋମ୍ ରେ ଏହି ରୋଗର ଜିନ୍ ରହିଥାଏ  । ସମ୍ପର୍କୀୟ ଭାଇଭଉଣୀ ମଧ୍ୟରେ ବିବାହ ହେଉଥିବାରୁ ଏହି ସମ୍ପ୍ରଦାୟରେ ଏପରି ରୋଗ ଅଧିକ ପରିମାଣରେ ଦେଖିବାକୁ ମିଳେ  ।

ସିକଲ୍ ସେଲ୍ ରୋଗୀମାନେ ବିଭିନ୍ନ ରୋଗ ସଂକ୍ରମଣରୁ ଦୂରେଇ ରହିବା ପାଇଁ ଟୀକା ନେବା ଉଚିତ  । ରୋଗରେ ଆକ୍ରାନ୍ତ ହେଲେ ବିଳମ୍ବ ନ କରି ଆଣ୍ଟିବାୟୋଟିକ ଔଷଧ ଖାଇବା ଆବଶ୍ୟକ  । ନିୟମିତ ଭାବରେ ପ୍ରତିଦିନ ଫଲିକ ଏସିଡ୍ ବଟିକା ଖାଇବା ସହିତ ଅଧିକ ପାଣି ପିଇବାକୁ ପଡିଥାଏ  । ତା’ ସହ ଯନ୍ତ୍ରଣା କମାଇବା ବଟିକା ଆବଶ୍ୟକ  । ପଡେ  । କେତେକ ସମୟରେ ଏହି ରୋଗ ଗୁରୁତର ଅବସ୍ଥା ଧାରଣ କରିଥାଏ  । ରକ୍ତବାହୀ ଶିର ଅବରୋଧ ହୋଇଯାଏ  । ଫଳରେ ଲୋହିତ ରକ୍ତକଣିକା ଗୁଡିକ ଅଧିକ ସଂଖ୍ୟାରେ ଦାଆ ପରି ଆକାର ହୋଇଗଲେ ରକ୍ତ ପ୍ରବାହ ହୋଇପାରେ ନାହିଁ  । ପ୍ରବଳ ଯନ୍ତ୍ରଣା ହୁଏ  । ରୋଗୀକୁ ସାଲାଇନ୍, ବିନ୍ଧା ଔଷଧ ଓ ରକ୍ତ ଦେବାକୁ ପଡେ  । ଅଫିମ ଇଞ୍ଜେକ୍ସନ ନେବାକୁ ହୁଏ କିମ୍ବା ବଟିକା ଖାଇବା ଆବଶ୍ୟକ ହୁଏ  । ଲିଙ୍ଗ ଓ ଫୁସଫୁସ୍ ରେ ଏହାର ନିଦାନ ଦେଖାଯାଏ  ।

ପ୍ଲିହାର ଧମନୀ ସରୁ ହୋଇଥିବାରୁ ବିକୃତ ଲୋହିତ ରକ୍ତକଣିକାଗୁଡିକ ପ୍ରବାହିତ ହୋଇପାରନ୍ତି ନାହିଁ  । ତେଣୁ ବହୁ ଯନ୍ତ୍ରଣା ହୁଏ  । ପ୍ଲିହା ଫୁଲିଯାଏ  । ହିମୋଗ୍ଲୋବିନ କମିଯାଏ  । ରକ୍ତ ଅଭାବରୁ ମସ୍ତିଷ୍କ ଆଘାତ ହୁଏ  । ଏହାର ଆଶୁ ଚିକିତ୍ସା ନ କଲେ ରୋଗୀ ମରିଯାଏ  । ଛାତିରେ ଅତିଶୟ ଯନ୍ତ୍ରଣା ହୁଏ  । ଜ୍ଵର ହୁଏ  । ବିକୃତ ଲୋହିତ ରକ୍ତକଣିକାଗୁଡିକ ରକ୍ତ ସଞ୍ଚାଳନ ଅବରୋଧ କରିବାରୁ ଏଭଳି ଲକ୍ଷଣ ପ୍ରକାଶ ପାଏ  । ତୁରନ୍ତ  ଚିକିତ୍ସା ନ କଲେ ୨୫ ପ୍ରତିଶତ ରୋଗୀଙ୍କର ମୃତ୍ୟୁ ଆଶଙ୍କା ଥାଏ  ।

ସିକଲ୍ ସେଲ୍ ରୋଗୀମାନଙ୍କର ହଠାତ୍ ରକ୍ତଶୂନ୍ୟତା ବଢିଯାଏ  । ସେମାନେ ସିଠା ଦେଖାଯାନ୍ତି ହୃତପିଣ୍ଡ ଗତି ହଠାତ୍ ବଢିଯାଏ  । ରୋଗୀ ଅବଶ ହୋଇପଡେ  । ପାରୋଭୋ ଭୂତାଣୁ ସଂକ୍ରମଣ ହେଲେ ଲୋହିତ ରକ୍ତକଣିକା ହାଡ ମଜ୍ଜାରେ ତିଆରି ହୋଇପାରେ ନାହିଁ  । ହିମୋଗ୍ଲୋବିନ ପରିମାଣ ବହୁଆ କମିଯାଏ  । ଏହା ହେଉଛି ରୋଗୀର ଗୁରୁତର ଅବସ୍ଥା  ।

ସିକଲ୍ ସେଲ୍ ରୋଗ ବଂଶଗତ ଓ ଜିନ୍ ଦ୍ଵାରା ପ୍ରସାରିତ ହୁଏ  । ଜଣେ ସୁସ୍ଥ ବ୍ୟକ୍ତିର ହିମୋଗ୍ଲୋବିନରେ ୨ଟି ବିଟା ଗ୍ଲୋବିନ ଚେନ୍ ଥାଏ  । ଏଥିରୁ ଗୋଟାଏ ବିଟା ଗ୍ଲୋବିନ ସ୍ଥାନରେ ସିକଲ୍ ଗ୍ଲୋବିନ ପ୍ରତିସ୍ଥାପିତ ହେଲେ ସିକଲ୍ ସେଲ୍  ରୋଗ ହୁଏ  । ଏହା ଲୁଚି ରହିଥିବା ପୈତୃକ ଗୁଣ  । ପିତା କିମ୍ବା ମାତାଙ୍କ ମଧ୍ୟରୁ ଜଣେ ସିକଲ୍ ସେଲ୍ ରୋଗୀ ଏବଂ ଅନ୍ୟ ଜଣେ ବାହକ ହୋଇଥିଲେ, ଜନ୍ମିତ ସନ୍ତାନରୁ ଜଣେ ରୋଗୀ ଓ ଅନ୍ୟ ଜଣେ ବାହକ ହୋଇ ରହିବ  ।

ଉଭୟ ମାତା – ପିତା ବାହକ ହୋଇଥିଲେ, ଚାରିଜଣ ସନ୍ତାନ ମଧ୍ୟରୁ ଜଣେ ରୋଗୀ, ଦ୍ଵିତୀୟ ରୋଗ ମୁକ୍ତ ଏବଂ ଅନ୍ୟ ଦୁଇ ଜଣ ଅପ୍ରଭାବିତ  । ମ୍ୟାଲେରିଆ ପରଜୀବୀର ଜୀବନଚକ୍ର ବଡ ଜଟିଳ  । ଏହାର ଗୋଟିଏ ଭାଗ ଲୋହିତ ରକ୍ତକଣିକା ଭିତରେ ସମ୍ପୂର୍ଣ୍ଣ ହୁଏ  । ଜଣେ ବାହକର ରକ୍ତକଣିକା ମଧ୍ୟରେ ମ୍ୟାଲେରିଆ ପରଜୀବୀ ପ୍ରବେଶ କଲେ କୋଷଟି ପରିପକ୍ଵ ହେବା ପୂର୍ବରୁ ଫାଟିଯାଏ  । ତେଣୁ ପରଜୀବୀଟି ମରିଯାଏ  । ଏହି କାରଣରୁ ସିକଲ୍ ସେଲ୍  ବାହକ ରୋଗୀମାନଙ୍କୁ ମ୍ୟାଲେରିଆ ହୁଏ ନାହିଁ  ।

ସିକଲ୍ ସେଲ୍  ରୋଗ ନିରୂପଣ ପାଇଁ ପରୀକ୍ଷା ଆବଶ୍ୟକ  । ଏହି ରୋଗୀମାନଙ୍କର ହିମୋଗ୍ଲୋବିନ ୬-୮ ଗ୍ରାମ୍ ଭିତରେ ରହେ  । ଅପରିପକ୍ଵ ଲୋହିତ ରକ୍ତକଣିକା ସଂଖ୍ୟା ବୃଦ୍ଧି ହୁଏ  । କାଚ ସ୍ଲାଇଡ ରକ୍ତ ପରୀକ୍ଷାରେ ଜଣାପଡିପାରେ  । ରକ୍ତରେ ସିକଲ୍ ଦ୍ରବଣୀୟତା ପରୀକ୍ଷା ଦ୍ଵାରା ରୋଗ ଚିହ୍ନଟ ହୁଏ  । ସୋଡିୟମ ଡାଇଥିଓନାଇଟ ଦ୍ରବଣରେ ସିକଲ୍ ସେଲ୍ ରୋଗୀର ରକ୍ତ ମିଶାଇଲେ ତାହା ବହଳିଆ ହୋଇଯାଏ  । କିନ୍ତୁ ସୁସ୍ଥ ବ୍ୟକ୍ତିର ଏହା ସଫା ଦେଖାଯାଏ  । ଏଚ୍ ପିଏଲ୍ ସି ରକ୍ତ ପରୀକ୍ଷା ଦ୍ଵାରା ରୋଗ ଠିକ୍ ନିରୂପଣ ହୁଏ  । ରୋଗର ବାହକମାନେ ବିବାହ କିମ୍ବା ସନ୍ତାନ ଜନ୍ମ ପୂର୍ବରୁ ଜିନ୍ ବିଷୟରେ ପରାମର୍ଶ ନେବା ଉଚିତ୍  । ଫଳରେ ଏଭଳି ରୋଗୀଙ୍କ ସଂଖ୍ୟା ବୃଦ୍ଧି ହେବ ନାହିଁ  ।

ସିକଲ୍ ସେଲ୍ ରୋଗୀକୁ ପ୍ରତିଦିନ ପାଞ୍ଚ ମିଲିଗ୍ରାମ ଫଲିକ ଏସିଡ୍ ବଟିକା ଖାଇବାକୁ ଦେବାକୁ ଅଅଡିଥାଏ  । ରୋଗୀର ଯନ୍ତ୍ରଣା ହେଲେ ଅଫିମ ବଟିକା କିମ୍ବା ଇଞ୍ଜେକ୍ସନ ଦିଆଯାଏ  । ଛାତିରେ ଯନ୍ତ୍ରଣା ହଲେ, ନିଶ୍ଵାସ ନେବାରେ କଷ୍ଟ ହେଲେ ଅକ୍ସିଜେନ ସହିତ ଆଣ୍ଟିବାୟୋଟିକ ପ୍ରୟୋଗ ଆବଶ୍ୟକ  । ହିମୋଗ୍ଲୋବିନ କମିଗଲେ ରକ୍ତ ଦେବା ଜରୁରୀ  ।

ସଂଗୃହୀତ – ଡା. ଦ୍ଵିଜେଶ କୁମାର ପଣ୍ଡା

Last Modified : 4/12/2022



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate