ହୋମ / ସ୍ଵାସ୍ଥ୍ୟ / ଜୀବନର ସନ୍ଦେଶ / ସିଗାରେଟ ପିଇବାର ପ୍ରଥମ ଦିନରୁ ପଡ଼ିଥାଏ ଖରାପ ପ୍ରଭାବ
ସେଆର କରନ୍ତୁ

ସିଗାରେଟ ପିଇବାର ପ୍ରଥମ ଦିନରୁ ପଡ଼ିଥାଏ ଖରାପ ପ୍ରଭାବ

ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ସୁଚନା ଅନୁଯାୟୀ ସିଗାରେଟ ପିଇବା ଆରମ୍ଭ କରିବାର ପ୍ରଥମ ଦିନରୁ ହିଁ ଏହାର କୁପ୍ରଭାବ ଆରମ୍ଭ ହୋଇଥାଏ।

ସିଗାରେଟର

ଏପରି କୁହାଯାଏ ଯେ ଧ୍ରୁମପାନ ଶରୀର ଉପରେ ଗଭୀର ପ୍ରଭାବ ପଡ଼ିଥାଏ। ମାତ୍ର ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ସୁଚନା ଅନୁଯାୟୀ ସିଗାରେଟ ପିଇବା ଆରମ୍ଭ କରିବାର ପ୍ରଥମ ଦିନରୁ ହିଁ ଏହାର କୁପ୍ରଭାବ ଆରମ୍ଭ ହୋଇଥାଏ।

ସିଗାରେଟର ପ୍ରଭାବ

  1. ସିଗାରେଟ ପିଇବା ଦ୍ୱାରା ମସ୍ତିଷ୍କର କୋକ୍ଟେସ ପତଳା ହେବାରେ ଲାଗିଥାଏ। ଏହାଦ୍ୱାରାମସ୍ତିଷ୍କର ଶକ୍ତି କମିବାରେ ଲାଗିଥାଏ ।
  2. ଏଥିରେ ଥିବା କେମିକାଲ  ମୁଖରେ ଥିବା ଲାଳ ସୁଖିବାକୁ ଦେଇନଥାଏ। ଏହାଦ୍ୱାରା ମୁଖ ଦୁର୍ଗନ୍ଧ ପରି ସମସ୍ୟା ସୃଷ୍ଟି ହୋଇଥାଏ ।
  3. ସିଗାରେଟ ପିଇବା ଦ୍ୱାରା ଫୁସ୍‌ଫୁସ୍‌ ବିଶେଷ ରୂପେ ପ୍ରଭାବିତ ହୋଇଥାଏ। ଏହା ଦ୍ୱାରା ଭବିଷ୍ୟରେ ଫୁସ୍‌ଫୁସ୍‌ କ୍ୟାନ୍ସର ପରି ସମସ୍ୟା ଦେଖାଦେଇଥାଏ।
  4. ନିୟମିତ ଭାବେ ସିଗାରେଟ ପିଇବା ଦ୍ୱାରା ଅତିକମ୍‌ରେ ୩୦ ଦିନ ମଧ୍ୟରେ ବ୍ଲଡ଼ ପ୍ରେସର କମିବା ଏବଂ ବଢ଼ିବା ଆରମ୍ଭ କରିଥାଏ। ଯାହାଫଳରେ ଭବିଷ୍ୟରେ ଷ୍ଟ୍ରୋକ୍‌ ଏବଂ ହାର୍ଟ ଆଟର୍କର ଆଶଙ୍କା ବଢ଼ିଥାଏ।
  5. ସିଗାରେଟରେ ତିବା ତମାଖୁରେ ବହୁତ ଆକ୍ସିଡ଼େଣ୍ଟସ୍‌ ମିଳିଥାଏ। ଯାହା ଆଖି ଉପରେ ମଧ୍ୟ ପ୍ରଭାବ ପକାଇ ଥାଏ। ଫଳରେ ଆଖିର ଶକ୍ତି ଶେଷ ହେବାକୁ ଲାଗିଥାଏ।
  6. ସିଗାରେଟରେ ଥିବା ନିକୋଟିନ ଶରୀରରେ ଏଷ୍ଟ୍ରୋଜେନ୍‌ ହରମୋନର ପ୍ରଭାବକୁ କମ୍‌ କରିବାରେ ଲାଗିଥାଏ। ଏହା ଫଳରେ ହାଡ଼ ଦୁର୍ବଳ ହେବାକୁ ଲାଗିଥାଏ।
  7. ସିଗାରେଟ ଶରୀରରେ ରକ୍ତ ପ୍ରବାହ କମ୍‌ କରିଥାଏ। ଏହା ଏକ ମାସ ଭିତରେ କିଡ଼ନୀ ଉପରେ ଖରାପ ପ୍ରଭାବ ପକାଇବା ଆରମ୍ଭ କରିଥାଏ।
  8. ସିଗାରେଟରେ ଥିବା ଫେନାନଥରେନ୍‌ ନାମ ତତ୍ତ୍ୱ ରକ୍ତରେ ମିଶି ଡ଼ିଏନ୍‌ଏ ଉପରେ ଖରାପ ପ୍ରଭାବ ପକାଇଥାଏ। ଯାହା ଫଳରେ କ୍ୟାନ୍ସରର ଆଶଙ୍କା ବଢ଼ିଥାଏ।
  9. ଆଧାର, ଖବର ଓଡିଶା

2.80769230769
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top