ହୋମ / ସ୍ଵାସ୍ଥ୍ୟ / ଜୀବନର ସନ୍ଦେଶ / ସିଗାରେଟ୍ ପିଉଥିଲେ ଶରୀରର ପାଇଁ କ୍ଷତି
ସେଆର କରନ୍ତୁ

ସିଗାରେଟ୍ ପିଉଥିଲେ ଶରୀରର ପାଇଁ କ୍ଷତି

ସିଗାରେଟ୍ ପିଉଥିଲେ ଶରୀର ବହୁତ କ୍ଷତି ହୋଇଥାଏ । କିପରି ନିବାରଣ କରିବେ ସେ ବିଷୟରେ ସୂଚନା ।

ଉପକ୍ରମ

ଦେଶର ସାଧାରଣ ଜନତାଙ୍କ ମଧ୍ୟରେ ତମାଖୁର ବ୍ୟବହାର ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଏବଂ ପରିବାର କଳ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଦୂରଦର୍ଶକ ନୀତି ଅନୁସାରେ ଜାରି କରାଯାଉଥିବା ତମାଖୁ ନିରୋଧି ପ୍ରମାଣିକ ଚଳଚ୍ଚିତ୍ରକୁ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ବେଶ୍ ସକରାତ୍ମକ ପ୍ରଭାବ ଅନୁଭୂତ କରାଉଛି ବୋଲି ସର୍ଭେ ରିପୋର୍ଟରେ ପ୍ରକାଶ ପାଇଛି।

ମାତ୍ର ଏହାର ପ୍ରଭାବ ସାମାଜିକସ୍ତରରେ ଅଧିକ ଅନୁଭୂତ ହେବା ପାଇଁ ଦୃଢ଼ ପ୍ରଣୟନ ନୀତିର ଆବଶ୍ୟକତା ରହିଛି ବୋଲି ସର୍ଭେରେ ପ୍ରକାଶ ପାଇଛି। କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ପ୍ରମାଣିକ ଚଳଚ୍ଚିତ୍ର ତଥା ବିଜ୍ଞାପନ ଗୁଡିକରେ ତମାଖୁ ସେବନ ଦ୍ୱାରା ସ୍ୱାସ୍ଥ୍ୟ ଉପରେ ଅନୁଭୁତ ହେଉଥିବା ପ୍ରତିକୂଳ ପ୍ରଭାବ, ସମାଜିକ ତଥା ଆର୍ଥିକ କ୍ଷେତ୍ରରେ ସୃଷ୍ଟି ହେଉଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଯାଇଥାଏ କିନ୍ତୁ ଉପଯୁକ୍ତ ନୀତି ନିୟାମକ ପ୍ରଣୟନ କରାଗଲେ ଅଧିକ ସୁଫଳ ମିଳିବ ବୋଲି ଭାଇଟାଲ ଷ୍ଟ୍ରାଟେଜି ଦ୍ୱାରା କରାଯାଇଥିବା ‘ ଇଭାଲୁ୍ୟସନ୍ ଅଫ୍ ଟୋବାକୋ ଫ୍ରି ଫିଲ୍ମ ଆଣ୍ଡ୍ ଟେଲିଭିଜନ ପଲିସି ଇନ୍ ଇଣ୍ଡିଆ’ ଶୀର୍ଷକ ରିପୋର୍ଟରେ ଦର୍ଶାଯାଇଛି।

ଏହି ସର୍ଭେରେ ଭାଇଟାଲ ଷ୍ଟ୍ରାଟେଜି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମିଳିତ ଭାବରେ ସ୍ୱାସ୍ଥ୍ୟ ଏବଂ ପରିବାର ମନ୍ତ୍ରଣାଳୟ ନିଦେ୍ର୍ଦଶରେ କାର୍ଯ୍ୟ ସମ୍ପାଦନ କରିଥିଲେ ।

ସିଗାରେଟ ପିଇବାର ପ୍ରଥମ ଦିନରୁ ପଡ଼ିଥାଏ ଖରାପ ପ୍ରଭାବ

ଏପରି କୁହାଯାଏ ଯେ ଧ୍ରୁମପାନ ଶରୀର ଉପରେ ଗଭୀର ପ୍ରଭାବ ପଡ଼ିଥାଏ। ମାତ୍ର ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ସୁଚନା ଅନୁଯାୟୀ ସିଗାରେଟ ପିଇବା ଆରମ୍ଭ କରିବାର ପ୍ରଥମ ଦିନରୁ ହିଁ ଏହାର କୁପ୍ରଭାବ ଆରମ୍ଭ ହୋଇଥାଏ।

  1. ସିଗାରେଟ ପିଇବା ଦ୍ୱାରା ମସ୍ତିଷ୍କର କୋକ୍ଟେସ ପତଳା ହେବାରେ ଲାଗିଥାଏ। ଏହାଦ୍ୱାରାମସ୍ତିଷ୍କର ଶକ୍ତି କମିବାରେ ଲାଗିଥାଏ ।
  2. ଏଥିରେ ଥିବା କେମିକାଲ ମୁଖରେ ଥିବା ଲାଳ ସୁଖିବାକୁ ଦେଇନଥାଏ। ଏହାଦ୍ୱାରା ମୁଖ ଦୁର୍ଗନ୍ଧ ପରି ସମସ୍ୟା ସୃଷ୍ଟି ହୋଇଥାଏ ।
  3. ସିଗାରେଟ ପିଇବା ଦ୍ୱାରା ଫୁସ୍‌ଫୁସ୍‌ ବିଶେଷ ରୂପେ ପ୍ରଭାବିତ ହୋଇଥାଏ। ଏହା ଦ୍ୱାରା ଭବିଷ୍ୟରେ ଫୁସ୍‌ଫୁସ୍‌ କ୍ୟାନ୍ସର ପରି ସମସ୍ୟା ଦେଖାଦେଇଥାଏ।
  4. ନିୟମିତ ଭାବେ ସିଗାରେଟ ପିଇବା ଦ୍ୱାରା ଅତିକମ୍‌ରେ ୩୦ ଦିନ ମଧ୍ୟରେ ବ୍ଲଡ଼ ପ୍ରେସର କମିବା ଏବଂ ବଢ଼ିବା ଆରମ୍ଭ କରିଥାଏ। ଯାହାଫଳରେ ଭବିଷ୍ୟରେ ଷ୍ଟ୍ରୋକ୍‌ ଏବଂ ହାର୍ଟ ଆଟର୍କର ଆଶଙ୍କା ବଢ଼ିଥାଏ।
  5. ସିଗାରେଟରେ ତିବା ତମାଖୁରେ ବହୁତ ଆକ୍ସିଡ଼େଣ୍ଟସ୍‌ ମିଳିଥାଏ। ଯାହା ଆଖି ଉପରେ ମଧ୍ୟ ପ୍ରଭାବ ପକାଇ ଥାଏ। ଫଳରେ ଆଖିର ଶକ୍ତି ଶେଷ ହେବାକୁ ଲାଗିଥାଏ।
  6. ସିଗାରେଟରେ ଥିବା ନିକୋଟିନ ଶରୀରରେ ଏଷ୍ଟ୍ରୋଜେନ୍‌ ହରମୋନର ପ୍ରଭାବକୁ କମ୍‌ କରିବାରେ ଲାଗିଥାଏ। ଏହା ଫଳରେ ହାଡ଼ ଦୁର୍ବଳ ହେବାକୁ ଲାଗିଥାଏ।
  7. ସିଗାରେଟ ଶରୀରରେ ରକ୍ତ ପ୍ରବାହ କମ୍‌ କରିଥାଏ। ଏହା ଏକ ମାସ ଭିତରେ କିଡ଼ନୀ ଉପରେ ଖରାପ ପ୍ରଭାବ ପକାଇବା ଆରମ୍ଭ କରିଥାଏ।
  8. ସିଗାରେଟରେ ଥିବା ଫେନାନଥରେନ୍‌ ନାମ ତତ୍ତ୍ୱ ରକ୍ତରେ ମିଶି ଡ଼ିଏନ୍‌ଏ ଉପରେ ଖରାପ ପ୍ରଭାବ ପକାଇଥାଏ। ଯାହା ଫଳରେ କ୍ୟାନ୍ସରର ଆଶଙ୍କା ବଢ଼ିଥାଏ।

ପ୍ରଭାବ

ସିଗାରେଟ୍‌ ସ୍ୱାସ୍ଥ୍ୟ ପ୍ରତି ହାନିକାରକ। ଏହା ଜାଣି ମଧ୍ୟ ଅଧିକାଂଶ ଲୋକ ସିଗାରେଟ୍‌ ଛାଡିପାରନ୍ତି ନାହିଁ। ହେଲେ ଏହାଦ୍ୱାରା ସିଗାରେଟ୍‌ ପିଉଥିବା ଲୋକମାନେ ନିଜ ଶରୀର ସହ ଅନ୍ୟମାନଙ୍କ ଜୀବନକୁ ବିପଦରେ ପକାଇଥାନ୍ତି। ଆପଣ ସିଗାରେଟ୍‌ ପିଉଛନ୍ତି କି? ଯଦି ପିଉଛନ୍ତି ତେବେ ଏହି ଅଭ୍ୟାସ ଛାଡି ଦିଅନ୍ତୁ। ଆପଣଙ୍କ ମୂଲ୍ୟବାନ ଜୀବନକୁ ବିପଦରୁ ଦୂରେଇ ରଖନ୍ତୁ। ଜାଣିଶୁଣି ମୃତ୍ୟୁକୁ ଡାକନ୍ତୁ ନାହିଁ। ଅଧିକ ଦିନ ସିଗାରେଟ ପିଉଥିବା ବ୍ୟକ୍ତି କ୍ୟାନସର ରୋଗର ଶିକାର ହୋଇଥାନ୍ତି, ତେଣୁ ଏବେଠୁ ସଜାଗ ହୋଇଯାଆନ୍ତୁ। ଜାଣନ୍ତୁ ସିଗାରେଟ୍‌ ପିଉଥିଲେ ଆପଣ ପ୍ରଥମ ପର୍ଯ୍ୟାୟରେ କେଉଁ ସମସ୍ୟାର ସମ୍ମୁଖିନ ହେବେ।

  1. ସିଗାରେଟ୍‌ ପିଇବା ଦ୍ୱାରା ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେବାସହ ଅତ୍ୟାଧିକ ପରିଶ୍ରମ କରିପାରିବେ ନାହିଁ।
  2. ଆପଣ ଅଧିକ ସମୟ ଏକ୍ସରସାଇଜ୍‌ କିମ୍ବା ଚଲାବୁଲା କଲେ ଥକିଯିବା ଭଳି ଅନୁଭବ କରିବେ।
  3. ସିଗାରେଟ୍‌ ପିଇବା ଫଳରେ ପାଟିରୁ ଦୁର୍ଗନ୍ଧ ବାହାରିବା ସହ ଷ୍ଟ୍ରୋକ୍‌ ଓ ହୃଦଘାତ ହେବାର ସମ୍ଭାବନା ଅଧିକ ରହିଛି।
  4. ସିଗାରେଟ୍‌ ଧୂଆଁ ଶରୀର ଭିତରକୁ ଯିବା ଦ୍ୱାରା ଶ୍ୱାସ ରୋଗ ହେବାର ସମ୍ଭାବନା ଅଧିକ ରହିଛି।
  5. ଅକ୍ସିଜେନ୍‌ର କମି ଅନୁଭବ ହୋବା ସହ ଥାକାପଣ ଓ ଦୁର୍ବଳ ଅନୁଭବ କରିବେ।
  6. ଏହାଦ୍ୱାରା ଏସିଡିଟି ହେବା ସହ ଶରୀର ଜଳାପୋଡା କରିଥାଏ।
  7. ସିଗାରେଟ୍‌ ପିଉଥିଲେ ଗଳାରେ ସମସ୍ୟା ଦେଖାଦେବା ସହ ଛାତିରେ କଫ ଜମିଥାଏ ।
  8. ଏହାଦ୍ୱାରା ଓଠ କଳା ପଡିବା ସହ ନିଦ୍ରାହୀନତା ମଧ୍ୟ ଦେଖାଦେଇଥାଏ ।

ସିଗାରେଟର କୁପ୍ରଭାବରୁ ନିଜକୁ ଦୂରେଇ ରଖିବା

ଧୁମପାନ କରିବା ଅଥବା ତମାଖୁ ଖାଇବା ଦ୍ୱାରା ଶରୀରରେ ପିକୋଯିନ୍‌ର ପରିମାଣ ବୃଦ୍ଧି ପାଇଥାଏ । ଯାହାର କୁପ୍ରଭାବ ଫୁସ୍‌ଫୁସ୍‌ ଉପରେ ପ୍ରଭାବ ପଡ଼ିଥାଏ । ଯଦି ଆପଣ ଖାଦ୍ୟରେ ରେଗୁଲାର ଭାବରେ ଏପରି କିଛି ଜିନିଷ ସାମିଲ କରିବେ, ଯାହାକି ଶରୀରରେ ଟକ୍ସିନ୍‌କୁ ବାହାର କରିଦିଏ ତେବେ ଶରୀରରେ ଥିବା ନିକୋଟିନ୍‌ର ମାତ୍ରା କିଛି ପରିମାଣରେ କମ୍‌ ହୋଇପାରିବ । ଯେପରିକି:

  1. ପାଳଙ୍ଗ: ପ୍ରତିଦିନ ଖାଇବାରେ ପାଳଙ୍ଗ ସାମିଲ କରନ୍ତୁ । ଫଳରେ ଏଥିରେ ଥିବା ଫୋଲିକ୍‌ ଏସିଡ଼ ଏବଂ ଭିଟାମିନ୍‌ ବି-୯ ଟକ୍ସିନ୍‌କୁ ବାହାର କରିବାରେ ସହାୟକ ହୋଇଥାନ୍ତି ।
  2. କମଳା: ପ୍ରତିଦିନ ଏକ କିମ୍ୱା ଦୁଇ କମଳା ଖାଆନ୍ତୁ । ନଚେତ୍‌ ଏହାର ଏକ ଗ୍ଲାସ ଜୁସ୍‌ ପିଅନ୍ତୁ । ଏଥିରେ ଥିବା ଭିଟାମିନ୍‌ ସି ନିକୋଟିନ୍‌ ବାହାର କରିବାରେ ସହାୟକ ହୋଇଥାଏ ।
  3. ଲେମ୍ୱୁ: ଲେମ୍ୱୁରସରେ ବହୁତ ମାତ୍ରାରେ ଭିଟାମିନ ସି ମହଜୁଦ୍‌ ଥାଏ । ଏହା ଶରୀରରୁ ନିକୋଟିନ୍‌ ବାହାର କରିଥାଏ। ତେବେ ପ୍ରତିଦିନ ସକାଳୁ ଖାଲିପେଟରେ ଏକ ଗ୍ଲାସ ଲେମ୍ବୁ ରସ ପିଅନ୍ତୁ ।
  4. ଗାଜର ରସ: ପ୍ରତିଦିନ ଏକ ଗ୍ଲାସ ଗାଜର ରସ ପିଅନ୍ତୁ । ଏଥିରେ ଥିବା ଆଣ୍ଟି ଅକ୍ସିଡ଼େଣ୍ଟସ୍‌ ନିକୋଟିନ୍‌ ବାହାର କରିବାକୁ ସାହାର୍ୟ୍ୟ କରିଥାଏ ।
  5. ବ୍ରୋକୋଲି: ଖାଦ୍ୟରେ ବଜାରରେ ମିଳୁଥିବା ବ୍ରୋକୋଲିକୁ ସାମିଲ କରନ୍ତୁ ଏଥିରେ ମହଜୁଦ୍‌ ତିବା ଭିଟାମିନ୍ ବି, ବି-୫, ସି ଶରୀରରୁ ନିକୋଟିନ୍ ବାହାର କରିବାରେ ସହାୟକ ହେବ ।
  6. କାକୁଡ଼ି: ପ୍ରତିଦିନ ଖାଦ୍ୟରେ କାକୁଡ଼ିକୁ ସାମିଲ କରନ୍ତୁ । ଏହାଦ୍ୱାରା ଶରୀରରେ ଜଳୀୟ ଅଂଶର ପରିମାଣ ଠିକ୍‌ ରହିଥାଏ । ଏହା ନିକୋଟିନ୍‌ ବାହାର କରିବାରେ ସହାୟକ ହୋଇଥାଏ ।
  7. ଅଦା: ପ୍ରତିଦିନ ଏକ କପ୍‌ ପାଣିରେ ଅଦାର ଛୋଟଖଣ୍ଡ ମିଶାଇ ଫୁଟାଇ ପିଅନ୍ତୁ । ଏଥିରେ ଥିବା ଆଣ୍ଟିଅକ୍ସିଡ଼େଣ୍ଟସ୍‌ ନିକୋଟିନ୍‌ ବାହାର କରିବା ପାଇଁ ସହାୟକ ହୋଇଥାଏ ।
  8. ସାଲାଡ଼: ଖାଦ୍ୟରେ ସର୍ବଦା ସାଊଲାଡ଼ ବ୍ୟବହାର କରନ୍ତୁ । ଏତିରେ ଫାଇବର ପର୍ୟ୍ୟାପ୍ତ ପରିମାଣର ମିଳିଥାଏ । ଯାହା ଶରୀରରୁ ନିକୋଟିନ୍‌ କାଢ଼ିବାରେ ସହାୟକ ହୋଇଥାଏ ।
  9. ପାଣି: ଦିନସାରା ୧୦ ରୁ ୧୫ ଗ୍ଲାସ ପାଣି ପିଅନ୍ତୁ । ଏହା ଶରୀରରୁ ବର୍ଜ୍ୟବସ୍ତୁ ବାହାର କରିବାରେ ସହାୟକ ହୋଇଥାଏ
  10. ଗଜାମୁଗ: ପ୍ରତିଦିନ ସକାଳ ଭୋଜନରେ ଗଜାମୁଗ ଖାଆନ୍ତୁ । ଏଥିରେ ଥିବା ଫାଇବର ଶରୀରରୁ ନିକୋଟିନ୍ ବାହାର କରିବାରେ ସାହାର୍ୟ୍ୟ କରିବ ।

ଆଧାର - ସ୍ୱାସ୍ଥ୍ୟ ବ୍ୟୁରୋ

2.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top