ହୋମ / ସ୍ଵାସ୍ଥ୍ୟ / ଜୀବନର ସନ୍ଦେଶ / ସୁଖ ନିଦ୍ରାହିଁ ଉତ୍ତମ ସ୍ୱାସ୍ଥ୍ୟର କାରଣ ଓ ସମାଧାନ
ସେଆର କରନ୍ତୁ

ସୁଖ ନିଦ୍ରାହିଁ ଉତ୍ତମ ସ୍ୱାସ୍ଥ୍ୟର କାରଣ ଓ ସମାଧାନ

ସୁଖ ନିଦ୍ରାହିଁ ଉତ୍ତମ ସ୍ୱାସ୍ଥ୍ୟର କାରଣ ଓ ସମାଧାନ ବିଷୟରେ ସୂଚନା ।

ସୁଖ ନିଦ୍ରାହିଁ ଉତ୍ତମ ସ୍ୱାସ୍ଥ୍ୟର କାରଣ

ଜାଗ୍ରତ ଥିବା ସମୟରେ ମସ୍ତିଷ୍କ ଯେତିକି କାମ କରିଥାଏ । ଶୋଇବା ସମୟରେ ତା'ଠାରୁ କମ କାମ କରିନଥାଏ - ଏପରି କି ବେଳେବେଳେ ଅଧିକ କାମ କରିଥାଏ । ‘ନିଦ' ଦୁଇ ପ୍ରକାରର – ଅଣତୀବ୍ର ଚକ୍ଷୁ ଚାଳନା ନିଦ୍ରା ଓ ତୀବ୍ର ଚକ୍ଷୁଚାଳନା ନିଦ୍ରା । ପ୍ରଥମ ପ୍ରକାରଟି ଏନଆରଇଏମ. ଏନ. ୱାନ, ଏନଟୁ ଓ ଏନଥ୍ରି ଆଦି ଏହିପରି ୪ଟି ଭାଗରେ ବିଭକ୍ତ ।

ଏନ୍ ୧ ନିଦ୍ରା ବିଛଣାକୁ ଯିବାର ୧୦ ମିନିଟ ମଧ୍ୟରେ ହୋଇଥାଏ, ଏହାକୁ ଛାଇ ନିଦ କୁହାଯାଏ ବା ଆଖି ଲାଗିଯାଇଛି ବୋଲି କୁହାଯାଏ । ଏନ୍ ୨ ଅବସ୍ଥାରେ ନିଦ ଗାଢ଼ ହୁଏ ଓ ୨୦ ମିନିଟ୍ ଲାଗିଥାଏ । ମାତ୍ର ଏହା ଗାଢ଼ନିଦ ନୁହେଁ ଓ ରକ୍ତଚାପ ଓ ଶରୀରର କାର୍ଯ୍ୟ କମ୍ ହୋଇଥାଏ । ଶୋଇବାର ୪୫ ପ୍ରତିଶତ ନିଦ୍ରା ଏନ.୨ ପ୍ରକାରର । ଏନ୩ ଅବସ୍ଥା ୩୦ ରୁ ୩୫ ମିନିଟ । ପରେ ଆସିଥାଏ ଓ ମସ୍ତିଷ୍କର ତରଙ୍ଗ ତୀବ୍ରତା କମିଥାଏ। ତେଣୁ ଏହାର ‘ଧୀର ତରଙ୍ଗ ନିଦ୍ରା' କୁହାଯାଏ । ମାତ୍ର ତୀବ୍ର ଚକ୍ଷୁ ଚାଳନା ନିଦ୍ରା ହେଉଛି ସାଧାରଣ ବା କୋଷସ୍ତରର ନିଦ୍ରା ଶୋଇବାର ୯୦ ମିନିଟ ପରେ ଆସିଥାଏ । ଏହି ସ୍ତରରେ ଚକ୍ଷୁର ଡୋଳା ସବୁ ଦିଗକୁ ଦ୍ରୁତ ଗତିରେ ବୁଲିଥାଏ – ଏହା 'ଗାଢ଼ ନିଦ୍ରା' । ଏହି ନିଦ୍ରା ଅବସ୍ଥାରେ ସ୍ଵପ୍ନ ଦେଖା ହୋଇଥାଏ, ନିଦ୍ରାରେ ଚାଲିବା ଓ ବୁଲିବା ସହ ବିଛଣାରେ ପରିସ୍ରା ହୋଇଥାଏ ।

କେତେ ସମୟ ଶୋଇବା

ନିଦ ସାଧାରଣତଃ ବୟସ ଅନୁସାରେ ହୋଇଥାଏ । ବୟସ୍କ ଓ କାର୍ଯ୍ୟରତ ବ୍ୟକ୍ତି ଦିନକୁ ୬ ଘଣ୍ଟାରୁ କମ୍ ଶୋଇବା ଉଚିତ ନୁହେଁ । ୬ରୁ ୮ ଘଣ୍ଟା ଓ ରାତ୍ରିରେ ହିଁ ଶୋଇବା ଉଚିତ । ଦିନବେଳରେ ଶୋଇବା ଠିକ୍ ନୁହେଁ - ମାତ୍ର ଶିଶୁ, ବୃଦ୍ଧ, ବୃଦ୍ଧା, ରୋଗୀ, ରାତି ବେଳା କାମ କରୁଥିବା ଲୋକେ ଦିନରେ ଶୋଇପାରନ୍ତି । ‘ଲଞ୍ଚ ଟାଇମ୍ ଗ୍ୟାପ୍ ଅଫିସ କାର୍ଯ୍ୟରତ ଲୋକଙ୍କ ପାଇଁ – ସେମାନେ କାମ କରୁ କରୁ ଚୌକିରେ ଘୁମେଇପଡ଼ନ୍ତି । ଦ୍ଵିପ୍ରହରରେ ଖାଇସାରିବା ପରେ ନିଦ ଲାଗିବା ସ୍ଵାଭାବିକ । ଏହାର କେତେକ ବୈଜ୍ଞାନିକ କାରଣ ରହିଛି । ଶିଶୁମାନେ ବୟସାନୁପାତରେ ୧୦ ରୁ ୧୪ ଘଣ୍ଟା ଶୋଇଥାଆନ୍ତି । ବୃଦ୍ଧବୃଦ୍ଧାମାନେ ୮ରୁ ୧୦ ଘଣ୍ଟା ଶୋଇଲେ ତାହା ଠିକ୍ ବୋଲି କୁହାଯାଇଛି ।

ଶେଷାଇବାର ଦିଗ

ସୁଖ ନିଦ୍ରାହିଁ ଉତ୍ତମ ସ୍ୱାସ୍ଥ୍ୟର କାରଣସାଧାରଣତଃ ପୂର୍ବ ଓ ଦକ୍ଷିଣ ଦିଗକୁ ମୁଣ୍ଡରଖି ଶୋଇବା ଉଚିତ । ପୃଥିବୀର ଗତିକୁ ସମାନ୍ତରାଳ ବଳ ପୂର୍ବକୁ ହିଁ ହୋଇଥାଏ ଓ ପୃଥିବୀର ଚୁମ୍ବକୀୟ ବଳ ଦକ୍ଷିଣକୁ ହିଁ ହୋଇଥାଏ । ଶାସ୍ତ୍ରରେ ପଶ୍ଚିମ ଓ ଉତ୍ତର ଦିଗକୁ ମୁଣ୍ଡ ନ କରିବାକୁ ବାରଣ କରାଯାଇଛି ।

ସାଧାରଣତଃ ଶରୀର ଉଚ୍ଚତାରେ ମୁଣ୍ଡ ରଖିବା ଠିକ୍ ମାତ୍ର ସାମାନ୍ୟ ଉପାଧାନ ଦେବା ଠିକ୍ ଅଟେ । ରୋଗୀ ଓ ରକ୍ତଚାପ ନ୍ୟୁନତାରେ ମୁଣ୍ଡ ବିଛଣାଠାରୁ ତଳକୁ କୁହାଯାଏ କେଉଁ କଡରେ ଶୋଇବା

ଚିତ୍ ବା ଉପରକୁ ମୁହଁ, ବାମ କଡ଼୍ କିମ୍ବା ଡାହାଣ କଡ଼ରେ ବଦଳାଇ ଶୋଇହେବ ।

‘ନିଦ’ ଶରୀର ତଥା ମସ୍ତିଷ୍କର ଏକ ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟ । ଭଲ ନିଦ ନ ହେବା, ଜମାରୁ ନିଦ ନ ହେବା ଓ ଅତ୍ୟଧିକ ନିଦ ହେବା ପ୍ରତି ଆମେ ଧ୍ୟାନଦେଇ ଏହାର ଉପଯୁକ୍ତ ସମାଧାନ କରିବା ଉଚିତ । ମଣିଷ ଜୀବନର ୩୦ ପ୍ରତିଶତରୁ ୩୫ ପ୍ରତିଶତ ସମୟ ଅର୍ଥାତ୍ ଏକ ତୃତୀୟାଂଶ ସମୟ ଶୋଇବାରେ ଯାଏ । ଶୋଇବାକୁ ସମସ୍ତେ ଠିକ୍ ଯୁକ୍ତାତ୍ମକ ଦୃଷ୍ଟିରେ ଦେଖତି ନାହିଁ – କହନ୍ତି ଶୋଇବା ପୁଅର ଭାଗ ନାହିଁ ।

ମୁହଁ ମାର୍ଡ଼ ଶୋଇବା ଅନୁଚିତ । ଗର୍ଭବତୀ ମା' ମାନେ କଡରେ ସାଧାରଣ ଭାବେ ପ୍ରତି ୨-୩ ଘଣ୍ଟାରେ କଡ ଲେଉଟାଇ ଶୋଇପାରିବେ ।

ନିଦ୍ରାହୀନତା ଓ ତାହାର ପ୍ରତିକାର

  • ବିଛଣାକୁ ଗଲେ ନିଦ ଜଲଦି ହୁଏନାହିଁ, ଶୋଇଲେ ନିଦ ବାରମ୍ବାର ଭାଙ୍ଗୁଥାଏ
  • ଦିନବେଳେ ହାଲିଆ ଓ ନିଦୁଆ ନଦୁଆ ଲାଗେ ।
  • ଦ୍ଵିପହରରେ ଶୋଇପଡ଼ିବାକୁ ଇଚ୍ଛା ହେବା|
  • ବିରକ୍ତ ଲାଗିବା, ଭୟ ଲାଗିବା ।
  • ଏକାଗ୍ରତା ନ ରହିବା ।
  • ମାନସିକ ଅବସାଦ

ନିଦନ ହେବାର କାରଣ

  • ଶ୍ଵାସଜନିତ ରୋଗ ଓ ଆଲର୍ଜି, ଠିକ୍ ରେ ନିଶ୍ଵାସ ନ ନେଇପାରିବା ।
  • ରାତ୍ରିରେ ବାରମ୍ବାର ପରିସ୍ରା ଯିବା ।
  • ଲଗାତାର ଯନ୍ତ୍ରଣା- ଆଣ୍ଠୁଗଣ୍ଠି ବାତ
  • ଅଳ୍ପକେ ହାଲିଆ ଲାଗିବା
  • ମାଂସପେଶୀ ଓ ଶାରୀରିକ ଯନ୍ତ୍ରଣା
  • ଖାଦ୍ୟନଳୀ ସଂକ୍ରମଣ
  • ମୁଣ୍ଡବ୍ୟଥା, ଉଚ୍ଚ ରକ୍ତଚାପ
  • ଅଣ୍ଟାବ୍ୟଥା, ଦୁଃଶ୍ଚିନ୍ତା ଆଦି ଥିଲେ। ନିଦ। ଭଲରୂପେ ହୋଇ ନଥାଏ

ସେହିପରି ଯୋଗ, ପ୍ରାଣାୟାମ ଓ ପ୍ରାର୍ଥନା ତଥା ସୁମଧୁର ସଙ୍ଗୀତ ଶୁଣିବା ପରେ ନିଦ୍ରା ଯିବା ଶରୀର ପାଇଁ ଭଲ ।

ନିଦ୍ରାଜନିତ ସମସ୍ୟା ଓ ସମାଧାନ

ଶରୀରର ସୁରକ୍ଷା ତଥା ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଇଶ୍ଵରଙ୍କ ବରଦାନ ନିଦ୍ରା । ଭଲ ନିଦ୍ରା ପରେ ଶରୀର ସଜାଗ ହୁଏ । ମସ୍ତିଷ୍କ ସତେଜ ହୋଇଯାଏ । ସ୍ମରଣେ ଶକ୍ତି ବଢିଯାଏ । ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧିପାଏ । ମାଂସପେଶୀ ଓ ଅନ୍ୟାନ୍ୟ କୋଷ ପୁନଃଯୌବନ ଲାଭ କରିଥାନ୍ତି । ନିଦ୍ରା ସମୟରେ ଶରୀର ଓ ମସ୍ତିଷ୍କରେ କ୍ଷରଣ ହେଉଥିବା ବିଷାକ୍ତ ପଦାର୍ଥ ସଫା ହୋଇଥାଏ । ମସ୍ତିଷ୍କ ଭ୍ରମ ରୋଗରେ ତିଆରି ହେଉଥିବା ବିଟା ଆମିଲଏଡ ମଧ୍ୟ ନିଦ୍ରା ସମୟରେ ସଫା ହୋଇଯାଏ । ମୁଖ୍ୟତଃ ନିଦ୍ରା ବହୁ ଭାବରେ ପ୍ରାଣୀର ଉପକାର କରେ ।

ମଣିଷ ପ୍ରତ୍ୟହ ୭/୮ ଘଣ୍ଟା ଆବଶ୍ୟକ । ଷାଠିଏ ବର୍ଷ ବଞ୍ଚିଥିବା ମଣିଷ ସାଧାରଣତଃ କୋଡିଏ ବର୍ଷ ଶୋଇଥାଏ । କିନ୍ତୁ ସବୁ ମଣିଷଙ୍କ ଭାଗ୍ୟରେ ଭଲରେ ଶୋଇବାର ସୁବିଧା ମିଳେନାହିଁ । ତେଣୁ ବହୁପ୍ରକାର ନିଦ୍ରାରୋଗ ସୃଷ୍ଟି ହୁଏ । ଯଥା – ରାତିରେ ନିଦ ନହେବା, ଦିନରେ ବସୁବସୁ କିମ୍ବା କାମ କରୁକରୁ ଶୋଇପଡିବା, ଶୋଇଲାବେଳେ ବିଭିନ୍ନ ପ୍ରକାର ଶବ୍ଦ ଓ ଅଙ୍ଗଭଙ୍ଗୀ କରିବା ଇତ୍ୟାଦି । ବହୁଲୋକ ଶୋଇଲା ବେଳେ ଏତେ ଜୋରରେ ଘୁଙ୍ଗୁଡି ମାରନ୍ତି ଯେ ପାଖ ଲୋକ ଶୋଇପାରନ୍ତି ନାହିଁ । କେତେକ ଲୋକ ଘୁଙ୍ଗୁଡି ମାରୁଥିବା ବେଳେ କିଛି ସମୟ ପାଇଁ ସେମାନଙ୍କ ନିଃଶ୍ଵାସ ବନ୍ଦ ହୋଇଯାଏ ଏବଂ ସେମାନେ ଉଠି ବସନ୍ତି (ଅବଷ୍ଟ୍ରକ୍ଟିଭ ସ୍ଲିପ ଆପ୍ନିଆ) । ଆଉ କେତେଜଣ ଶୋଇଥିବା ବେଳେ ଛଟଛଟ କରି ଗୋଡ ଜୋରରେ ବାଡାନ୍ତି (ରେଷ୍ଟଲେସ୍ ଲେଗ୍ ସିଣ୍ଡ୍ରୋମ) । ଅନ୍ୟସବୁ ନିଦ୍ରାଜନିତ ସମସ୍ୟା ହେଲା- ନିଦରେ ଚାଲିବା (ସ୍ଲିପ ୱାକିଙ୍ଗ), ଭୟଙ୍କର ସ୍ଵପ୍ନ ଦେଖିବା, ଶେଯରେ ପରିସ୍ରା କରିବା ଇତ୍ୟାଦି । ସାଧାରଣ ନିଦ୍ରାଜନିତ ରୋଗ ଅପେକ୍ଷାକୃତ ସୁସ୍ଥ ଲୋକ, ଶ୍ଵାସକ୍ରିୟାରେ ବାଧା କିମ୍ବା ବଡ ଟନସିଲ୍ ଥିଲେ ହୋଇଥାଏ । ଏହା ବ୍ୟତୀତ କେତେକ ପ୍ରକାର ଶାରୀରିକ ଅସୁସ୍ଥତା, ମାନସିକ ରୋଗ, ନିଶାଦ୍ରବ୍ୟ ସେବନ ଯୋଗୁ ବି ନିଦ୍ରାରୋଗ ହୁଏ । ଏହା ବ୍ୟତୀତ ଶୋଇଥିବାବେଳେ ଦାନ୍ତ କାମୁଡିବା, ରାତିରେ ନିଦ୍ରାବସ୍ଥାରେ ଗର୍ଜନ କରିବା ମଧ୍ୟ ଏଭଳି ସମସ୍ୟାକୁ ସୂଚାଏ । ସୁଖର କଥା, ଆମେ ନିଦ୍ରା ସମ୍ବନ୍ଧୀୟ ସମସ୍ୟା କେବଳ ନିଦ ଔଷଧ ଦେଇ ଚିକିତ୍ସା କରାଯାଉଥିଲା । ଏବେ ନିଦ୍ରାରୋଗ ବିଜ୍ଞାନ ସ୍ଵତନ୍ତ୍ର ବିଷୟ ଭାବେ ଉପାଧ୍ୟୁତ୍ତର ଶ୍ରେଣୀର ପଢାଯାଇ ବହୁ କଲେଜ ଓ କର୍ପୋରେଟ ହସ୍ପିଟାଲରେ ସ୍ଵତନ୍ତ୍ର ବିଭାଗ ରୂପେ ଚିକିତ୍ସା ଯୋଗାଉଛି ।

ନିଦ୍ରାରୋଗ ଚିହ୍ନିବା ପାଇଁ ଯେଉଁ ପରୀକ୍ଷା କରାଯାଏ ତାହାକୁ ପଲିସୋମ୍ନୋଗ୍ରାଫି କୁହାଯାଏ । ଏଥିରେ ମସ୍ତିଷ୍କ, ଚକ୍ଷୁ, ହୃତପିଣ୍ଡ ଓ ମାଂସପେଶୀମାନଙ୍କର ଶୋଇବା ଶୋଇବା ଅବସ୍ଥାରେ ବୈଦ୍ୟୁତିକ କାର୍ଯ୍ୟାବଳୀ ମପାଯାଇ ପର୍ଯ୍ୟାଲୋଚନା କରିବା ପରେ ରୋଗ ନିରୂପିତ ହୁଏ । ଘୁଙ୍ଗୁଡି ମାରୁଥିବା ଅବଷ୍ଟ୍ରକ୍ଟିଭ ସ୍ଲିପ ଆପନିଆ ରୋଗୀ ଠିକ୍ ଭାବେ ଚିକିତ୍ସିତ ନହେଲେ ଶରୀରର ପୃଥୁଳତା, ଉଚ୍ଚ ରକ୍ତଚାପ, ଡାଇବେଟିସ୍, ଗଣ୍ଠିବାତ, ହୃଦରୋଗ, ଶ୍ଵାସରୋଗ ଭଳି ବହୁ ଜଟିଳ ରୋଗ ଭୋଗ କରିବାକୁ ପଡେ । ଏ ସମ୍ବନ୍ଧରେ ୱେବ୍ ସାଇଟ www.sleepcon2018@ gmail.comରେ ଅଧିକ ତଥ୍ୟ ଉପଲବ୍ଧ ।

ଭଲରେ ଶୋଇବା ପାଇଁ ସୁସ୍ଥ ଜୀବନଶୈଳୀ, ପ୍ରାତଃଭ୍ରମଣ, ସାନ୍ଧ୍ୟଭ୍ରମଣ ସହ ଯୋଗ, ପ୍ରାଣାୟମ, ବ୍ୟାୟାମ ଓ ସୁଷମ ଖାଦ୍ୟ ଖାଇବା ଉଚିତ । ସକାଳୁ ନିର୍ଦ୍ଧିଷ୍ଟ ସମୟରେ ଉଠନ୍ତୁ । ରାତିରେ ୭/୮ ଘଣ୍ଟା ଶୋଇବା ପାଇଁ ଚେଷ୍ଟା କରନ୍ତୁ । ଶୋଇବାର ୩ ଘଣ୍ଟା ପୂର୍ବରୁ ଚା, କଫି, ମଦ ପିଇବା ଛାଡି ଦିଅନ୍ତୁ । ଅତିକମ୍ ରେ ଶୋଇବାର ଘଣ୍ଟାକ ପୂର୍ବରୁ ରାତ୍ରିଭୋଜନ ଶେଷ ହେବା ଉଚିତ । ଅଧଘଣ୍ଟା ପୂର୍ବରୁ ହାଲକା ଉଷୁମ ପାଣିରେ ସ୍ନାନ କରି ଶରୀରକୁ ଆରାମ ଦିଅନ୍ତୁ । କିଛି ଭଲ ପୁସ୍ତକ ପଢିବା ସହିତ ପ୍ରିୟ ମଧୁର ସଙ୍ଗୀତ ଶୁଣନ୍ତୁ । ଶୋଇବା ଘରେ ଟିଭି, ମୋବାଇଲ ଫୋନ ଇତ୍ୟାଦି ରଖନ୍ତୁ ନାହିଁ । ଏବେ ନିଦ୍ରାହୀନତା ବିଶ୍ଵର ସବୁଠାରୁ ବ୍ୟୟବହୁଳ ରୋଗ । ତେଣୁ ଯେଉଁମାନଙ୍କର ନିଦ୍ରା ବ୍ୟାଘାତ, ଶୋଇବା ସମୟରେ ନିଶ୍ଵାସ ବନ୍ଦ ହୋଇଯିବା କିମ୍ବା ଘୁଙ୍ଗୁଡି ଅଧିକ ହେଉଛି, ସେମାନେ ବିଶେଷଜ୍ଞଙ୍କ ଦ୍ଵାରା ନିଜର ପ୍ରାଇକ୍ଷା କରାଇନେବା ଉଚିତ ।

ସଂଗୃହିତ -

  • ଡଃ ରାମଚନ୍ଦ୍ର ରାଉତ ଗୋପାଳପୁର, ବାଙ୍କୀ, କଟକ
  • ଡାକ୍ତର ନିରଞ୍ଜନ ତ୍ରିପାଠୀ
0.0
ତାରକା ଚିହ୍ନ ଉପରେ କ୍ଲିକ କରି ପୃଷ୍ଟାଟିକୁ ମୂଲ୍ୟାଙ୍କନ କରନ୍ତୁ
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top