অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ସୁସ୍ଥ ରହିବାର ସୂତ୍ର

ସୁସ୍ଥ ଜୀବନ

ସମୟ ସହିତ ବଦଳିଛି ଜୀନଧାରଣାର ଶୈଳୀ । ଆଧୁନିକତାକୁ ଆପଣାଇ ପାରମ୍ପରିକ ଢଙ୍ଗରେ ବଞ୍ଚିବାର ଧାରା ଠାରୁ କ୍ରମେ ଦୁରେଇବାରେ ଲାଗିଛନ୍ତି ଲୋକେ । ଯେମିତିକି ଶୌଚ ହେବା ଲାଗି ଭାରତୀୟ ପାଇଖାନାର ବ୍ୟବହାର, ଉଷୁମ ଜଳ ପାନ ଓ ପ୍ରାତଃ ଧ୍ୟାନ ଭଳି କାର୍ଯ୍ୟ କରିବାକୁ ଯୁବପିଢିଙ୍କ ମଧ୍ୟରେ ଆଗ୍ରହ କମିବାରେ ଲାଗିଛି । କିନ୍ତୁ । ସୁସ୍ଥ ଜୀବନ ପାଇଁ ଜୀବନଧାରଣର ପାରମ୍ପରିକ  ଶୈଳୀର ଗୁରୁତ୍ୱ ବହୁତ ବେଶୀ ।

ସୁସ୍ଥ ରହିବାର ସୂତ୍ର

ଭାରତୀୟ ପାଇଖାନାର ବ୍ୟବହାର:  ଆଧୁନିକ ଜୀବନ ଶୈଳୀକୁ ଆପଣାଇଥିବା ଲୋକେ ଚାକଚକ୍ୟ ମଧ୍ୟରେ ଜୀବନ ବିତାଇବାକୁ ଚାହାନ୍ତି । ଏଣୁ ଭାରତୀୟ ବସ୍ତୁର ଉପଯୋଗ ପରିବର୍ତ୍ତେ ବିଦେଶୀ ସାମଗ୍ରୀର ବ୍ୟବହାରକୁ ସେମାନେ ଗୁରୁତ୍ଵ ଦିଅନ୍ତି । ଏହି କ୍ରମରେ ସର୍ବାଗ୍ରେ ରହିଛି ଶୌଚାଳୟ । ସମ୍ପ୍ରତି ଭାରତୀୟ ପ୍ୟାନ ପରିବର୍ତ୍ତେ ବିଦେଶୀ କମୋଡ ବ୍ୟବହାର କରିବାକୁ ଲୋକେ ପସନ୍ଦ କରୁଛନ୍ତି । ଆଣ୍ଠୁଗଣ୍ଠି ରୋଗରେ ପୀଡ଼ିତ ତଥା ମେରୁଦଣ୍ଡ ସମସ୍ୟା ଥିବ।

ଲୋକଙ୍କ ପାଇଁ ଏହା ସୁ ବି ଧ । ପ୍ରଦ ହୋଇଥାଇପାରେ; ମାତ୍ର ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ଏହା କୁପ୍ରଭାବ ପକାଏ । ହିମାଚଳ ପ୍ରଦେଶର କୌଲାନ୍ତକ ପୀଠର ଯୋଗ ଗୁରୁ ଅକ୍ଷର ଏହା କୁହନ୍ତି । କମୋଡ ବ୍ୟବହାର ଦ୍ଵାରା ପେଟ ସମ୍ପୁର୍ଣ୍ଣ ଭାବେ ପରିଷ୍କାର ହୁଏ ନାହିଁ । ଏହାଦ୍ଵାରା କୋଷ୍ଠକାଠିନ୍ୟ ଓ ମେଟାବୋଲିଜମ୍ କମ୍ ହେବା ଭଳି ବହୁ ରୋଗ ସୃଷ୍ଟି ହେବାର ଆଶଙ୍କା ଥାଏ ।

ସମ୍ପୂର୍ଣ୍ଣ ସ୍ନାନ : ସମ୍ପ୍ରତି ବ୍ୟସ୍ତବହୁଳ ଜୀବନ ଯୋଗୁ ନିଜ ଗନ୍ତବ୍ୟ ସ୍ଥାନରେ ପହଞ୍ଚିବା ଲାଗି ଲୋକେ ତରବରିଆ ଭାବେ ବହୁ କାର୍ଯ୍ୟ କରୁଥିବା ଦେଖାଯାଏ । ଏଥିପାଇଁ ବିଶେଷ କରି ସ୍ନାନ ଭଳି ଏକ ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟ ସହିତ ଲୋକେ ବୁଝାମଣା କରନ୍ତି । ଯୁବପିଢିଙ୍କ ମଧ୍ୟରେ ଏହା ଏକ ଅଭ୍ୟାସରେ ପରିଣତ ହେଲାଣି । ମାତ୍ର ଯୋଗ ଗୁରୁ ଅକ୍ଷର କୁହନ୍ତି, ପ୍ରତ୍ୟେହ ସ୍ନାନ ନିମନ୍ତେ ଅତିକମରେ ୧୦ ମିନିଟ୍ ସମୟ ନିଧାର୍ଯ୍ୟ ରଖିବା ଉଚିତ । ସମ୍ପୂର୍ଣ୍ଣ ଶରୀରକୁ ଧିରେ ଧିରେ ଉତ୍ତମ ଭାବେ ଘସି ସଫା କରିବା ଦରକାର । ଏହାଦ୍ଵାରା ଶରୀରରେ ରକ୍ତ ପ୍ରବାହ ପ୍ରକ୍ରିୟା ଠିକ୍ ଭାବେ ସମ୍ପାଦିତ ହୋଇଥାଏ । ସ୍ନାନ ପାଇଁ ସାଦା ପାଣି ବ୍ୟବହାର ଅନୁଚିତ । ଶୀତ ଋତୁରେ ଆବଶ୍ୟକ ସ୍ଥଳେ ସାମାନ୍ୟ ଉଷୁମ ପାଣିରେ ସ୍ନାନ କରିବା ସ୍ୱାସ୍ଥ୍ୟପକ୍ଷେ ହିତକର । ଉଷୁମ ଖାଦ୍ୟ ସେବନ : ଖାଦ୍ୟ କେବେ ବହୁତ ଥଣ୍ଡା କିମ୍ବା ଅତି ଗରମ ଖାଇବା ଉଚିତ ନୁହେଁ ।

ଖାଦ୍ୟର ତାପମାତ୍ର ଶରୀରର ତାପମାତ୍ରା ଅନୁରୂପ ହେବା ଆବଶ୍ୟକ । ଏହାଦ୍ଵାରା ଶରୀର ସହଜରେ ଖାଦ୍ୟ ସହିତ ତାଳମେଳ କରିପାରେ । ଫଳରେ ଖାଦ୍ୟ ପାଚନ ସହଜସାଧ୍ୟ ହୁଏ । ବିଦେଶୀଙ୍କ ପରି ଚାମୁଚରେ ନ ଖାଇ ହାତରେ ଖାଇବା ଦ୍ଵାରା ଖାଦ୍ୟ ସହିତ ଏକ ପ୍ରକାର ସମ୍ପର୍କ ସ୍ଥାପନ ହୋଇଥାଏ; ଅର୍ଥାତ୍ ଖାଦ୍ୟ ପ୍ରତି ଆଗ୍ରହ ବଢିଥାଏ ବୋଲି କୁହନ୍ତି ଯୋଗଗୁରୁ ଅକ୍ଷର ।

ସାଧାରଣ ତାପମାତ୍ରାର ପାଣି ପିଅନ୍ତୁ; ଆଜିର ଯୁବପିଢି ଉଷ୍ମ ତଥା ମୃଦୁ ପାନୀୟ ନାମରେ କଫି, କୋକାକୋଲା ଅଥବା ପେପସୀ ଭଳି ପନୀୟ ପ୍ରତି ମୋହିତ ହେଉଛନ୍ତି । ମାତ୍ର ଶୀତ ଅବା ଗ୍ରୀଷ୍ମ, ଯେକୌଣସି ଋତୁରେ ଘରର ତାପମାତ୍ର ଅନୁରୂପ ଉଷ୍ମତା ବହନ କରୁଥିବା  ଜଳ ପାନ କରିବା ଉଚିତ । ଅତି ଥଣ୍ଡା କିମ୍ବା ଗରମ ପାଣି ଶରୀର ପକ୍ଷେ ହିତକର ନୁହେଁ । ତେବେ ସର୍ଦ୍ଦି ବା ଥଣ୍ଡାରେ ଆକ୍ରାନ୍ତ ଥିଲେ ସାମାନ୍ୟ ଉଷୁମ ପାଣି ପିଇପାରିବେ ।

ସୂର୍ଯ୍ୟ ନମସ୍କାର:ମୋବାଇଲ୍ ଯୁଗରେ ଲୋକେ ବିଳମ୍ବରେ ନିଦ୍ରା ଯିବା ଏବଂ ସୂର୍ଯ୍ୟୋଦୟର ବହୁ ପରେ ଶଯ୍ୟାତ୍ୟାଗ କରୁଥ୍ ବା ଦେଖାଯାଉଛି । ମାତ୍ର ପ୍ରତ୍ୟହ ପ୍ରାତଃ ସମୟରେ ଅନ୍ତତଃ ୪ ଥର ସୂର୍ଯ୍ୟ ନମସ୍କାର କରିବା ଉଚିତ । ଅଧିକ ଥର କରିପାରିଲେ ଉତ୍ତମ । ସୂର୍ଯ୍ୟ ନମସ୍କାରକୁ ଏକ ସମ୍ପୂର୍ଣ୍ଣ ବ୍ୟାୟାମ କହିଲେ ଅତ୍ୟୁକ୍ତି ହେବ ନାହିଁ । ଏହାଦ୍ଵାରା ସମଗ୍ର ଶରୀରର ବ୍ୟାୟାମ ହୋଇଥାଏ ।

୧୦ ମିନିଟ୍ ପ୍ରାଣାୟାମ: ପ୍ରାତଃ ସମୟରେ ଅନ୍ତତଃ ୧୦ ମିନିଟ ସମୟ ପ୍ରାଣାୟାମ ପାଇଁ ବାହାର କରିବା ଦରକାର । ଅନୁଲୋମ-ବିଲୋମ, ଭ୍ରାମରୀ, ଭାସ୍ତ୍ରୀକା ଭଳି ଯେକୌଣସି ପ୍ରାଣାୟାମ କରିପାରିବେ । ଏହାଦ୍ଵାରା ମନ ଏବଂ ଶରୀର ଉଭୟ ଆରାମ ପାଇଥାଏ ।

ନିଯମିତ ଧ୍ୟାନ: ନିୟମିତ ଭାବେ ସକାଳେ ଅନ୍ତତଃପକ୍ଷେ ୫ ମିନିଟ ଧ୍ୟାନ କରିବା ଉଚିତ । ଶ୍ରାସ ଉପରେ କେନ୍ଦ୍ରୀତ କିମ୍ବା ତ୍ରାଟକ ଧ୍ୟାନ; ଯାହା ପସନ୍ଦ ସେଭଳି ଧ୍ୟାନ କରନ୍ତୁ । ଏହାଦ୍ଵାରା ମନ ଏକାଗ୍ରତିତ୍ତ ହୋଇଥାଏ । ତ୍ରାଟକ ଧ୍ୟାନ ଦ୍ଵାରା ଦୃଷ୍ଟିଶକ୍ତି ଉନ୍ନତ ହୋଇଥାଏ ।

ଆଧାର: ସ୍ୱାସ୍ଥ୍ୟ ବ୍ୟୁରୋ

Last Modified : 6/28/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate