অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ସୂର୍ଯ୍ୟ କିରଣର ଉପକାରିତା

ହୃଦ୍‌ରୋଗରୁ ରକ୍ଷା କରିଥାଏ ସୂର୍ଯ୍ୟ କିରଣ

ଜୀବନଶୈଳୀରେ ପରିବର୍ତ୍ତନ ଯୋଗୁଁ ହୃଦ୍‌ ଜନିତ ରୋଗ ବୃଦ୍ଧି ପାଇବାରେ ଲାଗିଛି। ଯାହା ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ତେବେ ଏପରି ସମସ୍ୟାରୁ ରକ୍ଷା ପାଇବା ପାଇଁ ନୂଆ ପଦ୍ଧତି ବାହାର କରିଛନ୍ତି ଗବେଷକମାନେ। ଗବେଷଣାରୁ ଜଣାପଡ଼ିଛି ସକାଳର ସୂର୍ଯ୍ୟକିରଣ ସେବନ କରୁଥିବା ମହିଳାମାନଙ୍କ କ୍ଷେତ୍ରରେ ହୃଦ୍‌ରୋଗ କମ୍‌ ଦେଖାଦେଇଥାଏ। ଏହି ମହିଳାମାନେ ଅନ୍ୟମାନଙ୍କ ତୁଳନାରେ ସୁସ୍ଥ ରହିଥାନ୍ତି।

ଏହି ଗବେଷଣାରେ ସାମିଲ ମହିଳାଙ୍କ ଉପରେ ୨୦ ବର୍ଷ ଧରି ନଜର ରଖାଯାଇଥିଲା। ତେବେ ଗବେଷକମାନେ ଆହୁରି କହିଛନ୍ତି, ଅଧିକ ସୂର୍ଯ୍ୟକିରଣ ସଂସ୍ପର୍ଶରେ ଆସୁଥିବା ମହିଳାଙ୍କୁ ତ୍ୱଚା କ୍ୟାନସର ହେବାରେ ସମ୍ଭାବନା ରହିଥିଏ। ତେଣୁ ଅଧିକ ଖରାରେ ରହିବା ଶରୀର ପ୍ରତି କ୍ଷତିକାରକ ହୋଇଥାଏ।

ଏକ ସର୍ଭେ ଅନୁସାରେ ଗ୍ରାମାଞ୍ଚଳ ଅପେକ୍ଷା ସହରାଞ୍ଚଳରେ ରହୁଥିବା ଲୋକଙ୍କଠାରେ ଅଧିକ ହୃଦ୍‌ ଜିନତ ସମସ୍ୟା ଦେଖା ଦେଇଥାଏ।

ବ୍ଲଡ କ୍ୟାନସର ହେବା ଆଶଙ୍କା କମାଇଥାଏ

ସମସ୍ତଙ୍କୁ ଜଣା ଅଛି ଭିଟାମିନ-ଡି ଅଭାବରୁ ବ୍ଲଡ କ୍ୟାନସର ହୋଇଥାଏ। ସୂର୍ଯ୍ୟକିରଣଠାରୁ ଦୂରରେ ରହିଲେ କିମ୍ବା କମ୍ ସୂର୍ଯ୍ୟକିରଣ ପଡୁଥିବା ସ୍ଥାନର ରହୁଥିବା ଲୋକେ ମଧ୍ୟ ଏହି ରୋଗରେ ଆକ୍ରାନ୍ତ ହୋଇଥାନ୍ତି ବୋଲି ଏକ ପରୀକ୍ଷାରୁ ଜଣାପଡିଛି। ତେବେ ଶୀତଦିନିଆ ସକାଳର ସୂର୍ଯ୍ୟକିରଣ ବହୁ ମାତ୍ରାରେ ଏହି ରୋଗଠାରୁ ଦୂରେଇ ରଖିଥାଏ। ଶୀତଦିନିଆ ସକାଳର ସୂର୍ଯ୍ୟକିରଣରେ ଭରପୂର ମାତ୍ରାରେ ଭିଟାମିନ-ଡି ରହିଥାଏ। ଶୀତଦିନେ ସକାଳେ ଖରାରେ ବସିଲେ ଶରୀରକୁ ବହୁତ ଭିଟାମିନ-ଡି ମିଳିଥାଏ। ଯାହା ବ୍ଲଡ କ୍ୟାନସର ପରି ରୋଗ ହେବାର ଆଶଙ୍କାକୁ କମାଇ ଥାଏ।

୧୩୨ଟି ଦେଶରେ ବ୍ଲଡ କ୍ୟାନସରକୁ ନେଇ ଏକ ସର୍ଭେ କରାଯାଇଥିଲା। ଯେଉଁଥିରୁ ବୈଜ୍ଞାନିକମାନେ ପ୍ରମାଣ ପାଇଛନ୍ତି ଯେ, ଭୂମଧ୍ୟ ସାଗରୀୟ ଅଞ୍ଚଳରେ ରହୁଥିବା ଲୋକଙ୍କ ତୁଳନାରେ ଉଚ୍ଚ ଅକ୍ଷାଂଶରେ ବସବାସ କରୁଥିବା ଲୋକଙ୍କୁ ବ୍ଲଡ କ୍ୟାନସର ହେବାର ଅଧିକ ସମ୍ଭାବନା ରହିଛି।

ଫିଲୋଫାନିଆ ୟୁନିଭର୍ସିଟି ପ୍ରଫେସର ସେର୍ଡିକ ଗାରଲେଡଙ୍କ କହିବା ଅନୁସାରେ ଭିଟାମିନ-ଡି ଅଭାବରୁ ବ୍ଲଡ କ୍ୟାନସର ଭଳି ମାରାତ୍ମକ ରୋଗ ହେବାର ଆଶଙ୍କା ଅଧିକ ଥାଏ। ବିଶେଷ କରି ମେରୁ ଅଞ୍ଚଳରେ ଥିବା ଦେଶ ଅଷ୍ଟ୍ରେଲିଆ, ନ୍ୟୁଜଲ୍ୟାଣ୍ଡ, ଆୟାରଲ୍ୟାଣ୍ଡ ଓ ଚିଲି ଭଳି ଦେଶରେ ବ୍ଲଡ କ୍ୟାନସର ରୋଗୀ ଅଧିକ ଦେଖାଯାଇଥାନ୍ତି।

ଗାରଲେଡ କହିଛନ୍ତି, ଯେଉଁ ବ୍ୟକ୍ତି ପରାବୈଜ୍ଞାନୀ-ବି(ୟୁୱିବି) କିରଣଠାରୁ ଦୂରରେ ରହିଥାନ୍ତି କିମ୍ବା ଏମିତି ସ୍ଥାନରେ ରୁହନ୍ତି ଯେଉଁଠାରେ ସୂର୍ଯ୍ୟକିରଣ କମ୍ ପଡିଥାଏ ସେମାନଙ୍କ ରକ୍ତରେ ଭିଟାମିନ-ଡିର ଅଭାବ ଦେଖାଦେଇଥାଏ।

ରକ୍ତଚାପକୁ ନିୟନ୍ତ୍ରିତ କରେ ସୂର୍ଯ୍ୟକିରଣ

ସୂର୍ଯ୍ୟ କିରଣରୁ ଭିଟାମିନ୍ ଡି ମିଳଥାଏ । ସୂର୍ଯ୍ୟ କିରଣ ରକ୍ତଚାପ ମଧ୍ୟ ହ୍ରାସ କରିଥାଏ ।  ତେବେ ନିକଟରେ ହୋଇଥିବା ଏକ ଗବେଷଣାରୁ ଏହା ଜଣାପଡିଛି, ବ୍ରିଟେନ୍ ସ୍ଥିତ ୟୁନିଭରସିର୍ଟି ଅଫ୍ ସାଉଥମେଟନ୍ର ଗବେଷକ କହିଛନ୍ତି ଯେ, ସୂର୍ଯ୍ୟକିରଣ ଚର୍ମର ଓ ରକ୍ତରେ ମହଜୁଦ୍ ଥିବା ନାଇଟ୍ରିକ୍ ଅକ୍ସାଇଟର ସ୍ତର ପରିବର୍ତ୍ତନ କରିଥାଏ। ଚର୍ମରୁ ମିଳୁଥିବା ନାଇଟ୍ରିକ୍ ଅକ୍ସାଇଟ୍ ରକ୍ତଚାପ ନିୟନ୍ତ୍ରିତ କରିବାରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିଭାଇଥାଏ । ସୂର୍ଯ୍ୟ କିରଣର ସଂର୍ଶ୍ପରେ ଆସିବା ଦ୍ୱାରା ଏହା କିଛି ପରିମାଣର ଚର୍ମ ବ୍ୟତୀତ ରକ୍ତ ପ୍ରବାହରେ ସାମିଲ ହୋଇଥାଏ । ଏହା ଦ୍ୱାରା ରକ୍ତ ଧମନୀରେ ଚାପ କମ୍ ହେବା ସହ  ରକ୍ତଚାପ ହ୍ରାସ ହୋଇଥାଏ । ଗବେଷକଙ୍କ ମତରେ, ଅଧିକ ସମୟ ଯାଏଁ  ସୂର୍ଯ୍ୟ କିରଣରେ ରହିବା ଦ୍ୱାରା ଚର୍ମ କର୍କଟ ହେବାର ଆଶଙ୍କା ରହିଛି ।  ଉତ୍ତମ ସ୍ୱାସ୍ଥ୍ୟ ପାଇଁ ସକାଳ ପ୍ରଥମ ସୂର୍ଯ୍ୟ କିରଣରେ ଭ୍ରମଣ କରିବା ଉଚିତ।  ଯାହାଦ୍ୱାରା ଆମ ସ୍ୱାସ୍ଥ୍ୟ ଭଲ ରହିଥାଏ।

ଆଧାର

Odisha Reporter Bureau

Last Modified : 12/11/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate