ହୋମ / ସ୍ଵାସ୍ଥ୍ୟ / ଜୀବନର ସନ୍ଦେଶ / ଉପକାରୀ ଅଦା ଓ କୋଳଥ
ସେଆର କରନ୍ତୁ

ଉପକାରୀ ଅଦା ଓ କୋଳଥ

ଉପକାରୀ ଅଦା ଓ କୋଳଥ ସ୍ୱାସ୍ଥ୍ୟକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ ।

ଅଦା

କେତେକ ପ୍ରକୃତିକ ଉପଚାର ଦ୍ଵାରା ଆମେ ଅନେକ ରୋଗରୁ ଅନେକାଂଶରେ ଉପଶମ ପାଇପାରିବା । ଅଦାକୁ ଏହାର ପର୍ଯ୍ୟାୟଭୁକ୍ତ କରିପାରନ୍ତି । ଏଥିରେ ଅନେକ ଉପକାରୀ ତତ୍ତୁ ରହିଛି, ଯାହା ସ୍ୱାସ୍ଥ୍ୟକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ ।

ଉପକାରୀ ଅଦା

  • ଅଦାରେ ଆଣ୍ଟିଅକ୍ସିଡାଣ୍ଟ ଭାରି ରହିଛି ।
  • ଥଣ୍ଡାରୋଗ ପାଇଁ ଏହା ଏକ ଭଲ ଘରୋଇ ଉପଚାର ଭାବରେ କାମ କରିଥାଏ ।
  • ବାନ୍ତି ଲାଗୁଥିଲେ ଛୋଟ ଅଦାଖଣ୍ଡକୁ କିଛି ସମୟ ଚୋବାନ୍ତୁ । ଏହାଦ୍ଵାରା ସେଥିରୁ ଉପଶମ ମିଳିଥାଏ ।
  • ଯଦି ଆପଣଙ୍କର ମାଂସପେଶୀରେ ଯନ୍ତ୍ରଣା ଅନୁଭବ କରୁଛନ୍ତି, ତେବେ ଅଦା ଚୋବାଇଲେ ଯନ୍ତ୍ରଣା କେତେକାଂଶରେ ଲାଘବ ହୋଇଥାଏ ।
  • ଅଷ୍ଟିଓଆର୍ଥ୍ରାଇଟିସ୍ ସମସ୍ୟାର ସମ୍ମୁଖୀନ ହୋଇଥିଲେ ପ୍ରତିଦିନ ଅଦା ଖାଇପାରନ୍ତୁ ।
  • ଯଦି ଆପଣ ନିମ୍ନ ରକ୍ତଚାପ (ଲୋବ୍ଲଡପ୍ରେସର) ରୁ ରକ୍ଷା ପାଇବାକୁ ଚାହୁଁଛନ୍ତି, ତେବେ ଏଥିପାଇଁ ଅଦା ଉପକାରୀ ସାବ୍ୟସ୍ତ ହୋଇପାରେ ।
  • ଅଦାରେ ଆଉ ଏକ ଉପକାରୀ ତତ୍ତ୍ଵ ରହିଛି । ମଧୁମେହ (ଡାଇବେଟିସ୍) ରୋଗୀ ନିୟମିତ ଏହାକୁ ଖାଇଲେ ରକ୍ତରେ ସୁଗାର ପରିମାଣ ସନ୍ତୁଳିତ ରହିଥାଏ ।
  • ସଦ୍ୟତମ ସର୍ଭେରୁ ଜଣାପଡିଛି ଯେ, ଟାଇପ୍ – ୨ ଡାଇବେଟସ୍ ରୋଗୀ ପ୍ରତିଦିନ ଦୁଇ ଗ୍ରାମ ଅଦା ପାଉଡରକୁ ପାଣିରେ ମିଶାଇ ଖାଇଲେ ରକ୍ତରେ ସୁଗାର ନିୟନ୍ତ୍ରିତ ରହିଥାଏ ।
  • ଯଦି ଆପଣ ଦୀର୍ଘ ବର୍ଷ ଧରି ହଜମଜନିତ ସମସ୍ୟା ସହ ଜଡିତ, ତେବେ ପ୍ରତିଦିନ ଅଦା ଖାଇଲେ ଏଥିରୁ ଉପଶମ ମିଳିଥାଏ ।
  • ମାସିକ ରତୁସ୍ରାବଜନିତ ଯନ୍ତ୍ରଣାରୁ ଅଦା ଅନେକାଂଶରେ ଉପଶମ ଦେଇଥାଏ ।
  • ଶରୀରରେ କୋଲେଷ୍ଟରଲ ସ୍ତରକୁ ଅଦା ସନ୍ତୁଳିତ ରଖିଥାଏ ।
  • ଅଦାରେ ଏଭଳି ତତ୍ତ୍ଵ ରହିଛି ଯାହା ମସ୍ତିଷ୍କକୁ ସକ୍ରିୟ ରଖିବାରେ ସାହାଯ୍ୟ କରିଥାଏ ।
  • ସଂକ୍ରମଣ ପରି ସମସ୍ୟାକୁ ଦୂର କରିବାରେଅଦା ସହାୟକ ହୋଇଥାଏ ।

କୋଳଥ

ମୁଗ, ବିରି ପରି କୋଳଥ ଏକ ଡାଲି ଜାତୀୟ ରବି ଫସଲ। ଏହି ଡାଲି ଯେତିକି ସ୍ୱାଦିଷ୍ଠ ସେତିକି ସ୍ୱାସ୍ଥ୍ୟପ୍ରଦ। ତେବେ ଏହା ପଶୁମାନଙ୍କ ଆହାର ହୋଇଥିବାରୁ ଏହି ଡାଲି ଖାଇବାକୁ କେତେକ ନାପସନ୍ଦ କରିଥା’ନ୍ତି। ତଥାପି ଏହାର ଆଦର କିଛି କମ୍‌ ନୁହେଁ। ପ୍ରୋଟିନ୍‌, ଆଇରନ୍‌ ଏବଂ କାର୍ବୋହାଇଡ୍ରେଟ୍‌ସରେ ଏହା ଭରପୂର। ଏହା ମେଦବହୁଳତା ତଥା ଓଜନ ହ୍ରାସ କରିଥାଏ। ଏଥିରେ ଥିବା ଫାଇବର୍‌ ରକ୍ତଚାପ ଏବଂ ରକ୍ତଶର୍କରା ନିୟନ୍ତ୍ରଣରେ ସହାୟକ ହୋଇଥାଏ। ମହିଳାମାନଙ୍କ ମାସିକ ସମସ୍ୟାକୁ ଏହା ଦୂର କରେ, ଥଣ୍ଡା ଜ୍ୱରରୁ ମଧ୍ୟ ଆରାମ ଦିଏ। ଆୟୁର୍ବେଦିକ୍‌ ଔଷଧରେ କୋଳଥର ବିଭିନ୍ନ ପ୍ରୟୋଗ ରହିଛି। ଭାରତରେ ଏହାର ଚାଷବାସ ବେଶ୍‌ ପୁରୁଣା। ଭାରତରୁ ଏହା ଦକ୍ଷିଣପୂର୍ବ ଏସିଆ ଏବଂ ଆଫ୍ରିକା ଯାଇଥିବା କୁହାଯାଏ। ଏବେ ଜାଣନ୍ତୁ କୋଳଥର କିଛି ଔଷଧୀୟ ଉପଚାର।

ଉପକାରୀ କୋଳଥ

  • କୋଳଥର କାଢ଼ା ପ୍ରସ୍ତୁତ କରି ସେବନ କରିବା ଦ୍ୱାରା ବାତ ସମସ୍ୟା ଦୂର ହୁଏ। ତେବେ ଏହି କାଢ଼ାରେ ଗୋଲମରିଚ ଗୁଣ୍ଡ ପକାଇ ପିଇବା ଦ୍ୱାରା ଗଳା ସମସ୍ୟାରୁ ରକ୍ଷା ମିଳେ।
  • କୋଳଥ ଡାଲି ଖାଇବା ଦ୍ୱାରା ଅନେକ ପେଟରୋଗର ଉପଶମ ହୁଏ।
  • ଏହାର କାଢ଼ାରେ ହେଙ୍ଗୁ ଏବଂ ଶୁଣ୍ଠିଗୁଣ୍ଡ ସହ ସାମାନ୍ୟ ଲୁଣ ମିଶାଇ ସକାଳେ ଏବଂ ସନ୍ଧ୍ୟାରେ ସେବନ କରିବା ଦ୍ୱାରା ପେଟ ଯନ୍ତ୍ରଣା ଦୂରହୁଏ।
  • ଅତିସାର ଭୋଗୁଥିବା ରୋଗୀଙ୍କ ପାଇଁ କୋଳଥର କଅଁଳିଆ ପତ୍ରର ରସ ଉପକାରୀ ସିଦ୍ଧ ହୋଇଛି।
  • ଶ୍ୱାସରୋଗୀ ମାନଙ୍କ ପାଇଁ କୋଳଥ ଉପକାରୀ। ଏହାକୁ ପାଣିରେ ଭଲ ଭାବରେ ସିଝାଇ ସେଥିରେ ସାମାନ୍ୟ ସୈନ୍ଧବ ଲବଣ ଏବଂ ହଳଦୀ ମିଶାଇ ତାକୁ ଛାଣି ଶ୍ୱାସରୋଗୀକୁ ପିଇବାକୁ ଦେଲେ ଉପକାର ହୋଇଥାଏ। ଏହା ଦିନକୁ ତିନି ଚାରିଥର ପିଇବାକୁ ଦେବା ଦରକାର।
  • କୋଳଥ, ପାଷାଣଭେଦୀ ଏବଂ ଗୋଖାରୁର କାଢ଼ା ପ୍ରସ୍ତୁତ କରି ସକାଳେ ଏବଂ ସନ୍ଧ୍ୟାରେ ପିଇବା ଦ୍ୱାରା କିଛି ସପ୍ତାହ ମଧରେ ପଥରୀ ରୋଗ ଦୂର ହୋଇଥାଏ। ଏହା ପରିସ୍ରା ସହ ଧୀରେ ଧୀରେ ବାହାରି ଆସିଥାଏ। କୋଳଥ ଡାଲି ଖାଇବା ଦ୍ୱାରା ମଧ୍ୟ ପଥରୀ ସମସ୍ୟା ଦୂର ହୁଏ। ଏଥିରେ ଥିବା ଭିଟାମିନ୍‌-ଏ ପଥରୀକୁ ବାହାରକୁ ବାହାର କରିବାରେ ସହାୟକ ହୋଇଥାଏ। ଥରେ ପଥରୀରେ ପୀଡ଼ିତ ହୋଇଥିବା ରୋଗୀଠାରେ ପୁଣିଥରେ ଏହା ହେବାର ସମ୍ଭାବନା ଥାଏ। ତେଣୁ ଏହା ଭଲ ହେବା ପରେ ମଧ୍ୟ ମଝିରେ ମଝିରେ କୋଳଥ ସେବନ କରିବା ଦରକାର।
  • କୋଳଥ ଗଛରେ ରହିଛି ଆଣ୍ଟିଅକ୍ସିଡାଣ୍ଟ ତତ୍ତ୍ୱ। ତ୍ୱଚାରେ ତୈଳକୁ ହ୍ରାସ କରିବା ପୁଣି ପରିସ୍ରା ବୃଦ୍ଧି କରିବାର ଗୁଣ ଏହାର ରହିଛି। ଏହା ତରଳ ଝାଡ଼ା, ହେମରେଜ୍‌, ହେମୋରଏଡ୍‌ ପରି ସମସ୍ୟା ଦୂର କରିଥାଏ।
  • କୋଳଥକୁ ଖାଦ୍ୟ ରୂପେ ବ୍ୟବହାର କରିବା ଦ୍ୱାରା ଋତୁକାଳୀନ ଯନ୍ତ୍ରଣା ଏବଂ ଲ୍ୟୁକୋରିୟା ପରି ସମସ୍ୟା ଦୂର ହୁଏ। ଅନିୟମିତ ଋତୁସ୍ରାବ ହେଉଥିଲେ କୋଳଥର ସୁପ୍‌ ପ୍ରସ୍ତୁତ କରି ପିଇବା ଦ୍ୱାରା ଲାଭ ମିଳିଥାଏ।
  • ଲିଭର୍‌ ଦୁର୍ବଳ ଥିବା ବ୍ୟକ୍ତି ପାଇଁ କୋଳଥ ଡାଲି ଉପକାରୀ।
  • କିଛି କୋଳଥ ନେଇ ପାଣିରେ ସିଝାନ୍ତୁ। ଏହି ପାଣିର ସେବନ ଜ୍ୱର ରୋଗକୁ ହ୍ରାସ କରେ।
  • କୋଳଥକୁ ଚୂନା କରି ରଖନ୍ତୁ। ସେହି ଚୂନାରୁ ପ୍ରତିଦିନ ଦୁଇ ଚାମଚ ପାଣିରେ ମିଶାଇ ପିଇବା ଦ୍ୱାରା ତ୍ୱଚାରୁ କୁଞ୍ଚନ ଦୂର ହୋଇଥାଏ।
  • ନିୟମିତ କୋଳଥ ଡାଲି ଖାଇବା ଦ୍ୱାରା ମେଦ ହ୍ରାସ ଘଟିଥାଏ। ଦୈନିକ ୧୦୦ ଗାମ୍‌ର କୋଳଥଡାଲି ଖାଇବା ଦ୍ୱାରା ମାସକ ମଧ୍ୟରେ ମୋଟାପଣ କମିଯାଏ।
  • ଗୋଟେ ଲିଟର ପାଣିରେ ୫୦ ଗ୍ରାମ୍‌ କୋଳଥ ମିଶାଇ ତାକୁ ଭଲ ଭାବେ ଫୁଟାନ୍ତୁ। ପାଣି ମରି ମରି ଯେତେବେଳେ ମାତ୍ର ଏକ ଚତୁର୍ଥାଂଶ ପାଣି ରହିବ ତାକୁ ଓହ୍ଲାଇ ଛାଣି ଦିଅନ୍ତୁ।  ଏଥିରେ ଆବଶ୍ୟକତାଳ ଅନୁଯାୟୀ ସୈନ୍ଧବ ଲବଣ ଏବଂ ଅଧଚାମଚ ଶୁଣ୍ଠି ଚୂନା ପକାନ୍ତୁ । ଏହାକୁ ପିଇବା ଦ୍ୱାରା ବାତଜ୍ୱରରୁ ଆରାମ ମିଳିଥାଏ।
  • ଚିକିତ୍ସା ବିଶେଷଜ୍ଞଙ୍କ ମତରେ ଶ୍ୱାସ ଏବଂ କଫରୋଗରେ କୋଳଥ ସେବନ ଲାଭଦାୟକ ହୋଇଥିଲେ ମଧ୍ୟ ଶ୍ୱାସରୋଗୀର କଫ ଯଦି ଶୁଷ୍କ ହୋଇଯାଏ ତେବେ ଏହା ସେବନ କରିବା ଉଚିତ ନୁହେଁ, କାରଣ ଏହାଦ୍ୱାରା ଅଧିକ କ୍ଷତି ଘଟିଥାଏ। ଗର୍ଭବତୀ ମହିଳାମାନେ କୋଳଥ ନ ଖାଇବା ଭଲ। ଅତ୍ୟଧିକ ଅମ୍ଳ ପୀଡ଼ିତ ବ୍ୟକ୍ତି କୋଳଥ ନ ଖାଇବା ଉଚିତ।

ଆଧାର : ସ୍ୱାସ୍ଥ୍ୟ ଡାଇରୀ

3.0
ବନ୍ଦିତା ମହାନ୍ତି Dec 29, 2018 04:55 PM

କେତେକ ପ୍ରକୃତିକ ଉପଚାର ଦ୍ଵାରା ଆମେ ଅନେକ ରୋଗରୁ ଅନେକାଂଶରେ ଉପଶମ ପାଇପାରିବା । ଅଦା ଓ କୋଳଥ ର ଉପକାରିତା ବିଷୟରେ ଜାଣିପାରିଲୁ । ଏଥିରେ ଅନେକ ଉପକାରୀ ତତ୍ତୁ ରହିଛି, ଯାହା ସ୍ୱାସ୍ଥ୍ୟକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ ।

Afreen Zafar May 21, 2016 04:16 PM

ଏହି ସୁଚନାଟି ଆତ୍ୟାନ୍ତ ଉପଦାୟ ।

ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top