ହୋମ / ସ୍ଵାସ୍ଥ୍ୟ / ଜୀବନର ସନ୍ଦେଶ / ସ୍ୱାସ୍ଥ୍ୟ ଟିପ୍ସ
ସେଆର କରନ୍ତୁ

ସ୍ୱାସ୍ଥ୍ୟ ଟିପ୍ସ

ଉତ୍ତମ ସ୍ୱାସ୍ଥ୍ୟରକ୍ଷା କରିବା ପାଇଁ ଜାଣନ୍ତୁ କେତେଗୁଡିଏ ସ୍ୱାସ୍ଥ୍ୟ ଟିପ୍ସ ।

ଧୂମ୍ରପାନରେ ଦୃଷ୍ଟି ଶକ୍ତି ହ୍ରାସ

ଏକ ଅଧ୍ୟୟନରୁ ଜଣାପଡ଼ିଛି ଧୂମ୍ରପାନ କରିବା ଦ୍ଵାରା ଦୃଷ୍ଟିଶକ୍ତି ହ୍ରାସ ହୁଏ । ଗବେଷକଙ୍କ କହିବାନୁସାରେ ବୟସ ବୃଦ୍ଧି ସାଙ୍ଗକୁ ଅଧିକ ଧୂମ୍ରପାନ ବ୍ୟକ୍ତିକୁ ଅନ୍ଧ କରିଦିଏ । ଧୂମ୍ରପାନ ଯୋଗୁଁ ଆଖିରେ ଏଏମଡି ହେବାର ସମ୍ଭାବନା ବଢିଯାଏ । ଫଳରେ ବ୍ୟକ୍ତି ଦୃଷ୍ଟି ଶକ୍ତି ହରାଏ ।

ରସୁଣରେ କ୍ୟାନସର ଦୂର

ଗବେଷକଙ୍କ କହିବାନୁସାରେ, ୧୦ ଗ୍ରାମ୍ ରସୁଣ କ୍ୟାନ୍ସଏର ରୋଗୀକୁ ଖାଇବାକୁ ଦିଆନ୍ତୁ । ୨୪ ଘଣ୍ଟା ମଧ୍ୟରେ କ୍ୟାନ୍ସର କୋଷ ବୃଦ୍ଧି ହେବା ପକ୍ରିୟା ୪୭ ପ୍ରତିଶତ ହ୍ରାସ ପାଇବା । ଏଥିପାଇଁ ଗବେଷକମାନେ ପ୍ରକାଶ କରିଛନ୍ତି, ପ୍ରତିଦିନ ଖାଦ୍ୟାରେ ରସୁଣକୁ ସାମିଲ କରନ୍ତୁ ।

ସ୍ୱାସ୍ଥ୍ୟ ପାଇଁ ଗାଜର

ଗାଜର ରସରେ ବାତରୋଗ ଦୂର ହୁଏ । ଏହାର ରସରେ କଲାଲୁଣ ମିଶାଇ ପିଇଲେ ଶର୍କରା ସ୍ତର ନିୟନ୍ତ୍ରଣରେ ରହେ । ଗାଜର ରସରେ ଭିଟାମିନ୍ ଏ, ବି, ସି, ରହିଛି । ଏହା ଆଖିରୋଗ ଦୂର କରିବା ସହ ମୂତ୍ରାଶୟରେ ହେଉଥିବା ଷ୍ଟୋନ୍ କୁ ପ୍ରତିରୋଧ କରେ

ଓଠ କଳାପଡୁଥିଲେ

ଖାରାରେ ବାହାରୁଥିଲେ, ଓଠରେ ସନସ୍କ୍ରିନ୍ ଲୋଶନ ଲଗାନ୍ତୁ କୌଣସି କାରଣ ନଥାଏ ଓଠ କଳା ପଢୁଥିଲେ, କ୍ୟାନ୍ସରର ଆଶଙ୍କା ଥାଏ । ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ଜଳୀୟ ଅଂଶ କମିଲେ ଓଠ କଳା ପଡିଥାଏ । ପ୍ରଚୁର ପାଣି ପିଇବା ସହ ଓଠରେ ମଶ୍ଚରାଇଜର ଲଗାନ୍ତୁ ।

ଆଜମା ରୋଗୀଙ୍କ ପାଇଁ ଉପକାରୀ ଭିଟାମିନ୍ – ସି ଯୁକ୍ତ ଖାଦ୍ୟ

ସାଧାରଣତଃ ଆଜମା ରୋଗୀ ଖାଦ୍ୟପେୟ ପ୍ରତି ଅଧିକ ସତର୍କ ରହିଥାଆନ୍ତି । ଯଦି ଏହି ରୋଗୀ ନିୟମିତ ବ୍ୟାୟାମ କରୁଥାଆନ୍ତି, ତେବେ ସେମାନେ ଭିଟାମିନ୍ – ସି ଯୁକ୍ତ ଖାଦ୍ୟ ଅଧିକ ଖାଇଲେ ତାହା ସ୍ୱାସ୍ଥ୍ୟ ପ୍ରତି ଲାଭପ୍ରଦ ସାବ୍ୟସ୍ତ ହୋଇଥାଏ । ଆମେରିକୀୟ ଖାଦ୍ୟ ବିଶେଷଜ୍ଞମାନେ ଏକଥା ସଦ୍ୟମତ ଗବେଷଣାରୁ ଜାଣିବାକୁ ପାଇଛନ୍ତି । ଏଭଳି ସିଦ୍ଧାନ୍ତରେ ପହଞ୍ଚିବା ପୂର୍ବରୁ ସେମାନେ ୧୨୦୦  ଆଜମା ଆକ୍ରାନ୍ତ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ସେମାନେ କେଉଁ ପ୍ରକାର ଖାଦ୍ୟ ଖାଉଛନ୍ତି ତାହାର ଏକ ତାଲିକା ପ୍ରସ୍ତୁତ କରଯାଇଥିଲା । ଅପରପକ୍ଷରେ ଯେଉଁମାନେ ନିୟମିତ ବ୍ୟାୟାମ କରୁଛନ୍ତି ସେମାନେ କି କି ଖାଦ୍ୟ ଖାଉଛନ୍ତି ତାହାକୁ ଗବେଷଣା ପରିସରଭୁକ୍ତ କରାଯାଇଥିଲା । ଏହି ସମୟରେ ସେମାନଙ୍କୁ ଭିଟାମିନ୍ ସି’ଯୁକ୍ତ ଖାଦ୍ୟ ଅଧିକ ପରିମାଣରେ ଖାଇବାକୁ ପରାମର୍ଶ ଦିଆଯାଇଥିଲା । ଏଭଳି ଖାଦ୍ୟ ଖାଇବା ଦ୍ଵାରା ପ୍ରଦୂଷିତ ବାୟୁମଣ୍ଡଳର ଖରାପ ପ୍ରଭାବ ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ପଡି ନ ଥାଏ ବୋଲି ଗବେଷଣା ରିପୋର୍ଟରେ ଉଲ୍ଲେଖ କରାଯାଇଛି ।

ଖାଇବା ପରେ କେତେଟି ବିଷୟ ପ୍ରତି ସଚେତନ ରହିବା ଆବଶ୍ୟକ

  • ଧୂମପାନ ଯୋଗୁ ଦୃଦ୍ ଘାତ ଓ ଶ୍ଵାସ ସମ୍ଵନ୍ଧିତ ସମସ୍ୟା ଦେଖାଦେଇଥାଏ । ଖାଇବା ପରେ ଧୂମପାନ କରିବା ସ୍ୱାସ୍ଥ୍ୟପକ୍ଷେ ଅଧିକ କ୍ଷତିକାରକା । ଏହାଦ୍ଵାରା କ୍ୟାନ୍ସର ଆଶଙ୍କା ମଧ୍ୟ ବଢିଯାଏ ।
  • ସାଧାରଣତଃ ଖାଦ୍ୟ ହଜମ ହେବା ପାଇଁ ୧ରୁ ୨ ଘଣ୍ଟା ସମୟ ଲାଗିଥାଏ । ତେଣୁ ଖାଇବା ପରେ ସଙ୍ଗେସଙ୍ଗେ ନ ଶୋଇବାକୁ ଚେଷ୍ଟା କରନ୍ତୁ କାରଣ  ଗ୍ୟାଷ୍ଟ୍ରିକ ସମସ୍ୟା ବୃଦ୍ଧି ହେବା ଯଥେଷ୍ଟ ଆଶଙ୍କା ରହିଛି ।
  • ଖାଇବା ସମୟରେ ଫଳ ଖାଇବା ଦ୍ଵାରା ତାହା ଠିକ୍ ଭାବରେ ହଜମ ହୋଇପାରେ ନାହିଁ । ଫଳସ୍ୱରୂପ ଫଳରୁ ମିଳିବାକୁ ଥିବା ପୋଷକତତ୍ତ୍ଵଉଚିତ୍ତ ପରିମାଣରେ ଶରୀରକୁ ମିଳିପାରେ ନାହିଁ । ତେଣୁ ଖାଇବାର ପ୍ରାୟ ଏକ ଘଣ୍ଟା ପରେ ଫଳ ଖାଇବା ସ୍ୱାସ୍ଥ୍ୟ ପକ୍ଷେ ଲାଭଦାୟକ । ଆପଣ ଚାହିଁଲେ ପ୍ରତିଦିନ ସକାଳେ ତଟକା ଫଳମୂଳ ଖାଇପାରିବେ ।

କ୍ୟାନସର ମୁକ୍ତ

  • ତମାଖୁ ଖାଆନ୍ତୁ ନାହିଁ
  • ସୁସ୍ଥ ଖାଦ୍ୟ ଖାଆନ୍ତୁ । ଖାଦ୍ୟରେ ପ୍ରଚୁରମାତ୍ରାରେ ଫଳ ଓ ପନିପରିବା ସାମିଲ କରନ୍ତୁ । ଗହମ ରୁଟି, ଓଟ୍ସ ଆଦି   ଖାଆନ୍ତୁ ।
  • ମେଦ ବୃଦ୍ଧିକୁ ନିୟନ୍ତ୍ରଣରେ ରଖନ୍ତୁ । ଉଚ୍ଚ କ୍ୟାଲୋରୀଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ, ମିଠା ଜାତୀୟ ଖାଦ୍ୟ ଅଧିକ ଖାଆନ୍ତୁ ନାହିଁ । ମାଂସ ମଧ୍ୟ କମ୍ ଖାଆନ୍ତୁ ।
  • ବୟସ ଅନୁଯାୟୀ ଶରୀରର ଆବଶ୍ୟକ ଓଜନ ରଖନ୍ତୁ ।
  • ସୂର୍ଯ୍ୟକିରଣରୁ ଦୂରେଇ ରୁହନ୍ତୁ । ବିଶେଷ କରି ସକାଳ ୧୦ ଟାରୁ ଦିନ ୩ ତ ପର୍ଯ୍ୟନ୍ତ ସୂର୍ଯ୍ୟକିରଣରୁ ଦୂରେଇ ରୁହନ୍ତୁ । ବାହାରକୁ ବାହାରିବା ସମୟରେ ସନସ୍କ୍ରିନ୍ ଲୋସନ୍ ଲଗାନ୍ତୁ ।
  • ପ୍ରତିଦିନ ବ୍ୟାୟାମ, ଯୋଗ ଓ ପ୍ରାତଃ ଭ୍ରମଣ କରନ୍ତୁ । ଏହା ଆପଣାକୁ କ୍ୟାନ୍ସରଠୁ ଦୂରେଇ ରଖିବାରେ ସହାୟକ ହେବ ।
  • ପ୍ରଚୁର ମାତ୍ରାରେ ପାଣି ପିଅନ୍ତୁ । ଆକ୍ୟୁ।ଗାଡ୍ ପାଣି ପିଆନ୍ତୁ । ନଚେତ୍ ପାଣି ଫୁଟାଇ ପିଅନ୍ତୁ ।
  • ପ୍ରତିଦିନ କଫି ପିଅନ୍ତୁ । ଏହା କ୍ୟାନ୍ସର ଦୂର କରିବାରେ ସହାୟକ ହେବ ।
  • ଚା’ ପିଇବା ଅଭ୍ୟାସ ଥିଲେ, ଗ୍ରୀନ୍ ଟି ପିଆନ୍ତୁ । ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ କ୍ୟାନ୍ସର ଦୂର କରିବା ସହ ବିଭିନ୍ନ ପ୍ରକାର ରୋଗ ଦୂର କରିବାରେ ସହାୟକ ହେବ ।

ଆଧାର

ଧରିତ୍ରୀ

3.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top