ହୋମ / ସ୍ଵାସ୍ଥ୍ୟ / ଜୀବନର ସନ୍ଦେଶ / ସ୍ୱାସ୍ଥ୍ୟ ପ।ଇଁ ଉପକାରୀ ଭେଣ୍ଡି ଏବଂ ସୋୟାବିନ
ସେଆର କରନ୍ତୁ

ସ୍ୱାସ୍ଥ୍ୟ ପ।ଇଁ ଉପକାରୀ ଭେଣ୍ଡି ଏବଂ ସୋୟାବିନ

ସ୍ୱାସ୍ଥ୍ୟ ପ।ଇଁ ଉପକାରୀ ଭେଣ୍ଡି ଏବଂ ସୋୟାବିନ ସୂଚନା ।

ଭେଣ୍ଡି

ଭେଣ୍ଡି ଏକ ଗୁଳ୍ମ ଜାତୀୟ ସପୁଷ୍କପ ଉଦ୍ଭିଦ। ଏହା ଏକ ଭଲ ପରିବା ଭାବେ ଲୋକପ୍ରିୟ। ଏହି ଗଛ ସିଧା ବଢେ, ଏହାର କାଣ୍ଡ ଶକ୍ତ, ପତ୍ର ଗୁଡ଼ିକ ଟାଉଁସିଆ ଓ ବଡ, ଫୁଲ ହଳଦିଆ ରଙ୍ଗର ଓ ଏହା ମଝିରେ ନାଲି ଚିହ୍ନଥାଏ। ଏହାର ଫଳ ଲମ୍ବା ଓ ସବୁଜ ରଙ୍ଗର। ଏହାର ଉତ୍ପତ୍ତିସ୍ଥଳ ବିବାଦୀୟ। କେହି କେହି ଏହା ଦକ୍ଷିଣ ଏସୀୟ, କେହି ଇଥିଓପୀୟ ଓ କେହି ଏହା ପଶ୍ଚିମ ଆଫ୍ରିକୀୟ ବୋଲି ମତ ପ୍ରଦାନ କରିଥାନ୍ତି। ଏହା ଗ୍ରୀଷ୍ମମଣ୍ଡଳୀୟ ଜଳବାୟୁରେ ଭଲ ବଢ଼ିଥାଏ। ସାଧାରଣତଃ ଲୋକେ ଭେଣ୍ଡିକୁ ପରିବା ଭାବେ ଗ୍ରହଣ କରିଥାନ୍ତି । ତେବେ ଏହାର ମଧ୍ୟ ଅନେକ ଔଷଧିୟ ଗୁଣ ରହିଛି । ଯାହା ସଂପର୍କରେ ଆମେ ତଳେ ଆଲୋଚନା କରିଛୁ । ଆସନ୍ତୁ ଜାଣିବା

୭ଟି ଔଷଧିୟ ଗୁଣ

  1. ମଧୁମେହ ରୋଗୀ ଦରସିଝା ହୋଇଥିବା ଭେଣ୍ଡି ଖାଇବା ବେଶ୍ ଲାଭଦାୟକ ହୋଇଥାଏ।
  2. ପୁରୁଷମାନେ କଂଚା ଭେଣ୍ଡିକୁ ଚୋବାଇ ଖାଇବଦ୍ୱାରା ସେମାନଙ୍କ ପୁରୁଷତ୍ୱ ବଢିଥାଏ ।
  3. ଭେଣ୍ଡି ମଞ୍ଜକୁ ଶୁଖାଇ ଏହାର ଚୂର୍ଣ୍ଣ କରି ଛୋଟ ପିଲାଙ୍କୁ ଖାଇବାକୁ ଦେଲେ ଏହା ପ୍ରୋଟିନ ଭଳି କାମ କରିଥାଏ ।
  4. ମେଦ ବୃଦ୍ଧିରେ ଆକ୍ରାନ୍ତ ଲୋକେ କଂଚା ଭେଣ୍ଡି ଖାଇବାଦ୍ୱାରା ଓଜନ ହ୍ରାସ ପାଇଥାଏ ।
  5. ଶରୀରରେ ସାଧାରଣତଃ କୋଲେଷ୍ଟ୍ରଲର ମାତ୍ରା ବୃଦ୍ଧି ପାଇବା କାରଣରୁ ହୃଦୟଜନିତ ସମସ୍ୟା ଦେଖାଦେଇଥାଏ । ତେବେ ଭେଣ୍ଡି ଖାଇବା ଦ୍ୱାରା ଏଭଳି ସମସ୍ୟାରୁ ମୁକ୍ତି ମିଳିଥାଏ।
  6. ଭେଣ୍ଡିରେ ରୋଗ ପ୍ରତିରୋଧକ କ୍ଷମତା ଭରପୁରମାତ୍ରାରେ ରହିଥାଏ । ଯଦି ପ୍ରତିଦିନ ଭେଣ୍ଡି ସେବନ କରନ୍ତି ତେବେ ଏହାଦ୍ୱାରା ଆପଣଙ୍କ ଶରୀରକୁ ଲାଭ ମିଳିଥାଏ ।
  7. ଗର୍ଭବତୀ ମହିଳାଙ୍କ ପାଇଁ ଭେଣ୍ଡି ଅତ୍ୟନ୍ତ ଉପକାରୀ ଅଟେ । ଏଥିରେ ସାଧାରଣତଃ ଭିଟାମିନ୍-ବି୯ର ପରିମାଣ ବେଶି ଥାଏ । ଯାହା କାରଣରୁ ଗର୍ଭରେ ବଢୁଥିବା ଶିଶୁକୁ ଏହା ବିଭିନ୍ନ ରୋଗରୁ ରକ୍ଷା କରିଥାଏ ।

ସୋୟାବିନର

ସୋୟାବିନରେ ପ୍ରଚୁର ପରିମାଣରେ ପ୍ରୋଟିନ୍ ଥାଏ । ଏହା ଅଣ୍ଡା , ଦୁଗ୍ଧ ଓ ମାଂସରେ ମିଳୁଥିବା ପ୍ରୋଟିନ୍ ଠାରୁ ମଧ୍ୟ ଅଧିକ । ଏହାଛଡା ଏଥିରେ ଭିଟାମିନର କଂପ୍ଲେକ୍ସ , ଭିଟାମିନ୍ –ଇ , ମିନେରାଲ୍ସ ଓ ଏମିନୋ ଏସିଡ୍ ପର୍ଯ୍ୟପ୍ତ ମାତ୍ରାରେ ଥାଏ । ଶରୀରର ବିଭିନ୍ନ ଆବଶ୍ୟକତାକୁ ପୂରଣ କରିବା ବ୍ୟତୀତ ଆହୁରି ଅନେକ ପ୍ରକାରର ରୋଗର ଉପଚାରରେ ସାହାଯ୍ୟ କରିଥାଏ । ଶାରୀରିକ ବିକାଶ , ତ୍ୱଚା ସମ୍ବନ୍ଧୀୟ ସମସ୍ୟା ଓ କେଶ ସମସ୍ୟାର ମଧ୍ୟ ଉପଚାର ସୋୟାବିନ୍ ଦ୍ୱାରା ସମ୍ଭବ ହୋଇଥାଏ । ଏହି ସବୁ ପରେ ସୋୟାବିନ୍ ଦ୍ୱାରା ଅନେକ ଫାଇଦା ଅଛି । ଯାହା ବିଷୟରେ ଆପଣଙ୍କୁ କିଛି ତଥ୍ୟ ଦେଉଛୁ –

ଉପକାରିତା

  • କୋଷିକା ଗଠନ କରେ
  • ସୋୟାବିନ୍ ପ୍ରୋଟିନର ଏକ ପ୍ରମୁଖ ସ୍ରୋତ ଅଟେ । ଏଣୁ ଏହାର ସେବନରେ ମେଟାବଲିକ୍ ସିଷ୍ଟମକୁ ଗଠନ କରିଥାଏ । ଏହା ବ୍ୟତୀତ ଏହି କୋଷିକା ଗୁଡିକର ବିକାଶ ତଥା କ୍ଷତିଗ୍ରସ୍ତ କୋଷିକାଗୁଡିକର ହଠନରେ ଏହା ସାହାଯ୍ୟ କରେ ।

  • ଓଜନ କମାଇବା ଓ ବଢାଇବାରେ ସାହାଯ୍ୟ କରେ
  • ସୋୟାବିନ୍ ଓଜନ ଓ ବଢାଇବାରେ ବ୍ୟବହାର କରାଯାଇପରେ । ଏହା ଭୋକ କମ୍ କରିବାରେ ମଧ୍ୟ ସାହାଯ୍ୟ କରେ । କାରଣସ୍ୱରୂପ ମୋଟାପାର ସମସ୍ୟା କମିଥାଏ । ଏହା ବ୍ୟତୀତ ଏଥିରେ ପର୍ଯ୍ୟାପ୍ତ ମାତ୍ରାରେ ପ୍ରୋଟିନ୍ ଓ ଫାଇବର ମଧ୍ୟ ମିଳିଥାଏ । ଯାହା ଓଜନ ବଢାଇବାରେ ମଧ୍ୟ ସାହାଯ୍ୟ କରିଥାଏ । କିନ୍ତୁ ଏଥିପାଇଁ ଅଧିକ ମାତ୍ରାରେ ସୋୟାବିନ୍ ସେବନ କରିବାର ଆବଶ୍ୟକତା ହେବ ।

  • କ୍ୟାନସରରୁ ରକ୍ଷା ମିଳେ
  • ସୋୟାବିନରୁ ମିଳୁଥିବା ଆଣ୍ଟି-ଅକ୍ସିଡେଣ୍ଟସ୍ ଅନେକ ପ୍ରକାରର କ୍ୟାନସର ରୋକିବାରେ ସାହାଯ୍ୟ କରେ । ଏହା ଶରୀରରେ କ୍ୟାନସର ସୃଷ୍ଟି କରୁଥିବା କୋଷିକାଗୁଡିକୁ ରୋକିଥାଏ । ସୋୟାବିନ୍ ରେ ଥିବା କଣ୍ଟେଂଟ କୋଲୋନ୍ କ୍ୟାନସର ସମସ୍ୟାକୁ କମ୍ କରିବାରେ ସାହାଯ୍ୟ କରେ ।

  • ହାଡକୁ ମଜବୁତ୍ କରେ
  • ସୋୟାବିନରେ ଖୁବ୍ ଅଧିକ ମାତ୍ରାରେ ଭିଟାମିନ୍ ଓ ମିନେରାଲ୍ସ ମିଳିଥାଏ । ଏହା ବ୍ୟତୀତ କ୍ୟାଲସିୟମ , ମ୍ୟାଗ୍ନେସିୟମ , କପର , ସେଲେନିୟମ ଓ ଜିଙ୍କ୍ ର ମାତ୍ରା ଅଧିକ ମାତ୍ରାରେ ମିଳେ । ଏ ସବୁ ପୋଷକ ତତ୍ୱ ଶରୀରର ହାଡକୁ ମଜବୁତ୍ କରିବାରେ ମହତ୍ୱପୂର୍ଣ୍ଣ ଭୂମିକା ବହନ କରିଥାଏ ।

  • ମାନସିକ ରୋଗରେ ଫାଇଦା
  • ଯେକୌଣସି ପ୍ରାକାର ରୋଗରେ ସୋୟାବିନର ସେବନ ଅନେକ ଫାଇଦାପୂର୍ଣ୍ଣ ଥାଏ । ଏହା ମାନସିକ ସନ୍ତୁଳନକୁ ସମତୁଲ ରଖି ମସ୍ତିଷ୍କକୁ ସକ୍ରିୟ କରେ । ଏହା ବ୍ୟତୀତ ହୃଦୟ ରୋଗ ରେ ମଧ୍ୟ ସୋୟାବିନର ସେବନ ବହୁତ ଦରକାରୀ ଅଟେ ।

ଆଧାର -

  • ସ୍ୱାସ୍ଥ୍ୟ ବ୍ୟୁରୋ
  • ଆୟୁର୍ବେଦ ଭବନ
2.76470588235
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top