ହୋମ / ସ୍ଵାସ୍ଥ୍ୟ / ଜୀବନର ସନ୍ଦେଶ / ସ୍ୱାସ୍ଥ୍ୟ ପାଇଁ କେତେ ଉପକାରୀ କଲରା
ସେଆର କରନ୍ତୁ

ସ୍ୱାସ୍ଥ୍ୟ ପାଇଁ କେତେ ଉପକାରୀ କଲରା

କଲରାରେ କାର୍ବୋହାଇଡ୍ରେଟ୍, ଫସ୍ଫରସ୍, ପ୍ରୋଟିନ୍ ଓ କ୍ୟାଲସିୟମ୍ ଭରି ରହିଛି।

କଲରା

କଲରା ନାଁ ଶୁଣିଲେ ସାଧରଣତଃ ପିତାଳିଆ ସ୍ୱାଦ କଥା ମନେ ପଡିଯାଇଥାଏ । ସବୁଜ ରଙ୍ଗର ଏହି ପରିବାଟିର ସ୍ୱାଦ ଯଦିଓ ପାଟିକୁ ସ୍ୱାଦିଷ୍ଟ ଲାଗି ନପାରେ ମାତ୍ର ଏଥିରେ ଭରି ରହିଛି ଅନେକ ପ୍ରକାରର ପୋଷଣ । କଲରାକୁ ଆପଣ ବିଭିନ୍ନ ଢଙ୍ଗରେ ବ୍ୟବହାର କରିପାରିବେ । ଖାଲି ସେତିକି ନୁହେଁ ଆପଣ ଚାହିଁଲେ ଏହାକୁ ଜୁସ ଆକାରରେ ନଚେତ୍ ଆଚାର ଭାବରେ ମଧ୍ୟ ଖାଇ ପାରିବେ । ତେବେ ଏହା ଖାଇବା ଦ୍ୱାରା ଶରୀରକୁ କିଭଳି ପ୍ରକାରର ଫାଇଦା ମିଳିଥାଏ ଆସନ୍ତୁ ଜାଣିବା ।

କିଭଳି ପ୍ରକାରର ଫାଇଦା ମିଳିଥାଏ

  • କଲରାରେ ବିଶେଷ କରି ବହୁ ମାତ୍ରାରେ ପୋଷଣ ମିଶିକରି ଥାଏ । ଏଥିରେ ଭିଟାମିନ-ଏ,ବିଏବଂ ସି ଦେଖିବାକୁ ମିଳିଥାଏ । ଏହାଛଡା କୈରୋଟିନ୍, ଭିଟାକୈରୋଟିନ୍, ଲୁଟିନ୍, ଆଇରନ୍, ପୋଟେସିୟମ, ମ୍ୟାଗ୍ନେସିୟମ ଭଳି ସ୍ୱାସ୍ଥ୍ୟ ଉପାଦେୟ ପୋଷଣ ରହିଥାଏ । ଯାହା ଶରୀରକୁ ବିଭିନ୍ନ ରୋଗ କବଳରୁ ରକ୍ଷା କରିଥାଏ ।
  • ନିଶ୍ୱାସ-ପ୍ରଶ୍ୱାସ ଜନିତ ସମସ୍ୟାକୁ ଦୂର କରିବାରେ କଲରା ଏକ ଉତ୍ତମ ପରିବା ଭାବରେ କାର୍ଯ୍ୟକରିଥାଏ । ତେବେ ନିୟମିତ ଭାବରେ ଖାଦ୍ୟରେ କଲରାକୁ ସେବନ କରିବା ଦ୍ୱାରା ଏହି ସମସ୍ୟାକୁ ଅନେକାଂଶରେ ଦୂର କରାଯାଇ ପାରିବ ।
  • ଯଦି ଆପଣଙ୍କର ଲିଭର ଜନିତ କୌଣସି ସମସ୍ୟା ରହିଛି ତେବେ ଆପଣ କଲରାକୁ ବ୍ୟବହାର କରିପାରିବେ । ଏଥିପାଇଁ ପ୍ରତିଦିନ ଏକ ଗ୍ଲାସ୍ କଲରା ଜୁସ୍ ପିଇବା ଉଚିତ । ଏଭଳି ଭାବରେ ଏକ ସପ୍ତାହ କରିବା ଦ୍ୱାରା ଏହାର ଫାଇଦା ଅନୁଭବ କରିପାରିବେ ।
  • ଆପଣ ଯଦି ବିଭିନ୍ନ ଇନଫେକ୍ସନରୁ ନିଜରୁ ରକ୍ଷା କରିବାକୁ ଚାହୁଁଛନ୍ତି । ତେବେ କଲରା କିମ୍ବା କଲରାର ପତ୍ରକୁ ପାଣିରେ ଫୁଟାଇ ତା’ର ପାଣିକୁ ସେବନ କରନ୍ତୁ । ଏହାଦ୍ୱାରା ଆପଣ ଏହିସବୁ ସମସ୍ୟାରୁ ମୁକ୍ତି ପାଇପାରିବେ ।
  • କଲରା ଖାଇବା ଦ୍ୱାରା ମୁହଁରେ ଦେଖାଯାଉଥିବା ବିଭିନ୍ନ ସମସ୍ୟା ଦୂର କରିବାପାଇଁ ପାରିବ । ଏଥିପାଇଁ ପ୍ରତିଦିନ ସକାଳୁ ଉଠି ଖାଲି ପେଟରେ କଲରା ଜୁସ ସହ ଲେମ୍ବୁ ମିଶାଇ ପାଖାପାଖି ଛ’ମାସ ପିଅନ୍ତୁ ଏବଂ ଫଳ ଦେଖନ୍ତୁ ।
  • କଲରା ଦ୍ୱାରା ମଧୁମେହ ଜନିତ ସମସ୍ୟାରୁ ମୁକ୍ତି ପାଇବା ସମ୍ଭବ ହୋଇଥାଏ । ଏଥିପାଇଁ କଲରା ଜୁସ୍ ଅତ୍ୟନ୍ତ ଉପକାରୀ ହୋଇଥାଏ ।
  • ପେଟ ଜନିତ ତଥା କିଡନୀ ଜନିତ ସମସ୍ୟାରୁ ମୁକ୍ତି ଦେଇଥାଏ କଲରା । ଏହାକୁ ନିୟମିତ ଭାବରେ ଖାଇବା ଓ ପିଇବା ଦ୍ୱାରା ଶରୀରକୁ ବିଭିନ୍ନ ପ୍ରକାର ଲାଭ ମିଳିଥାଏ ।
  • କଲରା ହାର୍ଟ ବା ହୃଦୟ ପାଇଁ ଅତ୍ୟନ୍ତ ଉପକାରୀ ହୋଇଥାଏ । ଏହା ଶରୀର ମଧ୍ୟରେ ଥିବା ଖରାପ କୋଲେଷ୍ଟ୍ରୋଲକୁ ନିୟନ୍ତ୍ରିତ କରିଥାଏ । ଯାହାଦ୍ୱାରା ହୃଦ୍ ଘାତ ଜନିତ ସମସ୍ୟାକୁ କିଛି ମାତ୍ରାରେ ଏଡାଇବା ସମ୍ଭବପର ହୋଇଥାଏ ।
  • ସାଧାରଣତଃ କଲରାରେ ପିତା ଅଂଶ ରହିଥିବାରୁ ଅନେକେ ଏହା ଖାଇବାକୁ ପସନ୍ଦ କରି ନ ଥାଆନ୍ତି।  କିନ୍ତୁ କଲରାରେ ବହୁ ଭିଟାମିନ୍ ଭରି ରହିଥିବାରୁ ଏହା ଆମ ସ୍ୱାସ୍ଥ୍ୟ ପାଇଁ ବେଶ୍ ଲାଭଦାୟକ। ପ୍ରତି  ୧୦ରୁ ୧୫ ଦିନ ମଧ୍ୟରେ ଦିନଟିଏ କଲରା ଖାଇବା ଉଚିତ। ଅନ୍ୟ ପରିବା ଓ ଫଳ ଅପେକ୍ଷା କଲରାରେ ଅଧିକ ଔଷଧୀୟ ଗୁଣ ରହିଛି। କଲରାରେ କାର୍ବୋହାଇଡ୍ରେଟ୍, ଫସ୍ଫରସ୍, ପ୍ରୋଟିନ୍  ଓ କ୍ୟାଲସିୟମ୍ ଭରି ରହିଛି।

    କଲରା ଖାଇବା ଦ୍ୱାରା ରକ୍ତ ସଫା ହୋଇଥାଏ। ଲିଭର ସହିତ ଜଡ଼ିତ କିଛି ରୋଗ ଥିଲେ କଲରା ଖାଇବା ଉଚିତ। କଲରା ପାଚନରେ ସହାୟକ ହୋଇଥାଏ।  କଲରା ଜୁସ୍ରେ ଲେମ୍ୱୁ ମିଶାଇ ପିଇବା ଦ୍ୱାରା ଶରୀରର ଓଜନ କମ୍ ହୋଇଥାଏ। କଲରାରେ ଫସ୍ଫରସ୍ ରହିଥିବାରୁ ଶରୀରରେ କଫ ଜମିଥିଲେ କଲରା ଖାଇବା ଦ୍ୱାରା ସାମାନ୍ୟ ହାଲ୍କା ଲାଗିଥାଏ।

    ଝାଡ଼ା କିମ୍ୱା ବାନ୍ତି ହେଉଥିଲେ କଲରା ଜୁସ୍ରେ କଳା ଲୁଣ ପକାଇ ଅଳ୍ପ ପିଇବା ଦ୍ୱାରା କିଛି ମାତ୍ରାରେ ଶରୀରକୁ ଉପଶମ ମିଳିଥାଏ। ମଧୁମେହ ରୋଗୀଙ୍କ ପାଇଁ କଲରା ବେଶ୍ ଲାଭଦାୟକ। ଶରୀରର ସୁଗାର ସ୍ତରକୁ ନିୟନ୍ତ୍ରିତ କରିବାରେ ଏହା ସହାୟକ ହୋଇଥାଏ।

    ଆଧାର କନକ ନ୍ୟୁଜ୍

3.03571428571
ତାରକା ଚିହ୍ନ ଉପରେ କ୍ଲିକ କରି ପୃଷ୍ଟାଟିକୁ ମୂଲ୍ୟାଙ୍କନ କରନ୍ତୁ
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top