ହୋମ / ସ୍ଵାସ୍ଥ୍ୟ / ଜୀବନର ସନ୍ଦେଶ / ସ୍ୱାସ୍ଥ୍ୟ ପାଇଁ କେତେ ଉପକାରୀ କଳମ୍ବ ଶାଗ ?
ସେଆର କରନ୍ତୁ

ସ୍ୱାସ୍ଥ୍ୟ ପାଇଁ କେତେ ଉପକାରୀ କଳମ୍ବ ଶାଗ ?

ସ୍ୱାସ୍ଥ୍ୟ ପାଇଁ କେତେ ଉପକାରୀ କଳମ୍ବ ଶାଗ ର ସୂଚନା

ଉପକ୍ରମ

କଳମ୍ବ ଶାଗର ବ୍ୟବହାର ସାଧାରଣତଃ ଇଣ୍ଡୋନେସିଆ ଓ ଭାରତରେ ବହୁଳ ମାତ୍ରା କରାଯାଇଥାଏ । ଏହା ବିଶେଷ କରି ଦକ୍ଷିଣ ଭାରତ,ପୂର୍ବ ଭାରତର ଓଡିଶା ଓ କଲକାତାରେ ମଧ୍ୟ ଏହାକୁ ଅଧିକ ମାତ୍ରାରେ ବ୍ୟବହାର କରିଥାନ୍ତି । ତେବେ ଏଥିରେ  ସାଧାରଣତଃ ଅଧିକ ପରିମାଣରେ ଭିଟାମିନ ମିଶିକରି ରହିଥାଏ । ପ୍ରତି ୧୦୦ ଗ୍ରାମ କଳମ୍ବ ଶାଗରେ କାର୍ବୋହାଇଡ୍ରେଟ୍ ୪ ଗ୍ରାମ, ପୃଷ୍ଟିସାର ୫ ଗ୍ରାମ, ଭିଟାମିନ-ଏ ୩୦୦-୪୦୦ ମାଇକ୍ରୋଗ୍ରାମ, ଭିଟାମିନ-ସି ୫୫ ମିଲିଗ୍ରାମ, ଲୌହ ୨.୦-୩.୧ ମିଲିଗ୍ରାମ ଆଦି ରହିଥାଏ ।

ଉପକାରିତା

•    କଳମ୍ବ ଶାଗ ପତ୍ରକୁ ସିଝାଇ ସେହି ପାଣିକୁ ପିଇଲେ କୋଷ୍ଠକାଠିନ୍ୟ ରୋଗ ଦୂର ହୋଇଥାଏ ।
•    ଏହି ଶାଗ ଖାଇବା ଦ୍ୱାରା ମନରେ ଶାନ୍ତ ଭାବନା ଆସିଥାଏ ।
•    ନିଦ୍ରାହୀନତା ଦୂର କରିବାରେ ସହାୟକ ହୋଇଥାଏ ଏହି ଶାଗ ।
•    ଭିଟାମିନ-ଏ ଅଧିକ ମାତ୍ରାରେ ଥିବାରୁ ଚକ୍ଷୁ ପାଇଁ ଏହା ଅତ୍ୟନ୍ତ ଉପାଦେୟ ଅଟେ ।
•    ଏହି ଶାଗକୁ ଦହି ଏବଂ ଭାତ ସହ ମିଶାଇ ଖାଇବା ଦ୍ୱାରା ଜୀର୍ଣ୍ଣ ଶକ୍ତି ବୃଦ୍ଧି ପାଇଥାଏ ।
•    ଶରୀରରେ ଥିବା ରକ୍ତକଣିକା ପରିମାଣ ମଧ୍ୟ ଏହି ଶାଗ ଖାଇବା ଦ୍ୱାରା ବୃଦ୍ଧି ପାଇଥାଏ ।
•    ଯକୃତ ଜନିତ ସମସ୍ୟା ଦୂର କରିବାରେ ଏହି ଶାଗ ଅତ୍ୟନ୍ତ ଉପାଦେୟ ହୋଇଥାଏ ।
•    ମଧୁମେହ ରୋଗୀମାନେ ଏହି ଶଗାକୁ ନିୟମିତ ରୂପେ ଖାଇଲେ ଉପଶମ ଲାଭକରିଥାନ୍ତି ।
•    କଳମ୍ବ ଶାଗ ଖାଇଲେ କେଶର ଘନତ୍ୱ ବଢି ଥାଏ ।
•    ଏହି ଶାଗ ଶରୀରର ରୋଗପ୍ରତିରୋଧକ ଶକ୍ତି ବଢାଇବା ସହ କର୍କଟନିରୋଧ ଭାବେ କାମକରିଥାଏ ।
•    ଯୁବତୀ ଓ ମହିଳାମାନେ ନିୟମିତ ଏହି ଶାଗ ଖାଇଲେ ତ୍ୱଚାରେ ଏକ ଚମକ ଆସିଥାଏ ।

ଆଧାର : ଓଡିଶା  ରିପୋଟର

3.0
ତାରକା ଚିହ୍ନ ଉପରେ କ୍ଲିକ କରି ପୃଷ୍ଟାଟିକୁ ମୂଲ୍ୟାଙ୍କନ କରନ୍ତୁ
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top