অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ସ୍ୱାସ୍ଥ୍ୟ ହିଁ ସମ୍ପଦ

ସ୍ୱାସ୍ଥ୍ୟ ହିଁ ସମ୍ପଦ

ମେଦବହୁଳତା

ଶରୀରରେ ଆବଶ୍ୟକତା ଠାରୁ ଅଧିକ ଚର୍ବି ଜମାହୋଇ ମଣିଷକୁ ଅତିଶୟ ମୋଟା କରିଦେବା ଅବସ୍ଥାକୁ ସ୍ତୁଳତା ପୃଥୁଲତା ବା ମେଦବହୁଳତା କୁହାଯାଏ   ।  ସାଧାରଣ ଭାବରେ ଦେଖିବାକୁ ଗଲେ , ବୟସ ଓ ଉଚ୍ଚତାକୁ ଚାହିଁ ବ୍ୟକ୍ତିର ଓଜନ ଯେତେକି ରହିବା କଥା ,  ତାହାଠାରୁ 20 ପ୍ରତିଶତ ଅଧିକ ଓଜନ ରହିଥିଲେ , ସେ ପୃଥଳାକାୟ ବୋଲି ଧରାଯାଏ  ।   ଶରୀରରେ ଚର୍ବିଭାଗ ପୁରୁଷଙ୍କ କ୍ଷେତ୍ରରେ 20 ପ୍ରତିଶତରୁ ଅଧିକ ଏବଂ ମହିଳାଙ୍କ କ୍ଷେତ୍ରରେ 30 ପ୍ରତିଶତ ଅଧିକ ହୋଇଥିଲେ  ମେଦବାହୁଲତାର ଶିକାର ହୋଇଛନ୍ତି ବୋଲି ଜଣାଯାଏ  ।  ଶ୍ଵେତସାର , ସ୍ନେହସାର ଆଦି ଭଳି ଶକ୍ତି ଯୋଗାଉଥିବା ଖାଦ୍ୟ ଉପାଦାନରୁ ଶକ୍ତିର ପରିମାନ ଏବଂ ବିଭିନ୍ନ କାର୍ଯ୍ୟଦ୍ଵାରା ବ୍ୟକ୍ତି ଶରୀରର ଶକ୍ତି ବ୍ୟୟ ମଧ୍ୟରେ ଅସନ୍ତୁଳନ ଅବସ୍ଥା ଉପୁଜି ଦେହରେ ଅଧିକ ଚର୍ବି ଜମିଗଲେ ଏଭଳି ଅବସ୍ଥା ସୃଷ୍ଟି ହୁଏ   ।  ତେବେ ଜଣେ ସଚେତନ ବ୍ୟକ୍ତି ଏହାର କାରଣ ସମ୍ପର୍କରେ ଜାଣିବା ଆବଶ୍ୟକ   ।  ଏହାଛଡା ବର୍ତ୍ତମାନ ସ୍ଥିତିରେ ଏହାର ଅତ୍ୟାଧୁନିକ ଚିକିତ୍ସା ପ୍ରଣାଳୀ ଉପଲ୍ଲବ୍ଧ ହେଉଥିବାରୁ ଏହାର ସୁବିଧା ନେବା ନିହାତି ଜରୁରୀ   ।

କାରଣ :

ମେଦବହୁଳତାର ନିର୍ଦ୍ଧିଷ୍ଟ କାରଣ ଜଣା ନପଡିଲେ ମଧ୍ୟ ବ୍ୟକ୍ତିର ବୟସ ଓ ତାର ଆର୍ଥିକ ଏବଂ ସାମାଜିକ ସ୍ଥିତି ଏହାକୁ ପ୍ରଭାବିତ କରିଥାଏ   ।

ବଂଶାନୁଗତିକ  :

ଯଦି ବ୍ୟକ୍ତି ର ମାତା ବା ପିତା କିମ୍ବା ଉଭୟ ମେଦବହୁଳତାର ଶିକାର ହୋଇଥାନ୍ତି , ତେବେ ଜିନଗତ କାରଣରୁ ମେଦବହୁଳତା ସମ୍ଭାବନା ଥାଏ   ।

ଖାଦ୍ୟଜନିତ ସମସ୍ୟା  : ଶରୀର ଦ୍ଵାରା ଖର୍ଚ୍ଚ ହେଉଥିବା ଶକ୍ତିଠାରୁ ଅଧିକ ଶକ୍ତି ବା କ୍ୟାଲେରୀ ଯୁକ୍ତ ଖାଦ୍ୟ ଶରୀର ଗ୍ରହଣ କଲେ ,  ତାହା ଶରୀରରେ ଜମାହୋଇ ମେଦବହୁଳତା ହୋଇଥାଏ   ।  ଏହା ବ୍ୟତୀତ ଅଧ୍ୟାଧିକ ଚର୍ବି ଜାତୀୟ ଖାଦ୍ୟ ଖାଇବା ଦ୍ଵାରା ମେଦବହୁଳତା ହୋଇଥାଏ   ।

ଅତ୍ୟାଧୁନିକ ଶାରୀରିକ ପରିଶ୍ରମର ଜୀବନଶୈଳୀ   :

ଆଧୁନିକ ବୈଜ୍ଞାନିକ ଯନ୍ତ୍ରପାତିର ପ୍ରୟୋଗ ଦ୍ଵାରା ଆମେ କମ ଶାରୀରିକ ପରିଶ୍ରମରେ ବହୁ କାର୍ଯ୍ୟ କରିପାରୁଛେ   ।  ଯେଉଁମାନଙ୍କ ପୃଷ୍ଠିସାଧନ ଉପାଦାନ ସ୍ତର କମ ଏବଂ ଯେଉଁମାନେ ପୃଷ୍ଟିସାଧନ ଉପାଦାନ ସ୍ତର କମ ଏବଂ ଯେଉଁମାନେ ଅଳ୍ପ ଶାରୀରିକ ପରିଶ୍ରମ କରନ୍ତି , ସେମାନେ କମ ଶକ୍ତି ଆବଶ୍ୟକ କରନ୍ତି   ।  ତଦ୍ଵାରା ଅବଶିଷ୍ଟ ଶକ୍ତି ଶରୀରରେ ଚର୍ବି ଆକାରରେ ଜମା ହୋଇ ଶରୀରକୁ ସ୍ଥୂଲ କରିଦେଇଥାଏ  । 

ମାନସିକ ବିଷାଦଗ୍ରସ୍ତ / ମାନସିକ ଚାପ :

ମାନସିକ ଚାପ କିମ୍ବା ମାନସିକ ବିଷାଦଗ୍ରସ୍ତ ଦ୍ଵାରରା ମନୁଷ୍ୟର ସୁନିଦ୍ରାରେ ବାଧା ସୃଷ୍ଟି ହୋଇଥାଏ   ।  ନିଦ୍ରାରେ ବ୍ୟାଘାତ ଯୋଗୁଁ ଶରୀରରେ ପୃଷ୍ଟିସାଧନ କ୍ଷମତା କମିଯାଏ   ; ଯାହାକି ମେଦ ବହୁଳତାର କାରଣ ହୋଇଥାଏ   ।

ୟୋ ୟୋ ଡାଏଟିଙ୍ଗ   :

ଖୁବଶୀଘ୍ର ଓଜନ କମାଇବା ପାଇଁ ବହୁ ମେଦବହୁଳ ରୋଗୀ ଖାଦ୍ୟ କମ ପରିମାଣରେ ଖାଇଥାନ୍ତି   ।  ଉପଯୁକ୍ତ ପୃଷ୍ଟିସାରର ଅଭାବରେ ଚର୍ବିବଦଳରେ ମାଂସପେଶୀରେ ଓଜନ କମିଯାଇଥାଏ ମାତ୍ର ହାଲିଆ ବା ଥକ୍କା ଲାଗିବା ଯୋଗୁଁ ସେହି ଲୋକମାନେ ଶାରୀରିକ ପରିଶ୍ରମ କରିନଥାନ୍ତି   ।  ଅତ୍ୟଧିକ ଥକ୍କା ଲାଗିବାରୁ ସେମାନେ ପୁନର୍ବାର ସମସ୍ତ ଖାଦ୍ୟ ଖାଇବା ଦ୍ଵାରା ଶରୀରର ଓଜନ ବଢିଯାଏ   ।  ତେଣୁ ଉତ୍ସାହିତ ହୋଇ ସେମାନେ ଓଜନ କମାଇବା ପାଇଁ ଚେଷ୍ଟା କରନ୍ତି ନାହିଁ   ।

ଗର୍ଭଧାରଣ ଓ ପ୍ରସୂତି :

ଗର୍ଭଧାରଣ ସମୟରେ ଫିଜିଓ ଥେରାପିଷ୍ଟଙ୍କ ସହାୟତାରେ ଉପଯୁକ୍ତ ବ୍ୟାୟାମ ନ କାଲେ ଶରୀରରେ ଓଜନ ବୃଦ୍ଧି ହୋଇଥାଏ   ।  ଗର୍ଭଧାନ ରେ ଯଦି ମେଦବହୁଳତାର ଶିକାର ହୁଅନ୍ତି , ଏହାର କୁପ୍ରଭାବ ଶିଶୁ ଉପରେ ମଧ୍ୟ ପଡିଥାଏ   ।  ଅସ୍ତ୍ରୋପଚାର  ପ୍ରସାବ ହୋଇଥିଲେ , ସାଧରାଣତଃ ପେଟରେ ଥିବ ମାଂସପେଶୀରେ ଓଜନ କମିଯାଇଥାଏ ମାତ୍ର ହାଲିଆ ବା ଥକ୍କା ଲାଗିବା ଯୋଗୁଁ ସେହି ଲୋକମାନେ ଶାରୀରିକ ପରିଶ୍ରମ କରିନଥାନ୍ତି   ।  ଅତ୍ୟଧିକ ଥକ୍କା ଲାଗିବାରୁ ସେମାନେ ପୁନର୍ବାର ସମସ୍ତ ଖାଦ୍ୟ ଖାଇବା ଦ୍ଵାରା ଶରୀରର ଓଜନ ବଢିଯାଏ   ।  ତେଣୁ ହିତତ୍ସାହିତ ହୋଇ ସେମାନେ ଓଜନ କମାଇବା ପାଇଁ ଚେଷ୍ଟା କରନ୍ତି ନାହିଁ   ।

ମଦ୍ୟପାନ  :

ଅତ୍ୟଧିକ ମଦ୍ୟପାନ ମଧ୍ୟ ଓଜନ ବୃଦ୍ଧିର କାରଣ ହୋଇଥାଏ   ।

ଔଷଧ ସେବନ  :

ବହୁ ମାନସିକ ରୋଗ ପାଇଁ ସେବନ କରୁଥିବା ଔଷଧ ବେଳେ ବେଳେ ଓଜନ ବୃଦ୍ଧିର ଆଶଙ୍କା ଥ୍ବାଏ   ।  ଦୀର୍ଘଦିନ ଧରି ଗର୍ଭନିରୋଧ ବଟିକା ସେବନ କାଲେ ମଧ୍ୟ ଓଜନ ବୃଦ୍ଧିର ଆଶଙ୍କା ଥାଏ   ।

ଚିକିତ୍ସା  :

ମେଡବାହୁଲତାର ଚିକିତ୍ସା ଅତ୍ୟାଧୁନିକ ପ୍ରଣାଳୀରେ ଫଳବତୀ ହୋଇଥାଏ । ସ୍ନେହସାର ଓ ଶ୍ଵେତସାର ଜାତୀୟ ଖାଦ୍ୟର ପରିମାଣ ହ୍ରାସ କରିବା ଏବଂ ନିୟମିତ ବ୍ୟାୟାମ ତଥା କାୟିକ ପରିଶ୍ରମ କରିବା ଦ୍ଵାରା ଯଥେଷ୍ଟ ଉପକାର ମିଳିଥାଏ   , ସନ୍ତୁଳିତ ଆହାର ଦ୍ଵାରା ଓଜନ କମ କରିବା ଆବଶ୍ୟକ   ।

ଜଣେ ସ୍ଥୁଳ ବ୍ୟକ୍ତି ପ୍ରତିଦିନ କେତେ କ୍ୟାଲେରୀ ଖାଦ୍ୟ ଖାଇବା ଆବଶ୍ୟକ ସେଥିପ୍ରତି ଜଣେ ଅଭିଜ୍ଞ ଡାଏଟସିଆଣଙ୍କ ପରାମର୍ଶ ନେବା ଉଚିତ   ।

ପ୍ରତିଦିନ 40-45 ମିନିଟ ଫିଜିଓଥେରାଫି ପରାମର୍ଶରେ ବ୍ୟାୟମ କାଲେ ଅନାବଶ୍ୟକ ଚର୍ବିର ପରିମାଣ ହ୍ରାସ ହୋଇଥାଏ   ।  ଏହାଦ୍ଵାରା ଅତିରିକ୍ତ ଚର୍ବି ନଷ୍ଟ ହେବା ସହ ପାଚନ କ୍ଷମତା ବଢିଥାଏ   ।

ଯେଉଁମାନେ ଖାଦ୍ୟ ଓ ବ୍ୟାୟମ ଦ୍ଵାରା ମେଦବହୁଳତାକୁ ରୋକା ପାରନ୍ତି , ସେମାନେ ବିନା ଅସ୍ତ୍ରୋପଚାରରେ ଅତ୍ୟାଧୁନିକ ଚିକିତ୍ସା ସହାୟତାରେ ଚର୍ବିକୁ କମାଯାଇ ମାଂସପେଶୀକୁ ସବଳ କରାଯାଇପାରେ   ।  ଓଜନ କମିଗଲେ କିମ୍ବା ଚର୍ବି ହ୍ରାସ ପରେ ମାଂସ ପେଶୀକୁ ଶାକ୍ତ କରାଯାଉଥିବାରୁ ଉପଯୁକ୍ତ ବ୍ୟାୟମ ଓ ଖାଦ୍ୟପେୟକୁ ଅନୁସରଣ କାଲେ ପରବର୍ତ୍ତୀ ଅବସ୍ଥାରେ ଆଉ  ମେଦବହୁଳତା ହେବାର ସମ୍ଭାବନା କମ ହୋଇଥାଏ   ।  ଉପରୋକଟ ଚିକିତ୍ସା ପ୍ରଣାଳୀର କୌଣସି ପାର୍ଶ୍ଵ ପ୍ରତିକ୍ରିୟା ନ ଥାଏ   ।  ଏହାଦ୍ଵାରା ମେଦବହୁଳତାକୁ ସଂପୂର୍ଣ୍ଣ ରୂପେ ନିରାକରଣ କରାଯାଇପାରେ   ।

ଆଧାର – ଡାକ୍ତର ନଳିନୀକାନ୍ତ ମିଶ୍ର  ।

ପ୍ଳଟ ନଂ -9 ଫରେଷ୍ଟ ପାର୍କ , ଭୁବନେଶ୍ଵର

ଡେଙ୍କୁ ଓ ଯକୃତ ସଂକ୍ରମଣ :

ଡେଙ୍ଗୁ ସାଧାରଣତଃ ଗ୍ରୀଷ୍ମ ମଣ୍ଡଳରେ ଦେଖାଯାଏ । ପ୍ରତିବର୍ଷ ପାଞ୍ଚସହ ଲକ୍ଷ ଲୋକ ଡେଙ୍ଗୁରେ ଆକ୍ରାନ୍ତ ହେଉଥିବାବେଳେ ପାଞ୍ଚଲକ୍ଷ ଲୋକ ଚିକିତ୍ସାଳୟରେ ଭର୍ତ୍ତି ହୋଇଥାନ୍ତି   ।  ସମଗ୍ର ଦକ୍ଷିଣ ଏସିଆ , ଆଫ୍ରିକା ଓ ଆମେରିକା ଏହି ରୋଗର ପ୍ରାଦୁର୍ଭାବ ଦେଖାଯାଏ   ।  ସେହି ଦେଶକୁ ଯେଉଁମାନେ ବୁଲିଯାନ୍ତି ସେମାନେ ମଧ୍ୟ ଏ ରୋଗରେ ଆକ୍ରାନ୍ତ ହେବାର  ସମ୍ଭାବନା ଅଛି   ।  ଏହି ରୋଗ ଯୋଗୁଁ ଯକୃତ ସଂକ୍ରମଣର ସମ୍ଭାବନା ଅଧିକ   ।  ଏଣୁ ଏଥିପ୍ରତି ଯତ୍ନବାନ ହେବାର ଆବଶ୍ୟକତା ରହିଛି      ।

ଏହି ଜ୍ଵର ଏସିଡ ମଶା କାମୁଡିବା ଦ୍ଵାରା ହୋଇଥାଏ   ।  ମେଲେରିଆ ଓ ଡେଙ୍ଗୁ ଊଭୟେ ମଶା ଦ୍ଵାରା ସଂକ୍ରମଣ ହୁଏ   ।  ଏହି ଜ୍ଵର ପ୍ଲେଭିଭାଇରସ ଭୂତାଣୁ ଦ୍ଵାରା ହୋଇଥାଏ   ।  ସମ୍ପ୍ରତି ଡେଙ୍ଗୁର ଭୟାବହତା ରାଜ୍ୟର କେତେକ ସ୍ଥାନରେ ଦେଖାଯାଇଛି   ।  ଏହି ଭୂତାଣୁକୁ ବହନ କରୁଥିବା ମଶା ହେଉଛି ଏସିଡ ଇଜିପଟି ଏବଂ ଏଡିସ ଆଲବୋକଟସ   ।  ଦେଖିବାକୁ କଳା ରଙ୍ଗର ଏବଂ ସେମାନଙ୍କର ଉପରେ ଧଳା ଦାଗଥିବାରୁ ଏହି ମଶାକୁ ବାଘୁଆ ମଶା ମଧ୍ୟ କୁହାଯାଏ    ।   ଏହି ମଶା ମାନେ ବିଶେଷକରି ସନ୍ତସନ୍ତିଆ ଜାଗା , ପାଣି ଜମା ହୋଇଟାହିବା ସ୍ଥାନ ଏବଂ ଆବର୍ଜନା ଜମି ଥିବା ସ୍ଥାନରେ ବଂଶ ବୃଦ୍ଧି କରିଥାନ୍ତି   ।  ଏହି ମଶା କାମୁଡିବାର ପାଞ୍ଚଦିନ ଛଅ ଦିନ ପରେ ଡେଙ୍ଗୁର ଲକ୍ଷଣ ଦେଖାଯାଏ   ।  ଏହି ଭୂତାଣୁ ଶରୀରରେ ଚାରିରୁ ଦଶଦିନ ପର୍ଯ୍ୟନ୍ତ ରହିଥାଏ  ।  ଡେଙ୍ଗୁ ଭୂତାଣୁ ଶରୀରର ବିଭିନ୍ନ ଅଙ୍ଗକୁ ଅଚଳ କରିଥାଏ   ।  ଡେଙ୍ଗୁ ଯୋଗୁଁ ରକ୍ତଚାପ କମିବା ସହ ଶରୀରରେ ପ୍ଲାଷ୍ଟିଲେଟ ହ୍ରାସ ପାଇଥାଏ   ।  ଡେଙ୍ଗୁ ଭୂତାଣୁ କାମାଲ ସୃଷ୍ଟି କରିବାର ସମ୍ଭାବନା ବି ରହିଛି   ।  ଏହା ଯକୃତ , ବୃକକ ଓ ମସ୍ତିସ୍କ ଉପରେ ପ୍ରଭାବ ପକାଇଥାଏ   ।  କେବଳ ସେତିକି ନୁହେଁ , ଡେଙ୍ଗୁ ଯୋଗୁଁ ଅଧିକାଂଶ ଗୁରୁତ୍ଵପୂର୍ଣ୍ଣ ଅଙ୍ଗ ଅଚଳ ହେବାର ସମ୍ଭାବନା ରହିଛି   ।  ଡେଙ୍ଗୁ ଭୂତାଣୁ ଯକୃତ ଉପରେ ବିଶେଷ ପ୍ରଭାବ ପକାଏ   ।  ଯକୃତ ଏନଜାଇମ ଗୁଡିକ ବଢିଯାଏ   ।  କାମଳ ଦେଖାଯାଏ ଓ ଏହା ବଢିଗଲେ ଯକୃତ ପୂରାପୂରି ଅଚଳ ହୋଇଯାଏ   ।

ଏହି ଜ୍ଵରର ଯନ୍ତ୍ରଣାଦାୟକ ଅବଧି ତିନିଦିନରୁ ଦୁଇସପ୍ତାହ ରହିଥାଏ   ।  କିନ୍ତୁ ବିଶେଷକରି ପାଞ୍ଚ /ଛଅ ଦିନ ପ୍ରାରମ୍ଭିକ ଅବସ୍ଥାରେ ମାଂସପେଶୀ ଓ ଗଣ୍ଠି ବ୍ୟଥା ହୋଇ ଯନ୍ତ୍ରଣାଦାୟକ ହୁଏ   ।  ରୋଗୀର ମୁଣ୍ଡବିନ୍ଧା ଓ ଆଖିର ପଛପାଟ ବିନ୍ଧା ହେବା ଶହ ଖାଇବା ପ୍ରତି ଆଗ୍ରହ କମିଯାଏ   । ଖାଦ୍ୟର ସ୍ଵାଦ ରୋଗୀ ଜାଣିପାରେ ନାହିଁ    । କେତେକ କ୍ଷେତ୍ରରେ ରୋଗୀର ମୁହଁ ଲାଲ ଦିଶିଥାଏ   ।  ତେବେ ଗୁରୁତ୍ଵପୂର୍ଣ୍ଣ କଥା ହେଉଛି , ଜ୍ଵର ହେବାର ଦିନେ ଦୁଇ ଦିନ ଭୀତରେ ଶରୀରର ବିଭିନ୍ନ ଅଂଶରେ ଲାଲ ରଙ୍ଗର ମିଳିମିଳା ଭଳି ଚାରିଆଡେ ଫୁଲିଯାଏ   ।  ରୋଗୀକୁ ଜ୍ଵର ପ୍ରାୟତଃ ଲାଗି ରହିଥାଏ   ।  ନାକରୁ ପାଣି ବୋହିବା ସଷ ଖାଦ୍ୟନଳୀରେ ଯନ୍ତ୍ରଣା ଦେଖାଯାଏ ଏବଂ ବେଳେବେଳେ ପତଳା ଝାଡା ମଧ୍ୟ ହୋଇଥାଏ   ।  ଦେହରୁ ଯଥେଷ୍ଟ ପରିମାଣରେ ଝାଳ ବୋଲିହିବା ଦ୍ଵାରା ରୋଗୀ ଅନ୍ତ୍ୟନ୍ତ ଦୁର୍ବଳ ଅନୁଭବ କରିଥାନ୍ତି   ।  ଏହି ରୋଗ ହୋଇଥିଲେ ଏ କ୍ଷେତ୍ରରେ ସତର୍କତା ଅବଲମ୍ବନ ଜରୁରୀ  ।  ବିଶ୍ଵସ୍ୱାସ୍ଥ୍ୟ ସଂଗଠନ ଡେଙ୍ଗୁର ପ୍ରାଦୁର୍ଭାବକୁ ଚାରିଟି କ୍ରମରେ ବିଭକ୍ତ କରିଛନ୍ତି  ।  ଏହି କ୍ରମ ଗୁଡିକ ହେଲା – ଜ୍ଵର ସହିତ କିଛି କ୍ଷେତ୍ରରେ ବାନ୍ତି ହେବା ସହ ନିଦ୍ରା ହୋଇନଥାଏ   ।  ରୋଗୀଟି ପ୍ରାୟତଃ ଅସ୍ଥିର ରହି ଦୀର୍ଘ ସମୟ ଧରି କାନ୍ଦିଥାଏ   ।  ନିଶ୍ଵାସ ନେବାରେ କଷ୍ଟ ହେବା ସହ ଦ୍ଵିତୀୟ କ୍ରମରେ ଶରୀରର ନାକ,  ପାଟି,  ଦାନ୍ତମାଢିରୁ ରକ୍ତସ୍ରାବ ହୋଇଥାଏ  ।  ତୃତୀୟ କ୍ରମରେ ରକ୍ତଚାପ କମିଯିବା ସହ ନାଡିର ଗତି ଦୁର୍ବଳ ହୋଇଥାଏ   ।   ଚତୁର୍ଥ କ୍ରମରେ ନାଡିର ସ୍ପନ୍ଦନ ଜଣା ନପଡିଲେ ଏବଂ ରକ୍ତଚାପ କମିଗଲେ ଏହା ନିୟନ୍ତ୍ରଣ ରକ୍ତଚାପ କମିଗଲେ ଏହା ନିୟନ୍ତ୍ରଣ ବାହାରକୁ ଚାଲିଯିବାର ଭୟ ରହିଥାଏ   ।  ଲିଭର ସଂକ୍ରମଣ ସାଧାରଣତଃ ମହିଳା ଓ ଶିଶୁଙ୍କ ଠାରେ ବିଶେଷ ଭାବେ ଦେଖାଯାଏ ଏବଂ ଏମାନଙ୍କ କ୍ଷେତ୍ରରେ ଡେଙ୍ଗୁର ପ୍ରାଦୁର୍ଭାବ ବେଶୀ   । ମଧୁମେୟ , ଆଜମା , କ୍ରୋନିକ ଲିଭର ରୋଗ ଓ ଅନ୍ୟାନ୍ୟ ରୋଗୀକୁ ଡେଙ୍ଗୁ ହେଲେ ଡେଙ୍ଗୁର ପ୍ରାଦୁର୍ଭାବ ବିଶେଷ ଭାବେ ଉପଲ୍ଲଧ  ହୁଏ   ।  ଯକୃତ ଆକ୍ରାନ୍ତ ହେଲେ ପେଟ ବ୍ୟଥା ହେବା ସହ ଭୋକ କମିଯାଏ ବାନ୍ତି ହୁଏ   ।  ପେଟରେ ଓ ଛାତିରେ ପାଣି କମିଯାଏ  । ଯକୃତ ଫୁଲିଯାଇ ବେଳେ ବେଳେ ମସ୍ତି ଓ ହୃତପିଣ୍ଡ ମଧ୍ୟ ଆକ୍ରାନ୍ତ ହୁଏ   ।  ଏହି ଭୂତାଣୁ ସିଧାସଳଖ ଲିଭରକୁ ଆକ୍ରମଣ କରନ୍ତି   ।  ବେଳେ ବେଳେ ରୋଗପ୍ରତିରୋଧକ ଶକ୍ତିର ପରିବର୍ତ୍ତନ ଯୋଗୁଁ ମଧ୍ୟ ଲିଭର କୋଷ ଆକ୍ରାନ୍ତ ହୁଏ ଏ  ।  ଦେହରେ ଆଲବୁମିନ କମିଯାଇ ଦେ ହାତ ଫୁଲିଯାଏ   । ଯଦିଓ ଏହା ଏକ ଭୟାବହ ରୋଗ , କିନ୍ତୁ ଅଧିକାଂଶ କ୍ଷେତ୍ରରେ ରୋଗୀମାନେ ଆରୋଗ୍ୟ ଲାଭ କରନ୍ତି  ।  ଏହି ରୋଗର ଲକ୍ଷଣ ଅନୁଯାୟୀ ଚିକିତ୍ସା କରାଯାଏ   ।  ଶରୀରରେ ପ୍ଲାଟିଲେଟ ଓ ସ୍କନ୍ଦନ ଉପାଦାନ କମିଗଲେ ରୋଗୀକୁ ପ୍ଲାଟିଲେଟ ଦିଆଯାଏ   ।  ବେଳେ ବେଳେ ଆଲବୁମିନ ମଧ୍ୟ ଦେବାକୁ ପଡେ  । କାମାଲ ରୋଗର ଚିକିତ୍ସା ମଧ୍ୟ କରିବାକୁ ପଡିଥାଏ    । ଯକୃତ ଅଚଳ ହେଲେ ଭେଣ୍ଟିଲେସନର ମଧ୍ୟ ଆବଶ୍ୟକତା ରହିଛି   ।

ଡେଙ୍ଗୁ ଆକ୍ରାନ୍ତ ହେଲେ ତୁରନ୍ତ ଚିକିତ୍ସକଙ୍କ ପରାମର୍ଶ ନିଅନ୍ତୁ  ।  ବିଶେଷ ଭାରେ ଭୟଭୀତ ନହୋଇ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାଙ୍କ ପରାମର୍ଶ ନିଅନ୍ତୁ  । ଘର ପରିବେଶରେ ଅଳିଆ ଆବର୍ଜନାକୁ ତୁରନ୍ତ ସଫା କରନ୍ତୁ   । ଦୀର୍ଘ ଦିନ ଧରି ଜମି ରହିଥିବା ଆବର୍ଜନାର ନିଷ୍କାସନ ବ୍ୟବସ୍ଥା କରନ୍ତୁ   । ମଶା ମାରିବା ପାଇଁ ତୁରନ୍ତ ସ୍ପ୍ରେ ବ୍ୟବସ୍ଥା ଏବଂ ସଂଧା ରେ ମଶା ଧୂଆଁ ଦିଅନ୍ତୁ   ।  ପରିବାରରେ ସମସ୍ତେ ମଶାରୀ ଟାଙ୍ଗୀ ଶୋଇବା ଖୁବ ଭୁଲ   । ଧୁଳି ,  ଧୂଆଁ ଓ ଆବର୍ଜନା ଠାରୁ ରୋଗୀକୁ ଦୂରେଇ ରଖନ୍ତୁ   ।  ଗରମ  ଖାଦ୍ୟ ଖାଇବାକୁ ଦେବା ସହ ନିର୍ଦ୍ଧାରଣ ସମାୟା ବ୍ୟବଧାନରେ ଯଥେଷ୍ଟ ପରିମାଣରେ ରୋଗୀଟିକୁ ପିଇବା ପାଣି ଦିଅନ୍ତୁ  ।  ତାଙ୍କର ପିନ୍ଧିବା ଲୁଗାପଟା ଠାରୁ ସେ ବିଶ୍ରାମ ନେଉଥିବା ବିଛଣା ପାଟରେ ମଧ୍ୟ ଭଲଭାବରେ ସଫାସୁତୁରା ହୋଇ ଖରାରେ ସୁଖାଇବା ଜରୁରୀ  ।  ଗାଧୋଇବା ସମୟରେ ପରିଷ୍କାର ପରିଛନ୍ନ କରି ବିଶୋଧିତ ଜଳରେ ପିଲାକୁ ସ୍ନାନ କରାନ୍ତୁ  ।  ରୋଗୀକୁ ଭଲ ଭାବରେ ଯେପରି ନିଦ ହୁଏ ସେଥିପ୍ରତି ଯତ୍ନବାନ ହୁଅନ୍ତୁ  । ପରିବେଶର ସ୍ଵଚ୍ଛତା ଓ ପରିଷ୍କାର ପରିଛନ୍ନ ଉପରେ ଡେଙ୍ଗୁର ନିରାକରଣ ନିର୍ଭର କରେ   ।

ଆଧାର – ଡାକ୍ତର ରମେଶ ଚନ୍ଦ୍ର ପାତ୍ର ,

ଶ୍ରୀରାମଚନ୍ଦ୍ରଭଞ୍ଜ ମେଡିକାଲ କଲେଜ , କଟକ

Last Modified : 12/10/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate