ହୋମ / ସ୍ଵାସ୍ଥ୍ୟ / ଜୀବନର ସନ୍ଦେଶ / ହାତ ପରିସ୍କାର ରଖିବା ଅତ୍ୟନ୍ତ ଆବଶ୍ୟକ । ଜାଣନ୍ତୁ ସ୍ୱଚ୍ଛତା ସମ୍ବନ୍ଧରେ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ
ସେଆର କରନ୍ତୁ

ହାତ ପରିସ୍କାର ରଖିବା ଅତ୍ୟନ୍ତ ଆବଶ୍ୟକ । ଜାଣନ୍ତୁ ସ୍ୱଚ୍ଛତା ସମ୍ବନ୍ଧରେ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ

ହାତ ପରିସ୍କାର ରଖିବା ଅତ୍ୟନ୍ତ ଆବଶ୍ୟକ

ହାତ ପରିସ୍କାର

ଯଦି ଆମ ଆଗରେ କୌଣସି ସୁସ୍ୱାଦୁ ଭୋଜନ ରଖାଯାଇଥାଏ ତେବେ ଆମେ ଅନେକ ସମୟରେ ହାତ ନଧୋଇ ଏହାକୁ  ଖାଇବାଲାଗି ହାତ ବଢାଇ ଦେଇଥାଉ । ଏବଂ ସେହି ସମୟରେ ଭାବିଥାଉ ଯେ ଆମେ କିଛି ଛୁଇଁନାହୁଁ ତ, ହାତ ଧୋଇବା ଆବଶ୍ୟକ କ’ଣ ? ମାତ୍ର କ’ଣ ସତରେ ଆମ ହାତ ପରିଷ୍କାର ଥାଏ ? ଆମେ ବ୍ୟବହାର କରୁଥିବା ମୋବାଇଲ ଫୋନରେ ଏକ ଟଏଲେଟ ସିଟରୁ ଅଧିକ ଜୀବାଣୁ ରହିଥିବା ଏକ ଗବେଶଣାରୁ ଜଣାପଡିଛି । ହଁ ଏହା ସଂପୂର୍ଣ୍ଣ ସତ୍ୟ । କାରଣ ଖାଇବା ସମୟରେ ହେଉ କିମ୍ବା କୌଣସି କାମକରିବା ସମୟରେ ହେଉ ଆମେ ଅଧିକାଂଶ ସମୟ ଫୋନ ସଂସ୍ପର୍ଶରେ ଆସିଥାଉ ।

ଏଠାରେ ଆମେ ହାତରେ ଦେଖା ଯାଉଥିବା ଜୀବାଣୁ ଏବଂ ସ୍ୱଚ୍ଛତା ସମ୍ବନ୍ଧରେ କିଛି ତଥ୍ୟ ପ୍ରଦାନ କରୁଛୁ ।

ସ୍ୱଚ୍ଛତା ସମ୍ବନ୍ଧରେ କିଛି ତଥ୍ୟ

  • ହାତ ଧୋଇବା କେବଳ ଡାକ୍ତର କିମ୍ବା ହସ୍ପିଟାଲ କର୍ମଚାରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ନୁହେଁ, ଶିଶୁ ହୁଅନ୍ତୁ କିମ୍ବା ବୟସ୍କ ସମସ୍ତଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ ।
  • ଲମ୍ବା ନଖ ସିନା ଦେଖିବାକୁ ସୁନ୍ଦର ଲାଗେ ମାତ୍ର ଏଥିରେ ଅନେକ ଜୀବାଣୁ ଭରି ରହିଥାଏ ।
  • ଲ୍ୟାପଟପ କିମ୍ବା ଫୋନ ପରିଷ୍କାର ଦେଖାଯାଏ ସିନା ଏଥିରେ ଅନେକ ଜୀବାଣୁ ବାସ କରିଥା’ନ୍ତି ।
  • ଆପଣଙ୍କ ପୋଷା ଜନ୍ତୁ ସଫା ଦେଖାଯାଆନ୍ତି ମାତ୍ର ସେମାନଙ୍କ ଶରୀରରେ ଏପରି ଜୀବାଣୁ ରହିଥାଏ, ଯାହା ଆପଣଙ୍କୁ ଅନେକ ଅସୁବିଧାରେ ପକାଇପାରେ ।
  • ଛିଙ୍କିବା ପରେ ହାତ ପୋଛିଦେବା ଦ୍ୱାରା ଜୀବାଣୁ ମରନ୍ତି ନାହିଁ ।
  • ଥଣ୍ଡା, କାଶ ଭଳି ରୋଗ ଆଦି ଏହି ହାତ ଦ୍ୱାରା ହିଁ ବ୍ୟାପିଥାଏ ।
  • ଭୋଜନ ଦ୍ୱାରା ମଧ୍ୟ ଜୀବାଣୁ ବ୍ୟାପି ଥାଏ, ତେଣୁ କଂଚା ମାଂସ ଛୁଇିଁବା ପରେ ହାତ ଧୋଇନେବା ନିହାତି ଆବଶ୍ୟକ ।
  • କେବଳ ସାଧା ପାଣିରେ ହାତ ଧୋଇବା ଦ୍ୱାରା କୌଣସି ଫାଇଦା ହୋଇନଥାଏ । ସବୁବେଳେ ସାବୁନ ଏବଂ ଶୁଦ୍ଦ ପାଣିରେ ହାତ ଧୋଇବା ଆବଶ୍ୟକ ଏବଂ ଆଲକହଲ ଯୁକ୍ତ ହ୍ୟାଣ୍ଡ ୱାଶରେ ଧୋଇବା ଅତ୍ୟନ୍ତ ଫଳପ୍ରଦ ଅଟେ ।
  • ହ୍ୟାଣ୍ଡ ସାନିଟାଇଜର ବ୍ୟବହାର କରିବା ଉତ୍ତମ ଏବଂ ସୁବିଧାଜନକ ଅଟେ । କାରଣ ଏଥିରେ ପାଣି ଆବଶ୍ୟକ ପଡିନଥାଏ ଏବଂ ଏହାକୁ ପର୍ସ କିମ୍ବା ପକେଟରେ ପାଖରେ ରଖି ପାରିବେ ।
  • ମାତ୍ର ଯଦି ହାତରେ ମାଟି ଲାଗିଥାଏ ତେବେ ସାବୁନ ଏବଂ ପାଣି ଦ୍ୱାରା ହାତ ସଫା କରିବା ଜରୁରୀ ଅଟେ ।
  • ହାତ ଧୋଇବାର ଅଭ୍ୟାସ କେବଳ ଆପଣଙ୍କୁ ସଂକ୍ରମଣରୁ ରକ୍ଷା କରେ ନାହିଁ ବରଂ ସଂକ୍ରମଣ ବ୍ୟାପିବାକୁ ମଧ୍ୟ ରୋକିଥାଏ ।

ଆଧାର: କନକ ନ୍ୟୁଜ

3.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top