অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ହିଅରିଂ ଲସ୍ ର ସମାଧାନ

ଜୀବନର ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ମଧ୍ୟରୁ ଶୁଭିବାର ପ୍ରାଧାନ୍ୟ ଖୁବ୍ ବେଶି  । ପଞ୍ଚେନ୍ଦ୍ରିୟ ମଧ୍ୟରୁ ଏହା ଅନ୍ୟତମ  ।

ହିଅରିଂ କ’ଣ

ତରଙ୍ଗ ନିର୍ଦ୍ଧାରଣ ଦ୍ଵାରା ଶବ୍ଦକୁ ଗ୍ରହଣ କରିବାର ଦକ୍ଷତା ହେଉଛି ହିଅରିଂ  । ଏହି ହିଅରିଂ ପ୍ରକ୍ରିୟାରେ କାନର ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ  ।

ହିଅରିଂ ଲସ୍ କ’ଣ

କାନକୁ ଆଂଶିକ ବା ଶୁଭା ନ ଯିବା ହିଁ ହିଅରିଂ ଲସ୍  ।

କାନକୁ ଶୁଭା ନ ଯିବାର ମାତ୍ରା ଅନୁସାରେ ଏହା ନିମ୍ନଲିଖିତ ଭାଗରେ ବିଭକ୍ତ ହୋଇଛି  । ଯଥା ମାଇଲ୍ ଡ, ମୋଡୋରେଟ, ସିଭିୟର ଏବଂ ପ୍ରୋଫାଉଣ୍ଡ  । ମାଇଲ୍ ଡ ହିଅରିଂ ଲସ୍ ହେଉଛି ଅତି ଅଳ୍ପ ଏବଂ ପ୍ରୋଫାଉଣ୍ଡ ହେଉଛି ସମ୍ପୂର୍ଣ୍ଣ ମାତ୍ରାରେ ବଧିର ବା ଆଦୌ ଶୁଭେନା  ।

କାରଣ

¾    ଜନ୍ମଗତ

¾    ଅତ୍ୟଧିକ ଶବ୍ଦ ପ୍ରଦୂଷଣ

¾    ଅଟୋଟୋକ୍ଵିକ ଡ୍ରଗସ ଓ କେମିକାଲ

¾    ସିଣ୍ଡ୍ରୋମ୍ ସ

¾    ବୟସାଧିକ୍ୟ କାରଣରୁ

¾    କାନର କୌଣସି ପ୍ରକାରର ଡିଫର୍ମିଟିଜ୍ ବା ବିକୃତି ଥିଲେ  ।

ପ୍ରତିକାର

ଇୟର ପ୍ରୋଟେକ୍ଟିଭ ଡିଭାଇସର ବ୍ୟବହାର ଦ୍ଵାରା ଦ୍ଵାରା ନଏଜ ଇନ୍ଦ୍ୟୁସ୍ ଡ ହିଅରିଂ ଲସ୍ (ଏନ୍ ଆଇଏଚଏଲ)ରୁ ରକ୍ଷା ମିଳିପାରିବ

ଏହାଛଡା କମ୍ ଷ୍ଟ୍ରେସ ଓ କମ୍ ଚିନ୍ତାଯୁକ୍ତ ଗୋଟିଏ ଉତ୍ତମ ଜୀବନଶୈଳୀ ଆପଣାଇ ନେଲେ ହିଅରିଂ ଲସ୍ ହେବା ସମ୍ଭାବନା କମିଯାଏ  ।

ସମାଧାନ

ପ୍ରଥମ କଥା ହେଉଛି ଯେତେଶୀଘ୍ର ସମ୍ଭବ, ସେତେଶୀଘ୍ର ହିଅରିଂ ଲସ୍ ର ନିରୂପଣ ହେବା ଆବଶ୍ୟକ  । ଆଜିକାଲି ହିଅରିଂ ଟେଷ୍ଟ କରିବା ପାଇଁ ବିଭିନ୍ନ ପ୍ରକାରର ପରୀକ୍ଷା ଉପଲବ୍ଧ  । ଯଥା ପିଓର ଟୋନ୍ ଅଡିଓମେଟ୍ରି, ବ୍ରେନଷ୍ଟେମ ଇଭୋକଡ ରେସ ପନ୍ସ (ଏଏସଏସଆର, ଓଟୋଆକ୍ଵାଷ୍ଟିକ ଇମିସନ (ଓଏଇ) ଆଦି  । ଅଡିଓଲୋଜିଷ୍ଟମାନେ  ଏହିସବୁ ଟେଷ୍ଟ କରନ୍ତି  ।

ହିଅରିଂ ଲସ୍ ର  ଚିକିତ୍ସା ପାଇଁ ସର୍ଜରି କରାଯାଇପାରେ, ଡ୍ରଗ୍ସ / ଔଷଧ ଦିଆଯାଇପାରେ କିମ୍ବା ହିଅରିଂ ଆଡ୍ ଲଗାଯାଇପାରେ  ।  । କିନ୍ତୁ ସର୍ଜରି କରିବା ପାଇଁ ଅନେକ ମାନଦଣ୍ଡ ରହିଛି  । ତେଣୁ ସବୁ କ୍ଷେତ୍ରରେ ସର୍ଜରି ସମ୍ଭବ ନୁହେଁ  । ଠିକ୍ ସେଭଳି ଔଷଧୀୟ ଚିକିତ୍ସାର ମଧ୍ୟ ନିଜସ୍ଵ ସୀମା ରହିଛି  । କିନ୍ତୁ ହିଅରିଂ ଆଡ୍  ହେଉଛି ଯେକୌଣସି ହିଅରିଂ ଲସ୍ ପାଇଁ ଏକ ବିଶ୍ଵସନୀୟ ସମାଧାନ  ।

ହିଅରିଂ ଆଡ୍ କ’ଣ  ?

ହିଅରିଂ ଆଡ୍ ହେଉଛି ଗୋଟିଏ ଇଲେକଟ୍ରୋନିକ ଯନ୍ତ୍ର, ଯାହାକି କାନକୁ ଶୁଭିବାରେ ସାହାଯ୍ୟ କରିବା ପାଇଁ ହିଁ ଡିଜାଇନ କରା ହୋଇଥାଏ  । ବାସ୍ତବରେ ଏହା ହିଅରିଂ ଲସ୍ କୁ ସୁଧୁରାଇପାରେ ନାହିଁ,  କିନ୍ତୁ ଶବ୍ଦକୁ ଅଧିକ ସୁଲଭରେ ଗ୍ରହଣ କରିବା ପାଇଁ ନିଶ୍ଚିତ ଭାବେ ଏହା ଗୋଟେ ‘ସହାୟକ’ ରୂପେ କାର୍ଯ୍ୟ କରିଥାଏ  ।

ହିଅରିଂ ଆଡ୍ ର ମାଇକ୍ରୋଫୋନ୍ ଶବ୍ଦକୁ ଗ୍ରହଣ କରେ ଏବଂ ଆମ୍ପ୍ଲିଫାୟାରକୁ ପଟାଏ  । ସେହି ଆମ୍ପ୍ଲିଫାୟାର ତା’ପରେ ଶବ୍ଦକୁ ବଢାଏ, ଅଙ୍କୀକରଣ କରେ ଏବଂ ତାକୁ ରିସିଭରକୁ ପଟାଏ  ।ପରିଶେଷରେ ରିସିଭର ସେଇ ଆମ୍ପ୍ଲିଫାଏଡ ସାଉଣ୍ଡକୁ ଆଡ୍ ଲଗାଇଥିବା ବ୍ୟକ୍ତିଙ୍କୁ ଶୁଣାଏ  ।

ହିଅରିଂ ଆଡ୍ ର ପ୍ରକାର

ବିସ୍ତୃତ ଭାବେ କହିବାକୁ ଗଲେ, ଏଗୁଡିକ ତିନି ପ୍ରକାରର  । ଯଥା – ଆନାଲଗ୍, ସେମି-ଆନାଲଗ୍ ଓ ଡିଜିଟାଲ  । ଏଗୁଡିକ ମଧ୍ୟରୁ ଡିଜିଟାଲ ହିଅରିଂ ଆଡ୍ ହେଉଛି ସବୁଠୁ ଉନ୍ନତ ତଥା ସୋଫିଷ୍ଟିକେଟେଡ୍  । ଏହା ଅତ୍ୟନ୍ତ ଠିକ୍ ଏବଂ ହିଅରିଂ ଲସ୍ ଥିବା ବ୍ୟକ୍ତିଙ୍କୁ ଯଥେଷ୍ଟ ସନ୍ତୁଷ୍ଟି ପ୍ରଦାନ କରିଥାଏ  । ଉତ୍ତମମାନର  ଶବ୍ଦ ସ୍ପଷ୍ଟତା ପାଇଁ ଏଥିରେ ଆନାଲଗ୍ ରୁ ଡିଜିଟାଲ କନ୍ ଭର୍ସନ ଟେକ୍ନୋଲୋଜି ବ୍ୟବହୃତ ହୁଏ  ।

ହିଅରିଂ ଆଡ୍ ର ଷ୍ଟାଇଲ

ସାମ୍ପ୍ରତିକ ସମୟରେ ଅନେକ ଷ୍ଟାଇଲଶ୍ ହିଅରିଂ ଆଡ୍ ଉପଲବ୍ଧ ହେଲାଣି  ।

¾    ପକେଟ୍ ଆଡ୍ – ଏହା ହେଉଛି ବେସିକ୍ ଆଡ୍  । ଏଥିରେ ଗୋଟିଏ ତାର ସଂଯୁକ୍ତ ହୋଇ ରହିଥାଏ  । ଏହାକୁ ଲେଭଲ୍ ଆଡ୍ ମଧ୍ୟ କୁହାଯାଏ  ।

¾    ଆଇ ଗ୍ଲାସ୍ ଆଡ୍ – ଏହା ଚଷମା ସହ ସଂଯୁକ୍ତ ହୋଇ ରହିଥାଏ  । ଚଷମାର ଯେଉଁ ବାର୍ କାନ ଉପରେ ଲମ୍ବିଥାଏ, ହିଅରିଂ ଆଡ୍ ତାରି ଉପରେ ଯୋଡିହୋଇ ରହିଥାଏ  ।

¾    ବିହାଇଣ୍ଡ୍ ଦ ଇୟର୍ ଆଡ୍ – ଏହା ବହୁଳ ଭାବରେ ବ୍ୟବହାର ହୋଇଥାଏ ଏବଂ ଏହା କାନ ପଛରେ ଲଗାଇ ପିନ୍ଧାଯାଏ  ।

¾    କମ୍ପ୍ଲିଟ୍ ଲି ଇନ୍ ଦ କାନାଲ୍(ସିଆଇସି) ଆଡ୍ – ଆକାରରେ ଏହା ବହୁତ ଛୋଟ ଏବଂ ଇୟର କାନାଲ୍ ଭିତରେ ଫିଟ୍ ହୋଇ ରହିଥାଏ  ।

¾    ଇନ୍ ଭିଜିବଲ୍ ଇନ୍ ଦ କାନାଲ୍ ଆଡ୍ – ଉପରୋକ୍ତ ସମସ୍ତ ହିଅରିଂ ଆଡ୍ ମଧ୍ୟରେ ଏହା ହେଉଛି ସବୁଠାରୁ ଛୋଟ ଏବଂ ଇୟର କାନାଲ୍ ରେ ଅତି ସୁନ୍ଦର ଭାବେ ଫିଟିଙ୍ଗ ହୋଇ ରହିଥାଏ  ।

ସାବଧାନତା

ଅଡିଓଲୋଜିଷ୍ଟମାନେ ହେଉଛନ୍ତି ସାର୍ଟିଫାଏଡ ପ୍ରଫେଶନାଲସ, ଯେଉଁମାନେ ଆପଣଙ୍କର ହିଅରିଂ ଲସ୍ ର ସମାଧାନ ପାଇଁ ଆପଣଙ୍କୁ ଠିକ୍ ହିଅରିଂ ଡିଭାଇସର ପରାମର୍ଶ ଦେଇପାରିବେ  । ପ୍ରଥମେ ସେମାନେ ଆପଣଙ୍କ ହିଅରିଂ ଆବିଲିଟି ବା ଶୁଣିବାର ଦକ୍ଷତାକୁ ବିଭିନ୍ନ ପ୍ରକାର ପରୀକ୍ଷା କରି ଦେଖନ୍ତି  । ତା’ପରେ ସେମାନେ ଆପଣଙ୍କୁ ଉପଯୁକ୍ତ ନିରାକରଣର ଉପାୟ ବତାଇବେ  ।

ଅନ୍ ଲାଇନ୍ ଷ୍ଟୋର ଓ କ୍ଵାକମାନଙ୍କ ହାବୁଡରେ ପଡନ୍ତୁ ନାହିଁ  ।

ପରିଶେଷରେ ଏତିକି କୁହାଯାଇପାରେ ଯେ, ହିଅରିଂ ଲସ୍ ଯଦି ଚିକିତ୍ସା ନ ହୋଇ ରହିଯାଏ, ତେବେ ଏହା ବ୍ରେନ୍ ଡ୍ୟାମେଜ କରିଥାଏ  । ଏବଂ ଆପଣଙ୍କୁ ସମାଜରୁ ବିଚ୍ଛିନ୍ନ କରିଦେଇପାରେ  । ତେଣୁ ପ୍ରତିକାର ପଦ୍ଧତି ଆପଣାଇ ନେବା ହିଁ ସବୁଠୁ ଭଲ  । ଯଦି ହିଅରିଂ ଲସ୍ ହୁଏ, ତେବେ ଆପଣ ଅଡିଓଲୋଜିଷ୍ଟଙ୍କୁ ଯୋଗାଯୋଗ କରନ୍ତୁ  । ଅଡିଓଲୋଜିଷ୍ଟ ଆପଣଙ୍କ ହିଅରିଂକୁ ପରୀକ୍ଷା କରିବେ ଏବଂ ଆପଣଙ୍କୁ ସର୍ବୌତ୍କୃଷ୍ଟ ସମାଧାନର ପନ୍ଥା ବତାଇପାରିବେ  ।

ସଂଗୃହୀତ – ଡା. ଦୀପକ କୁମାର ମିଶ୍ର

 

Last Modified : 10/30/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate