ହୋମ / ସ୍ଵାସ୍ଥ୍ୟ / ଜୀବନର ସନ୍ଦେଶ / ୨୦୩୦ ସୁଧା ଡାଇବେଟିସ୍ ମୁକ୍ତ ଭାରତ
ସେଆର କରନ୍ତୁ

୨୦୩୦ ସୁଧା ଡାଇବେଟିସ୍ ମୁକ୍ତ ଭାରତ

ବର୍ତ୍ତମାନ ସାରା ବିଶ୍ଵରେ ଡାଇବେଟିସ୍ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଲାଣି। ପ୍ରାୟ ୩୮୦ ବିଲିଅନ୍ ଲୋକ ଏହି ରୋଗରେ ଆକ୍ରାନ୍ତ ହେଲେଣି

ଡାଇବେଟିସ୍ ଆକ୍ରାନ୍ତଙ୍କ ରାଜଧାନୀ ବୋଲି କୁହାଯାଉଛି।

ବର୍ତ୍ତମାନ  ସାରା ବିଶ୍ଵରେ ଡାଇବେଟିସ୍ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଲାଣି। ପ୍ରାୟ ୩୮୦ ବିଲିଅନ୍ ଲୋକ ଏହି ରୋଗରେ ଆକ୍ରାନ୍ତ ହେଲେଣି । ଭାରତକୁ ବିଶ୍ଵ ଡାଇବେଟିସ୍ ଆକ୍ରାନ୍ତଙ୍କ ରାଜଧାନୀ ବୋଲି କୁହାଯାଉଛି। ଆମ ଦେଶରେ ଟାଇପ-୨ ଡାଇବେଟିସ୍ ଆକ୍ରାନ୍ତଙ୍କ ସଂଖ୍ୟା ସବୁଠୁ ଅଧିକା ତେଣୁ ଏଠାକାର ଜୀବନଶୈଳୀକୁ ଏଥିପାଇଁ ଦାୟୀ କରାଯାଉଛି। ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ରିପୋର୍ଟ ଅନୁଯାୟୀ ୮୦ ପ୍ରିତିଶତ କମ୍ ଓ ମଧ୍ୟମବର୍ଗର ପରିବାରର ଲୋକମାନେ ଡାଇବେଟିସ୍‌ରେ ଆକ୍ରାନ୍ତ  ହୋଇ ମୃତ୍ୟୁବରଣ କରୁଛନ୍ତି। ୨୦୩୦ ମସିହା ସୁଦ୍ଧା ମୃତ୍ୟୁହାର ଦୁଇଗୁଣା  ହେବା  ଆଶଙ୍ଗା କରାଯାଉଛି। ତେଣୁ ଏଥିରୁ ବର୍ତ୍ତିବାକୁ ଚିକିତ୍ସା ବିଜ୍ଞାନରେ ଅନେକ ପ୍ରକାରର ଗବେଷଣା ହାତକୁ ନିଆଯାଉଛି  କିନ୍ତୁ ଶତପ୍ରତିଶତ ରୋଗକୁ ଭଲ କରିବାରେ ସଫଳତା ମିଳିନାହିଁ। ହେଲେ କେତେକ ସତର୍କତାମୂଳକ ପଦକ୍ଷେପ ନିଆଗଲେ ଡାଇବେଟିସ୍‌ରୁ ମୁକ୍ତି ମିଳିପାରିବ ।

ଗୁଜୁରାଟରେ ‘ଡାଇବେଟିସ୍ ଫ୍ରି ଇଣ୍ଡିଆ

ଗୁଜୁରାଟରେ ‘ଡାଇବେଟିସ୍ ଫ୍ରି ଇଣ୍ଡିଆ ୨୦୩୦ ନାମରେ ଏକ ପ୍ରକଳ୍ପ ଆରମ୍ଭ କରାଯାଇଛି। ଗୁଜୁରାଟ ରାଜ୍ୟପାଳ ଓ.ପି. କୋହଲି ଗତ ମେ’ ୩ ତାରିଖରେ ଏହାକୁ ପରୀକ୍ଷାମୂଳକ ଭାବେ ଆରମ୍ଭ କରିଛନ୍ତି। ଦୁଇଟି ସ୍ଵେଚ୍ଛାସେବୀ ସଂଗଠନ ‘ଡାଇବେଟିସ୍ ଇଣ୍ଡିଆ' ଓ ଡାଇବେଟିସ୍ କେୟାର ଇଣ୍ଡିଆ' ମିଳିତ ଉଦ୍ୟମରେ ଏହି ପ୍ରୟାସ ଆରମ୍ଭ କରିଛନ୍ତି। ରାଜ୍ୟରେ ରହୁଥିବା ଲୋକମାନଙ୍କର ଜୀବନଶୈଳୀକୁ ସଂପୂର୍ଣ୍ଣ ରୂପେ ପରିବର୍ତ୍ତନ କରାଯିବା ଉପରେ ଏହି ସଂସ୍ଥା ଗୁରୁତ୍ଵ ଦେଇଛନ୍ତି। ଏକ ସର୍ଭେରୁ ଜଣାପଡିଛି ଯେ, ଭାରତରେ ପ୍ରତ୍ୟେକ ୬ ସେକେଣ୍ଡରେ ଜଣେ ବ୍ୟକ୍ତି ଡାଇବେଟିସ୍ ଯୋଗୁଁ ମୃତ୍ୟୁବରଣ କରୁଥିବାବେଳେ ୨୦୪ଠ ସୁଦ୍ଧା ୧୨୦ ମିଲିଅନ୍ ରୋଗୀ ଏହାଦ୍ଵାରା ଆକ୍ରାନ୍ତ ହେବା ଅନୁମାନ କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ଗୁଜୁରାଟରେ ପ୍ରଚଳିତ ହେଉଥିବା ଖାଦ୍ୟ ଅଭ୍ୟାସ ଓ ଅସ୍ୱାସ୍ଥ୍ୟକର ଜୀବନଶୈଳୀରେ ଅନେକ ମାତ୍ରାରେ ପରିବର୍ତ୍ତନ ପାଇଁ ଚିନ୍ତା କରାଯାଇଛି। ନିକଟ ବର୍ଷମାନଙ୍କରେ ଏଥରେ ସଫଳତା ଧୀରେଧୀରେ ଅନ୍ୟ ରାଜ୍ୟରେ ବି ଏହି ପ୍ରକଳ୍ପ ଆରମ୍ଭ କରାଯିବା

ଡାଇବେଟିସ୍‌ଠୁ ନିଜକୁ ଦୂରେଇ ରଖିବାକୁ ହେଲେ ମୁଖ୍ୟତଃ ତିନୋଟି ଦିଗ ଉପରେ ଧ୍ୟାନ ଦେବାକୁ ହେବା ପୃଷ୍ଟିକର ଖାଦ୍ୟ, ନିୟମିତ ବ୍ୟାୟାମ ଓ ସୁସ୍ଥ ଜୀବନଶୈଳୀ ଆପଣାଇଲେ ଡାଇବେଟିସ୍‌କୁ ସଂପୂର୍ଣ୍ଣ ରୂପେ ଏଡାଇଦେଇ ହେବା ଫାଷ୍ଟ ଫୁଡ, ମୃଦୁପାନୀୟ, ତେଲ, ମସଲା ଇତ୍ୟାଦି ପରି ଅସୁସ୍ଥକର ଖାଦ୍ୟକୁ ସଂପୂର୍ଣ୍ଣ ବର୍ଜନ କରିବାକୁ ହେବା ସେଓ, ପିଆଜ ଷଣ୍ଟା, ଆଭେକାଡୋ, ବିନ୍ସ, ବ୍ଲୁବେରୀ, ଗାଜର, ତରଭୂଜ, କ୍ରାନବେରି, କାକୁଡି, ମାଛ ଇତ୍ୟାଦି ଆଣ୍ଟିଅକ୍ସିଡେଣ୍ଟ ଭିଟାମିନ୍ ଇତ୍ୟାଦି ଯୁକ୍ତ ଖାଦ୍ୟ ଖାଇବା ଆବଶ୍ୟକ । ଯେତେମାତ୍ରାରେ ଫଳ ଓ ପନିପାରିବା ଖାଇବା ସେହିପରିଭାବେ ଆମ ଶରୀରର ଓଜନ ନିୟନ୍ତ୍ରଣରେ ରହିବା ଚର୍ବିଜାତୀୟ ଖାଦ୍ୟକୁ ସଂପୂର୍ଣ୍ଣ ରୂପେ ବର୍ଜନ କରିବା ଉଚିତ। ରାସ୍ତା କଡରେଥିବା ଢାବା, ହୋଟେଲ ଗୁଡିକୁ ଉଚ୍ଛେଦ କରି ସେଠାରେ ‘ସାଲାଡ କ୍ଲବ’ ଆରମ୍ଭ କରାଯିବା ଉଚିତ୍ ଫଳମୂଳଗୁଡିକୁ କାଟିକରି ସେଠାରେ ଖାଇବାକୁ ଦିଆଯିବା ଖାଦ୍ୟ ସହିତ ଶରୀର ଉପରେ ମଧ୍ୟ ଧ୍ୟାନ ଦିଆଯିବା ଆବଶ୍ୟକ । ଦିନକୁ ୩୦ ମିନିଟ୍ ଲେଖାଏଁ, ସପ୍ତାହକୁ ୫ଦିନ ବ୍ୟାୟାମ କରିବା ଉଚିତ୍ ଏରୋବିକ୍ ବ୍ୟାୟାମ ଏଥିପ୍ରତି ବିଶେଷ ଫଳପ୍ରଦା ଏହାଛଡା ପ୍ରତ୍ୟେକ ଦିନ ସାଇକେଲିଭିଂ, ସୁଇମିଂ', ଡ୍ୟାନ୍ସିଙ୍ଗ, ରୋଇଂ, ଜଗିଂ ଇତ୍ୟାଦି କରାଗଲେ ଶରୀରର ସନ୍ତୁଳନ ସଠିକ୍ ରହିବ । ନିୟମିତ ଭାବେ ଯୋଗ କରିବା ମଧ୍ୟ ଏଦିଗରେ ଲାଭଦାୟକ ସାବ୍ୟସ୍ତ ହୋଇଛି। ତମାଖୁ, ମଦ୍ୟପାନ କିମ୍ବା ନିଶା ଜାତୀୟ କୌଣସି ସାମଗ୍ରୀ ସେବନ ବନ୍ଦ କରାଯିବା ଉଚିତ୍ ଚାପମୁକ୍ତ ଜୀବନ ଅତିବାହିତ କରିବାକୁ ଅଧିକ ଚେଷ୍ଟା କରିବା । ଛୋଟ ପିଲାଠୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ, ଏପରିକି ଗୃହିଣୀମାନେ ବି ଏହା କରିପାରିବେ ।

ଏସବୁ ପରିଚାଳନା କରିବା ପାଇଁ ସରକାରଙ୍କୁ ଡାଇବେଟିସ୍ ନିୟନ୍ତ୍ରଣ ପାଇଁ ସ୍ଵତନ୍ତ୍ର ବିଭାଗ ଖୋଲିବାକୁ ହେବା ସ୍କୁଲ୍, କଲେଜ ସ୍ତରରୁ ସଚେତନତା ସୃଷ୍ଟି କରାଯିବା ସହ ବିଭିନ୍ନ ଗ୍ରାମ, ପଞ୍ଚାୟତ, ବ୍ଲକ୍ ସ୍ତରରେ ଏଦିଗରେ ବହୁଳ ମାତ୍ରାରେ ପ୍ରଚାର କରାଯିବା ଆବଶ୍ୟକା ଅଧିକମାତ୍ରାରେ ପାର୍କ ପଡିଆ, ଜିମ୍ନାସିୟମ୍, ଫୁଟ୍ କ୍ଲବ୍ ଇତ୍ୟାଦି ଖୋଲିବାକୁ ହେବା ଡାଇବେଟିସ୍‌କୁ ନିୟନ୍ତ୍ରଣରେ ଆଣିବାକୁ ହେଲେ ସରକାରଙ୍କୁ ଏଭଳି ଭାବେ ବଡ ପଦକ୍ଷେପ ନେବାକୁ ପଡିବା ତାହେଲେ ଯାଇ ୨୦୩୦ ମସିହା ପରେ ଜନ୍ମ ନେବା ପ୍ରତ୍ୟେକ ଶିଶୁଙ୍କୁ ଡାଇବେଟିସ୍ ଆକ୍ରାନ୍ତମୁକ୍ତ କରିହେବା

ସଂରୁହିତ: ଡାକ୍ତର ଜୟନ୍ତ କୁମାର ପଣ୍ଡା ଆସୋସିଏଟ୍ ପ୍ରଫେସର, ଭେଷଜ ବିଭାଗ, ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲ

3.12
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top