অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଆଶା (ଆକ୍ରିଡେକେଟ ସୋସିଆଲ ହେଲଥ ଆକ୍ଟିଭିଷ୍ଟ)

ଆଶା  ହେଉଛି ତାଲିମ ପ୍ରାପ୍ତ ମହିଳା ଗୋଷ୍ଠୀ ସ୍ୱାସ୍ଥ୍ୟ କର୍ମୀ । ଆଶାକର୍ମୀ ଗୋଷ୍ଠୀ ଦ୍ଵାରା ନିଯୁକ୍ତି ପାଆନ୍ତି ଏବଂ ଗୋଷ୍ଠୀ ପାଖରେ ଉତ୍ତରଦାୟୀ ହୁଅନ୍ତି । ଗୋଷ୍ଠୀ ଏବଂ ଜନତା ସ୍ୱାସ୍ଥ୍ୟ ସେବା ମଧ୍ୟରେ  ଏକ କଡି ଭାବରେ ଆଶାକର୍ମୀ କାର୍ଯ୍ୟ କରନ୍ତି । ବର୍ତ୍ତମାନ ସାରା ଭାରତରେ ୯ ଲକ୍ଷ ଆଶା କାର୍ଯ୍ୟ କରୁଛନ୍ତି । ଏହି ଯୋଜନା କେବଳ ଗୋଆ, ଚଣ୍ଡିଗଡ ଏବଂ ପଣ୍ଡିଚେରୀକୁ ଛାଡି ଭାରତରେ ଅନ୍ୟାନ୍ୟ ଯାଗାରେ କାର୍ଯ୍ୟ କରୁଛନ୍ତି ।

ଆଶା ମନୋନୟନର ଯୋଗ୍ୟତା

ଗ୍ରାମାଞ୍ଚଳରେ

  • ୨୫ ରୁ ୪୫ ବର୍ଷ ବୟସ ମଧ୍ୟର  ବିବାହିତ / ବିଧବା ଛାଡପତ୍ର ପାଇଥିବା ସେହି ଗାଁର ଜଣେ ମହିଳା ହୋଇଥିବେ।
  • ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ମହିଳାଙ୍କର ଶିକ୍ଷାଗତ ଯୋଗ୍ୟତା ହୋଇଥିବା ଆବଶ୍ୟକ, ଯେଉଁଠାରେ ୧୦ମ ଶ୍ରେଣୀ ଯାଏ ପାଠ ପଢିଥିବା ମହିଳା ନମିଳିବେ ସେଠାରେ ଶିକ୍ଷାଗତ ଯୋଗ୍ୟତା କୋହଳ କରାଯାଇପାରେ ।
  • ଆଶା ମନୋନୟନ ପାଇଁ ବିଭିନ୍ନ ଅନୁଷ୍ଠାନକୁ ସାମିଲ କରାଯାଏ ଯେପରି, ସ୍ଵୟଂ ସହାୟକ ଗୋଷ୍ଠୀ, ICDS ବ୍ଲକ ନୋଡାଲ ଅଫିସର, ଜିଲ୍ଲା ନୋଡ଼ାଲ ଅଫିସର, ଗ୍ରାମ୍ୟ ସ୍ୱାସ୍ଥ୍ୟ କମିଟି, ଗ୍ରାମସଭା ଇତ୍ୟାଦି ।

ସହରାଞ୍ଚଳ

  • ସହରାଞ୍ଚଳରେ ଆଶା ବସ୍ତି ଅଞ୍ଚଳର ଅବହେଳିତ ଗୋଷ୍ଠୀର ଜଣେ ମହିଳା ହୋଇଥିବା ଆବଶ୍ୟକ ଯିଏ ସହର / ଜିଲ୍ଲା ସ୍ୱାସ୍ଥ୍ୟ ସମାଜ ଦ୍ଵାରା ସ୍ଵୀକୃତି ପ୍ରାପ୍ତ ହୋଇଥିବେ ।
  • ତାଙ୍କର ବୟସ ୨୫ ରୁ ୪୫ ବର୍ଷ ମଧ୍ୟରେ ହୋଇଥିବ, ବିବାହିତ/ବିଧବା/ଛାଡପତ୍ର/ ସ୍ଵାମୀ ଠାରୁ ଅଲଗା ରହୁଥିବା ମହିଳାଙ୍କୁ ଅଗ୍ରାଧିକାର ଦିଆହେବ ।
  • ଗୋଷ୍ଠୀରେ ପ୍ରଚଳିତ ଭାଷାରେ ତାଙ୍କର ଦକ୍ଷତା ଥିବା ସହ ନେତୃତ୍ଵ ନେବାର ଗୁଣ ରହିଥିବା ଆବଶ୍ୟକ ।
  • ତାଙ୍କର ଶିକ୍ଷାଗତ ଯୋଗ୍ୟତା ଅତି କମରେ  ୧୦ମ ଶ୍ରେଣୀ ଉତ୍ତୀର୍ଣ୍ଣ ହୋଇଥିବା ଦରକାର ଯଦି ତଦୁର୍ଦ୍ଦ ଶିକ୍ଷାଗତ ଯୋଗ୍ୟତା ଥିବା ପ୍ରାର୍ଥୀନି ମିଳନ୍ତି ତେବେ ଭବିଷ୍ୟତରେ ସେ ANM / GNM  ପଦବୀ ପାଇଁ ଯୋଗ୍ୟ ବିବେଚିତ ହୋଇପାରିବେ ।
  • ପ୍ରାର୍ଥୀନି ଯଦି ଅବହେଳିତ ଗୋଷ୍ଠୀର ହୋଇଥାନ୍ତି ଦରକାର ପଡିଲେ ଶିକ୍ଷାଗତ ଯୋଗ୍ୟତା/ବୟସ ପରିବର୍ତ୍ତନ କରାଯାଇପାରେ ।
  • ତାଙ୍କୁ କାର୍ଯ୍ୟକାଳ ସମୟରେ ଗୋଷ୍ଠୀ ଠାରୁ ସାହାଯ୍ୟ, ସହାନୁଭୂତି ମିଳୁଥିବା ଦରକାର ।

ଆଶାର ଉପସ୍ଥିତି

ଗ୍ରାମାଞ୍ଚଳରେ

  • ଗୋଷ୍ଠୀ ସ୍ୱାସ୍ଥ୍ୟ ସ୍ଵେଚ୍ଛା ସେବୀ 'ଆଶା' ୧୦୦୦ ଲୋକ ସଂଖ୍ୟା ବିଶିଷ୍ଟ ପ୍ରତ୍ୟେକ ଗ୍ରାମରେ ଥାଆନ୍ତି ।
  • ଦରକାର ଅନୁଯାୟୀ ରାଜ୍ୟ ମାନେ ଲୋକସଂଖ୍ୟା, ଶିକ୍ଷାଗତ ଯୋଗ୍ୟତା, ବୟସକୁ ସ୍ଥାନୀୟ ପରିସ୍ଥିତି ଅନୁଯାୟୀ ସ୍ଥିର କରନ୍ତି ।

ସହରାଞ୍ଚଳ

  • ସହରରେ ପ୍ରଥମେ ବସ୍ତି ଚିହ୍ନଟ କରାଯାଏ । କିମ୍ବା ବସ୍ତି ଅଞ୍ଚଳ ନହୋଇବି ଯେଉଁଠାରେ ଅବହେଳିତ ଅବସ୍ଥାରେ ଲୋକମାନେ ଥାଆନ୍ତି ସେ ଅଞ୍ଚଳକୁ ଚିହ୍ନଟ କରାଯାଏ ।
  • ସହରାଞ୍ଚଳରେ ଗୋଟିଏ ଆଶା ୧୦୦୦ -୨୫୦୦ ପର୍ଯ୍ୟନ୍ତ ଲୋକସଂଖ୍ୟାରେ କାର୍ଯ୍ୟକରେ କିନ୍ତୁ ବେଳେବେଳେ ସହରରେ କମ ବାସ କରୁଥିବା ବସ୍ତି ରହିଥାଏ ତେଣୁ ଭୌଗଳିକ ସ୍ଥିତିକୁ ଦେଖି ଆଶା ୨୦୦ – ୫୦୦ ପରିବାର ପାଇଁ କାର୍ଯ୍ୟ କରେ ।
  • ଯେତେବେଳେ ଲୋକସଂଖ୍ୟା ୨୫୦୦ରୁ  ଅଧିକା ହୁଏ ସେତେବେଳେ ଅନ୍ୟଜଣେ ଆଶା ନିଯୁକ୍ତି ପାଆନ୍ତି । ଅର୍ଥନୈତିକ କ୍ଷେତ୍ରରେ ଦୁର୍ବଳ, ଅବହେଳିତ ଲୋକମାନେ ଅଲଗା ଅଲଗା ଭାବରେ ରହିଥିଲେ ସେମାନଙ୍କ ପାଇଁ ଆଶା ନିଯୁକ୍ତି କରାଯାଏ ।
  • ଅଙ୍ଗନୱାଡି କେନ୍ଦ୍ର ପରିସର ମଧ୍ୟରେ ଆଶା ନିଯୁକ୍ତି କରାଯାଏ ଯାହା ଫଳରେ ଆଶାକୁ ଘର ଘର ବୁଲି କାମ କରିବାକୁ ସୁବିଧା ହୁଏ ।

ଭୂମିକା ଏବଂ ଦାୟିତ୍ଵ

ଗୋଷ୍ଠୀସ୍ତରରେ ଯତ୍ନକାରୀ ଭାବରେ ଆଶା ତାଙ୍କର ଭୂମିକା ନିର୍ବାହ କରନ୍ତି । ଗୋଷ୍ଠୀ ପାଇଁ ଆଶା ସ୍ୱାସ୍ଥ୍ୟର ଯତ୍ନ, ସ୍ୱାସ୍ଥ୍ୟ ପାଇଁ ସଚେତନତା, ଗରିବ, ଶୋଷିତ ଲୋକଙ୍କର ସ୍ୱାସ୍ଥ୍ୟ ଅଧିକାର, ସ୍ଵାସ୍ଥ୍ୟଗତ ବ୍ୟବହାରର ପ୍ରଚାର ପ୍ରସାର ଇତ୍ୟାଦି ତାଙ୍କର ଦାୟିତ୍ଵ ଭାବରେ ରହିଥାଏ ।

ଆଶା ପାଇଁ ପ୍ରୋତ୍ସାହନରାଶି

ଆଶା ହେଉଛି ସମ୍ମାନ ଜନକ ଭତ୍ତା ପାଉଥିବା ସ୍ଵେଚ୍ଛାସେବୀ କିନ୍ତୁ ସେ ଯେତେବେଳେ ବିଶେଷ କାର୍ଯ୍ୟକ୍ରମ (ଯେପରି ତାଲିମ, ମାସିକ ରିଭ୍ୟୁ, କିମ୍ବା ଅନ୍ୟ ମିଟିଙ୍ଗ)ରେ ଯୋଗ ଦିଅନ୍ତି ତାଙ୍କୁ ପ୍ରୋତ୍ସାହନ ରାଶି ଦିଆଯାଏ । କଣ୍ଡୋମ, ଗର୍ଭନିରୋଧକ ବଟିକା, ସାନିଟାରୀ ନ୍ୟାପକିନ ଇତ୍ୟାଦିକୁ  ବାଣ୍ଟିବା ପାଇଁ ମଧ୍ୟ ତାଙ୍କୁ କିଛି ରାଶି ଦିଆଯାଏ । ତାଙ୍କର ପ୍ରାଥମିକ ଜୀବିକା ବାଧା ପ୍ରାପ୍ତ ନହୋଇ ତାଙ୍କ ସମୟକୁ ଉଦଯୋଗ କରି ସେ ସମାଜ ପାଇଁ କାର୍ଯ୍ୟ କରୁଥିବାରୁ ତାଙ୍କୁ କାର୍ଯ୍ୟ ଅନୁଯାୟୀ ରାଶି ଦିଆଯାଏ ।

ଆଧାର - "ନ୍ୟାସନାଲ ହେଲଥ ମିଶନ"

Last Modified : 3/3/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate