ହୋମ / ସ୍ଵାସ୍ଥ୍ୟ / ନୀତି ଓ ଯୋଜନା / ଚିକିତ୍ସା ସେବା ଓ ରୋଗୀର ଅଧିକାର
ସେଆର କରନ୍ତୁ

ଚିକିତ୍ସା ସେବା ଓ ରୋଗୀର ଅଧିକାର

ରୋଗୀଙ୍କ ଅଧିକାର ସମ୍ବନ୍ଧୀୟ ସୂଚନା

ରୋଗୀଙ୍କ ଅଧିକାର

ଶାରୀରିକ ଅସୁସୁତା ଦେଖାଦେଲେ  ଲୋକେ ଡାକ୍ତରଖାନା। ଯାଆନ୍ତି । ସେଠାରେ ପହଞ୍ଚିବା ପରେସେମାନେ ସମ୍ପୁର୍ଣି ଭାବରେ ଡାକ୍ତରଙ୍କ ଅଧୀନକୁ ଚାଲିଯା'ନ୍ତି । ବାସ୍ତବରେ ରୋଗୀର ସମ୍ପୁର୍ଣି ଭଲ ମନ୍ଦର ଦାୟିତ୍ଵ ସମ୍ପୁକ୍ତ ଡାକ୍ତରଙ୍କ ଉପରେ ନିର୍ଭର କରେ । ଡାକ୍ତରୀ ସେବା ଭିତରେ ବ୍ୟବହାରିକ ଦୃଷ୍ଟିକୋଣରୁ ଉପଜୋଉକ୍ତ ଭାବରେ ରୋଗୀଙ୍କ ମଧ୍ୟ କିଛି ଅଧିକାର ରହିଛି । ଆସନ୍ତୁ, ସେଥିନେଇ ଜାଣିବା ।

ସ୍ୱାସ୍ଥ୍ୟ ସେବା ଦେବା ଅନ୍ୟ ଯେ କୌଣସି ସାମଗ୍ରୀ ବିକ୍ରିପରି ନୁହେଁ । ଡାକ୍ତର ଏବଂ ରୋଗୀଙ୍କ ମଧ୍ୟରେ ଏକ ସ୍ଵତନ୍ତ ସମ୍ପର୍କ ରହିଥାଏ । ଯାହାଦ୍ଵାରା ଡାକ୍ତର ରୋଗୀଙ୍କ ପାଇଁ ଓ ରୋଗୀର ହିତ ନିମନ୍ତେ କେତେକ ଗୁରୁତ୍ଵପୂର୍ଣ୍ଣ ନିଷ୍କରି ନେଇଥାନ୍ତି । ସ୍ୱାସ୍ଥ୍ୟ ସେବା ଦେଉଥୁବା ଡାକ୍ତରଖାନା ଗୁଡ଼ିକ ମେଡ଼ିକାଲ କ୍ଲିନିକ କଞ୍ଜୁମର ପ୍ରୋଟେକସନ ଆକ୍ଟ ଅଧୀନରେ ଆସନ୍ତି । ଯଦି ଡାକ୍ତରଙ୍କ ଦାୟିତ୍ଵହୀନତାର ପ୍ରସଙ୍ଗ ଦେଖାଯାଏ କିମ୍ବା ସେବାକୁ ନେଇ କୌଣସି ଅଭିଯୋଗ ରହେ । ତେବେ ଉପଭୋକ୍ତା ବା ରୋଗୀ କ୍ଷତିପୂରଣ ନିମନ୍ତେ ଉପଭୋକ୍ତା। ଅଦାଲତକୁ ଯାଇପାରନ୍ତି । ଭାରତରେ ମେଡ଼ିକାଲ କାଉନସିଲ ଅଫ୍ ଇଣ୍ଡିଆର ଦାୟିତ୍ଵ ହେଉଛି ଡାକ୍ତର କୋଡ଼ ଅଫ୍ ମେଡ଼ିକାଲ ଏଥିକ୍ସ ରେଗୁଲେସନ୍ ପାଳନ କରୁଛନ୍ତି ନା ନାହିଁ ତାହା ଉପରେ ନଜର ରଖୁବା । କିନ୍ତୁ ଅନେକ ସମୟରେ ଅଭିଯୋଗ ହୁଏ ମେଡ଼ିକାଲ କାଉନସିଲ ସବୁ ସମୟରେ ଏହା କରିପାରୁନାହାନ୍ତି । ପ୍ରତ୍ୟେକ ସଚେତନ ରୋଗୀ ଡାକ୍ତରଖାନାରେ ଦାଖଲ ହେବା ପୂର୍ବରୁ ନିମ୍ନୋକ୍ତ ବିଷୟ ପ୍ରତି ଧାନ ଦେବା ଜରୁରୀ ।

ଜରୁରୀକାଳୀନ ସେବା

ଯଦି କୌଣସି ବ୍ୟକ୍ତି ଉଦବେଗଜନକ ଅବସ୍ଥାରେ ଡାକ୍ତରଖାନାରେ ପହଞ୍ଚନ୍ତି ତେବେ ସରକାରୀ ଏବଂ ଘରେଇ ଡାକ୍ତରଖାନାର ଡାକ୍ତରଙ୍କ ଏହା ପ୍ରଥମ ଦାୟିତ୍ଵ ଯେ ସେମାନେ ଉକ୍ତ ବ୍ୟକ୍ତିକୁ ତୁରନ୍ତ ଡାକ୍ତରୀ ସାହାଯ୍ୟ ଦେବେ; ଅର୍ଥାତ ନିଃଶ୍ଵାସ ନେବାରେ ସମସ୍ୟା ହେଉଥଲେ । ଏଥୁପାଇଁ ସହଯୋଗ ଦେବେ । ଶରୀରରେ କେତେ ରକ୍ତସ୍ରାବ ହୋଇଛି, ଏହାର ଯାଞ୍ଚ କରିବେ । ଜୀବନ ରକ୍ଷା ପାଇଁ ଆବଶ୍ୟକ ସମସ୍ତ ସ୍ଵାସ୍ଥ୍ୟ ସେବା ଦେଇ ସାରିବା ପରେ ଡାକ୍ତର ରୋଗୀଠାରୁ ଅର୍ଥ ମାଗିପାରିବେ କିମ୍ବା ପୁଲିସ କୁ ସୂଚନା ଦେବାର ପ୍ରକ୍ରିୟା ଆରମ୍ଭ କରିପାରିବେ । ପ୍ରତ୍ୟେକ ଡାକ୍ତରଖାନା ଗରିବ ରୋଗୀମାନଙ୍କୁ ଜରୁରିକାଳୀନ ଡାକ୍ତରୀ ସାହାଯ୍ୟ ଦେବା ପାଇଁ ଏକ ଆର୍ଥିକ ପାଣ୍ଠି ରଖୁବା ନିମନ୍ତେ ପ୍ରସ୍ତାବ ରଖାଯାଇଛି । କିନ୍ତୁ ଏ ଦିଗରେ କୌଣସି ଦୃଢ଼ ପଦକ୍ଷେପ ନିଆଯାଇପାରିନାହିଁ।

ଖର୍ଚ୍ଚ ଜାଣିବାର ଅଧିକାର

ପ୍ରତ୍ୟେକ ଡାକ୍ତରଖାନା ରୋଗୀକୁ ତାର ରୋଗ ବିଷୟ ଏବଂ ଚିକିତ୍ସାର କ'ଣ ପରିଣାମ ହେବ ତା। ସମ୍ପର୍କରେ ସୂଚନା ଦେବା ଆବଶ୍ୟକ । ଏଥିସହ ରୋଗୀକୁ ଚିକିତ୍ସା ପାଇଁ କେତେ ଖର୍ଚ୍ଚ ହେବ,  ଏହାର ଲାଭ ଓ କ୍ଷତି ଏବଂ ଚିକିତ୍ସାର ବିଭିନ୍ନ ବିକଳ୍ପ ସମ୍ପର୍କରେ ଜଣାଇବା ଆବଶ୍ୟକ । ଚିକିତ୍ସା ଏବଂ ଖର୍ଚ୍ଚ ବାବଦରେ ଡାକ୍ତରଖାନା ସ୍ଥାନୀୟ ଏବଂ ଇଂରାଜୀ ଭାଷାରେ ସୂଚନା ଦେବା ଆବଶ୍ୟକ । ଡାକ୍ତରଖାନା ଗୋଟିଏ ପୁସ୍ତିକା ମାଧ୍ୟମରେ ରୋଗୀକୁ ଚିକିତ୍ସା, ଯାଞ୍ଚ ଆଦିର ଖର୍ଚ୍ଚ ସମ୍ପର୍କରେ ଜଣାଇବା ପାଇଁ ପ୍ରସ୍ତାବ ମଧ୍ୟ ରହିଛି । ଏହାଦ୍ଵାରା ରୋଗୀର ପରିବାର ଚିକିତ୍ସା ପାଇଁ ହେଉଥୁ ବା ଖର୍ଚ୍ଚ କୁ ଠିକ ଭାବରେ ବୁଝିପାରିବେ । ଯଦି ରୋଗୀ ଅନୁରୋଧ କରନ୍ତି ତେବେ ଡାକ୍ତରଖାନା ଲିଖିତ ଭାବରେ ଖର୍ଚ୍ଚ ସମ୍ପର୍କରେ ସୂଚନା ଦେବା ପାଇଁ ବ୍ୟବସ୍ଥା ରହିଛି।

ମେଡ଼ିକାଲ ରିପୋର୍ଟ ଏବଂ ରେକର୍ଡ଼

କୌଣସି ରୋଗୀ ବା ତାଙ୍କ ଦ୍ଵାରା ସ୍ଵୀକୃତିପ୍ରାପ୍ତ ବ୍ୟକ୍ତି ଡାକ୍ତରଖାନାରୁ ରୋଗ ସମ୍ପର୍କିତ ସମସ୍ତ ଦସ୍ତାବିଜର ଫଟୋ କପି ହାସଲ କରିପାରିବାର ଆଧୁକାର ରହିଛି । ଏସବୁ ଫଟୋକପି ଡାକ୍ତରଖାନାରେ ଭତ୍ତି ହେବାର ୨୪ ଘଣ୍ଟା ମଧ୍ୟରେ ଏବଂ ଡିସଚାର୍ଜ ହେବାର ୭୨ ଘଣ୍ଟା ମଧ୍ୟରେ ଜୋରାଗୀ ବା ତାଙ୍କ ସମ୍ପର୍କୀୟଙ୍କୁ ଦିଆଯିବା ଆବଶ୍ୟକ । କୌଣସି ଡାକ୍ତରଖାନା ରୋଗୀଙ୍କୁ ତାଙ୍କର ମେଡ଼ିକାଲ ରେକର୍ଡ଼ ମଧ୍ୟରେ ରାଗ ପରୀକ୍ଷଣ, ଡାକ୍ତର ବା ବିଶେଷଜ୍ଞଙ୍କ ରାୟ ଏବଂ ଡାକ୍ତରଖାନାରେ ଭର୍ତ୍ତି ହେବାର କାରଣ ଆଦି ସାମିଲ । ଡିସଚାର୍ଜ ସମୟରେ ରୋଗୀକୁ ଏକ ଡିସଚାର୍ଜ କାର୍ଡ଼ ଦେବା ଆବଶ୍ୟକ । ଯେଉଁଥୁରେ ରୋଗୀ ଭଉଁ ହେବା ସମୟରେ ସ୍ଥିତି, ପରୀକ୍ଷଣର ପରିଣାମ, ଡାକ୍ତରଖାନାରେ ରହିବା ସମୟର ଚିକିତ୍ସା, ଡିସଚାର୍ଜ ହେବା ପରର ଚିକିତ୍ସା, ଔଷଧ ଆଦି, କ'ଣ କ'ଣ ବିଷୟରେ ସାବଧାନ ରହିବାକୁ ହେବ, ପରବର୍ତୀ ଯାଞ୍ଚ କେବେ କରାଯିବ ଏସବୁ ସଂପର୍କରେ ସୂଚନା ରହିବା ଆବଶ୍ୟକ ।

ଅନ୍ୟର ରାୟ ନେବା ଅଧିକାର

ଯଦି ଆପଣ ଡାକ୍ତରଖାନାରେ କୌଣସି ଡାକ୍ତରଙ୍କ ଚିକିତ୍ସା ପ୍ରଣାଳୀରେ ସନ୍ତୁଷ୍ଟ ନୁହନ୍ତି ତେବେ ଆପଣ ଅନ୍ୟ ଡାକ୍ତରଙ୍କ ପରାମର୍ଶ ନେଇପାରିବେ । ଏ ପରିସ୍ଥିତିରେ ଡାକ୍ତରଖାନା ସମସ୍ତ ଚିକିତ୍ସା ଏବଂ ରୋଗ ନିଦାନ ରିପୋର୍ଟ ଉପଲବ୍ଧ କରାଇବା ଆବଶ୍ୟକ । ଯେତେବେଳେ କୌଣସି ରୋଗରେ ଜୀବନ ଯିବାର ପରିସ୍ଥିତି ଆସେ କିମ୍ବା ଡାକ୍ତରଙ୍କ ଚିକିତ୍ସା ଧାରା ମନରେ ସନ୍ଦେହ ସୃଷ୍ଟି କରେ ସେତେବେଳେ ଅନ୍ୟ ଡାକ୍ତରଙ୍କ ପରାମର୍ଶ ନେଇହେବ ।

ଚିକିସ୍ଥା ଗୋପନ ରଖୁବାର ଅଧିକାର

ଚିକିତ୍ସା ସମୟରେ ଡାକ୍ତର ଜଣଙ୍କ ସମ୍ପୃକ୍ତ ରୋଗୀର ଏମିତି ଅନେକ ବିଷୟରେ ଜାଣନ୍ତି ଯାହାର ସମ୍ପର୍କ ରୋଗୀର ବ୍ୟକ୍ତିଗତ ଜୀବନ ସହିତ ହୋଇଥାଏ । ଏସବୁ ସୂଚନା ଗୋପନୀୟ ରଖୁବା ଡାକ୍ତରଙ୍କର କର୍ତବ୍ୟ ।

ସ୍ଵୀକୃତି ଦେବା ପୂର୍ବରୁ ସମ୍ପୁର୍ଣ୍ଣ ସୂଚନା ଜାଣିବା ଅଧିକାର

ରୋଗୀଙ୍କ ଠାରେ କୌଣସି ବଡ଼ ଅସ୍ତ୍ରୋପଚାର କରିବା ପୂର୍ବରୁ ଡାକ୍ତରଙ୍କର ଏହା ପ୍ରଥମ କର୍ତ୍ତବ୍ୟ ସେ ରୋଗୀ କିମ୍ବା । ତାଙ୍କ ସମ୍ପର୍କୀୟଙ୍କୁ ଅସ୍ତ୍ରୋପଚାର ସମୟରେ ହେବାକୁ ଥିବା ମୁଖ୍ୟ ବିପଦ ସମ୍ପର୍କରେ ଜଣାଇବେ । ଏହା ଠିକ । ଭାବରେ ଜଣାଇବା ପରେ ହିଁ ଅସ୍ତ୍ରୋପଚାର ପାଇଁ ସହମତି ପତ୍ର ଉପରେ ସ୍ଵାକ୍ଷର କରାଇବେ । ରୋଗୀ ବା ତାଙ୍କ ସମ୍ପର୍କୀୟ ଅସ୍ତ୍ରୋପଚାର ପାଇଁ ପ୍ରସ୍ତୁତ ନା ନୁହଁନ୍ତି। ଏହା ମଧ୍ୟ ପଚାରିବେ । ଅନେକ ସମୟରେ ଏହା ଖୁବ୍ ତରବରିଆ ଭାବରେ ଏବଂ କାମଚଳା ଭାବରେ କରାଯାଏ । ରୋଗୀକୁ ଅସ୍ରୋପଚାର ସମ୍ପର୍କରେ କିମ୍ବା ଏହାର ବିପଦ ସମ୍ପର୍କରେ କିଛି ଜଣାନଥାଏ । ଡାକ୍ତରଖାନା କର୍ତ୍ତୃପକ୍ଷ ଠିକ ଭାବରେ କିଛି ନଜଣାଇ ରୋଗୀ ବା ତାଙ୍କ ସମ୍ପର୍କୀୟଙ୍କୁ ଦସ୍ତାବିଜରେ ସ୍ଵାକ୍ଷର କରିବାକୁ କହିଦିଅନ୍ତି । କିନ୍ତୁ ଅସ୍ତ୍ରୋପଚାର ପୂର୍ବରୁ ରୋଗୀ ବା ତାଙ୍କ ସମ୍ପର୍କୀୟଙ୍କୁ ଏ ସଂପର୍କରେ ସଂପୂର୍ଣ୍ଣ ସୂଚନା ଦେଇସାରିବା ପରେ ହିଁ ଅସ୍ରୋପଚାର ପାଇଁ ସ୍ଵୀକୃତି ନେବା ଆବଶ୍ୟକ ବୋଲି ମେଡ଼ିକାଲ କାଉନସିଲ ଅଫ୍ ଇଣ୍ଡିଆ ବ୍ୟବସ୍ଥା ରଖୁଛନ୍ତି । ଔଷଧ ଦୋକାନ ଏବଂ ନିଦାନ କେନ୍ଦ୍ର ବାଛିବାର ଅଧିକାର ଅନେକ ଲୋକ ଅଭିଯୋଗ କରନ୍ତି ସେମାନେ କୌଣସି ଡାକ୍ତରଖାନାକୁ ଯିବା ସମୟରେ ଡାକ୍ତର ଔଷଧ ଚିଠା ଲେଖା କୌଣସି ନିର୍ଦ୍ଦିଷ୍ଟ ଦୋକାନରୁ ଔଷଧ କିଣିବା ପାଇଁ କିମ୍ବା ରୋଗ ପରୀକ୍ଷା କରିବା ପାଇଁ କହିଥାଆନ୍ତି । କିନ୍ତୁ ମେଡ଼ିକାଲ କାଉନସିଲ ଅଫ୍ ଇଣ୍ଡିଆର ଗାଇଡ୍ ଲାଇନ ଅନୁଯାୟୀ ଏହା କରିବା ବେଆଇନ୍ । ଏହା ଉପଭୋକ୍ତାଙ୍କ ଅଧିକାର ନଷ୍ଟ କରିବା ସହ ସମାନ । ସେ ଯେଉଁଠାରେ ଚାହିଁବେ ସେଠାରେ ଯାଞ୍ଚ କରାଇପାରିବେ । ମେଡ଼ିକାଲ କାଉନସିଲ ଅଫ୍ ଇଣ୍ଡିଆର ନୀତି ଅନୁଯାୟୀ ଡାକ୍ତର ଔଷଧ ଚିଠାରେ ବୈଜ୍ଞାନିକ ନାମ ବ୍ୟବହାର କରିବେ, କୌଣସି କମ୍ପାନୀର ବ୍ରାଣ୍ଡ ନାମ ଉଲ୍ଲେଖ କରିପାରିବେ ନାହିଁ । ଡାକ୍ତରଖାନାରୁ ଡିସଚାର୍ଜ ହେବାର ଅଧିକାର ଅନେକ ସମୟରେ ଦେଖାଯାଏ ଡାକ୍ତରଖାନାର ସଂପୂର୍ଣ୍ଣ ଦେୟ ପୈଠ ହୋଇନଥୁଲେ ରୋଗୀକୁ ଡାକ୍ତରଖାନା ଛାଡ଼ିବାକୁ ଦିଆଯାଏ ନାହିଁ । ବମ୍ବେ ହାଇକୋର୍ଟ ଏହାକୁ ବେଆଇନ କାରାବାର ବୋଲି ମତ ଦେଇଛନ୍ତି । ବେଳେବେଳେ ସଂପୂର୍ଣ୍ଣ ଦେୟ ପୈଠ ହୋଇ ନଥୁଲେ ରୋଗୀ ପରିଜନକୁ ମୃତଦେହ ମଧ୍ୟ ହସ୍ତାନ୍ତର କରିବାକୁ କେତେକ ଡାକ୍ତରଖାନା ମନା କରିଦିଅନ୍ତି । ଡାକ୍ତରଖାନାର ଏହା ଦାୟିତ୍ଵ ଯେ, ସେ ରୋଗୀ ଏବଂ ତାଙ୍କ ପରିବାରକୁ ଦୈନିକ ଖର୍ଚ୍ଚ ସମ୍ପର୍କରେ ଜଣାଇବେ । କିନ୍ତୁ ଏହା ସତ୍ତେ ବିଲକୁ ନେଇ ଅସହମତି ହେଲେ ମଧ ସେମାନେ ରୋଗୀକୁ ଡାକ୍ତରଖାନା ବାହାକୁ ଯିବାକୁ କିମ୍ବା ମୃତଦେହ ନେଇଯିବାକୁ ରୋକିପାରିବେ ନାହିଁ । ଡାକ୍ତରଖାନା ପ୍ରଶାସନ ଏବଂ ଡାକ୍ତରଙ୍କ ସହ ଆଲୋଚନା କରାଯାଇ ଏ ସମସ୍ୟାର ସମାଧାନ କରାଯିବା ଉଚିତ ।

ଆଧାର, ଡାକ୍ତର ଉମେଶ ଚନ୍ଦ୍ର ପାତ୍ର,

2.93333333333
ତାରକା ଚିହ୍ନ ଉପରେ କ୍ଲିକ କରି ପୃଷ୍ଟାଟିକୁ ମୂଲ୍ୟାଙ୍କନ କରନ୍ତୁ
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top