ହୋମ / ସ୍ଵାସ୍ଥ୍ୟ / ନୀତି ଓ ଯୋଜନା / ଜନନୀ ଶିଶୁ ସୁରକ୍ଷା କାର୍ଯ୍ୟକ୍ରମ
ସେଆର କରନ୍ତୁ

ଜନନୀ ଶିଶୁ ସୁରକ୍ଷା କାର୍ଯ୍ୟକ୍ରମ

ଗର୍ଭବତୀ ମହିଳା କିମ୍ବା ନବଜାତ ପାଇଁ ବ୍ୟକ୍ତି ନିଜ ପାଣ୍ଠିରୁ କିଛି ଖର୍ଚ୍ଚନକରି କିପରି ସୁବିଧା ପାଇବ ସେ ହେଉଛି ଏହି ଯୋଜନାର ଲକ୍ଷ୍ୟ ।

ଗର୍ଭବତୀ ମହିଳା ଏବଂ ନବଜାତ ଶିଶୁଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଲେ ଏବଂ ଏହାର ଚିକିତ୍ସା ଯଦି ବ୍ୟୟ ସାପେକ୍ଷ ହୋଇଥାଏ ତେବେ ଜଣେ ସାଧାରଣ ଲୋକ ପାଇଁ ଏହା ସମସ୍ୟା ସୃଷ୍ଟି କରେ । ଆର୍ଥିକ ଭାବରେ ଦୁର୍ବଳ ଥିବା ବ୍ୟକ୍ତିଟି ପାଇଁ ବୋଝ ଉପରେ ନଳିତା ବିଡ଼ା ହୋଇଯାଏ । ତେଣୁ ୨୦୧୧ ଜୁନ ମାସରେ କେନ୍ଦ୍ର ସରକାରଙ୍କ ଦ୍ଵାରା ‘ଜନନୀ ଶିଶୁ ସୁରକ୍ଷା କାର୍ଯ୍ୟକ୍ରମ’ ଆରମ୍ଭ କରାଗଲା । ଏହି ଯୋଜନା ଅନ୍ତର୍ଗତ ସଙ୍କଟାପନ୍ନ  ଗର୍ଭବତୀ ମହିଳା ଓ ଅସୁସ୍ଥ ନବଜାତ ଶିଶୁଙ୍କୁ ମାଗଣାରେ ଚିକିତ୍ସା କରାଯିବ ।

ଗର୍ଭବତୀ ମହିଳାଙ୍କ ମାଗଣା ସେବା

  • ମୁକ୍ତ, ମାଗଣା ପ୍ରସବ
  • ମୁକ୍ତ ସି- ବିଭାଗ
  • ମାଗଣା ଔଷଧ ଓ ଅନ୍ୟାନ୍ୟ ଉପକରଣ
  • ମାଗଣା ପରୀକ୍ଷା, ନିରୀକ୍ଷା
  • ଡାକ୍ତରଖାନାରେ ଥିବା ପର୍ଯ୍ୟନ୍ତ ମାଗଣା ଭୋଜନ
  • ମାଗଣା ରକ୍ତ ଯଦି ଦରକାର ହୁଏ ।
  • ୟୁର୍ଜସ ଫି ଦେବାକୁ ପଡେ ନାହିଁ ।
  • ମାଗଣାରେ ଘରଠାରୁ ଡାକ୍ତରଖାନା ଆସିବା ।
  • ଯଦି  ଅନ୍ୟ କୌଣସି ହସ୍ପିଟାଲକୁ ଯିବାକୁ ପଡ଼େ ତାହାହେଲେ ଯିବା ଆସିବା ମାଗଣା ।
  • ୪୮ଘଣ୍ଟା ରହିବା ମାଗଣାରେ ଘରେ  ଛାଡିବା ।

ଜନ୍ମର ୩୦ଦିନ ପରେ ଅସୁସ୍ଥ ନବଜାତ/ ଜନ୍ମରୁ ଅସୁସ୍ଥ ଶିଶୁଙ୍କ ପାଇଁ ମାଗଣା ସୁବିଧା

  • ମାଗଣା ଚିକିତ୍ସା
  • ମାଗଣାରେ ଔଷଧ ଓ ଅନ୍ୟାନ୍ୟ ସୁବିଧା
  • ମାଗଣା ପରୀକ୍ଷା
  • ମାଗଣା ରକ୍ତ ଯୋଜନା
  • ୟୁଜର୍ସ ଫି ଦେବାକୁ ପଡ଼େ ନାହିଁ ।
  • ଘରଠାରୁ ହସ୍ପିଟାଲ ଯିବା ଆସିବା ମାଗଣା ।
  • ଅନ୍ୟ ହସ୍ପିଟାଲକୁ ଯିବା ଆସିବା  ମାଗଣା ।
  • ହସ୍ପିଟାଲରୁ ଘରକୁ ମାଗଣାରେ ଯିବା ।

ଯୋଜନାର ମୁଖ୍ୟ ଅଂଶ

  • ସରକାରୀ ଡାକ୍ତରଖାନାରେ ମାଗଣାରେ ପ୍ରସବ ।
  • ଏହି ଯୋଜନାରେ ମାଗଣା ଔଷଧ, ମାଗଣା ଖାଦ୍ୟ ସାଧାରଣ ପ୍ରସବ ହେଲେ ୩ଦିନ ଅପରେସନ ହେଲେ ୭ଦିନ ପର୍ଯ୍ୟନ୍ତ ମିଳିବ । ଏହାଛଡା ଯଦି ରକ୍ତ, କିମ୍ବା ଅନ୍ୟକୌଣସି ପରୀକ୍ଷା ଦରକାର ତା ମଧ୍ୟ ମାଗଣାରେ କରାଯାଏ। ସେଇଭଳି ନବଜାତ ଶିଶୁ ଅସୁସ୍ଥ ହେଲେ ୩୦ ଦିନ ପର୍ଯ୍ୟନ୍ତ ତାର ଚିକିତ୍ସା ମାଗଣାରେ କରାଯାଏ।
  • ଗର୍ଭବତୀ ମହିଳା କିମ୍ବା ନବଜାତ ପାଇଁ ବ୍ୟକ୍ତି ନିଜ ପାଣ୍ଠିରୁ କିଛି ଖର୍ଚ୍ଚନକରି କିପରି ସୁବିଧା ପାଇବ ସେ ହେଉଛି ଏହି ଯୋଜନାର ଲକ୍ଷ୍ୟ ।
  • ଏହି ଯୋଜନା ଦ୍ଵାରା ୧୨ ଲକ୍ଷ ଗର୍ଭବତୀ ମହିଳା ଉପକୃତ ହେଉଛନ୍ତି ଏବଂ ଏହି ଯୋଜନା ଦ୍ଵାରା ଗର୍ଭବତୀ ମହିଳା ଘରେ ପ୍ରସବ ପାଇଁ ଉତ୍ସାହିତ ହେଉଛନ୍ତି।

ଆଧାର - ଜନନୀ ଶିଶୁ ସୁରକ୍ଷା କାର୍ଯ୍ୟକ୍ରମ

ଅଧିକ ଜାଣିବା ପାଇଁ

ଗାଇଡ ଲାଇନ

3.15151515152
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top