অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଜନନୀ ସୁରକ୍ଷା ଯୋଜନା

ଯୋଜନାର ଉଦ୍ଦେଶ୍ୟ

  • ଏହି ଯୋଜନା ୨୦୦୫ ମସିହା ଏପ୍ରିଲ ମାସ ୧୨ ତାରିଖରୁ କେନ୍ଦ୍ର ସରକାରଙ୍କ ଦ୍ଵାରା ଆରମ୍ଭ କରଯାଇଥିଲା ।
  • ଏହା ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନର ଏକ ଅଂଶବିଶେଷ ।
  • ଗରିବ ଗର୍ଭବତୀ ମା’ମାନଙ୍କୁ ସାହାଯ୍ୟ ଯୋଗାଇ ଦେଇ ମାତୃ ଓ ଶିଶୁ ମୃତ୍ୟୁ ହାର କମାଇବା ଏହି ଯୋଜନାର ମୂଳ ଲକ୍ଷ୍ୟ ।

 

 

ହିତାଧିକାରୀଙ୍କ ଯୋଗ୍ୟତା

ଦାରିଦ୍ର୍ୟ  ସୀମାରେଖା ତଳେ ରହୁଥିବା ସମସ୍ତ ଗର୍ଭବତୀ ମହିଳା ଯାହାଙ୍କର ବୟସ ୧୯ବର୍ଷ ବା ତା’ ଠାରୁ ଅଧିକ, ସେମାନେ ଅତି ବେଶୀରେ ୨ ଟି ଛୁଆ ଜନ୍ମ କରିବା ପର୍ଯ୍ୟନ୍ତ ଏହି ସୁବିଧା ହାସଲ କରିପାରିବେ ।

ଚିହ୍ନଟ ପ୍ରକ୍ରିୟା

ସାଧାରଣତଃ  ଆଶା କର୍ମୀମାନେ ଗର୍ଭବତୀ ମହିଳାମାନଙ୍କୁ ଚିହ୍ନଟ କରିଥାନ୍ତି ଓ ଜନନୀ ସୁରକ୍ଷା ଯୋଜନାରେ  ସହାୟତା ପାଇବା ପାଇଁ  ସେମାନଙ୍କ ନାମ ପଞ୍ଜିକରଣ କରିଥାନ୍ତି ।

ସାହାଯ୍ୟର ପରିମାଣ

ଡାକ୍ତରଖାନାରେ ପ୍ରସବ ନିମନ୍ତେ ସମସ୍ତ ଗର୍ଭବତୀ ମା’ମାନଙ୍କୁ ଟଙ୍କା ସହାୟତା ପ୍ରଦାନ କରାଯାଇଥାଏ । ପ୍ରତ୍ୟେକ ଗର୍ଭବତୀଙ୍କୁ ଡାକ୍ତରଖାନକୁ ନେବା ଓ ସେମାନଙ୍କ ଭଲ ମନ୍ଦ ବୁଝିବା ପାଇଁ ଆଶା ଆଶା କର୍ମୀମାନଙ୍କୁ ଟଙ୍କା ଦିଆଯାଇଥାଏ । ୨୯ ବର୍ଷରୁ ଉଦ୍ଧ୍ୱ ଗର୍ଭବତୀ ମହିଳା ନିଜ ବାସ ଗୃହରେ ତାଲିମପ୍ରାପ୍ତ ଧାଇଙ୍କ ଦ୍ଵାରା ପ୍ରସବ କଲେ ଆର୍ଥିକ ସାହାଯ୍ୟ ପାଇବାର ନିୟମ ରହିଛି । ଦୁଇଟି ସନ୍ତାନ ପ୍ରସବ କରିବା ପର୍ଯ୍ୟନ୍ତ ଏହି ସାହାଯ୍ୟ ପ୍ରସବ ସମୟରେ କିମ୍ବା ପ୍ରସବର ୭ ଦିନ ପୂର୍ବରୁ ଆଶାକର୍ମୀ କିମ୍ବା ଏ.ଏନ୍.ଏମ୍ ଦିଦି ଏହି ଟଙ୍କା ପ୍ରଦାନ କରିବେ ।

  • ସାହାଯ୍ୟକାରୀ ଅଧିକାରୀ – ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଚିକିତ୍ସାଧିକାରୀ

ଅଭିଯୋଗ ଦାଖଲ

ଏହି ଯୋଜନା ସାହାଯ୍ୟ ପାଇବାରେ ଯଦି ଆସୁବିଧା ଦେଖାଦେଲା ସିଧାସଳଖ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ନିକଟରେ ଅଭିଯୋଗ ଦାଖଲ କରାଯାଇପାରିବ ।

ଗ୍ରାମପଞ୍ଚାୟତର ଭୂମିକା

  • ପ୍ରକୃତ ଗର୍ଭବତୀ ଚିହ୍ନଟରେ ସହାୟତା କରିବା ।
  • ଏହି ଯୋଜନାର କାର୍ଯ୍ୟକାରିତା ଅନୁଧାନ ଓ ତଦାରଖ କରିବା ।

ପଞ୍ଚାୟତସମିତିର ଭୂମିକା

  • ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର / ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ସ୍ୱାସ୍ଥ୍ୟ କର୍ମୀମାନଙ୍କ କାମ ତଦାରଖ କରିବା ।
  • ମିଳିତ ବୈଠକରେ ଏ ସଂକ୍ରାନ୍ତ ସମସ୍ୟାର ଆଲୋଚନା କରିବା ସଚେତନତା ସୃଷ୍ଟିରେ ସହଯୋଗ କରିବା ।

ଜିଲ୍ଲାପରିଷଦର ଭୂମିକା

  • ସ୍ୱାସ୍ଥ୍ୟସେବା ତଥା ଜନନୀ ସୁରକ୍ଷା ଯୋଜନା କାର୍ଯ୍ୟକାରିତାରେ କିଛି ସମସ୍ୟା ଦୃଷ୍ଟିକୁ ଆସିଲେ ମିଳିତ ବୈଠକରେ ଆଲୋଚନା କରିବା ।
  • ଜନନୀ ସୁରକ୍ଷା ଯୋଜନାରେ ଅନୁଧ୍ୟାନ ଓ ତଦାରଖରେ ଜିଲ୍ଲାପରିଷଦ ଅଧ୍ୟକ୍ଷଙ୍କୁ ସାହାଯ୍ୟ କରିବା ।
  • ଜିଲ୍ଲାରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର /ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟକେନ୍ଦ୍ରର କାର୍ଯ୍ୟକଳାପ ତଦାରଖ କରିବା ।

ଆଧାର – ସେଣ୍ଟର ଫର୍ ରୁରାଲ୍ ଡେଭେଲ୍ପମେଣ୍ଟ

Last Modified : 1/6/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate