ହୋମ / ସ୍ଵାସ୍ଥ୍ୟ / ନୀତି ଓ ଯୋଜନା / ଜାଣିବା କେତୋଟି ସେବା ଓ ଯୋଜନା
ସେଆର କରନ୍ତୁ

ଜାଣିବା କେତୋଟି ସେବା ଓ ଯୋଜନା

ଗର୍ଭବତୀ ମହିଳାମାନଙ୍କ ପାଇଁ ଗର୍ଭାବସ୍ଥାରେ ପ୍ରାରମ୍ଭିକ ପର୍ଯ୍ୟାୟରେ (୧୬ ସପ୍ତାହ)- ଟି.ଟି, ପ୍ରଥମ ମାତ୍ରା ଟି.ଟି. ୨ୟ ମାତ୍ରା

ଟୀକାକରଣ

ଗର୍ଭବତୀ ମହିଳାମାନଙ୍କ ପାଇଁ ଗର୍ଭାବସ୍ଥାରେ ପ୍ରାରମ୍ଭିକ ପର୍ଯ୍ୟାୟରେ (୧୬ ସପ୍ତାହ)- ଟି.ଟି, ପ୍ରଥମ ମାତ୍ରା ଟି.ଟି. ୨ୟ ମାତ୍ରା(ଟି.ଟି ୧ର ଏକ ମାସ ପରେ)

ଧନୁଷ୍ଟଙ୍କାର ରୋଗର ପ୍ରତିଷେଧକ

ଶିଶୁଙ୍କ ଟୀକା

ଜନ୍ମ ହେବା ପରେ –(୦-୩୦ ଦିନ ମଧ୍ୟରେ) ବି.ସି.ଜି. ଟୀକା (ଯକ୍ଷ୍ମାରୋଗର ପ୍ରତିଶେଧକ) ପୋଲିଓ-୦( ଡାକ୍ତରଖାନାରେ ଜନ୍ମ ହେଇଥିବା ଶିଶୁ) ପୋଲିଓବୁନ୍ଦା

ଡି.ପି.ଟି. ଓ ପୋଲିଓ- ପ୍ରଥମ ମାତ୍ରା ଦେଢ ମାସ ମଧ୍ୟରେ ଅଢେଇ ମାସ (୧୦-ସପ୍ତାହ) ଡି.ପି.ଟି.-୨ ୟ ମାତ୍ରା ସାଢେ ତିନି ମାସ (୨୪ ସପ୍ତାହ) ଡି.ପି.ଟି. -୩ୟ ମାତ୍ରା (କଣ୍ଠ ଅଳତୀ, ଲହରାକାଶ, ଧନୁଷ୍ଟଙ୍କାର , ପୋଲିଓରୋଗର ପ୍ରତିଷେଧକ

୧୨-୨୪ ମାସ ମଧ୍ୟରେ- ଡି.ପି.ଟି. ବୁଷ୍ଟର ମାତ୍ରା । କଣ୍ଠ ଅଳତୀ, ଲହରାକାଶ ଓ ଧନୁଷ୍ଟାଙ୍କାର ରୋଗର ପ୍ରତିଷେଧକ । ଭିଟାମିନ ର ୨ୟ ମାତ୍ରା ଓ ୩ୟ ମାତ୍ରା । ଅନ୍ଧାରକଣା ରୋଗର ପ୍ରତିଷେଧକ ।

୨୪-୩୨ ମାସ ମଧ୍ୟରେ- ଭିଟାମିନ୍-୧ ର ଚତୁର୍ଥ ଓ ପଂଚମ ମାତ୍ରା – ( ଅନ୍ଧାରକଣା ରୋଗରପ୍ରତିଷେଧକ) ।

ଜନନୀ ସୁରକ୍ଷା ଯୋଜନା

ରାଜ୍ୟରେ ଆନୁଷ୍ଠାନିକ ( ସରକାରୀ ଡାକ୍ତରଖାନା/ ସରକାରୀ ଅନୁମୋଦନ ପ୍ରାପ୍ତ ପ୍ରାଇଭେଟ ନର୍ସିଙ୍ଗହୋମ) ପ୍ରସବ  ଦ୍ଵାରା ମାଁ ଓ ଶିଶୁ ମୃତ୍ୟୁହାର ହ୍ରାସ କରିବା ସହିତ ଗ୍ରାମ ସ୍ତରରେ ଗର୍ଭବତୀ ମହିଳାମାନଙ୍କୁ ସୁସ୍ଥ ଏବଂ ନିରାପଦ ପ୍ରଦାନ କରିବା ପାଇଁ ଜାତୀୟ ସ୍ୱାସ୍ଥ୍ୟ ମିଶନର ଏକ ଅଭିଯାନ ।

ଏହାର ସଫଳତା ଗରୀବ ଶ୍ରେଣୀର ମହିଳାମାନଙ୍କର  ଆନୁଷ୍ଠାନିକ ପ୍ରସବ ବୃଦ୍ଧି ଉପରେ ନିର୍ଭର କରିଥାଏ ।

ଏହି ଯୋଜନାରେ ପଂଜିକୃତ ସମସ୍ତ ମାଁ ମାନଙ୍କୁ MHC ( ମାଁ ଓ ଶିଶୁ ସ୍ୱାସ୍ଥ୍ୟପତ୍ରିକା) କାର୍ଡ  ସହିତ ଗୋଟିଏ JSY ( ଜନନୀ ସୁରକ୍ଷାପତ୍ରିକା) କାର୍ଡ ମିଳିଥାଏ ।

ଏହାର ମାଧ୍ୟମରେ ମାଁ ମାନଙ୍କୁ କିଛି ଆର୍ଥିକ ପ୍ରୋତ୍ସାହନ ମିଳିଥାଏ । ଯାହା ତାର ପ୍ରସବ ପରବର୍ତ୍ତୀ ସ୍ୱାସ୍ଥ୍ୟବସ୍ଥାରେ ପରିବର୍ତ୍ତନ କରିବା ପାଇଁ ସୁକ୍ଷମ ଖାଦ୍ୟ ଖାଇବାରେ ସାହାଯ୍ୟ କରିଥାଏ ।

ଆର୍ଥିକ ସାହାଯ୍ୟର ପରିମାଣ ଏହିପରି

ଗ୍ରାମାଂଚଳ

ମାଁର ପ୍ରାପ୍ୟ                      ଟ.         ୧୪୦୦/-

ଆଶାରପ୍ରାପ୍ୟ                   ଟ.            ୬୦୦/-

ମୋଟ                            ଟ.         ୨୦୦୦/-

ଗ୍ରାମାଂଚଳ

ମାଁର ପ୍ରାପ୍ୟ                      ଟ.         ୧୦୦୦/-

ଆଶାରପ୍ରାପ୍ୟ                   ଟ.            ୨୦୦/-

ମୋଟ                            ଟ.         ୧୨୦୦/-

ଞ୍ଚ  ଆଶାର ପ୍ରୋତ୍ସାହିତ ରାଶି ପରିମାଣ- ୩୫୦/-

ଉପରୋକ୍ତ ଅର୍ଥ ପାଇବାରେ ଗର୍ଭାବତୀ ମାଁ କେତେକ୍ବ ସର୍ତ ପୁରନ୍ଵ କରିବାକୁ ପଡିଥାଏ ।

  1. ଗୋଟିଏ ଗର୍ଭାବତୀ ମାଁ କୌଣସି ସରକାରୀ ଡାକ୍ତରଖାନାରେ ପ୍ରସବ କରାଇଥିବେ ।
  2. ଯଦି କୌଣସି ସେସରକାରୀ ସ୍ୱାସ୍ଥ୍ୟ ଅନୁଷ୍ଠାନ ରେ ପ୍ରସବ କରାଇଥାନ୍ତି ତେବେ ପ୍ରକୃତ ବି.ପି. ଏଲ୍ କାର୍ଡ ଜାତି/ ଉପଜାତି ପ୍ରମାଣ ପତ୍ର ଥିବା ଦରକାର ।
  3. କୌଣସି ମ୍ୟୁନିସିପାଲିଟି ସ୍ୱାସ୍ଥ୍ୟଅନୁଷ୍ଠାନ ପ୍ରସବ କରାଇଥିଲେ ମଧ୍ୟ ସେମାନେ JSY ପ୍ରାପ୍ୟ ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥାନ୍ତି ।
  4. ଏହା ସହିତ ଗର୍ଭ ସମୟରେ ପ୍ରଥମରୁ ପଂଜିକୃତ କରାଇ ୩-୪ ଥର ସ୍ୱାସ୍ଥ୍ୟପରୀକ୍ଷା( ନିଦ୍ଧିଷ୍ଟ ସମୟାନ୍ତରରେ) ୨ଟି ଟି.ଟି ଏବଂ ୧୦୦ଟି ଫଳିଫର ଏଡିସ ବଟିକା ( ମା ର ସ୍ୱାସ୍ଥ୍ୟବସ୍ଥା ଅନୁସାରେ ବୃଦ୍ଧି କରାଯାଇପାରେ) ବ୍ୟବହାର କରିବା ଦରକାର ।

ଗର୍ଭବତୀ ମାଁର ଉପରୋକ୍ତ ସର୍ତ୍ତ ଗୁଡିକ ପୂରଣ କରିବାରେ ମୁଖ୍ୟତଃ ଆସା ପ୍ରମୁଖ ଦାୟିତ୍ଵ ନେଇଥାଏ, ଆସା ସହିତ ଅଙ୍ଗନୱାଡି କର୍ମୀ ଓ ଏ.ଏନ୍.ଏମ୍ ସହଯୋଗ କରିଥାନ୍ତି ।

  • ଆସା ଗୃହ ପରିଦର୍ଶନ କରି ସରକାରୀସ୍ତରରେ ମିଳୁଥିବା ସନଷ୍ଟ ସେବା ବିଷୟରେ ମାଆଟିକୁ ଜଣାଇବା ଦରକାର ।
  • ସମସ୍ତ ସେବା ଶେ ପାଇଲା କି ନାହିଁ ତାହାସ ଯାଂଚ କରି ଉପୟୁକ୍ତ ସେବା ପାଇଁ ପର୍ବତାଇବା ଦରକାର ।

ଜନନୀ ଏକ୍ସପ୍ରେସ

  • ଏହି ଗାଡିଟି ପ୍ରତ୍ୟେକ ବ୍ଲକ୍ ରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ବା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରାଠାରେ ଥାଏ ।
  • ଏହାର ଫୋନ୍ ନମ୍ବର ସମସ୍ତ ଆଶା, ଅଙ୍ଗନ ୱାଡି କର୍ମୀ ଏବଂ ଏ.ଏନ୍।ଏମ୍ ପାଖରେ ଥାଏ ।
  • ବ୍ଲକ ଯେକୌଣସି ଗ୍ରାମରୁ ଗାଡିଟିକୁ ଫୋନ କଲେ ତାହା ଆସି ମହିଳାଟିକୁ ପ୍ରସବ ପାଇଁ ଡାକ୍ତରଖାନା ନେଇଥାଏ ।
  • ଏଥିପାଇଁ କୌଣସି ଦେୟ ଦେବାକୁ ପଡେ ନାହିଁ ।

ସ୍ୱାସ୍ଥ୍ୟ ବିଭାଗର ଦାୟିତ୍ଵ

MO ଙ୍କର – ଶାରୀରିକ ପରୀକ୍ଷା Screening cases with & without acute symptoms of severe malnutrition ଶିଶୁ ବିକାଶ ପରିଦର୍ଶିକା ଘରାଇ ଚିକିତ୍ସା ପାଇଁ ପରାମର୍ଶ ଦେବେ Stabilizations of the cases with acute symptoms for 3 days at institute level, stabilization ପରେ ଉପରେ କେନ୍ଦ୍ରକୁ ପଠାଇବା । ଦରକାରୀ ପରୀକ୍ଷା କରାଇବା ରକ୍ତ ପରୀକ୍ଷା, ମଳମୂତ୍ର ପରୀକ୍ଷା, ଛାତି X-Ray

ଅନ୍ୟାନ୍ୟ ଦାୟିତ୍ଵ

  • MO ଏବଂ CDMO ମାନଙ୍କୁ JSY Guideline ଉପରେ ତାଲିମ ଦେବା ହେଉଛି CDMO ଏବଂ DSWO ଙ୍କ ଦାୟିତ୍ଵ
  • ପୁଷ୍ଟିକର ଦିବସରେ CDMO ସମସ୍ତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ observation ଏବଂ monitoring ପାଇଁ ଯିବା ଆବଶ୍ୟକ ।
  • ପ୍ରତିମାସରେ ଜିଲ୍ଲାରେ CDMO, ADMO, DPM ଏବଂ DSWO ଯୋଜନାବଦ୍ଧ ହୋଇ ପରିଦର୍ଶନ କରିବେ ।
  • CDMO ଏବଂ BPO ମିଳିତ ଭାବରେ ଜିଲ୍ଲାର କାର୍ଯ୍ୟକ୍ରମ ରାଜ୍ୟକୁ ପ୍ରତିମାସରେ Report କରିବେ ।
  • BPO enrollment ଏବଂ ଟଙ୍କା ବଂଟା ଯିବାର ଏକ୍ବ ପଂଜିକା ପ୍ରସ୍ତୁତ କରିବେ ।

Follow up

  • ୧୬ ତାରିଖ ଦିନ ଆଶା ଏବଂ ଅଙ୍ଗନୱାଡି କର୍ମୀ ଶିଶୁଟିର ଅଭିଭାବକକୁ ସାକ୍ଷାତ କରିବେ ଏବଂ MO ଦେଇଥିବା ପରାମର୍ଶ ବିଷୟରେ ଆଲୋଚନା କରିବେ । ଯଦି ଶିଶୁଟି ଡାକ୍ତରଖାନାରେ Admit ହୋଇଥାଏ ତେବେ ଆଶା ଅଙ୍ଗନୱାଡି କର୍ମୀଙ୍କୁ ଜଣାଇବ ।
  • ଘରକୁ ଘର ଯାଇ ପରବର୍ତୀ ହିତାଧିକାରୀଙ୍କ ସାକ୍ଷାତ କରିବ ଏବଂ AWW ସେମାନଙ୍କୁ ତଦାରଖ କରିବେ ।
  • ଶିଶୁଟିର ଖାଇବା ସମୟରେ ଆଶା ଏବଂ ଅଙ୍ଗନୱାଡି କର୍ମୀ ତା’ର ଗୃହ ପରିଦର୍ଶନରେ ଯିବେ ଏବଂ ମାଆଟିକୁ  ତଦାରଖ କରିବେ, ମାଆଟିକୁ ଖାଦ୍ୟ ପରିଷ୍କାର ଏବଂ ଶିଶୁର ଯତ୍ନ ବିଷୟରେ ବୁଝାଇବେ ।
  • ପ୍ରଥମ ସପ୍ତାହ ଅତିକମ୍ ରେ ତିନିଥର ଏବଂ ତା’
  • ପରେ ପ୍ରତି ଦିନରେ ଥରେ ଆଶା ଓ ଅଙ୍ଗନୱାଡି କର୍ମୀ ଶିଶୁଟିର ଗୃହ ପରିଦର୍ଶନ କରିବେ ଏବଂ ମାଆଟିକୁ ଶିଶୁର ଖାଦ୍ୟ ନୂତନ ଶୈଳୀ ଓ ପରାମର୍ଶ ଚିକିତ୍ସା ବିଷୟରେ ବୁଝାଇବେ ।
  • ମାଆର ୩୦ ତାରିଖ ଦିନ ଆଶା ଓ ଅଙ୍ଗନୱାଡି କର୍ମୀ ମିଳିତ ଭାବରେ ଗ୍ରାମରେ ଥିବା ଗ୍ରାମ ସ୍ୱାସ୍ଥ୍ୟ ଏବଂ ପୁଷ୍ଟି କମିଟୀ, ସ୍ଵୟଂସହାୟକ ଗୋଷ୍ଠୀ ଅନ୍ୟାନ୍ୟ ପରିବାର ସଦସ୍ୟ ସହିତ ବୈଠକ କରିବେ ଏବଂ ସେଠାରେ କୁ-ପୋଷଣ ଏବଂ referral ବିଷୟରେ ଆଲୋଚନା କରିବେ ।
  • Supervision ପାଇଁ CDPO ଗୃହକ ଯାଇ ଆକସ୍ମିକ ପରିଦର୍ଶନ କରିବେ । ଆର୍ଥିକ ସହାୟତା ପ୍ରତି ଶିଶୁ ପିଛା ପରୀକ୍ଷା ପାଇଁ -୫୦ ଟଙ୍କା ଔଷଧ ପାଇଁ ୨୦୦/- ଟଙ୍କା ଯିବା ଆସିବା ଖର୍ଚ୍ଚ- ୨୦୦/- ଟଙ୍କା

ମମତା ଦିବସ

ସମୟ- ପ୍ରତିମାସର ଯେ କୌଣସି ଏକ ଶୁକ୍ରବାର/ ମଙ୍ଗଳବାର ଦିନ ପ୍ରତି ଅଙ୍ଗନୱାଡି କେନ୍ଦ୍ରଠାରେ ଆଶା, ଅଙ୍ଗନୱାଡି କର୍ମୀ, ଏ.ଏନ୍.ଏମ୍ ଙ୍କ ମିଳିତ ସହଯୋଗରେ ଅନୁଷ୍ଟିତ ହେଉଛି ।

ଉଦ୍ଦେଶ୍ୟ

  1. ଗର୍ଭବତୀ ମହିଳା, ପ୍ରସୂତୀ ମହିଳା, ଶିଶୁ(୦-୫ ବର୍ଷ) ଏବଂ କିଶୋରୀ ବାଳିକାମାନଙ୍କୁ ବୈବାହିକ ସ୍ୱାସ୍ଥ୍ୟ ସମ୍ବନ୍ଧରେ ଶିକ୍ଷା ଏବଂ ପୁଷ୍ଟି ସେବା ଯୋଗାଇଦେବା ।
  2. ସଙ୍କଟାପନ୍ମ ମା ଏବଂ ଶିଶୁକୁ ଚିହ୍ନଟି କରଣ କରି ପରାମର୍ଶ ସେବା ପାଇଁ ପଠାଇବେ ଏବଂ  ମାଆ ଟିକୁ ଗର୍ଭର ଶିଘ୍ର ପଂଜିକରଣ ପାଇଁ ପ୍ରବର୍ତାଇବେ ।
  3. ଗୋଷ୍ଠୀ ଏବଂ ସେବା ପ୍ରଦାନ କାରୀଙ୍କ ମଧ୍ୟରେ ଯୋଗାଯୋଗ ଓ ସଂପର୍କବୃଦ୍ଧିକରିବ ।
  4. ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟ ସଂପର୍କିତ ବିଷୟ ଏବଂ ମାଆ ଓ ଶିଶୁର ଯତ୍ନ ବିଷୟରେ ଗୋଷ୍ଠିର ସଦସ୍ୟଓ ଅନ୍ୟମାନଙ୍କୁ ବାର୍ତା ଦେବା ।
  5. ମାଆ ଏବଂ ଶିଶୁର ଯତ୍ନ ବିଷୟରେ ହେଉଥିବା କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ବିଭାଗ ଏବଂ ଶିଶୁ ବିକାଶ ପ୍ରକଳ୍ପ ମଧ୍ୟରେ ସଂଯୋଗୀକରଣ କରାଇବା ।

ଯୋଗାଇ ଦିଆଯାଉଥିବା ସେବା

  1. ଗର୍ଭବତା ମହିଳାଙ୍କ ପଂଜି କରଣ ଓ ସ୍ୱାସ୍ଥ୍ୟ କରିକ୍ଷା ।
  2. ପ୍ରସୂତୀମାନଙ୍କ ସ୍ୱାସ୍ଥ୍ୟପରୀକ୍ଷା ଓ ସଂକଟାପନ୍ନ ବିଷୟ ଗୁଡିକର ଚିହ୍ନଟାକରଣ ।
  3. ନବଜାତ ଶିଶୁଙ୍କର ଓଜନ ଏବଂବିପଦପୂର୍ଣ୍ଣ ବିଷୟ ଗୁଡିକର ଚିହ୍ନଟିକରଣ ।
  4. ୦-୫ ବର୍ଷ ଶିଶୁଙ୍କର ଓଜନ ସ୍ଥିତି ଜାଣିବା ଏବଂ ଅଭିଭାବକ ମାନଙ୍କୁ ଶିଶୁର ସଂପର୍କରେ ବୁଝାଇବା ।
  5. ପିଲାମାନଙ୍କୁ ସ୍ଥାନୀୟ ଖାଦ୍ୟ କିପରି ଦେବେ ଏବଂ ଲୌହ ସିରପ୍ କିପରି ଦେବା ବୁଝାଇବା
  6. ଭିନ୍ନକ୍ଷମ, କୁପୋଷଣ, ରକ୍ତହୀନତା, ଉଚ୍ଚ ସଂକଟାପନ୍ନ ଗର୍ଭ, ଯକ୍ଷ୍ମା,ମେଲେରିଆ, କୁଷ୍ଠରୋଗ ଇତ୍ୟାଦି ରୋଗର ଚିହ୍ନଟକରଣ କରିବ ।

ସମୟାନୁସାରେ ସ୍ୱାସ୍ଥ୍ୟ ସଂପର୍କିତ ବିଷୟ ଗୁଡିକର ଆଲୋଚନା

ଜାନୁଆରୀ -         ମାଆର ସ୍ୱାସ୍ଥ୍ୟ, ଗର୍ଭାବସ୍ଥାରେ ଅତି କମ୍ରେ ତିନିଥର ସ୍ୱାସ୍ଥ୍ୟ ପରୀକ୍ଷା ଧନୁଷ୍ଟାଙ୍କାର, ଲୌହ ଫଲିଫର, ଗର୍ଭାବସ୍ଥା              ସମୟରେ ବିପଦ ସଂକୁଳ ସଂକେତ ପ୍ରସବ ଯୋଜନା ଡାକ୍ତରଖାନାରେ ପ୍ରସବ କରାଇବା ଏବଂ ଜନନୀ                                   ସୁରକ୍ଷା ଯୋଜନା ।

ଫେବୃୟାରୀ -       ସ୍ତନ୍ୟପାନ, ରକ୍ତ ସ୍ରାବ, ରକ୍ତ ହୀନତା ଇତ୍ୟାଦି

ମାର୍ଚ୍ଚ -                ନବଜାତ ଶିଶୁର ଯତ୍ନ ଟୀକାକରଣ, ସେବା ପ୍ରଦାନକାରୀଙ୍କ ଜନ୍ମ ପରର ପରିଭ୍ରମଣ

ଏପ୍ରିଲ -              ବଂଶାନୁକ୍ରମିକ ରୋଗଯଥା- ଯକ୍ଷ୍ମା ଏବଂ କୁଷ୍ଠ ରୋଗ

ମେ -                 କିଶୋରୀ ବାଳିକା ମାନଙ୍କ ଯତ୍ନ ଓ ବିବାହର ବୟସ

ଜୁନ -                 ହଇଜା, ଶୁଦ୍ଧ ପାନୀୟ ଜଳ, ପରିମଳ ବ୍ୟବସ୍ଥା

ଜୁଲାଇ -             ମ୍ୟାଲେରିଆ ଜ୍ଵରର ଚିକିତ୍ସା

ଅଗଷ୍ଟ -              ଓଜନବୃଦ୍ଧି ଚାର୍ଟ

ସେପ୍ଟେମ୍ବର -        ଓଜନ ମାପକ, ଅନୁପୂରକ ଖାଦ୍ୟ ଏବଂ ଶିଶୁମାନଙ୍କ ଖାଦ୍ୟ

ଅକ୍ଟୋବର -         ଖାଦ୍ୟପ୍ରାଣକର ଗୁରୁତ୍ଵ

ନଭେମ୍ବର –         ରକ୍ତହୀନତାର ପ୍ରତିକାର

ଡିସେମ୍ବର -          ଜନ୍ମ ନିୟନ୍ତ୍ରଣ ପଦ୍ଧତି

ପୁଷ୍ଟିକର ଦିବସ –

  • ୦-୫ ବର୍ଷଶିଶୁମାନଙ୍କୁ ପୁଷ୍ଟିହୀନତା ଜନିତ ମୃତ୍ୟୁ ଏବଂ ରୋଗ ଇତ୍ୟାଦି କମାଇବା ପାଇଁ ଚିକିତ୍ସା ଦେବା
  • ସ୍ୱାସ୍ଥ୍ୟ ବିଭାଗ ଏବଂ ସମନ୍ଵୀତ ଶିଶୁ ବିକାଶ ବିଭାଗ ମଧ୍ୟରେ ସମନ୍ଵୟ ସୃଷ୍ଟି କରି ୦-୫ ବର୍ଷ ଶିଶୁମାନଙ୍କ ପୁଷ୍ଟିର ବିକାଶ କାରବା ।
  • ସ୍ୱାସ୍ଥ୍ୟ ବିଭାଗ ଏବଂ ସମନ୍ଵୀତ ଶିଶୁ ବିକାଶ ବିଭାଗ ଦ୍ଵାରା ଗୋଷ୍ଠୀକୁ ଭଲ ସେବା ଯୋଗାଇଦେବା । ପ୍ରତି ମାସ ୧୫ ତାରିଖରେ ବ୍ଲକ୍ ରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରାଠାରେ ଅନୁଷ୍ଠିତ ହୁଏ । ଯେଉଁ ଶିଶୁମାନେ ୩ୟ-୪ର୍ଥ ଶ୍ରେଣୀରେ ଥାନ୍ତି କିମ୍ବା ଅତିରିକ୍ତ ପୁଷ୍ଟିହୀନତାର ଶିକାର ହୋଇଥାନ୍ତି ସେମାନଙ୍କୁ ମହିଳା ସ୍ୱାସ୍ଥ୍ୟ କର୍ମୀ ବା ଅଙ୍ଗନୱାଡି କର୍ମୀ ପୁଷ୍ଟିକର ଦିବସକୁ ଚିକିତ୍ସା ପାଇଁ ପଠାଇଥାନ୍ତି । ସ୍ୱାସ୍ଥ୍ୟ କେନ୍ଦ୍ରରେ MO ସେମାନଙ୍କୁ ଚିକିତ୍ସା କରିଥାନ୍ତି ।

Implementation Guideline

  • ପୁଷ୍ଟିକର ଦିବସ ବିଷୟରେ ଅଙ୍ଗନୱାଡି କେନ୍ଦ୍ର, ଉପ କେନ୍ଦ୍ର, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରଠାରେ ଏବଂ ଫଳକରେ ଲେଖାଯାଇଥିବା ଦରକାର ।
  • ଆଶା, ଅଙ୍ଗନୱାଡି, ପଂଚାୟତ ସଭ୍ୟ ଏବଂ ସ୍ଵେଚ୍ଛାସେବୀ ସଂଗଠନ ଦ୍ଵାରା ଗୋଷ୍ଠୀକୁ ଆଗରୁ ସୂଚନା ଦିଆଯାଇଥିବା ଦରକାର ।
  • ପୁଷ୍ଟିକର ଦିବସରେ ଅଙ୍ଗନୱାଡି କର୍ମୀ ନିହାତି ଉପସ୍ଥିତ ଥିବା ଦରକାର ।
  • ଗୋଷ୍ଠୀ କାର୍ଯ୍ୟକ୍ରମ ପରିଚାଳକ ଆୟୁଷ ଡାକ୍ତର, ମହିଳା ପରିଦର୍ଶିକା, ଏମ୍.ଓ, ସି.ଡି.ପି.ଓ ଉପସ୍ଥିତ ରହିବା ଦରକାର
  • ସବୁ ପ୍ରକାର ଆବଶ୍ୟକୀୟ ଉପାଦାନ ରହିବା ଦରକାର

ପୂର୍ବ ପ୍ରସ୍ତୁତି

  • ଅଙ୍ଗନୱାଡି କର୍ମୀ ମମତା ଦିବସ ଦିନ (VHND) ଶିଶୁ ମାନଙ୍କୁ ଓଜନ କରି ହଳଦିଆ ସ୍ତର ଓ ଲାଲ ସ୍ତର ଶିଶୁ ମାନଙ୍କୁ ଚିହ୍ନଟ କରିବେ ।
  • ଅଙ୍ଗନୱାଡି କର୍ମୀ ରେଫରାଲ ସ୍ଳିପ୍ ୧୫ ତାରିଖ ଆଗରୁ ପୂରଣ କରି ଶିଶୁ ର ଅଭିଭାବକ ମାନଙ୍କୁ ଦେବେ ଏବଂ ୧୫ ତାରିଖ ଦିନ ଆଶା କର୍ମୀ ସେମାନଙ୍କୁ ନେଇ ଡାକ୍ତରଖାନାକୁ ଯିବେ ।
  • ଆଶା କର୍ମୀ ସେଇ ଶିଶୁର ଅଭିଭାବକ ମାନଙ୍କୁ ଭେଟି ଶିଶୁର ପୂର୍ଣ୍ଣ ବିବରଣୀ ଆଣିବ ଏବଂ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୂ ଯିବାର ସମୟ ଓ କେଉଁଥିରେ ଯିବ ଠିକ କରିବ ।
  • ୧୫ ତାରିଖ ଦିନ ଆଶା କର୍ମୀ ଶିଶୁ ସାଥିରେ ରେଫେରାଲ ସ୍ଳିପ୍ ଓଜନ କାର୍ଡ ନେଇକି ଯିବ ।
  • ଅଙ୍ଗନୱାଡି କର୍ମୀ ରେଫେରାଲ ରେଜିଷ୍ଟର ପୂରଣ କରିବ ଏବଂ ସେଇ ଶିଶୁକୂ ମଝି ମଝି ସାକ୍ଷାତ କରିବ ।
  • ମୁଖ୍ୟ ଚିକିତ୍ସାଧିକାରୀ ପୁଷ୍ଟିକର ଦିବସ ଦିନ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ସକାଳ ୧୦ ଘଟିକା ଠାରୁ ୫ ଘଟିକା ପର୍ଯ୍ୟନ୍ତ ଉପସ୍ଥିତ ରହି ପୁଷ୍ଟୀହୀନ ଶିଶୁମାନଙ୍କୁ ଚିକିତ୍ସା କରିବେ ।
  • ଯଦି ଶିଶୁ ଡାକ୍ତରଖାନାରେ ଦାଖଲ ହୁଏ ତେବେ ଶିଶୁଟିର ଔଷଧ ଏବଂ ଅନ୍ୟାନ୍ୟ ଖର୍ଚ୍ଚ ପାଇଁ ବ୍ଲକ୍ ରେ ଥିବା ରୋଗୀ କଲ୍ୟାଣ ସମିତି ପାଣ୍ଠିରୁ ଅର୍ଥ ଦିଆଯିବ ।
  • ସେଇ ସ୍ଥାନରେ ହିଁ ଶିଶୁର ସମସ୍ତ ଖର୍ଚ୍ଚ ଦିଆଯିବ ଏବଂ ବ୍ଲକର ବ.ପି.ଓ ଏହି ଆବଶ୍ୟକୀୟ ଖର୍ଚ୍ଚ ବ୍ୟବସ୍ଥା କରିବେ ।

ଗାଁ କଲ୍ୟାଣ ସମିତିର ଦାୟିତ୍ଵ

  • ଗ୍ରାମ୍ୟ ସ୍ତରରେ ସ୍ୱାସ୍ଥ୍ୟ ଓ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କାର୍ଯ୍ୟଗୁଡିକ କାର୍ଯ୍ୟକାରୀ କରିବା ନିମନ୍ତେ ଗୋଷ୍ଠୀର ଭାଗୀଦାରୀ ବୃଦ୍ଧି କରିବା ।
  • ମାଁ ଓ ଶିଶୁମାନଙ୍କର ସ୍ୱାସ୍ଥ୍ୟ ସେବା, ପରିବାର ନିୟୋଜନ ସେବା, ନିରାପଦ ଓ ସ୍ୱାସ୍ଥ୍ୟକର ଆଭାସ ଆଦି ସଂପର୍କରେ ସଚେତନତା ବୃଦ୍ଧି କରିବ ।
  • ବିଭିନ୍ନ ପ୍ରକାର ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ ( ଯଥା-କୁଷ୍ଟ, ମ୍ୟାଲେରିଆ, ଯକ୍ଷ୍ମା। ପୁଷ୍ଟିହୀନତା ନିୟନ୍ତ୍ରଣ ଇତ୍ୟାଦି) ଅଧିନରେ ଉପଲବ୍ଧ ସ୍ୱାସ୍ଥ୍ୟ ସେବା ସଂପର୍କରେ ପର୍ଯ୍ୟନ୍ତ ସଚେତନତା ସୃଷ୍ଟି କରିବା ।

ଭୂମିକା ଓ ଦାୟିତ୍ଵ

  • ଗ୍ରାମାଂଚଳରେ ବିଭିନ୍ନ ସ୍ୱାସ୍ଥ୍ୟ ସମ୍ଭଳ ଓ ସମସ୍ୟା ଗୁଡିକ ଚିହ୍ନଟ କରି ତା’ର ତାଲିକା ପ୍ରସ୍ତୁତ କରିବା ।
  • ଚିହ୍ନଟ କରାଯାଇଥିବା ମୁଖ୍ୟ ସମସ୍ୟା ଗୁଡିକର ସମାଧାନ ପାଇଁ ଲୋକମାନଙ୍କର ସକ୍ରୀୟ ଅଂଶ ଗ୍ରହଣରେ ଗ୍ରାମ୍ୟ ସ୍ୱାସ୍ଥ୍ୟ ଯୋଜନା ପ୍ରସ୍ତୁତି କରିବା ।
  • ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟମିଶନ ଦ୍ଵାରା ଉପଲବ୍ଧ ଖୋଲା ପାଣ୍ଠି ଅର୍ଥରେ ଯୋଜନାର ରୂପାୟନ ।
  • ମାତୃ/ ଶିଶୁ ମୃତ୍ୟୁ ହାର ହ୍ରାସ, ପରିବାର ନିୟୋଜନ, ପ୍ରସବ କାଳୀନ ସେବା କୌଶୋର ଏବଂ ପ୍ରଜନନ ସ୍ୱାସ୍ଥ୍ୟ ପରିବେଶ ପରିମଳ ପ୍ରମୁଖ ସ୍ୱାସ୍ଥ୍ୟ ସେବା ନିମନ୍ତେ ପଦକ୍ଷେପ ଗ୍ରହଣ କରିବ ।
  • ଗ୍ରାମ ଜୀବନକୁ ବିଭିନ୍ନ ସଂକ୍ରାମଣ ରୋଗଠାରୁ ମୁକ୍ତ ରଖିବା ତଥା ଗ୍ରାମ ବାସୀଙ୍କ ମଧ୍ୟରେ ସୁସ୍ଥ ସ୍ୱାସ୍ଥ୍ୟ ପରଂପରା ପ୍ରତିଷ୍ଠା କରିବା ।
  • ସମିତିର ନିୟମିତ ବୈଠକ ମାଧ୍ୟରେ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ବିଷୟରେ ଆଲୋଚନା କରିବା ଏବଂ ଆବଶ୍ୟକମତେ କାର୍ଯ୍ୟକ୍ରମଗୁଡିକୁ ତ୍ଵରାନ୍ୱୀତ କରିବା ପାଇଁ ପଦକ୍ଷେପ ଗ୍ରହଣ କରିବା ।
  • ସ୍ୱାସ୍ଥ୍ୟ ବିଭାଗ ସହ ଭଲ ବୁଝାମଣା ଓ ସମନ୍ଵୟ ରକ୍ଷା କରିବା ।
  • ସୁସ୍ଥ ଗାଁ ସୁସ୍ଥ ପଂଚାୟତ, ସୁସ୍ଥ ଓଡିଶା ଏବଂ ସୁସ୍ଥ ଭାରତ ଗଠନ ପାଇଁ ସାମୂହିକ ଉଦ୍ୟମକୁ ପ୍ରତ୍ସାହିତ କରିବା ।

ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପାଇଁ ଖୋଲା ପାଣ୍ଠି

ପ୍ରତ୍ୟେକ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ବାର୍ଷିକ ୨୫,୦୦୦ ଟଙ୍କାର ଖୋଲାପାଣ୍ଠି ସ୍ଥାନୀୟ କାର୍ଯ୍ୟପାଇଁ ପାଇବ, ସେହିଭଳି ୫୦,୦୦୦ ଟଙ୍କାର ବାର୍ଷିକ ରକ୍ଷଣା ବେକ୍ଷଣ ପାଣ୍ଠି ଭିତ୍ତି ଭୂମି ଉନ୍ନତି ଓ ଏହାର ରକ୍ଷଣା ବେକ୍ଷଣ ନିମନ୍ତେ । ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଏହି ଖୋଲାପାଣ୍ଠି ବ୍ୟାବଙ୍କର ‘ ରୋଗୀକଲ୍ୟାଣ ସମିତି’ ହିସାବ ଖାତାରେ ଜମା ହେବ । ଉଭୟ ପାଣ୍ଠିର ଖର୍ଚ୍ଚ ଓ ପର୍ଯ୍ୟବେକ୍ଷଣ ରୋଗୀକଲ୍ୟାଣ ସମିତି କରିବ ।

ଖୋଲା ପାଣ୍ଠିର ଉପଯୋଗ ନିମନ୍ତେ ପ୍ରସ୍ତାବିତ କ୍ଷେତ୍ର

  • ସ୍ୱାସ୍ଥ୍ୟକେନ୍ଦ୍ରର ସାମାନ୍ୟ ପରିବର୍ତନ ପାଇଁ ଖର୍ଚ୍ଚ କରାଯାଇପାରିବ, ଯଥା: ରୋଗୀଙ୍କ ଗୋପନୀୟତା ରକ୍ଷା, ପର୍ଦ୍ଦାକିଣି ଝୁଲାଇବା ବା ଟାଣିବା । ପାଣି କଳରମରାମତି କରିବା, ବଳବ କିଣିବା ଏବଂ କେତେକ ସାମାନ୍ୟ ମରାମତି କରିବା ।
  • ରୋଗୀଙ୍କ ପରୀକ୍ଷା ଟେବୁଲ ପ୍ରସବ ଟେବୁଲ ରକ୍ତଚାପ ମାପିବା ଜନ୍ତ୍ର, ହିମୋଗ୍ଲୋବିନ୍ ମିଟର କପର-ଟି ଲଗାଇବା କିଟ, ଯନ୍ତ୍ରପାତି ରଖିବା ଟ୍ରେମା ଓ ନବଜାତ ଶିଶୁଙ୍କ ପାଇଁ ଓଜନ ଯନ୍ତ୍ର ପ୍ଲାଷ୍ଟିକ୍ ରବରର ଚଦର, ଡ୍ରେସିଂ କଇଁଚି, ଷ୍ଟେଥୋସକୋପ୍ ବାଲଟି, ରୋଗୀ ବସିବା ଷ୍ଟୁଲ କିଣାଯାଇପାରିବ । (ବ୍ୟବହାର ଏବଂ ଆବଶ୍ୟକ ଅନୁଯାୟୀ ବାର୍ଷିକ ଆର୍ଥିକ ଅନୁଦାନର ପରିମାଣ ସ୍ଥଳ ବିଶେଷରେ ପରିବର୍ତନ ହେବାର ସମ୍ଭାବନା ରହିଛି । )
  • ପାଇପାରେ ପିଇବା ପାଣି ଯୋଗାଇବା ବ୍ୟବସ୍ଥା । ବିଜୁଳି ବ୍ୟବସ୍ଥା
  • ବିଜୁଳି ବ୍ୟବସ୍ଥା
  • ସ୍ୱାସ୍ଥ୍ୟକେନ୍ଦ୍ରକୁ ସଫା କରିବା ପାଇଁ ( ବିଶେଷ କରି ଶିଶୁ ଜନ୍ମ ହେବାପରେ ) ମଜୁରି ଖର୍ଚ୍ଚ ।
  • ଉପୟୁକ୍ତ ପ୍ରେରଣ କେନ୍ଦ୍ରକୁ ଯିବା ନିମନ୍ତେ ପରିବହନ ଖର୍ଚ୍ଚ
  • ଅଭାବ ଥିଲେ ଗଜ୍ ବ୍ୟାଣ୍ଡେଜ କିଣିବା ।
  • ମଶା ବଂଶ  ବୃଦ୍ଧିକୁ ରୋକିବା ପାଇଁ ପରିବେଶ ସଫା କରିବା ଖର୍ଚ୍ଚ ।
  • ଆଶାଙ୍କୁ ନିର୍ଦ୍ଧାରିତ କାର୍ଯ୍ୟ ନିମନ୍ତେ ପ୍ରୋତ୍ସାହନ ବାବଦ ଅର୍ଥ ପ୍ରଦାନ କରିବା ।
  • ସୋକ୍ ପିଚ୍ ମରାମତି କ୍ଲାରିବା ବା କାର୍ଯ୍ୟକ୍ଷମ କରାଇବା ।
  • ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପାଇଁ ୫୦,୦୦୦ ଟଙ୍କାର ବାର୍ଷିକ ରକ୍ଷଣା ବେକ୍ଷଣ କଲାବେଳେ ନିମ୍ନଲିଖିତ ସର୍ତ ଗୁଡିକ ମାନିବାକୁ ପଡିବ ।
  • ମରାମତି କରିବା ବା କାର୍ଯ୍ୟକ୍ଷମ ଅବସ୍ଥାକୁ ଆଣିବା ପାଇଁ ଗର୍ଭବତୀ ମା ଓ ଶିଶୁ ସ୍ୱାସ୍ଥ୍ୟକାର୍ଯ୍ୟକ୍ରମ ଅଧୀନରେ ଏଭଳି ପାଣ୍ଠିର ପୁନରାବୃତି ବ୍ୟବସ୍ଥା ।
  • “ଫ୍ୟାସିଲିଟି ସର୍ଭେ” ଉପରେ ଆଧାର କରି ମରାମତି ବା କାର୍ଯ୍ୟକ୍ଷମ କରିବା ନିମନ୍ତେ ପଦକ୍ଷେପ ନିଆଯିବ ।
  • କ୍ଷମତାପ୍ରାପ୍ତ କତୃପକ୍ଷଙ୍କ ଦ୍ଵାରା ଆକଳନ ହିସାବକୁ ସଠିକ ଭାବରେ ପରୀକ୍ଷଣ କରାଯିବ ।
  • କାର୍ଯ୍ୟର ଅଗ୍ରଗତିକୁ ରୋଗୀ କଲ୍ୟାଣ ସମିତି ଦ୍ଵାରା ପର୍ଯ୍ୟବେକ୍ଷଣ କରାଯିବା ଉଚିତ ।

ସ୍ୱାସ୍ଥ୍ୟ ଉପକେନ୍ଦ୍ର ପାଇଁ ଖୋଲା ପାଣ୍ଠି

  • ଜାତିୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନ୍ ଅଧିନରେ ପ୍ରତ୍ୟକ ସ୍ୱାସ୍ଥ୍ୟ ଉପକେନ୍ଦ୍ରକୁ ବାର୍ଷିକ ୧୦,୦୦୦ ଟଙ୍କା ଖୋଲାପାଣ୍ଠି ଯୋଗାଇ ଦିଆଯାଉଛି, ଉପକେନ୍ଦ୍ରର ଅତ୍ୟାବଶ୍ୟକିୟ ତଥା ଜରୁରୀକାଳୀନ ଖର୍ଚ୍ଚ ତୁଲାଇବା ନିମନ୍ତେ ।
  • ଏହା ଟଙ୍କା ସ୍ୱାସ୍ଥ୍ୟକର୍ମୀ ( ମହିଳା) ଓ ସ୍ଥାନୀୟ ସରପଞ୍ଚଙ୍କ ଯୌଥ ଜମାଖାତା ଜରିଆରେ ନିକଟସ୍ଥ ରାଷ୍ଟ୍ରାୟତ ବ୍ୟାଙ୍କ ବା ଡାକଘରେ ଜମା କରାଯିବ ।
  • ଏହି ଟଙ୍କାକୁ ସ୍ୱାସ୍ଥ୍ୟକର୍ମୀ( ମହିଳା) ଗ୍ରାମ୍ୟ ସ୍ୱାସ୍ଥ୍ୟଓ ପରିମଳ ସମିତିର ପରାମର୍ଶରେ ଖର୍ଚ୍ଚ କରିପାରିବେ । ଏହି ଅର୍ଥର ଉପଯୋଗ ସଂପର୍କରେ ଓଡିଶା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସମିତିରୁ ଆବଶ୍ୟକୀୟ ନିର୍ଦ୍ଦେଶାବଳୀ ସମସ୍ତ ଉପକେନ୍ଦ୍ରକୁ ପଠାଇ ଦିଆଯାଇଛି  ।

ପାଣ୍ଠିର ଉପଯୋଗ ସମ୍ପର୍କୀୟ ନିର୍ଦ୍ଦେଶାବଳୀ

  • ଉପକେନ୍ଦ୍ର ସାଧାରଣ ମରାମତି ଓ ରକ୍ଷଣାବେକ୍ଷଣ( ଯଥା: ଗୋପନୀୟତା ରକ୍ଷା ପାଇଁ ପରଦା କିଣିବା ଇଲେକଟ୍ରିକ୍ ବଳବ୍ ଓ ପାଣି ଟ୍ୟାପ ଛାଣିବା ପାଇପ୍ ମରାମତି କରିବାବ ଏବଂ ଅନ୍ୟାନ୍ୟ ସାଧାରଣ ମରାମତି କାର୍ଯ୍ୟ(ଯାହାକି) ସ୍ଥାନୀୟ ସ୍ତରରେ ସମ୍ଭବ ) ।
  • ଶିଶୁ ଜନ ପରେ ଉପକେନ୍ଦ୍ରକୁ ପରିଷ୍କାର କରିବା ପାଇଁ ମଜୁରି ବାବଦ ଖର୍ଚ୍ଚ ଓ ଗର୍ଭାବତୀକୁ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେବା ପାଇଁ ରାସ୍ତା ଖର୍ଚ୍ଚ ।
  • ମାହାମାରୀ ସମୟରେ ପରୀକ୍ଷା ପାଇଁ ନମୂନା ନେବା ଆଣିବାର ଖର୍ଚ୍ଚ ତୁଲାଇବା ପାଇଁ ।
  • ଉପକେନ୍ଦ୍ରର ପରିବେଶକୁ ପରିଷ୍କାର ରଖିବା । ବିଶୋଧନ ସାମଗ୍ରୀ ଓ କୀଟନାଶକ ଔଷଧ କିଣିବା ପାଇଁ ।
  • ମଶା ବଂଶ ବୃଦ୍ଧିର ପ୍ରତିରୋଧପାଇଁ ସେହି ଅଞ୍ଚଳରେ ଜମି ରହୁଥିବା ପାଣିକୁଆ ସଫା କରିବା ପାଇଁ ।
  • ଉତ୍ତମ ସ୍ୱାସ୍ଥ୍ୟ ସେବା କାର୍ଯ୍ୟପାଇଁ ‘ଆଶା’ ଙ୍କୁ ଆର୍ଥିକ ପ୍ରୋତ୍ସାହନ ଦେବା ।
  • ସର୍ବସାଧାରଣଙ୍କ ଅବଗତି ନିମନ୍ତେ ଉପକେନ୍ଦ୍ରରେ ମିଳୁଥିବା ସ୍ୱାସ୍ଥ୍ୟସେବାର ସଂପୂର୍ଣ୍ଣ ବିବରଣୀ ଲେଖାଥିବା ଟିଣବା ପ୍ଲାଷ୍ଟିକ୍ ବୋର୍ଡ ଏବଂ ପ୍ରାଚୀର ଲେଖା( ୱାଲ ପ୍ରିଣ୍ଟିଙ୍ଗ) ସେହି ଅଞ୍ଚଳର ଜନଗହଳିପୂର୍ଣ୍ଣ ଅଞ୍ଚଳରେ ପ୍ରଦର୍ଶୀତ କରିବା ।
  • ସ୍ୱାସ୍ଥ୍ୟସେବା ସମ୍ପର୍କିତ ଆଲୋଚନା କରିବା ଓ ଗୁରୁତ୍ଵପୂର୍ଣ୍ଣ ନିଷ୍ପତି ନେବାପାଇଁ ଗ୍ରାମ୍ୟ ସ୍ୱାସ୍ଥ୍ୟ ପରିମଳ ସମିତିର ବୈଠକ ଡାକିବା ପାଇଁ ନ୍ୟୁନତମ ଖର୍ଚ୍ଚ କରିବା ।

ଏହି ଖୋଲା ପାଣ୍ଠିର ଅର୍ଥ ଦରମା ଦେବା, ଯାନବାହାନ କିଣିବା ପାଇଁ ବ୍ୟବହାରକରାଯାଇପାରିବ ନାହିଁ ।

ରୋଗୀ କଲ୍ୟାଣ ସମିତି

ରୋଗୀ କଲ୍ୟାଣ ସମିତି ହେଉଛି ଏକ ସରଲ କିନ୍ତୁ ଫଳପ୍ରଦ ପରିଚାଳନା ସଂସ୍ଥା, ଉନ୍ନୟନମୂଳକ କାମକୁ ସରଳିକୃତ କରିବା ପାଇଁ ଗଠନ କରାଯାଇଛି ଯାହାର ଆଭିମୁଖ୍ୟ ହେଲା ସ୍ଥିରୀକୃତ ଉତମ ସେବା ଦେବା ଏବଂ ଯେଉଁଠି ଲୋକମାନଙ୍କର ଯୋଗଦାନ  ରହିବ । ଅର୍ଥକୁ ଠିକ୍ ଭାବରେ ଖର୍ଚ୍ଚ କରିବା ପାଇଁ ରୋଗୀ କଲ୍ୟାଣ ସମିତି ସରକାରୀ ସଂସ୍ଥା ଭଳି କାମ କରିବ ନାହିଁ, ବରଂ ଏହା ଏକ ବେସରକାରୀ ସଂସ୍ଥାଭଳି କାର୍ଯ୍ୟ କରିବ । ରୋଗୀ କଲ୍ୟାଣ ସମିତି ଗୁଡିକ ପଞ୍ଜିକୃତ ସମିତି ଯାହା ସବୁ ଜିଲ୍ଲା ଚିକିତ୍ସାଳୟ/ ସବଡିଭିଜନ ଡାକ୍ତରଖାନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର/ ବ୍ଲକ୍ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର(ନୂଆ) ରେ ସବୁ ଡାକ୍ତରଖାନାକୁ ପରିଚାଳନା କରିବା ପାଇଁ ଗଠନ କରାଯାଇଛି ।

ରୋଗୀ କଲ୍ୟାଣ ସମିତିର ଆଭିମୁଖ୍ୟ

  • ଗୋଷ୍ଠୀ ସହଭାଗିତା ଦ୍ଵାରା ଡାକ୍ତରଖାନାର ପରିଚାଳନା ସମୂହ ଉନ୍ନତି କରିବା ।
  • ସ୍ୱାସ୍ଥ୍ୟଅନୁଷ୍ଠାନରେ ଉନ୍ନତି, ସ୍ୱାସ୍ଥ୍ୟ ସବିଧାର ଆଧୁନିକରଣ କରିବା, ଅନୁଷ୍ଠାନ ପାଇଁ ସରଞ୍ଚାମ କିଣିବା । ଶୃଙ୍ଖଳା ଓ ଅନୁଷ୍ଠାନକୁ ଠିକ୍ କରାଇବା ।
  • ଉତମ ସ୍ୱାସ୍ଥ୍ୟସେବାକୁ ବଜାୟ ରଖିବା ଏବଂ ଉନ୍ନତୀକରଣ ପାଇଁ କାର୍ଯ୍ୟ ହାତକୁ ନେବା ।
  • ସ୍ୱାସ୍ଥ୍ୟ କେନ୍ଦ୍ରର ଚାହି\ଡାକୁ ପୂରଣ କରିବା ପାଇଁ ୟୁଜର୍ସ ଫି ପ୍ରକଳନ କରି ଅର୍ଥ ଏକତ୍ର କରିବା ।
  • ସ୍ୱାସ୍ଥ୍ୟ କେନ୍ଦ୍ର ପରିସ୍କାର ପରିଚ୍ଛନ୍ନ ରଖିବା

ରୋଗୀ କଲ୍ୟାଣ ସମିତିର କାର୍ଯ୍ୟ

ଉପରୋକ୍ତ ଆଭିମୁଖ୍ୟ ହାସଲ ପାଇଁ ସମିତି ନିମ୍ମଲିଖିତ କାର୍ଯ୍ୟ ତଥା ଚେଷ୍ଟା କରିବା ଦରକାର ।

  • ଡାକ୍ତର ଖାନା କିମ୍ବା ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀମାନେ ସମ୍ମୁଖୀନ ହେଉଥିବା ଅସୁବିଧାକୁ ଚିହ୍ନଟ କରିବା ।
  • ଡାକ୍ତରଖାନା ପାଇଁ ଆମ୍ବୁଲାନ୍ସ, ଆସବାବପତ୍ର ଯନ୍ତ୍ରପାତି ଆଣିବା ( କ୍ରିୟା, ଭଡା ସୁତ୍ର କିମ୍ବା ଅନ୍ୟ ଉପାୟରେ, ଲୋକ ଦ୍ଵାରା) ।
  • ରାଜ୍ୟ ସରକାର ନିୟମାବଳୀ ଅନୁଯାୟୀ ଡାକ୍ତରଖାନା ଗୃହ ସଂପ୍ରସାରଣ କରିବା ।
  • ଡାକ୍ତରଖାନା ଗୃହର ଗାଡି ଏବଂ ଯନ୍ତ୍ରପାତି ଯାହାସବୁ ଡାକ୍ତରଖାନାର ସମ୍ପତି ହୋଇଥିବା ତାହାର ରକ୍ଷଣାବେକ୍ଷଣ କରିବା
  • ଆଡକରକାରୀ ସାମଗ୍ରୀ ଗୁଡିକ ଯାହାର ଦାମ୍ ୫୦୦୦ ଟଙ୍କାରୁ ଅଧିକ ନୁହେଁ ସେଗୁଡିକର ନିଲାମ ଡାକି ନିଷ୍କାସନ କରିବା ଏବଂ ସେହି ଅର୍ଥଗୁଡିକ ରୋଗୀକଲ୍ୟାଣ ସମିତିର ସଂଚୟ ଖାତାରେ ଜମା କରିବା ।
  • ରୋଗୀ ତାଙ୍କୁ ସେବା କରିବା ପାଇଁ ଥିବା ଲୋକମାନଙ୍କର ରହିବା ଓ ଖାଇବା ବ୍ୟବସ୍ଥାର ଉନ୍ନତି କରିବା ।
  • ବେସରକାରୀ ସଂସ୍ଥା କିମ୍ବା ବ୍ୟକ୍ତର ସହଭାଗୀତା କରି ବିଭିନ୍ନ ପ୍ରକାରର ସେବା ଯଥା, ସଫେଇ, ଲୁଗା’ପଟା ପରିଷ୍କାର, ଆମ୍ବୁଲାନ୍ସ, କେନଟିନ୍ ସୁବିଧା ଇତ୍ୟାଦି ବିଷୟରେ ଉନ୍ନତି ଆଣିବା ।
  • ସମିତିର ଆର୍ଥିକ ବ୍ୟବସ୍ଥାର ସୁଧାର ପାଇଁ ଡାକ୍ତରଖାନା ପରିସରରେ ଖାଲି ସ୍ଥାନ ଗୁଡିକୁ ଲିଜ୍ ସୁତ୍ରରେ ଦେବା ।
  • ଡାକ୍ତରଖାନା ସର୍ବାଙ୍ଗିନ ଉନ୍ନତି ପାଇଁ ଗୋଷ୍ଠୀ ଭାଗୀଦାରିତାଙ୍କୁ ଉତ୍ସାହିତ କରିବା ।
  • ସମ୍ପଦଆରବି ରକ୍ଷଣାବେକ୍ଷଣ  ପାଇଁ ଅନୁଷ୍ଠାନ ମାନେ କେମିତି ଆଗେଇ ଆସିବା ପାଇଁ ଚେଷ୍ଟାକରିବା ।
  • ଡାକ୍ତରଖାନାର ଦୈନନ୍ଦିନ ପରିଚାଳନା ପାଇଁ ଦୀର୍ଘମିୟାଦି ଏବଂ ପରିବେଶ ବନ୍ଧୁତ୍ଵପୂର୍ଣ୍ର କାର୍ଯ୍ୟକ୍ରମ ହାତକୁ ନେବା ।

ସମନ୍ୱିତ ଶିଶୁବିକାଶ କାର୍ଯ୍ୟକ୍ରମ କାହିଁକି

  • ଦେଶର ଜନ ବିକାଶ ।
  • ବାଲ୍ୟାବସ୍ଥାରେ ଶାରୀରିକ ମାନସିକ ଓ ସାମାଜିକ ବିକାଶର ମୂଳ ଭିତତି ପ୍ରତିଷ୍ଠା ।
  • ଶିଶୁ ମୁତ୍ୟୁ ବିକାଳାଙ୍ଗ, ପୁଷ୍ଟିହୀନତା ଶିକ୍ଷା ତଥା ନ୍ୟୁନ ମାନସିକ ବିକାଶ ଯୋଗୁଁ ଘଟୁଥିବା କ୍ଷୟକ୍ଷତି ପରିମାଣ ହ୍ରାସ କରିବା ।
  • ଶିଶୁ ବିକାଶ କ୍ଷେତ୍ରରେ ସାମୂହିକ କାର୍ଯ୍ୟକ୍ରମ ଏବଂ ଆତ୍ମବିଶ୍ଵାସକୁ ଉତ୍ସାହିତ କରିବା ।

ସମନ୍ଵିତ ଶିଶୁବିକାଶ ଯୋଜନାର ଉଦ୍ଦେଶ୍ୟ

  • ୦-୬ ବର୍ଷ ବୟସ ପିଲାମାନଙ୍କର ସ୍ୱାସ୍ଥ୍ୟ ଓ ପରିପୁଷ୍ଟିକ ବିକାଶ ସାଧନ ।
  • ପିଲାମାନେ ମାନସିକ ଶାରୀରିକ ତଥା ସାମାଜିକ ବିକାଶର ମୂଳଦୁଆ ସ୍ଥାପନ ।
  • ଶିଶୁ ମୃତ୍ୟୁ, ରୁଗଣ, ପୁଷ୍ଟିହୀନତା ଏବଂ ବିଦ୍ୟାଳୟରେ ଉପସ୍ଥିତ  ବୃଦ୍ଧି କରାଇବା ।
  • ମା’ ମାନେ ଯେପରି ନିଜ ପିଲାମାନଙ୍କର ଶ୍ଵାସଥ୍ୟା ଓ ପରିପୁଷ୍ଟିର ଯତ୍ନ ନେଇପାରିବେ, ସେଥିପାଇଁ ଉପୟୁକ୍ତ ସ୍ଵାସ୍ଥ ଓ ପରିପୁଷ୍ଟି ସମ୍ବନ୍ଧୀୟଶିକ୍ଷା ଦେଇ ମା’ ମାନଙ୍କର ଅଜ୍ଞତା ଦୂର କରାଇବା ।
  • ଶିଶୁ ବିକାଶକୁ ଅଗ୍ରସର କରାଇବା ପାଇଁ ସରକାରଙ୍କର ବିଭିନ୍ନ ବିକାଶ ମଧ୍ୟରେ ନାତି ଓ କାର୍ଯ୍ୟକ୍ରମର ସଫଳ ରୂପାୟନନିମନ୍ତେ ସୁ-ସଂପର୍କ ପ୍ରତିଷ୍ଠା କରିବା ।

ସମନ୍ଵିତ ଶିଶୁ ବିକାଶ ଯୋଜନାର ସେବା ସମୂହ

  • ପରିପୂରଣ ପୁଷ୍ଟି ସାଧନ
  • ପ୍ରତିଷେଧକ ବ୍ୟବସ୍ଥା
  • ସ୍ୱାସ୍ଥ୍ୟପରୀକ୍ଷା
  • ପରାମର୍ଶ ସେବା/ ଉନ୍ନତ ଚିକିତ୍ସାର ଆଶ୍ରୟ
  • ପୁଷ୍ଟିଓ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଶିକ୍ଷା
  • ଅଣ ଓ ସ୍ୱାସ୍ଥ୍ୟ ପ୍ରାକ୍- ବିଦ୍ୟାଳୟ ଶିକ୍ଷା

ପ୍ରାକ୍ ବିଦ୍ୟାଳୟ ଶିକ୍ଷାର ଉଦ୍ଦେଶ୍ୟ

  • ଆନୁଷ୍ଠାନ ବିଦ୍ୟାଳୟରେ ଶିକ୍ଷାଲାଭ ପାଇଁ ଶିଶୁକୁ ପ୍ରସ୍ତୁତ କରିବା ।
  • ଶିଶୁକୁ ସୁସ୍ଥ ଜୀବନ ଜାପାନ ସହିତ ଆଭ୍ୟସ କରାଇବା ଏବଂ ଆତ୍ମପ୍ରତ୍ୟୟ ହାସଲରେ ସାହାଯ୍ୟ କରିବା ।
  • ଶିଶୁ ମାନଙ୍କର ଉତମ ଶାରୀରିକ ଗଠନ, ପର୍ଯ୍ୟାପ୍ତ ମାଂସପେଶୀର ସଂଚାଳନ ଓ ମୌଳିକ ଅଙ୍ଗଚାଳନା କୌଶଳର ବିକାଶ ସାଧନ ଓ ଶାରୀରର କାର୍ଯ୍ୟ ଦକ୍ଷତା ବୃଦ୍ଧି ।
  • ଶିଶୁମାନଙ୍କ ମନରେ ସୌନ୍ଦର୍ଯ୍ୟ ଜ୍ଞାନର ବିକାଶ କରାଇବା ।
  • ଶିଶୁ ଅନୁଭୂତି ଓ ଆବେଗ ଗୁଡିକ ପ୍ରକାଶ କରିବା, ଗ୍ରହଣ କରିବା ଓ ନିୟନ୍ତ୍ରଣ କରିବାପାଇଁ ଆବେଗିକ ପରିପକ୍ଵତାର ବିକାଶ ସାଧନ କରିବା ।
  • ପରିବେଶ ସମ୍ବନ୍ଧରେ କୌତୁହଳୀ ଦେବା ସକାଶେ ଶିଶୁମାନଙ୍କୁ ପ୍ରେରଣା ଦେବା ।
  • ଆତ୍ମ- ପ୍ରକାଶ ତଥା ସ୍ଵାଧ୍ୟାୟ ସକାଶେ ଶିଶୁମାନଙ୍କୁ ପ୍ରବର୍ତାଇ ସେମାନଙ୍କ ଭିତରେ ସ୍ଵାଧୀନ ଚେତା ଜାଗ୍ରତ କରାଇବା ।

ପ୍ରାକ୍ ବିଦ୍ୟାଳୟ ଶିକ୍ଷାର ଲକ୍ଷ୍ୟ

  • ଶିଶୁର ସର୍ବାଙ୍ଗୀନ ବିକାଶ କରାଇବା
  • ଆନୁଷ୍ଠାନିକ ଶିକ୍ଷା ପାଇଁ ଶିଶୁକୁ ପ୍ରସ୍ତୁତ କରାଇ ସ୍କୁଲ ଅନୁପସ୍ଥିତ ହାର କମାଇବା ।
  • ଶିଶୁର ଅନ୍ତର୍ନିହିତ ଗୁଣାବଳୀର ବିକାଶ କରାଇବା
  • ବଡ ଭାଇ ଭଉଣୀଙ୍କ ଦାୟିତ୍ଵ ଭାର କମାଇବା । ଦ୍ଵିଭାଷୀ ପିଲାଙ୍କୁ ଶୁଦ୍ଧ ଭାଷା ସହିତ ପରିଚିତ କରାଇବା
  • ଶିଶୁ ବିକାଶକୁ ଅଗ୍ରସର କରାଇବା ପାଇଁ ସରକାରଙ୍କର ବିଭିନ୍ନ ବିକାଶ ମଧ୍ୟରେ ନୀତି ଓ  କାର୍ଯ୍ୟକ୍ରମର ସଫଳ ରୂପାୟନ ନିମନ୍ତେ ସୁ-ସଂପର୍କ ପ୍ରତିଷ୍ଠା କରିବା ।

ସମନ୍ଵିତ ଶିଶୁବିକାଶ ଯୋଜନାର ସେବା ସମୂହ

ପରିପୂରକ ପୁଷ୍ଟି ସାଧନ

ପ୍ରତିଶେଧକ ବ୍ୟବସ୍ଥା

ସ୍ୱାସ୍ଥ୍ୟ ପରୀକ୍ଷା

ପରାମର୍ଶ ସେବା/ ଉନ୍ନତ ଚିକିତ୍ସାର ଆଶ୍ରୟ ପୁଷ୍ଟି ଓ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଶିକ୍ଷା

ଅଣ ଓ ସ୍ୱାସ୍ଥ୍ୟ ପ୍ରାକ- ବିଦ୍ୟାଳୟ ଶିକ୍ଷା

ପୁଷ୍ଟି ଓ ସ୍ୱାସ୍ଥ୍ୟଶିକ୍ଷା ଦିଆଯାଉଥିବା ଦିବସ ଗୁଡିକ

  • ପୁଷ୍ଟିକର ଦିବସ ( ପ୍ରତ୍ୟେକ ମଙ୍କସର ୧୫ ତାରିଖ )
  • ସାଧାରଣତନ୍ତ୍ର ଦିବସ ( ଜାନୁଆରୀ ୨୬ ତାରିଖ)
  • ଆନ୍ତର୍ଜାତିକ ମହିଳା ଦିବସ ( ମାର୍ଚ୍ଚ ୮ ତାରିଖ)
  • ବିଶ୍ଵ ସ୍ତନ୍ୟପାନ ସପ୍ତାହ ( ଅଗଷ୍ଟ ୧ ଋ ୭ ତାରିଖ)
  • ସ୍ଵାଧିନତା ଦିବସ( ଅଗଷ୍ଟ୧୫ ତାରିଖ)
  • ବିଶ୍ଵ ଆୟୋଡିନ୍ ଅଭାବ ଜନିତ ରୋଗ ନିରୋଧ ଦିବସ ( ୨୧ ଅକ୍ଟୋବର)
  • ଶିଶୁଦିବସ ( ନଭେମ୍ବର ୧୪ ତାରିଖ)
  • ବିଶ୍ଵ ଏଡସ୍ ଦିବସ( ଡିସେମ୍ବର ୧ ତାରିଖ)
  • ଭିନ୍ନକ୍ଷମ ଦିବସ ( ଡିସେମ୍ବର ର ତାରିଖ)
  • ଆଧାର
  • ଭି.ଏସ୍.ଓ.ଇଣ୍ଡିଆ

ଆଧାର : VSO,India

2.90243902439
ତାରକା ଚିହ୍ନ ଉପରେ କ୍ଲିକ କରି ପୃଷ୍ଟାଟିକୁ ମୂଲ୍ୟାଙ୍କନ କରନ୍ତୁ
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top