ହୋମ / ସ୍ଵାସ୍ଥ୍ୟ / ନୀତି ଓ ଯୋଜନା / ଜାତୀୟ ସହରାଞ୍ଚଳ ସ୍ୱାସ୍ଥ୍ୟ ମିଶନ (NUHM)
ସେଆର କରନ୍ତୁ

ଜାତୀୟ ସହରାଞ୍ଚଳ ସ୍ୱାସ୍ଥ୍ୟ ମିଶନ (NUHM)

ସହରାଞ୍ଚଳରେ ରହୁଥିବା ଗରିବ ଲୋକଙ୍କ ସ୍ୱାସ୍ଥ୍ୟ ପାଇଁ କାର୍ଯ୍ୟକରେ ।

ଜାତୀୟ ସହରାଞ୍ଚଳ ସ୍ୱାସ୍ଥ୍ୟ ମିଶନ ସମ୍ବନ୍ଧରେ

ଜାତୀୟ ସ୍ୱାସ୍ଥ୍ୟ ମିଶନର ଏକ ଅଂଶ ଭାବରେ ଜାତୀୟ ସହରାଞ୍ଚଳ ସ୍ୱାସ୍ଥ୍ୟ ମିଶନକୁ କ୍ୟାବିନେଟରେ  ୨୦୧୩, ୧ ତାରିଖରେ ସ୍ଵୀକୃତି ଦିଆଗଲା । ସହରାଞ୍ଚଳରେ ରହୁଥିବା ଗରିବ ଲୋକଙ୍କ ସ୍ୱାସ୍ଥ୍ୟ ପାଇଁ କାର୍ଯ୍ୟକରେ । ଗରିବ ଲୋକଙ୍କ ଆର୍ଥିକ ଅବସ୍ଥାକୁ ଆଖିରେ ରଖି ଏମାନଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଏ । ବସ୍ତି ଅଞ୍ଚଳରେ ରହୁଥିବା ଲୋକ, ସ୍ୱାସ୍ଥ୍ୟ ସମସ୍ୟା ପାଇଁ ଯୋଜନା ଯେପରି ପାନୀୟ ଜଳ, ପରିଷ୍କାର ପରିଚ୍ଛନ୍ନ, ସ୍କୁଲ ଶିକ୍ଷା ଇତ୍ୟାଦି । ଏହା ସହରାଞ୍ଚଳ ବିକାଶ ମନ୍ତ୍ରଣାଳୟ ଦ୍ଵାରା  କାର୍ଯ୍ୟ କରେ । NUHM ସମସ୍ତ ରାଜ୍ୟ ରାଜଧାନୀରେ କାର୍ଯ୍ୟ କରେ । ୫୦,୦୦ରୁ ଅଧିକ ଲୋକସଂଖ୍ୟା ଥିବା ସହରରେ ଏହା କାର୍ଯ୍ୟ କରେ ।

NUHM ଲକ୍ଷ୍ୟ

  • ଦରକାର ଥିବା ସହରରେ ଗରିବ, ଅବହେଳିତ ଲୋକ ମାନଙ୍କ ପାଇଁ ଏହା କାର୍ଯ୍ୟ କରେ ।
  • ଦ୍ରୁତଗତିରେ ବଢୁଥିବା ସହରାଞ୍ଚଳ ଜନସଂଖ୍ୟାଙ୍କର ସଂଖ୍ୟା ପାଇଁ NUHM ଗଠନ ଓ ପରିଚାଳନା କରାଇବା ।
  • ଗୋଷ୍ଠୀର ସହଭାଗିତା ଦ୍ଵାରା ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କାର୍ଯ୍ୟକ୍ରମ ପାଇଁ ଯୋଜନା, ତଦାରଖ ଇତ୍ୟାଦି କରିବା ।
  • ସହରାଞ୍ଚଳ ଗରିବ ଲୋକଙ୍କୁ ଦରକାରୀ ସ୍ୱାସ୍ଥ୍ୟ ସେବା ଯୋଗାଇବା ।
  • NGOଙ୍କ ସହ ସହଭାଗିତା କରି ସ୍ୱାସ୍ଥ୍ୟ ସେବା ଯୋଗାଇବା ।

କାର୍ଯ୍ୟକ୍ରମ ପାଇଁ NUHMର ଫ୍ରେମୱାର୍କ

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ଵାରା ସହରାଞ୍ଚଳ ଗରିବ  ଲୋକଙ୍କ ପାଇଁ NUHM, NHM ଅଧିନରେ ଗଠନ କରାଗଲା । ମୁନିସିପାଲଟି କର୍ପୋରେସନ, ମୁନିସପାଲଟି ବିଜ୍ଞପତି ଅଞ୍ଚଳ, କମିଟି ଏବଂ ସହର ପଞ୍ଚାୟତ ଇତ୍ୟାଦି ମିଳିମିଶି ସହରାଞ୍ଚଳ ସ୍ୱାସ୍ଥ୍ୟ  ପାଇଁ ଯୋଜନା ତିଆରି କରନ୍ତି ।

NUHM ଅଞ୍ଚଳ

NUHM ସମସ୍ତ ରାଜ୍ୟ ରାଜଧାନୀ ଜିଲ୍ଲା ମୁଖ୍ୟାଳୟ ଏବଂ ସହର/ଟାଉନ ଯାହାର ଲୋକ ସଂଖ୍ୟା ୫୦,୦୦୦ରୁ ଅଧିକ । ପ୍ରାଥମିକ ସ୍ତରରେ ଏହା ବସ୍ତି ଅଞ୍ଚଳ ଏବଂ ଅବହେଳିତ ଗୋଷ୍ଠୀ ଯେପରି ରିକ୍ସା ଚାଳକ, ଫୁଟପାଥ ବିକାଳି, ରେଲୱେ, ବସ କୁଲି, ଘରନଥିବା ଲୋକ, ରାସ୍ତାକଡ଼ର ଶିଶୁ, ନିର୍ମାଣ ଯାଗାର କର୍ମଚାରୀ ।

ରାଶି ବଣ୍ଟନ

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ରାଶି  ୭୫ : ୨୫ ହିସାବରେ ଖର୍ଚ୍ଚ କରାଯାଏ । ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ସିକିମ, ଜାମ୍ମୁ କାଶ୍ମୀର, ହିମାଞ୍ଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡ ରାଜ୍ୟ ମାନଙ୍କରେ କେନ୍ଦ୍ର ଓ ରାଜ୍ୟ ରାଶି  ୯୦ : ୧୦ ହିସାବରେ ଖର୍ଚ୍ଚ କରାଯାଏ ।

ସମ୍ବନ୍ଧିତ ସମ୍ବଳ

3.08333333333
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top