অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନ (NRHM)

ଜାତୀୟ ସ୍ୱାସ୍ଥ୍ୟ ମିଶନ ଗଠନ

୨୦୦୫, ଏପ୍ରିଲ ୧୨ ତାରିଖରେ ଜାତୀୟ ସ୍ୱାସ୍ଥ୍ୟ ମିଶନ ଗଠନ କରାହୋଇଥିଲା, ଗ୍ରାମାଞ୍ଚଳ ଲୋକଙ୍କୁ ବିଶେଷ କରି ଗରିବ ଅସହାୟ ମାନଙ୍କୁ ସୁବିଧାରେ ସୁଲଭ ମୂଲ୍ୟରେ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ।

ଜାତୀୟ ସ୍ୱାସ୍ଥ୍ୟ ମିଶନ ଗ୍ରାମାଞ୍ଚଳରେ ବିଶେଷ କରି ଅବହେଳିତ ଲୋକଙ୍କୁ ଉତ୍ତମମାନର ସୁଲଭ ମୂଲ୍ୟରେ ସ୍ୱାସ୍ଥ୍ୟ ସେବା ଯୋଗାଉଛି । ଜାତୀୟ ସ୍ୱାସ୍ଥ୍ୟ ମିଶନ ଅଧିନରେ ଏମ୍ପପାୱାର ଆକସନ ଗ୍ରୁପ, ଉତ୍ତର ପୂର୍ବ ରାଜ୍ୟ, ଜାମ୍ମୁ – କାଶ୍ମୀର ଏବଂ ହିମାଞ୍ଚଳ ପ୍ରଦେଶକୁ ବିଶେଷ ଧ୍ୟାନ ଦିଏ । ପୂର୍ଣ୍ଣମାତ୍ରାରେ କାର୍ଯ୍ୟ କରୁଥିବା, ଗୋଷ୍ଠୀର ମାଲିକାନାରେ ବିକେନ୍ଦ୍ରୀରେଣ ସ୍ୱାସ୍ଥ୍ୟସେବା ଯୋଗାଇବା ହେଉଛି ମିଶନ ପ୍ରତିଷ୍ଠାର ଲକ୍ଷ୍ୟ । ସ୍ୱାସ୍ଥ୍ୟ ସେବାରେ ପାନୀୟ ଜଳ, ଶିକ୍ଷା ପୋଷଣ, ସାମାଜିକ ଏବଂ ଲିଙ୍ଗଗତ ସମାନତା ଇତ୍ୟାଦି ଅନ୍ତର୍ଭୁକ୍ତ ।

ଜାତୀୟ ଗ୍ରାମ୍ୟ ସ୍ୱାସ୍ଥ୍ୟ ମିଶନ, ପ୍ରଜନନ, ମା, ନବଜାତ, ଶିଶୁ ସ୍ୱାସ୍ଥ୍ୟ ଏବଂ କିଶୋରୀ ମାନଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇବା ଉପରେ କେନ୍ଦ୍ରିତ କରେ । ଜୀବନ ଚକ୍ରକୁ ଆପଣାଇ ମା ଓ ଶିଶୁର ସ୍ୱାସ୍ଥ୍ୟର ଯତ୍ନ ନିଆଯାଏ ।

କାର୍ଯ୍ୟକାରିତାର ଆଧାର

ଗୋଷ୍ଠୀରେ ସାଧାରଣ ଜନତାଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇବା ଏହାର ମୁଖ୍ୟ କାର୍ଯ୍ୟ । ସ୍ୱାସ୍ଥ୍ୟ ସୁବିଧା ପାଇବା ପାଇଁ ଥିବା ବ୍ୟାଘାତ ଗୁଡିକ ହଟାଇ ସମସ୍ତଙ୍କ ପାଇଁ ସ୍ୱାସ୍ଥ୍ୟ ସୁବିଧା ସୁଲଭ କରାଇବା, ମାନବ ସମ୍ବଳ ପରିଚାଳନା,  ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କାର୍ଯ୍ୟକ୍ରମ ଇତ୍ୟାଦି କରାଇବା ହେଉଛି ମୁଖ୍ୟ  ଆଧାର ।

ଅନୁଷ୍ଠାନର ଗଠନ

ଜାତୀୟ ସ୍ତରରେ NHMର ମିଶନ ଷ୍ଟେରିଙ୍ଗ ଗ୍ରୁପର ରହିଥାଏ, ଯାହାର ମୁଖ୍ୟ ହେଉଛନ୍ତି ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ମନ୍ତ୍ରୀ । ଏମୱାରିଙ୍ଗ ପୋଗ୍ରାମ କମିଟିର ମୁଖ୍ୟ ହେଉଛନ୍ତି  ସ୍ୱାସ୍ଥ୍ୟ ପରିବାର କଲ୍ୟାଣର  ସଚିବ । ରାଜ୍ୟସ୍ତର ମିଶନରେ  ନିଜେ ମୁଖ୍ୟମନ୍ତ୍ରୀ ଏହାର ମୁଖ୍ୟ ରହନ୍ତି । ସାରା ରାଜ୍ୟରେ ମିଶନର କାର୍ଯ୍ୟ କାରିତାକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସୋସାଇଟି ତଦାରଖ କରେ ।

ମୁଖ୍ୟ ଉଦ୍ଦେଶ୍ୟ

  • ଜନସାଧାରଣଙ୍କ ସ୍ୱାସ୍ଥ୍ୟ ସମସ୍ୟା ସମ୍ବନ୍ଧରେ  ପଞ୍ଚାୟତ ପ୍ରତିନିଧି ମାନଙ୍କ ଦକ୍ଷତା ବିକାଶ ।
  • ମହିଳା ସ୍ୱାସ୍ଥ୍ୟକର୍ମୀ ( ଆଶା)ଙ୍କ ଦ୍ଵାରା ପ୍ରତ୍ୟେକ ଘରେ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ।
  • ପଞ୍ଚାୟତ ସ୍ତରରେ ପ୍ରତ୍ୟେକ ଗାଁରେ ସ୍ୱାସ୍ଥ୍ୟ ଯୋଜନା, ଗ୍ରାମ୍ୟ ସ୍ୱାସ୍ଥ୍ୟ କମିଟି ଦ୍ଵାରା ଗଠନ କରାଯାଏ ।
  • ସବସେଣ୍ଟରକୁ କ୍ଷମତାଶାଳୀ କରି ଅଧିକା ଲୋକଙ୍କୁ ନିଯୁକ୍ତି ଦେବା ।
  • କମୁନିଟି ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକୁ ଅତ୍ୟାଧୁନିକ କରି ୩୦ ରୁ ୫୦ ଶର୍ଯ୍ୟା ବିଶିଷ୍ଟ କରାଇବା ।
  • ଜାତୀୟ, ରାଜ୍ୟ ଓ ଜିଲ୍ଲାର ସ୍ୱାସ୍ଥ୍ୟ ମିଶନକୁ ବୈଷୟିକ ସହାୟତା ଯୋଗାଇବା ।
  • ତଥ୍ୟ ସଂଗ୍ରହକୁ ଶକ୍ତିଶାଳୀ କରିବା ସହ ଯୋଜନା ତଦାରଖ ଓ ପରିଦର୍ଶନ କରିବା ।

ଅନ୍ୟାନ୍ୟ ଉଦ୍ଦେଶ୍ୟ

  • ଗ୍ରାମାଞ୍ଚଳରେ ଅଣ ଆନୁଷ୍ଠାନିକ ସୁଲଭ ସ୍ୱାସ୍ଥ୍ୟ ସେବା ଯୋଗାଇବା ।
  • ପବ୍ଲିକ – ପ୍ରାଇଭେଟ ଅଂଶଦାରୀକୁ ପ୍ରୋତ୍ସାହନ ଦେବା  ।
  • ସ୍ୱାସ୍ଥ୍ୟ ଚିକିତ୍ସାରେ ଆୟୁବେଦିକକୁ ସାମିଲ କରିବା ।
  • ଚିକିତ୍ସା ବିଜ୍ଞାନର ନୈତିକତା, ଚିକିତ୍ସା ପାଠ୍ୟକ୍ରମରେ ଅନ୍ତର୍ଭୁକ୍ତ ।

ଆନୁଷ୍ଠାନିକ ପରିଚାଳନା

  • ଗ୍ରାମ୍ୟ ସ୍ୱାସ୍ଥ୍ୟ ଓ ପରିମଳ ସମିତି (ଗ୍ରାମ୍ୟ ସ୍ତରରେ ପଞ୍ଚାୟତ ପ୍ରତିନିଧି, ANM / MPW, ଅଙ୍ଗନୱାଡି କର୍ମୀ, ଶିକ୍ଷକ, ଆଶା, ଗୋଷ୍ଠୀ ସ୍ଵେଚ୍ଛାସେବି ।
  • ପବ୍ଲିକ ହସ୍ପିଟାଲକୁ ଗୋଷ୍ଠୀ ପରିଚାଳନା ପାଇଁ ରୋଗୀ କଲ୍ୟାଣ ସମିତି ଗଠନ ।
  • ରାଜ୍ୟ ସ୍ୱାସ୍ଥ୍ୟ ମିଶନକୁ ମୁଖ୍ୟମନ୍ତ୍ରୀ ଏବଂ ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ସ୍ୱାସ୍ଥ୍ୟ ମିଶନ ମୁଖ୍ୟ ପଦରେ ରହନ୍ତି ।
  • ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ମିଶ୍ରଣ ।

ଏହି  ଜାତୀୟ ସ୍ୱାସ୍ଥ୍ୟ ମିଶନ ଗାଇଡଲାଇନ ବିଷୟରେ ଜାଣିବା ପାଇଁ,କ୍ଲିକ କରନ୍ତୁ

ଆଧାର - ଜାତୀୟ ସ୍ୱାସ୍ଥ୍ୟ ମିଶନ ପ୍ରୋଟାଲ

Last Modified : 5/11/2021



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate