ହୋମ / ସ୍ଵାସ୍ଥ୍ୟ / ନୀତି ଓ ଯୋଜନା / ସ୍ୱାସ୍ଥ୍ୟସେବା ଓ ଆମର ଅଧିକାର
ସେଆର କରନ୍ତୁ

ସ୍ୱାସ୍ଥ୍ୟସେବା ଓ ଆମର ଅଧିକାର

ସ୍ୱାସ୍ଥ୍ୟ ସେବା ପାଇବାରେ ରୋଗୀମାନଙ୍କର ଅଧିକାର ସମ୍ବନ୍ଧରେ ସୂଚନା ଏଠାରେ ପ୍ରଦାନ କରାଯାଇଛି

ଉପକ୍ରମ

ରୋଗୀମାନଙ୍କ ଅଧିକାର ସଂପର୍ଣ୍ଣ ନୂଆ କହିଲେ ଚଲେ ଏବଂ ଏହା ଆମ ଦେଶ ଭାରତରେ ଅବହେଳିତ । ଯଦି ଓ ଜଣେବ୍ୟକ୍ତିର ଅଧିକାର ଆଇନ ସଂହିତାରେ ଲିପିବଦ୍ଧ ଯଥା ମାନବିକ ଅଧିକାର, ଶିଶୁ ଅଧିକାର ଇତ୍ୟାଦି କିନ୍ତୁ ରୋଗୀର ଅଧିକାର ପ୍ରକାରନ୍ତରେ ଲୁକାୟିତ ଯାହା ରୋଗୀମାନଙ୍କ ପାଇଁ ଆଜଣ ଏବଂ ରୋଗୀ ତାହାର ଅଧିକାର ସାବ୍ୟସ୍ତ କରିବାରେ ସଂପର୍ଣ୍ଣ ଅଜ୍ଞ । ଏହି ପରିପ୍ରେକ୍ଷୀରେ ଆମର ଉପଲବ୍ଧ ଆଇନ ଯଥା ଖାଉଟି ସୁରକ୍ଷା ଆଇନ୍, ଜନସ୍ୱାସ୍ଥ୍ୟ ଅଧିକାର ଆଇନ ଇତ୍ୟାଦିର ତର୍ଜମା  କରି ରୋଗୀ ସେବା ପାଇବାର ଅଧିକାର ସାବ୍ୟସ୍ତ କରିବା ନିହାତି ଆବସ୍ୟକା। ଆମେ ସମସ୍ତେ ଯେତେବେଳେ ରୋଗୀର ସ୍ୱାସ୍ଥ୍ୟ ଅବସ୍ଥାକୁ ଏକ ଦୁଃସ୍ଵପ୍ନ ରୂପେ ଧରିଥାଉ  ସେତେବେଳେ ପୁସ୍ତିକାର ପରିପ୍ରକାଶ, ଯାହା ବିଭିନ୍ନ ଆଇନ ମଧ୍ୟରେ ରୋଗୀର ଅଧିକାର ସରଳ ଭାବରେ ନଥିଭୁକ୍ତି କରି ରୋଗୀ ସେମାନଙ୍କ ପରିବାର ନିକଟରେ ଉପଲବ୍ଧ କରାଇ ସ୍ୱାସ୍ଥ୍ୟ ସେବ ପ୍ରଦାନକାରୀଙ୍କ ମଧ୍ୟ ପରସ୍ପରର କର୍ତ୍ତବ୍ୟ ଓ ଦାୟିତ୍ଵ ବାବଦରେ ସଚେତନ କରାଇବା

  • ସ୍ୱାସ୍ଥ୍ୟ ପ୍ରଦାକାରୀଙ୍କ ଠାରୁ ବାସ୍ତବ ସ୍ବାସ୍ଥ୍ୟସେବା ପାଇବାର ପ୍ରତ୍ୟାଶା ବାବଦରେ ସାଧରଣ ଲୋକଙ୍କୁ ସଚେତନ କରାଇବା
  • ଯେଉବ ଏନ.ଜି.ଓ ମାନେ ରୋଗୀ ଅଧିକାର ବାବଦରେ କର୍ତ୍ତବ୍ୟରତ ଏବଂ ଜନ ଓକାଲାତି କରିବା ପାଇଁ ଇଚ୍ଛୁକ ସେମାନଙ୍କୁ ଏକ ସଦ୍ୟପ୍ରସ୍ତୁତ ପୁସ୍ତକ ଯୋଗାଇଦେବା
  • ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀ ବ୍ୟକ୍ତିଙ୍କ ଅଧିକାର ବିଷୟରେ ସଚେତନା ସୃଷ୍ଟି କରିବା
  • ରୋଗୀ ଏବଂ  ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀଙ୍କ ସହାୟତା ଗ୍ରହଣ ଏକ ଖୋଲା ମଞ୍ଚ ଯୋଗାଇଦେବା ଯାହା ସେମାନଙ୍କ ମଧ୍ୟରେ ଏକ ଉତ୍ତମ ବାତାବରଣ ସୃଷ୍ଟି କରିବା ସହିତ ରୋଗୀର ଜ୍ଞାନ ପ୍ରାପ୍ତି ସହିତ ରୋଗୀ ଉନ୍ନତ ସେବା ପାଇପାରିବ

ଜଣେ ରୋଗୀର ଅଧିକାର ଗୁଡିକ କ?

୧. ରୋଗରୁ ଦୂରେଇ ରହିବା ପାଇଁ ସରକାରଙ୍କ ଦ୍ଵାରା ପ୍ରଦତ୍ତ ସମସ୍ତ ସ୍ୱାସ୍ଥ୍ୟ ସେବା ଜେନ ବ୍ୟକ୍ତି ପାଇବାର ଅଧିକାର ଅଛି। ରୋଗ ପ୍ରତିରୋଧ ସଂପର୍କିତ ସମସ୍ତ ସୂଚନା ଜେନ ବ୍ୟକ୍ତି ଜନସ୍ୱାସ୍ଥ୍ୟ ଅଧିକାର ବା ସ୍ୱାସ୍ଥ୍ୟ ବିଭାଗ ଠାରୁ ପାଇବା ଏଥିରେ ଅନ୍ତର୍ଭୁକ୍ତ । ଏଣୁ ଏହି ଅଧିକାର ମଧ୍ୟରେ ସ୍ଵଚ୍ଛ ପବନ ( ନିଶ୍ଵାସ ଓ ପ୍ରଶ୍ଵାସ )ପାଇବା ଅଧିକାର ଏବଂ ପରିଷ୍କାର ଓ ସ୍ୱାସ୍ଥ୍ୟପ୍ରଦସ୍ଥାନରେ ରହିବା

ଅଧିକାର ଯଥା ଉତ୍ତମ ତାଙ୍କ ନିଷ୍କାସନ ବ୍ୟାବସ୍ଥା ଏବଂ ଅଳିଆ ଆର୍ବଜନାର ସଠିକ ବ୍ୟବସ୍ଥା ସାମିଲ ଅଟେ । ସେହିପରି ଜେନ ବ୍ୟକ୍ତି ସଠିକ୍ ତଥ୍ୟ ପାଇବାର ଧିକାର ଅଛି ଯଥା ଜଣେ ରୋଗୀ ଉପଯୁକ୍ତ ବ୍ୟକ୍ତିଠାରୁ ଚିକିତ୍ସା  ପାଇବା ଇତ୍ୟାଦି । ବିଶୁଦ୍ଧ ପାନୀଯ ଜଳ,ଖାଦ୍ଯ ଏବଂ ରୋଗରୁ ରକ୍ଷା ପାଇବା ପାଇଁ ପ୍ରତିଷେଧକ ଟୀକା ଠିକ୍ ସମୟରେ ସରକାରଙ୍କଠାରୁ ବୀନା ମୂଲ୍ୟରେ ପାଇବାର ଅଧିକାର ଅଛି । ଏହି ମଧ୍ୟରେ ପ୍ରତ୍ୟେକ ପିଲାର ଅଧିକାର ସେ ଯେପରି ତାର ମା ଠାରୁ ପରିଷ୍କାର ଓ ରୋଗ ମୁକ୍ତ କ୍ଷୀର ପିଇବାକୁ ପାଏ । ଏହା ସରକାରଙ୍କର ନୀତି ନିର୍ଦ୍ଧାରଣ ଲକ୍ଷ୍ୟ, ଉଦ୍ଦେଶ୍ୟରେ ସନ୍ନିହିତ ଏବଂ ପ୍ରତ୍ୟେକ ବ୍ୟକ୍ତି ପ୍ରତିଷେଧାତ୍ଜ ସ୍ୱାସ୍ଥ୍ୟସେବା ପାଇବା ପାଇଁ ହକଦାର ।

୨. ସ୍ଵାସ୍ଥ୍ୟ ସେବା ପାଇବାର ଅଧିକାର

ଜଣେ ବ୍ୟକ୍ତି ତାଙ୍କର ସ୍ୱାସ୍ଥ୍ୟ ଆବଶ୍ୟକତା ଅନୁସାରେ ସେବା ପାଇବାର ଅଧିକାର ଅଛି । ଏହି ସ୍ୱାସ୍ଥ୍ୟ ସେବା ଜାତି,ଧର୍ମ. ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କୁ ଉପଲବ୍ଧ ହେବ ଆବଶ୍ୟକ । ଜଣେ ବ୍ୟକ୍ତି ଯିଏ ଔଷଧ ଖର୍ଚ୍ଚ ବହନ କରିବା ପାଇଁ ଅସମର୍ଥ ତାଙ୍କର ମଧ୍ୟ ମାଗଣା ସ୍ୱାସ୍ଥ୍ୟସେବା ସରକାରଙ୍କଠାରୁ ପାଇବାର ଅଧିକାର ଅଛି । ଜଣଙ୍କର ବାସ ସ୍ଥାନ ଣ ଥାଇ ମଧ୍ୟ ସେ ଜରୁରୀକାଳିନ ଏବଂ ଅତ୍ୟାବଶ୍ୟକ ସ୍ୱାସ୍ଥ୍ୟ ସେବା ପାଇବାର ଅଧିକାର ଅଛି ଜଣେ ସାଧାରଣ ରୋଗୀ ଚିକିତ୍ସା ପାଇଁ ଯେତିକି ଅଧିକାର ଅଛି ସେହିପରି ଜଣେ ଦୁରାରୋଗ୍ୟ ମଧ୍ୟ ସମପରିମାଣରେ ସେବା ପାଇବା ପାଇଁ ହକଦାର ।

୩. ଜଣେ ରୋଗୀ ନିଜର ସ୍ୱାସ୍ଥ୍ୟ ଅବସ୍ଥା, ନିଜର ମେଡିକାଳ ରିପୋର୍ଟ, ରିପୋର୍ଟର ନକଲ, ସମସ୍ତ ରିପୋର୍ଟ ବାବଦରେ ପ୍ରଶ୍ନ ପଚାରିବାର ଅଧିକାର ଅଛି । ଏହିପରି କି ରିପୋର୍ଟର କିଛି ଭୁଲ ଉଲ୍ଲେଖ ଥିଲେ ତାକୁ ମଧ୍ୟ ସଂଶୋଧନ କରାଇବାର ଅଧିକାର ଅଛି ।

୩ (ଖ) ସ୍ୱାସ୍ଥ୍ୟସେବା ବାବଦରେ   ସମସ୍ତ ସୂଚନା ପାଇବା ଅଧିକାର

ସ୍ୱାସ୍ଥ୍ୟ ସେବା ସମ୍ଭଳିତ ସମସ୍ତ ତଥା ପାଇବାର ଅଧିକାର ଜଣେ ବ୍ୟକ୍ତିଙ୍କର ଅଛି । ଏଥିରେ ସ୍ୱାସ୍ଥ୍ୟ ସେବାର ବ୍ୟବହାର ବିଜ୍ଞାନ ସମ୍ମତ ଗବେଷଣା, ପ୍ରଯୁକ୍ତି ଇତ୍ୟାଦି ମଧ୍ୟ ଅନ୍ତର୍ଭୁକ୍ତି । ରୋଗୀ ସଂପର୍କିତ ସମସ୍ତ ସୂଚନା, ସ୍ୱାସ୍ଥ୍ୟସେବା, ବାବଦରେ ସ୍ୱାସ୍ଥ୍ୟ ପ୍ରଦାନକାରୀଙ୍କର ଏହା ଏକ କର୍ତ୍ତବ୍ୟ ଅଟେ । ଏହା  ସ୍ୱାସ୍ଥ୍ୟ ସେବାର ଏକ ମୌଳିକ – ଅଟେ ଯେପରି ସମସ୍ତ ସୂଚନା ସ୍ୱାସ୍ଥ୍ୟ ପ୍ରଦାନକାରୀଙ୍କ ମଧ୍ୟମରେ ଲୋକମାନଙ୍କ ପାଖରେ ପହଞ୍ଚେ । ଏହି ସୂଚନା ଉଭୟଙ୍କ ତରଫରୁ ବା ଘରୋଇ ହୋଇପାରେ କିନ୍ତୁ ଏହି ସୂଚନା ସଠିକ୍, ଭରସାଯୋଗ୍ୟ ଓ ସ୍ଵଚ୍ଛ ହୋଇଥିବା ଆବଶ୍ୟକ ।

୪. ମତାମତ ଦେବା ଅଧିକାର ଜଣେ ବ୍ୟକ୍ତି ନିଜର ସ୍ୱାସ୍ଥ୍ୟ ବିଷୟରେ ଯେକୌଣସି ନିଷ୍ପତ୍ତି ସେ ଯେପରି ଭଲଭାବରେ ନେଇପାରିବ ସେଥିପାଇଁ ସମସ୍ତ ସୂଚନା ସେ ପାଇବା ପାଇଁ ହକଦାର । ସମସ୍ତ ଚିକିତ୍ସା ପାଇବା ପାଇଁ ଏହି ସୂଚନା ନିହାତି ଆବଶ୍ୟକ ଅଟେ । ଚିକିତ୍ସା ଏବଂ ଅସ୍ତ୍ରୋପଚାର ଓ ଏଥିରେ ସନ୍ନିହିତ ବିପଦଅସୁବିଧା ପାର୍ଶ୍ଵପ୍ରତିକ୍ରିୟା ବାବଦରେ ସ୍ୱାସ୍ଥ୍ୟ ପ୍ରଦାନକାରୀ ବ୍ୟକ୍ତି ନିଶ୍ଚିତ ଭାବରେ ଆବଶ୍ୟକ ସୂଚନା ଦେବା ଅପରିହାର୍ଯ୍ୟ  । ଏହି ସୂଚନା ଜରୁରୀ ବା ଜୀବନନାଶକ ଅବସ୍ଥା ଛଡା ରୋଗୀକୁ ଅତି କମ୍ ରେ ୨୪ ଘଣ୍ଟା ଆଗରୁ ଜଣାଇବା ଆବଶ୍ୟକ । ଯାହାଦ୍ୱାରା ସେ ନିଜ ସ୍ୱାସ୍ଥ୍ୟ ବାବଦରେ ନିଷ୍ପତ୍ତି ନେବାରେ ସକ୍ଷମ ହୋଇପାରିବ । ରୋଗୀକୁ ଜଣାଥିବା ଭାଷା ବ୍ୟବହାର କରି ସରଳ ଭାଷାରେ ସ୍ୱାସ୍ଥ୍ୟ ପ୍ରଦାନକାରୀ ବୁଝାଇବା ଆବଶ୍ୟକ । ସମସ୍ତ କ୍ଷେତ୍ରରେ ଯେଉଁଠାରେ ରୋଗୀର ମତାମତ ଦେବା ପାଇଁ ଜଣେ ବୈଧ ପ୍ରତିନିଧି ଆବଶ୍ୟକ ତଥାପି ସେ କ୍ଷେତ୍ରରେ ମଧ୍ୟ ଯେତେ ଦୂର ସମ୍ଭବ ରୋଗୀକୁ ତାର ଚିକିତ୍ସା ବାବଦରେ ଜଣାଯିବା ଆବଶ୍ୟକ । ଜଣେ ରୋଗୀ ଚିକିତ୍ସା ସେବା ଗ୍ରହଣ କରିବା ପାଇଁ ମନା କରିଦେବାର ଅଧିକାର ଅଛି ବା ସେ ସେହି ଚିକିତ୍ସାକୁ ବଦଳାଇ ଅନ୍ୟ ଚିକିତ୍ସା କରିପାରେ । ସେହିପରି ନିଜର ସ୍ୱାସ୍ଥ୍ୟ ବାବଦରେ ସୂଚନା ଦେବାର ନାହିଁ କରିବାରେ ମଧ୍ୟାଧିକାର ଅଛି । ସେ ଯାହାହେଉ, ରୋଗୀକୁ ସର୍ବଦା ଆବଶ୍ୟକ ଓ ଉପଯୁକ୍ତ ସୂଚନା ପ୍ରଦାନ କରିବା ଅପରିହାର୍ଯ୍ୟ ଅଟେ ।

୫. ମୁକ୍ତ ପସନ୍ଦ ଅଧିକାର

ଜଣେ ରୋଗୀ କେଉଁ ପରୀକ୍ଷା ବା ନିରୀକ୍ଷା ବା ଚିକିତ୍ସା ଗ୍ରହଣ କରିବା ତାହା ବାଛିବାରେ ଅଧିକାର ରୋଗୀର ଅଛି । ସେହିପରି କେଉଁ ଡାକ୍ତରଙ୍କ ପାଖକୁ ବା ହାସପାତାଳକୁ  ଯିବ ତାହା ମଧ୍ୟ ରୋଗୀର ସମ୍ପର୍ଣ୍ଣ ଅଧିକାର ଅଟେ । ଏହିପର କ୍ଷେତ୍ରରେ ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ରୋଗୀକୁ ସମ୍ପୁର୍ଣ୍ଣ ସୂଚନା ତଥା କେଉଁ ଡାକ୍ତର ଉପଯୁକ୍ତ, ବା କେଉଁ ହାସପାତାଳ ତାଙ୍କ ପାଇଁ ଠିକ୍ ସେ ବ୍ୟବସ୍ଥା ମଧ୍ୟ ନିର୍ଦ୍ଦାରଣ କରାଯାଇଅଛି । ଜଣେ ରୋଗୀର ଏକ ନିର୍ଦ୍ଦିଷ୍ଟ ଡାକ୍ତର ପ୍ରତି ବିଶ୍ଵାସ ନଥିବା ସେ ମଧ୍ୟାଡାକ୍ତର ପରିବର୍ତ୍ତନ କରିପାରିବେ କିନ୍ତୁ ବାରମ୍ଵାର ପରିବର୍ତ୍ତନ ରୋଗୀ ପାଇଁ ଅହିତକର ହୋଇପାରେ ବା ଚିକିତ୍ସାରେ ଅବହେଳା ହୋଇପାରେ ।

୬. ଗୋପନୀୟତା ଅଧିକାର

ପ୍ରତ୍ୟେକ ବ୍ୟକ୍ତି ନିଜର  ଗୋପନୀୟତା ପ୍ରକାଶ ନ କରିବାର ଅଧିକାର ଅଛି । ଯଥା – ନିଜର ସ୍ୱାସ୍ଥ୍ୟ ବିଷୟରେ ବିଭିନ୍ନ ପରୀକ୍ଷା ଇତ୍ୟାଦି । ରୋଗୀ ସମ୍ବନ୍ଧୀୟ ସମସ୍ତ ସୂଚନା ଗୋପନୀୟ ବିବେଚିତ ହେବ ସହିତ ଗୁପ୍ତ ରଖାଯାଇଥାଏ । ବ୍ୟକ୍ତିଗତ ଗୋପନୀୟତା ପ୍ରତି ସର୍ବଦା ଧ୍ୟାନ ଦିଆଯିବା ଉଚିତ୍ । ଏପରିକି ପରୀକ୍ଷା ନିରୀକ୍ଷା ସମୟରେ ଯେଉଁନମାନଙ୍କ ଉପସ୍ଥିତି ଏକାନ୍ତି ଆବଶ୍ୟାକ ସେମାନଙ୍କ ବ୍ୟାତୀତ ଅନ୍ୟ କେହି ରହିବା ମଧ୍ୟ ରୋଗୀର ଅଧିକାରକୁ କ୍ଷୁର୍ଣ୍ଣ କରେ ।

୭. ରୋଗୀ ସମୟକୁ ସମ୍ମାନ ଦେବା ଅଧିକାର

ପ୍ରତ୍ୟେକ ବକତି ନିର୍ଦ୍ଧିଷ୍ଟ ସମୟରେ ଆବଶ୍ୟକ ସେବା ପାଇବାର ଅଧିକାର ଅଛି । ଏହି ଅଧିକାର ଚିକିତ୍ସା ସବୁ ସ୍ତରରେ ଉପଲବ୍ଧ । ସ୍ୱାସ୍ଥ୍ୟସେବା ପ୍ରକ୍ରିୟା ବ୍ୟକ୍ତି ଅପେକ୍ଷା କରିବା ସମୟ, କେତେ ସମୟ ମଧ୍ୟରେ କି ସେବା ପ୍ରଦାନ କରାଯିବ (ଜରୁରୀକାଲୀନ  ପରିସ୍ଥିତିରେ ) ଇତ୍ୟାଦିର ଏକ ଏବଂ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରି ରଖିବା ଆବଶ୍ୟକ । ଡାକ୍ତର ରୋଗୀକୁ ଆବଶ୍ୟକ ଯଥେଷ୍ଟ ସମୟ ଦେବା ଆବଶ୍ୟକ ।

୮. ଗୁଣାତ୍ଜକସେବା ନିରୀକ୍ଷଣରର ଅଧିକାର

ସ୍ୱାସ୍ଥ୍ୟ ସେବାର ମାନଦଣ୍ଡ ଅନୁଯାୟୀ ପ୍ରତ୍ୟେକ ବ୍ୟକ୍ତିଙ୍କର ସେବାର ଗୁଣାତ୍ଜକ ମାନ ନିରୀକ୍ଷଣ କରିବାର ଅଧିକାର ଅଛି । ଏହା  ଅର୍ଥ ସ୍ୱାସ୍ଥ୍ୟ ପ୍ରଦାନକାରୀ ବ୍ୟକ୍ତି ସସ୍ତୋଷଜଣକ ସେବା ପ୍ରଦାନ କରିବା ଉଚିତ୍ । ଏଥିରେ ରୋଗୀ ସ୍ଵଚ୍ଛନ୍ଦ କାର୍ଯ୍ୟଦକ୍ଷତା ଏବଂ ମାନବ ସଂପାର୍କ ଅନ୍ତର୍ଭୁକ୍ତି ।

୯. ନିରିପତ୍ତା ଅଧିକାର

ସ୍ୱାସ୍ଥ୍ୟ ବିଭାଗର ସେବା,ଭୁଲ ତ୍ରୁଟି କାରଣରୁ ଉପୁଜୁଥିବା କ୍ଷତିର ନିରାପତ୍ତା ଅଧିକାର ରୋଗୀର ଅଛି । ସେହିପରି ନିରାପତ୍ତାକୁ ଦୃଷ୍ଟି ଦେଇ ରୋଗୀ ସେବା ଗ୍ରହଣ ଅଧିକାର ଅଛି । ଏହି ଅଧିକାରକୁ ସ୍ଥିର ନିଶ୍ଚିତ କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ସମୟ ମୁତାବକ ମୋଡକାର ଯନ୍ତ୍ରପାତିର କର୍ଜ୍ଯାଖେମତ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଉପସ୍ଥିତି ତଦାରଖ କରିବା ଉଚିତ୍ । ସ୍ୱାସ୍ଥ୍ୟ  କର୍ମଚାରୀ ନିରାପତ୍ତାର ସମସ୍ତ ଦିଗକୁ ଆବଶ୍ୟକ ମୁତାବକ ଧ୍ୟାନ ଦେବା ଆବଶ୍ୟକ ।  ଆବଶ୍ୟକ ସ୍ଥଳେ ନିୟମିତ ପ୍ରଶିକ୍ଷଣ ପ୍ରଦାନ ଏବଂ କର୍ମଚାରୀଙ୍କର ଦକ୍ଷତା ବୃଦ୍ଧି ଏହିପରି ବିପଦଠାରୁ ଦୂରେଇ ରଖିବା ସହିତ ରୋଗୀ ନିରାପତ୍ତାକୁ ନିଶ୍ଚିତ କରାଯାଇପାରିବ ।

୧୦. ନୂତନତ୍ଵ ଜାଣିବାର ଅଧିକାର

ନୂତନ ପଦ୍ଧତି (ନିଦାନ) ସହିତ ଏହାର ଆର୍ଥିକ ଓ ଅର୍ଥନୈଟୀକା ଦିଗ ବାବଦରେ ଜାଣିବାର ଅଧିକାର ରୋଗୀର ଅଛି । ସ୍ୱାସ୍ଥ୍ୟ ବିଭାଗ ଜୈବ ମେଡିକାଲ ଦୂରାରୋଗ୍ୟ କ୍ଷେତ୍ରରେ ଆବଶ୍ୟକ ଗବେଷଣା କରି ଗବେଷଣା ଯତ୍ନବାନ ଲୋକ ପାଖରେ ପହଞ୍ଚାଇବା  ଆବଶ୍ୟକ ।

୧୧. ଅଯଥା କଷ୍ଟ ଓ ଯନ୍ତ୍ରଣାଠାରୁ ଦୂରେଇ ରହିବାର ଅଧିକାର

ଅସୁସ୍ଥାତାର ପ୍ରତି କ୍ଷେତ୍ରରେ ଯେପରି କଷ୍ଟ ଓ ଯନ୍ତ୍ରଣା ଲାଘବ ହୋଇପାରିବ ସେ ଅଧିକାରର ରୋଗୀ ପାଇବାର ଅଛି । ସ୍ଵସ୍ଥ୍ୟ ବିଭାଗ ଏଥିରେ ଆବଶ୍ୟାକ ପଦକ୍ଷେପ ନେଇ ରୋଗୀ ଯେପରି କଷ୍ଟ ଓ ଯନ୍ତ୍ରଣା ମୁକ୍ତ ସେବା ପାଇପାରିବ ତାହା ନିଶ୍ଚିତ କରିବା ଉଚିତ୍ ।

୧୨. ବ୍ୟକ୍ତିଗତ ଚିକିତ୍ସା ଅଧିକାର

ଜଣେ ବ୍ୟକ୍ତିର ନିଜର ଆବଶ୍ୟକତା ଅନୁଯାୟୀ ବ୍ୟକ୍ତିଗତ ଭାବରେ ସ୍ୱାସ୍ଥ୍ୟ ସେବା ପାଇବାର ଅଧିକାର ଅଛି । ସ୍ୱାସ୍ଥ୍ୟ ବିଭାଗ ବ୍ୟକ୍ତିର ଆବଶ୍ୟକତାକୁ ଧ୍ୟାନ ହେଇ ଏକ ଆର୍ଥିକ ଦିଗକୁ ବିଚାରକୁ ନେଇ ସ୍ୱାସ୍ଥ୍ୟ ସେବା ପ୍ରଦାନ ସ୍ଥିର ନିଶ୍ଚିତ କରିବା ଆବଶ୍ୟକ ।

୧୩. ଅଭିଯୋଗ କରିବାର ଅଧିକାର

ଜଣେ ବ୍ୟକ୍ତି ଯେତେବେଳେ କୌଣସି କ୍ଷେତ୍ରରେ ସମ୍ମୁଖୀନ ହୁଅନ୍ତି ବା ନିଜର ସନ୍ତୋଷମୁତାବକ ସେବା ବା ଚିକିତ୍ସା ନ ପାଆନ୍ତି ସେ ବାବଦରେ ତାଙ୍କର ଅଭିଯୋଗ କରିବାର ଅଧିକାର କରି, ସେ ମଧ୍ୟ ଅଭିଯୋଗର ସଠିକ୍ ଉତ୍ତର ପାଇବା ପାଇଁ ହକଦାର ତାଙ୍କ ଅଧିକାର ସାବ୍ୟସ୍ତ କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ସଂପୂର୍ଣ୍ଣ ଦାୟୀ, ରୋଗୀ ଅଧିକାର, ତ୍ରୁଟି ବିଚ୍ୟୁତିର ସୂଚନା ଓ ଅଭିଯୋଗ କରିବାର ଅଧିକାରର ଆଇନ ସମ୍ମତ । ଅଭିଯୋଗର ଉତ୍ତର ଲିଖିତ ଭାବରେ ଏକ ବିସ୍ତ୍ରୁତ ଭାବରେ ଏକ ନିର୍ଦ୍ଧିଷ୍ଟ ସମୟସୀମା ମଧ୍ୟରେ ହେବ । ଆବଶ୍ୟକ ଅଭିଯୋଗ ଏକ ନିର୍ଦ୍ଧାରିତ ମାନଙ୍କ ବ୍ୟଭାର ବନ୍ଦ କରାଯାଏ । ଅଭିଯୋଗକାରୀ ମଧ୍ୟ ଖିଲାପ ବିଶୁଦ୍ଧିରେ ବୌଧ ପଦକ୍ଷେପ ନେବାର ଅଧିକାର ଅଛି ।

୧୪. କ୍ଷତି ପୂରଣ ପାଇବା ଅଧିକାର

ଜଣେ ବ୍ୟକ୍ତି ଯେତେବେଳେ ଶାରିରୀକ, ନୌତିକ ଓ ମାନସ୍ଵତ୍ଵିକ ଦୃଷ୍ଟିରୁ ଚିକିତ୍ସା ସେବାରେ ଅସନ୍ତୁଷ୍ଟ ଏକ ନିର୍ଦ୍ଧିଷ୍ଟ ସମାସୀମା ମଧ୍ୟରେ କ୍ଷେତିପୂରଣ ପାଇବାର ଅଧିକାର ଅଛି । କେତେବେଳେ ଜଣେ ରୋଗୀର ଅଧିକାର ଗ୍ରହଣ ଯୋଗ୍ୟ ନୁହେଁ । ଜରୁରୀ ପରିସ୍ଥିତିରେ ଜଣେ ଡାକ୍ତର ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ବାଧ୍ୟ କିନ୍ତୁ କେତେକ କ୍ଷେତ୍ରରେ ଜଣେ ଡାକ୍ତର ସେବ ପ୍ରଦାନ ପାଇଁ ମନା କରି ଦେଇ ପାରନ୍ତି ବା ନିଜର ଅସମାର୍ଥ୍ୟ ପ୍ରକାଶ କରିଥାନ୍ତି । ଯଥା

  • ତାଙ୍କର କାର୍ଯ୍ୟ ନିର୍ଘଷ୍ଟ ବାହାରେ
  • ଚିକିତ୍ସା ସେବା ତାଙ୍କର ଯୋଗ୍ୟତା, ସାମର୍ଥ୍ୟ ବାହାରେ ବା ସେହି ଚିକିତ୍ସା ପାଇଁ ସୁବିଧା ସୁଯୋଗ ଏଥିଲେ
  • ଡାକ୍ତର ଅସୁସ୍ଥ ବା ତାଙ୍କର ଘରେ କହି ଅସୁସ୍ଥ ଥିଲେ
  • ଚିକିତ୍ସା ଜରୁରୀ ନଥିଲେ ବା ଡାକ୍ତର ନିଜ ଘରେ ସାମାଜିକ କାର୍ଯ୍ୟରେ ଲିପ୍ତ ଥିଲେ ଯଥା ବାହାଘର ଓ ଅନ୍ୟାନ୍ୟ ଘରୋଇ କାର୍ଯ୍ୟ ।
  • ସେ ଯଦି ନିଶାଦ୍ରବ୍ୟ ସେବନ କରୁଥାନ୍ତି ବା ତାଙ୍କର ମାନସିକ ସ୍ଥିତି ଭଲ ନାହିଁ । |
  • ରୋଗୀ ଚିକିତ୍ସା ମୂଲ୍ୟ ଦେବାରେ ଅବହେଳା କରେ ଏବଂ ଚିକିତ୍ସା ସେତେଟା ଜରୁରୀ ନୁହେଁ
  • ରୋଗୀ ବା ତାଙ୍କର ସଂପର୍କୀର  ସହଯୋଗୀ ମନୋଭାବ ପୋଷଣ କରନ୍ତି ନାହିଁ  ।
  • ରୋଗୀର ମତିଗତି ଠିକ ନଥାଏ ବା ଠିକାମି ପ୍ରକୃତିର ହୋଇଥାଏ
  • ରୋଗୀ ନିଜର ମତ ଦିଏ ନାହିଁ ବା ବିପଦପୂର୍ଣ୍ଣ ପରିସ୍ଥିତିକୁ ସମ୍ମୁଖୀନ ଦେବାକୁ ପ୍ରସ୍ତୁତ ହୁଏ ନାହିଁ
  • ରୋଗୀ ନିର୍ଦ୍ଧଷ୍ଟ ଔଷଧ ମଧ୍ୟା ଆମ୍ଫେତାମିନ୍, ଆଥଲେଟସ ବା ଷ୍ଟିରଏଡ୍ ଦାବୀ କରେ ।
  • ରୋଗୀ ସ୍ଵଳ୍ପ ମୂଲ୍ୟ ଔଷଧ ଗ୍ରହଣ କରେ ନାହିଁ ଏବଂ ଦାମିକା ଔଷଧ ପାଇବା ପାଇଁ ଜିଦ୍ ଧରେ
  • ରାତି ସମୟରେ ଡାକ୍ତରଙ୍କ ପାଖକୁ ଚିକିତ୍ସା ପାଇଁ
  • ବୀନା ଅଭିଭାବକରେ ଛୋଟ ପିଲା ବା
  • ଯଦି ସେହି ଜଣେ ଡାକ୍ତର ନୁହେଁ, ଅବସ୍ଥା ଜରୁରୀ ନୁହେଁ ଏବଂ ନୂଆ ରୋଗୀ

ରୋଗୀର ଅଧିକାର ପ୍ରଶ୍ନ ବାଚକ ଯେତେବେଳେ

୧. ଶେଷ ଅବସ୍ଥାରେରୋଗୀ ଡାକ୍ତରଙ୍କ ପାଖେ ପହଞ୍ଚେ

୨. ଡାକ୍ତର ଦେଖା କରିବା ସମୟ ରୋଗୀକୁ ସୁହାଏ ନାହିଁ ଏବଂ ଅଭିଯୋଗ ଧରି ସନ୍ଧି ମୂଳକ

୩. ଆଗୁରୁ ଚିକିତ୍ସା ପାଇଥିବା କାଗଜପତ୍ର ନ ଦେଖାଏ

୪. ଡାକ୍ତରଙ୍କ ପାଖରେ ସତ୍ୟତା ଗୋପନୀୟ ରଖେ

୫. ରୋଗୀର ଇତିହାସ ଜାଣିବାରେ ଡାକ୍ତର ଅସମର୍ଥ ହୁଅନ୍ତି

୬. ରୋଗୀ ଡାକ୍ତରଙ୍କୁ ଔଷଧ, ଉପଚାର ସମ୍ବନ୍ଧର ଅଯଥା ପ୍ରଶ୍ନ ପଚାରେ

  • ଡାକ୍ତରଙ୍କ ପ୍ରଦତ୍ତ ଔଷଧ ଚିଠାରେ ରୋଗୀ ଔଷଧ କିଣେ ନାହିଁ
  • ଔଷଧ ଡାକ୍ତରଙ୍କ ପରାମର୍ଶ ମୁତାବକ ରୋଗୀ ଖାଏ ନାହିଁ ।
  • ଡାକ୍ତରଙ୍କ ଉପଦେଶ ଗ୍ରହଣ କରେ ନାହିଁ ।
  • ଡାକ୍ତରଙ୍କ କହିବ ମୁତାବକ ରୋଗୀ ଡାକ୍ତରଙ୍କୁ ଦେଖା ନ କରେ ।
  • ଡାକ୍ତରଙ୍କ ଜ୍ଞାନ ବାହାରେ ରୋଗୀ ଅନ୍ୟାନ୍ୟ ଔଷଧ ସେବନ କରେ ।

ମନେ ରଖନ୍ତୁ

  • ଡାକ୍ତର ମଧ୍ୟ ଜଣେ ମଣିଷ । ତାଙ୍କର ପରିବାର ପାଇଁ କିଛି କର୍ତ୍ତବ୍ୟ ଅଛି ।
  • ସେବା  ପ୍ରଦାନ ତାଙ୍କର ବୃତ୍ତି ।
  • ଏହି ବୃତ୍ତିରୁ ସେ ରୋଜଗାର କରିଥାଆନ୍ତି ।
  • ତାଙ୍କର ମଧ୍ୟ ସକାରାତ୍ମକ ଜୀବନଧାରଣର ଅଧିକାର ଅଛି ।

ସ୍ଵାସ୍ଥ୍ୟା ରକ୍ଷା ନିର୍ଦ୍ଦେଶାବଳୀ

  • ଡାକ୍ତର ଜଣକ ଭାରତର ମେଡିକାଲ କାଉନ୍ ସିଲ୍ ବା ରାଜ୍ୟ ମେଡିକାଲ କାଉନ୍ ସିଲ୍ ଦ୍ଵାରା ପଞ୍ଜିକୃତ ବା ନୁହେଁ ।
  • ଡାକ୍ତର ବିଶେଷଜ୍ଞ କି ନୁହେଁ ।
  • ଡାକ୍ତର ଯୋଗ୍ୟତା ଏହି ଯୋଗ୍ୟତା ମୂଳକ ପ୍ରାପ୍ତ ବା ନୁହେଁ ।
  • ଡାକ୍ତର ସ୍ଥାନୀୟ ଡାକ୍ତରଖାନାରେ କାମ କରନ୍ତି କି ନାହିଁ ।
  • ସେ କେଉଁଠାରୁ ପ୍ରଶିକ୍ଷଣ ପାଇଥିଲେ ।
  • ସେ କେତେ ଦିନ ଧରି ସେହି ଜାଗାରେ ରହୁଛନ୍ତି ।
  • ସେ ସହଜରେ ମିଳନ୍ତି କି
  • ତାଙ୍କୁ ଦେଖା କରିବା ପାଇଁ କାହାଦ୍ଵାରା ସମୟସୀମା
  • ସେ ରୋଗୀକୁ ବହୁତ ସମୟ ଅପେକ୍ଷା କରାନ୍ତି କି
  • ସେ ରାତିରେ ଫୋନ୍ ମାଧ୍ୟମରେ ଉପଲବ୍ଧ କି ଜରୁରୀ ଜରୁରୀ ଅବସ୍ଥାରେ ରୋଗୀ ତାଙ୍କୁ ପାଖରେ ପହଞ୍ଚି ପାରିବ କି
  • ସେ ନଥିବା ବେଳେ କିଏ ରୋଗୀ ଦେଖନ୍ତି
  • ସେ କେବଳ ରୋଗୀ ଦେଖନ୍ତି ଓ ଚିକିତ୍ସା କରନ୍ତି କି ବା ତାଙ୍କର ଅନ୍ୟାନ୍ୟ ଆଗ୍ରହ ଯଥା ପ୍ରୟୋଗଖାନା ବା ଅନ୍ୟାନ୍ୟ କାର୍ଯ୍ୟରେ ଲିପ୍ତ ।

ଆପଣ ଯେତେବେଳେ ଜଣେ ଡାକ୍ତରଙ୍କ ପାଖକୁ ଯାଆନ୍ତି

  • ଜୀବ ପୂର୍ବରୁ ଆପଣଙ୍କ ପ୍ରଶ୍ନଗୁଡିକ ଲେଖି ରଖୁନ୍ତୁ । ମୁଖ୍ୟ ପ୍ରଶ୍ନଗୁଡିକୁ ଆଗ ଲେଖନ୍ତୁ । ଏହା ଦ୍ଵାରା ଆପଣ ନିଜ ପ୍ରଶ୍ନର ଉତ୍ତର ଡାକ୍ତରଙ୍କଠାରୁ ଭଲ ଭାବରେ ପାଇପାରିବେ ।
  • ଡାକ୍ତରଙ୍କ ପାଖକୁ ଜୀବ ସମୟରେ ସମସ୍ତ କାଗଜପତ୍ର ସାଙ୍ଗରେ ନେଇ ଯାଆନ୍ତି ।
  • ଆପଣ କେତେବେଳେ ଓ କେତେଥର ଔଷଧ ଖାଉଥିଲେ ଲେଖି ରଖନ୍ତୁ ।
  • ନିଜ ସ୍ୱାସ୍ଥ୍ୟ ବିଷୟରେ ସମସ୍ତ କଥା ଡାକ୍ତରଙ୍କୁ କୁହନ୍ତୁ ।
  • ଆପଣଙ୍କର ମୁଖ୍ୟ ସ୍ୱାସ୍ଥ୍ୟ ସମସ୍ୟା କ’ଣ ଡାକ୍ତରଙ୍କ ସହିତ ଆଲୋଚନା କରନ୍ତୁ ।
  • ବେଳେବେଳେ ସବୁକଥା କହିବାକୁ ଖରାପ ଲାଗିଥାଏ । କିଛି ନ ଲୁଚାଇ ସବୁ ଖୋଲି କୁହନ୍ତୁ । ଡାକ୍ତର ଆପଣଙ୍କ ବିଷୟରେ ଯେତେ ଭଲ ଜାଣିବେ ସେତେଭଲ ଚିକିତ୍ସା ହେଇପାରିବେ ।
  • ଯଦି ଆପଣ ରଞ୍ଜନ ରଶ୍ଜି, ବିଭିନ୍ନ ପରୀକ୍ଷା କରିଥାଆନ୍ତି ସେଗୁଡିକର ରିପୋର୍ଟ ଡାକ୍ତରଙ୍କୁ ଦେଖାନ୍ତି ।
  • ଯଦି ଆପଣ ଡାକ୍ତରଙ୍କ କଥା ନ ଭୁଜ୍ୟ ପାରନ୍ତି ତେବେ ଡାକ୍ତରଙ୍କୁ ଚିତ୍ର ମାଧ୍ୟମରେ ବୁଝାଇବା ପାଇଁ କହିପାରିବେ ।
  • ଡାକ୍ତରଙ୍କ ପାଖରେ ବୁଝାଇବାକୁ ସମୟ ନଥିଲେ ନର୍ସ ଅନ୍ୟାନ୍ୟ କର୍ମଚାରୀଙ୍କୁ ସହିତ କଥା ହୁଆନ୍ତୁ ନଚେତ୍ ପୁନର୍ବାର ଡାକ୍ତରଙ୍କ ପାଖକୁ ଆସନ୍ତୁ ।
  • ନିଜର ଚିକିତ୍ସା ଭଲ ଭାବରେ କରିବା ପାଇଁ ଡାକ୍ତରଙ୍କୁ ଲେଖି କରି ଦେବା ପାଇଁ କୁହନ୍ତୁ ।
  • ଅଧିକାର ଜାଣିବା ପାଇଁ ବିଭିନ୍ନ ଉପାୟ ବାବଦରେ ଡାକ୍ତରଙ୍କୁ ପଚାରନ୍ତୁ ।

(ଖ) ପରୀକ୍ଷା ପାଇଁ ୟୁକ୍ତି ସଂଗତ ଉପାୟ

  • ରକ୍ତ ପରୀକ୍ଷା, ରଞ୍ଜନ ରଶ୍ଜି ଏବଂ ଅନ୍ୟାନ୍ୟ ପରୀକ୍ଷା ଆପଣ ସ୍ୱାସ୍ଥ୍ୟ ବିଷୟରେ ଭଲ ଭାବରେ ଜାଣିବା ପାଇଁ ଡାକ୍ତରଙ୍କୁ ସୁଯୋଗ ଦେଇଥାଏ ।

ନିର୍ମ୍ନରେ କେତେଗୁଡିଏ ପ୍ରଶ୍ନ ଦିଆଗଲା ଯାହା ଆପର ପରାରିବା ପାଇଁ ଇଛା କରିପାରନ୍ତି ।

  • ପ୍ପରୀକ୍ଷା କିପରି ହୁଏ ଏବଂ କେତେ ସମୟ ନିଏ
  • ପରୀକ୍ଷା ଦ୍ଵାରା କ’ଣ ହେବ
  • ପରୀକ୍ଷା କିଛି ସମସ୍ୟା ସୃଷ୍ଟି କରିବା କି
  • ପରୀକ୍ଷା ପାଇ କେତେ ଖର୍ଚ୍ଚ  ହେବ
  • ଏହା ଯନ୍ତ୍ରଣାଦାୟକ ହେବ କି
  • ପରୀକ୍ଷା  ଜନିତ କିଛି ବିପଦଅଛି କି
  • ପରୀକ୍ଷା ପୂର୍ବରୁ ମୋତେ କିଛି କହିବାକୁ ପଡିବ କି
  • ମୁଁ କିପରି ପରୀକ୍ଷାର ଫଳାଫଳ ଜାଣିବି ଏବଂ ଜାଣିବା ପାଇଁ କେତେ ସମୟ  ଲାଗିବ

ଲ ଅଫ୍ କଣ୍ଟ୍ରାକ୍ଟ ଏକ ନିର୍ଦ୍ଦିଷ୍ଟ ବୁଝାମଣା ଡାକ୍ତର ଓ ରୋଗୀ ମଧ୍ୟ ହୁଏ, ଏହା ମୋଖିକ ବା ଲିଖିତ ହୋଇପାରେ ଯାହା ଦ୍ଵାରା ଡାକ୍ତର ରୋଗୀର ଚିକିତ୍ସା କରନ୍ତି ଏବଂ ରୋଗୀ ଚିକିତ୍ସା ବାବଦରେ ମୂଲ୍ୟ ହେଇଥାଆନ୍ତି । ତାହାର ବୁଝାମଣା ଅନୁସାରେ ନିଜେ  ନିଜର କାମ କରିଥାଆନ୍ତି ।

ଲ ଅଫ୍ ଟର୍ଟ ମୁଖ୍ୟ ଅବହେଳାର ମେଡିକାଲ ଅବହେଳା ଏକ ଅଂଶ ଅଟେ । ଏହା ସଂସଦର କୌଣସି ଆଇନ ନୁହେଁ କିନ୍ତୁ ବିଭିନ୍ନ କୋର୍ଟ ନିଷ୍ପତ୍ତିକୁ ଆଧାର କରି ଜନମାନଙ୍କ ଦ୍ଵାରା ପ୍ରଚଳିତ ଏକ ଆଇନ । ଏଥିରେ ରୋଗୀକୁ ଦଣ୍ଡ ବିଧାନ ସ୍ୱରୂପ କ୍ଷତି ପରିମାଣ ଭରଣ କରିବାକୁ ପଡିଥାଏ । ମେଡିକାଲ ବାହାରେ ଯଦି ଜଣେ ଡାକ୍ତର ଏପରି କିଛି ଅବହେଳା କରନ୍ତି ଓ ସେହି ଅବହେଳା ଉଦ୍ଦେଶ୍ୟମୂଳକ ଓ ଜ୍ଞାତସାରରେ ଏବଂ ଅନ୍ୟ ଜଣେ ଡାକ୍ତରଙ୍କ ପାଖରେ ଚିକିତ୍ସା କରାଯାଇଥିଲେ ସେହି ପ୍ରକାର ଅବହେଳା ହୋଇନଥାଆନ୍ତା, ଏପରି କ୍ଷେତ୍ରରେ ଡାକ୍ତରଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥାଏ । ଏଥିରେ ମଧ୍ୟାରୋଗୀର ତରଫରୁ ଅବହେଳା ସାମିଲ୍ ଥାଏ ଯାହାକୁ କଣ୍ଟ୍ରିବୁଟୋରି ନେଗ୍ଲିଜେନ୍ସ କୁହାଯାଏ ।

୩) ଖାଉଟି ସୁରକ୍ଷା ଆଇନ୍

ଖାଉଟି ସୁରକ୍ଷା ଅଧିଗ୍ରହଣ ନାମରେ ଜାତି ସଂଘରେ ୧୯୫୮ ମସିହାରେ ଏହି ଅଧିଗ୍ରହଣ ପ୍ରଚାଳନ କାଲେ (ନଂ ୨୩୯/୨୪୮) ଯାହା ବିକାଶଶୀଳ ଦେଶରେ ଖାଉଟିମାନଙ୍କର ସ୍ଵାର୍ଥ ରକ୍ଷା ଲାଗି ଉଦ୍ଦିଷ୍ଟ ଥିଲା । ଏକ ସଦସ୍ୟ ଦେଶ ଭାବରେ ୧୯୮୬ ମସିହାରେ ଭାରତରେ ଏହା ପ୍ରଚାଳନ ହେଲା । ଏହା ସେତେବେଳେ ମେଡିକାଲ ସେବା କ୍ଷେତ୍ରରେ ହଇଚଇ ସୃଷ୍ଟି କରିଥିଲା । ଏଥିରେ କେତୋଟି ମୌଳିକ ପ୍ରଶ୍ନ ମୁଣ୍ଡ ଟେକିଥିଲା ଯଥା

  • ଡାକ୍ତର ଏହି ଆଇନ ପରିସରକୁ ଆସୁଛନ୍ତି କି
  • ସରକାରୀ ଡାକ୍ତର ଏଥିରେ ଅନ୍ତର୍ଭୁକ୍ତ କି ? ଏହାକୁ ସୁପ୍ରିମ୍ କୋର୍ଟ ବିଚାର କରି ଏମାନେ ଆଇନ ଅଧିନର  ଅନ୍ତର୍ଭୁକ୍ତ ବୋଲି ନିଷ୍ପତ୍ତି ହୋଇଥିଲେ ।
  • ଏଥିରେ ଜିଲ୍ଲା ଫୋରମ୍ ରେ ୫,୦୦,୦୦୦.୦୦ କ୍ଷତି ପୂରଣ ନିମନ୍ତେ ସ୍ଥିର କରାଗଲା, ସେହିପରି ରାଜ୍ୟ  ଫୋରମ୍ ୫-୨୦ ଲକ୍ଷ ଏବଂ ଯାନୀୟ କମିସନ୍ ୨୦ ଲକ୍ଷରୁ ଉର୍ଦ୍ଧ୍ଵ କ୍ଷତିପୂରଣ ପାଇଁ ସ୍ଥିର କରାଗଲା ।
  • ସୁପ୍ରିମ୍ କୋର୍ଟ ଚୁଡାନ୍ତ ଅଧିକାରୀ ରହିଲେ

କ) କିଏ ଅଭିଯୋଗ କରିପାରିବେ

  • ରୋଗୀ ବା ରୋଗୀର ବୌଧ ଉତ୍ତରାଧିକାରୀ
  • ପଞ୍ଜିକୃତ ଖାଉଟି ସଂସ୍ଥା

ଖ) ଅଭିଯୋଗର ଭିତ୍ତିଭୂମି କ’ଣ

  • ଚିକିତ୍ସା ଅବହେଳା
  • ଚିକିତ୍ସା ମାନବତ୍ତା,ପ୍ରକାରରେ ଅନିୟମିତତା
  • ଚିକିତ୍ସା ସେବା ଗୁଣାତ୍ମକର ମିଥ୍ୟା ଦାବୀ
  • ଆମେ ଯାହା ଜାଣିବାକୁ ଚାହୁଁଛୁ ତାହା କେବଳ ପରୀକ୍ଷା ଦ୍ଵାରା ଜଣ ପଡିବ କି  ଯଦି ଅନ୍ୟାନ୍ୟ ବାଟ ଅଛି ସେଗୁଡିକ କ’ଣ କ’ଣ
  • ମୋର ଅନ୍ୟାନ୍ୟ ପରୀକ୍ଷା ଆବଶ୍ୟକ କି
  • ପରୀକ୍ଷା ପରେ କ’ଣ ହେବ

ମାନେ ରଖନ୍ତୁ

ରୋଗୀ ଯେତେବେଳେ ଡାକ୍ତର ସହିତ ଭାବରେ ମିଶନ୍ତି ଓ ସବୁ କଥା କୁହନ୍ତି ଏହା ରୋଗୀର ସବୁବେଳେ ହିତସାଧନ କରିଥାଏ । ଆପଣ ପରେ କଥା ହେବା ରେ ଜାଣିପାରିବେ ଏହା କେତେ ସହଜ ଜଣେ ଡାକ୍ତରଙ୍କ ସାଙ୍ଗରେ କଥା ହେବ । ଆପଣ ମଧ୍ୟ ଜାଣି ପାରିବେ କେତେ ଭଲ ଭାବରେ ଡାକ୍ତର ଆପଣଙ୍କର ଆବଶ୍ୟକତା ମେଣ୍ଟାଇ ପାରିବେ ।

(ଗ) ନିଦାନ ଆପଣ କ’ଣ କରିବା ଉଚିତ୍

ଆପଣଙ୍କ ଡାକ୍ତରଙ୍କୁ ପଚାରିପାରିବେ ଆପଣଙ୍କର ସମସ୍ୟା କ’ଣ ଓ ଏହା ପ୍ରଭାବ ଆପଣଙ୍କ ଉପରେ ଓ ପରିବାର ଉପରେ ପକାଇବ

ଆପଣ ନିମ୍ନ ପ୍ରଶ୍ନ ପଚାରିବାକୁ ଇଛା ପ୍ରକାଶ କରିପାରିନ୍ତି ।

  • ମୋର କ’ଣ ଅସୁସ୍ଥତା ଅଛି
  • ଏଥିପାଇଁ ମାଥେ କ’ଣ କରିବାକୁ ପଡିବ
  • ମୋର ଦୈନଦିନ କାର୍ଯ୍ୟରେ କିଛି ପରିବର୍ତ୍ତନ ଆବଶ୍ୟକ କି
  • ମୋ ପରିବାରରେ ସେହି ଅସୁସ୍ଥତା ଆଉ କେହି ପଡିବେ କି
  • ମୋର ଘରେ ବିଶେଷ ଯନ୍ତ୍ର ଦରକାର କି, ଯଦି ହିଁ କି ପ୍ରକାରର ଯନ୍ତ୍ର
  • ଆପଣଙ୍କ ପାଖେ କିଛି ଅଛି କି ଯାହା ମୁଁ ଘରକୁ ନେଇ ମୋ ସମସ୍ୟା ବାବଦରେ ପଢି ପାରିବି
  • ମୋ ସ୍ୱାସ୍ଥ୍ୟ ସମସ୍ୟାକୁ ଲାଘବ କରିବା ପାଇଁ ଏପରି କିଛି ଗୋଷ୍ଠି ଅଛନ୍ତି କି

(ଘ) ଚିକିତ୍ସା ବାବଦରେ ନିଷ୍ପତ୍ତି ନେବା

ଆପଣଙ୍କ ଚିକିତ୍ସା ଉପାୟ ବିଷୟରେ ଜାଣନ୍ତୁ ।

ଏକ ସ୍ୱାସ୍ଥ୍ୟ ସମସ୍ୟାକୁ ଚିକିତ୍ସା କରିବା ପାଇଁ ବିଭିନ୍ନ ଉପାୟ ଅଛି । ଏହା ଉପାୟ ସବୁ ହେଲା

  • ବିଶେଷଜ୍ଞଙ୍କୁ ଦେଖା କରିବା ଉଦାହରଣ ସ୍ୱରୂପ ଯଦି ଆପଣଙ୍କର ବହୁତ ସମସ୍ୟା ଅଛି ଆପଣଙ୍କ ଡାକ୍ତର ଆପଣଙ୍କୁ ହୃଦୟ ବିଶେଷଜ୍ଞଙ୍କ ପାଖକୁ ପଠାଇ ପାରନ୍ତି ।
  • ଜୀବନଶୈଳୀରେ ପରିବର୍ତ୍ତନ ଯଥା ଯଦି ଆପଣଙ୍କର ଉଚ୍ଚ କୋଲଷ୍ଟରାଳ ଅଛି । ଆପଣଙ୍କ ଡାକ୍ତର ଆପଣଙ୍କୁ ଚର୍ବିଜାତୀୟ ଖାଦ୍ୟ ଖାଇବାକୁ ମନା କରି ପାରନ୍ତି ଏବଂ ବ୍ୟାୟାମ କରିବା ପାଇଁ କହିପାରିନ୍ତି
  • ଡାକ୍ତରଙ୍କ କହିବା ମୁତାବକ ଔଷଧ ଖାଇବାକୁ ପଡିପାରେ । ଯଥା ଯଦି ଆପଣଙ୍କ ଉଚ୍ଚ ରକ୍ତଚାପ ଅଛି ଶେଠୀ ପାଇଁ ଔଷଧ ଖାଇବାକୁ ପଡିପାରେ ।
  • ଯଦି ଆପଣଙ୍କର ପେଟ କାମୁଡୁଛି, ସେଥିପାଇଁ ଔଷଧ ଖାଇବାକୁ ପଡିପାରେ ଓ ତୁରନ୍ତ ଔଷଧ ଦୋକାନରୁ ଔଷଧ କିଣିବାକୁ ପଡିପାରେ ।
  • ଶଲ୍ୟ ଚିକିତ୍ସା ଯଥା ଯଦି ଆଣ୍ଠୁରେ ଯନ୍ତ୍ରଣା ହେଉଛି ଏଥିପାଇଁ ଅସ୍ତ୍ରୋପଚାର କରିବାକୁ ପଡିପାରେ ।

ସବୁ ଚିକିତ୍ସା ଉପାୟର ଭଲ ଓ ଖାରପ ଦିଗ ଅଛି । ଆପଣ ଏପରି ପ୍ରଶ୍ନ ମଧ୍ୟ ପଚାରିବାକୁ ଚାହିଁ ପାରନ୍ତି ।

  • ମୋର ସ୍ୱାସ୍ଥ୍ୟ ସମସ୍ୟାର ଫଳପ୍ରଦଚିକିତ୍ସା କ’ଣ ? ଏଥିପାଇଁ ଅନ୍ୟାନ୍ୟ ଉପାୟ ଅଛି କି ?
  • ସେ ସବୁଗୁଡିକ କ’ଣ ଯାହାଦ୍ୱାରା ମୋ ଚିକିତ୍ସା ଫଳପ୍ରଦହୋଇପାରିବ ।
  • ମୋର ଏହି ଚିକିତ୍ସା ଦ୍ଵାରା ଫଳାଫଳ କ’ଣ ହେବ, ତାହା ମୁଁ କେତେବେଳେ ଜାଣିପାରିବି
  • ଚିକିତ୍ସା ଫଳପ୍ରଦହେବାର ସୁଯୋଗ ଅଛି
  • ଏଥିରେ କିଛି ପାର୍ଶ୍ଵ ପ୍ରତିକ୍ରିୟା ଅଛି କି? ତା ପାଇଁ କ’ଣ କରିବାକୁ ପଡିବ
  • ମୁଁ ଖାଉଥିବା ଖାଦ୍ୟ ମୋର ଚିକିତ୍ସାରେ କିଛି ପ୍ରଭାବ ପକାଇବା କି
  • ଚିକିତ୍ସା ଯନ୍ତ୍ରଣା ଦାଯକ ଅଟେ କି
  • ଏହି ଚିକିତ୍ସା କେତେ ଖର୍ଚ୍ଚ ହେବ । ମୋର ବୀମା ଯୋଜନାରେ ଏହା ଅନ୍ତର୍ଭୁକ୍ତ କି
  • ମୁଁ ଯଦି ଚିକିତ୍ସା ନକରେ ମୋର କ’ଣ ହେବ
  • ଏହି ଚିକିତ୍ସା ବାବଦରେ ମୁଁ ପଢିବା ପାଇଁ କିଛି ଆପଣଙ୍କ ପାଖରୁ ପାଇ ପାରିବି କି

କେଉଁ ଚିକିତ୍ସା ଆପଣଙ୍କ ପାଇ ଉପଯୁକ୍ତ, ବାଛିବା ସବୁ ଚିକିତ୍ସା ଫଳପ୍ରଦହୋଇ ନପାରେ ବା ଆପଣଙ୍କ ସମସ୍ୟାର ସବୁଠାରୁ ଭଲ ଚିକିତ୍ସା ହୋଇ ନପାରେ । କିଛି ପରୀକ୍ଷା ଦ୍ଵାରା ଚିକିତ୍ସା  ଫଳପ୍ରଦତା ଜଣା ପଡିଥାଏ ।  ଏହା ଦ୍ଵାରା ବିଶେଷଜ୍ଞ ଜାଣି ପାରନ୍ତି ।

  • କେଉଁ ଚିକିତ୍ସା ଫଳପ୍ରଦହେବ
  • କେଉଁ ରୋଗୀ ପାଇଁ କେଉଁ ଚିକିତ୍ସା ?
  • କେଉଁ  ଚିକିତ୍ସା କାମ କରିବା ନାହିଁ ?

ଯଦି ଆପଣଙ୍କର ଶଲ୍ୟ ଚିକିତ୍ସା ଆବଶ୍ୟକ ହୁଏ

କିଛି ଶଲ୍ୟ ଚିକିତ୍ସା ଠିକ୍ ସମୟରେ କରିବାକୁ ପଢେ କିନ୍ତୁ ସମସ୍ତ ଅସ୍ତ୍ରୋପଚାର ଜରୁରୀ ନୁହେଁ । ଏହାର ଅର୍ଥ ଆପଣ ଡାକ୍ତରଙ୍କ ସଙ୍ଗେ ଆଲୋଚନା କରି କେଉଁଟି ଆପଣଙ୍କ ପାଇଁ ଠିକ୍ ତାହା ସ୍ଥିର କରିପାରିବେ । ଏହିପରି ସାଧାରଣ ଅସ୍ତ୍ରୋପଚାର ବିପଦପୂର୍ଣ୍ଣ । ଆପଣ ନିମ୍ନଲିଖିତ କେଟଟି ପ୍ରଶ୍ନ ପାଚାରିବା ପାଇଁ ଇଛୁକ ହୋଇପାରନ୍ତି ।

  • ମୋର କେଉଁ ପ୍ରକାର ଅସ୍ତ୍ରୋପଚାର ଦରକାର, ଏଥିରେ କ’ଣ ସବୁ ହେବ ।
  • କେତେ ମାତ୍ରାରେ ଏହା ଫଳପ୍ରଦ ।
  • ଏହା କେଉଁଠାରେ ହେବ ।
  • କିଏ କରିବା ?
  • ଅସ୍ତ୍ରୋପଚାର କରୁଥିବା ଡାକ୍ତର ଅଭିଜ୍ଞ କି ନୁହେଁ ଇତ୍ୟାଦି ।
  • ଅସ୍ତ୍ରୋପଚାର ଭଲ ଓ ମନ୍ଦ ଦିଗ କ’ଣ ?
  • ଏଥିରେ ଆନୁମାନିକ ଖର୍ଚ୍ଚ ମୋତେ କେତେ ତାଙ୍କ ଖର୍ଚ୍ଚ କରିବାକୁ ପଡିବ ?
  • ଅସ୍ତ୍ରୋପଚାର ପୂର୍ବରୁ ମୋତେ କ’ଣ କରିବାକୁ ପଡିବ ?
  • ଅସ୍ତ୍ରୋପଚାର ପରେ କ’ଣ ସମସ୍ୟା ଦେଖା ଦେବ ?
  • ଏହି ଯନ୍ତ୍ରଣାଦାୟକ କି ?
  • ମୋତେ ଭଲ ହେବ ପାଇଁ କେତେ ଦିନ ଲାଗିବା ?
  • ମୋର ଏହି ଅସ୍ତ୍ରୋପଚାର ଦରକାର କି ?
  • ମୋର ସମସ୍ୟା ସମାଧାନ ପାଇଁ ଅନ୍ୟ କୌଣସି ବିକଳ୍ପ ଅଛି କି ?

(ଛ) ଡାକ୍ତରଖାନା ବାଛିବା

ରୋଗୀ ଓ ତାଙ୍କର ପରିବାର ମନରେ ଅନେକ ପ୍ରଶ୍ନ ଆସିପାରେ ଯେ, କେଉଁ ଡାକ୍ତରଖାନା ଉପଯୁକ୍ତ? ନିମ୍ନରେ କେତେଗୁଡିଏ ସୁପାରିସ ପ୍ରଦାନ କରାଗଲା ।

୧) ଏହା ସେହି ଡାକ୍ତରଖାନା କି ଯେଉଁଠି ମା ଡାକ୍ତର ତାଙ୍କର ରୋଗୀ ଚିକିତ୍ସା କରନ୍ତି । ପ୍ରଥମେ ଆପଣ ଜାଣିବା ଉଚିତ୍ ଯେ, ସେ କେଉଁ ଡାକ୍ତରଖାନାରେ ଆପଣଙ୍କ ଚିକିତ୍ସା କରିବେ । ଆପଣ ମଧ୍ୟ ଡାକ୍ତରଖାନା ବଦଳାଇ ପାରନ୍ତି ।

୨) ମୋ ରୋଗୀ ଯଦି ଏଠାରେ  ସେହି ରୋଗୀର ଚିକିତ୍ସା କରାଯାଏ କି ? ଆପଣଙ୍କ ସ୍ୱାସ୍ଥ୍ୟ ସମସ୍ୟାକୁ ଆଧାର କରି ଆପଣଙ୍କୁ ଡାକ୍ତରଖାନା ବାଛିବାକୁ ପଡିବ । କେତେକ ଡାକ୍ତରଖାନାରେ ନିର୍ଦ୍ଧିଷ୍ଟ ରୋଗୀ ଚିକିତ୍ସା କରାଯାଏ । ଯଦି ଆପଣ ସେହି ଚିକିତ୍ସା ଚାହୁଁଥାଆନ୍ତି ଆପଣ ସେହି ଡାକ୍ତରଖାନା ବାଛି ପାରନ୍ତି ନଚେତ ଆପଣ ଡାକଟେର୍ଙ୍କ ସାଙ୍ଗରେ କଥା ହୋଇ ଡାକ୍ତରଖାନା ଚୟନ କରିପାରିବେ ।

୩) ମୋ ଘରଠାରୁ ଡାକ୍ତରଖାନା କେତେ ଦୂର । ଘର ପାଖରେ ଡାକ୍ତରଖାନା ସବୁଠାରୁ ଭଲ । ଏହା ଦ୍ଵାରା  ଗରର ଲୋକ ଆପଣଙ୍କର ଅଧିକାର ଯତ୍ନ ନେଇ ପାରିବେ । ରୋଗୀର ନିରାପତ୍ତା ଭଲ ରହିବା ନାହିଁ । କିନ୍ତୁ  ପାଖରେ ଯଦି ସେହିପରି ଡାକ୍ତରଖାନା ନଥାଏ ସେ କ୍ଷେତ୍ରରେ ଆପଣଙ୍କୁ ଦୂର ଡାକ୍ତରଖାନା ଯିବାକୁ ପଡିପାରେ । ଯଦି ଓ ରୋଗୀର ଘର ପାଖରେ ସ୍ଵାସ୍ଥ୍ୟ

ସେବା ପାଇବାର ଅଧିକାର ଅଛି କିନ୍ତୁ ରୋଗୀର ଘର ପାଖରେ ସ୍ଵାସ୍ଥ୍ୟ ସେବା ପାଇବାର ଅଧିକାର ଅଛି କିନ୍ତୁ ଏହା ସବୁବେଳେ ସମ୍ଭବପର ନୁହେଁ ।

୪) ଡାକ୍ତରଖାନା ପରିଷ୍କାର, ସ୍ୱାସ୍ଥ୍ୟପ୍ରଦ ଓ ଭଲ ଭାବରେ ରକ୍ଷଣାବେକ୍ଷଣ ହୁଏ କି ?

୫) ଡାକ୍ତରଖାନାରେ ସବୁ ପ୍ରକାର ଭିତ୍ତିଭୂମି ଅଛି କି ? ମୋର ଚିକତ୍ସା ପାଇଁ ସବୁ ପ୍ରକାର ଯନ୍ତ୍ରପାତି ଅଛି କି ?

୬) ଡାକ୍ତରଖାନା ଧାର୍ଯ୍ୟ ଦର ମୋ ପାଇଁ ବ୍ୟୟବହୁଳ କି ? ଚିକିତ୍ସା ପାଇଁ କି କି ଖର୍ଚ୍ଚ ଲାଗିବା ପଚାରି ବୁଝନ୍ତୁ ଯଦି ଏହା ଆପଣଙ୍କ ବ୍ୟୟସାପେକ୍ଷ ତେବେ ଆପଣ ସ୍ଥାନ ପରିବର୍ତ୍ତନ କରିପାରନ୍ତି ।

୭) ଡାକ୍ତରଖାନା କର୍ମଚାରୀ କେତେଦୂର ମୋ ରୋଗ ଭଲ କରିବାପାଇଁ ଯୋଗ୍ୟ । ଭଲ ସେବା ମିଳିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ।

୮) ଡାକ୍ତରଖାନା ରୋଗୀ ଉକୃଷ୍ଟ ସେବା ପାଇଁ କି ପ୍ରକାର ବ୍ୟାବସ୍ଥା କରନ୍ତି ।

୯) ଡାକ୍ତରଖାନା ଗୁଣାତ୍ମକ ମାନ ବଜାଏ ରଖେ କି ? ନର୍ସିଗ ହୋମ୍ ନିୟନ୍ତ୍ରଣ ଆଇନ ଅଧିନ୍ରେ ଆମ ଦେଶରେ କେତେକ ରାଜ୍ୟ ଗୁଣାତ୍ମକମାନ ବଜାୟ ରଖନ୍ତି । କ୍ୟୁଲିଟି କାଉନ୍ସିଲ ଅଫ୍ ଇଣ୍ଡିଆ ଦ୍ଵାରା ଗଠିତ ନ୍ୟାସ୍ନାଲ୍ ଆକ୍ରଡିସନ ବୋର୍ଡ ଡାକ୍ତରଖାନା ଓ ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀଙ୍କ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଗଲାଣି ।

୧୦) ମୁଁ କିପରି ଡାକ୍ତରଖାନା ଗୁଣାତ୍ମକ ଜାଣି ପାରିବି

  • ଡାକ୍ତରଖାନାରେ ବିଶେଷଜ୍ଞ ଡାକ୍ତର ଆଛନ୍ତି କି ?
  • ଗୁଣବର୍ତ୍ତୀ ବୁଝିବା ପାଇଁ ଡାକ୍ତରଖାନାରେ ଜଣେ ନିର୍ଦ୍ଧିଷ୍ଟ କର୍ମକର୍ତ୍ତା ରୁହନ୍ତି । ପଚାରି ବୁଝନ୍ତି ଡାକ୍ତରଖାନା ଗୁଣାତ୍ମକ ସେବା କିପରି ସ୍ଥିର ନିଶ୍ଚିତ କରିଥାଏ ।

୧୧) ପ୍ରମାଣପତ୍ର:  ଯଦି ଆପଣ କୁଖଟି ସେବା, ମେଡିକାଲ ସେବା ବା ମେଡିକ୍ଲେମ୍ କରୁଛନ୍ତି ତେବେ ଆପଣଙ୍କ ନର୍ସିଗ ହୋମ୍ ପାଖରେ ସେହି ପ୍ରମାଣପତ୍ର ଅଛି କି ନାହିଁ ଜାଣନ୍ତୁ ।

(ଛ) ଅଭିଯୋଗ ଦାଖଲ :

ଡାକ୍ତରଙ୍କ ଅବହେଳାରୁ ଯଦି ଜଣେ ରୋଗୀ ଶିକାର ହୁଅନ୍ତି ତେବେ ସେ ନିମ୍ନଲିଖିତ ଆଇନ୍ ମାଧ୍ୟମରେ ସାହାଯ୍ୟ ପାଇପାରିବେ ।

୧) କ୍ରିମିନାଲ୍ ଆଇନ

୨)ସିଭିଲ ଆଇନ

୩)ଖାଉଟି ସୁରକ୍ଷା ଆଇନ

୪) ମେଡିକାଲ କାଉନ୍ସିଲ

୫)ସୁଚନା ଅଧିକାରୀ ଆଇନ

ଗ)ସମୟସୀମା କ’ଣ :

ଘଟଣା ୨ ବର୍ଷ ମଧ୍ୟରେ ଅଭିଯୋଗ ଦାଖଲ କରିବାକୁ ପଡିଥାଏ । ଯଦି ଅଭୋଯୋଗକାରୀ ଫୋରମ୍ ବା କମିସନ୍କୁ  ସନ୍ତୋଷଜନକ ଉତ୍ତର ଦେଇପାରେ ତେବେ ସେ କ୍ଷତିପୂରଣ ପାଇବାରେ ସମର୍ଥ ହୋଇଥାଏ ।

ଘ ) ପଦ୍ଧତି ସବୁ କ’ଣ :

ଅଭିଯୋଗ ସାଧା କାଗଜରେ ବିନା କୋର୍ଟ ଫି ବା ଷ୍ଟାମ୍ପରେ ଡାକ ମାଧ୍ୟମରେ ବା ନିଜେ ଯାଇ ଦାଖଲ କରାଯାଇପାରିବ । ଏଥିରେ ସେବା ଜନିତ ଅବହେଳାର ବିସ୍ତୃତ ବିବରଣୀ ରହିବା ଆବଶ୍ୟକ । ଆବସ୍ୟକ ପ୍ରମାଣପତ୍ର ମଧ୍ୟ ନିହାତି ଜରୁରୀ । ଫୋରାମ ମାଧ୍ୟମରେ ଡାକ୍ତରଙ୍କୁ ଏକାକିତ ନକଲ ଦିଆଯିବ ଏବଂ ସେ ଏକ ନିର୍ଦ୍ଧିଷ୍ଟ ତାରିଖରେ ଲେଖି ଜଣାଇବା ପାଇଁ କୁହାଯିବ ।

(ଙ) ଫୋରମ୍ ର କି କ୍ଷମତା ସବୁ ଅଛି :

ପ୍ରତ୍ଯେକ ସ୍ତରରେ ଫୋରମ୍ କ୍ଷତିପୂରଣ ଅର୍ଥ ପ୍ରଦାନ କରିପାରିବେ । ନିମ୍ନଲିଖିତ ପରିସ୍ଥିତିରେ ମଧ୍ୟ ହୁଣ୍ଡବିଧାନ କରିପାରିବେ ।

-୧ ମାସରୁ ୩ ବର୍ଷ କାରାଦଣ୍ଡ ବା ୨-୧୦ ହଜାର ତାଙ୍କ ଜୋରିମାନା

-୧୦,୦୦୦ ତାଙ୍କ ଜୋରିମାନା ସାମାନ୍ୟ ଅଭିଯୋଗ ପାଇଁ

୪) ମେଡିକାଲ କାଉନ୍ସିଲ

ଜଣେ ରୋଗୀ ଷ୍ଟେଟ୍  ମେଡିକାଲ କାଉନ୍ସିଲ ଦ୍ଵାରା ଅଭିଯୋଗ କରି ପାରିବେ । ଯଦି   କାଉନ୍ସିଲ ଅଭିଯୋଗତର ସତ୍ୟତା ଉପଲବ୍ଧି କରନ୍ତି ଡାକ୍ତର ନିଲମ୍ବନ କରି ପାରିବେ । କାଉନ୍ସିଲ

ଅଭିଯୁକ୍ତି ଦଣ୍ଡବିଧାନ କରିପାରିବ କିନ୍ତୁ କ୍ଷତିପୂରଣ ହେଇପାରିବା ନାହିଁ । ତାଙ୍କର କୋର୍ଟ ନିଷ୍ପତ୍ତି ଆଧାର କରି କାଉନ୍ସିଲ ପଦେକ୍ଷେପ ନେଇଥାଏ । ଏହି ପରିପ୍ରେକ୍ଷୀରେ ସୁପ୍ରିମ୍ କୋର୍ଟ ଏକ ନିଷ୍ପତ୍ତି ନେଇଛି ଯେ ଯଦି କାଉନ୍ସିଲ ୭ ମାସ ମଧ୍ୟରେ କିଛି ବିଚାର ନାକରେ ତେବେ ରୋଗୀ ବା ଅଭିଯୋଗକାରୀ ମେଡିକଲ୍ କାଉନ୍ସିଲ ଅଫ୍ ଇଣ୍ଡିଆର ଦ୍ଵାରସ୍ଥ ହୋଇପାରିବେ ।

୫) ସୁଚନା ପାଇବା ଅଧିକାର :

୨୦୦୫  ମସିହାରେ ଗୃହିତ ହୋଇଥିବା ସୁଚନା ଅଧିକାର ସାଧାରଣ ଲୋକଙ୍କ ପାଇଁ ଆଉ ଏକ ବରଦାନ ସହୃଶ ହୋଇଛି । ଯଦିଓ  କେତେକ ରାଜ୍ୟ ଯଥା: ତାମିଲ୍ନାଡୁ ,ଗୋଆ ,ରାଜସ୍ଥାନ, କର୍ଣ୍ଣାଟକ, ଦିଲ୍ଲୀ ,ମାହାରାଷ୍ଟ୍ର ଇତ୍ୟାଦି ତାଙ୍କ ନିଜର ସୁଚନା ଅଧିକାର ନିୟମ ଥିଲା କେନ୍ଦ୍ର ସ୍ତରରେ ସେପରି କିଛି ଆଇନ୍ ନଥିଲା । ଏହି ଆଇନ କେନ୍ଦ୍ର ସ୍ତରରେ ଶକ୍ତିଶାଳୀ ହୋଇପାରିଲା । ସ୍ଵଚ୍ଛତା ଏବଂ ବଚନବୋଧତାର ପ୍ରୋତ୍ସାହନ ଦିଗରେ ଏହି ସୂଚନା ଅଧିକାର ଆଇନ ଲୋକମାନଙ୍କୁ ଅଧିକ ଶକ୍ତିଶାଳୀ କରିପାରିଲା ।  ନିମ୍ନରେ ଏହି ବାବଦରେ କେତୋଟି ବିଷୟ ଉପସ୍ଥାପନ କରାଗଲା ।

  • ଜନ ଅଧିକାରୀଙ୍କଠାରୁ ଯେ କୌଣସି ନାଗରିକ ସୂଚନା ପାଇପାରିବେ । ଏହି ଅଧିକାରୀଗୁଡିକ ହେଲେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଧିକାରୀ, ଘରୋଇ ଅନୁଷ୍ଠାନ ଏଥିରେ ଅନ୍ତର୍ଭୁକ୍ତ ନୁହନ୍ତି କିନ୍ତୁ ଯଦି ସେହି ଅନୁଷ୍ଠାନଗୁଡିକ ସରକାରଙ୍କଠାରୁ ଅଧିକ ଅନୁଦାନ ପାଇଥାଆନ୍ତି ତେବେ ସେ ମଧ୍ୟ ସୂଚନା ଦେବାକୁ ବାଧ୍ୟ ।
  • ଏହି ସୂଚନା ଅଧିକାରରେ ଯାଞ୍ଚ ଅଧିକାର, ନଥିପତ୍ରର ନକଲ ଅଧିକାର ଏବଂ ଜନ ହିତକର କାର୍ଯ୍ୟକୁ ଯାଞ୍ଚ କରିବା ଅଧିକାର ଅନ୍ତର୍ଭୁକ୍ତ ।
  • ଜାତୀୟ ନିରାପତ୍ତା, ଆନ୍ତର୍ଜାତିକ ସମ୍ପର୍କ, ଆଇନଗତ ଗୋପନୀୟତା, କ୍ୟାବିନେଟ୍ ନଥିପତ୍ର ଏହି ଆଇନ୍ ଅନ୍ତର୍ଭୁକ୍ତ ନୁହେଁ ।
  • ହିନ୍ଦୀ, ଇଂରାଜୀ ବା ସ୍ଥାନୀୟ ଭାଷାରେ ଜନସୂଚନା ଅଧିକାରୀଙ୍କୁ ଲିଖିତ ଆକାରରେ ସୂଚନା ପାଇବା ପାଇଁ ଆନୁରୋଧ କରାଯାଇପାରିବ । ଯଦି ଜଣେ ଲିଖିତ ଆକାରରେ ନ ଦେଇ ପାରନ୍ତି ତେବେ ଅଧିକାରୀଙ୍କ କହିବା ମୁତାବକ ଲିଖିତ ଦରଖାସ୍ତ ପ୍ରସ୍ତୁତ କରିବାରେ ସାହାଯ୍ୟ କରିବେ ।
  • ୩୦ ସିଁ ମଧ୍ୟରେ ଦରଖାସ୍ତ ବିଚାରକୁ ନିଆଯିବ । କିନ୍ତୁ ଜୀବନ – ମରଣ କ୍ଷେତ୍ରରେ ୪୮ ଘଣ୍ଟା ମଧ୍ୟରେ ଏହି ସୂଚନା ମିଳିବାରେ ବ୍ୟବସ୍ଥା ଅଛି ।
  • ଦରଖାସ୍ତ ଗ୍ରହଣଯୋଗ୍ୟ ନହେଲେ ତାହା ଲିଖିତ ଆକାରରେ ଦରଖାସ୍ତକାରୀଙ୍କୁ ଜଣାଇ ଦିଆଯାଏ ।
  • ଦରଖାସ୍ତ ମଞ୍ଜୁର ହେଲେ ଦରଖାସ୍ତ ପାଇଁ ଟଙ୍କା ଦେବାକୁ ପଡେ ।
  • ଯଦି ଜେନ ଅଧିକାରୀ ଦରଖାସ୍ତ ଗ୍ରହଣ କରିବା ପାଇଁ ମାନ କରନ୍ତି ସୂଚନା ଦେବା ପାଇଁ ମାନ କରନ୍ତି ବା ଭୁଲ୍ ସୂଚନା ଦିଅନ୍ତି ସେ ଦଣ୍ଡନୀୟ ହେବେ । ଏହି  ଦଣ୍ଡରେ ପରିମାଣ ଦିନକୁ ୨୫୦ ଟଙ୍କାରୁ ଆରମ୍ଭ କରି ୨୫,୦୦୦ ଟଙ୍କା ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଛି ।

୬) ଅନ୍ୟାନ୍ୟ ଆଇନ୍

କ୍ରୀମିନଲ୍ ଆଇନ

ଏହି ଆଇନ ଭାରତର ସମସ୍ତ ନାଗରିକମାନଙ୍କ ପାଇଁ ପ୍ରଯୁଜ୍ୟ । ଅନ୍ୟ ଅର୍ଥରେ ଗରୀବ ଧନୀ, ଶିକ୍ଷିତ, ଅଶିକ୍ଷିତ, ସହରବାସୀ ବା ଗାଁ’ରେ ରହିଥିବା, ନେତା ବା ସାଧାରଣ ଲୋକ ଏପରିକି ଡାକ୍ତରଙ୍କ ପାଇଁ ମଧ୍ୟ ଏହି ଆଇନ୍ ଲାଗୁହୁଏ । ସାଧାରଣତଃ ରୋଗୀ ପୋଲିସ୍ ପାଖକୁ ଯାଏ ନାହିଁ କାରଣ ମହତ ଉଦ୍ଦେଶ୍ୟ ରହି ଡାକ୍ତର ରୋଗୀକୁ ସେବା ପ୍ରଦାନ କରିଥାଆନ୍ତି । ଏଥି ସହିତ ସୁପ୍ରିମ୍ କୋର୍ଟ ଡାକ୍ତର ଲାଗି ଆଇନରେ କିଛିଟା ପରିବର୍ତ୍ତନ ଆଣନ୍ତି । ଜେନ ଡାକ୍ତର ଯଦି ମହତ୍ତ୍ଵ ଉଦ୍ଦେଶ୍ୟ ରାଖୀ ସେବା କରୁଛନ୍ତି ସେ ଏହି ଆଇନ୍ ଦ୍ଵାରା ଦୋଷୀ ସାବ୍ୟସ୍ତ ହେବ ନାହିଁ । କିନ୍ତୁ ଜଣେ ଡାକ୍ତର ତାଙ୍କ ଅବହେଳା ପାଇଁ ସିଭିଲ୍ ଆଇନରେ ଅଭିଯୁକ୍ତି ହୋଇପାରିବେ ଓ କ୍ଷେତ୍ରପୁରଣ ଦେବା ପାଇଁ ବାଧ୍ୟ । ଏଣୁ ଏହି ଦୁଇ ଆଇନ ମଧ୍ୟରେ ତଫାତ ହେଲା

  • ସିଭିଲ୍ ଓ କ୍ରିମିନାଲ୍ ପାଇଁ ଅଲଗା ଅଲଗା ବିଚାରାଳୟ ଅଛି ଯିଏ ହାଇକୋର୍ଟ ପାଖରେ ଉତ୍ତରଦାୟୀ ।
  • ଅଭିଯୋଗର ଏଫ୍.ଆଇ. ଅଅର୍ କୁ ଭିତ୍ତି କରି ରାଜ୍ୟ କ୍ରିମିନାଲ୍ କେସ୍ କରିଥାଏ ଅପର ପକ୍ଷରେ ଜଣେ ଲୋକ ଅବହେଳା ବା ଅଭିଯୋଗ ମାଧ୍ୟରେ ସିଭିଲ୍ କେସ୍ କରିଥାଏ ।
  • କ୍ରିମିନାଲ୍ କେସ୍ ରେ ସେ ଏନ୍ଫୋର୍ସମେଣ୍ଟ ସଂସ୍ଥା ସାମିଲ୍ ଥାଏ ।
  • କ୍ରିମିନାଲ୍ କେସ୍ ରେ ଜଣେ ଲୋକ ଦୋଷି ସାବ୍ୟସ୍ତ କରାଯାଇ ଦଣ୍ଡ ବିଧାନ କରାଯାଏ କିନ୍ତୁ ସିଭିଲ୍  କେସ୍ ରେ ଦୋଷି କେବଳ ଅଭିଯୋଗକାରୀକୁ ତା’ର କ୍ଷତି ଭରଣ କରିଥାଏ ।
  • କ୍ରିମିନାଲ୍ କେସ୍ ରେ ଜଣେ ପୁବ୍ଲିକ୍ ପ୍ରସ୍ୟୁକୁଟର ଓ ପ୍ରତିବାଦି ଓକିଲ ରୁହନ୍ତି, କିନ୍ତୁ ସିଭିଲ୍ କେସ୍ ରେ ପ୍ରତିବାଦୀ ଓକିଲ କେବଳ ରୁହନ୍ତି ।
  • କ୍ରିମିନାଲ୍ କେସ୍ କୋର୍ଟ ବିଚାର ଦ୍ଵାରା ସମାପ୍ତ ହୋଇଥାଏ କିନ୍ତୁ ସିଭିଲ୍ କେସ୍ ରେଆପୋଷ ସମାଧାନ ସାଙ୍ଗରେ କେସ୍ ଉଠାଇ ନିଆଯାଇପାରେ ।

ସିଭିଲ୍ ଆଇନ୍

ଏମ୍.ଟି.ପି.ଆଇନ୍, ଡ୍ରଗ୍  ଓ କସ୍ମେତିକ୍ ଆଇନ୍ ଓ ମ୍ୟାଜିକ୍ ରେମେଡି ଆଇନ୍ ବଳରେ ମଧ୍ୟ ଜଣେରୋଗୀ ଅଭିଯୋଗ ଫର୍ଦ୍ଦ ଦାଖଲ କରିପାରିବେ ।

ଡାକ୍ତରଙ୍କର କର୍ତ୍ତବ୍ୟ

ଶୁଣିବା

ଯେତେବେଳେ  ଜଣେ ରୋଗୀ ଡାକ୍ତରଙ୍କ ପାଖକୁ ଆସନ୍ତି ରୋଗୀର ଅଭିଯୋଗ ଡାକ୍ତର ଭଲ ଭାବେ ଶୁଣିବା ଆବଶ୍ୟକ ଡାକ୍ତର ରୋଗୀର ଅତୀତ, ବର୍ତ୍ତମାନ ଏବଂ ଇତିହାସ ଜାଣିବା ଉଚିତ । ଏହି ସବୁ ଜାଣିବା ପରେ ସେ ଅଧିକ ପ୍ରଶ୍ନ ପଚାରି ସେ ରୋଗୀ ବାବଦରେ ଅଧିକ ତତ୍ତ୍ଵ ପାଇପାରିବା କେତେକ କ୍ଷେତ୍ରରେ ଜଣେ ଡାକ୍ତରଙ୍କଠାରୁ ଚିଠା ଧରି ଅନ୍ୟ ଡାକ୍ତରଙ୍କ ପାଖକୁ ଯାଇଥାଆନ୍ତି। ସେହିପରି କେତେକ କ୍ଷେତ୍ରରେ ରୋଗୀ ନେଇ ଥିବା ଚିକିତ୍ସାର କୌଣସି ଚିଠା ନଥାଏ ଏପରି କ୍ଷେତ୍ରରେ ରୋଗୀ ନେଇଥିବା ଚିକିତ୍ସକଙ୍କଠାରୁ ସମସ୍ତ ତଥ୍ୟ ପାଇ ରୋଗୀର ପୁନର୍ବାର ଚିକିତ୍ସା କରିବା ଆବଶ୍ୟକ । ବେଳେବେଳେ ରୋଗୀ ଜନତାରେ ବା ଅଜାଣତରେ କେତେକଗୁଡିଏ ମୁଖ୍ୟ ସୂଚନା ଲୁଚାଇଥାଏ ଏହା ଚିକିତ୍ସାରେ ବାଧା ସୃଷ୍ଟି କରିପାରେ ।

ପରୀକ୍ଷା କରିବା

ରୋଗୀର ରୋଗ ଇତିହାସ ଜାଣିସାରିବା ପରେ ଡାକ୍ତର ରୋଗୀକୁ ଭଲ ଭାବରେ ପରୀକ୍ଷା କରିବା ଉଚିତ । ବେଳେବେଳେ ଶାରୀରିକ ପରୀକ୍ଷା ନିଦାନ ପାଇଁ ସମ୍ପୂର୍ଣ୍ଣ ହୋଇନଥାଏ । ଏଥିପାଇଁ ଡାକ୍ତର ରୋଗୀର ରଞ୍ଜନରଶ୍ମି, ସୋନାଗ୍ରାଫ୍ ଇତ୍ୟାଦି କହିବା ଆବଶ୍ୟକ । ଏହି ପରୀକ୍ଷାକୁ ଭିତ୍ତି କରି ଡାକ୍ତର ରୋଗୀର ଚିକିତ୍ସା କରିବା ଆବଶ୍ୟକ ।

ବୁଝାଇବା

ଚିକିତ୍ସା କରିବା ପୂର୍ବରୁ ଡାକ୍ତର ସରଳ ଭାଷାରେ ରୋଗୀକୁ ସବୁକଥା ବୁଝାଇବା ଉଚିତ୍ । ଏଥିରେ ରୋଗର ପ୍ରାଦୁର୍ଭାବ, ପାର୍ଶ୍ଵ ପ୍ରତିକ୍ରିୟା ଚିକିତ୍ସା ବାବଦରେ ବୁଝାଯାଇଥାଏ । ଏହାଦ୍ୱାରା ରୋଗୀ ସ୍ଵାଧୀନ ଭାବରେ କେଉଁ ପ୍ରକାର ଚିକିତ୍ସା ଗ୍ରହଣ କରିବ ତାହା ଜାଣପାରିଥାଏ । ବେଳେବେଳେ ଡାକ୍ତର ରୋଗୀକୁ ସମସ୍ତ କଥା କହି ନଥାଆନ୍ତି । କାରଣ ନିଜ ରୋଗ ବିଷୟରେ ଜାଣିବା ପରେ ତାହାର ମନସ୍ତାତ୍ତ୍ଵିକ କ୍ଷତି ଘଟିପାରେ । ଏହାକୁ ଥେରାପ୍ୟୁଟିକ୍ ପ୍ରିଭିଲେଜ କୁହାଯାଏ । ଏ କ୍ଷେତ୍ରରେ ରୋଗୀର ସମ୍ପର୍କୀୟଙ୍କୁ ଏବାବଦରେ ସୂଚନା ଦେବା ଆବଶ୍ୟକ ।

ପ୍ରେରଣା କରିବା

ଏହା ଜଣେ ଡାକ୍ତରଙ୍କର ମୁଖ୍ୟ କର୍ତ୍ତବ୍ୟ ହେବା ଆବଶ୍ୟକ ଯେ ସେ କେତେଦୂର ଜଣେ ରୋଗୀକୁ ଚିକିତ୍ସା କରିପାରିବେ । ଯଦି ରୋଗୀ ତାଙ୍କ ଚିକିତ୍ସା କ୍ଷମତାଠାରୁ ବାହାରେ ସେ କ୍ଷେତ୍ରରେ ଡାକ୍ତର ସେହି ରୋଗୀକୁ ଅନ୍ୟ ଡାକ୍ତର ବା ଡାକ୍ତରଖାନାକୁ ଚିକିତ୍ସା ନିମନ୍ତେ ପଠାଇପାରିବେ ।

ଯତ୍ନ ନେବା

ଜଣେ ରୋଗୀର ଚିକିତ୍ସା ଆରମ୍ଭ ହୋଇଯିବା ପରେ ଡାକ୍ତରଙ୍କର କର୍ତ୍ତବ୍ୟ ଗୁରୁତ୍ଵପୂର୍ଣ୍ଣ ହୋଇଥାଏ । ସେ ତାଙ୍କର ସମସ୍ତ ଜ୍ଞାନ, ଅଭିଜ୍ଞତା ଏବଂ କୌଶଳ ବ୍ୟବହାର କରି ରୋଗୀକୁ ଭଲ କରିବା ଉଚିତ୍ ।

ରୋଗୀକୁ ବାରମ୍ବାର ଦେଖିବା

ଯେତେବେଳେ ଜଣେ ରୋଗୀର ବାରମ୍ବାର ତଦାରଖ କରିବାକୁ ପଡିଥାଏ ସେତେବେଳେ ଡାକ୍ତରଙ୍କର ଉପସ୍ଥିତି ଏକ ନିର୍ଦ୍ଦିଷ୍ଟ  ସମୟ ଅନ୍ତରାଳରେ ସୁନିଶ୍ଚିତ ହେବା ଆବଶ୍ୟକ । ଯଦି ସେହି ଡାକ୍ତର ଜଣକ ଏଥିରେ ଅବହେଳା କରନ୍ତି ବା ତାଙ୍କ ଯାଗାରେ ଅନ୍ୟ ଜଣେ ଡାକ୍ତରଙ୍କୁ ପଠାନ୍ତି ଏବଂ ତାହା ରୋଗୀକୁ ଜଣା ନଥାଏ ଏହା ଅପରାଧ ଭାବରେ ଗ୍ରହଣ କରାଯାଏ ।

ସମସ୍ୟାର ପୁର୍ବାନୁମାନ

ଡାକ୍ତର ସର୍ବଦା ଚିକିତ୍ସାରେ ପାର୍ଶ୍ଵ ପ୍ରତିକ୍ରିୟାକୁ ଧ୍ୟାନ ଦେଇ ଚିକିତ୍ସା କରିବା ଆବଶ୍ୟକ । ଉଦାହରଣ ସ୍ୱରୂପ ପେନ୍ସିଲିନ୍ ଇଂଜେକ୍ସନ୍ ପରୀକ୍ଷାମୂଳକ ମାତ୍ରା ଦେଇ ଆଗ ଜାଣିବା ଆବଶ୍ୟକ ଯେ, ରୋଗୀର ପେନ୍ସିଲିନ୍ ଇଂଜେକ୍ସନ୍ ପ୍ରତି ପ୍ରତିକ୍ରିୟା ଅଛି କି ନାହିଁ  । ଏହାଦ୍ଵାରା ଯଥା ସମ୍ଭବ ରୋଗୀର ଉପଯୁକ୍ତ ଯତ୍ନ ନିଆଯାଇପାରିବ।

ନିର୍ଦ୍ଧାରଣ କରିବା

ଡାକ୍ତର ଭଲ ଔଷଧ ରୋଗୀ ପାଇଁ ନିର୍ଦ୍ଧାରଣ କରିବା ଆବଶ୍ୟକ । ଏଥିରେ ଔଷଧର ମାତ୍ରା, ସମୟ ଅନ୍ତରାଳରେ ଖାଇବା ଏବଂ ସାବଧାନତାକୁ ଧ୍ୟାନ ଦେବା ଉଚିତ୍ ।

କ) ମାତ୍ରା : ରୋଗୀର ବୟସ, ଓଜନ ଏବଂ ଅନ୍ୟାନ୍ୟ କାରଣକୁ ବିଚାରକୁ ନେଇ ଔଷଧ ମାତ୍ରା ସ୍ଥିର ହେବା ଆବଶ୍ୟକ ।

ଖ) ବିପଦପୂର୍ଣ୍ଣ ପ୍ରତିକ୍ରିୟା : ଡାକ୍ତର ରୋଗୀର ଆଲର୍ଜିକୁ ଧ୍ୟାନ ଦେଇ ଔଷଧ ନିର୍ଦ୍ଧାରଣ କରିବା ଆବଶ୍ୟକ ।

ଗ) ଔଷଧର ବ୍ୟବହାର – ଡାକ୍ତର ରୋଗୀକୁ ଔଷଧର ବ୍ୟବହାର ଜଣାଇ ଦେବା ଉଚିତ୍ । ଯଥା : ଦେହରେ ଲଗାଯିବା ଔଷଧ ହୋଇଥିବା ତାହା କିପରି ଲଗାଯିବ ବୁଝାଇବା ସହିତ ଯଦି ଇଞ୍ଜେକ୍ସନ୍ ନେବାକୁ ହୁଏ ଶରୀରର କେଉଁ ଅଂଶରେ ଏହା ନିଆଯିବା ଉଚିତ୍ ତାହା ଜଣାଇବା ଉଚିତ୍ ।

ଘ) ଉପଯୁକ୍ତ ଔଷଧ – ରୋଗ ମୁତାବକ ଔଷଧ ବ୍ୟବହାର କରାଯିବା ଉଚିତ୍ । ଡାକ୍ତର ସବୁବେଳେ ଯୁକ୍ତସଂଗତ ଔଷଧ ବ୍ୟବହାର କରିବା ଆବଶ୍ୟକ । ଯେଉଁ ଔଷଧଗୁଡିକର ବୈଜ୍ଞାନିକ ସତ୍ୟତା ନାହିଁ ଏବଂ କ୍ଲିନିକ୍ ର ପ୍ରମାଣପତ୍ର ନାହିଁ ସେସବୁ ଔଷଧର ବ୍ୟବହାର କରିବା ଉଚିତ୍ ନୁହେଁ ।

ଙ) ନିର୍ଦ୍ଧିଷ୍ଟ ସୂଚନା ସହିତ ଡାକ୍ତର ପ୍ରେସ୍କ୍ରିପସନ୍ ପରିଷ୍କାର ଭାବରେ ଲେଖିବା ଆବଶ୍ୟକ । ଏହାଦ୍ୱାରା ଫାର୍ମାସିଷ୍ଟ ସେସବୁ ପଢି ଠିକ୍ ଔଷଧ ଦେଇପାରିବେ ।

ଚ) ଔଷଧର ସମୟସୀମା ଦେଖି ଔଷଧର ବ୍ୟବହାର କରିବା ପାଇଁ ଡାକ୍ତର ରୋଗୀକୁ ବୁଝାଇବା ଉଚିତ୍ ।

ଯନ୍ତ୍ରପାତି

ଡାକ୍ତର ତାଙ୍କର ଦରକାର ମୁତାବକ ସମସ୍ତ ଯନ୍ତ୍ରପାତି ଓ ଔଷଧ ପାଖରେ ରଖିବା ଆବଶ୍ୟକ । ନର୍ସିଙ୍ଗ ହୋମ୍ ରେଗୁଲେସନ୍ ଆଇନ ଅନୁସାରେ ପ୍ରତି ନର୍ସିଂ ହୋମ୍ ରେ ସକ୍ଲାନଯନ୍ତ୍ର ଅମ୍ଳଜାନ ସିଲିଣ୍ଡର ଏବଂ ଅନ୍ୟାନ୍ୟ ଜୀବନ ରକ୍ଷକ ସଂରଞ୍ଜାମ ରହିବା ଆବଶ୍ୟକ । ଅସ୍ତ୍ରୋପଚାର ଗୃହରେ ଆନାସ୍ଥେସିଆ ସୁବିଧା ରହିବା ଆବଶ୍ୟକ ।

ଜ୍ଞାନ

ଆମେରିକା ଓ ଇଂଲଣ୍ଡ ଭଳି ଦେଶରେ ଡାକ୍ତରୀ ଚିକିତ୍ସା ଚାଲୁ ରଖିବା ପାଇଁ ଏକ ନିୟମିତ ବ୍ୟବହାରରେ କିଛି ପରୀକ୍ଷା ଦେବାକୁ ପଡିଥାଏ, ଯାହାଦ୍ୱାରା ଜଣେ ଡାକ୍ତର ଚିକିତ୍ସା କରିବା ପାଇଁ ଯୋଗ୍ୟ ହୋଇଥାଆନ୍ତି । ଯଦିଓ ଆମର ସେପରି କିଛି ଆବଶ୍ୟକତା ନାହିଁ ତଥାପି ସରକାର ଏହିପରି କିଛି ବ୍ୟବସ୍ଥା କରିବା ପାଇଁ ଯୋଜନା କରୁଛନ୍ତି । ସେହିପରି ଦେଖାଯାଇଛି ଯେ, ବ୍ୟସ୍ତ ଡାକ୍ତର ଜଣେ ସମୟ ଅଭାବରୁ ଚିକିତ୍ସା କ୍ଷେତ୍ରରେ କି ପ୍ରକାର ନୂଆନୂଆ ଆବିଷ୍କାର ହେଉଛି ତାହା ଜାଣିବା କଷ୍ଟକର । କିନ୍ତୁ ଜଣେ ଡାକ୍ତର ସେହି ସବୁ ଜାଣିବା ଆବଶ୍ୟକ ।

ମେଡିକାଲ ନଥିପତ୍ର

ରୋଗୀର ମେଡିକାଲ ନଥିପତ୍ର ଗୁରୁତ୍ଵପୂର୍ଣ୍ଣ ଅଟେ । ଏଥିରେ ରୋଗୀର ରୋଗ ବିଷୟରେ, ଲକ୍ଷଣ, ଚିହ୍ନ ତାରିଖ ଓ ସମୟ ହିସାବରେ ଥାଏ । ଏହି ବିବରଣୀ ଗୋପନୀୟ ଅଟେ । ଏଣୁ ରୋଗୀର ଅଜ୍ଞାତସାରରେ ଜଣେ ଡାକ୍ତର ଏହି ସବୁ ସୂଚନା ବାହାରେ ପ୍ରକାଶ କରି ପାରିବେ ନାହିଁ । ଯଦିଓ ଆଇନ୍ ରେ ସେପରି କିଛି ନିର୍ଦ୍ଧିଷ୍ଟ ଉଲ୍ଲେଖ ନାହିଁ ତଥାପି ଡାକ୍ତର ତାଙ୍କ ପାଖରେ ଏହି ସବୁ ସୂଚନା ରଖନ୍ତି ଏବଂ ରୋଗୀ ଅନୁରୋଧ କଲେ ତାହାର ଏକ ନକଲ ରୋଗୀକୁ ଦେଇଥାଆନ୍ତି ।

କେତେବେଳେ ଜଣେ ଡାକ୍ତର ରୋଗୀର ସୂଚନା ପ୍ରକାଶ କରିବେ

¨      ରୋଗୀର ସହମତିରେ

¨      କୋର୍ଟ ନିର୍ଦ୍ଦେଶରେ

¨      ଏମ୍.ଟି.ପି.ଆଇନ ବଳରେ

¨      ସାର୍ବଜନୀନ ଟୀକାକରଣ ପରିପ୍ରେକ୍ଷୀରେ

¨      ଜନସ୍ଵାର୍ଥ ପରିପ୍ରେକ୍ଷୀରେ

¨      ରୋଗୀକୁ ଉପରେ ଡାକ୍ତରଖାନାକୁ ପ୍ରେରଣ ସମୟରେ

କେତେବେଳେ ଜଣେ ରୋଗୀ ନିଜ ରୋଗୀର ସୂଚନା ପାଇ ପାରିବେ :

¨      ଆଉ ଜଣେ ଡାକ୍ତରଙ୍କ ପାଖରେ ଚିକିତ୍ସା ହେବାର ଥିଲେ

¨      ବିଶେଷଜ୍ଞଙ୍କ ମତାମତରେ

¨      ନିଜ ପାଖରେ ସୂଚନା ରଖିବା ପାଇଁ

¨      ଡାକ୍ତରଖାନାରେ ଯେତେବେଳେ ଅଧିକ ଡାକ୍ତର  ତାଙ୍କର ଚିକିତ୍ସା କରନ୍ତି

¨      ରୋଗୀର ଦରଖାସ୍ତ ଦେବାର ୭୨ ଘଣ୍ଟା ମଧ୍ୟରେ

¨      କୋର୍ଟ ବା ଓକିଲଙ୍କ ଦରକାର ସମୟରେ

କେତେବେଳେ ଜଣେ ଡାକ୍ତର ସୂଚନା ଦେବା ପାଇଁ ମନା କରନ୍ତି

¨      ଯେତେବେଳେ ସେହି ସୂଚନା ଅନ୍ୟ ରୋଗିଙ୍କର ମଧ୍ୟ ଗୋପନୀୟତା ଭଙ୍ଗ କରେ

¨      ବୀମା କମ୍ପାନୀ ଅନୁରୋଧରେ ପ୍ରସ୍ତୁତ ବିବରଣୀ

ମେଡିକାଲ ନଥିପତ୍ର ରଖିବାର ଉପକାରୀତା ଓ ଅପକାରୀତା :

¨      ବିଲ୍ ପ୍ରସ୍ତୁତି ସମୟରେ, ପ୍ରମାଣ ପାଇଁ, ଭବିଷ୍ୟତ ଚିକିତ୍ସା ପାଇଁ

¨      ଡାକ୍ତର ସୂଚନା ପତ୍ରରେ କିଛି ପରିବର୍ତ୍ତନ କରିବା ଅନୁଚିତ । ଏହା ଧର୍ତ୍ତବ୍ୟ ଅପରାଧ ଅଟେ । ରୋଗୀ ମଧ୍ୟ ସେହିପରି ସୂଚନାର ଭୁଲ୍ ବ୍ୟବହାର କରିବା ଉଚିତ୍ ନୁହେଁ

ସହମତି ବା ସମ୍ମତି

ସହମତି କ

୧୮୭୨ ଭାରତୀୟ କଣ୍ଟ୍ରାକ୍ଟ ଆଇନ ଅନୁସାରେ ଯେତେବେଳେ ୨ ବା ଉର୍ଦ୍ଧ୍ଵ ଲୋକ ଏକ ସମାନ କଥାରେ ରାଜି ହୁଅନ୍ତି ତାହାକୁ ସହମତି କୁହାଯାଏ । ଏଠାରେ ଏକ ଚିକିତ୍ସା ଉପରେ ଡାକ୍ତର ଏବଂ ରୋଗୀ ମଧ୍ୟରେ ରାଜିନାମାକୁ ସହମତି ବା ସମ୍ମତି କୁହାଯାଏ । ଏହା ବିଭିନ୍ନ ପ୍ରକାରର ଯଥା :

୧) ଇମ୍ପ୍ଲାଇଡ୍ ସହମତି : କଥା କହିବାଠାରୁ କାର୍ଯ୍ୟ ଅଧିକ ହୋଇଥାଏ । ରୋଗୀର ବ୍ୟବହାର, କଥା ବା ପରିସ୍ଥିତିରେ ଉପର ଡାକ୍ତର ଓ ରୋଗୀଙ୍କ ମଧ୍ୟରେ ସହମତି ପ୍ରକାଶ ପାଇଥାଏ । ସେହିପରି ଯେତେବେଳେ ଜଣେ ପିଲାକୁ ସେହି ପରିବାରର ଡାକ୍ତରଙ୍କ ପାଖକୁ ନିଆଯାଏ, ପରିବାରର ସହମତି ଏଥିରୁ ବୁଝା ପଡିଥାଏ । ମେଡିକାଲ ବୃତ୍ତିରେ ରୋଗୀର ସମସ୍ତ ପ୍ରକାର ବିପଦରେ ସମତି ଥାଏ କିନ୍ତୁ ଅବହେଳା ପ୍ରତି ସହମତି ନଥାଏ । ଏହି ସହମତିର ପରିସୀମା  ସିମୀତ । ଏଥିରେ ଅସ୍ତ୍ରୋପଚାର ଭଳି ଗୁରୁତ୍ଵପୂର୍ଣ୍ଣ ପରିସ୍ଥିତି ଅନ୍ତର୍ଭୁକ୍ତ ନୁହେଁ । ଏଥିପାଇଁ ଆନାସ୍ଥେସିଆ ବ୍ୟବହାର ପୂର୍ବରୁ ରୋଗୀର ବା ତାଙ୍କର ପରିବାର ସଦସ୍ୟଙ୍କ ସହମତି ନେବାକୁ ପଡିଥାଏ ।

ସହମତି ବ୍ୟକ୍ତି କରିବା

ଏହା..... ମୌଖିକ ବା ଲିଖିତ ହୋଇପାରେ  ଏବଂ ଏହା ଏକ ନିର୍ଦ୍ଧିଷ୍ଟ ଉଦ୍ଦେଶ୍ୟରେ ହୋଇଥାଏ । ଅସ୍ତ୍ରୋପଚାର ପୂର୍ବରୁ ଲିଖିତ ସହମତି ନିଆଯିବା ଉଚିତ୍ । ଏହା ରୋଗୀର ବା ରୋଗୀର ସମ୍ପର୍କୀୟଙ୍କଠାରୁ ହୋଇଥାଏ । କେତେକ କ୍ଷେତ୍ରରେ ଯଥା ବନ୍ଧ୍ୟକରଣରେ.....ସ୍ଵାମୀ ଓ  ସ୍ତ୍ରୀଙ୍କଠାରୁ ସହମତ ନିଆଯାଇଥାଏ । ଲିଖିତ ସହମତିରେ ଏହା ପ୍ରମାଣିତ ହୋଇଥାଏ ଯେ, ରୋଗୀର ଏକ ନିର୍ଦ୍ଧିଷ୍ଟ ଚିକିତ୍ସା ପୂର୍ବରୁ ରୋଗୀ ଏ ବାବଦରେ ଜାଣି  ନିଜର ସହମତି ପ୍ରଦାନ କରିଛି । ଏହି ସହମତି ପାଇଁ ସେପରି କିଛି ବୈଧ ପଣ ନାହିଁ କିନ୍ତୁ ଏହା ସରଳ ଭାଷାରେ ଲେଖାଯାଇଥାଏ ଯାହା ରୋଗୀ ବୁଝିପାରେ ରୋଗୀର ଦସ୍ତଖତ  ସହିତ ସାକ୍ଷୀ ଏ କ୍ଷେତ୍ରରେ ଶ୍ରେୟସ୍କର ଅଟେ ।   

ଇନ୍ଫରମଡ୍ ସହମତି

ଏ କ୍ଷେତ୍ରରେ ଡାକ୍ତର ରୋଗୀକୁ ରୋଗର ସମସ୍ତ ତଥ୍ୟ ଦେଇଥାଆନ୍ତି ଓ ସେହି ରୋଗ ପାଇଁ କି ଚିକିତ୍ସା ଆବଶ୍ୟକ ତାହା ଜଣାଇ ଦେଇଥାଆନ୍ତି । ରୋଗୀ ସମସ୍ତ କାରଣ ବୁଝି ସାରି ଯଦି ସହମତି ହୁଏ ତେବେ ଏହାକୁ  ଇନ୍ଟରମଡ୍ ସହମତି କୁହାଯାଏ ।

ପ୍ରକ୍ସି ସହମତି

ଏହି ସହମତି ରୋଗୀ ନଦେଇ ଆଉ ଜଣେ ଦେଇଥାଆନ୍ତି । ଉଦାହରଣ ସ୍ୱରୂପ ନାବାଳକ କ୍ଷେତ୍ରରେ ପିଲାର ବାପା ମା ପିଲା ସମ୍ମତି ଦେଇଥାଆନ୍ତି । ସେହିପରି ମାନସିକ ରୋଗୀ ବା ଚେତାଶୂନ୍ୟ ରୋଗୀ ପାଇଁ ରୋଗୀର ସମ୍ପର୍କୀୟ ବା ଆଉ କେହି ଏହି ସହମତି ପ୍ରଦାନ କରିଥାଆନ୍ତି ।

ଏକ୍ସସିଡିଙ୍ଗ୍ ସହମତି

କେତେକ ଜରୁରୀ କ୍ଷେତ୍ରରେ ଡାକ୍ତର ରୋଗୀର ଜୀବନ ବଞ୍ଚାଇବା ପାଇଁ ବିନା ସହମତିରେ ଚିକିତ୍ସା କରିଥାଆନ୍ତି । ଏଥିରୁ ସଠିକ୍ ସହମତି କହିଲେ ଆମେ ଏହା ବୁଝିଥାଉ ଯେ,

(କ)  ଅର୍ଥ,ନୈତିକ ଓ ଅନ୍ୟାନ୍ୟ ଚାପନଥାଇ ସହମତି ସ୍ଵେଚ୍ଛାକୃତ ହେବା

(ଖ) ସହମତି ସର୍ବଦା ବୟସ୍କଙ୍କଠାରୁ ମିଳିବ

(ଗ) ସାଂସ୍ଥିକ କମିଟି ମାଧ୍ୟମରେ ଇନ୍ଟରମ୍ଡ ସହମତି ମିଳିବା

(ଘ) ଲୁଚା ଚୋରା ସହମତି ବୈଧ ନୁହେଁ

(ଙ) ରୋଗୀକୁ ସବୁକଥା କହି ସହମତି ନେବା ବିଧେୟ

(ଚ) ଜରୁରୀ ପରିସ୍ଥିତିରେ ସହମତି ନ ନେବା ଧର୍ତ୍ତବ୍ୟ ନୁହେଁ

(ଛ ) ସହମତି ସବୁବେଳେ ଲିଖିତ ହେବା ଶ୍ରେୟସ୍କର

୬) କ୍ଲିନିକ୍ ର ପରୀକ୍ଷା ନିରୀକ୍ଷାରେ ସହମତି ନେବା ଏଥିକ୍ସ କମିଟିର ବ୍ୟବସ୍ଥା ଅନୁଯାୟୀ ଓ ଆଇନତଃ ଜଣେ ଡାକ୍ତର ରୋଗୀର ପୂର୍ଣ୍ଣ ସହମତି ନେବା ଆବଶ୍ୟକ । ଏ କ୍ଷେତ୍ରରେ ପରୀକ୍ଷା ନିରୀକ୍ଷାର ସମସ୍ତ ଦିଗ ରୋଗୀକୁ ବୁଝାଇ ଦେବା ଉଚିତ୍ ।

ସହମତି ନେବାରେ ବ୍ୟତିକ୍ରମ

ରୋଗୀର ବିପଦପୂର୍ଣ୍ଣ ପରିସ୍ଥିତିରେ ଜଣେ ଡାକ୍ତର ସାଧାରଣତଃ ସହମତି ନେଇନଥାଆନ୍ତି । ଏ କ୍ଷେତ୍ରରେ ସମ୍ପୂର୍ଣ୍ଣ ବିଶ୍ଵାସର ସହିତ ଡାକ୍ତର ରୋଗୀର ଚିକିତ୍ସା କରିଥାଆନ୍ତି । ଏହା କୌଣସି ପ୍ରକାରର ଅବହେଳା ଭାବରେ ବିବେଚନା କରାଯିବ ନାହିଁ ।

କ) ଜରୁରୀ ପରିସ୍ଥିତିରେ ଜଣେ ଚେତାଶୂନ୍ୟ ବ୍ୟକ୍ତି ଡାକ୍ତରଙ୍କ ପାଖକୁ ଆସିଥାଆନ୍ତି । ସେତେବେଳେ ତାଙ୍କର ପରିବାର ସଦସ୍ୟ ପାଖରେ ନଥାଇ ପାରନ୍ତି । ଏପରି କ୍ଷେତ୍ରରେ ଡାକ୍ତର ନିରବଦ୍ରଷ୍ଟା ହୋଇ ରହି ପାରିବେ ନାହିଁ ଏବଂ ସହମତି ବିନା ସେ ବ୍ୟକ୍ତିର ଚିକିତ୍ସା କରିବେ ।

ଖ) ରୋଗୀର ସ୍ଵାର୍ଥ ଦୃଷ୍ଟିରୁ ସହମତି ନଥାଇ ମଧ୍ୟ ଡାକ୍ତର ଚିକିତ୍ସା କରନ୍ତି ଉଦାହରଣ ସ୍ୱରୂପ ବିଷପାନ କରିଥିବା ବ୍ୟକ୍ତି,ସେ ଚିକିତ୍ସିତ ହେବାକୁ ଚାହୁଁ ନଥିବା ବେଳେ ତାଙ୍କର ଚିକିତ୍ସା କରାଯାଇଥାଏ ।

ଗ) By statute, କେତେକ ଆଇନ ଯଥା ମାନସିକ ଆଇନ, ଜନ ସ୍ୱାସ୍ଥ୍ୟ   ଆଇନ ବଳରେ ବିନା ସହମତିରେ ଚିକିତ୍ସା କରାଯାଇଥାଏ ।

ଘ) ବିଚାରଳୟର ନିର୍ଦ୍ଦେଶରେ ବିନା ସହମତିରେ ରୋଗୀର ଚିକିତ୍ସା କରାଯାଏ ।

ଇନଫରମଡ୍ ମନା କରିବା

ଏହା ମନେ ରଖିବା ଆବଶ୍ୟକ ଯେ, ରୋଗି ସବୁକଥା ଜାଣି ସାରିଲା ପରେ ମଧ୍ୟ ଚିକିତ୍ସିତ ହେବାକୁ ମନା କରିପାରେ । ଏହା ରୋଗୀର ଅଧିକାର ଅଟେ ।

ଜଣେ ଡାକ୍ତରଙ୍କ ଅଧିକାର

ଯଦିଓ ଏହି ପୁସ୍ତକରେ ରୋଗୀ ଅଧିକାର ବାବଦରେ ବିଶଦଭାବରେ ବର୍ଣ୍ଣନା କରାଯାଇଛି, ଏଥିସହିତ ଡାକ୍ତରଙ୍କ ଅଧିକାର ଜାଣିବା ମଧ୍ୟ ଗୁରୁତ୍ଵପୂର୍ଣ୍ଣ ।

ରୋଗୀ ମନୋନୟନ

ସାଧାରଣରେ ଜଣେ ଘରୋଇ ଡାକ୍ତର ଯେ କୌଣସି ରୋଗୀର ଚିକିତ୍ସା ପାଇଁ କ୍ଵଚିତ୍  ମନା କରିଥାଆନ୍ତି । କିନ୍ତୁ ଏହା ମନେ ରଖିବା ଉଚିତ୍ ଯେ, ରୋଗୀର ଯେପରି ଡାକ୍ତର ଚୟନ କରିବାର ଅଧିକାର ଅଛି ସେହିପରି ଡାକ୍ତରଙ୍କର ମଧ୍ୟ ରୋଗୀ ଚୟନ କରିବାର ଅଧିକାର ଅଛି । ଅନ୍ୟ ଅର୍ଥରେ କହିଲେ ଜଣେ ଡାକ୍ତର ସବୁ ପ୍ରକାର ରୋଗୀକୁ ଚିକିତ୍ସା କରିବା ପାଇଁ ବାଧ୍ୟ ନୁହଁନ୍ତି ।

  • ଜଣେ ରୋଗୀ ଯାହା ସହିତ ଡାକ୍ତରଙ୍କର ଅତିତରେ ଖରାପ ଅଭିଜ୍ଞତା ଥିଲା, ସେ ରୋଗୀର ଚିକିତ୍ସା ମନା କରିଦେଇ ପାରନ୍ତି ।
  • ଜରୁରୀ ପରିସ୍ଥିତିରେ ଜଣେ ଡାକ୍ତର ରୋଗୀର ଚିକିତ୍ସା କରିଥାଆନ୍ତି କିନ୍ତୁ ଏହା ଅର୍ଥ ନୁହେଁ ଯେ, ସେ ରୋଗୀକୁ ଗ୍ରହଣ କଲେ । ସେ କେହି ରୋଗୀକୁ ଅନ୍ୟ ଡାକ୍ତରଙ୍କ ପାଖକୁ ଯିବା ପାଇଁ ପରାମର୍ଶ ଦେଇପାରନ୍ତି ।
  • ଜଣେ ରୋଗୀ ଡାକ୍ତରଙ୍କ କଥା ନ ମାନିଲେ ବା ନିର୍ଦ୍ଧାରିତ ମୂଲ୍ୟ ଦେଇ ନପାରିଲେ ।
  • ଯଦି ଜଣେ ଡାକ୍ତର ହୃଦୟଙ୍ଗମ କରନ୍ତି ଯେ, ତାଙ୍କ ପାଖକୁ ଆସିଥିବା ରୋଗୀର ଚିକିତ୍ସା ପାଇଁ ସେ ପ୍ରସ୍ତୁତ ନୁହେଁ ସେ କ୍ଷେତ୍ରରେ ସେ ମନା କରିଦେଇ ପାରନ୍ତି । କିନ୍ତୁ ସରକାରୀ ଡାକ୍ତରଙ୍କର ଏପରି କିଛି ଅଧିକାର ନାହିଁ । ଯେହେତୁ ପ୍ରତ୍ୟେକ ନାଗରିକଙ୍କ ଏହି ସୁବିଧା ପାଇବାର ଅଧିକାର ଅଛି, ଏପରି କ୍ଷେତ୍ରରେ ବିକଳ୍ପ ବ୍ୟବସ୍ଥା କରାଯାଇପାରେ କିନ୍ତୁ ଚିକିତ୍ସା ସେବା ମନା କରାଯାଇ ପାରିବ ନାହିଁ ।

ଔଷଧ ବାଛିବା

କେତେକ ରୋଗରେ ଏକାଧିକ ଔଷଧ ଫଳପ୍ରଦହୋଇଥାଏ । ଏ କ୍ଷେତ୍ରରେ କେଉଁ ଔଷଧ ଫଳପ୍ରଦହେବା କେବଳ ଡାକ୍ତରଙ୍କର ଅଧିକାର ଅଛି । ଏଠାରେ ଡାକ୍ତର ନିଜର ଜ୍ଞାନ, କୌଶଳ ଓ ଅଭିଜ୍ଞାତକୁ ବିଚାରକୁ ନେଇ ନିଷ୍ପତ୍ତି ନେଇଥାଆନ୍ତି । ସେହିପରି କେଉଁ କମ୍ପାନିର ଔଷଧ ଭଲ ତାହା ଡାକ୍ତର ସ୍ଥିର କରିଥାଆନ୍ତି ।

ଚିକିତ୍ସା ପଦ୍ଧତିରେ ଚୟନ

ଏକ ରୋଗ ପାଇଁ ମେଡିକାଲ ବିଜ୍ଞାନରେ ଏକାଧିକ ଚିକିତ୍ସା ପଦ୍ଧତି ଅଛି । ସେଗୁଡିକ ମଧ୍ୟରୁ କେଉଁ ପଦ୍ଧତି ରୋଗୀ ପାଇଁ ଉପଯୁକ୍ତ ତାହା ଡାକ୍ତର ସ୍ଥିର କରିଥାଆନ୍ତି । ଏହା ଡାକ୍ତରଙ୍କର ସମ୍ପୂର୍ଣ୍ଣ ଅଧିକାର ଅଟେ ।

ଅନୁସନ୍ଧାନ

ବାହ୍ୟ ପରୀକ୍ଷା ପର୍ଯ୍ୟବେଶିତ ନିଦାନ ସବୁବେଳେ ସଠିକ୍ ହୋଇନଥାଏ । ଏଥି ସହିତ ଅତିରିକ୍ତ ଅନୁସନ୍ଧାନ ଯଥା ରଞ୍ଜନରଶ୍ମି ଜୈବ ରସାୟନ ପରୀକ୍ଷା, ମୋନୋଗ୍ରାଫି ଇତ୍ୟାଦିର ମଧ୍ୟ ଆବଶ୍ୟକତା ରହିଛି । ଏହା ଡାକ୍ତର ସ୍ଥିର କରିଥାଆନ୍ତି । କେତେକ କ୍ଷେତ୍ରରେ ଜଣେ ଡାକ୍ତର ଏକ ନିର୍ଦ୍ଧିଷ୍ଟ ପରୀକ୍ଷା କରିବା ପାଇଁ କହିଥାଆନ୍ତି । ଜଣେ ରୋଗୀ ଏହାକୁ ଭୁଲ ବୁଝିପାରେ । ଡାକ୍ତର ଏ କ୍ଷେତ୍ରରେ ରୋଗୀ ଭଲ ଭାବରେ ବୁଝାଇ ଦେବା ଆବଶ୍ୟକ । କିନ୍ତୁ ରୋଗୀକୁ ବାଧ୍ୟ କରିବା ଅନୁଚିତ୍ ।

ମେଡିକୋ ଲିଗାଲ କେସ୍ (ପୋଲିସ୍ କେସ୍ )

ଜଣେ ଡାକ୍ତର ରୋଗୀର ସବୁ ପ୍ରକାର ଚିକିତ୍ସା କରିପାରନ୍ତି । ଏପରିକି ଧକ୍କା ଜନିତ ଖଣ୍ଡିଆଖାବରା । ବିନା ଦ୍ଵିଧାରେ ଜଣେ ଡାକ୍ତର ଏହା କରିପାରିବେ । କିନ୍ତୁ ଜଣେ କର୍ମଠ ନାଗରିକ ଭାବରେ ସେ ଯେତେ ଶୀଘ୍ର ସମ୍ଭବ ପୋଲିସ୍କୁ ଜଣାଇବା ଆବଶ୍ୟକ । ଯଦି ଜଣେ ମହିଳାଙ୍କର ବାହାଘରର ୭ ବର୍ଷ ମଧ୍ୟରେ କିଛି ସନ୍ଦେହଜନକ ଦୁର୍ଘଟଣା ଘଟେ, ଏପରି କ୍ଷେତ୍ରରେ ଜୁଡିସିଆଲ ମାଜିଷ୍ଟ୍ରେଟ୍ ଙ୍କ ପାଖରେ ମହିଳାଙ୍କର  ବୟାନ  ଲିପିବଦ୍ଧ ହେବା ଆବଶ୍ୟକ ।

କ୍ଷମତା ହସ୍ତାନ୍ତର

ରୋଗୀ ଜଣେ ଡାକ୍ତରଙ୍କ ପାଖରେ ଚିକିତ୍ସିତ ହେଉଛନ୍ତି କିନ୍ତୁ ଜଣେ ଡାକ୍ତର ସେହି ରୋଗୀର ସମ୍ପୂର୍ଣ୍ଣ ଦାୟିତ୍ଵ ନେବା ସମ୍ଭବ ନୁହେଁ, ଏପରି କ୍ଷେତ୍ରରେ ସେହି ଡାକ୍ତର ଅନ୍ୟ ଡାକ୍ତରମାନଙ୍କର ସାହାଯ୍ୟ ଲୋଡି ପାରିବେ ବା କିଛି ଦାୟିତ୍ଵ ଅନ୍ୟ ଡାକ୍ତରଙ୍କୁ ଦେଇପାରିବେ ।

ମୂଲ୍ୟ

ରୋଗୀଠାରୁ ଚିକିତ୍ସା ମୂଲ୍ୟ ପାଇବାର ଅଧିକାର ଡାକ୍ତରଙ୍କର ଅଛି । ଏକ ମୂଲ୍ୟ ପୂର୍ବରୁ ନିର୍ଦ୍ଧାରିତ ହୋଇଥାଏ । ବେଳେବେଳେ ରୋଗୀ ଭଲ ହୋଇଗଲା ପରେ ଡାକ୍ତର ମୂଲ୍ୟ ଦେବାକୁ ମନା କରିଥାଏ ଏବଂ ଡାକ୍ତର ମୂଲ୍ୟ ନ ପାଇଲେ ରୋଗୀକୁ ଛାଡନ୍ତି ନାହଁ। ଏହା ଅପରାଧ ଅଟେ । କେବଳ ସିଭିଲ ସୁଟ୍ ମାଧ୍ୟମରେ ଡାକ୍ତର ରୋଗୀଠାରୁ ମୂଲ୍ୟ ଆଦାୟ କରିପାରିବେ । ଏଣୁ ଚିକିତ୍ସା ପୂର୍ବରୁ ଚିକିତ୍ସାରେ କେତେ ଖର୍ଚ୍ଚ ହେବ ଆଗକୁ ରୋଗୀକୁ ଜଣାଇ ଦେବା ଉଚିତ୍ ।

ମେଡିକାଲ ବିବରଣୀ

ଡାକ୍ତର ନିଜ ଖର୍ଚ୍ଚରେ ରୋଗୀକୁ ବିବରଣୀ ପ୍ରସ୍ତୁତି କରିଥାଆନ୍ତି । ଏହା ଡାକ୍ତରଙ୍କ ସମ୍ପତ୍ତି ଅଟେ ଯାହା ସିଏ ପ୍ରକାଶ୍ୟରେ ଗୋପନୀୟ ରଖନ୍ତି କିନ୍ତୁ ଯଦି ଏହା ଜନସ୍ଵାର୍ଥ ପାଇଁ ଅହିତକର ସେ ପ୍ରକାଶ କରିଦେବାର ଅଧିକାର ତାଙ୍କ ପାଖରେ ଅଛି ।

ଘରକୁ ବା ଡାକ୍ତରଖାନା ପରିଦର୍ଶନ

କାର୍ଯ୍ୟ ନିର୍ଘଣ୍ଟ ସମୟ ବାହାରେ ଡାକ୍ତର ପରିଦର୍ଶନ କରିବା ପାଇଁ ବାଧ୍ୟ ନୁହଁନ୍ତି । କିନ୍ତୁ ରୋଗୀର ଅବସ୍ଥା ଦେଖି ସେ ପରିଦର୍ଶନ କରିବା ଆବଶ୍ୟକ । ସ୍ଥାନ, କାଳ ଓ ପରିସ୍ଥିତିକୁ ବିଚାର କରି ଜଣେ ଡାକ୍ତର ନିଷ୍ପତ୍ତି ନେବା ଆବଶ୍ୟକ ଯେ, ସେ କେତେଥର ଓ କିପରି ପରିଦର୍ଶନରେ ଯିବେ ।

ଔଷଧ ଦୋକାନରେ ରୋଗୀର ଅଧିକାର

ସାଧାରଣ ଆଇନରେ ଫାର୍ମାସିଷ୍ଟର କର୍ତ୍ତବ୍ୟ ଉଲ୍ଲେଖ ଅଛି । ଭାରତରେ ଫାର୍ମାଟି କାଉନ୍ସିଲ ଅଫ୍ ଇଣ୍ଡିଆ ଫାର୍ମାସିମାନଙ୍କ ପାଇଁ କୋଡ ଅଫ ଏଥିକ୍ସ ନିର୍ଦ୍ଧାରଣ କରିଛନ୍ତି ଏକ ଏହା ଅନ୍ୟାନ୍ୟ ଆଇନରେ ମଧ୍ୟ ଲିପିବଦ୍ଧ ଏଗୁଡିକ ହେଲା :

¨                  ଡ୍ରଗସ୍ ଏନ କସ୍ମେଟିକ ଆଇନ ୧୯୪୦ ଏବଂ ନିୟମ ୧୯୪୫

¨                  ଫାର୍ମାସି ଆଇନ ୧୯୪୮

¨                   ଡ୍ରଗସ୍ ଏନ୍ ମ୍ୟାଜିକ୍ ରେମେଡି ଆଇନ

¨                  ବିଷତ୍ ଆଇନ

¨                  ଖାଦ୍ୟ ଅପମିଶ୍ରଣ ପ୍ରତିରୋଧକ ଆଇନ

¨                  ନାଇକେଟିକ୍ ଆଇନ ଏବଂ ସାଇକୋଟ୍ରପିକ୍ ସବ୍ ଷ୍ଟାନ୍ସ ଆଇନ

¨                  ଡ୍ରଗ୍ ପ୍ରାଇସିଙ୍ଗ କଣ୍ଟ୍ରୋଲ ଅର୍ଡର  ଫାର୍ମାସିଷ୍ଟଙ୍କର କର୍ତ୍ତବ୍ୟ

ଡାକ୍ତରଙ୍କ ଦ୍ଵାରା ଲିଖିତ ଔଷଧର ରୋଗୀକୁ ସଠିକ୍ ପ୍ରଦାନ ଏବଂ ଏଥି ସହିତ ଆବଶ୍ୟକ ନିର୍ଦ୍ଦେଶାବଳୀର ସୂଚନା ପ୍ରଦାନ

¨                  ଔଷଧର ସଠିକ ମୂଲ୍ୟଦେୟ ସ୍ଥିର ନିଶ୍ଚିତ କରିବା

¨                  ଫାର୍ମାସିଷ୍ଟଙ୍କ ପାଇଁ ଉଦ୍ଦିଷ୍ଟ ସମସ୍ତ ନିୟମ ମାନିବା

¨                  ଔଷଧାଳୟରୁ ରୋଗୀ ଯେପରି ସନ୍ତୋଷଜନକ ସେବା ପାଏ ଲିଖିତ କରିବା

¨                   ରୋଗୀ ସରଳ ଭାଷାରେ ଔଷଧ ଖାଇବାର ବିଧି ବୁଝାଇ ଦେବା

¨                  ରୋଗୀ କିଣି ନେଉଥିବା ଔଷଧ ଯେପରି ଠିକ୍ ସ୍ଥାନରେ ରୁହେ ରୋଗୀକୁ ବୁଝାଇବା

¨                  ରୋଗୀ ଔଷଧ କିଣି ସାରିବା ପରେ ଠିକ୍ ମୂଲ୍ୟ ନେଇ ରସିଦ୍ ଦେବା

¨                  ପ୍ରତ୍ୟେକ ଔଷଧର ବିତରଣ ଏବଂ ବିକ୍ରି ଫାର୍ମାସିଷ୍ଟଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ହେବା ଇତ୍ୟାଦି ।

ନର୍ସ

ଡାକ୍ତରଖାନାରେ ଧଳା ବସ୍ତ୍ର ପରିହିତ ମହିଳା ଯିଏ ମୁଣ୍ଡରେ ଏକ ଧଳା ଟୋପି ଲଗାଇଥାଆନ୍ତି, ସାଧାରଣ ଲୋକ ସେମାନଙ୍କୁ ନର୍ସ  କହିଥାଆନ୍ତି । କିନ୍ତୁ ଏହା ସମ୍ପୂର୍ଣ୍ଣ ନୁହେଁ । ନର୍ସ ଏପରି ଏକ ବ୍ୟକ୍ତି ଯିଏ ନର୍ସିଙ୍ଗ ଶିକ୍ଷା ଗ୍ରହଣ କରି ଉପଯୁକ୍ତ ନିୟାମକ ଅଧିକାରୀଙ୍କଠାରୁ ସ୍ଵୀକୃତିପ୍ରାପ୍ତ ହୋଇ ନର୍ସ କାମ କରିଥାଆନ୍ତି । ଆମ ଦେଶରେ ଏହି ପକ୍ରିୟା ଷ୍ଟେଟ୍ ନର୍ସିଙ୍ଗ କାଉନସିଲ୍ ଉପରେ ନ୍ୟସ୍ତ । ଏଣୁ ଜଣେ ନର୍ସ ପଞ୍ଜିକୃତ ହୋଇଛନ୍ତି କି ନାହିଁ ଜାଣିବା ନିହାତି ଆବଶ୍ୟକ । ସେମାନଙ୍କ ପାଇଁ ବିଭିନ୍ନ ପ୍ରକାର ପାଠ୍ୟକ୍ରମ ଅଛି ଯଥା ସାଧାରଣ ନର୍ସିଙ୍ଗ ବା ମିଡ୍ଵାଇଫରି ପାଠ୍ୟକ୍ରମ ଯାହା ଡିପ୍ଲୋମା ପାଠ୍ୟକ୍ରମ ଅଟେ । ଏହା ପରେ ଡିଗ୍ରୀ କୋର୍ସ ଏବଂ ପୋଷ୍ଟ ଗ୍ରାଜୁଏଟ୍ କୋର୍ସ ଅଛି ।

ନର୍ସିଙ୍କର କର୍ତ୍ତବ୍ୟ

ରୋଗୀକୁ ସେବା ପ୍ରଦାନ ନର୍ସଙ୍କର ପ୍ରାଥମିକ କାର୍ଯ୍ୟ ଅଟେ । ରୋଗୀଙ୍କର କଥା ଶୁଣି ତାଙ୍କର ଅଭିଯୋଗ ଗ୍ରହଣ କରି ନର୍ସ ରୋଗୀମାନଙ୍କୁ ସେବା ପ୍ରଦାନ କରିଥାଆନ୍ତି । ସେ ଏପରି ସେବା ପ୍ରଦାନ କରିବା ଆବଶ୍ୟକ ଯେ ଯେପରି ରୋଗର ମୂଲ୍ୟ, ପ୍ରଥା ଏବଂ ଧାର୍ମିକ ବିଶ୍ଵାସ କ୍ଷୁର୍ଣ୍ଣ ନହୁଏ ।

ଶିକ୍ଷା ଦେବା

ନର୍ସଙ୍କର ଏକ ପ୍ରମୁଖ କର୍ତ୍ତବ୍ୟ ହେଲା ରୋଗୀର ଆବଶ୍ୟକତା ଅନୁଧ୍ୟାନ କରି ରୋଗୀ ନିଜେ କି ପ୍ରକାର ଯତ୍ନ ନିଜେ ନେଇ ପାରିବେ ଜାଣିବା, ରୋଗୀ ଯାହା କରିପାରିବେ ନାହିଁ ତାହା ନର୍ସଙ୍କର କରିବା ଦାୟିତ୍ଵ ଅଟେ । ନର୍ସ ମଧ୍ୟ ରୋଗୀ ବିଭିନ୍ନ ଶିକ୍ଷା ପ୍ରଦାନ କରି ରୋଗୀର ଆଶୁ ଆରୋଗ୍ୟରେ ସାହାଯ୍ୟ କରିପାରିବେ । ନର୍ସଙ୍କ ଭଳି ଆଉ କେହି ରୋଗୀ ପାଖରେ ଏତେ ସମୟ କଟାନ୍ତି ନାହିଁ । ଏଣୁ ନର୍ସ ସମସ୍ତଙ୍କ ସହିତ ସମନ୍ଵୟ ରକ୍ଷା କରି ରୋଗୀର ଯତ୍ନ ନେବା ଆବଶ୍ୟକ ।

ବିବରଣୀ  ପ୍ରସ୍ତୁତି

ରୋଗୀର ଅବସ୍ଥାର ସମସ୍ତ ପରିବର୍ତ୍ତନ ଲିପିବଦ୍ଧ କରି ଡାକ୍ତରଙ୍କୁ ଜଣାଇବା ନର୍ସଙ୍କର କାମ ଅଟେ । ନର୍ସିଙ୍ଗ ସେବା ପାଇଁ ବିଭିନ୍ନ ପ୍ରକାର ଦକ୍ଷତା ଆବଶ୍ୟକ ହୋଇଥାଏ । ଏଣୁ ନର୍ସ ନିଜର ଦକ୍ଷତା ଜାଣି କର୍ତ୍ତବ୍ୟ ସଂପାଦନ  କରିବା ଜରୁରୀ ଅଟେ । କିଛି କ୍ଷେତ୍ରରେ ରୋଗୀକୁ ନିର୍ଦ୍ଦେଶ ଦେବା ଗ୍ରହଣୀୟ ହୋଇଥାଏ । ଏପରି କ୍ଷେତ୍ରରେ ନର୍ସ ଏଥିରେ ହସ୍ତକ୍ଷେପ କରି ରୋଗୀର ସୁଖସ୍ଵାଚ୍ଛନ୍ଦ ପ୍ରତି ଧ୍ୟାନ ଦେବା ବିଧେୟ । ନର୍ସିଙ୍ଗ କ୍ଷେତୟରେ ବିଭିନ୍ନ ପରିବର୍ତ୍ତନ ସହିତ ସଂସ୍ଲିଷ୍ଟ ରହିବା ଉଚିତ୍ ଓ ଜାଣିବା ଉଚିତ୍ । ଏହା ଦ୍ଵାରା ସେ ସର୍ବୋତ୍ତମ ସେବା ରୋଗୀକୁ ପ୍ରଦାନ କରିପାରିବେ ।


ନର୍ସଙ୍କର ଅଧିକାର

ଜଣେ ନର୍ସଙ୍କର ସମ୍ପୂର୍ଣ୍ଣ ନାଗରିକତ୍ଵ ଓ ରାଜନୈତିକ ଅଧିକାର ଅଛି । ସେମାନଙ୍କ ମଧ୍ୟ ସଠିକ୍ ପାରିଶ୍ରାମିକ, ସେବା ପ୍ରଦାନର ବ୍ୟବସ୍ଥା ଏକ ବୃତ୍ତିଗତ ସ୍ଵାଧୀନତା ଅଧିକାର ଅଛି । ନର୍ସଙ୍କର କେତେଗୁଡିଏ ନିର୍ଦ୍ଧିଷ୍ଟ ଅଧିକାର ହେଲା । 

କାର୍ଯ୍ୟ ନିର୍ବାହ ସମୟ

ଦିନକୁ ୮ଘଣ୍ଟାରୁ ଅଧିକ ଜଣେ ନର୍ସ କାମ କରିବା ଅନୁଚିତ୍ କାରଣ ଏହାଦ୍ଵାରା ତାଙ୍କର କାମ କରିବାର ଶକ୍ତି ହ୍ରାସ ପାଇଥାଏ ଓ ସେ ତାଙ୍କ କାମ ଠିକ୍ ଭାବରେ କରି ପାରନ୍ତି ନାହିଁ ।

କର୍ମସ୍ଥାନ

ଯେଉଁ ସ୍ଥାନ ନିରାପଦନୁହେଁ, ବା ସ୍ୱାସ୍ଥ୍ୟକର ନୁହେଁ ସେ ସ୍ଥାନରେ କୌଣସି ନର୍ସ କାମ କରିବା ପାଇଁ ଚାହିଁବେ ନାହିଁ । ଏଥିପାଇଁ ନସିଂ ହୋମ୍ ରେଗୁଲେସନ୍ ବିଲ୍ ରେ ବିଭିନ୍ନ ସୁପାରିଷ କରାଯାଇଛି । ନର୍ସ ରୋଗୀ ହାର ଯେପରିକି ଜଣେ ନର୍ସ ୧୦ ଜଣ ରୋଗୀଙ୍କ ଗୋଟିଏ ଘରେ ଭଲ ଭାବରେ ଦେଖାଶୁଣା କରିପାରିବେ । କିଛି ବିଶେଷ ବିଭାଗ ଯଥା ଆଇ.ସି.ୟୁ. ସି.ସି.ୟୁ., ରେନାଲ ୟୁନିଟ୍ ଇତ୍ୟାଦିରେ ଏହି ହାର ୧:୧ ବା ୧:୨ ହୋଇଥାଏ । ଯେଉଁଠାରେ ରୋଗୀକୁ ଅଧିକ ସେବା ଦରକାର ସେ କ୍ଷେତ୍ରରେ ନର୍ସଙ୍କର କାମ ସେତେ ଅଧିକ ଏବଂ ଏଥିପାଇଁ ଜଣେ ନର୍ସ ଜଣେ ରୋଗୀ ବା ୨ ଜଣ ରୋଗୀ ପାଇଁ ବ୍ୟବସ୍ଥିତ ହୋଇଥାଆନ୍ତି ।

କାର୍ଯ୍ୟ କରିବା ଶୈଳୀ

ଯେଉଁ କାର୍ଯ୍ୟ ପାଇଁ ଜଣେ ନର୍ସ ଦକ୍ଷ ନୁହଁନ୍ତି ସେ ସେହି କାର୍ଯ୍ୟ ନକରିବା ପାଇଁ ମନା କରି ଦେବାର ଅଧିକାର ଅଛି । ସେ ମଧ୍ୟ ଅତିରିକ୍ତ ପ୍ରଶିକ୍ଷଣ ଦେବାର ଅଧିକାର ଅଛି ଯାହାଦ୍ୱାରା ସେ ଅଧିକ ଦକ୍ଷ ହୋଇ ସେବା ପ୍ରଦାନ କରିପାରିବେ ।

ଆବେଦନ ଫର୍ମଗୁଡିକୁ ପାଇବା ପାଇଁ ନିମ୍ନ ଲିଙ୍କକୁ ଯାଅନ୍ତୁ

ମମତା ଯୋଜନା ନିମନ୍ତେ ହିତାଧିକାରୀଙ୍କ ସ୍ଵାକ୍ଷରନାମା

ମଧୁବାବୁ ପେନସନ ପାଇଁ ଦରଖାସ୍ତ ଫର୍ମ

ଗ୍ରୀନକାର୍ଡ ଇନ୍ କ୍ଵାରୀ ରିପୋର୍ଟ

ଓଡିଶା ଲୋକସେବା ଅଧିକାର ନିୟମାବଳୀ

ଉପସଂହାର

ଯଦି ଏହି ବିବରଣୀର ବୈଶିଷ୍ଟ୍ୟକୁ ବିଚାରକୁ ନିଆଯାଏ ତେବେ ଏହା ଜନ ସଚେତନତା ପାଇଁ ସମ୍ପୂର୍ଣ୍ଣ ଭାବରେ ଉଦ୍ଦିଷ୍ଟ । ସଚେତନତା ଯଥା ରୋଗୀ ପାଇଁ, ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀ,ରୋଗୀର କର୍ତ୍ତବ୍ୟ ଓ ଦାୟିତ୍ଵ ଚିକିତ୍ସା ଅବହେଳା ଜନିତ ପଦକ୍ଷେପ ଏଥିରେ ଅନ୍ତର୍ଭୁକ୍ତ, ଏଥିସହିତ ସେବା ପ୍ରଦାନ ବ୍ୟକ୍ତିଙ୍କର କର୍ତ୍ତବ୍ୟ ଏବଂ ଦାୟିତ୍ଵ ବାବଦରେ ମଧ୍ୟ ସମ୍ପୂର୍ଣ୍ଣ ଆଲୋଚନା କରାଯାଇଛି ।

ଫଳପ୍ରଦସ୍ୱାସ୍ଥ୍ୟ ସେବା ପ୍ରଦାନ ପାଇଁ ଏକ ଅନୁକୂଳ ବାତାବରଣ ସୃଷ୍ଟି କରିବା ଏହି ପୁସ୍ତକର ଲକ୍ଷ୍ୟ ଅଟେ ।

ଆଧାର: ଓଡିଶା ଭଲ୍ୟୁଣ୍ଟାରୀ ହେଲଥ ଆସୋସିଏସନ

2.97058823529
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top