ହୋମ / ସ୍ଵାସ୍ଥ୍ୟ / ନୀତି ଓ ଯୋଜନା / ହସ୍ପିଟାଲରୁ ଶବ ନେବା ପାଇଁ ନୂଆ ଗାଇଡ୍ ଲାଇନ
ସେଆର କରନ୍ତୁ

ହସ୍ପିଟାଲରୁ ଶବ ନେବା ପାଇଁ ନୂଆ ଗାଇଡ୍ ଲାଇନ

ପ୍ରତ୍ୟେକ ୱାର୍ଡ ପାଇଁ ସ୍ଵତନ୍ତ୍ର ରେଜିଷ୍ଟର ରଖିବାକୁ ଗାଇଡ ଲାଇନରେ ନିର୍ଦ୍ଦେଶ ଦିଆଯାଇଛି ।

ଗାଇଡ ଲାଇନ୍

ଜିଲାର ଦାନ ମାଝୀ ନିଜ ସ୍ତ୍ରୀର ମୃତ ଶରୀରକୁ କାନ୍ଧରେ ବୋହି ଯିବା ଘଟଣା କେବଳ ଓଡିଶାରେ ନୁହେଁ ଜାତୀୟ ଏବଂ ଆନ୍ତର୍ଜାତୀୟ କ୍ଷେତ୍ରରେ ମଧ୍ୟ ଆଲୋଡନ ସୃଷ୍ଟି କରିଥିଲା । ଆଗାମୀ ଦିନରେ ଯେପରି ଏଭଳି ଅଭାବନୀୟ ପରିସ୍ଥିତି ସୃଷ୍ଟି ନ ହେବ ସେ ନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ  ଉତ୍ପରତା ଦେଖାଇଛି । ହସ୍ପିଟାଲରୁ ମୃତ ଶରୀରକୁ ଛାଡିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ବୁଧବାର ଏକ ଗାଇଡ ଲାଇନ୍ ଜାରି କରିଛି । ଚିକିତ୍ସା ହେଉଥିବା ସମୟରେ ମୃତ୍ୟ ହେଲେ କେଉଁ ସବୁ ଦିଗ ପ୍ରତି ଧ୍ୟାନ ଦେବାକୁ ହେବ ସେ ନେଇ ସ୍ପଷ୍ଟ କରାଯାଇଛି । ହସ୍ପିଟାଲରେ ରୋଗୀଙ୍କୁ ଯାଞ୍ଚ କରୁଥିବା ସମୟରେ ଯଦି ହୃଦଯନ୍ତ୍ର ବନ୍ଦ ହୁଏ ତେବେ ଡାକ୍ତର 5 ମିନିଟ ନିରୀକ୍ଷଣ କରିବା ପରେ ରୋଗୀକୁ ମୃତ ଘୋଷଣା କରିବେ । ହୃଦଯନ୍ତ୍ରର ଇସିଜି ବାଧ୍ୟତାମୂଳକ କରାଯାଇଛି । ମୃତ୍ୟୁ ବିଷୟ ସେହି ୱାର୍ଡର ରେଜିଷ୍ଟରରେ ଉଲ୍ଲେଖ କରିବା ବାଧ୍ୟତାମୂଳକ । ୱାର୍ଡରେ କର୍ତ୍ତବ୍ୟରତ ଥିବା ନର୍ସଙ୍କ ଦାୟିତ୍ଵରେ ଉକ୍ତ ରେଜିଷ୍ଟର ରହିବ । ପ୍ରତ୍ୟେକ ୱାର୍ଡ ପାଇଁ ସ୍ଵତନ୍ତ୍ର ରେଜିଷ୍ଟର ରଖିବାକୁ ଗାଇଡ ଲାଇନରେ ନିର୍ଦ୍ଦେଶ ଦିଆଯାଇଛି । ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଅବସ୍ଥାରେ ମୃତ୍ୟୁବରଣ କରୁଥିବା ବ୍ୟକ୍ତିଙ୍କ ବିଷୟରେ ସ୍ଥାନୀୟ ଥାନାକୁ ଜଣାଇବା ବାଧ୍ୟତାମୂଳକ କରାଯାଇଛି ।

ହସ୍ପିଟାଲ ଆସିବା ପୂର୍ବରୁ ମୃତ୍ୟୁ ହୋଇଥିବା ବ୍ୟକ୍ତିଙ୍କ ବିଷୟରେ କାଜୁଆଲଟିରେ ଥିବା ଡାକ୍ତର ତୁରନ୍ତ ଥାନାକୁ ଜଣାଇବେ । ସେହିପରି ଯେଉଁ ମୃତ ବ୍ୟକ୍ତିଙ୍କର କେହି ନ ଥିବେ ସେ ବିଷୟରେ ମଧ୍ୟ ଗୃହ ବିଭାଗ ଦ୍ଵାରା ଜାରି କରାଯାଇଥିବା ଗାଇଡଲାଇନ ଆଧାରରେ ସ୍ଥାନୀୟ ଥାନାକୁ ଜଣାଇବାକୁ ମେଡିକାଲ ଅଫିସରଙ୍କ ନିର୍ଦ୍ଦେଶ ଦିଆଯାଇଛି ।  ଯଦି କୌଣସି ମୃତ ବ୍ୟକ୍ତି କେହି ନେଉଥିବାର ଦେଖାଯିବ ତୁରନ୍ତ ସେହି ୱାର୍ଡରେ ଥିବା ନର୍ସ, ସୁରକ୍ଷା କର୍ମୀ ଡେଥ ସ୍ଲିପ ଯାଞ୍ଚ କରିବେ । ଯଦି ନ ମିଳିବ ତୁରନ୍ତ ମେଡିକାଲ ଅଫିସରଙ୍କୁ ଜଣାଇବାକୁ କୁହାଯାଇଛି । ମେଡିକାଲ ଅଫିସର ଶବକୁ ଛାଡିବା ପୂର୍ବରୁ ଭଲ ଭାବେ ସମସ୍ତ କାଗଜପତ୍ର ଯାଞ୍ଚ କରିବେ । ଯଦି ସେ ନିଜେ ସନ୍ତୁଷ୍ଟ ହେବେ ତେବେ ମରୁତ ଶରୀରକୁ ଯିବାକୁ ଅନୁମତି ଦେଇ ପାରିବେ । ମୃତ୍ୟୁ ପରେ ମୃତକଙ୍କ ସମ୍ପର୍କୀୟମାନେ ଶୋକାକୁ ପରିସ୍ଥିତିରେ ଥିବେ । ସେହି ସମୟରେ ହସ୍ପିଟାଲର କର୍ମଚାରୀମାନେ ସେମାନଙ୍କୁ ପୂର୍ଣ୍ଣ ସହଯୋଗ କରିବା ସହ ସରକାର ଯୋଗାଇ ଦେଉଥିବା ସୁବିଧା ସୁଯୋଗ  ଯୋଗାଇ ଦେବାକୁ କୁହାଯାଇଛି । ମୃତ୍ୟୁ ଶରୀରରୁ ସମ୍ମାନର ସହ ରଖିବା ଓ ସମସ୍ତ ଫର୍ମାଲିଟି ପୁରରଣ କରିବାକୁ ହେବ ।

ଶବକୁ ବୋହି ନେବା ପାଇଁ ଗାଡି

ପ୍ରତ୍ୟେକ ସହରାଞ୍ଚଳ ଥାନାକୁ ସବକୁ ବୋହି ନେବା ପାଇଁ ଗାଡି ବାବଦରେ 1 ହଜାର ଟଙ୍କା, ଗ୍ରାମାଞ୍ଚଳ ଥାନାକୁ ୧୫୦୦ ଓ ସ୍ଵତନ୍ତ୍ର କେସ ପାଇଁ ୨ ହାଜର ଟଙ୍କା ପ୍ରଦାନ କରାଯାଇଛି । ଯଦି କୌଣସି ଗରିବ ପରିବାର ଶବ ନେବାକୁ ଗାଡି ଆବଶ୍ୟକ କରନ୍ତି ତେବେ ସେମାନଙ୍କୁ ଜିଲାପାମମାନେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ସାଧାରଣ ପ୍ରଶାସନ ଜାରି କରିଥିବା ଗାଇଡ ଲାଇନ ଅନୁଯାୟୀ ସହାୟତା କରିପାରିବେ । ହସ୍ପିଟାଲରୁ ଗନ୍ତବ୍ୟସ୍ଥଳକୁ ଗାଡିରେ ଯିବା ପାଇଁ ଭଡା ସର୍ବାଧିକ ୨ ହାଜର ଟଙ୍କାରେ ସୀମିତ ରହିବ । ହରିଶ୍ଚନ୍ଦ୍ର ଯୋଜନାରେ ମାଗଣାରେ ଏହି ସୁବିଧା ପ୍ରଦାନ କରାଯିବ । ଏହି କାର୍ଯ୍ୟ ସମ୍ପାଦନ ପାଇଁ ଜିଲାପାଳ ଓ ଏସଫିଙ୍କ ମଧ୍ୟରେ ଉତ୍ତମ ସହଯୋଗର ଆବଶ୍ୟକତା ରହିଛି ।

ଆଧାର

ସ୍ଵାସ୍ଥ୍ୟ ବିଭାଗ , ଓଡିଶା ସରକାର

2.94444444444
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top