ହୋମ / ସ୍ଵାସ୍ଥ୍ୟ / ପରିମଳ ଓ ସ୍ଵଚ୍ଛତା / ଗୋଷ୍ଠୀସ୍ୱାସ୍ଥ୍ୟ ସମ୍ପର୍କିତ ପ୍ରଶିକ୍ଷକ ସହାୟକ ପୁସ୍ତିକା
ସେଆର କରନ୍ତୁ

ଗୋଷ୍ଠୀସ୍ୱାସ୍ଥ୍ୟ ସମ୍ପର୍କିତ ପ୍ରଶିକ୍ଷକ ସହାୟକ ପୁସ୍ତିକା

ଗୋଷ୍ଠୀସ୍ୱାସ୍ଥ୍ୟ ସମ୍ପର୍କିତ ପ୍ରଶିକ୍ଷକ ସହାୟକ ର ସୂଚନା

ପ୍ରଶିକ୍ଷକମାନଙ୍କ ପାଇଁ ସୂଚନା

ସ୍ୱାସ୍ଥ୍ୟ – ସଚେତନତାର  ଆବଶ୍ୟକତା

ସ୍ୱାସ୍ଥ୍ୟଶିବିର  ବ୍ୟବସ୍ଥା  ମୁଖ୍ୟତଃ  ଜନଜୀବନ  ଓ ସ୍କୁଲସ୍ତରରେ  ପ୍ରଚଳିତ  ରହିଛି  । ରୋଗୀମାନଙ୍କ  ସ୍ୱାସ୍ଥ୍ୟ  ଅତି  ନିମ୍ନ  ସ୍ତରରେ  ଥିବାବେଳେ   କ୍ଷେତ୍ର – ଭିତ୍ତିକ  ସ୍ୱାସ୍ଥ୍ୟସେବା  ସମ୍ବନ୍ଧୀୟ  ଜ୍ଞାନ  ଆଦୌ  ନାହିନ  କହିଲେ  ଚଳେ   । ସମାଜର   ସମତା  ସ୍ତର  ପର୍ଯ୍ୟନ୍ତ  ସ୍ୱାସ୍ଥ୍ୟ   ଶିକ୍ଷାର  ପ୍ରସାର   କରାଯାଇପାରିଲେ  ହିଁ  ସ୍ୱାସ୍ଥ୍ୟ   ସେବାର  ବାସ୍ତବ   ସୁଫଳ  ମିଳିପାରନ୍ତା   । ସ୍ୱାସ୍ଥ୍ୟସେବା ଓ  ସ୍ୱାସ୍ଥ୍ୟଶିକ୍ଷାକୁ   ଅଧିକ  ଫଳପ୍ରଦ   କରିବାକୁ  ହେଲେ  ସ୍ୱାସ୍ଥ୍ୟ  ସେବା   ଯୋଗାଣକାରୀ  ସଂସ୍ଥାରେ   ସାଂଗଠନିକ  ପରିବର୍ତ୍ତନ  ତାର  ନୀତି  ନିୟମରେ  ଆବଶ୍ୟକୀୟ  ଉନ୍ନତି  ଆଣିବା  ସଙ୍ଗେ  ସଙ୍ଗେ  ଲୋକଙ୍କ  ଆଚରଣ  ବିଧିରେ  ମଧ୍ୟ  ପରିବର୍ତ୍ତନ  ଆଣିବାକୁ  ଉଦ୍ୟମ  କରାଯିବା  ଦରକାର  । ଅର୍ଥାତ, ଆବଶ୍ୟକତା   ଭିତ୍ତିକ   ହସ୍ତକ୍ଷେପ  ନିମନ୍ତେ  ସୁଚିନ୍ତିତ   ଯୋଜନା  କରାଯିବା  ଦରକାର   । ଏହି  ପରିପ୍ରେକ୍ଷୀରେ  ଜନସାଧାରଣଙ୍କୁ  ସଚେତନ  କରାଇବା  ଓ  ରୋଗଗୁଡିକ  ପାଇଁ   ପ୍ରତିଷେଧ  ମୂଳକ  ବ୍ୟବସ୍ଥା  ଗ୍ରହଣ  କରିବା  ପାଇଁ  ଆବଶ୍ୟକ  ହେଉଥିବା  ସ୍ୱାସ୍ଥ୍ୟଶିକ୍ଷା  ଓ  ତାଲିମ  ଆଦି  ଯୋଗାଇଦେବା  ଏହି  ପୁସ୍ତକାର  ଉଦ୍ଦେଶ୍ୟ   ।

ଶିକ୍ଷଣର  ପଦ୍ଧତି

ସ୍ୱାସ୍ଥ୍ୟଶିକ୍ଷାକୁ   ସଫଳତାର  ସହିତ  ପରିଚାଳନା  କରିବା  ପାଇଁ   ବିଭିନ୍ନ  ପ୍ରକାର  ପଦ୍ଧତି  ଗ୍ରହଣ  କରାଯାଇପାରେ,  ଯଥା :-

ପାରିସ୍ପରିକ  ବୁଝାମଣା  ପଦ୍ଧତି

ଏହି  ପ୍ରଣାଳୀ  ପ୍ରଶିକ୍ଷାର୍ଥୀଙ୍କୁ   ସକ୍ରିୟ  ଯୋଗଦାନ   ପାଇଁ  ଉତ୍ସାହିତ   କରିବା  ସହିତ  ପାରସ୍ପରିକ  ଅଭିଜ୍ଞତାର  ବିନିମୟ   ପାଇଁ  ଉନ୍ନତ   ବାତାବରଣ  ସୃଷ୍ଟିକରେ   । ଏଥିରେ  ପ୍ରଶିକ୍ଷକ  ପ୍ରଶିକ୍ଷାର୍ଥୀ, ଉଭୟ  ସାମିଲ   ହେଉଥିବାର   ଦେଖାଯାଏ   । ଗୋଷ୍ଠୀ   ସ୍ତରରେ  ଏହାର  ଉପଯୋଗିତା  ଅତ୍ୟନ୍ତ  ତାତ୍ପର୍ଯ୍ୟପୂର୍ଣ୍ଣ   । କାରଣ,  ଆଲୋଚନା   ସହିତ  ଉଦାହରଣ  ଦିଆଯିବା  ସହ  ଭୂମିକା  ଅଭିନୟ  ଜରିଆରେ  ବୁଝାମଣା   ପାଇଁ  ଏହା  ବେଶ୍  ସହାୟକ  ହୋଇଥାଏ   ।

ଏକକ  ଧାରା  ପଦ୍ଧତି

ଏହା  ଉପଦେଶାତ୍ମକ  ପ୍ରଶିକ୍ଷକ- ପ୍ରଶିକ୍ଷାର୍ଥୀ   ପଦ୍ଧତି   । ପ୍ରଶିକ୍ଷକ  କହିବେ,  ପ୍ରଶିକ୍ଷାର୍ଥୀ  ଶୁଣିବେ   । ଏ  ପ୍ରକାର  “ପ୍ରଶିକ୍ଷକ - ପ୍ରଶିକ୍ଷାର୍ଥୀ” ପଦ୍ଧତିରେ  ଶିକ୍ଷାଦାନ   କେବଳ  ଉପଦେଶାତ୍ମକ  ହୋଇଥିବାରୁ   ବୟସ୍କମାନଙ୍କ  କ୍ଷେତ୍ରରେ   ଫଳପ୍ରସୂ  ହୋଇପାରେ  ନାହିଁ   । କାରଣ  ଏଥିରେ  ପ୍ରଶିକ୍ଷାର୍ଥୀଙ୍କ  ଜ୍ଞାନ  ଓ  ଅଭିଜ୍ଞତା   ଭଳି   ଗୁରୁତ୍ଵପୂର୍ଣ୍ଣ   ଦିଗକୁ   ଉପେକ୍ଷା   କରାଯାଇଥାଏ   । ଏଣୁ  ବୟସ୍କ  ପରୀକ୍ଷାର୍ଥୀମାନଙ୍କୁ   ଶିକ୍ଷାଦାନ  ପାଇଁ  କେତେକ  ବିଶେଷ  ଦିଗ  ପ୍ରତି  ଧ୍ୟାନ  ଦେବାକୁ  ପଡେ,  ଯଦ୍ଵାରା  ସେମାନେ  ଅଧିକ  ଜାଣିବା  ପାଇଁ  ଆଗ୍ରହାନ୍ଵିତ   ହେବେ  ଓ  ସହଜରେ  ମନେ   ରଖିପାରିବେ   ।ସେହି  ଦିଗଗୁଡିକ  ହେଉଛି  ଯେତେବେଳେ   ସେମାନେ :

  • ତଥ୍ୟ  ବା  ସୂଚନା – ଶୁଣନ୍ତି  ।
  • ପ୍ରଦର୍ଶନ  ଓ  ଉଦାହରଣ – ଦେଖନ୍ତି  ।
  • ତଥ୍ୟ/ସୂଚନା  ସହିତ  ନିଜସ୍ଵ   ମତବାଦକୁ   ସଂଯୋଗ   କରି – ଆଲୋଚନା  କରନ୍ତି   ।
  • ଶିଖିଥିବା  ଜ୍ଞାନ  କୌଶଳର – ଅଭ୍ୟାସ   କରନ୍ତି   ।

ବହୁବିଧ  ଧାରା  ପଦ୍ଧତି

ସକ୍ରିୟ  ଅଂଶଗ୍ରହଣ  : ଏହି ଶିକ୍ଷା ପଦ୍ଧତିରେ  ପ୍ରଶିକ୍ଷକ  ଓ  ପ୍ରଶିକ୍ଷାର୍ଥୀଙ୍କ  ମଧ୍ୟରେ  ଆଦାନ  ପ୍ରଦାନର  ବିଶ୍ଳେଷଣ  ନିମ୍ନମତେ   ପ୍ରକାଶ  କରାଯାଇପାରେ   ।

ପ୍ରଶିକ୍ଷକ

ପ୍ରଶିକ୍ଷାର୍ଥୀ

  • ସେ  ଜଣେ  ପ୍ରଶିକ୍ଷଣ  ସଞ୍ଚାଳକ
  • ଯୋଗାଯୋଗ ମାଧ୍ୟମ  ଜଣେ  ଜଣେ  ଅଂଶଗ୍ରହଣକାରୀ
  • ଜଣେ  ଉତ୍ତମ  ସଂଯୋଜକ
  • ସହଜ  ଅନୁଭବ  କରନ୍ତି
  • ପ୍ରଶିକ୍ଷାର୍ଥୀଙ୍କ  ସହିତ  ସମାନ  ସ୍ତରରେ  କାର୍ଯ୍ୟ  କରନ୍ତି
  • ସକ୍ରିୟ  ଭାବରେ  ଅଂଶଗ୍ରହଣ  କରନ୍ତି
  • ପ୍ରଶିକ୍ଷାର୍ଥୀଙ୍କ  ମତାମତ  ଓ  ଅଭିଜ୍ଞତାକୁ  ସମ୍ମାନ  ଦିଅନ୍ତି
  • ଅଭିଜ୍ଞତା  ଆଦାନ  ପ୍ରଦାନ  କରନ୍ତି
  • ଶିକ୍ଷଣ ପ୍ରକ୍ରିୟାର  ସମର୍ଥକଙ୍କ
  • ପ୍ରଶିକ୍ଷଣ  ପ୍ରକ୍ରିୟା  ଭିତରେ   ପ୍ରଶ୍ନ  ପଚାରିବା  ଭୁଲ  କରିବା  କିମ୍ବା  କିଛି  ରିସ୍କ ନେବାକୁ  ପଛନ୍ତି  ନାହିଁ  ।
  • ଅଭିଜ୍ଞତା  ଭିତ୍ତିକ  ପ୍ରଶିକ୍ଷଣ  ଜଣେ  ଉତ୍ତମ ସଂଗଠନ
  • ପ୍ରଶିକ୍ଷକଙ୍କୁ  ଜଣେ  ସମ୍ବଳ,  ବ୍ୟକ୍ତି  ଦିଗଦର୍ଶକ  ତଥା  ବିଶ୍ଵାସ  ଯୋଗ୍ୟ  ପରାମର୍ଶଦାତା  ଭାବେ  ଗ୍ରହଣ  କରିଥାନ୍ତି  ।

ବୟସ୍କ – ପ୍ରଶିକ୍ଷଣ  ପଦ୍ଧତି  ଅବଲମ୍ବନ  କରି  ଜଣେ  ପ୍ରଶିକ୍ଷକ  ପ୍ରଶିକ୍ଷାର୍ଥୀମାନଙ୍କର  ବ୍ୟକ୍ତିବିଶେଷଙ୍କ  ସକ୍ରିୟ  ଅଂଶଗ୍ରହଣ  ଆଶା  ରଖିପାରିବେ   । ଏହି  ପଦ୍ଧତିରେ,  ପ୍ରଶିକ୍ଷଣ  ପାଇଥିବା  ବ୍ୟକ୍ତି  ଶୀଘ୍ର  ଜ୍ଞାନ  ଲାଭ  କରିବା  ସହିତ  ସେହି  ଜ୍ଞାନ  କୌଶଳକୁ  ମଧ୍ୟ  ଅଧିକ  ଦିନ  ପର୍ଯ୍ୟନ୍ତ  ମନେ   ରଖିପାରନ୍ତି   ।

ଭାଗୀଦାରୀ  ପ୍ରଶିକ୍ଷଣ  ପ୍ରକ୍ରିୟା

ଏହି  ପାଞ୍ଚୋଟି  ସୋପାନ  ସମ୍ପର୍କରେ  ପାର୍ଶ୍ଵବର୍ତ୍ତୀ   ଚିତ୍ରରେ  ଅବତାରଣା  କରାଯାଇଛି   । ଆବଶ୍ୟକତା   ଭିତ୍ତିରେ  ଆକଳନ  କରି  ଲକ୍ଷ  ଓ  ଆଭିମୁଖ୍ୟର  ସଫଳତା  ପାଇଁ   ପ୍ରଶିକ୍ଷଣର  ଶୁଭାରମ୍ଭ  କରାଯିବ ; ଏଥିପାଇଁ  ସଠିକ  ବିଷୟ ବସ୍ତୁ  ଓ  କାର୍ଯ୍ୟନିର୍ଘଣ୍ଟର  ଯୋଜନା  କରାଯିବା  ଦରକାର    । ପର୍ଯ୍ୟାଲୋଚନା   ଓ  ମୂଲ୍ୟାୟନର  ପ୍ରକ୍ରିୟା  ମାଧ୍ୟମରେ  ପ୍ରଶିକ୍ଷାର୍ଥୀଙ୍କ  ତାଲିମ  ଜ୍ଞାନର  ମାନଦଣ୍ଡ  ଜଣାପଡେ  ଏବଂ  ପରବର୍ତ୍ତୀ   ତାଲିମ   ବା  ପୁନରାବଲୋକନର  ଆବଶ୍ୟକତା   ସମ୍ପର୍କରେ  ବିଚାର  କରାଯାଇଥାଏ   ।

  1. ଆବଶ୍ୟକତାର  ଆକଳନ

ପ୍ରଶିକ୍ଷାର୍ଥୀଙ୍କ  ଜ୍ଞାନର  ସ୍ଥିତି, ମନୋଭାବ  ତଥା  ଆବଶ୍ୟକତା  ଆକଳନ  କରି  ପ୍ରଶିକ୍ଷକ   ଶିକ୍ଷାଦାନ  ପାଇଁ  ଯୋଜନା ଓ  କାର୍ଯ୍ୟ  ନିର୍ଘଣ୍ଟ  ଆଦି  ପ୍ରସ୍ତୁତ   କରିବେ  । ଆବଶ୍ୟକତାର  ସଠିକ   ଆକଳନ  ହିଁ  ପ୍ରଶିକ୍ଷକଙ୍କୁ  ସଠିକ  କାର୍ଯ୍ୟକ୍ରମର  ଯୋଜନା  କରିବାରେ   ହୁଏ,  ଯାହା  ପ୍ରଶିକ୍ଷାର୍ଥୀଙ୍କ  ଜ୍ଞାନ  କୌଶଳ ଓ  ମନୋବୃତ୍ତିର  ଅଭିବୃଦ୍ଧି   ପାଇଁ  ପଥ  ପ୍ରଦର୍ଶକ  ହୁଏ   ।

  1. 2. ଉପଲକ୍ଷ ଓ ଉଦ୍ଦେଶ୍ୟ

ଉପଲକ୍ଷ୍ୟ

ପ୍ରଶିକ୍ଷଣର  ଦୃଷ୍ଟିଭଙ୍ଗୀ  ହିଁ  ନିର୍ଣ୍ଣୟକରେ  ତାର  ଉପଲକ୍ଷ୍ୟ   । ଲକ୍ଷ୍ୟ  ହାସଲ  ପାଇଁ  ତାଲିମ  କାର୍ଯ୍ୟକ୍ରମକୁ  କିଭଳି  ଆଗକୁ  ନେବାକୁ  ହେବ  ତାହା  ଏଥିରେ  ବର୍ଣ୍ଣନା   କରାଯାଇଥାଏ   । ତାଲିମରୁ  ପ୍ରାପ୍ତ  ଜ୍ଞାନ  ଆଗାମୀ  ଦିନରେ  କି  ପ୍ରକାରେ  କାର୍ଯ୍ୟ  କ୍ଷେତ୍ରରେ  ବିନିଯୋଗ  ହୋଇପାରିବ  ସେ  ବିଷୟରେ  ମଧ୍ୟ  ଏଥିରେ  ସମକ୍ୟ  ଧାରଣା  ଦିଆଯାଇଥାଏ   ।

ଉଦ୍ଦେଶ୍ୟ

ଆବଶ୍ୟକୀୟ  ଜ୍ଞାନ  ଓ  କୌଶଳ  ହାସଲ  କରିବା  ପରେ  ଅଂଶଗ୍ରହଣକାରୀମାନେ  ଯେଉଁ   କାର୍ଯ୍ୟ   କରିବା   ପାଇଁ  ସମର୍ଥ   ହେବେ,  ତାକୁ  ହିଁ  ପ୍ରଶିକ୍ଷଣ  କାର୍ଯ୍ୟକ୍ରମର   ‘ଉଦ୍ଦେଶ୍ୟ’  ବୋଲି  କୁହାଯାଏ   ।

ଉଦ୍ଦେଶ୍ୟର  ଆବଶ୍ୟକତା

  • ତାଲିମ  କାର୍ଯ୍ୟକ୍ରମକୁ  ଉଦ୍ଦେଶ୍ୟମୂଳକ, ନିର୍ଦ୍ଧିଷ୍ଟ  ଏବଂ  ପ୍ରଭାବଶାଳୀ  ଭାବରେ   ଯୋଜନାବଦ୍ଧ  କରିବା  ପାଇଁ
  • ତାଲିମର  ମୂଲ୍ୟାୟନ  ଓ  ମାନଦଣ୍ଡର   ନିର୍ଦ୍ଧାରଣ  ପାଇଁ
  1. ପାଠ୍ୟକ୍ରମର  ରୂପରେଖ

ପ୍ରଶିକ୍ଷଣ  ପାଇଁ  ଲିଖିତ  ଅଣୁଦେଶାବଳୀ  ହିଁ  ପାଠ୍ୟକ୍ରମର  ରୂପରେଖ   ବା  ସେସନ  ପ୍ଲାନ  । ଏଥିରେ  ପ୍ରଶିକ୍ଷଣ  କାର୍ଯ୍ୟର   ସମ୍ୟକ  ସୂଚନା  ରହିବା  ସହିତ  ପାଠ୍ୟକ୍ରମର  ରୂପରେଖ  ଏବଂ  ପ୍ରଶିକ୍ଷାର୍ଥୀଙ୍କ  ଆବଶ୍ୟକତା  ବିଷୟ  ବ୍ୟାଖ୍ୟା   କରାଯାଇଥାଏ   ।ଏହା  ପ୍ରଶିକ୍ଷକଙ୍କୁ  ତାଲିମ  କାର୍ଯ୍ୟକ୍ରମକୁ   ସଂଗଠିତ  କରିବାରେ  ସହାୟତା  କରେ   ।

ପାଠ୍ୟକ୍ରମ  ପ୍ରସ୍ତୁତି  ବେଳେ  ପ୍ରଶିକ୍ଷକର  ସମସ୍ତ  ଦିଗ  ପ୍ରତି  ଧ୍ୟାନ  ଦେବା  ଜରୁରୀ   ।  ଏଣୁ  ନିମ୍ନ  ଲିଖିତ  ଦିଗ  ଗୁଡିକର  ଅବତାରଣା  କରାଯାଇପାରେ :

  • ପ୍ରଶିକ୍ଷଣର  ଲକ୍ଷ୍ୟ  କ’ଣ ?
  • ନିର୍ଦ୍ଧିଷ୍ଟ  ବିଷୟ  ପାଇଁ  ସମୟସୀମା   ନିର୍ଦ୍ଧାରଣ   ।
  • ଶିକ୍ଷାଦାନ  ପଦ୍ଧତି  ନିର୍ଦ୍ଧାରଣ   ।
  • ଶିକ୍ଷାଦାନ   ପାଇଁ  ଆବଶ୍ୟକ  ସାଧନ  ସମୂହ  ।
  • ତାଲିମ  ପରେ  ଲବ୍ଧଜ୍ଞାନର  ସଠିକ  ମୂଲ୍ୟାୟନ  ପାଇଁ  ମାପଦଣ୍ଡର  ରୂପରେଖ   ନିର୍ଦ୍ଧାରଣ   ।

ବିଷୟସୂଚୀ  ପାଇଁ  ଯୋଜନା

ବିଷୟସୂଚୀର  ଯୋଜନା  ପ୍ରସ୍ତୁତ   କଲାବେଳେ   ପ୍ରଶିକ୍ଷାର୍ଥୀମାନେ   ଯାହା   ନିଶ୍ଚିତ   ଭାବେ  ଜାଣିବା  ଦରକାର  ତା’ଉପରେ   ହିଁ  ଗୁରୁତ୍ଵ   ଦିଆଯିବ  । ଅନ୍ୟାନ୍ୟ   ଆନୁସଙ୍ଗିକ  ଜ୍ଞାତବ୍ୟ   ବିଷୟ,  ସୂଚନା, ବହିପତ୍ରର  ସୂଚନା  ପ୍ରଦାନପୂର୍ବକ  ପରସ୍ପର  ମଧ୍ୟରେ  ବାର୍ତ୍ତାଳାପ  ଓ  ଅଭିଜ୍ଞତାର  ଆଦାନ  ପ୍ରଦାନକୁ  ମଧ୍ୟ  ଉତ୍ସାହିତ  କରାଯିବ   ।

କେନ୍ଦ୍ରରେ  ଥିବା  ‘ଏକାନ୍ତ  ଆବଶ୍ୟକ’ ବିଷୟ  ଉପରେ  ଅଧିକ  ଗୁରୁତ୍ଵ  ଏବଂ  ଅଧିକ  ସମୟ  ଦେଇ  ‘ଜାଣିବା  ଉଚିତ’ ରେ  ତା  ଠାରୁ   କମ୍  ଗୁରୁତ୍ଵ  ଦେବା  ଦରକାର   । ‘ଜାଣିଲେ  ଭଲ’  ବିଷୟ  ଗୁଡିକ  ଉପରେ   ସମୟ  ବଳିଲେ  ଆଲୋଚନା  କରାଯାଇପାରେ   । ଏହି  ସୂତ୍ର  ଅନୁସାରେ  ଶିକ୍ଷଣୀୟ  ବିଷୟର   ବିନ୍ୟାସ   କରାଗଲେ  ସମୟର   ଉପାଦେୟ   ବ୍ୟବହାର  ହୋଇପାରିବ   ।

  1. କାର୍ଯ୍ୟାନ୍ଵୟନ

ପ୍ରଶିକ୍ଷଣ  ପ୍ରଣାଳୀ ଓ  ସାମଗ୍ରୀ : ପ୍ରଶିକ୍ଷଣ  ଏକ  ବିଶେଷ  କର୍ମକୁଶଳତା  ଅଟେ   । ପ୍ରତ୍ୟକ  ପ୍ରଶିକ୍ଷକ  ନିଜର  ଅଭିଜ୍ଞତା  ଓ  ଦକ୍ଷତା   ଅନୁଯାୟୀ  ତାଲିମ  ପ୍ରଦାନ  କରିଥାନ୍ତି   । ପ୍ରଶିକ୍ଷଣର  ପ୍ରଣାଳୀ  ଓ  ସାମଗ୍ରୀକୁ  ପାଥେୟ  କରି  ପ୍ରଶିକ୍ଷାର୍ଥୀଙ୍କୁ  ନୂଆ  ନୂଆ  ଜ୍ଞାନ, କୌଶଳ  ଓ  ଅଭିଜ୍ଞତା  ବଣ୍ଟନ  କରିବାକୁ  ପ୍ରୟାସ  କରନ୍ତି   ।

ପ୍ରଶିକ୍ଷଣ  ପ୍ରଣାଳୀ – କିଛି  ସାଧାରଣ  ପ୍ରସଙ୍ଗ

ଏକ  ନିର୍ଦ୍ଧିଷ୍ଟ  ପାଠ୍ୟକ୍ରମ  ପାଇଁ  ଶିକ୍ଷାଦାନ  ପଦ୍ଧତି  ସ୍ଥିର  କଲାବେଳେ  ନିମ୍ନଲିଖିତ  ପ୍ରଶ୍ନଗୁଡିକୁ  ବିଚାରକୁ  ନେବା  ଦରକାର,  ଯଥା :-

  • ଲକ୍ଷ୍ୟ  ହାସଲ  ପାଇଁ  ଏହି  ପଦ୍ଧତି  ଅନୁକୂଳ  କି ?
  • ଏହି  ପଦ୍ଧତି  ବ୍ୟବହାର  ପାଇଁ  ପ୍ରଶିକ୍ଷାର୍ଥୀଙ୍କ  ଠାରେ  ମହଜୁଦ  ଥିବା  ଜ୍ଞାନ  ଛଡା  ଆହୁରି  ଅଧିକ  ଜ୍ଞାନ  ଓ  କୁଶଳତା  ଦରକାର  କି ?
  • ଏହି  ପାଠ୍ୟକ୍ରମର   ସମୟସୀମା   କେତେ  ହେବା  ଦରକାର  ? ସେତିକି  ସମୟ  ଅଛି  କି ?
  • କେତେ  ସ୍ଥାନର  ଆବଶ୍ୟକତା  ଅଛି  ? ତାହା  ସୁଲଭ  କି ?
  • ଏହି  ପଦ୍ଧତି  ପ୍ରଶିକ୍ଷାର୍ଥୀଙ୍କ  ସଂଖ୍ୟା  ଓ  ପ୍ରକାରଭେଦ  ଅନୁସାରେ  ସମୁଚିତ  କି ?
  • ପ୍ରଶିକ୍ଷଣ  ପାଇଁ  କେଉଁ  ପ୍ରକାର  ଶିକ୍ଷା  ସାମଗ୍ରୀର  ଆବଶ୍ୟକତା  ରହିଛି  ଏବଂ  ତାହା  ସୁଲଭ  କି  ?
  • ଏହି  ପ୍ରଣାଳୀରେ  ଶିକ୍ଷାଦାନ  ପାଇଁ  ବିଶେଷ   କୁଶଳତାର   ଆବଶ୍ୟକତା  ଅଛି  କି ? ବର୍ତ୍ତମାନର  ପ୍ରଶିକ୍ଷକଙ୍କ  ପାଖରେ  ଏହି  କୁଶଳତା  ଅଛି  ତ ?

ଜ୍ଞାନର  ଅଭିନିବେଶ  ପାଇଁ  ପ୍ରଶିକ୍ଷଣ  ପଦ୍ଧତି

ପ୍ରଶିକ୍ଷାର୍ଥୀଙ୍କର  ଯାହା   ଜାଣିବା  ଆବଶ୍ୟକ  ତାକୁ  ହିଁ  ଦୃଷ୍ଟିରେ  ରଖି  ପ୍ରଶିକ୍ଷଣ  ଦିଆଯିବା  ଉଚିତ  । ଏଣୁ  ନିମ୍ନଲିଖିତ  ପଂକ୍ତି   ଗୁଡିକ  ପ୍ରଣିଧ୍ୟାନ  ଯୋଗ୍ୟ :

  • ପ୍ରଶିକ୍ଷାର୍ଥୀମାନେ  ଏ  ବିଷୟଟି  କାହିଁକି  ଜାଣିବା  ଦରକାର – ସେଥିପାଇଁ  ସେମାନଙ୍କ  ଧ୍ୟାନ  ଆକର୍ଷଣ  କରନ୍ତୁ  ? ଏକଗପ  ମାଧ୍ୟମରେ  ବିଷୟର   ଗୁରୁତ୍ଵ   ବୁଝାଇବା  ଉଚିତ   ।
  • ବିଷୟ  ଉପରେ  ପ୍ରଥମେ  ସଂକ୍ଷେପରେ   ଧାରଣା  ଦିଅନ୍ତୁ   ।
  • ପ୍ରଶିକ୍ଷାର୍ଥୀଙ୍କ  ଚିନ୍ତନ – ମନ୍ଥନ  ପାଇଁ  କିଛି  ଯଥାର୍ଥ  ପ୍ରଶ୍ନ  ପ୍ରସ୍ତୁତି  କର  ରଖନ୍ତୁ   ।
  • ବକ୍ତବ୍ୟକୁ  ବଳିଷ୍ଠ  କରିବା  ପାଇଁ  ସୂଚନାପତ୍ର  ବାଣ୍ଟି   ଦିଅନ୍ତୁ   ।ଏହା  ପ୍ରଶିକ୍ଷାର୍ଥୀଙ୍କୁ  ଲେଖିବାରୁ  ମୁକ୍ତି  ଦେଇ  ପ୍ରଶିକ୍ଷଣରେ  ସକ୍ରିୟ  ଅଂଶ  ଗ୍ରହଣ  କରିବାରେ   ସାହାଯ୍ୟ  କରିଥାଏ   । ସୂଚନାପତ୍ରକୁ   ମଧ୍ୟ  ସେମାନେ  ପରେ  ବ୍ୟବହାର   କରିପାରିବେ   ।
  • ବିଷୟବସ୍ତୁର  ବ୍ୟବହାର  ସମ୍ପର୍କରେ  କିଛି  ଗଳ୍ପ  ବା  ଅଭିଜ୍ଞତା  ବଣ୍ଟନ  କରିବାକୁ  ପ୍ରଶିକ୍ଷାର୍ଥୀଙ୍କୁ  ଉତ୍ସାହିତ  କରନ୍ତୁ  ।
  • ପ୍ରଶିକ୍ଷଣକୁ  ଆକର୍ଷଣୀୟ   କରିବା  ପାଇଁ   ଚକ  ବୋର୍ଡ, ଫ୍ଲିପ ଚାର୍ଟ,  ମଡେଲ,  ଫଟୋଗ୍ରାଫ,  ସ୍ଲାଇଡ / ଭିଡିଓ  ଆଦିର   ବ୍ୟବହାର  କରନ୍ତୁ    ।

କୁଶଳତାର  ବିକାଶ  ପାଇଁ  ପ୍ରଶିକ୍ଷଣ  ପଦ୍ଧତି

ଅଭ୍ୟାସ  ପର୍ଯ୍ୟାୟ

ପ୍ରଶିକ୍ଷଣରେ  କୁଶଳତା  ଶିକ୍ଷା  ପାଇଁ  ଏହା  ଅତି  ଜରୁରୀ   । ଏଥିପାଇଁ  ସମୟ  ଦେବା  ସହିତ  ପ୍ରଶିକ୍ଷକ  ଫିଡବ୍ୟାକ  ଯୋଗାଇଦେବା  ଦରକାର   । ପ୍ରତ୍ୟକ  ପ୍ରଶିକ୍ଷାର୍ଥୀ   ଏଥିରେ  ଅଂଶ  ଗ୍ରହଣ  କରିବା  ଦରକାର   ।

ପ୍ରଶିକ୍ଷାର୍ଥୀଙ୍କ  ଭୂମିକା

ଯୋଗାଯୋଗ  କୌଶଳ  ଶିକ୍ଷା  ପାଇଁ  ରୋଲ  ପ୍ଲେ  ବା  ଭୂମିକା  ଅଭିନୟ  ଖୁବ୍  ଉପାଦେୟ   । ଏଥିରେ  ପ୍ରଶିକ୍ଷାର୍ଥୀମାନେ  ଅନୁଭବ  କରନ୍ତି  ଯେମିତି  ସେମାନେ  ନାଟକର  ଜଣେ  ଜଣେ  ଚରିତ୍ର  ଅଟନ୍ତି   । ପ୍ରଶିକ୍ଷକ  ବିଷୟବସ୍ତୁ  ସହ  ଜଡିତ   କୌଣସି  ଏକ  ପରିବେଶ  ବର୍ଣ୍ଣନା   କରିବେ,  ଏବଂ  ପ୍ରଶିକ୍ଷାର୍ଥୀମାନେ  ସେହି  ପରିବେଶକୁ   ଅଭିନୟ  ମାଧ୍ୟମରେ  ଖୁବ୍   ଅଳ୍ପ  ସମୟ  ମଧ୍ୟରେ  ପରିବେଷଣ   କରିବେ   ।

ବିଷୟ  ଅନୁଧ୍ୟାନ

ବିଷୟ  ଅନୁଧ୍ୟାନ  ପଦ୍ଧତିଟି  ସମସ୍ୟା – ସମାଧାନ  ତଥା  ନିର୍ଣ୍ଣୟ   ଗ୍ରହଣର  କୌଶଳ  ପାଇଁ  ଖୁବ୍  ଉପଯୋଗୀ   । ଏହି  ପଦ୍ଧତିରେ  ଏକ  ନିର୍ଦ୍ଧିଷ୍ଟ  ଅବସ୍ଥା  ସମ୍ପର୍କରେ  ବର୍ଣ୍ଣନା   କରାଯିବ  ଏବଂ  ପ୍ରଶିକ୍ଷାର୍ଥୀମାନେ  ସେ  ଅବସ୍ଥାରେ  କ’ଣ  କରାଯିବା  ଉଚିତ  ମନେ   କରୁଛନ୍ତି  ତା  ଉପରେ  ଦଳଗତ  ଆଲୋଚନା  କରିବେ   । ରୋଗର  ନିଦାନ,  ଚିକିତ୍ସା  କିମ୍ବା  ପରିଚାଳନାଗତ   ବା  ଆନୁଷ୍ଠାନିକ   ସମସ୍ୟା  ଆଦି  ସମ୍ପର୍କରେ  କୌଣସି   ଏକ  ଅବସ୍ଥାର   ଅବତାରଣା   କରାଗଲେ  ପ୍ରଶିକ୍ଷାର୍ଥୀମାନେ  ତା  ଉପରେ  ନିଜ  ନିଜ  ଅଭିଜ୍ଞତାରୁ  ଆଲୋଚନା  କରିପାରିବେ   । ଏହିପରି  ଭାବରେ  ଏକ  ବାସ୍ତବ  ପରିସ୍ଥିତି   ଅନୁଧ୍ୟାନ  ଓ  ଅନୁଶୀଳନରୁ  ପ୍ରଶିକ୍ଷାର୍ଥୀମାନେ  ଯାହା    ଶିଖିପାରିବେ,  ତାର  ପ୍ରଭାବ  ଦୀର୍ଘସ୍ଥାୟୀ   ।

ଅନୁକୂଳ  ମନୋବୃତ୍ତି  ବା  ଆଟିଚୁଡ  ସୃଷ୍ଟି  ପାଇଁ  ପ୍ରଶିକ୍ଷଣ   ପଦ୍ଧତି

କୌଣସି  କାର୍ଯ୍ୟ  ପାଇଁ  ଅନୁକୂଳ  ମନୋବୃତ୍ତି  ବା  ଆଚରଣ  ଏକାନ୍ତ  ଜରୁରୀ  । ଗୋଟିଏ  କାର୍ଯ୍ୟକୁ   ଦକ୍ଷତାର  ସହିତ  ସମ୍ପୂର୍ଣ୍ଣ  କରିବା  ପାଇଁ  କେବଳ  ଜ୍ଞାନ   ଓ  କୁଶଳତା   ଯଥେଷ୍ଟ  ନୁହେଁ   । ରୋଗୀ  ସହିତ  ସ୍ୱାସ୍ଥ୍ୟକର୍ମୀଙ୍କ  ଯତ୍ନଶୀଳ   ମନୋଭାବ   ଏବଂ  ସମ୍ପର୍କରେ  ହିଁ  ଥାଏ   ଚିକିତ୍ସାର  ଚାବିକାଠି   । ଏଭଳି  ମନୋବୃତ୍ତି  ସୃଷ୍ଟି  କରିବା  ସକାଶେ   ଚାରିପ୍ରକାର  ପଦକ୍ଷେପ   ଗ୍ରହଣୀୟ  ଯଥା : -

ତଥ୍ୟର  ପରିବେଷଣ  ଓ  ଭାବ  ବିନିମୟ  :

ପ୍ରଶିକ୍ଷକ  ଗୋଟିଏ  ନିର୍ଦ୍ଧିଷ୍ଟ  କାର୍ଯ୍ୟକୁ  ସଫଳତାର  ସହିତ  ପୂର୍ଣ୍ଣାଙ୍ଗ  କରିବାପାଇଁ  ଅନୁକୂଳ  ମନୋଭାବର  ଆବଶ୍ୟକତା  ବିଷୟ  ଉପରେ  ତଥ୍ୟର   ଅବତାରଣା   କରି  ପ୍ରଶିକ୍ଷାର୍ଥୀଙ୍କୁ  ଉତ୍ସାହିତ  କରିବେ  ।

ଉଦାହରଣ  ଓ  ନମୁନା  ପ୍ରଦର୍ଶନର  ବ୍ୟବସ୍ଥା :

ଉନ୍ନତ  ବୁଝାମଣା  ସୃଷ୍ଟିକରିବା  ପାଇଁ  ସ୍ଥାନୀୟ  ବିଷୟର   ଉଦାହରଣ  ଏବଂ  ନମୁନା  ପ୍ରଦର୍ଶନ   ଅତ୍ୟନ୍ତ  ଉପଯୋଗୀ  ସାବ୍ୟସ୍ତ  ହେବ   ।

ଅଭିଜ୍ଞତାର ବିନିମୟ :

ମା’  ଓ  ଶିଶୁ  ସନ୍ତାନର   ସ୍ୱାସ୍ଥ୍ୟ  ବା  ଅନ୍ୟ  କୌଣସି  ସ୍ୱାସ୍ଥ୍ୟସେବା  ସମ୍ବନ୍ଧୀୟ  ପୁସ୍ତକ  ଗଠନ  ଅପେକ୍ଷା   ପ୍ରତ୍ଯକ୍ଷ   ଅନୁଭୂତିର  ବର୍ଣ୍ଣନା  ପ୍ରଶିକ୍ଷାର୍ଥୀଙ୍କ  ଉପରେ  ଗଭୀର  ପ୍ରଭାବ  ପକାଇପାରେ   ।

ଛୋଟ  ଛୋଟ  ଦଳ  ମାଧ୍ୟମରେ  ଆଲୋଚନା :

ପରସ୍ପର   ମତ  ବିନିମୟ   ଜରିଆରେ   ପ୍ରଶିକ୍ଷାର୍ଥୀଙ୍କ   ମନୋବୃତ୍ତିରେ  ଗଭୀର  ଆଲୋଡନ   ସୃଷ୍ଟି  ହୁଏ   ।ଛୋଟ  ଛୋଟ  ଦଳ  ଗଠନ  କରି   ପରସ୍ପର   ମଧ୍ୟରେ   ଆଲୋଚନା  ଜରିଆରେ  ବକ୍ତବ୍ୟ   ରଖିବାର   ସୁଯୋଗ  ସୃଷ୍ଟି  କରାଗଲେ   ଅନୁକୂଳ  ମନୋଭାବ  ଉଦ୍ରେକ   ହେବ   ।

ପ୍ରଶିକ୍ଷଣ  ସାମଗ୍ରୀ  ଓ  ସାଧନ  :

ପ୍ରଶିକ୍ଷଣ  ପାଇଁ  କେତେକ  ଲିଖିତ  ସାମଗ୍ରୀ   ବ୍ୟବହାର  କରାଯାଏ  । ଏହା  ନଥିଲେ   ପ୍ରଶିକ୍ଷକ  ନିଜେ  ଏହା  ପ୍ରସ୍ତୁତ  କଲାବେଳେ ନିମ୍ନଲିଖିତ  ବିଷୟ  ପ୍ରତି  ଧ୍ୟାନ  ଦେବା  ଆବଶ୍ୟକ ;

  • ପ୍ରଶିକ୍ଷାର୍ଥୀମାନଙ୍କ   ପାଇଁ  ଆବଶ୍ୟକ   ହେଉଥିବା  ଜ୍ଞାନ  ସକାଶେ  ହିଁ  ଏହା  ଉଦ୍ଦିଷ୍ଟ   ହୋଇଥିବ  ।
  • ଏହା  ଖୁବ୍  ସ୍ପଷ୍ଟ  ହୋଇଥିବ  ।
  • ଏହାର  ପୃଷ୍ଠା  ଗୁଡିକ  ପରିଷ୍କାର   ଭାବେ  ସଜଡା   ହି  ରହିଥିବା  ଉଚିତ   ।
  • ଲେଖାର  ଭାଷା  ଓ  ଚିତ୍ର   ଆଦି  ପ୍ରଶିକ୍ଷାର୍ଥୀଙ୍କ   ଜ୍ଞାନର  ମାପ  ସହିତ  ଖାପ  ଖୁଆଇଲାଭଳି   ହେବା  ଉଚିତ   । ଯଥା : - ଯଦି  ପ୍ରଶିକ୍ଷାର୍ଥୀମାନେ  ଗ୍ରାଫ  ବୁଝିପାରିବେ  ତେବେ  ଗ୍ରାଫ  ବ୍ୟବହାର  କରାଯାଇପାରେ   ।
  • ଅଡିଓ  ଭିଜୁଆଲ   ମାଧ୍ୟମରେ  ପ୍ରଶିକ୍ଷଣ  ଖୁବ୍  ପ୍ରଭାବଶାଳୀ ହୁଏ  । ସେହି  ଅନୁସାରେ  ତାର  ପ୍ରସ୍ତୁତ  ଏବଂ  ଚୟନ  ହେବା  ଦରକାର   ।
  1. ତଦାରଖ  ପ  ମୂଲ୍ୟାୟନ
ତାଲିମର  ଫଳାଫଳ  ନିର୍ଦ୍ଧାରଣ   ପାଇଁ  ଆବଶ୍ୟକ  ତଥ୍ୟାଦିର   ସଂଗ୍ରହ  ଓ  ତାର  ସମୀକ୍ଷାର  ପ୍ରକ୍ରିୟା   ହେଉଛି  ତଦାରଖ  ଓ  ମୂଲ୍ୟାୟନ  । ‘ତଦାରଖ’  ପ୍ରକ୍ରିୟା  କାର୍ଯ୍ୟକ୍ରମ  ଚାଲିଥିବାବେଳେ  ଏବଂ  ‘ମୂଲ୍ୟାୟନ’  ପ୍ରକ୍ରିୟା  କାର୍ଯ୍ୟକ୍ରମଟି  ଶେଷହେବାପରେ   କରାଯାଏ   । ଗୁଣାତ୍ମକମାନର  ପ୍ରଶିକ୍ଷଣକୁ  ଦୃଷ୍ଟିରେ  ରଖି  ପ୍ରଶିକ୍ଷାର୍ଥୀମାନେ  ଅର୍ଜିଥିବା  ଜ୍ଞାନ,  କୌଶଳ ଓ  ମନୋବୃତ୍ତି   ସେମାନଙ୍କ  କର୍ମ  କ୍ଷେତ୍ରରେ   ଯେପରି  ଉପଯୋଗୀ   ହେବ,  ତାହା  ଦେଖିବା  ତଦାରଖ  ଓ  ମୂଲ୍ୟାୟନର  କାର୍ଯ୍ୟ  । ଭବିଷ୍ୟତର  ଯୋଜନା  ଓ  କାର୍ଯ୍ୟସୂଚୀ   ପ୍ରସ୍ତୁତ   କରିବା  ବେଳେ  ମଧ୍ୟ  ତଦାରଖ  ଓ  ମୂଲ୍ୟାୟନ  ଫଳାଫଳକୁ  ଦୃଷ୍ଟିରେ  ରଖିବା   ଦରକାର   ।

ଜଳ ଓ ପରିମଳ

ଜଳ ଓ ପରିମଳ

ଜୀବନ  ଓ  ସ୍ୱାସ୍ଥ୍ୟ  ପାଇଁ  ଜଳ  ଏକ  ମୌଳିକ  ଆବଶ୍ୟକତା  । ବିକାଶଶୀଳ   ରାଷ୍ଟ୍ରମାନଙ୍କରେ  ସ୍ୱାସ୍ଥ୍ୟ  ସମସ୍ୟାର   ମୁଖ୍ୟ  କାରଣ  ଅସୁରକ୍ଷିତ   ପାନୀୟ  ଜଳ  ଓ  ଦୁର୍ବଳ  ପରିମଳ  ବ୍ୟବସ୍ଥା   । ପ୍ରତିବର୍ଷ   ପୃଥିବୀର  ହଜାର  ହଜାର  ଗରିବ  ଲୋକେ – ବିଶେଷ  କରି   ମହିଳା  ଓ  ଶିଶୁମାନେ  ଜଳ  ସମ୍ପର୍କିତ   ରୋଗରେ  ପୀଡିତ  ହୋଇ  ମୃତ୍ୟୁବରଣ କରୁଛନ୍ତି   । ତା  ଛଡା  ସୁରକ୍ଷିତ   ପାନୀୟ  ଜଳର  ଅଭାବ  ଯୋଗୁଁ  ଗରିବ  ଶ୍ରେଣୀର  ମହିଳା  ଓ  ଶିଶୁମାନେ   ଜଳ ସଂଗ୍ରହ  ପାଇଁ  ଘଣ୍ଟା  ଘଣ୍ଟା   ବିତାଇବାକୁ  ବାଧ୍ୟ  ହେଉଛନ୍ତି   । ଏହି  ସମୟକୁ   ମହିଳାମାନେ  ଉପାର୍ଜନକ୍ଷମ   ହେବାରେ  ଓ  ଶିଶୁମାନେ  ବିଶେଷକରି  ଝିଅ  ପିଲାମାନେ   ପଢାପଢିରେ  ଲଗାଇପାରନ୍ତି   ।

ଜଳ  ଓ  ପରିମଳ   ବ୍ୟବସ୍ଥା   ସମ୍ପର୍କରେ  ଜାଣିବା  ଉପରେ  ହିଁ  ସୁସ୍ଥତା  ନିର୍ଭର  କରେ   । ଜଳ  ସଂକ୍ରମିତ  ରୋଗର  କାରଣ  ଗୁଡିକ  ହେଲା ;

  • ଜଳ  ଉତ୍ସର  ଚାରିପାଖରେ  ଅସ୍ୱାସ୍ଥ୍ୟକର  ପରିବେଶ  ।
  • ମଇଳା  ପାଣି  ଓ  ଶିଳ୍ପ  କାରଖାନାର  ପରିତ୍ୟକ୍ତ  ପାଣି  ନିଷ୍କାସନ  ପାଇଁ  ସଠିକ  ବ୍ୟବସ୍ଥାର  ଅଭାବ   ।
  • କଠିନ  ବର୍ଜ୍ୟ   ବସ୍ତୁକୁ   ଅଯତ୍ନ   ଭାବେ  ଏଣେ  ତେଣେ  ପକାଇବା  ।
  • ଉଚ୍ଚକ୍ଷମତା  ସମ୍ପନ୍ନ   ଯବକ୍ଷାରଜାନ   ଜାତୀୟ   ରାସାୟନିକ  ସାରର  ଅତ୍ୟଧିକ   ବ୍ୟବହାର   ।
  • ଶିଳ୍ପ  କାରଖାନାମାନଙ୍କରୁ  ନିର୍ଗତ  ପ୍ରଦୂଷଣ  ।
  • ଅତ୍ୟଧିକ  ଶୋଷଣରୁ  ଗୁଣାତ୍ମକମାନର  ଅବକ୍ଷୟ  ।
  • ଅଜ୍ଞତା   ଯୋଗୁଁ   ଜଳ  ଉତ୍ସର   ପ୍ରଦୂଷଣ   ।
  • ଜନସଂଖ୍ୟାରେ  ଅତ୍ୟଧିକ  ଅଭିବୃଦ୍ଧି  ।
  • ସଚେତନତାର  ଅଭାବ  ।

ଜଳ  ଓ  ପରିମଳ  ସମ୍ପର୍କିତ  ପ୍ରସଙ୍ଗ

  1. ଗୋଷ୍ଠୀ  କ୍ଷେତ୍ରରେ
  • ବହୁସଂଖ୍ୟକ  ଲୋକେ  ସର୍ବସାଧାରଣ  ଜଳଯୋଗାଣ  ଉତ୍ସଉପରେ  ନିର୍ଭର  କରନ୍ତି   ।
  • ପାଇପପାଣି  ଯୋଗାଣ  ବ୍ୟବସ୍ଥା  ସାହରାଞ୍ଚଳ  ଓ  କେତେକ  ଉନ୍ନତ  ଗ୍ରାମ  ମଧ୍ୟରେ   ସୀମିତ  ।
  • ପିଇବାପାଇଁ  ଗ୍ରାମାଞ୍ଚଳର  ଅଧିକାଂଶ   ଲୋକେ  ନଳକୂପ  ପାଣି   ଉପରେ  ନିର୍ଭର  କରନ୍ତି   ।
  • ନଳକୂଅର  ପାଣି  ସମସ୍ତ  ଗ୍ରାମବାସୀଙ୍କ  ଅଭାବ  ପୂରଣ   କରିପାରେ  ନାହିଁ,  ବିଶେଷତଃ  ଗ୍ରୀଷ୍ମଋତୁରେ  ଜଳ  କଷ୍ଟ  ଖୁବ୍  ଅଧିକ   ।
  • ବହୁ  ସମୟରେ  ଅଚଳ  ନଳକୂପର  ମରାମତି  ବା  ପୁନଃସ୍ଥାପନରେ  ବିଳମ୍ବ  ହେତୁ  ଜଳଯୋଗାଣ  ବ୍ୟାହାତ ହୁଏ  ।
  • ଅସୁରକ୍ଷିତ  କୂଅ  କିମ୍ବା  ଖୋଲା  ଜଳଉତ୍ସଗୁଡିକରୁ  ଅପରିଚ୍ଛନ୍ନ  ପାଣି  ସଂଗ୍ରହ  କରିବା  ଅସ୍ୱାସ୍ଥ୍ୟକର  ଅଟେ   ।
  • ବହୁ  ଗାଁରେ  ଗୋଟିଏ  ପୋଖରୀକୁ   ଲୁଗାପଟା  ସଫା  କରିବା  ଠାରୁ  ଆରମ୍ଭ  କରି  ଗାଢୁଆ  ତଥା  ଗାଈ  ମଇଁଷିଙ୍କୁ  ଧୁଆ  ଧୋଇ   କରିବା  ପର୍ଯ୍ୟନ୍ତ  ବ୍ୟବହାର  କରିବା  ଏକ  ଅସ୍ୱାସ୍ଥ୍ୟକର  ଅଭ୍ୟାସ   ।
  • ପରିତ୍ୟକ୍ତ  ଦୂଷିତ  ପାଣିର  ନିଷ୍କାସନ  ପାଇଁ  ଶୋଷକଗର୍ତ୍ତ  ଓ  ଚାନ୍ଦିନୀଗୁଡିକର  ରକ୍ଷଣା  ବେକ୍ଷଣର  ଅଭାବ  ।
  • ବହୁ  ଗାଁରେ  ସାମୁହିକ  ଓ  ବ୍ୟକ୍ତିଗତ   ଶୌଚାଳୟର  ଅଭାବ   ।
  • ଦୁଇ  ତୃତୀୟାଂଶ  ବା  ତତୋଧିକ  ପରିବାର  ଲୋକଙ୍କର  ଖୋଲା  ସ୍ଥାନରେ  ମଳତ୍ୟାଗ  କରିବା  ଅଭ୍ୟାସ  ।
  • ପିଲାମାନଙ୍କର   ମଇଳା  ନିରାପଦ  ସ୍ଥାନରେ  ନ ପକାଇ   ଏଣେ  ତେଣେ  ପକାଇ  ଦିଆଯାଏ   ।
  • ଫଳତଃ,  ସେ  ସବୁ  ମଇଳା  ବର୍ଷାପାଣିରେ   ଧୋଇ  ହୋଇ  ଜଳ  ଉତ୍ସରେ  ମିଶିଯାଏ  ।
  • ଅଧିକାଂଶ  ଲୋକେ  ଖୋଲାସ୍ଥାନରେ  ମଳତ୍ୟାଗ  କଲେ  ହାତ  ଧୋଇବା  ପାଇଁ  ସାବୁନ  ବ୍ୟବହାର  କରନ୍ତି  ନାହିଁ  ଓ  ଚପଲ  ପିନ୍ଧନ୍ତି  ନାହିଁ  ।
  • ଅଧିକାଂଶ  ଗାଁରେ  ରହିବା  ଘର  ସହିତ  ବା  ପାଖକୁ  ଲାଗି  ପଶୁମାନଙ୍କ  ପାଇଁ  ଗୁହାଳ  କରିବା  ଏକ  ଅସ୍ୱାସ୍ଥ୍ୟକର  ପରିବେଶ   ସୃଷ୍ଟିକରେ   ।
  • ଅଧିକାଂଶ  ଗୃହକର୍ତ୍ତା   ପରିତ୍ୟକ୍ତ  ପାଣି  ଶୋଷକ  ଗର୍ତ୍ତକୁ  ନଛାଡିବା  ଏକ ଦୂଷିତ  ପରିବେଶ  ସୃଷ୍ଟି  କରେ   । ବହୁଲୋକ  ଅଳିଆ  ଆବର୍ଜନା  ଓ  କଠିନ  ବର୍ଜ୍ୟବସ୍ତୁ  ପକାଇବା  ପାଇଁ  କମ୍ପୋଷ୍ଟ  ଖାତର  ବ୍ୟବସ୍ଥା  କରନ୍ତି  ନାହିଁ   ।
  • ଅଧିକାଂଶ  ଗାଁରେ  ଜଳ  ଓ  ପରିମଳ  ପରିଚାଳନା  କମିଟି  ନଥାଏ,  ବା  ଥିଲେ ମଧ୍ୟ  ସକ୍ରିୟ   ନଥାଏ   ।
  1. ପାରିବାରିକ  କ୍ଷେତ୍ରରେ
  • ବହୁ  ଗୃହସ୍ଥ  ପାନୀୟ  ଜଳ  ସଂଗ୍ରହ  ତଥା  ତାର  ସୁରକ୍ଷିତ  ସଂରକ୍ଷଣ  ଓ  ବ୍ୟବହାର  ବାବଦରେ   ଜାଣି  ନଥାନ୍ତି  ।
  • କେତେକ  ଲୋକ  ଜଳପାତ୍ରକୁ  ଘୋଡାଇ  ରଖନ୍ତି  ନାହିଁ  କି  ନିୟମିତ   ସଫା  ମଧ୍ୟ  କରନ୍ତି  ନାହିଁ  ।
  • ଜଳପାତ୍ରରୁ   ପାଣି  କାଢିବାରେ  ପ୍ରାୟ  ଡଙ୍କି  ବ୍ୟବହାର  କରନ୍ତି  ନାହିଁ   ।
  • ପାଣିର  ବ୍ୟବହାରରେ  ସଚେତନତାର  ଅଭାବ  ଦେଖାଯାଏ   ।
  • ଅଧିକାଂଶ  ପରିବାରରେ  ଶୌଚାଳୟ  ନାହିଁ  ।
  • ଶିଶୁମାନଙ୍କର  ମଇଳା  ଇତସ୍ତତଃ  ପକାଇ  ଦିଆଯାଏ   ।
  • ଅଧିକାଂଶ  ଲୋକ  ମଳତ୍ୟାଗ  ପାଇଁ  ଗଲେ  ଚପଲ  ପିନ୍ଧାନ୍ତି  ନାହିଁ  କିମ୍ବା  ହାତ  ଧୋଇବାରେ  ସାବୁନ  ବ୍ୟବହାର  କରନ୍ତି  ନାହିଁ   ।
  • ବହୁଲୋକ  ରହିବା  ଘର  ସହିତ  ବା  ପାଖକୁ  ଲାଗି  ଗୁହାଳ  ଘର   କରିଥାନ୍ତି  ।
  • ବ୍ୟବହୃତ  ପରିତ୍ୟକ୍ତ   ପାଣିକୁ   ଉଦ୍ଦିଷ୍ଟ  ପାଣି  ଶୋଷକ  ଗର୍ଭକୁ  ଛାଡନ୍ତି  ନାହିଁ   ।
  • ଖରାପ  ପାଣି  ଯମୁଥିବା  କାଦୁଅ  ଓ  ସନ୍ତସନ୍ତିଆ  ଜାଗା  ଘର  ପାଖକୁ  ଲାଗି  ରହିବାର  ଦେଖାଯାଏ   ।
  • ବହୁଲୋକ  ଅଳିଆ  ଓ  କଠିନ  ବର୍ଜ୍ୟବସ୍ତୁ  ପକାଇବା  ପାଇଁ  କମ୍ପୋଷ୍ଟ  ଖତ  କରନ୍ତି  ନାହିଁ   ।

ଦୂଷିତ  ପାଣି  ଓ  କୁପରିମଳର  ପ୍ରଭାବ

  1. ସ୍ୱାସ୍ଥ୍ୟ  ଉପରେ  ପ୍ରଭାବ
  • ସାଧାରଣ  ରୋଗର  ୮୦  ଭାଗ  କେବଳ  ଜଳ  ଓ  ପରିମଳ  ଅଭାବ  ଜନିତ  କାରଣରୁ  ହୋଇଥାଏ   ।
  • ସାରା  ବିଶ୍ଵର  ବିଶେଷକରି  ବିକାଶଶୀଳ   ରାଷ୍ଟ୍ରର ହଜାର  ହଜାର  ଲୋକେ  ଜଳ  ଓ  ପରିମଳ ସଙ୍କ୍ରାନ୍ତୀୟରୋଗରେ  ପୀଡିତ  ହେଉଛନ୍ତି   ।
  • ପ୍ରତିବର୍ଷ  ପ୍ରାୟ  ୫ ନିୟୁତ  ଲୋକ  ଜଳ  ଦ୍ଵାରା  ସଂକ୍ରମିତ  ରୋଗ  ଯୋଗୁଁ  ମୃତ୍ୟୁବରଣ   କରୁଛନ୍ତି   ।
  • ଦୁଇ  ନିୟୁତରୁ ଅଧିକ  ଲୋକ  କେବଳ  ଦୂଷିତ  ଜଳଜନିତ   ତରଳଝାଡାରେ  ପ୍ରାଣତ୍ୟାଗ  କରୁଛନ୍ତି   ।
  • ଏହି  ମୃତକମାନଙ୍କ  ମଧ୍ୟରେ  ଅଧିକାଂଶ   ହେଉଛନ୍ତି  ଛୋଟପିଲା   ।
  • ଏହି  ସମସ୍ତ   ରୋଗ  ମଣିଷ  ବା  ପଶୁମାନଙ୍କ   ମଳଦ୍ଵାରା  ସଂକ୍ରମିତ  ଜଳର  ବ୍ୟବହାର  ହେତୁ  ହୋଇଥାଏ   । ଉକ୍ତ  ସଂକ୍ରମିତ  ଜଳରେ  ଜୈବ  ଅଣୁଜୀବ   ଗୁଡିକ  ରହିଥାନ୍ତି   । ଫଳରେ   କଲେରା,  ଟାଇଫଏଡ,  ନାଳରକ୍ତ  ଓ  ଆମାଶୟ  ତଥା  ଅନ୍ୟାନ୍ୟ   ଝାଡାରୋଗ  ହୁଏ   ।
  • ବ୍ୟକ୍ତିଗତ  ସ୍ୱାସ୍ଥ୍ୟ  ସଚେତନତାର   ଅଭାବ  ଯୋଗୁଁ  ଚରମ  ଓ  ଆଖି  ସଂକ୍ରମିତ  ଜଳ  ସଂସ୍ପର୍ଶରେ  ଆସିଲେ  କାଛୁକୁଣ୍ଡିଆ,  ଟ୍ରାକୋମା,  ଟାଇଫିସ  ଆଦି  ରୋଗ  ହୋଇଥାଏ   । ଏହାଛଡା   ଡାଆଁସ, ଉକୁଣି  ଓ  ଟିଙ୍କ  ଜନିତ  ରୋଗମାନ  ବ୍ୟାପିଥାଏ  ।
  • ମାଲେରିଆ, ଡେଙ୍ଗୁ, ବାତଜ୍ଵର  ଏବଂ  କାମାଲ  ଆଦି  ପରଜୀବୀ  ବାହିତ  ରୋଗ  ମଧ୍ୟ  ଜଳ  ଦ୍ଵାରା  ପ୍ରଭାବିତ  ହୋଇଥାଏ ;  ଅର୍ଥାତ  ମଶାମାନଙ୍କ   ଜନ୍ମ,  ବଂଶବୃଦ୍ଧି  ଏହି  ଦୂଷିତ  ଜଳ  ଯୋଗୁ  ଘଟିଥାଏ   ।
  • ଆହୁରି  ମଧ୍ୟ  ରାସାୟନିକ  ପଦାର୍ଥ  ଯୋଗୁ  ସଂକ୍ରମିତ  ଜଳ  ଦ୍ଵାରା   ମଧ୍ୟ  କେତେକ  ରୋଗ  ବ୍ୟାପିଥାଏ  ।
  • ଜଳ  ବାହିତ  ରୋଗ  ଯୋଗୁ  ଶିଶୁ  ମୃତ୍ୟୁ  ହାର  ଉଦବେଗ   ଜନକଭାବେ  ଅଧିକ  ହୁଏ   । ଏଥିସହିତ  ରୁଗ୍ ଣ  ଶିଶୁମାନଙ୍କ  ବୃଦ୍ଧି  ଓ  ପଢାପଢି   ଉପରେ  ମଧ୍ୟ  ଏହାର  ନକରାତ୍ମକ  ପ୍ରଭାବ  ପଡେ  ଓ  ପାରିବାରିକ  ବୋଝ  ବଢିଯାଏ   ।
  1. ଜୀବନ  ଜୀବିକା  ଉପରେ  ପ୍ରଭାବ
  • ଅପରିଷ୍କୃତ  ପାଣି  ଓ  ପରିମଳ  ଜ୍ଞାନର  ଅଭାବ  ଯୋଗୁଁ  ବ୍ୟାପୁଥିବା  ରୋଗ  ପରୋକ୍ଷ  ଭାବେ  ଦାରିଦ୍ର୍ୟକୁ   ଡାକି  ଆଣିବା  ସହିତ  ଋଣଗ୍ରସ୍ତ  କରାଏ   । ପାଣିର   ଶୁଦ୍ଧତା  ଓ  ପରିମଳ  ବ୍ୟବସ୍ଥାର  ପ୍ରଭାବ  ରୋଗ  ଉପରେ  ଏବଂ  ପଡେ  ରୋଗରୁ  ପୁଣି  ଋଣ   । ଏହିପରି  ଘୁରି  ଚାଲେ  ଯନ୍ତ୍ରଣା   ଚକ୍ରର  ଆବର୍ତ୍ତନ   ।
  • ପରିବାରର  ଉପାର୍ଜନକ୍ଷମ  ସଦସ୍ୟ  ରୋଗରେ  ପଡିଲେ   କାର୍ଯ୍ୟ  ବନ୍ଦ  ହୁଏ,  ମଜୁରି  ମିଳେ  ନାହିଁ   ।
  • ରୋଗ  ଦୀର୍ଘସ୍ଥାୟୀ  ହେଲେ  ବା  ବାରମ୍ବାର  ହେଉଥିଲେ  ମଣିଷ  ଅବସନ୍ନ  ଓ  ଦୁର୍ବଳ   ହୋଇଯାଏ   । ଫଳତଃ  କାମ  କରିବା  କ୍ଷମତାର  ହ୍ରାସ  ଘଟେ  ଓ  ଆୟ  କମିବାରେ  ଲାଗେ   ।
  • ଏପରିକି  ଘରର   ଅଣଉପାର୍ଜନକ୍ଷମ  ସଦସ୍ୟ  ରୋଗଗ୍ରସ୍ତ   ହେଲେ  ମଧ୍ୟ  ସାଧାରଣ  କାମ  ବାଧାପ୍ରାପ୍ତ   ହୁଏ  । କାରଣ,  ରୋଗୀକୁ  ଡାକ୍ତରଖାନା  ନେବା,  ଚିକିତ୍ସା  କରାଇବା  ବା  ଘରେ  ସେବାଯତ୍ନ  କରିବା  ପାଇଁ  ପଡିଥାଏ  ।
  • ଅଧିକାଂଶ  ଗରିବ  ଲୋକଙ୍କ  ଉପାର୍ଜନ  କେବଳ  ଜୀବନ  ଧାରଣରେ  ସୀମିତ   । ରୋଗୀର  ଖର୍ଚ୍ଚ  ବହନ  କରିବା  ସହିତ  ଘର  ଚଳାଇବା  ପୁଣି  ଚିକିତ୍ସା  ଆଦି  ପାଇଁ  ସମ୍ବଳ / ସଞ୍ଚୟ  ନଥାଏ   ।
  • ପୁଣି  ଆରୋଗ୍ୟ  ଲାଭର  ଆଶା  ରଖି  କେହି  କେହି  ଖର୍ଚ୍ଚବହୁଳ  ପୂଜାର୍ଚ୍ଚନାର  ପଥକୁ   ବାଛି  ନିଅନ୍ତି   ।
  • ଚିକିତ୍ସା  ଖର୍ଚ୍ଚର  ଭରଣା  ପାଇଁ  ସମ୍ପତ୍ତି  ବିକିବା,  ସ୍ଥାନୀୟ  ମହାଜନଙ୍କ  ଠାରୁ  ଅଧିକ  ସୁଧରେ  ଋଣ  ଆଣିବା  ଅଥବା  ବନ୍ଧୁଆ  ଶ୍ରମିକ  ହୋଇ  ଗୋତି  ଖଟିବା  ଛଡା  ଅନ୍ୟ  ଉପାୟ  ନଥାଏ   ।
  1. ପରିବେଶ  ଉପରେ  ପ୍ରଭାବ
  • ସଂକ୍ରମିତ  ମଣିଷର  ମଳ  ଏବଂ  ପଶୁମାନଙ୍କର  ବର୍ଜ୍ୟବସ୍ତୁ  ପରିମଳ   ଦୃଷ୍ଟିରୁ   ନିରାପଦ  ଯାଗାରେ  ନପକାଇଲେ  ଏହା  ଭୂତଳ  ଜଳକୁ,  ଜଳଉତ୍ସ   ତଥା  ଜଳାଶୟକୁ  ପ୍ରଦୂଷିତ   କରାଏ ; ଏପରିକି  ମାଟି  ଓ  ପବନକୁ  ମଧ୍ୟ  ସଂକ୍ରମିତ  କରିପାରେ   ।
  • ସଂକ୍ରମିତ  ଜଳ  ଓ  ପରିମଳର  ଅଭାବ  ହେତୁ  ରୋଗ  ସୃଷ୍ଟି  ହେବା  ସହିତ  ତାହା  ଚିକିତ୍ସାଦି  ପାଇଁ  ଆର୍ଥିକ  ବୋଝକୁ  ବଢାଏ  ଓ  ଦାରିଦ୍ର୍ୟ  ବୃଦ୍ଧିପାଏ   । ଫଳରେ  ପରିବେଶ  ଆହୁରି  ଖରାପ  ହୁଏ  ଏବଂ  ପୁନଶ୍ଚ  ରୋଗ  ସଂକ୍ରମଣ  ପାଇଁ  ବାଟ  ଫିଟାଏ  ।
  1. ମହିଳାମାନଙ୍କ  ଉପରେ  ପ୍ରଭାବ
  • ମୁଖ୍ୟତଃ  ମହିଳାମାନେ  ହିଁ  ଘର  ପାଇଁ  ବ୍ୟବହୃତ   ପାଣିର  ସଂଗ୍ରାହକ, ବାହକ  ଓ  ବ୍ୟବହାରକାରୀ   ତଥା  ଏହାର  ସଂରକ୍ଷଣ  ଓ  ରକ୍ଷଣା ବେକ୍ଷଣ  ପାଇଁ  ଦାୟୀ  ଅଟନ୍ତି
  • ବହୁ  ଯାଗାରେ  ମହିଳାମାନଙ୍କୁ  ଦୂରଦୂରାନ୍ତ  ସ୍ଥାନକୁ  ଯାଇ  ପାଣି  ସଂଗ୍ରହ  କରିବାକୁ  ପଡିଥାଏ   ।
  • ମହିଳା  ଓ  ପୁରୁଷ  ଉଭୟ  ପାଣି  ବ୍ୟବହାର  କଲେ  ମଧ୍ୟ  ପାରିବାରିକ  ସ୍ୱାସ୍ଥ୍ୟର  ଦାୟିତ୍ଵ  ମୁଖ୍ୟ  ଭାବେ  ମହିଳାମାନଙ୍କ  ଉପରେ  ନ୍ୟସ୍ତଥାଏ  ।
  • ଜଳ  ଓ  ପରିମଳର  ବ୍ୟବସ୍ଥା  ପାଇଁ  ମହିଳାମାନେ  ଗୁରୁତ୍ଵ  ଆରୋପ  କଲେ  ପୁରୁଷମାନେ  ବହୁ  ସମୟରେ  ଏହାକୁ  ଅବଜ୍ଞା  କରିଥାନ୍ତି   ।
  • ଜଳ  ସଂକ୍ରମିତ  ରୋଗର  ଶିକାର  ହୋଇଥିବା  ରୋଗୀର  ସେବା  ଯତ୍ନର  ମୁଖ୍ୟ  ଦାୟିତ୍ଵ  ମହିଳାମାନଙ୍କ  ଉପରେ  ପଡିଥାଏ   ।
  • ଖୋଲାଯାଗାରେ  ମଳତ୍ୟାଗର  ଅଭ୍ୟାସ   ଯୋଗୁଁ  ମହିଳାମାନେ  ବହୁ  ଜଟିଳ  ସମସ୍ୟାର  ସମ୍ମୁଖୀନ  ହୁଅନ୍ତି ; ଯଦ୍ଦ୍ଵାରା  ସେମାନଙ୍କ  ବ୍ୟକ୍ତିଗତ  ନିରାପତ୍ତା  ବିପନ୍ନ  ହୁଏ  । ବଳାତ୍କାର,  ଧର୍ଷଣ,  ସାପକାମୁଡା,  ଗୋପନୀୟତାର  ଉଲଂଘନ,  ଲଜ୍ଜାଜନକ  ପରିସ୍ଥିତି  ତଥା  କୃମିରୋଗ  ଆଦି  ଏଗୁଡିକ  ମଧ୍ୟରେ   ଅନ୍ତର୍ଭୁକ୍ତ   ।
  • ମହିଳାମାନେ   ରୋଗୀର  ସେବାଯତ୍ନର  ମୁଖ୍ୟ  ଦାୟିତ୍ଵ  ନେଉଥିବାରୁ  ସେମାନଙ୍କୁ  ଉପାର୍ଜନର  ସୁଯୋଗ  ତଥା  ଶିକ୍ଷାଦୀକ୍ଷାରୁ  ବଞ୍ଚିତ  ହେବାକୁ  ପଡେ   । ଫଳତଃ  ରୋଗୀର  ଚିକିତ୍ସା  ଖର୍ଚ୍ଚ  ସହିତ  ପାରିବାରିକ  ଋଣର  ବୋଝ  ବଢିବା  ସଙ୍ଗେ  ସଙ୍ଗେ  ଦାରିଦ୍ର୍ୟର  କଷ୍ଟ  ଆହୁରି   ବଢିଯାଏ   ।

ଜଳ  ଓ  ପରିମଳ  ସଙ୍କ୍ରାନ୍ତୀୟ  ରୋଗ

  1. ଜଳଜାତ  ରୋଗ

ତରଳଝାଡା,  ଆମାଶୟ,  କଲେରା,  ଆନ୍ତ୍ରିକଜ୍ଵର  ଓ  କାମଳ  ଆଦି  ଜଳଜାତ  ରୋଗ  । ମଳ ବା  ଅନ୍ୟ  ମାଧ୍ୟମରେ  ସଂକ୍ରମିତ  ହୋଇଥିବା  ଜଳଦ୍ଵାରା  ଏହି  ରୋଗମାନ  ବ୍ୟାପିଯାଏ   । ଖୋଲା  ସ୍ଥାନରେ  ମଳତ୍ୟାଗ  କରିବା,  ପାନୀୟ  ଜଳ  ଓ  ଖାଦ୍ୟ  ପଦାର୍ଥର  ସଠିକ  ବ୍ୟବହାର  ନ କରିବା  ତଥା  ସଂକ୍ରମିତ  ପାନୀୟଜଳ  ସେବନ  ହେତୁ  ଜଳ  ସମ୍ପଦରେ  ମଳ  ଜନିତ  ପ୍ରଦୂଷଣ  ଘଟିଥାଏ   ।

  1. ଜଳ  ଧୌତ  ରୋଗ

ସ୍ୱାସ୍ଥ୍ୟ  ଓ  ପରିମଳ  ଦୃଷ୍ଟିରୁ  ଆବଶ୍ୟକ  ହେଉଥିବା  ପାଣି  ଠାରୁ  କମ୍  ପରିମାଣର  ବ୍ୟବହାର  ହେତୁ  ଯେଉଁ  ରୋଗମାନ  ହୁଏ  ତାହାକୁ  “ଜଳଧୌତରୋଗ”  କୁହାଯାଏ   । ପାଣିର  ଅଭାବ  ହେତୁ  ଲୋକମାନେ  କମ୍  ପାଣିରେ  ଧୁଆ  ଧୋଇ  ହେବା,  ଲୁଗାପଟା  ସଫା  କରିବା  ଏବଂ  ଘରଦ୍ଵାରା  ପୋଛା  ପୋଛି  ନକରିବା  ଯୋଗୁଁ  ଟ୍ରାକୋମା,  କାଛୁକୁଣ୍ଡିଆ, ଚର୍ମରୋଗ  ଓ  ଆନ୍ତ୍ରିକ  ଜ୍ଵର  ଆଦି  ରୋଗମାନ  ହୋଇଥାଏ   ।

  1. ଜଳ  ଭିତ୍ତିକ  ପରଜୀବୀ  (ଭେକ୍ଟର)ଜାତ  ରୋଗ

ଦୂଷିତ   ଜଳରେ  ଅଣ୍ଡା  ଦେଇ  ବଂଶ  ବିସ୍ତାର  କରି  ରହିବା  ଯୋଗୁଁ  ମଶାମାନେ  ମଣିଷମାନଙ୍କୁ  ରୋଗ  ସଂଚାରିତ  କରାଇବାରେ  ସକ୍ଷମ  ହୁଅନ୍ତି  । ଏଣୁ  ବର୍ଷକୁ   ଲକ୍ଷ୍ୟ  ଲକ୍ଷ୍ୟ  ଲୋକ  ମାଲେରିଆ,  ଡେଙ୍ଗୁ, ଚିକେନଗୁନିଆ  ଏବଂ  ଫାଇଲେରିଆ  ଆଦି  ଜଳ  ବାହିତ  ପରଜୀବୀ  ସଂକ୍ରମିତ  ରୋଗର  ଶିକାର  ହେଉଛନ୍ତି   । ଘରେ  ଥିବା  ମାଛିମାନେ  ମଧ୍ୟ  ଅସ୍ୱାସ୍ଥ୍ୟକର  ପରିବେଶରେ  ରହୁଥିବା  ଲୋକମାନଙ୍କଠାରେ  ରୋଗ  ସଞ୍ଚାର  କରିବାରେ  ମୁଖ୍ୟ  ବାହକ  ସାଜନ୍ତି  ।

  1. ମୃତ୍ତିକା  ଭିତ୍ତିକ  କୃମି  ରୋଗ

ଖୋଲା  ସ୍ଥାନରେ  ମଳ  ତ୍ୟାଗ  ଓ  ଅସ୍ୱାସ୍ଥ୍ୟକର  ଅଭ୍ୟାସ  ହେଉଛି  ଅଙ୍କୁଶ କୃମି,  ରାଉଣ୍ଡ ୱାର୍ମ,  ପିନୱାର୍ମ  ଓ  ହ୍ଵିପୱାର୍ମ  ଆଦି  କୃମି  ରୋଗର  କାରଣ   । ଶିଶୁମାନେ  ବହୁଳଭାବରେ ଏହି  ମୃତ୍ତିକା  ଆଦି  କୃମି  ରୋଗର   ଶିକାର  ହୁଅନ୍ତି   ।  ଶିଶୁମାନେ  ବହୁଳଭାବେ  ଏହି  ମୃତ୍ତିକା  ଭିତ୍ତିକ  କୃମି  ରୋଗରେ   ପୀଡିତ  ହେବା  ଫଳରେ   ସେମାନଙ୍କ  ବଢିବା  ବାଧାପ୍ରାପ୍ତ   ହୁଏ  ଏବଂ  ସେମାନେ  ପୁଷ୍ଟିହୀନତାର  ଶିକାର  ହୁଅନ୍ତି   ।  ଏହି  ସମସ୍ତ  କୃମି  ରୋଗ  ସଞ୍ଚାରର  ମୁଖ୍ୟ  କାରଣ  ଗୁଡିକ  ହେଲା :

  • ଖୋଲା  ସ୍ଥାନରେ  ମଳ  ତ୍ୟାଗ  କରିବା   ।
  • ପ୍ରଦୂଷିତ  ପାଣି  ପିଇବା  ।
  • ମଇଳା  ବା  ସଂକ୍ରମିତ  ହୋଇଥିବା  ହାତ  ଗୋଡ  ।
  • ଘୋଡଣି  ବିହୀନ  ବା  ବାସି  ଖାଦ୍ୟ   ଖାଇବା  ।
  • କୀଟ  ପତଙ୍ଗ  କିମ୍ବା  ପଶୁମାନଙ୍କ  ଦ୍ଵାରା  ଘଟିତ  ସଂକ୍ରମଣ   ।

ଉନ୍ନତମାନର   ଜଳ  ଓ  ପରିମଳ  ପ୍ରକରଣ

  1. ବ୍ୟକ୍ତିଗତ  ଓ  ପାରିବାରିକ  ସ୍ତରରେ

ସୁସ୍ଥ  ଓ  ନିରାମୟ  ଜୀବନ  ଯାପନ  ପାଇଁ  ପ୍ରତ୍ୟକ  ଲୋକ  ସ୍ୱାସ୍ଥ୍ୟକର  ପାଇଖାନା  ବ୍ୟବହାର  କରିବା  ଉଚିତ  । ଏହା  ସମସ୍ତଙ୍କ  ପାଇଁ  ସୁବିଧାଜନକ   ।  ବିଶେଷକରି  ମହିଳାମାନଙ୍କ  ସଂଭ୍ରମତା  ଏବଂ  ପିଲା,  ରୋଗୀ  ତଥା  ବୁଢା  ଲୋକଙ୍କ  ପାଇଁ  ଏହା  ଖୁବ୍  ଉପଯୋଗୀ  ଅଟେ  । ରାତି,  ବଡିଭୋର,  ଉତ୍ତପ୍ତ   ଖରାବେଳ,  ବର୍ଷା  ଓ  ଶୀତ  ସମୟରେ  ମଧ୍ୟ  ଏହା  ନିରାପଦ  ଓ  ସୁରକ୍ଷିତ   । ଖୋଳାସ୍ଥାନରେ  ପଚାମଳର  ଦୁର୍ଗନ୍ଧ   ଓ  ମାଛିଙ୍କ ପ୍ରାଦୁର୍ଭାବରୁ  ଏହା  ରକ୍ଷା  କରିବା  ସହିତ  ମାଛିମାନଙ୍କ  ବଂଶ  ବିସ୍ତାର  ଓ  ରୋଗ  ସଂକ୍ରମଣର  ଆଶଙ୍କା   ହ୍ରାସକରେ   । ଉନ୍ନତ  ଓ  ପରିଷ୍କୃତ  ପାଣି  ବ୍ୟବହାରର  ଅଭ୍ୟାସ  ପାଇଁ  ନିମ୍ନଲିଖିତ  ଦିଗ  ପ୍ରତି  ଧ୍ୟାନ  ଦେବା  ଦରକାର :

  • ପରିବାରରେ  ସମସ୍ତେ  ତ୍ୟାଗ  ପାଇଁ  ମୁଖ୍ୟତଃ  ସ୍ୱାସ୍ଥ୍ୟପ୍ରଦ   ପାଇଖାନା  ବ୍ୟବହାର  କରିବେ   ।
  • ଖାଇବା  ଆଗରୁ  ଏବଂ  ଝାଡାଯିବା  ପରେ  ଦୁଇ  ହାତକୁ  ସାବୁନ / ପାଉଁଶରେ  ଘଷି  ଭଲଭାବେ  ଧୋଇବାର  ଅଭ୍ୟାସ  କରିବେ   ।
  • ଶୌଚାଳୟ / ମଳତ୍ୟାଗ  ପାଇଁ  ଗଲେ  ଜୋତା  ବ୍ୟବହାର  କରିବେ   ।
  • ସ୍ନାନାଗାର  ଭଲଭାବେ  ଗାଧୋଇବା ଓ  ଧୁଆଧୋଇ  ହେବାର  ସୁବିଧା  ରହିଥିବା  ଦରକାର   । ବାଳ  କୁଣ୍ଡାଇବା  ପାଇଁ  ଉତ୍ତମ  ପାନିଆର   ବ୍ୟବହାର   କରିବେ   ।
  • ନଖକଟା  ଯନ୍ତ୍ରରେ   ବଢୁଥିବା  ନଖକୁ  ନିୟମିତ  କାଟିବେ   ।
  • ପିଇବା  ପାଣି  ପାଇଁ  ନଳକୂଅ,  ଯୋଗାଣ  ସଂସ୍ଥା  ଟ୍ୟାପ   କିମ୍ବା  ସ୍ୱାସ୍ଥ୍ୟକର  କୂଅ  ଆଦି  ନିର୍ଭର  ଯୋଗ୍ୟ  ଜଳଉତ୍ସରୁ  ପାଣି  ସଂଗ୍ରହ  କରିବେ   ।
  • ଜଳ ଆହରଣ  ଓ ସଂରକ୍ଷଣ  ତଥା  ପିଇବା  ପାଇଁ  ପରିଚ୍ଛନ୍ନ  ପାତ୍ର  ଓ  କାଢିବା  ପାଇଁ  ଡଙ୍କିର  ବ୍ୟବହାର  କରିବେ ।
  • ସ୍ୱାସ୍ଥ୍ୟକର  ପରିବେଶ  ପାଇଁ  ରୋଷେଇ  ଘରକୁ   ସର୍ବଦା  ପରିଷ୍କାର  ରଖିବେ   ।
  • ସବୁବେଳେ  ତାଜା  ଖାଦ୍ୟ  ଖାଇବା  ଦରକାର   ।
  • ଗରମ  ଥାଉଁ  ଥାଉଁ  ଖାଦ୍ୟ  ପରିବେଷଣ  କରିବା  ଦରକାର   ।
  • ଖାଦ୍ୟ  ପଦାର୍ଥକୁ  ଘୋଡେଇ  ରଖିବା  ଦରକାର   ।
  • ଫଳ  ଓ  କଞ୍ଚା  ପରିବାଦି  ଖାଇବା  ପୂର୍ବରୁ   ଭଲଭାବେ  ଧୋଇବା  ଦରକାର   ।
  • ଘରଧୁଆ  ପାଣି  ଓ  ପରିତ୍ୟକ୍ତ  ଜଳ  ନିଷ୍କାସନ  ପାଇଁ  ଡ୍ରେନ  ଓ  ଶୋଷକଗର୍ତ୍ତ  ବ୍ୟବହାର  କରିବା  ଦରକାର
  • ଘରର  ଅଳିଆ  ଓ  କଠିନ  ବର୍ଜ୍ୟବସ୍ତୁ  ଓ  ପଶୁମାନଙ୍କ  ମଇଳା  ଆଦି  ପକାଇବା  ପାଇଁ  ଅଳିଆ  ଖାତର  ବ୍ୟବହାର   କରିବା  ଦରକାର   ।
  1. ଗୋଷ୍ଠୀଗତ  ସ୍ତରରେ
  • ତରଳ  ଆବର୍ଜନାର  ନିଷ୍କାସନ  ପାଇଁ  ଡ୍ରେନ  ଓ  କଠିନ  ବର୍ଜ୍ୟବସ୍ତୁ  ପକାଇବା  ପାଇଁ  ଅଳିଆ  ଖାତର  ବ୍ୟବହାର  ଓ  ସୁପରିଚାଳନା  କରିବା  ଉଚିତ   ।
  • ସର୍ବସାଧାରଣ  ସ୍ଥାନରେ   ଶୌଚାଳୟର  ବ୍ୟବସ୍ଥା  କରିବା  ଉଚିତ  ।
  • ଉନ୍ନତ  ଚାନ୍ଦିନୀଥିବା   ନଳକୂଅ  ତଥା  ଅବ୍ୟବହୃତ  ପରିତ୍ୟକ୍ତ  ପାଣି  ନିଷ୍କାସନ  ପାଇଁ  ଶୋଷକ  ଗର୍ତ୍ତର   ବ୍ୟବସ୍ଥା  କରିବା   ।
  • ଖୋଲାସ୍ଥାନରେ   ମଳତ୍ୟାଗ  ଅଭ୍ୟାସରୁ   ଗାଁକୁ   ମୁକ୍ତ  ରଖିବା  ।
  • ଗାଁରେ  ଅବ୍ୟବହୃତ  ପାଣି  ନରହିବାର  ବ୍ୟବସ୍ଥା  କରି   ମଶାବଂଶ   ବିସ୍ତାର  ରୋକିବାର   ପ୍ରଚେଷ୍ଟା   କରିବା   ।
  • ସର୍ବସାଧାରଣ   ଜଳ  ଉତ୍ସ  ଗୁଡିକର  ପାଣିକୁ   ଲୁଗାପଟା   ଧୋଇବା  ଏବଂ  ଗୃହପାଳିତ  ପଶୁଙ୍କ   ଗାଢୁଆ  ପାଧୁଆ   ଯୋଗୁ   ଦୂଷିତ   ହେବାକୁ  ନଦେବା   ଉଚିତ   ।
  • ଉନ୍ନତମାନର   ଜଳ ଓ  ପରିମଳର   ବିକାଶ  ପାଇଁ  ଗାଁରେ  ଗ୍ରାମ  ପଞ୍ଚାୟତ,  ସ୍ଵୟଂସହାୟକ  ଗୋଷ୍ଠୀ  ଏବଂ  ଅଙ୍ଗନବାଡି  କର୍ମୀଙ୍କ  ସହଯୋଗରେ   ଜଳ  ଓ  ପରିମଳ  କମିଟି   ଗଠନ  କରି ତାକୁ  କ୍ରିୟାଶୀଳ  କରାଇବା  ଉଚିତ   ।

ଜଳ  ଓ  ପରିମଳର  ବିକାଶ  ପାଇଁ  ସରକାରୀ   ପ୍ରୋତ୍ସାହନ

ଦେଶର   ସମସ୍ତଙ୍କ  ପାଇଁ  ପିଇବା  ପାଣିର  ବ୍ୟବସ୍ଥା  କରିବା  ରାଜ୍ୟସରକାରଙ୍କ  ପ୍ରାଥମିକ  ଦାୟିତ୍ଵ   । ରାଜ୍ୟ  ସରକାର  ଏହି  କାର୍ଯ୍ୟ  କେନ୍ଦ୍ର  ସରକାରଙ୍କ  କେନ୍ଦ୍ରୀୟ   ପ୍ରବର୍ତ୍ତିତ   ଯୋଜନା  ମାଧ୍ୟମରେ  ତ୍ଵରିତ  ଗ୍ରାମ୍ୟ  ପାଣି  ଯୋଗାଣ  ପ୍ରକଳ୍ପ ରୁ   ଆର୍ଥିକ  ସହାୟତା  ପ୍ରଦାନ  କରାଯାଇ  ତ୍ୱରାନ୍ୱିତ  କରାଯାଉଅଛି   ।

୧୯୮୬ମସିହାର  “ଜାତୀୟ  ପାନୀୟ  ଜଳ  ମିଶନ”  ୧୯୯୧  ଠାରୁ  “ରାଜୀବଗାନ୍ଧୀ   ପାନୀୟଜଳ  ମିଶନ” ନାମରେ  କାର୍ଯ୍ୟକାରୀ   କରାଗଲା  । ୧୯୯୯  ରେ  “ପାନୀୟ ଜଳ”  ବିଭାଗ  ଗଠନ  କରାଯାଇ  ଗ୍ରାମାଞ୍ଚଳରେ  ପିଇବା  ପାଣି  ଯୋଗାଣ  କାର୍ଯ୍ୟକ୍ରମକୁ   ନୂତନ  ଦିଗଦର୍ଶନ  ଦିଆଯାଉଛି  । ଗ୍ରାମବାସୀମାନଙ୍କୁ   ପିଇବା  ପାଣି  ଯୋଗାଇଦେବା  ପାଇଁ   ଯୋଜନା  ପ୍ରଣୟନ,  ଆବଶ୍ୟକ  ମଞ୍ଜୁରୀ   ପ୍ରଦାନ,  ତଥା  କାର୍ଯ୍ୟକାରିତା  ପାଇଁ  ଏଥିରେ  ରାଜ୍ୟସରକାରଙ୍କୁ  ସମ୍ପୂର୍ଣ୍ଣ  ସ୍ଵାଧୀନତା  ଦିଆଯାଉଛି   ।

ତ୍ୱରାନ୍ୱିତ  ଗ୍ରାମ୍ୟ  ପାଣି  ଯୋଗାଣ  କାର୍ଯ୍ୟକ୍ରମର  ବୈଶିଷ୍ଟ୍ୟ

ଗ୍ରାମୀଣ  ବାସିନ୍ଦାଙ୍କ  ପାଇଁ  ପାନୀୟଜଳ  ଯୋଗାଣ  ପାଇଁ  ନିମ୍ନପ୍ରକାର  ମାନଦଣ୍ଡ  ନିରୂପଣ  କରାଯାଇଛି ;

  • ପ୍ରତ୍ୟକ  ମଣିଷପାଇଁ   ମୁଣ୍ଡ  ପିଛା  ଦୈନିକ  ପାଣିର  ପରିମାଣ  ୪୦  ଲିଟର  ସୁରକ୍ଷିତ   ପାଣି   ।
  • ମରୁଭୁମି  ବିକାଶ  ଯୋଜନା  ଅଞ୍ଚଳ  ପାଇଁ  ଅତିରିକ୍ତ   ୩୦ ଲିଟର   ପ୍ରତି  ପଶୁ  ସମ୍ପଦ   ପାଇଁ   ।
  • ୨୫୦ଜଣଙ୍କ  ପାଇଁ  ଗୋଟିଏ  ହ୍ୟାଣ୍ଡ  ପମ୍ପ  ବା  ଷ୍ଟାଣ୍ଡପୋଷ୍ଟ  ।
  • ସମତଳ  ଅଞ୍ଚଳରେ  ଜଳଉତ୍ସ  ୧.୬  କି.ମି.  ଦୂରତା  ମଧ୍ୟରେ  ରହିବ  କିନ୍ତୁ  ପାହାଡିଆ  ଅଞ୍ଚଳରେ  ୧୦୦ ମିଟର  ଗଡାଣି  ମଧ୍ୟରେ  ଥିବ  ।

ଏକ  ବଳିଷ୍ଠ  ଭାରତୀୟ  ଗ୍ରାମ୍ୟ  ଗଠନ  ପାଇଁ  “ଭାରତ  ନିର୍ମାଣ  କାର୍ଯ୍ୟକ୍ରମ”  ମାଧ୍ୟମରେ  ୬ ଗୋଟି   କ୍ଷେତ୍ରରେ   ଭିତ୍ତିଭୂମିର  ପ୍ରସାର  ପାଇଁ  ୨୦୦୫-୦୬  ରୁ  ୨୦୦୮-୦୯   ଏହି  ଚାରିବର୍ଷ  ମଧ୍ୟରେ  ଏକ  ଯୋଜନା  ହାତକୁ  ନିଆଯାଇଛି   । ଏହି  ୬ଗୋଟି  କ୍ଷେତ୍ର   ହେଉଛି  ଗୃହ  ନିର୍ମାଣ,  ରାସ୍ତା ଘାଟ,  ବିଜୁଳି,  ଯୋଗାଯୋଗ, ପିଇବା  ପାଣି  ଓ  ଜଳସେଚନ   ।

ସ୍ଵଜଳଧାରା

ଏହା  ଗୋଷ୍ଠୀଗତ   ଗ୍ରାମ୍ୟ  ପାନୀୟ  ଜଳ  ଯୋଗାଣ  କାର୍ଯ୍ୟକ୍ରମ   । ଏହି  କାର୍ଯ୍ୟକ୍ରମର   ମୌଳିକ   ବୈଶିଷ୍ଟ୍ୟ  ହେଉଛି ;

  1. ଦାବୀ  ଭିତ୍ତିକ   ଗୋଷ୍ଠୀମୂଳକ  ଅଂଶଗ୍ରହଣ  ।
  2. ଏଥିପାଇଁ  ଯୋଜନା  ପ୍ରସ୍ତୁତି,  କାର୍ଯ୍ୟକାରିତା,  ପରିଚାଳନା  ଓ  ରକ୍ଷଣାବେକ୍ଷଣ  ଆଦି  ସମସ୍ତ  କାର୍ଯ୍ୟ  ପଞ୍ଚାୟତ / ଗୋଷ୍ଠୀମାନଙ୍କ  ଦ୍ଵାରା  କରାଯିବ   ।
  3. ନିର୍ମାଣକାର୍ଯ୍ୟର   ଆଂଶିକ  ଖର୍ଚ୍ଚଭାର   ଗୋଷ୍ଠୀଗତ  ହିତାଧିକାରୀମାନେ   ବହନ  କରିବେ   ।
  4. ଜଳଯୋଗାଣ  ପ୍ରକଳ୍ପର   ସମସ୍ତ  ସମ୍ପତ୍ତିର  ମାଲିକାନା  ଗ୍ରାମପଞ୍ଚାୟତ  ପାଖରେ  ରହିବ  ଏବଂ
  5. ପରିଚାଳନା  ଓ  ରକ୍ଷଣାବେକ୍ଷଣର  ସମସ୍ତ  ଦାୟିତ୍ଵ  ଉପଭୋକ୍ତା/ ପଞ୍ଚାୟତ  ଉପରେ ନ୍ୟସ୍ତ  ରହିବ  ।

ଏହି  କାର୍ଯ୍ୟକ୍ରମର  କାର୍ଯ୍ୟକାରିତା  କ୍ଷେତ୍ରରେ  ପଞ୍ଚାୟତିରାଜ  ଅନୁଷ୍ଠାନର  ଭୂମିକା  ନିମ୍ନରେ  ପ୍ରଦାନ  କରାଗଲା ;

  • ପିଇବା  ପାଣି  ଯୋଗାଣ  ପରିକଳ୍ପନାଟି  ଲୋକଙ୍କ  ପସନ୍ଦ  ଅନୁସାରେ  ହେବ  । ଏଣୁ  ଏହାର  ନକ୍ସା  ଓ  ନିର୍ମାଣ  ଆଦି  ଚୁଡାନ୍ତ  କରିବା  ପାଇଁ  ଗ୍ରାମପଞ୍ଚାୟତ  ଏକ  ଗ୍ରାମ  ସଭା  ବୈଠକ  ଡକାଇବେ  । ନିର୍ମାଣର  ସରଞ୍ଜାମ  ଓ  ସେବା  ଆଦି  ଗ୍ରାମପଞ୍ଚାୟତ  ଯୋଗାଇଦେବା  ସଙ୍ଗେ  ସଙ୍ଗେ   କାର୍ଯ୍ୟକ୍ରମର  ସଫଳ  ରୂପାୟନ  ତଥା  ପର୍ଯ୍ୟବେକ୍ଷଣର  ଦାୟିତ୍ଵ  ନେବେ  ।
  • ଉପଭୋକ୍ତାମାନେ   ନିର୍ମାଣ  ଖର୍ଚ୍ଚର  ୧୦  ପ୍ରତିଶତ  ବହନ   କରିବେ  ବୋଲି  ଗ୍ରାମପଞ୍ଚାୟତ  ଏକ  ବୈଠକରେ  ପ୍ରସ୍ତାବ   ଗୃହିତ  କରାଇବେ   । ତା’ଛଡା   ଗ୍ରାମପଞ୍ଚାୟତ  ଚାହିଁଲେ  ତାଙ୍କ  ନିଜସ୍ଵ  ଆୟରୁ  ଉପଭୋକ୍ତାଙ୍କ  ଅଂଶ  ମଧ୍ୟ  ଭରଣା  କରିପାରିବେ   ।  କିନ୍ତୁ  ଏହା  ଗ୍ରାମସଭାରେ  ଗୃହୀତ  ହେବ   ।
  • ଉକ୍ତ  ପ୍ରକଳ୍ପ  ପଞ୍ଚାୟତ  ନିଜେ  କରିବେ  କି ଏକ  ରାଜ୍ୟସରକାରୀ  ସଂସ୍ଥାଙ୍କ  ଜରିଆରେ  କରିବେ  ତାହା  ସଂପୃକ୍ତ   ଗ୍ରାମପଞ୍ଚାୟତ   ସ୍ଥିର  କରିବେ   ।
  • ପ୍ରକଳ୍ପଟି   ସମ୍ପୂର୍ଣ୍ଣ   ହେଲାପରେ  ଗ୍ରାମପଞ୍ଚାୟତ  ଏହାର  ପରିଚାଳନା  ଓ  ରକ୍ଷଣାବେକ୍ଷଣ  ପାଇଁ  ଦାୟିତ୍ଵ   ନେବ  ।
  • ସଫଳ  ପରିଚାଳନା  ଓ  ରକ୍ଷଣାବେକ୍ଷଣ   ନିମନ୍ତେ  ଉପଭୋକ୍ତାଙ୍କ  ଦେୟ  କେତେ  ହେବ  ତାହା  ପଞ୍ଚାୟତ  ସ୍ଥିର  କରିବେ   । ପିଇବା  ପାଣିର  ଶୁଦ୍ଧତା ଓ  ଗୁଣାତ୍ମକ   ମାନର  ପଦ୍ଧତିଗତ  ପରୀକ୍ଷା  ନିରୀକ୍ଷା  ଓ  ପର୍ଯ୍ୟବେକ୍ଷଣ  ଏବଂ  ସ୍ୱାସ୍ଥ୍ୟଗତ  ଦୃଷ୍ଟି  କୋଣରୁ  ତଥ୍ୟାଦିର  ବିନିମୟ  ପାଇଁ  ଗ୍ରାମୀଣ  ପିଇବା  ପାଣିର  ଗୁଣାମକ  ମାନ  ସମୀକ୍ଷା ଓ  ନିରୀକ୍ଷା  କାର୍ଯ୍ୟକ୍ରମ  ଗ୍ରହଣ  କରାଗଲାଣି  ।ଏହି  କାର୍ଯ୍ୟକ୍ରମ  ଜଳଉତ୍ସ   ଅଞ୍ଚଳ  ଆଭିମୁଖ୍ୟ  ଅନୁସାରେ  କାର୍ଯ୍ୟକାରୀ  ହେବ   । ପ୍ରାଥମିକ  ସ୍ତରରେ  ଗ୍ରାମପଞ୍ଚାୟତ/ ଗ୍ରାମ୍ୟ  ଜଳ  ଓ  ପରିମଳ  କମିଟି/ ଶିକ୍ଷାନୁଷ୍ଠାନ  ତଥା  ତତସମ୍ପର୍କୀୟ  ଅନୁଷ୍ଠାନମାନଙ୍କ  ଜରିଆରେ  କାର୍ଯ୍ୟକାରୀ  ହେବ  । ମଧ୍ୟବର୍ତ୍ତୀ   ସ୍ତରରେ  ଜିଲ୍ଲା  ଲାବୋରେଟୋରୀ  ଏବଂ  ରାଜ୍ୟ  ସ୍ତରରେ  ରେଫେରାଲ  ଲାବୋରେଟାରୀ  ଏହି  କାର୍ଯ୍ୟ  ସମ୍ପାଦନ   କରିବେ   ।

ପ୍ରତି  ଗ୍ରାମପଞ୍ଚାୟତରେ  ପାଣିର  ଗୁଣାତ୍ମକମାନର  ପରୀକ୍ଷା  ନିରୀକ୍ଷା  ପାଇଁ  ଏକ  ପାଞ୍ଚଜଣିଆ  କମିଟି  ଦାୟିତ୍ଵ  ନେବେ   । ପ୍ରାଥମିକ  ଭାବେ  ସମ୍ପୃକ୍ତ   ବିଭାଗ  ପରୀକ୍ଷା  ପାଇଁ  ଦରକାର  ହେଉଥିବା  ସାଜ  ସରଞ୍ଜାମ  ଯୋଗାଇଦେବେ  । ମନୋନୀତ  ହାଇସ୍କୁଲର  ବିଜ୍ଞାନ  ଶିକ୍ଷକଙ୍କ  ଦାୟିତ୍ଵରେ  ଏହି  ସରଞ୍ଜାମମାନ  ରହିବ  । ପାଣିର  ନମୁନା  ସଂଗ୍ରହକରି  ଏହି  ସ୍କୁଲକୁ  ଅଣାଯାଇ  ପରୀକ୍ଷା  କରାଯିବ  । ପର୍ଯ୍ୟବେକ୍ଷଣ  କାର୍ଯ୍ୟ  ଜିଲ୍ଲା/ରାଜ୍ୟସ୍ତରରୁ  ହେବ  । ପରେ  ବିଭାଗ  ପାଣିର  ଗୁଣାତ୍ମକମାନର  ନିରୀକ୍ଷଣ  କାର୍ଯ୍ୟରେ  ସାମିଲ  ହେବ  ।  ଦୋଷ, ତୃଟି  ଚିହ୍ନଟ  କରି  କମ  ଖର୍ଚ୍ଚରେ  ଷ୍ଟାଣ୍ଡାର୍ଡ  ପ୍ରଯୁକ୍ତି  ବିଦ୍ୟାର  ଉପଯୋଗ  ଜରିଆରେ  ଅର୍ଥାତ  ଟେରାଫିଲ  ଫିଲଟର / ଲୌହ  ଦୂରୀକରଣ   ପଦ୍ଧତି  ଆଦି  ଅନୁସରଣ  କରି  ଗୁଣାତ୍ମକ  ମାନର  ବୃଦ୍ଧିପାଇଁ   ଚେଷ୍ଟା  କରାଯିବ   ।

ସମ୍ପୂର୍ଣ୍ଣ  ପରିମଳ  ଅଭିଯାନ (TSC)

ଭାରତସରକାର  ୧୯୯୯  ମସିହାଠାରୁ  ଗ୍ରାମାଞ୍ଚଳ  ସ୍ୱାସ୍ଥ୍ୟ  ଓ  ପରିମଳର  ବିକାଶ  ପାଇଁ  ଦାବୀ  ଭିତ୍ତିକ  ଆଭିମୁଖ୍ୟ  ଗ୍ରହଣ  କରି  ଲୋକଙ୍କ  ଅଂଶଗ୍ରହଣରେ  ସମ୍ପୂର୍ଣ୍ଣ  ପରିମଳ  ଅଭିଯାନ  ଆରମ୍ଭ  କରିଛନ୍ତି   ଏବଂ  ଏଥିରେ  ଜିଲ୍ଲାକୁ   ୟୁନିଟ  ଭାବେ  ନିଆଯାଇଛି  ।

ଏହି  କାର୍ଯ୍ୟକ୍ରମ  ଆବଣ୍ଟନ   ଓ  ଯୋଗାଣ  ଆଭିମୁଖ୍ୟରୁ  ଦାବୀ  କାର୍ଯ୍ୟକ୍ରମରେ  ପରିବର୍ତ୍ତିତ   ହୋଇଯାଇଛି  । ବିଶେଷକରି  ସମଗ୍ର  ଜିଲ୍ଲାର  ପ୍ରତ୍ୟକ  କ୍ଷେତ୍ରକୁ  ଗୁରୁତ୍ଵ  ଦିଆଯାଇ  ଏହି  ଅଭିଯାନ  କାର୍ଯ୍ୟକାରୀ   ହେଉଛି   ।

ସମ୍ପୂର୍ଣ୍ଣ  ପରିମଳ  ଅଭିଯାନର  ମୁଖ୍ୟ  ଉଦ୍ଦେଶ୍ୟ   ହେଉଛି :

  • ଗ୍ରାମାଞ୍ଚଳ  ଲୋକଙ୍କ  ଜୀବନ  ଜୀବିକାର  ଗୁଣାତ୍ମକ  ବିକାଶ   ।
  • ପରିମଳ  ବ୍ୟବସ୍ଥାକୁ  ପ୍ରସାରିତ  ଓ  ତ୍ୱରାନ୍ୱିତ  କରିବା   ।
  • ସଚେତନତା  ଓ  ସ୍ୱାସ୍ଥ୍ୟଶିକ୍ଷା  ମାଧ୍ୟମରେ  ଦାବୀ  ପାଇଁ  ମନୋଭାବ  ସୃଷ୍ଟି  କରିବା   । ଗ୍ରାମାଞ୍ଚଳର  ସମତା  ସ୍କୁଲ  ଓ  ଅଙ୍ଗନବାଡିକୁ  ଏହି  ପରିମଳର  ସୁବିଧା  ଉପଲବ୍ଧ  କରାଇବା   ।
  • ଛାତ୍ରୀ  ଛାତ୍ର  ଓ  ଶିକ୍ଷକମାନଙ୍କ  ମଧ୍ୟରେ  ସ୍ୱାସ୍ଥ୍ୟଗତ  ଆଚରଣରେ  ବିକାଶ  ଆଣିବା   ।
  • ସଠିକ  ପ୍ରଯୁକ୍ତି  ବିଦ୍ୟା  ଓ  ମୂଲ୍ୟଯୁକ୍ତ  ଉତ୍ପାଦକୁ   ଉତ୍ସାହିତ  କରିବା  ସହିତ  ଏହାର  ବ୍ୟବହାର  ପାଇଁ  ପ୍ରେରଣା  ଦେବା   ।
  • ଜଳ ଓ  ପରିମଳ  ସମ୍ପର୍କିତ  ରୋଗକୁ  ଯଥା  ସାଧ୍ୟ  କମ୍  କରିବାର  ପ୍ରୟାସ   କରିବା

ପାରିବାରିକ / ଗୋଷ୍ଠୀଗତ  ଶୌଚାଳୟ  ନିର୍ମାଣର  ଯାଞ୍ଚ  ତାଲିକା

  • ଶୌଚାଳୟଟି  ଉପରିସ୍ଥମାଟି,  ଝରଣା,  କୂଅ  ବା  ଜଳଭାଗକୁ   ସଂକ୍ରମିତ  ହେଉନଥିବ  ।
  • ଜୀବଜନ୍ତୁ ଓ  ମାଛିଙ୍କ  ସଂସ୍ପର୍ଶରେ  ଆସୁନଥିବ  ।
  • ତାଜାମଳ  ଧାରଣ  କ୍ଷମତା  ସର୍ବନିମ୍ନ  ହେବ   ।
  • ଦୁର୍ଗନ୍ଧ  ମୁକ୍ତ  ହେବା  ସହିତ  ଖରାପ  ଦେଖା  ନଯିବା  ଉଚିତ   ।
  • ନିର୍ମାଣ  କାର୍ଯ୍ୟ  ସରଳ  ଓ  ସହଜ  ହେବା  ସଙ୍ଗେ  ସଙ୍ଗେ  କମ୍  ଖର୍ଚ୍ଚରେ  ବ୍ୟବହାର  ଉପଯୋଗୀ   ହେଉଥିବ   ।
  • ଶେଷରେ,  ବ୍ୟବହାରୀଙ୍କୁ  ଶୌଚାଳୟଟି  ଭଲ  ଲାଗୁଥିବା  ଦରକାର   ।

ଜଳଉତ୍ସ  ଓ  ଶୌଚାଳୟ  ମଧ୍ୟରେ  ନିରାପଦ  ଦୂରତା

ସାଧାରଣତଃ  ଭୂମି  ଉପରେ   ଥିବା  ବୀଜାଣୁମାନଙ୍କ  ପରମାୟୁ  ୧୦  ଦିନରୁ  ଅଧିକ  ନୁହେଁ   । ଭୂମି  ଉପରେ  ଥିବା  ମାଟିରେ   ଜଳକଣାର  ହାର  ୧ : ୧୦୦ରୁ   କମ୍ ଏବଂ  ଭୂମି  ଉପର  ମାଟିର  ମାପ  ହାରାହାରି  ୦.୨ ମି.ମି. ଯାହା  ଫଳରେ  ଏଠାରେ  ଥିବା  ବୀଜାଣୁମାନେ  ଗୋଟିଏ  ଦିନରେ   ୧ ମିଟରରୁ  ଅଧିକ  ଗତି  କରିପାରନ୍ତି  ନାହିନ  । ତେଣୁ  ଜଳ  ଉତ୍ସଠାରୁ  ଶୌଚାଳୟର  ଦୂରତା  ୧୦ ମିଟର  ବା  ୩୦ ଫୁଟ ହେଲେ  ନିରାପଦ  ଅବଶ୍ୟ  ମୃତ୍ତିକାର  ପ୍ରକାରଭେଦ  ଅନୁସାରେ  ଏହା  କମ୍ ବେସୀ  ହୋଇପାରେ   ।

ସମ୍ପୂର୍ଣ୍ଣ  ପରିମଳ  ଅଭିଯାନ  (TSC)  ମାଧ୍ୟମରେ  ବ୍ୟକ୍ତିଗତ  ପରିବାର  ପାଇଁ  ଶୌଚାଳୟ  ସହାୟତା

Back ended  ପ୍ରୋତ୍ସାହନ  ହିସାବରେ  ବିପିଏଲ  ପରିବାରରେ  ଶୌଚାଳୟ  ନିର୍ମାଣ  ସକାଶେ  ଟ. ୧୨୦୦/-  ଲେଖାଏଁ  ସହାୟତା  ଦିଆଯାଉଛି  । ଉପଭୋକ୍ତା  ଅବଶ୍ୟ  ଅଧିକ  ଟଙ୍କା  ବ୍ୟୟରେ  ଉନ୍ନତ  ଶୌଚାଳୟ  ତଥା  ଏକାଧିକ  ଶୌଚଗର୍ତ୍ତ  ନିର୍ମାଣ  କରିପାରିବେ,  କିନ୍ତୁ  ଏଥିପାଇଁ  ସବସିଡିର  ବ୍ୟବସ୍ଥା  ନାହିଁ   ।

ସମ୍ପୂର୍ଣ୍ଣ  ପରିମଳ  ଅଭିଯାନ  (TSC) ଜରିଆରେ  ଗୋଷ୍ଠୀଗତ  ଶୌଚାଳୟ

ଗୋଷ୍ଠୀ  ପରିମଳ  ଶୌଚାଳୟ  ପ୍ରତିଷ୍ଠା  କରିବା TSC ର  ଏକ  ମୁଖ୍ୟ  କାର୍ଯ୍ୟକ୍ରମ   । ପ୍ରଥମତଃ  ଯେଉଁଠି  ପାରିବାରିକ  ଶୌଚାଳୟ  ପାଇଁ  ଜାଗା  ନଥାଏ  ଏବଂ  ଯେଉଁଠି  ଶୌଚାଳୟର  ପରିଚାଳନା ଓ  ରକ୍ଷଣାବେକ୍ଷଣର  ଦାୟିତ୍ଵ  ନିଅନ୍ତି  ସେଠାରେ  ଗୋଷ୍ଠୀଗତ  ଶୌଚାଳୟ  ନିର୍ମାଣ  କରାଯାଏ   । ଏଥିପାଇଁ  ଖୁବ୍  ବେଶିରେ  ୨.୫  ଲକ୍ଷ  ଟଙ୍କାର  ବ୍ୟବସ୍ଥା  ରହିଛି   । ଏହି  ଶୌଚାଳୟର  ନକ୍ସା  ଜାତୀୟ  ଯୋଜନା  ମଞ୍ଜୁରୀ  କମିଟି  ଠାରୁ  ଅନୁମୋଦିତ  ହେବ  । ଏଥିରେ  ଭାରତ  ସରକାର, ରାଜ୍ୟ  ସରକାର  ଏବଂ  ଉପଭୋକ୍ତାଙ୍କ  ଅଂଶ  ଧନର  ଅନୁପାତ ୬୦ : ୨୦:୨୦  ଅଟେ  ।

ସମ୍ପୂର୍ଣ୍ଣ  ପରିମଳ  ଅଭିଯାନ  (TSC) ଜରିଆରେ  ସ୍କୁଲ  ଶୌଚାଳୟ  ପାଇଁ  ସହାୟତା

ସ୍କୁଲ  ପରିମଳ ଓ  ସ୍ଵାସ୍ଥ୍ୟକର  କାର୍ଯ୍ୟକ୍ରମର  ଉଦ୍ଦେଶ୍ୟ  ହେଉଛି ;

  • ପିଲାମାନେ  ଶୈଶବରୁ  ଜଳ ଓ  ପରିମଳର  ସଦ୍ ବ୍ୟବହାର  ଶିଖି ଭବିଷ୍ୟତରେ  ଯେପରି  ଏହି  ଅଭ୍ୟାସ  ଜାରିରଖିବେ  ସେହି  ଉଦ୍ଦେଶ୍ୟ  ନେଇ  ସ୍କୁଲମାନଙ୍କରେ  ଜଳ  ଓ  ପରିମଳର  ବ୍ୟବସ୍ଥା  କରିବା   ।
  • ସ୍କୁଲ  ପିଲାମାନେ  ଶୌଚାଳୟ  ବ୍ୟବହାର  କରି  ଶିଖିବା,  ଠିକ୍  ସମୟରେ  ହାତ  ଧୋଇବା (ଖାଇବା  ପୂର୍ବରୁ  ଓ  ପାଇଖାନା  ଯିବାପରେ) ଆଦିରେ   ଅଭ୍ୟସ୍ତ  ହେବା  ଏବଂ  ବାଳକ  ବାଳିକାମାନେ  ନିଜେ  ଦାୟିତ୍ଵ  ନେଇ  ପାଇଖାନା  ସଫା  କରିବା ଇତ୍ୟାଦି  ସହଯୋଗିତାମୂଳକ  କାମରେ  ଅଭ୍ୟସ୍ତ  ହେବା  ପାଇଁ  ସୁଯୋଗ  ସୃଷ୍ଟି କରିବା  ।
  • ଏହି  ବ୍ୟବସ୍ଥା  ଫଳରେ  ସ୍କୁଲ  ପିଲାମାନଙ୍କଠାରେ  ଏପରି  ସୁସ୍ଥ  ଅଭ୍ୟାସ  ସୃଷ୍ଟି  କରାଇ  ତାକୁ  ପରିବାର  ଏବଂ  ଗୋଷ୍ଠୀ  ସହ  ସଂଯୁକ୍ତ  କରାଇବା   ।
  • ଏପରି  ବ୍ୟବସ୍ଥାକୁ  କାଏମ  ରଖିବା  କ୍ଷେତ୍ରରେ  ସମସ୍ତ  ସମ୍ପୃକ୍ତ  ବ୍ୟକ୍ତି  ଯଥା  - ଶିକ୍ଷକ,  ପିତାମାତା  ଏବଂ  ପଞ୍ଚାୟତିରାଜ  ଅନୁଷ୍ଠାନଆଦିଙ୍କ  ସାମର୍ଥ୍ୟ  ଗଠନ  କରିବା   ।

ସମ୍ବଳର  ବ୍ୟବସ୍ଥା

ସ୍କୁଲ  ପରିମଳ  ପାଇଁ  “ସମ୍ପୂର୍ଣ୍ଣ  ପରିମଳ  ଅଭିଯାନ” ରୁ  କେନ୍ଦ୍ରସରକାର,  ରାଜ୍ୟସରକାର  ଏବଂ  ଅଭିଭାବକ / ଶିକ୍ଷକ/ ଗ୍ରା:ପ:ଙ୍କର  ଆର୍ଥିକ  ଅନୁଦାନର  ଅନୁପାତ  ଯଥାକ୍ରମେ  ୬୦:୩୦:୧୦   ।

  • ପ୍ରତି  ଟ. ୨୦,୦୦୦/-  ର  ୟୁନିଟ (ନିର୍ମାଣ)  ପାଇଁ  କେନ୍ଦ୍ରୀୟ  ସବସିଡିର  ପରିମାଣ  ଟ.୧୨,୦୦୦/- ରେ  ସୀମିତ   ।
  • ତେବେ  ରାଜ୍ୟ/ କେନ୍ଦ୍ରଶାସିତ  ଅଞ୍ଚଳ,  ଗ୍ରାମପଞ୍ଚାୟତ, ଅଭିଭାବକ  ଶିକ୍ଷକ  ସଂଘ  ସେମାନଙ୍କ  ନିଜସ୍ଵ  ସମ୍ବଳରୁ  କେନ୍ଦ୍ରୀୟ  ଅଂଶଧନ  ଠାରୁ  ଅଧିକ  ଖର୍ଚ୍ଚ  କରିପାରନ୍ତି   ।
  • ସମ୍ପୂର୍ଣ୍ଣ   ପରିମଳ  ଅଭିଯାନ  ପ୍ରକଳ୍ପର  ୧୦ ଶତାଂଶରୁ  ଅଧିକ  ସ୍କୁଲ   ପରିମଳ  ପାଇଁ  ବିନିଯୋଗ  କରାଯାଇପାରିବ   ।

ସ୍କୁଲଟି   ସହ  ଶିକ୍ଷା  ସ୍କୁଲ  ହୋଇଥିଲେ  ପୁଅ  ପିଲା  ଓ  ଝିଅପିଲାଙ୍କ  ପାଇଁ  ପୃଥକ  ପୃଥକ  ଦୁଇଗୋଟି  ଶୌଚାଳୟ  ନିର୍ମାଣ  କରାଯାଇପାରେ  । ପିଲାଙ୍କ  ସଂଖ୍ୟା  ଅନୁସାରେ  ନିର୍ମାଣ  ଖର୍ଚ୍ଚରେ  ତାରତମ୍ୟ  ଆସିପାରେ   । କମ୍  ପିଲା  ଥିଲେ  କମ୍  ଖର୍ଚ୍ଚ  ହେବ  ଓ  ଅଧିକ  ପିଲା  ଥିଲେ  ୟୁନିଟ  ଖର୍ଚ୍ଚ  ମଧ୍ୟ  ଟ.୨୦,୦୦୦/- ରୁ  ଅଧିକ  ହୋଇପାରେ   ।

ସମ୍ପୂର୍ଣ୍ଣ  ପରିମଳ  ଅଭିଯାନରୁ  ଅଙ୍ଗନବାଡି  ପାଇଁ  ଶୌଚାଳୟ

ସମସ୍ତ  ଅଙ୍ଗନବାଡି  ଗୁଡିକୁ  ଶିଶୁମାନଙ୍କର  ବ୍ୟବହାର  ଉପଯୋଗୀ  ଶୌଚାଳୟର  ସୁବିଧା  ଯୋଗାଇ  ଦିଆଯିବ  । ସମ୍ପୂର୍ଣ୍ଣ  ପରିମଳ  ଅଭିଯାନର  ନିର୍ଦ୍ଦେଶାବଳୀ  ଅନୁସାରେ  ଜିଲ୍ଲାର  ସମସ୍ତ  ଅଙ୍ଗନବାଡି  ପାଇଁ  ଶୌଚାଳୟର  ବ୍ୟବସ୍ଥା  ରହିଛି   । ଏଥିପାଇଁ  କେନ୍ଦ୍ର,  ରାଜ୍ୟ  ଓ  ଗୋଷ୍ଠୀର  ଆନୁପାତିକ  ଅନୁଦାନର  ହାର  ଯଥାକ୍ରମେ  ୬୦:୩୦:୧୦ ଅଟେ   । ଅଙ୍ଗନ  ବାଡି  ପାଇଁ  ପ୍ରତ୍ୟକ  ୟୁନିଟ  ଖର୍ଚ୍ଚର  ପରିମାଣ  ଟ.୫,୦୦୦/- ଧାର୍ଯ୍ୟ  କରାଯାଇଛି   ।

ନିର୍ମଳ  ଗ୍ରାମ  ପୁରସ୍କାର :

ସମ୍ପୂର୍ଣ୍ଣ   ପରିମଳ  ଅଭିଯାନକୁ  ଅଧିକ  ସକ୍ରିୟ  ଓ  ଉତ୍ସାହିତ  କରିବା  ପାଇଁ  କେନ୍ଦ୍ରସରକାର  ୨୦୦୩  ମସିହାଠାରୁ  ‘ନିର୍ମଳ  ଗ୍ରାମ   ପୁରସ୍କାର  ଯୋଜନା’  ଆରମ୍ଭ  କରିଛନ୍ତି  । ସ୍ୱାସ୍ଥ୍ୟପ୍ରଦ  ପାଇଖାନାର  ବ୍ୟବହାର  ସହିତ  ଖୋଲାସ୍ଥାନରେ  ମଳତ୍ୟାଗକୁ  ସମ୍ପୂର୍ଣ୍ଣ  ବର୍ଜନ  କରିଥିବା  ଗ୍ରାମପଞ୍ଚୟାତ,  ବ୍ଲକ, ଏବଂ ଜିଲ୍ଲା  ପାଇଁ  ନିର୍ମଳ  ଗ୍ରାମ  ପୁରସ୍କାରର  ବ୍ୟବସ୍ଥା  କରାଯାଇଛି  । ଜନ  ସଂଖ୍ୟା  ଭିତ୍ତିରେ  ସହାୟତା  ରାଶିର  ହାର  ଧାର୍ଯ୍ୟ  କରାଯାଇଥାଏ  । ଏହି  ପ୍ରୋତ୍ସାହନ  ସେହି ସମସ୍ତ  ପଞ୍ଚାୟତିରାଜ  ଅନୁଷ୍ଠାନ  ଏବଂ  ବ୍ୟକ୍ତି  ବିଶେଷ  ତଥା  ସାଙ୍ଗଠନିକ  କ୍ଷେତ୍ର  ପାଇଁ  ପ୍ରଯୁଜ୍ୟ, ଯେଉଁମାନେ  ଏତାଦୃଶ୍ୟ   ପରିମଳ  ସମ୍ପନ୍ନ  ଗ୍ରାମସୃଷ୍ଟି  ପାଇଁ  ସକ୍ରିୟ  ପଦକ୍ଷେପ   ନେଇଥାନ୍ତି  ।

ସର୍ତ୍ତାବଳୀ

  • ଗ୍ରାମପଞ୍ଚାୟତର  ୧୦୦ଭାଗ  ଲୋକ  ପାରିବାରିକ  ପାଇଖାନା  ବ୍ୟବସ୍ଥାର  ଅନ୍ତର୍ଭୁକ୍ତ  ହୋଇଥିବେ   ।
  • ସହଶିକ୍ଷା  ସ୍କୁଲରେ  ଝିଅ  ଓ  ପୁଅ  ପାଇଁ  ପୃଥକ  ପାଇଖାନାର  ବ୍ୟବସ୍ଥା  ଥାଇ  ୧୦୦ ଭାଗ  ପ୍ରାଥମିକ  ପ  ମାଧ୍ଯମିକ  ସ୍କୁଲ  ବ୍ୟବସ୍ଥାର  ଅନ୍ତର୍ଭୁକ୍ତ   ହୋଇଥିବେ  ।
  • ଅଙ୍ଗନବାଡି  କେନ୍ଦ୍ର  ଗୁଡିକରେ  ଶୌଚାଳୟ  ସୁବିଧା  ରହିଥିବ  ।
  • ଖୋଲାସ୍ଥାନରେ  ମଳତ୍ୟାଗ   ଅଭ୍ୟାସରୁ  ସମ୍ପୂର୍ଣ୍ଣ  ମୁକ୍ତ  ତଥା  ଶୁଷ୍କ  ପାଇଖାନା  ଓ  ହାତରେ  ମଇଳା  ଉଠାଇବା  ବ୍ୟବସ୍ଥା  ନଥିବ   ।
  • ବର୍ଜ୍ୟବସ୍ତୁର  ସନ୍ତୋଷଜନକ   ଉପଚାର  ଏବଂ  ସ୍ୱାସ୍ଥ୍ୟକର  ପରିବେଶ  ଥିବ   ।

ନିର୍ମଳ  ଗ୍ରାମ  ପୁରସ୍କାର   ପ୍ରୋତ୍ସାହନ  ରାଶି :

ଗ୍ରାମପଞ୍ଚାୟତ

୫୦୦୦ ଜନ ସଂଖ୍ୟା  ବିଶିଷ୍ଟ  ଗ୍ରା:ପ: ପାଇଁ

୨ ଲକ୍ଷ  ଟଙ୍କା

୫୦୦୦ରୁ  ଉର୍ଦ୍ଧ୍ଵ  ଜନସଂଖ୍ୟା  ବିଶିଷ୍ଟ  ଗ୍ରା:ପ: ପାଇଁ

୪ ଲକ୍ଷ  ଟଙ୍କା

ବ୍ଲକ

୫୦,୦୦୦ ଜନସଂଖ୍ୟା  କ୍ଷେତ୍ରରେ

୧୦ ଲକ୍ଷ  ଟଙ୍କା

୫୦,୦୦୦ ରୁ  ଉର୍ଦ୍ଧ୍ଵ ଜନସଂଖ୍ୟା  ପାଇଁ

୨୦ ଲକ୍ଷ  ଟଙ୍କା

ଜିଲ୍ଲା

୧୦ଲକ୍ଷ  ଜନସଂଖ୍ୟା  କ୍ଷେତ୍ରରେ

୩୦ ଲକ୍ଷ  ଟଙ୍କା

୧୦ ଲକ୍ଷରୁ  ଉର୍ଦ୍ଧ୍ଵ ଜନସଂଖ୍ୟା  କ୍ଷେତ୍ରରେ

୫୦ ଲକ୍ଷ  ଟଙ୍କା

ବ୍ୟକ୍ତିଗତ  କ୍ଷେତ୍ରରେ – ଟ. ୧୦,୦୦୦ ଗ୍ରା:ପ: ପାଇଁ,  ଟ. ୨୦,୦୦୦ ବ୍ଲକ  ପାଇଁ  ଏବଂ  କ୍ଷେତ୍ରରେ  ଟ.୩୦,୦୦୦  ଜିଲ୍ଲାପାଇଁ  ।

ସାଂଗଠନିକ  କ୍ଷେତ୍ରରେ - ଟ. ୨୦,୦୦୦ ଗ୍ରା:ପ: ପାଇଁ,  ଟ.୩୫,୦୦୦ /- ବ୍ଲକ  ପାଇଁ  ଏବଂ ଟ.୫୦,୦୦୦/-  ଜିଲ୍ଲାପାଇଁ  ।

ଆମ୍ଭମାନଙ୍କର  ଭୂମିକା ଓ  ଦାୟିତ୍ଵ

ଗୋଷ୍ଠୀର  ଜଣେ  ଜଣେ  ସଭ୍ୟ  ହିସାବରେ  ଆମର  ଦାୟିତ୍ଵ  ହେଲା :

  • ପରିବାରର   ଲୋକଙ୍କୁ  ଖୋଲାପଡିଆରେ  ମଳତ୍ୟାଗ  ଅଭ୍ୟାସରୁ  ନିବୃତ୍ତ  କରାଇବା  ।
  • ଘରୋଇ  ଓ  ସର୍ବସାଧାରଣ  ସ୍ଥାନରୁ  ଅଳିଆ  ଆବର୍ଜନାକୁ  ହଟାଇ  ସ୍ୱାସ୍ଥ୍ୟକର  ପରିବେଶ  ସୁନିଶ୍ଚିତ  କରିବା   ।
  • ଗୋ – ମହିଷାଦି  ଗୃହପାଳିତ  ପଶୁଙ୍କ  ମଇଳାକୁ   ରହିବାଘର  ଓ ଜଳାଶୟଠାରୁ  ଦୂରରେ  କମ୍ପୋଷ୍ଟ   ଖାତରେ  ପକାଇବାକୁ  ନିଶ୍ଚିତ  କରାଇବା   ।
  • କୁକୁଡାଫାର୍ମ  ଓ  ଗୋ – ମହିଷାଦି  ଗୃହପାଳିତ   ପଶୁମାନଙ୍କ  ସକାଶେ  ସ୍ୱାସ୍ଥ୍ୟଆରା  ଭାବେ  ଚାଳିଆ  ବା  ଗୁହାଳ  ନିର୍ମାଣକୁ  ସୁନିଶ୍ଚିତ  କରିବା   ।
  • ଜିଆ – ଖତ  କମପୋଷ୍ଟ  ବ୍ୟବସ୍ଥାକୁ  ଉତ୍ସାହିତ  କରିବା   ।
  • ଯଥାର୍ଥଭାବେ  ଜଳଅମଳ  ପ୍ରକଳ୍ପ  ଓ  ସମନ୍ଵିତ  ଜଳଛାୟା  ପରିଚାଳନା  ପ୍ରଯୁକ୍ତି  ବିଦ୍ୟା  ଅବଲମ୍ବନ  କରି  ଜଳାଶୟ  ଓ  ଭୂତଳ  ଜଳ  ଉତ୍ସର  ସୁରକ୍ଷା,  ସଂରକ୍ଷଣ  ତଥା  ଉନ୍ନତି  ସାଧନ  କରିବା   ।
  • ଗୋଷ୍ଠୀ  ସଭ୍ୟମାନଙ୍କୁ  ତାଙ୍କର  ଦାୟିତ୍ଵ  ବିଷୟରେ  ସଚେତନ  କରିବା  ସହିତ  ଜଳ  ଯୋଗାଣ  ଓ  ପରିମଳ  ସେବାପାଇଁ  କାର୍ଯ୍ୟକ୍ରମ  ଗ୍ରହଣ  କରି  ତାକୁ  କାର୍ଯ୍ୟକାରୀ  କରିବା  ସଙ୍ଗେ  ସଙ୍ଗେ  ରକ୍ଷଣାବେକ୍ଷଣ  କରିବା  ପାଇଁ  ବୁଝାଇବା  ଏବଂ  ନିର୍ମଳ  ଗ୍ରାମ  ପୁରସ୍କାର  ହାସଲ  ପାଇଁ  ମିଳିତ  ଉଦ୍ୟମ  କରିବା  ।

ସଂକ୍ଷେପରେ  ଉଚିତ  ଓ ଅନୁଚିତ  ସ୍ୱାସ୍ଥ୍ୟକର  ଅଭ୍ୟାସ  ସମ୍ପର୍କରେ :

ଉଚିତ୍

ଅନୁଚିତ୍

ଘରେ  ସ୍ୱାସ୍ଥ୍ୟକର  ପାଇଖାନାର  ନିର୍ମାଣ,  ବ୍ୟବହାର  ଓ  ରକ୍ଷଣାବେକ୍ଷଣ   ।

ବାହାରେ  ମଳତ୍ୟାଗ  ସମ୍ପୂର୍ଣ୍ଣଭାବେ  ବର୍ଜନୀୟ  ।

ମଣିଷ  ମଳଦ୍ଵାରା  ପ୍ରଦୂଷିତ  ମାଟିର  ସଂସ୍ପର୍ଶରେ  ଆସିବାକୁ  ଏଡାଇବା  ।

ପାଇଖାନା  ପିଟ  ଓ  ଗୁହାଳକୁ  ଜଳଉତ୍ସ  ନିକଟରେ  ନିର୍ମାଣ  କରିବା  ଉଚିତ  ନୁହେଁ   ।

ଶିଶୁମାନଙ୍କ  ମଇଳାକୁ  କମ୍ ହାନିକାରକ  ମନେ  ନକରି  ତାକୁ  ସ୍ଵାସ୍ଥ୍ୟକର  ନିରାପଦ  ସ୍ଥାନକୁ  ହଟାଇବା   ।

ଜଲଉତ୍ସ, ମାଟି ଓ  ଜଳକୁ  ମଇଳା  ଓ  ବର୍ଜ୍ୟବସ୍ତୁ  ଦ୍ଵାରା  ପ୍ରଦୂଷିତ  କରିବା  ଅନୁଚିତ୍  ।

ଖାଦ୍ୟ  ଖାଇବା  ପୂର୍ବରୁ  ହାତକୁ  ସାବୁନ  ଓ  ପାଣିରେ  ଧୋଇବା  ।

ଘରୋଇ  ବ୍ୟବହାର କରାଯାଉଥିବା  ଜଳଉତ୍ସର  ମଇଳାଲୁଗା  ଧୋଇବା  ଓ ଗୃହପାଳିତ  ପଶୁମାନଙ୍କୁ  ଧୋଇବା  ଅନୁଚିତ   ।

ମଳତ୍ୟାଗ  ପାଇଁ  ଶୌଚାଳୟକୁ  କିମ୍ବା  ବାହାରକୁ  ଗଲେ  ଜୋତା ବ୍ୟବହାର  କରିବା  ।

ପିଇବା  ପାଣିରେ  ଆଙ୍ଗୁଠି  ବୁଡାଇବା  ଅନୁଚିତ୍  ।

ପାନୀୟଜଳ  ସଂଗ୍ରହ  କରିବା  ବେଳେ  ନିରାପଦ  ଜଲଉତ୍ସ  ଓ  ପରିଷ୍କାର  ପାତ୍ରର  ବ୍ୟବହାର  କରିବା   ।

ମଶାମାନଙ୍କ  ବଂଶ  ବୃଦ୍ଧିପାଇଁ  ପରିବେଶ  ସୃଷ୍ଟି  କରିବା  ଅନୁଚିତ୍  ।

ପାତ୍ରରୁ  ପିଇବା  ପାଣି  କାଢିବା  ବେଳେ  ଡଙ୍କି  ବ୍ୟବହାର  କରିବା  ।

ପଚାସଢା/ଘୋଡଣି  ବିହୀନ  ଖାଦ୍ୟ  ଖାଇବା  ଅନୁଚିତ୍  ।

ବର୍ଜ୍ୟବସ୍ତୁକୁ  ସଠିକ  ଭାବେ  ହଟାଇବା  ପାଇଁ  ଡ୍ରେନ, ସୋକ ପିଟ  ଏବଂ  କମ୍ପୋଷ୍ଟ  ଗର୍ତ୍ତ  ନିର୍ମାଣ  କରିବା   ।

କଠିନ  ଏବଂ  ତରଳ  ବର୍ଜ୍ୟବସ୍ତୁକୁ  ଏଣେତେଣେ  ପକାଇବା  ଅନୁଚିତ୍  ।

କଞ୍ଚାଫଳ  ଓ  କଞ୍ଚାପରିବା  ଖାଇବା  ବା  ରାନ୍ଧିବା  ପୂର୍ବରୁ  ଧୋଇବା  ବା  ଚୋପା  ଛଡାଇବା

 

ସ୍ୱାସ୍ଥ୍ୟ ଓ ପୁଷ୍ଟି ସାଧନ

ଏକ ଗୁରୁତର  ସମସ୍ୟା

ସମ୍ପ୍ରତି  ଭାରତର  ଜନମଙ୍ଗଳ  ଯୋଜନାକାରୀମାନଙ୍କ  ପାଇଁ  ପୁଷ୍ଟିହୀନତା   ଏକ  ଗୁରୁତର  ସମସ୍ୟା  ରୂପେ  ଉଭା  ହୋଇଛି   । ଯଦିଓ  ସ୍ଵାଧୀନତା  ପରଠାରୁ  ସ୍ୱାସ୍ଥ୍ୟ  ଓ  ସୁଖ  ସ୍ଵାଚ୍ଛନ୍ଦ୍ୟରେ  ଉଲ୍ଲେଖନୀୟ   ଉନ୍ନତି  ପରିଲକ୍ଷିତ  ତଥାପି  ପୁଷ୍ଟିହୀନତାର  ନିରାକରଣ  ଭାରତ  ପାଇଁ  ଏକ  ଜରୁରୀ  ଆବଶ୍ୟକତା  ହୋଇ  ପଡିଛି   ।ଏଠାରେ  ୩ ବର୍ଷରୁ  କମ୍ ଶିଶୁମାନଙ୍କ  ମଧ୍ୟରୁ  ପ୍ରାୟ  ଅର୍ଦ୍ଧେକ   କମ୍  ଓଜନ  ବିଶିଷ୍ଟ,  ନବଜାତମାନଙ୍କ   ମଧ୍ୟରୁ  ଶତକଡା  ୩୦ ଭାଗ  ଜନ୍ମରୁ  କମ୍  ଓଜନ  ବିଶିଷ୍ଟ  ଏବଂ  ଶତକଡା  ୫୨ ଭାଗ  ମହିଳା  ଓ  ୭୪ ଭାଗ  ପିଲା  ରକ୍ତହୀନତାରେ  ଆକ୍ରାନ୍ତ   । ଏତଦବ୍ୟତୀତ   ଦେଶରେ  ଦେଖାଯାଉଥିବା  ଅନ୍ୟାନ୍ୟ  ପୁଷ୍ଟିହୀନତା  ମଧ୍ୟରୁ  ମୁଖ୍ୟତଃ  ଜୀବସାର ‘କ’ ଓ  ଆୟୋଡିନ ର  ଅଭାବ  ହିଁ  ପୁଷ୍ଟିହୀନତାର  ପ୍ରଧାନ  କାରଣ   ।

ପୁଷ୍ଟିହୀନତା  ପିଢୀରୁ  ପିଢିକୁ  ଏକ  ଚିରସ୍ଥାୟୀ  ଅଭାବଭାବେ  ଗାଡି  ଆସିଛ  । ଯେଉଁ  କିଶୋରୀମାନଙ୍କ  ଶାରୀରିକ  ବୃଦ୍ଧି  ଠିକ  ଭାବେ  ହୋଇପାରିନଥାଏ   ସେମାନେ  କ୍ଷୀଣ  ହୁଅନ୍ତି  ଏବଂ  ପ୍ରାୟତଃ  କମ୍  ଓଜନ  ବିଶିଷ୍ଟ  ପିଲାକୁ  ଜନ୍ମ  ଦେଇଥାନ୍ତି  । ସେମାନଙ୍କ  ମଧ୍ୟରୁ  ଯଦି  ପିଲାଟି  କନ୍ୟା  ହୋଇଥାଏ  ତେବେ  କୌଶୋର  ଅବସ୍ଥାରେ  ସେ  ମଧ୍ୟ  କ୍ଷୀଣ  ହୁଏ  ଏବଂ  ପିଢି  ପିଢି  ଧରି  ଏହି  ପ୍ରକ୍ରିୟା  ଗଡି  ଚାଲିଥାଏ  ।ପୁଣି କୌଶୋରରେ  ଗର୍ଭଧାରଣ  ମଧ୍ୟ  କମ୍ ଓଜନ  ବିଶିଷ୍ଟ  ପିଲାକୁ  ଜନ୍ମ  ଦେବାର  ସଙ୍କଟକୁ  ଘନୀଭୂତ  କରେ   । ଫଳତଃ  ପିଢିରୁ  ପିଢିକୁ  ଗଡି  ଆସୁଥିବା  ଏହି  ଅପପୁଷ୍ଟି  ଚକ୍ରରେ  କୌଣସି  ପରିବର୍ତ୍ତନ  ଆସି  ନଥାଏ   ।

ତେଣୁ  ବାଲ୍ୟ  ଶୈଶବ,  କୌଶୋର  ଏବଂ  ବୟସ  ହେଲା  ପର୍ଯ୍ୟନ୍ତ  ପ୍ରତ୍ୟକ  ସ୍ତରରେ  ଉତ୍ତମ  ପୁଷ୍ଟିକର  ଆହାରର  ଆବଶ୍ୟକତା  ରହିଛି,  ବିଶେଷ  କରି  ବାଳିକାମାନଙ୍କ  କ୍ଷେତ୍ରରେ  ଏହା  ଅତି  ଜରୁରୀ  । ତେଣୁ  ଶୈଶବାବସ୍ଥା, ବାଲ୍ୟାବସ୍ଥା,  କୌଶୋରାବସ୍ଥା  ଓ  ଯୁବାବସ୍ଥାରେ  ପୁଷ୍ଟିକର  ଖାଦ୍ୟ  ହିଁ  ଉପରୋକ୍ତ  ଦୂରବସ୍ଥାଠାରୁ  ବଞ୍ଚାଇରଖେ  ଓ  ମୁଖ୍ୟତଃ  ବାଳିକା  ଓ  ମହିଳାମାନଙ୍କ  ପାଇଁ  ଏହା  ଅତ୍ୟନ୍ତ  ଜରୁରୀ   ।

ଗୋଷ୍ଠୀ  ଭିତ୍ତିକ  ସ୍ୱାସ୍ଥ୍ୟ  ଓ  ପରିପୁଷ୍ଟି

ଅପପୁଷ୍ଟି, ସାଧାରଣତଃ  କମ୍ ଓଜନ  ବିଶିଷ୍ଟ  ପିଲାମାନଙ୍କ  ମଧ୍ୟରେ  ବହୁଳଭାବେ  ଦେଖାଦେଇଥାଏ   । ମୁଖ୍ୟତଃ  ଏହା  ଗ୍ରାମାଞ୍ଚଳର  ପିଲା,  ଆଦିବାସୀ  ଓ  ହରିଜନ  ଏବଂ  ଅପାଠୋଇ  ମା’ମାନଙ୍କ  ପିଲାମାନଙ୍କଠାରେ  ବେଶି  ପରିଲକ୍ଷିତ  ହୁଏ  । ଅପପୁଷ୍ଟିର  ମୁଖ୍ୟ  କାରଣ  ଗୁଡିକ  ହେଲା  ଘରୋଇ  ଖାଦ୍ୟର  ଅଣନିରାପତ୍ତା,  ଘର  ମଧ୍ୟରେ  ଖାଦ୍ୟର  ଅନୁଚିତ  ଆବଣ୍ଟନ,  ଅସନ୍ତୁଳିତ   ଖାଦ୍ୟ,  ସ୍ୱାସ୍ଥ୍ୟସେବା  କ୍ଷେତ୍ରରେ  ଆରୋଗ୍ୟ  ଓ  ନିରାକରଣ  ବ୍ୟବସ୍ଥାର  ଅଭାବ,  ସଠିକ୍  ଯତ୍ନ  ଓ  ଶିଶୁମାନଙ୍କୁ  ଖାଦ୍ୟ  ଯୋଗାଇବା  କ୍ଷେତ୍ରରେ  ଉପଯୁକ୍ତ  ଜ୍ଞାନର  ଅଭାବ  ।

କମ୍  ଓଜନ  ସନ୍ତାନ  ଜନ୍ମହେବା  ଓ ଦୁର୍ବଳ  ସ୍ୱାସ୍ଥ୍ୟର  ମୁଖ୍ୟ  କାରଣ  ହେଲା  ମହିଳାମାନଙ୍କର  ଅପପୁଷ୍ଟି  ବା  ଅସମ  ଆହାର  । କମ୍ ଓଜନ  ବିସିକ୍ତ  ଶିଶୁକୁ  ଜନ୍ମଦେବା  ଶିଶୁ  ମୃତ୍ୟୁହାର  ବୃଦ୍ଧିର  ପ୍ରମୁଖ  କାରଣ   । ଅଧିକନ୍ତୁ  ଯେଉଁ  ଅଳ୍ପ  ଓଜନ  ବିଶିଷ୍ଟ  ଶିଶୁ  ବଞ୍ଚି  ରୁହନ୍ତି  ସେମାନଙ୍କ  ମଧ୍ୟରୁ  ଅନେକଙ୍କର  ବୃଦ୍ଧି  ଠିକ୍  ହୁଏନାହିଁ  ଏବଂ  ସେମାନେ  ବାଲ୍ୟାବସ୍ଥା  ତଥା  ପରବର୍ତ୍ତୀ  ଅବସ୍ଥାରେ  ବିଭିନ୍ନ  ରୋଗର  ଶିକାର  ହୋଇଥାନ୍ତି   । ଏପରିକି  ଠିକ୍ ଭାବରେ  ବୃଦ୍ଧି  ହୋଇନଥିବା  ବୟସ୍କ  ସ୍ତ୍ରୀଲୋକମାନେ  ତୃଟିପୂର୍ଣ୍ଣ   ଅପପୁଷ୍ଟି  ଚକ୍ରର  ଶିକାର  ହୋଇ  ଭବିଷ୍ୟତରେ  କମ୍  ଓଜନ  ବିଶିଷ୍ଟ  ଶିଶୁକୁ  ଜନ୍ମ  ଦେଇଥାଆନ୍ତି  ।

ଏହି  ଅପପୁଷ୍ଟିର  ପ୍ରଧାନ  କାରଣ  ଗୁଡିକ  ହେଲା ;

  1. ଦାରିଦ୍ର୍ୟ  ଯୋଗୁଁ   ପିଲାମାନେ  ସଠିକ୍  ପରିମାଣର  ଭିଟାମିନ, ଲବଣ  ଏବଂ  ବିଭିନ୍ନ  ପୁଷ୍ଟିଯୁକ୍ତ  ଖାଦ୍ୟ  ନପାଇବା  ଦ୍ଵାରା  ଗେଡା  ଓ  ଅଳ୍ପ  ଓଜନ  ବିଶିଷ୍ଟ  ହୋଇଥାନ୍ତି,
  2. ଗ୍ରାମାଞ୍ଚଳରେ  ବାସ  କରୁଥିବା  ମାତ୍ରାଧିକ  ପିଲାମାନେ  ଦାରିଦ୍ର୍ୟ,  ପରିବେଶର  ଅବକ୍ଷୟ,  ଶିକ୍ଷାର  ଅଭାବ,  ଲିଙ୍ଗଗତ   ତାରତମ୍ୟ  ଏବଂ  ଡାକ୍ତରୀ  ଚିକିତ୍ସାର  ଅଭାବ  ହେତୁ  ଅପପୁଷ୍ଟିର  ଶିକାର  ହୋଇଥାନ୍ତି,
  3. ଗ୍ରାମାଞ୍ଚଳମାନଙ୍କରେ  ଅପପୁଷ୍ଟି  ଚକ୍ର  ବଂଶାନୁକ୍ରମରେ   ଗଡିଆସୁଥିବା  ପରିଲକ୍ଷିତ   ହୋଇଥାଏ   । ଯେଉଁ  ଯୁବତୀମାନଙ୍କର  ବୃଦ୍ଧି  କମ୍  ହୋଇଥାଏ  ସେମାନେ  ଭବିଷ୍ୟତରେ  ଗେଡା  କିମ୍ବା  କ୍ଷୀଣ  ହୁଅନ୍ତି  ଓ  ଅଳ୍ପ   ଓଜନ  ବିଶିଷ୍ଟ  ଶିଶୁକୁ  ଜନ୍ମ  ଦେଇଥାନ୍ତି  ।ଯଦି  ଏହି  ଶିଶୁଗୁଡିକ   କନ୍ୟାସନ୍ତାନ  ହୋଇଥାଆନ୍ତି  ସେମାନେ  ପରବର୍ତ୍ତୀ, କାଳରେ  ଗେଡାହେବାର  ଦେଖାଯାଇଛି  । ଏଥିରୁ  ରକ୍ଷା  ପାଇବାର  ଏକମାତ୍ର  ଉପାୟ  ହେଉଛି  ଯୌବନାବସ୍ଥା  ପୂର୍ବରୁ  ଗର୍ଭଧାରଣ  ନ କରିବା  ।

ଅପପୁଷ୍ଟିର  ଲକ୍ଷଣ

ଅପପୁଷ୍ଟିର  କେତେକ  ସାଧାରଣ  ଲକ୍ଷଣ  ହେଲା ;

  1. କୌଣସି  ବିଶେଷ  କାରଣ  ନଥାଇ  ଓଜନର  ହ୍ରାସ  ଘଟିବା,
  2. ରକ୍ତହୀନତା, ଅପସ୍ମାର  ରୋଗରେ  ଆକ୍ରାନ୍ତ  ହେବା,
  3. ପିଲାମାନେ  କୁଞ୍ଚିତ  ଦାଗ  ଯୁକ୍ତ  ଚର୍ମ  ଓ  ବୟସ  ଅନୁସାରେ  ବାଙ୍ଗରା  ହେବା  ।
  4. କେଶ  ପତଳା  ଘଞ୍ଚ  କୁଞ୍ଚୁକୁଞ୍ଚିଆ   ହେବା  ଏବଂ  ସହଜରେ  ଉପୁଡି  ଯିବା
  5. ଗଣ୍ଠିବିନ୍ଧା  ହେବା  ଏବଂ  ଅସ୍ଥିଗୁଡିକ  ନରମ  ଓ  କୋମଳ  ହେବା  ।
  6. ଦାନ୍ତରୁ  ରକ୍ତ  ବାହାରିବା  ।
  7. ବେଳେବେଳେ  ଜିଭ  ଫୁଲିବା  କିମ୍ବା  ଦାଗ  ଯୁକ୍ତ  ହେବା   ।
  8. ଅନ୍ଧାରକଣା  ହେବା  ଏବଂ  ଉଜ୍ଵଳ  ଆଲୋକ  ପ୍ରତି  ସମ୍ବେଦନଶୀଳତା  ଭଳି  ଦୃଷ୍ଟିଦୋଷର  ଶିକାର  ହେବା  ।
  9. ଗଳଗଣ୍ଡରୋଗର  ଶିକାର  ହେବା   ।

10.  ଶରୀରର   କ୍ରିୟା  ପ୍ରତିକ୍ରିୟା  ଶିଥିଳ  ହୋଇପଡିବା  ।

11.  ମାଂସପେଶୀ  ଥରିବା  ।

12.  ଓଠ  ଓ  ମୁହଁ  ଫାଟିବା  ।

13.  ରୋଗ  ପ୍ରତିରୋଧକ  ଶକ୍ତିର  ହ୍ରାସ  ଘଟିବା   ।

ଲୌହସାର  ଅଭାବ  ଜନିତ  ପ୍ରଭାବ

ଲୌହସାରର   ଅଭାବ  ଜନିତ  ମୁଖ୍ୟ  ରୋଗ  ହେଲା  ରକ୍ତହୀନତା,  ଯାହାକି  ନିମ୍ନଲିଖିତ  ରୋଗ  ସୃଷ୍ଟିକରେ :

  • ରକ୍ତହୀନତାର  ଶିକାର  ହୋଇଥିବା  ମା’ ପ୍ରସବାବସ୍ଥାରେ  ମୃତ୍ୟୁବରଣ  କରିପାରେ   ।
  • କମ୍  ଓଜନର  ଶିଶୁକୁ  ଜନ୍ମଦେବା  ସହିତ  ନବଜାତକର   ମୃତ୍ୟୁ  ମଧ୍ୟ  ଘଟିପାରେ   ।
  • ପ୍ରଜନନ  କ୍ଷମତାର  ହ୍ରାସ  ଘଟିପାରେ   ।
  • ପିଲାମାନଙ୍କ  ମଧ୍ୟରେ  ଶିକ୍ଷା  ଗ୍ରହଣ  କରିବାର  ସାମର୍ଥ୍ୟର  ହ୍ରାସ  ଘଟିପାରେ   ।

ଧାତୁସାର  ‘କ’ ର  ଅଭାବ  ଜନିତ  ପ୍ରଭାବ ;

  • ଅନ୍ଧାରକଣା, ମା’  ମୃତ୍ୟୁହାରରେ  ବୃଦ୍ଧି   ।
  • ଗର୍ଭପାତ, ମଲାପିଲା  ଜନ୍ମହେବା  ବା  କମ୍  ଓଜନ  ପିଲା  ଜନ୍ମହେବା   ।
  • ଭୃଣକୁ  ଜୀବସାର  ‘କ’ ର  ଯୋଗାଣ  କମ୍  ହେବା  ।
  • ମା’  ସ୍ତନରେ  ଜୀବସାର  ‘କ’ର  ଅଭାବ  ଦେଖାଯିବା  ।
  • ପିଲାମାନଙ୍କଠାରେ  ଚକ୍ଷୁଦୋଷ  ଦେଖାଦେବା   ।

ଆୟୋଡିନ  ଅଭାବ  ଓ  ତା’ର   ପରିଣାମ ;

  • ଗଳଗଣ୍ଡ  ରୋଗକୁ  ୧୯୮୦  ମସିହା  ପର୍ଯ୍ୟନ୍ତ  ଆୟୋଡିନ  ଅଭାବର   ପ୍ରଭାବ  ଭାବରେ  ବିଚାର  କରାଯାଉଥିଲା   । କିନ୍ତୁ  ଆଜିକାଲି   ଖାଦ୍ୟରେ  ଆୟୋଡିନ  ଅଭାବ  ଓ  ଗର୍ଭାବସ୍ଥାରେ  ଏହାର  ପ୍ରଭାବ  ସୁଦୂର  ପ୍ରସାରୀ   ।
  • ଗର୍ଭାବସ୍ଥାରେ  ଆୟୋଡିନର  ଘୋର  ଅଭାବ, ବିପାକ  କ୍ରିୟାରେ  ହ୍ରାସ, ବୃଦ୍ଧି  ହ୍ରାସ,  ମସ୍ତିସ୍କ  ବିକାଶରେ  ହାନି,  ଭୃଣ  ମୃତ୍ୟୁହାର   ବୃଦ୍ଧି  ପରି  ବିଭିନ୍ନ  ଦୋଷ  ସୃଷ୍ଟି  କରିଥାଏ   ।
  • ଖାଦ୍ୟରେ   ଆୟୋଡିନର  ଅଭାବ  ହେଉଛି  ପୃଥିବୀର  ମାନସିକ  ଅନଗ୍ରସରତାର  ମୁଖ୍ୟ  କାରଣ   ।

କୁପୁଷ୍ଟିର  ମହିଳା  ଓ  ଶିଶୁଙ୍କ  ଉପରେ  ପ୍ରଭାବ ;

ସାଧାରଣତଃ,  ଯଦି  ଗର୍ଭାବସ୍ଥାରେ  ଏକ  ମହିଳା  କୁପୁଷ୍ଟିର  ଶିକାର  ହୁଏ  କିମ୍ବା  ଜନ୍ମଠାରୁ  ୨  ବର୍ଷ  ମଧ୍ୟରେ  ଶିଶୁ  କୁପୁଷ୍ଟିଯୁକ୍ତ  ହୁଏ  ତେବେ  ତାର  ମାନସିକ  ବୃଦ୍ଧି  ଓ  ଶାରୀରିକ  ବୃଦ୍ଧି  ଧିର  ହୁଏ  ଓ  ପରବର୍ତ୍ତୀ  ପର୍ଯ୍ୟାୟରେ  ପିଲା  ତାହା  ଭରଣା  କରିପାରେ  ନାହିନ   । ଏହା  ତା’ର   ପରବର୍ତ୍ତୀ  ଜୀବନରେ  ମଧ୍ୟ  ପ୍ରଭାବ  ପକାଇଥାଏ   ।

ଯଦି  ସେ  ଶିଶୁଟି  ବାଳିକା  ହୋଇଥାଏ,  ତାର  ପରବର୍ତ୍ତୀ  ପିଢି  ମଧ୍ୟ  ଏହାର  ଶିକାର  ହୋଇଥାଏ   । ଏହାକୁ  କୁପୁଷ୍ଟିଚକ୍ର  କୁହାଯାଏ   ।ଆମ  ସମାଜରେ  ଲିଙ୍ଗଗତ  ତାରତମ୍ୟ   ବହୁତ   ।  ସ୍ତ୍ରୀଲୋକମାନେ  ସମାଜରେ  ତଳସ୍ତରରେ  ଥିବାରୁ  ଅଧିକ  ବିପଦଗ୍ରସ୍ତ  ହୋଇଥାନ୍ତି,  କାରଣ  ସେମାନେ  ସମାନ  ଭାବେ  ମୂଲ୍ୟାଙ୍କିତ  ହୁଅନ୍ତି  ନାହିନ   । ଆମ ସମାଜରେ  ସ୍ତ୍ରୀ  ଲୋକମାନେ  ପରିବାରର  ସମସ୍ତ  ସଦସ୍ୟ  ଖାଇସାରିବା  ପର୍ଯ୍ୟନ୍ତ  ଅପେକ୍ଷା  କରନ୍ତି   । କିନ୍ତୁ  ସ୍ୱାସ୍ଥ୍ୟର  ଯତ୍ନ  ଓ  ପୋଷଣ  ସମୟରେ  ସେମାନଙ୍କୁ  ଆଦୌ  ପ୍ରାଧାନ୍ୟ  ଦିଆଯାଏନାହିଁ  ।

କୁପୁଷ୍ଟି  କାହିଁକି   ମାନବ  ଶରୀରର   କ୍ଷତିକରେ  ?

ଜୀବସାର,  ଧାତବଲବଣ  ଓ  ଅନ୍ୟାନ୍ୟ  ଜୀବସାରର  ଅଭାବରୁ  ଉପଯୁକ୍ତ,  ଟିସ୍ୟୁ  ଗଠନ  ଓ  ଶାରୀରିକ  କାର୍ଯ୍ୟଦକ୍ଷତାର  ଅଭାବ  ଘଟିଲେ   ଲୋକ  ଅପପୁଷ୍ଟିର  ଶିକାର  ହୋଇଥାନ୍ତି   ।

ଅପପୁଷ୍ଟି  ଗ୍ରସ୍ତ  ପିଲାମାନେ   ବହୁ ସମୟରେ  ଦୁର୍ବଳ  ହୁଅନ୍ତି  ଓ  ସେମାନଙ୍କଠାରେ  ରୋଗପ୍ରତିରୋଧକ  ଶକ୍ତିର  ଅଭାବ  ହୁଏ   । ଏହାଦ୍ଵାରା  ରୋଗର  ଶିକାର  ହେବାର  ସମ୍ଭାବନା  ମଧ୍ୟ  ସେମାନଙ୍କଠାରେ  ଅଧିକ  ଥାଏ  ।

ସୁଷମ  ଖାଦ୍ୟର  ଧାରଣା

ଯେଉଁ  ଖାଦ୍ୟରେ  ଉପଯୁକ୍ତ  ପରିମାଣରେ  ଶ୍ଵେତସାର, ପ୍ରୋଟିନ, ଚର୍ବି,  ଭିଟାମିନସ୍  ଓ  ଲୌହସାର  ନିହିତଥାଏ  ତାକୁ  ସୁଷମ  ଖାଦ୍ୟ  କୁହାଯାଏ   । ଏହା  ଶରୀରର  ବୃଦ୍ଧି,  ଉନ୍ନତି  ଓ ଟିସୁ  ସଂହତିରେ  ସହାୟକ  ହୁଏ   ।

ତେଣୁ  ଆମ୍ଭେମାନେ  ବିଭିନ୍ନ  ପ୍ରକାରର  ଖାଦ୍ୟ  ଆହାର  ରୂପଗ୍ରହଣ  କରିବା  ଉଚିତ   । ଯଥା : -

  • ଭିଟାମିନରେ  ଭରପୂର  ରୁଟି  ଓ  ମକାଜାତୀୟ  ଖାଦ୍ୟ   ।
  • ଅଧିକ  ବିନ୍, ମଟର ଓ  ବାଦାମ୍
  • ମାଂସ, ମାଛ, ଅଣ୍ଡା ଓ ଦୁଗ୍ଧ  ।
  • ଅଧିକ  ପନିପରିବା  ଓ  ଫଳ   ।

ପରିବାରରେ  ସୁଷମ  ଖାଦ୍ୟପାଇଁ  କାହାକୁ  ପ୍ରାଧାନ୍ୟ  ଦେବା  ଉଚିତ  ?

  • ଶିଶୁ,  ଛୋଟ ପିଲା  ଏବଂ  କିଶୋରମାନଙ୍କୁ ; ଯେଉଁମାନଙ୍କର  ଶାରୀରିକ  ବୃଦ୍ଧିପାଇଁ  ଅଧିକ  ଖାଦ୍ୟସାରର  ଆବଶ୍ୟକତା  ଥାଏ   ।
  • ଗର୍ଭାବସ୍ଥାରେ  ଜଣେ   ମହିଳାର  ଖାଦ୍ୟସାର   ଓ ଅଣୁଜୀବସାର   ଖାଦ୍ୟସାର  ଗୁଡିକର  ଆବଶ୍ୟକତାରେ  ବୃଦ୍ଧି  ଘଟିଥାଏ   । ଭୃଣର  ପୋଷଣ  ଓ  ତତ୍  ସଂଲଗ୍ନ   ଟିସୁଗୁଡିକର   ବୃଦ୍ଧି  ପାଇଁ  ଅଧିକ  ଶକ୍ତିର   ଆବଶ୍ୟକ  ପଡେ , ଯଦି  ଗର୍ଭାବସ୍ଥାରେ  ମା’  ଉପଯୁକ୍ତ  ପରିମାଣର  ଖାଦ୍ୟ  ତେବେ  ତା’ର   ଗର୍ଭସ୍ଥ  ଭୃଣ  ବଢିବାପାଇଁ  ମା’ର  ଖାଦ୍ୟକୁ   ମଧ୍ୟ  ଗ୍ରହଣ  କରିନିଏ   ।
  • ସ୍ତନ୍ୟପାନ  ମଧ୍ୟ  ମା’ର  ଖାଦ୍ୟର  ଆବଶ୍ୟକତା  ବଢାଇଥାଏ   । ତେଣୁ  ମା’ମାନେ   ପ୍ରଚୁର  କ୍ଷୀର  ପାଇଁ  ଉପଯୁକ୍ତ  ପରିମାଣର  ପ୍ରୋଟିନ,  କ୍ୟାଲସିୟମ ଓ  ଭିଟାମିନ  ଜାତୀୟ  ଖାଦ୍ୟ  ଖାଇବା  ଉଚିତ,  ଯାହାଫଳରେ  ସେମାନଙ୍କ  ଶରୀରରେ  ଗଚ୍ଛିତ  ଖାଦ୍ୟଭଣ୍ଡାର  ଅଭାବଗ୍ରସ୍ତ   ହେବନାହିଁ   ।

ସୁଷମ  ଖାଦ୍ୟର  ଉପାଦାନ

ପ୍ରୋଟିନ୍ସ  ବା  ପୁଷ୍ଟିସାର

ଜୀବନରେ  ବିଭିନ୍ନ  କାର୍ଯ୍ୟ  କରିବା  ପାଇଁ  ମୁଖ୍ୟ  ଓ  ପ୍ରମୁଖ  ଆବଶ୍ୟକ  ବସ୍ତୁ  ହେଲା  ପ୍ରୋଟିନ  ବା  ପୁଷ୍ଟିସାର  ଖାଦ୍ୟ  ଯାହା  ଆମୀନୋ  ଅମ୍ଳରୁ  ମିଳିଥାଏ   । ମୋଟାମୋଟି  ଶରୀରରେ  ଥିବା  ପ୍ରୋଟିନ  ଅର୍ଦ୍ଧେକ  ରୂପାନ୍ତରିତ   ମାଂସପେଶୀ  ଅଟେ   । ପ୍ରୋଟିନର  ମାନ  ଖାଦ୍ୟରେଥିବା  ଅତ୍ୟାବଶ୍ୟକୀୟ   ଆମିନୋଅମ୍ଳର   ପରିମାଣ  ଉପରେ  ନିର୍ଭର  କରେ   ।

ଉତ୍ତମ  ପ୍ରୋଟିନ  ବା  ପୁଷ୍ଟିସାର  ଖାଦ୍ୟ

  • ପ୍ରାଣୀଜ  ପ୍ରୋଟିନ  ହେଉଛି  ଉଚ୍ଚସ୍ତରର  ପୁଷ୍ଟିସାର   କାରଣ  ତାହା  ଆବଶ୍ୟକ  ଅନୁପାତରେ  ଆମିନୋଅମ୍ଳ  ପ୍ରଦାନ  କରିଥାଏ   ।
  • ଏପରିକି  ଶାକାହାରୀମାନେ  ମଧ୍ୟ  ପ୍ରଚୁର  ପରିମାଣର  ପ୍ରୋଟିନ  ଯବ,  ସିରେଲ, ଆଦି  ଶସ୍ୟ  ଓ  ଡାଲି  ତଥା  ବାଦାମର  ଆହାରରୁ  ପାଇଥାଆନ୍ତି  ।
  • ଦୁଗ୍ଧ ଓ  ଅଣ୍ଡା  ଉତ୍ତମ  ପ୍ରୋଟିନର  ଧାରକ  ।
  • ଅନ୍ୟ  କେତେକ  ଉତ୍ତମ  ପୁଷ୍ଟିସାର  ଖାଦ୍ୟ  ମଧ୍ୟରେ  ଡାଲିଜାତୀୟ  ଖାଦ୍ୟ  ସହିତ  ତୈଳଜାତୀୟ  ମଞ୍ଜି  ଓ  ଶୁଷ୍କଫଳ, ଦୁଧ  ଓ  ଦୁଗ୍ଧ  ଜାତ  ଖାଦ୍ୟ,  ମାଂସ,  ମାଛ ଓ  କୁକୁଡା  ମାଂସ  ଆଦି  ଉଲ୍ଲେଖଯୋଗ୍ୟ   ।
  • ଉଦ୍ଭିଦଜାତ  ଖାଦ୍ୟ  ମଧ୍ୟରେ  ସୋୟାବିନ  ଏକ  ଉତ୍ତମ  ପୁଷ୍ଟିସାରସଂପନ୍ନ  ଖାଦ୍ୟ   । ଏଥିରେ  ୪୦ ଭାଗରୁ  ଅଧିକ  ପ୍ରୋଟିନ  ରହିଥାଏ   ।

ଲୌହସାର

ଶରୀରରେ  ରକ୍ତପାଇଁ  ଲୋହିତ  ରକ୍ତକଣିକା   ଗଠନରେ   ଆବଶ୍ୟକ  ହିମୋଗ୍ଲୋବିନ  ସୃଷ୍ଟି  ତଥା  ଅମ୍ଳଜାନ  ପରିବହନ  କ୍ଷେତ୍ରରେ  ଲୌହସାର   ଖାଦ୍ୟର  ଯଥେଷ୍ଟ  ଆବଶ୍ୟକତା  ରହିଛି  । ଆମ  ଦେଶରେ  ଛୋଟ  ଶିଶୁ, କିଶୋରୀ  ତଥା  ଗର୍ଭାବତୀ  ମହିଳାମାନଙ୍କ  ମଧ୍ୟରେ  ରକ୍ତହୀନତା  ଏକ  ପ୍ରମୁଖ  ସମସ୍ୟା   । ଦେଶର  ଅଧା  ଅଧି  ଲୋକ  ଅପପୁଷ୍ଟିଜନିତ  ରକ୍ତହୀନତାର  ଶିକାର  ହୋଇଥାନ୍ତି   । ଫଳତଃ  ବୟସ୍କମାନଙ୍କ  କାର୍ଯ୍ୟଦକ୍ଷତା  ହ୍ରାସ  ପାଇଥାଏ  ଏବଂ  ପିଲାମାନଙ୍କ   କ୍ଷେତ୍ରରେ  ଶିକ୍ଷାର୍ଜନରେ  ମଧ୍ୟ  ପ୍ରତିକୂଳ  ପ୍ରଭାବ   ପଡେ   ।

ଜୀବନକାଳ  ମଧ୍ୟରେ   ଲୌହସାର  ଖାଦ୍ୟର  ଜରୁରୀ   ଆବଶ୍ୟକତା ;

  • ଶୈଶବ,  କୌଶୋରର  ପ୍ରଥମ  ପାହାଚ  ଏବଂ  ଗର୍ଭାବସ୍ଥା  ସମୟରେ  ଲୌହସାର  ଖାଦ୍ୟର  ଯଥେଷ୍ଟ  ଆବଶ୍ୟକତା  ରହିଛି   ।
  • ଶୈଶବ  ଓ  ବାଳକାଳରେ  ଶରୀରର  ଆଶୁ  ବୃଦ୍ଧି  ନିମନ୍ତେ   ଲୌହ  ସାର  ଆବଶ୍ୟକ  ହୁଏ   ।
  • କୌଶୋରର  ପ୍ରାଥମିକ  ଅବସ୍ଥାରେ  ଶୂକ୍ରାଣୁ  ଗଠନ  ପାଇଁ  ଏବଂ  ଏବଂ  ବାଳିକାମାନଙ୍କ  ଡିମ୍ବାଣୁ  ଓ  ଋତୁମତୀ  ହେବା   ନିମନ୍ତେ  ପ୍ରଚୁର   ଲୌହସାର  ଖାଦ୍ୟ  ଆବଶ୍ୟକ   ପଡେ   ।
  • ଗର୍ଭାବସ୍ଥାରେ  ଭୃଣର  ଅଭିବୃଦ୍ଧି  ଓ  ଉତ୍ତମ ମାତୃତ୍ଵ  ପାଇଁ  ଲୌହସାର  ସଂପନ୍ନ   ଖାଦ୍ୟର  ଯଥେଷ୍ଟ  ଆବଶ୍ୟକତା  ପଡିଥାଏ   ।

ଉତ୍ତମ  ଲୌହସାର  ସଂପନ୍ନ  ଖାଦ୍ୟ

  • ଉଦ୍ଭିଦଜାତ  ଖାଦ୍ୟ  ମଧ୍ୟରେ  ସବୁଜ  ପନିପରିବା,  ଶୁଷ୍କଫଳ  ଯଥା  ବାଜରା  ଓ  ରାଶି  ଆଦି  ଉତ୍ତମ  ଲୌହସାର  ସଂପନ୍ନ  ଖାଦ୍ୟ  ଅଟେ   ।
  • ମାଂସ, ମାଛ  ଓ  ପକ୍ଷୀ  ଜାତୀୟ  ମାଂସ  ଆଦିରେ  ମଧ୍ୟ  ଲୌହସାର  ରହିଥାଏ   ।
  • ଭିଟାମିନ ‘ସି’  ସଂପନ୍ନ  ଫଳ  ଯଥା  ଅଁଳା,  ପିଜୁଳି  ଓ  କମଳା  ଜାତୀୟ  ଫଳରେ  ଯଥେଷ୍ଟ  ଲୌହସାର  ଥାଏ   ।

ସୂକ୍ଷ୍ମ  ପୌଷ୍ଟିକ  ଆହାର – ପ୍ରତିରୋଧକ  ଖାଦ୍ୟ

ଜୀବସାର  ବା  ଭିଟାମିନ  ଓ  ଖଣିଜ  ଲବଣ  ଆଦି  ସୂକ୍ଷ୍ମ  ପୌଷ୍ଟିକ  ଆହାର  ରୋଗ  ପ୍ରତିରୋଧକ  ଶକ୍ତିର   ବିକାଶ  ପାଇଁ  ସ୍ୱଳ୍ପ  ପରିମାଣରେ  ଆବଶ୍ୟକ  ଏହା  ବିପାଚନ  ପ୍ରକ୍ରିୟାକୁ  ତ୍ୱରାନ୍ୱିତ  କରିବା  ସଙ୍ଗେ  ସଙ୍ଗେ  ରୋଗ  ସଂକ୍ରମଣର  ପ୍ରତିରୋଧ  କରିଥାଏ   । ସୁସ୍ଥତା  ତଥା  ଦୀର୍ଘ  ଜୀବନ  ପାଇଁ  ଏହା  ଅତ୍ୟନ୍ତ  ଜରୁରୀ   ।

ଜୀବସାର – ‘କ’ (ଭିଟାମିନ – ‘ଏ’)

ଜୀବସାର ‘କ’ ବା  ଭିଟାମିନ  ‘ଏ’  ଚର୍ବି  ଦ୍ରବଣୀୟ  ଜୀବସାର   । ଦୃଷ୍ଟିଶକ୍ତି  ପାଇଁ  ଏହାର  ଗୁରୁତ୍ଵପୂର୍ଣ୍ଣ  ଭୂମିକା  ରହିଛି   । ଏହାଛଡା  ତ୍ଵଚା  ବା  ଚର୍ମର   ପ୍ରତିରୋଧକ  ତଥା  ସନ୍ତୁଳନ  ବଜାୟ  ରଖିବା  ସହିତ  ଶୈଶିକ  ଝିଲ୍ଲିର  ସୁରକ୍ଷା  କରିଥାଏ   । ଭାରତବର୍ଷର  ତିନି  ପ୍ରତିଶତ  ସ୍କୁଲ  ଯାଉଥିବା  ପିଲାମାନେ  ଜୀବସାର  ‘କ’  ଅଭାବର  ଶିକାର  ହେଉଥିବାର  ଦେଖାଯାଏ   । ସାଧାରଣ  ଦୃଷ୍ଟିଶକ୍ତି  ପାଇଁ  ଭିଟାମିନ  ‘ଏ’  ଅତ୍ୟନ୍ତ  ଉପଯୋଗୀ   । ବିଶେଷକରି  ଏହାର  ଅଭାବ  ଯୋଗୁଁ  ଅନ୍ଧାରକଣା  ରୋଗ  ହୋଇଥାଏ   ।

ଜୀବନକାଳ  ମଧ୍ୟରେ  ଜୀବସାର  ‘କ’ର  ଉପଯୋଗିତା

  • ଚକ୍ଷୁର  ଗଠନ  ଓ  ବୃଦ୍ଧି  ତଥା  ଦୃଷ୍ଟିଶକ୍ତିର  ବିକାଶ  ବିଶେଷକରି   ରାତ୍ରିକାଳୀନ  ଦୃଷ୍ଟିରେ  ଉନ୍ନତି, ଦର୍ଶନେନ୍ଦ୍ରିୟର  ମେଲିନ  ଓ  ଝିଲ୍ଲିର   ଗଠନ  ସକାଶେ   ଏବଂ  ଦାନ୍ତ  ଓ  ହାଡରା  ଗଠନ  ସହିତ  ଆଡ୍ରେନାଲଗ୍ଲାଣ୍ଡର  ପରିଚାଳନା,  କ୍ଷତ  ସ୍ଥାନକୁ  ଶୁଖାଇବା  ଆଦି  କାର୍ଯ୍ୟ  ପାଇଁ  ଭିଟାମିନ ‘ଏ’ର ଆବଶ୍ୟକତା  ରହିଛି   । ଏହାଛଡା  ହରମୋନ  ଓ  ଥାଇରଡ  ହରମୋନ  ମଧ୍ୟରେ  ସନ୍ତୁଳନ   ରକ୍ଷା  କରିବା  ସଙ୍ଗେ  ସଙ୍ଗେ  ଶରୀରର  ପ୍ରାକୃତିକ  ରୋଗ  ନିରୋଧକ  ଶକ୍ତିର  ବିକାଶ  ଘଟାଇଥାଏ   । ଏପରିକି  ଭୃଣର  ବିକାଶ  ପାଇଁ  ଏହା  ଜରୁରୀ   ।
  • ଶିଶୁଟିଏ  ଛଅମାସର  ହୋଇଗଲେ  ତାକୁ  ତା’ର  ସାଧାରଣ  ଖାଦ୍ୟ  ସହିତ  ଜୀବସାର  ‘କ’ ଯୁକ୍ତ  ଖାଦ୍ୟ  ଦିଆଯିବା  ଆବଶ୍ୟକ   ।

ଜୀବସାର ‘କ’  ଯୁକ୍ତ  ଆହାର :

  • କୋଲଷ୍ଟ୍ରମ ଓ  ମା’ କ୍ଷୀରରେ  ଜୀବସାର  ବହୁଳ  ପରିମାଣରେ  ରହିଥାଏ  ।
  • ସବୁଜ  ପନିପରିବା, ହଳଦିଆ  ଓ  ନାରଙ୍ଗି  ରଙ୍ଗ  ଯୁକ୍ତ  ଫଳ  ଓ  ପନିପରିବାରେ   ଜୀବସାର ‘କ’ ପ୍ରଚୁର  ପରିମାଣରେ  ରହିଥାଏ  ।
  • ଦୁଧ ଓ  ଦୁଗ୍ଧଜାତ  ଖାଦ୍ୟ  ପଦାର୍ଥ,  ଅଣ୍ଡାର  କେଶର, ଲାଲତାଳ  ତେଲ,  ମାଛ ଓ  ମାଛ  ତେଲରେ  ମଧ୍ୟ  ଜୀବସାର  ‘କ’  ପ୍ରଚୁର  ପରିମାଣରେ  ରହିଥାଏ  ।
  • ଧନିଆ  ପତ୍ର,  ଭୃସଙ୍ଗ  ପତ୍ର,  ସଜନାପତ୍ର,  ପାଳଙ୍ଗ  ମେଥି,  ସୋରିଷ  ଶାଗ,  ଅମୃତଭଣ୍ଡା,  ପାଚିଲା  କଖାରୁରେ  ମଧ୍ୟ  ପ୍ରଚୁର  ପରିମାଣରେ  ଜୀବସାର  ‘କ’ ଥାଏ   ।

ଜୀବସାର  ‘ଗ’  (ଭିଟାମିନ – ‘ସି’)

ଜୀବସାର  ‘ଗ’ ବା  ଭିଟାମିନ ସି. ଏକ  ସୂକ୍ଷ୍ମ  ପୌଷ୍ଟିକ  ଆହାର  । ଏହା  ଆଣ୍ଟି – ଅକ୍ସିଡେଣ୍ଟ  । ଏହାଦ୍ଵାରା  ରୋଗ  ସଂକ୍ରମଣ  ପ୍ରତିରୋଧକ  ଶକ୍ତିର  ବିକାଶ  ଘଟେ   । ଏହାର  ଅଭାବ  ଯୋଗୁଁ  ସ୍କର୍ଭି  ରୋଗ  ହୁଏ   । ଫଳତଃ  ଦୁର୍ବଳତା,  ମାଢିରୁ  ରକ୍ତସ୍ରାବ  ହେବା  ସହିତ  ହାଡ  ଗଠନ  ପ୍ରକ୍ରିୟାରେ  ତୃଟି  ଦେଖାଯାଏ  । ଜୀବସାର  ‘ଗ’ କ୍ଷତ  ସ୍ଥାନ  ଶୁଖାଇବାରେ  ସହାୟକ  ହେବା  ସଙ୍ଗେ  ସଙ୍ଗେ   ଆମିନୋ  ଏସିଡ  ଓ  ଶ୍ଵେତସାରର  ବିପାଚନ  ଓ  ସଂଶ୍ଳେଷଣକୁ  ତ୍ୱରାନ୍ୱିତ   କରାଇ  ହରମୋନର  ସନ୍ତୁଳନ  ରକ୍ଷାକରେ   । ଏହା  ମଧ୍ୟ  ଲୌହସାରରୁ  ଶୋଷଣକୁ  ଉତ୍ସାହିତ  କରେ   ।

ଜୀବସାର  ‘ଗ’  ଯୁକ୍ତ  ଆହାର :

  • ସମସ୍ତ ପ୍ରକାର  ତଟକା  ଫଳ  ଯଥା : - କମଳା, ଲେମ୍ବୁ  ଓ  ଅଁଳା  ଆଦିରେ  ଭିଟାମିନ  ‘ସି’  ବା  ଜୀବସାର  ‘ଗ’  ପ୍ରଚୁର  ପରିମାଣରେ  ଥାଏ   ।
  • ସାଧାରଣ  ଭାବରେ  ବ୍ୟବହୃତ  ଟମାଟୋ  ଓ  ପିଜୁଳି  ଆଦି  ଭିଟାମିନ  ‘ସି’ ର  ଅଫୁରନ୍ତ  ଉତ୍ସ  ।
  • ଗଜାବୁଟରେ  ମଧ୍ୟ  ପ୍ରଚୁର  ପରିମାଣର  ଭିଟାମିନ  ‘ସି’  ରହିଥାଏ  ।

ଆୟୋଡିନ :

  • ଶରୀର  ପାଇଁ  ଆୟୋଡିନ  ଭଳି  ସୂକ୍ଷ୍ମ  ପୁଷ୍ଟିକର  ତତ୍ତ୍ଵ  ଅଳ୍ପ  ମାତ୍ରାରେ  ଆବଶ୍ୟକ   ହୋଇଥାଏ   । ଏହା  ଗଳା  ନିକଟରେ  ଥିବା  ଥାଇରଏଡ   ଗ୍ରନ୍ଥିରୁ  ବାହାରୁ  ଥିବା   ହରମୋନର  ସଂରକ୍ଷଣ  ପାଇଁ  ଆବଶ୍ୟକ  ପଡିଥାଏ   । ଶରୀରର  ସାଧାରଣ  ବୃଦ୍ଧି  ଓ  ମସ୍ତିସ୍କର  ବିକାଶ  ପାଇଁ  ମଧ୍ୟ  ଏହାର  ଆବଶ୍ୟକତା  ରହିଛି   ।
  • ଆୟୋଡିନ  ଅଭାବ  ଜନିତ  ଶାରୀରିକ ଓ ମାନସିକ  ବିକୃତି  ଆଦି  ଆମ  ସମାଜର ଏକ  ପ୍ରମୁଖ  ସ୍ୱାସ୍ଥ୍ୟ  ସମସ୍ୟା  ।
  • ଗର୍ଭବତୀ  ମହିଳାଙ୍କ  ଶରୀରରେ  ଆୟୋଡିନର  ଅଭାବ  ହେଲେ  ଗର୍ଭସ୍ଥ  ଶିଶୁର  ମସ୍ତିସ୍କ  ଜନିତ  କ୍ଷତି  ଘଟାଇପାରେ  ଏବଂ  ଏହାର  ଉପଚାର  ସମ୍ଭବ  ହୁଏ  ନାହିଁ   ।
  • ଆୟୋଡିନ  ଅଭାବ  ଜନିତ  କାରଣରୁ  ମାନସିକ  ବିକୃତି,  ଶାରୀରିକ  ବିକଳାଙ୍ଗ,  ବାମନପଣ  ବା  ଗଳଗଣ୍ଡ  ଆଦିର  ଶିକାର  ହେବାକୁ  ପଡିଥାଏ   ।

ଆୟୋଡିନ  ଯୁକ୍ତ  ଆହାର :

  • ସାଧାରଣତଃ  ସାମୁଦ୍ରିକ ଓ  ଜଳଜ  ଖାଦ୍ୟ  ପଦାର୍ଥରୁ  ଆମେ  ଆୟୋଡିନ  ଉପଯୁକ୍ତ  ଆହାର  ପାଇଥାଉ  ।
  • ଏହା  ଛଡା  ବନ୍ଧାକୋବି,  ଫୁଲକୋବି, ଟାପିଓକା  ଆଦି  ଖାଦ୍ୟ  ପଦାର୍ଥରୁ  ମଧ୍ୟ  ଆୟୋଡିନ  ତତ୍ତ୍ଵ  ମିଳିଥାଏ   ।
  • ଆୟୋଡିନ  ଲବଣଯୁକ୍ତ  ଖାଦ୍ୟ  ପଦାର୍ଥ  ବ୍ୟବହାର କଲେ  ଆୟୋଡିନ  ତତ୍ତ୍ଵର  ଅଭାବ  ପୂରଣ  ହୋଇପାରିବ  ।

ଗର୍ଭାବସ୍ଥାରେ   ପୌଷ୍ଟିକ  ଆହାର :

ଗର୍ଭାବସ୍ଥାରେ  ଉତ୍ତମ  ପୌଷ୍ଟିକ  ଆହାର  ଅତ୍ୟନ୍ତ  ଜରୁରୀ  । ବିଶେଷକରି  ଗର୍ଭସ୍ଥ   ଭୃଣର  ଆବଶ୍ୟକତା  ମେଣ୍ଟାଇବା  ପାଇଁ  ଗର୍ଭବତୀ  ମହିଳାଙ୍କ  ପାଇଁ  ଅତିରିକ୍ତ  ପୌଷ୍ଟିକ  ଆହାର  ଅତି  ଦରକାର   ।

ନିମ୍ନଲିଖିତ  କାରଣ  ପାଇଁ  ଗର୍ଭବତୀ  ମହିଳା  ଅତିରିକ୍ତ  ପରିମାଣର  ଆହାର  ଦରକାର  କରନ୍ତି :

  • ମା’  ଯଦି  ଅପପୁଷ୍ଟିର  ଶିକାର  ହୁଅନ୍ତି  ତେବେ  କମ୍  ଓଜନ  ବିଶିଷ୍ଟ  ସନ୍ତାନକୁ  ଜନ୍ମ  ଦେଇଥାନ୍ତି   । ଶିଶୁ  ଓ  ମାତୃ  ମୃତ୍ୟୁହାର  ବୃଦ୍ଧି  ପାଇଁ  ଏହା  ଏକ  କାରଣ  ହୋଇପାରେ   ।
  • ଯଥେଷ୍ଟ  ପରିମାଣର  ପୁଷ୍ଟିକର  ଆହାର  ଖାଇଲେ   ଗର୍ଭସ୍ଥ  ଶିଶୁର  ବୃଦ୍ଧି  ସଠିକ  ଭାବେ  ହୋଇପାରେ  ଏବଂ  ଉପଯୁକ୍ତ  ଓଜନର  ଶିଶୁ  ଜନ୍ମ  ହେବାରେ  ଏହା  ସହାୟକ  ହୁଏ   ।
  • ସ୍ତନ୍ୟପାନ  କରାଉଥିବା  ମା’ମାନଙ୍କ  ଠାରେ  ଯଥେଷ୍ଟ  ପରିମାଣର  ଦୁଗ୍ଧ  କରାଇବା  ପାଇଁ  ଅତିରିକ୍ତ  ପୌଷ୍ଟିକ  ଆହାରର  ଆବଶ୍ୟକତା   ରହିଛି   ।

ଗର୍ଭବତୀ  ମହିଳାଙ୍କ  ପାଇଁ  ସନ୍ତୁଳିତ  ଆହାରର   ଆବଶ୍ୟକତା :

  • ଉପଯୁକ୍ତ  ଓଜନର  ଶିଶୁ  ସନ୍ତାନକୁ  ଜନ୍ମ  ଦେବା  ପାଇଁ  ଗର୍ଭବତୀ  ମହିଳାଙ୍କ  ଆହାରର  ଗୁରୁତ୍ଵ   ପୂର୍ଣ୍ଣ  ଭୂମିକା  ରହିଛି   ।
  • ଗର୍ଭାବସ୍ଥାରେ  ମହିଳା  ରୋଗ  ପ୍ରତିରୋଧ  ଶକ୍ତି  ସୃଷ୍ଟିକାରୀ  ଖାଦ୍ୟକୁ   ଆହାରରେ  ଗ୍ରହଣ  କରିବା  ଦରକାର   ।
  • ଗର୍ଭାବସ୍ଥାର  ମଧ୍ୟବର୍ତ୍ତୀ  ସମୟ  ପରଠାରୁ   ପରବର୍ତ୍ତୀ  ମହିଳା  ମାନଙ୍କର   ଅତିରିକ୍ତ  ୩୦୦  କିଲୋକାଲରି ଶକ୍ତି,  ୧୫ ଗ୍ରାମ୍  ପୁଷ୍ଟିସାର  ଖାଦ୍ୟ  ଓ  ୧୦  ଗ୍ରାମ୍  ସ୍ନେହସାର  ବା  ଚର୍ବିଯୁକ୍ତ  ଖାଦ୍ୟର  ଆବଶ୍ୟକତା  ହୁଏ   ।
  • ଗର୍ଭାବସ୍ଥାରେ   ତଥା  ସ୍ତନ୍ୟପାନ  ସମୟରେ  ମା’ମାନେ  ଅତିରିକ୍ତ  ପରିମାଣର  କ୍ୟାଲେସିୟମ  ଯୁକ୍ତ  ଆହାର  ଗ୍ରହଣ  କଲେ  ଗର୍ଭସ୍ଥ  ସନ୍ତାନର  ହାଡ  ଓ  ଦାନ୍ତ  ଗଠନ  ସଠିକ  ହୋଇ  ପାରିବା  ସହିତ ଆବଶ୍ୟକ  ମୁତାବକ  ଦୁଗ୍ଧ  ସଞ୍ଚାରଣ  ହୋଇପାରିବ   ।
  • ଗର୍ଭାବସ୍ଥାରେ  ଲୌହସାର  ଖାଦ୍ୟର  ଅଭାବ  ହେଲେ  ମାତୃ  ମୃତ୍ୟୁ ହାର  ବୃଦ୍ଧି  ଘଟିବାର  ସମ୍ଭାବନା  ରହିବା  ସଙ୍ଗେ  ସଙ୍ଗେ  କମ୍  ଓଜନର  ସନ୍ତାନ  ଜନ୍ମ   ହେବାର  ଭୟ  ରହିଥାଏ   । ଏଣୁ  ଲୌହସାରଯୁକ୍ତ  ଖାଦ୍ୟଗ୍ରହଣ  ଗର୍ଭବତୀ  ମହିଳାଙ୍କ  ପାଇଁ  ଅତି  ଜରୁରୀ   ।

ଗର୍ଭାବସ୍ଥାରେ  ଯତ୍ନ – କ’ଣ  କରିବେ  ଏବଂ  କରିବେ  ନାହିଁ

  • ଗର୍ଭାବସ୍ଥାରେ  ଏବଂ  ସ୍ତନ୍ୟପାନ  କରାଉଥିବା  ସମୟରେ  ସମ୍ପୃକ୍ତ  ମହିଳା  ଅଧିକ  ପରିମାଣର  ଖାଦ୍ୟ  ଖାଇବେ  ।
  • ଗୋଟିଏ  ଥର  ଅଧିକ  ମିଲ୍  ବା  ଖାଦ୍ୟ  ଅତିରିକ୍ତ  ଭାବେ  ଗ୍ରହଣ  କଲେ  ଭଲ   ।
  • ସମ୍ପୂର୍ଣ୍ଣ  ଆହାରରେ  ଗୋଟା  ଡାଲି,  ଗଜାମୁଗ  ଓ  ସିଝା  ଖାଦ୍ୟ  ଆଦି  ରହିବା  ଉଚିତ୍  ।
  • କ୍ଷୀର/ମାଂସ/ଅଣ୍ଡା ଖାଇବା  ଉଚିତ୍  ।
  • ପ୍ରଚୁର   ପନିପରିବା  ଓ  ଫଳ  ଖାଇବା  ଉଚିତ   ।
  • ମଦ  ଓ  ତମାଖୁ  ବର୍ଜନ  କରିବେ  । କେବଳ  ଡାକ୍ତରଙ୍କ  ପରାମର୍ଶ  କ୍ରମେ  ଔଷଧ  ସେବନ  କରିପାରନ୍ତି   ।
  • ଲୌହ, ଲୌହସାର  ଓ  କ୍ୟାଲସିୟମ  ଯୁକ୍ତ  ଖାଦ୍ୟ  ନିୟମିତ   ଭାବେ  ଗର୍ଭଧାରଣର  ୧୪-୧୬ ସପ୍ତାହ  ପରଠାରୁ  ଖାଇବେ  ଓ  ସ୍ତନ୍ୟପାନ  ପର୍ଯ୍ୟନ୍ତ  ଚାଲୁରଖିବେ   ।
  • ଆୟୋଡିନ  ଯୁକ୍ତ  ଲବଣ  ଓ ଆୟୋଡିନ  ଯୁକ୍ତ  ଖାଦ୍ୟ  ସେବନ  କରିବେ   ।
  • କୃମି  ପରଜୀବୀ  ସଂକ୍ରମଣରୁ  ନିଜକୁ  ସୁରକ୍ଷିତ  ରାଖୀ  ଏହାଛଡା  ସ୍ୱାସ୍ଥ୍ୟ  ପ୍ରତି  ସଚେତନ  ହେବା  ସହିତ  ଗର୍ଭଧାରଣର  ତୃତୀୟ  ପର୍ଯ୍ୟାୟ  ଠାରୁ  ସତର୍କ  ରୁହନ୍ତୁ  ।
  • ଗର୍ଭବତୀ  ମହିଳା  ନିଜର  ଓଜନ  ବୃଦ୍ଧି  ଉପରେ  ନଜର  ଦେଇ  ହାରାହାରି  ୧୦ କି.ଗ୍ରା. ଓଜନ  ବଢାଇବା  ପାଇଁ  ଚେଷ୍ଟିତ  ରହିବେ    । ପରିବାର  ତରଫରୁ  ମଧ୍ୟ  ଗର୍ଭବତୀ  ମହିଳାଙ୍କ  ଯତ୍ନ  ନେବା  ସହିତ  ସେ  ଯେମିତି  କେବେ  ବି ଉପାସ  ନରହନ୍ତି  ତାହା  ଦେଖିବା  ଦରକାର   ।
  • ଗର୍ଭବତୀ  ମହିଳା  ଚଲାବୁଲା  କରିବାର  ଅଭ୍ୟାସ  ଅବ୍ୟାହତ  ରଖିବା  ସହିତ  ଅନ୍ୟାନ୍ୟ  ସାଧାରଣ  ଶାରୀରିକ  କାର୍ଯ୍ୟ  କରୁଥିବା  ଦରକାର,  କିନ୍ତୁ  କଠିନ  ଶାରୀରିକ  ଶ୍ରମ  କରିବେ  ନାହିଁ   । ବିଶେଷ  କରି ଶେଷ  ମାସ  ବେଳକୁ  ଏଥିପାଇଁ  ଧ୍ୟାନ  ଦେବା  ଦରକାର   ।

ପିଲାମାନଙ୍କ  ପୌଷ୍ଟିକ  ଆହାର  ଓ  ପରିଚର୍ଯ୍ୟା

  • ନବଜାତ  ସନ୍ତାନ   ପାଇଁ  ମା’କ୍ଷୀର  ସର୍ବୋତ୍ତମ   ।
  • ଶୈଶବର  ପ୍ରାରମ୍ଭରୁ  ପୁଷ୍ଟିହୀନତାର  ନିରାକରଣ  ପାଇଁ  ମା’କ୍ଷୀର  ଅତିକମ୍ ରେ  ପ୍ରଥମ  ଛଅମାସ  ପର୍ଯ୍ୟନ୍ତ  ଅତ୍ୟନ୍ତ  ଉପଯୋଗୀ  ବୋଲି  ବିଚାର  କରାଯାଏ   ।
  • ଶିଶୁ  ଓ  ଛୋଟ  ପିଲାମାନେ  ସ୍ତନ୍ୟପାନ  କରିବା  ଦ୍ଵାରାହିଁ   ବହୁ  ମାରାତ୍ମକ  ରୋଗରୁ  ରକ୍ଷା  ପାଇଥାନ୍ତି  ଏବଂ  ଶୈଶବରେ  ଅପପୁଷ୍ଟି  ଓ  ରୋଗ  ସଂକ୍ରମଣର  ଆଶଙ୍କା  କମିଯାଇଥାଏ   ।
  • ସନ୍ତାନ  ପାଇଁ  ଜୀବନର  ପ୍ରାରମ୍ଭିକ  ବର୍ଷଗୁଡିକ  ଅତ୍ୟନ୍ତ  ଗୁରୁତ୍ଵପୂର୍ଣ୍ଣ,  କାରଣ  ଏହି  ସମୟରେ  ଶିଶୁର  ଶାରୀରିକ  ଓ  ମାନସିକ  ବିକାଶ  ଦ୍ରୁତ  ଗତିରେ   ହେଉଥାଏ   । ରୋଗାକ୍ରାନ୍ତ  ହୋଇ  ଅସୁସ୍ଥ  ପଡିବାର  ଆଶଙ୍କା  ମଧ୍ୟ  ରହିଥାଏ   ।
  • ଶିଶୁଟି  ପ୍ରଥମ  ଦୁଇବର୍ଷ  ଭିତରେ   ପୁଷ୍ଟିହୀନତାର  ଶିକାର  ହୋଇଗଲେ  ତା’ର  ଶାରୀରିକ ଓ  ମାନସିକ  ଅଭିବୃଦ୍ଧି  ଠିକ  ଭାବେ  ହୋଇପାରେ  ନାହିଁ   । ଫଳତଃ  ସାରା  ଜୀବନ  ଏହି  ଅଭାବର  ଭରଣା  କରାଯାଇପାରେ  ନାହିଁ  ।
  • ପିଲାମାନଙ୍କର  ଶାରୀରିକ  ଓ ମାନସିକ  ଅଭିବୃଦ୍ଧି  ସହିତ  ସୁସ୍ଥ  ଜୀବନ  ପାଇଁ  ସେମାନେ  ମାଛ,  ମାଂସ,  ଅଣ୍ଡା,  ଡାଲିଜାତୀୟ  ଖାଦ୍ୟ,  ଶସ୍ୟ,  ଫଳ,  ପନିପରିବା  ଓ  ମା’ କ୍ଷୀର  ଭଳି  ପୁଷ୍ଟିକର  ଆହାର  ଆବଶ୍ୟକ  କରନ୍ତି   ।
  • ରୋଗର  ପ୍ରତିରୋଧ  ଓ  ଦୃଷ୍ଟି  ଶକ୍ତିର  ବିକାଶ  ପାଇଁ  ପିଲାମାନେ  ଭିଟାମିନ – ‘କ’ ଯୁକ୍ତ  ଖାଦ୍ୟ  ଯଥା : - ଫଳ, ପରିବାପତ୍ର  ତୈଳ  ଜାତୀୟ  ଖାଦ୍ୟ,  ଅଣ୍ଡା,  ଦୁଧ  ଓ  ଦୁଗ୍ଧ  ଜାତ  ଖାଦ୍ୟ  ଓ  ମା’ କ୍ଷୀର  ଆଦି  ଖାଦ୍ୟ  ଦରକାର  କରନ୍ତି   ।
  • ଶରୀରକୁ  ସୁସ୍ଥ ସବଳ  ରଖିବା  ସହିତ  ମାନସିକ  ଶକ୍ତିର   ଉନ୍ନତି  ପାଇଁ  ପିଲାମାନେ  ଲୌହ  ତତ୍ତ୍ଵଯୁକ୍ତ  ଖାଦ୍ୟ  ଆବଶ୍ୟକ  କରିଥାନ୍ତି  । ଏଥିପାଇଁ  କଲିଜା,  ନରମ ମାଂସ, ମାଛ, ଅଣ୍ଡା  ଆଦି  ଉପଯୁକ୍ତ  ଖାଦ୍ୟ  ଅଟେ   ।
  • ଶାରୀରିକ  ଭାବେ  ବିକଳାଙ୍ଗ  ନହେବା  ଓ  ସୁସଂହତ  ଅଭିବୃଦ୍ଧି  ନିମନ୍ତେ  ଆୟୋଡିନଯୁକ୍ତ  ଲବଣର  ବ୍ୟବହାର  ଏକାନ୍ତ  ଜରୁରୀ   ।
  • ରୋଗ  ଓ ଅସୁସ୍ଥତାକୁ  ପ୍ରତିହତ  କରିବା  ନିମନ୍ତେ  ପିଲାମାନଙ୍କର  ଟୀକାକରଣ  କରାଇ  ପ୍ରତିଷେଧ  ବ୍ୟବସ୍ଥା  ଅବଲମ୍ବନ  କରାଗଲେ  ସେମାନଙ୍କର   ସ୍ୱାସ୍ଥ୍ୟ  ଠିକ  ରହିବା  ସହିତ  ଅପପୁଷ୍ଟିଜନିତ  ସମସ୍ୟାକୁ   ମଧ୍ୟ  ହ୍ରାସ  କରାଯାଇପାରିବ   ।

ସ୍ୱାସ୍ଥ୍ୟ ଓ  ପୌଷ୍ଟିକତା  ପାଇଁ  ସରକାରୀ  ସହାୟତା :

ସମନ୍ଵିତ  ଶିଶୁ  ବିକାଶ  ଯୋଜନା  (ICDS)

ଶିଶୁମାନଙ୍କର   ସ୍ୱାସ୍ଥ୍ୟ  ଓ  ପରିପୁଷ୍ଟିକୁ  ଅଧିକ  ଉନ୍ନତ  କରିବା  ଉଦ୍ଦେଶ୍ୟରେ  ବିଶେଷକରି  ବି:ପି:ଏଲ୍  ଅନ୍ତର୍ଭୁକ୍ତ  ଗରିବ  ଲୋକଙ୍କ   ପାଇଁ  ଭାରତ  ସରକାର  ସମନ୍ଵିତ  ଶିଶୁ  ବିକାଶ  ଯୋଜନା  କାର୍ଯ୍ୟକାରୀ  କରୁଛନ୍ତି  । ଏହା  ୧୯୭୫  ମସିହାରୁ  ଆରମ୍ଭ  ହୋଇଛି   । ମା’ ଓ  ଶିଶୁମାନଙ୍କ  ସ୍ୱାସ୍ଥ୍ୟ  ଓ  ପରିପୁଷ୍ଟି  ସଂବନ୍ଧୀୟ  ଶିକ୍ଷା, ସ୍ୱାସ୍ଥ୍ୟସେବା  ପ୍ରଦାନ,  ପରିପୂରକ  ଆହାର ଓ  ପ୍ରାକ୍ – ବିଦ୍ୟାଳୟ  ଶିକ୍ଷା  ଆଦି  କାର୍ଯ୍ୟକ୍ରମ  ଜରିଆରେ  ମା’ ଓ  ପିଲାମାନଙ୍କ  ସ୍ୱାସ୍ଥ୍ୟ  ଓ  ପରିପୁଷ୍ଟ  ପାଇଁ  ଏହି  ଯୋଜନା  ଖୁବ  ଫଳପ୍ରଦ   ବୋଲି  ପ୍ରତୀତ  ହୁଏ  । ଏହି   କାର୍ଯ୍ୟକ୍ରମ  ଅଙ୍ଗନବାଡି  କେନ୍ଦ୍ର  ମାଧ୍ୟମରେ  କାର୍ଯ୍ୟକାରୀ  କରାଯାଉଛି   । ଏହାଦ୍ଵାରା ୬ମାସର  ଶିଶୁଠାରୁ  ୬ବର୍ଷର  ପିଲା  ପର୍ଯ୍ୟନ୍ତ  ଏବଂ  ଗର୍ଭବତୀ  ମହିଳା,  ସ୍ତନ୍ୟପାନ  କରାଉଥିବା  ମା’ ତଥା  ମନୋନୀତ  କିଶୋରୀମାନେ  ଉପକୃତ  ହେଉଛନ୍ତି   ।

ଅଙ୍ଗନବାଡି  କେନ୍ଦ୍ର   ଜରିଆରେ   ଉପଲବ୍ଧ  ସେବା  ମଧ୍ୟରେ  ରହିଛି,

  • ୬ମାସରୁ   ୬ବର୍ଷ  ପିଲାଙ୍କ  ପାଇଁ  ପରିପୂରକ  ଆହାର  ଓ  ଗର୍ଭବତୀ  ତଥା  ସ୍ତନ୍ୟପାନ  କରାଉଥିବା  ମହିଳାମାନଙ୍କ  ପୁଷ୍ଟି  ସାଧନର  ବ୍ୟବସ୍ଥା   ।
  • ପିଲା ଓ  ମହିଳାମାନଙ୍କ  ଟୀକାକରଣ   ।
  • ମହିଳା ଓ  ଶିଶୁମାନଙ୍କର  ସ୍ୱାସ୍ଥ୍ୟ  ପରୀକ୍ଷା  ।
  • ମହିଳା/ଶିଶୁମାନଙ୍କ  ଉନ୍ନତ  ସ୍ୱାସ୍ଥ୍ୟସେବା  ସକାଶେ  ବିଶେଷ  ପରାମର୍ଶର  ବ୍ୟବସ୍ଥା   ।
  • ପୁଷ୍ଟି  ଓ  ସ୍ୱାସ୍ଥ୍ୟ  ଶିକ୍ଷା  ଜରିଆରେ  ମା’ ଓ  କିଶୋରୀମାନଙ୍କୁ  ସଚେତନ  କରାଇବା   ।
  • ଅଣଆନୁଷ୍ଠାନିକ  ପ୍ରାକ୍  ବିଦ୍ୟାଳୟ  ଶିକ୍ଷା  (୩ବର୍ଷରୁ  ୬ ବର୍ଷ  ପିଲାମାନଙ୍କ ପାଇଁ) ପ୍ରଦାନ  ।
  • ଲୌହ  ଓ  ଫିଲିକ   ଏସିଡ  ତଥା  କୃମି  ନିବାରଣ  ପାଇଁ  କିଶୋରୀମାନଙ୍କୁ  ବଟିକା  ପ୍ରଦାନ   ।

ସାଧାରଣ  ଯୋଗାଣ  ବ୍ୟବସ୍ଥା  (PDS)

ଦାରିଦ୍ର୍ୟ  ସୀମାରେଖା  ତଳେ  ରହୁଥିବା  ଲୋକଙ୍କ  ଖାଦ୍ୟ  ନିରାପତ୍ତାକୁ  ସୁନିଶ୍ଚିତ  କରିବା  ପାଇଁ  ଭାରତ  ସରକାର  ସବସିଡି  ସହ  ରିହାତି   ମୂଲ୍ୟରେ  ଖାଦ୍ୟସାର  ଯୋଗାଇ  ଦେଉଛନ୍ତି   । କଣ୍ଟ୍ରୋଲ  ଦୋକାନ  ଜରିଆରେ   ସାଧାରଣ  ଯୋଗାଣ  ବ୍ୟବସ୍ଥାରେ  ଏହା  ଦିଆଯାଉଛି  ଦାରିଦ୍ର୍ୟ  ସୀମାରେଖାଅଲେ  ଥିବା  ସମସ୍ତ   ଭାରତୀୟ  ନାଗରିକ  ଏହି  ଦୋକାନ  ମାଧ୍ୟମରେ  ରାସନ  ପାଇପାରୁଛନ୍ତି   ।

ମଧ୍ୟାହ୍ନ  ଭୋଜନ  କାର୍ଯ୍ୟକ୍ରମ :

ମଧ୍ୟାହ୍ନ  ଭୋଜନ  କାର୍ଯ୍ୟକ୍ରମ  ୧୯୯୫  ମସିହାରୁ  କାର୍ଯ୍ୟକାରୀ  ହେଉଅଛି,  ପ୍ରାଥମିକ  ବିଦ୍ୟାଳୟ  ସ୍ତରରେ  ପଢୁଥିବା  ପ୍ରଥମରୁ  ପଞ୍ଚମ  ଶ୍ରେଣୀ  ପର୍ଯ୍ୟନ୍ତ  ସମସ୍ତ  ପିଲାଙ୍କ  ପାଇଁ  ୨୧୦ ଦିନ  କାର୍ଯ୍ୟକାରୀ  ଦିବସରେ  ମଧ୍ୟାହ୍ନ  ଭୋଜନ  ବ୍ୟବସ୍ଥା  ଏହି  କାର୍ଯ୍ୟକ୍ରମର  ଉଦ୍ଦେଶ୍ୟ   । ପିଲାମାନଙ୍କ  ପରିପୁଷ୍ଟି  ସହିତ  ବିଦ୍ୟାଳୟରେ  ଶିକ୍ଷାଦାନ  ସକାଶେ  ପିଲାଙ୍କୁ  ଉତ୍ସାହିତ  କରିବା  ତଥା  ଡ୍ରପଆଉଟ  ହ୍ରାସ  କରିବା  ପାଇଁ  ଏହି  କାର୍ଯ୍ୟକ୍ରମ  ଉଦ୍ଦିଷ୍ଟ   ।

ଅତିରିକ୍ତ  ପୁଷ୍ଟିକର  କାର୍ଯ୍ୟକ୍ରମ :

ନବଜାତକ  ଠାରୁ  ଆରମ୍ଭ  କରି  ୩ବର୍ଷରୁ ୬ବର୍ଷର  ପିଲା  ଏବଂ  ଗର୍ଭବତୀ  ମହିଳା  ଓ  ଶିଶୁଙ୍କୁ  ସ୍ତନ୍ୟପାନ  କରାଉଥିବା  ମା’ମାନଙ୍କୁ  ପରିପୂରକ  ପୁଷ୍ଟିକର  ଆହାର  ଯୋଗାଇଦେବା  ଏହି  କାର୍ଯ୍ୟକ୍ରମର  ମୂଳ  ଲକ୍ଷ୍ୟ  । ଏହି  କାର୍ଯ୍ୟକ୍ରମ  ମଧ୍ୟ  ଅଙ୍ଗନବାଡି  କେନ୍ଦ୍ର  ଜରିଆରେ  ସଂପାଦନ  କରାଯାଉଅଛି  । ରାଜ୍ୟସରକାର,  କେୟାର  ସଂଗଠନ ଓ  ବିଶ୍ଵ  ଖାଦ୍ୟ  କାର୍ଯ୍ୟକ୍ରମ  ଏଥିପାଇଁ  ସହାୟତା  ଦେଇଥାନ୍ତି  ।

ଜରୁରୀକାଳୀନ  ଖାଦ୍ୟ  କାର୍ଯ୍ୟକ୍ରମ :

ଏହି  କାର୍ଯ୍ୟକ୍ରମ  ମାଧ୍ୟମରେ   ରାଜ୍ୟର  ଆଠଗୋଟି  କେବିକେ  ଜିଲ୍ଲାର  ବୃଦ୍ଧ/ବୃଦ୍ଧା, ଅକ୍ଷମ   ଏବଂ  ଆଦିମ  ଅଧିବାସୀମାନଙ୍କୁ  ରନ୍ଧା  ଖାଦ୍ୟ  ଯୋଗାଇ  ଦିଆଯାଉଛି   । ଅଙ୍ଗନବାଡି  କେନ୍ଦ୍ର  ଜରିଆରେ  ଏହା  କାର୍ଯ୍ୟକାରୀ  କରାଯାଉଛି   ।

ପରିବାରରେ  ସ୍ୱାସ୍ଥ୍ୟ ଓ ପରିପୁଷ୍ଟି  ପାଇଁ  ଆମର  ଭୂମିକା :

  • ଆହାର / ଖାଦ୍ୟ   ବିତରଣରେ  ପୁଅ, ଝିଅ  ମଧ୍ୟରେ  ପାତର  ଅନ୍ତର   ନରଖିବା  ।
  • ଶସ୍ୟ  ଓ  ଡାଲି  ଜାତୀୟ  ଖାଦ୍ୟର  ମିଶ୍ରଣରେ  ଖାଦ୍ୟ  ପ୍ରସ୍ତୁତ  କରିବା  ଉଚିତ  ଯେପରିକି   ଖେଚଡି, ଇଡଲି ଓ  ଛତୁଆ  ଆଦି   ।
  • ବିଭିନ୍ନ  ପ୍ରକାର  ଡାଲିର  ମିଶ୍ରଣରେ  ଖାଦ୍ୟ ପ୍ରସ୍ତୁତି  ପାଇଁ  ଦୃଷ୍ଟିଦେବା ଯଥା : - ମିଶା ମିଶି  ଡାଲି  ରନ୍ଧନ  କରିବା   ।
  • ଶସ୍ୟ  ଓ  ପନିପରିବାର  ମିଶ୍ରଣରେ  ଖାଦ୍ୟ  ପ୍ରସ୍ତୁତି,  ଯେପରି  ମେଥି  ଚପାତି  ବା  ପାଳଙ୍ଗ  ଚପାତି   ।
  • ଗଜାବୁଟ  ଓ  ଗଜାମୁଗ  ଭଳି  ଅଙ୍କୁରିତ  ଡାଲି  ଜାତୀୟ  ଖାଦ୍ୟ  ଆହାର  ଭାବେ  ଗ୍ରହଣ  କରିବା   ।
  • ଋତୁ  ଅନୁଯାୟୀ  ମିଳୁଥିବା  ଫଳ  ଫଳ  ଓ  ପନିପରିବା  ସେବନ  କରିବା   ।
  • ପାରିବା  ରାନ୍ଧିଲାବେଳେ  ଘୋଡଣି  ବ୍ୟବହାର  କରିବା  ।
  • ବାସୀ  ପରିବାକୁ  ଖାଦ୍ୟରେ  ଗ୍ରହଣ  କରିବା  ଉଚିତ  ନୁହେଁ   ।ଯଦି  ଏପରି  ଆବଶ୍ୟକତା  ପଡେ  ତେବେ  ପାରିବା/ଫଳରୁ   ପତଳା  ଚୋପା  ଛଡାଇ  ଦେବା  ଦରକାର   ।
  • ପାରିବା  ପତ୍ରକୁ  କାଟିବା  ପୂର୍ବରୁ  ଭଲଭାବରେ  ଧୋଇବା  ଦରକାର   ।
  • ଖାଦ୍ୟଶସ୍ୟ ଓ  ଡାଲିକୁ  ଧୋଇଲାବେଳେ  ଜୋରରେ  ଘଷିବା  ଉଚିତ  ନୁହେଁ   । ଏହାଦ୍ଵାରା  ଗୁରୁତ୍ଵପୂର୍ଣ୍ଣ   ଧାତବଲବଣ  ଓ  ଭିଟାମିନ  ନଷ୍ଟ  ହୋଇଯାଇପାରେ   ।

ଆମ  ଖାଦ୍ୟର  ଉପାଦାନ  କିପରି  ହେବା  ଉଚିତ ;

  • ଖାଦ୍ୟପ୍ରାଣ  ଅକ୍ଷୁର୍ଣ୍ଣ  ଥିବା  ଅଟା  ଓ  ମଇଦାକୁ  ଖାଦ୍ୟ  ରୂପେ  କରିବା  ଦରକାର   ।
  • ଅଧିକ  ମାତ୍ରାରେ  ବିନ୍ସ, ମଟର  ଓ ମଞ୍ଜି  ଜାତୀୟ  ଖାଦ୍ୟ  ଗ୍ରହଣ  କରିବା  ଦରକାର   ।
  • ମାଂସ,  ମାଛ, ଅଣ୍ଡା  ଓ  ଦୁଧ  ।
  • ଅଧିକ  ପରିମାଣର  ପରିବାପତ୍ର  ଓ  ଫଳ  ଗ୍ରହଣ   ।
  • ଅଳ୍ପ  ତେଲର  ବ୍ୟବହାର କରିବା  । କାରଣ,  ଅଧିକ ଚର୍ବି  ଓ  ତେଲ  ମେଦ  ବାହୁଲତା  ସୃଷ୍ଟିକରିପାରେ   ।ପୁଣି  ପ୍ରାଣିଜ  ଚର୍ବି  ହୃଦୟ  ରୋଗକୁ  ଡାକି  ଆଣିପାରେ  ।
  • ଅଧିକ  ତରଳ  ପାନୀୟର  ବ୍ୟବହାର  ଯଥା : - ପାଣି, ଜୁସ୍ ଓ  ଦୁଧ  ଆଦି  ପିଇବା  ଦରକାର   ।
  • କମଳା, ଗାଜର, କନ୍ଦମୂଳ, ଆମ୍ବ,  ଅମୃତଭଣ୍ଡା  ଆଦି  ଭିଟାମିନ  ‘କ’ ଯୁକ୍ତ  ଖାଦ୍ୟ  ବ୍ୟବହାର  କରିବା  ସହିତ  ସବୁଜ  ପନିପରିବା,  କଲିଜା, ଅଣ୍ଡାର  କେଶର,  କ୍ରିମ  ଦୁଧ, ଛୋଟମାଛ, ଆଦି  ଆହାରରେ  ରହିବା  ଦରକାର   ।

ଗୋଷ୍ଠୀଗତ  ସ୍ୱାସ୍ଥ୍ୟ  ଓ  ପୁଷ୍ଟିପାଇଁ  ଆମର  ଭୂମିକା :

  • ଗୋଷ୍ଠୀଗତ  ଭାବେ  ପନିପରିବା  ଚାଷ  ପାଇଁ  ପତିତ  ଜମିକୁ  ଆବାଦ  କରି  ଗ୍ରାମପଞ୍ଚାୟତ  ସ୍ତରରେ  ସମବାୟ  ଭିତ୍ତିକ  ଚାଷ  କରିବା   ।
  • ସମନ୍ଵିତ  ଶିଶୁ  ବିକାଶ  ଯୋଜନା  ମାଧ୍ୟମରେ  ଉପଲବ୍ଧ  ହେଉଥିବା  ପରିପୂରକ  ଆହାରର  ସୁଯୋଗ  ନେବା  ପାଇଁ  ଗର୍ଭବତୀ  ମହିଳା  ସ୍ତନ୍ୟପାନ କରାଉଥିବା  ମା’  ଓ  ପିଲାମାନଙ୍କୁ  ଉତ୍ସାହିତ   କରିବା   ।

ଅପପୁଷ୍ଟି  ଚକ୍ରରୁ  ବର୍ତ୍ତିବାର  ଉପାୟ :

  1. ଶୈଶବ  ଓ  ୦-୨୪  ମାସର  ଶିଶୁମାନଙ୍କ  କ୍ଷେତ୍ରରେ
  • ଶିଶୁତି  ଜନ୍ମ  ହେବାର  ଘଣ୍ଟାକ  ମଧ୍ୟରେ  ସ୍ତନ୍ୟପାନ  ଆରମ୍ଭ  କରିବା   ।
  • ନବଜାତଠାରୁ  ୬ ମାସ  ପର୍ଯ୍ୟନ୍ତ  ଶିଶୁକୁ  କେବଳ ମା’କ୍ଷୀର  ଦେବା  ଜାରିରଖିବା   ।
  • ପ୍ରତିଷେଧାତ୍ମକ – ଟୀକାକରଣ   ।
  • ଅସୁସ୍ଥ ଶିଶୁକୁ  ଖୁଆଇବା  ସହିତ  ସୁସ୍ଥ  ହେବାର  ଦୁଇ  ସପ୍ତାହ  ପର୍ଯ୍ୟନ୍ତ  ଏହା  ଜାରି  ରଖିବା   ।
  • ଶିଶୁକୁ  ୬ମାସର  ପ୍ରାରମ୍ଭରୁ  ଭିଟାମିନ  ‘କ’  ଯୁକ୍ତ  ପରିପୂରକ  ଖାଦ୍ୟ  ଦେବା   ।
  • ଶିଶୁକୁ  ୬ ମାସ  ହେବା  ପରେ  ରକ୍ତହୀନତା  ନହେବା  ପାଇଁ  ଲୌହତତ୍ତ୍ଵଯୁକ୍ତ  ଖାଦ୍ୟ  ପରିପୂରକ  ଭାବେ  ଦେବା  ।
  • ଆୟୋଡିନ  ଅଭାବର  ନିୟନ୍ତ୍ରଣ  କରିବା  ।
  1. ବାଲ୍ୟାବସ୍ଥା  (୨ ରୁ ୯ବର୍ଷ  ପିଲାଙ୍କ  ପାଇଁ)
  • ନିକଟବର୍ତ୍ତୀ  ଅଞ୍ଚଳରେ  ଉପଲବ୍ଧ  ଋତୁକାଳୀନ  ପାରିବାରିକ  ଖାଦ୍ୟ  ଯଥେଷ୍ଟ  ପରିମାଣରେ  ଦେବା   ।
  • ଦୁଇବର୍ଷପରେ  ମଧ୍ୟ  ସ୍ତନ୍ୟପାନ  ଜାରି  ରଖିବା  ।
  • ପ୍ରତିଷେଧାତ୍ମକ – ଟୀକାକରଣ  ।
  • ଅସୁସ୍ଥ  ଶିଶୁକୁ  ଖୁଆଇବା  ସହିତ  ସୁସ୍ଥ  ହେବାର  ଦୁଇ  ସପ୍ତାହ  ପର୍ଯ୍ୟନ୍ତ  ଖୁଆଇବା  ଜାରି  ରଖିବା   ।
  • ଭିଟାମିନ  ‘କ’ ଯୁକ୍ତ  ଖାଦ୍ୟ  ଦେବା   ।
  • ରକ୍ତହୀନତା  ନହେବା  ପାଇଁ  ଲୌହ  ତତ୍ତ୍ଵଯୁକ୍ତ  ଖାଦ୍ୟ  ଦେବା   ।
  • ଆୟୋଡିନର  ଅଭାବ  ନହେବା  ପାଇଁ  ଆୟୋଡିନ  ଲବଣର  ବ୍ୟବହାର   ।
  1. କୌଶର  ଅବସ୍ଥା  ପାଇଁ  (୧୦ରୁ ୧୯ ବର୍ଷ କ୍ଷେତ୍ରରେ)
  • ଶାରୀରିକ  ଅଭିବୃଦ୍ଧିକୁ  ତ୍ୱରାନ୍ୱିତ  କରିବା  ସଙ୍ଗେ  ସଙ୍ଗେ  ଗର୍ଭାବସ୍ଥା  ଓ  ସ୍ତନ୍ୟପାନ  ସମୟ  ପାଇଁ  ଶକ୍ତି  ସଞ୍ଚୟ  କରି  ରଖିବା  ନିମନ୍ତେ  ଖାଦ୍ୟର  ପରିମାଣକୁ  ବଢାଇବା  ଦରକାର   ।
  • ଶରୀରର  ସମ୍ପୂର୍ଣ୍ଣ  ଗଠନ  ଓ  ପୁଷ୍ଟି  ସଂରକ୍ଷଣକୁ  ଦୃଷ୍ଟିରେ  ରଖି  ଗର୍ଭଧାରଣକୁ  ବିଳମ୍ବିତ   କରିବା  ଦରକାର   ।
  • ପାଞ୍ଚଗୋଟି  ଟିଟାନସ୍  ଟୀକାକରଣ  ସମେତ  ସଂକ୍ରମଣର  ଚିକିତ୍ସା  ଓ  ରୋଗ  ପ୍ରତିଷେଧକ  ପାଇଁ  ଯୌନାଚାର  ବାହିତ  ରୋଗସଂକ୍ରମଣ ତଥା  ଏଚଆଇଭି/ ଏଡସ୍  ବିଷୟରେ  ଶିକ୍ଷା  ଲାଭ  କରିବା  ଜରୁରୀ   ।
  • ସବୁଜପତ୍ର/ପରିବା, ମାଂସ, କଲିଜା  ଆଦିକୁ  ଖାଦ୍ୟ  ରୂପେ  ଗ୍ରହଣ  କରି  ଲୌହ  ଓ  ଆୟୋଡିନର  ଅଭାବ  ପୂରଣ  କରିବା  ପାଇଁ  ଅମୃତଭଣ୍ଡା,  ଆମ୍ବ, ଗାଜର, ତରଭୁଜାଡି  ଭିଟାମିନ  ‘କ’ ଯୁକ୍ତ  ଖାଦ୍ୟ  ଆହାର  କରିବା  ।
  • ପୁଅ  ଭଳି  ଝିଅମାନଙ୍କୁ  ମଧ୍ୟ  ସମାନ  ଭାବେ  ଶିକ୍ଷା  ଲାଭ  କରିବାର  ସୁଯୋଗ  ଦେବା   ।
  1. ବୟସ୍କମାନଙ୍କ  କ୍ଷେତ୍ରରେ ;
  • ପର୍ଯ୍ୟାପ୍ତ  ପରିମାଣର  ଆହାର  ଗ୍ରହଣ   ।
  • କମ୍  ଓଜନ  ବିଶିଷ୍ଟ  ମହିଳାମାନେ  ଖାଦ୍ୟର  ପରିମାଣରେ  ବୃଦ୍ଧି  ଘଟାଇ  ଗର୍ଭଧାରଣ  ଓ  ସ୍ତନ୍ୟପାନ  ପାଇଁ  ସଞ୍ଚୟ  କରିବା  ଦରକାର   ।
  • ଖାଦ୍ୟ  ରୁଚିର  ପରିବର୍ତ୍ତନ  ପାଇଁ  ଋତୁ  ଅନୁସାରେ  ହେଉଥିବା  ପନିପରିବା  ଓ  ଫଳ  ତଥା  ପ୍ରାଣୀଜ  ଖାଦ୍ୟକୁ  ଆହାର  ଭାବେ  ଗ୍ରହଣ  କରିବା  ।
  • କାର୍ଯ୍ୟଭାର  କମାଇବା  ଜରିଆରେ  କ୍ୟାଲୋରୀ  କମାଇବାକୁ  ଚେଷ୍ଟିତ  ହେବା   ।
  • ଲୌହ, ଫୋଲିକଏସିଡ, ଭିଟାମିନ – ‘କ’ ଜିଙ୍କ  ଏବଂ  କ୍ୟାଲସିଅମ ଯୁକ୍ତ  ଅଣୁଜୀବସାର  ସଂପନ୍ନ  ଖାଦ୍ୟ  ଗ୍ରହଣ  କରିବା  ।
  • ଯେ  କୌଣସି  ସଂକ୍ରମଣ  ଠାରୁ  ଯଥା  ସମ୍ଭବ  ନିଜକୁ  ସୁରକ୍ଷିତ  ରଖିବା   ।
  • ରକ୍ତହୀନତାର  ନିୟନ୍ତ୍ରଣ   ।
  • ଆୟୋଡିନଯୁକ୍ତ  ଲବଣକୁ  ଖାଦ୍ୟରେ  ବ୍ୟବହାର   ।
  • ସ୍ୱାସ୍ଥ୍ୟର  ସୁରକ୍ଷା  ପାଇଁ  ଯତ୍ନବାନ   ହେବା  ସହିତ  ଉପଯୁକ୍ତ  ସ୍ୱାସ୍ଥ୍ୟସେବା  ଗ୍ରହଣ  କରିବା   ।
  • ଦୁଇଗୋଟି  ସନ୍ତାନର  ଜନ୍ମ  ମଧ୍ୟରେ  ୩ବର୍ଷ  ବା  ତଦୁର୍ଦ୍ଧ୍ଵ  ସମୟ  ବ୍ଯବଧାନ  ରଖିବା   ।
ପରବର୍ତ୍ତୀ  ଗର୍ଭଧାରଣ  ପାଇଁ  ଶକ୍ତି  ସଞ୍ଚୟ ଓ  ପରିପୁଷ୍ଟି  ସକାଶେ  ପୂର୍ବ  ସନ୍ତାନକୁ  ସ୍ତନ୍ୟପାନ  ବନ୍ଦ  କରିବାର  ଦୁଇବର୍ଷ  ପରେ  ଅନ୍ତତଃ  ୬ମାସ  ଅପେକ୍ଷା  କରିବା  ଦରକାର   ।

ପ୍ରଜନନ ଓ ଶିଶୁସ୍ୱାସ୍ଥ୍ୟ

ସମ୍ୟକ  ଅବଧାରଣା

ପ୍ରଜନନ  ଅର୍ଥାତ୍  ଅପତ୍ୟ  ବା  ସନ୍ତାନକୁ  ଜନ୍ମଦେବା   । ସନ୍ତାନ  ଲାଭର  ଆଶା  ରଖୁଥିବା ପ୍ରତ୍ୟକ  ଦମ୍ପତିଙ୍କ  ପ୍ରଜନନ  କ୍ଷମତାକୁ  ସୁରକ୍ଷିତ   ରଖିବା  ସଙ୍ଗେ  ସଙ୍ଗେ   ଗର୍ଭବତୀ  ମହିଳା  ଓ  ନବଜାତ  ଶିଶୁମାନଙ୍କୁ   ଉପଯୁକ୍ତ  ସେବାଯତ୍ନ   ଯୋଗାଇ  ଦେବା  ସହିତ  ମା’ ଓ  ଶିଶୁକୁ  ସୁସ୍ଥ  ଜୀବନ  ପ୍ରଦାନ  କରିବା  ହେଉଛି  ପ୍ରଜନନ  ଓ  ଶିଶୁସ୍ୱାସ୍ଥ୍ୟ  କାର୍ଯ୍ୟକ୍ରମର  ଲକ୍ଷ୍ୟ   । ମାନବ  ସମାଜର  ବିକାଶ  କ୍ଷେତ୍ରରେ  ପ୍ରଜନନ  ସ୍ୱାସ୍ଥ୍ୟର  ମହତ୍ଵପୂର୍ଣ୍ଣ  ଭୂମିକା  ରହିଛି   ।କିନ୍ତୁ  ଆମ  ଦେଶରେ  ପ୍ରଜନନ  କ୍ଷମ  ସମୟ  ଅର୍ଥାତ୍  ୧୫ରୁ ୪୪ ବର୍ଷ  ମଧ୍ୟରେ  ମହିଳାମାନଙ୍କ  ସ୍ୱାସ୍ଥ୍ୟ  ସମସ୍ୟା  ଖୁବ୍  ଉଦବେଗଜନକ  ଥାଏ   ।ଏପରିକି  ଯକ୍ଷ୍ମା, ଛାତି  ରୋଗ,  ମଟର  ଦୁର୍ଘଟଣା,  ହିଂସା ଓ  ନରହତ୍ୟା  ଭଳି  ଘଟଣାଠାରୁ  ମଧ୍ୟ  ଏହା  ଅଧିକ  ଗମ୍ଭୀର   ।ଏଭଳି  ସମସ୍ୟା  ସମ୍ପର୍କରେ   ସଚେତନତାର  ଆବଶ୍ୟକତା  ରହିଛି   ।

ପ୍ରଜନନ ଓ  ଶିଶୁସ୍ୱାସ୍ଥ୍ୟର  ଉପାଦାନ :

  • ପ୍ରସାବ  ପୂର୍ବର  ଯତ୍ନ  (ଗର୍ଭାବସ୍ଥାରେ  ଯତ୍ନ)
  • ପ୍ରସାବକାଳୀନ  ଓ  ପ୍ରସବ  ପରବର୍ତ୍ତୀ  ଯତ୍ନ
  • ଗର୍ଭପାତ  ପରବର୍ତ୍ତୀ  ଯତ୍ନ
  • ସ୍ତନ୍ୟପାନ  ସମ୍ପର୍କରେ
  • ଶିଶୁମାନଙ୍କର  ଟୀକାକରଣ
  • ତରଳଝାଡାର  ନିରାକରଣ
  • ପରିବାର  ନିୟୋଜନ
  • ପ୍ରଜନନ  ଅକ୍ଷମତାର  ଚିକିତ୍ସା
  • ପ୍ରଜନନ  ନଳୀରେ  ସଂକ୍ରମଣ
  • ଏଡସ୍  ପ୍ରତିଷେଧକ

ଜୀବନଜୀବିକା  ଉପରେ  ପ୍ରଜନନ  ଓ  ଶିଶୁସ୍ୱାସ୍ଥ୍ୟର  ପ୍ରଭାବ :

  • ଦୁର୍ବଳ  ସ୍ୱାସ୍ଥ୍ୟ  ସଂପନ୍ନ  ମହିଳାମାନଙ୍କର  କାମ  କରିବାର  ଶକ୍ତି  କମ୍  ହୋଇଥିବା  ହେତୁ  ଉପାର୍ଜନ  ମଧ୍ୟ  କମିଥାଏ   । ଏଣୁ  ପରିବାରର  ଆର୍ଥିକ  ସ୍ଥିତି  ଉପରେ  ଏହାର  ପ୍ରଭାବ  ପଡେ   ।
  • ପିଲାମାନଙ୍କୁ  ସମ୍ଭାଳିବା  ସହିତ  ଜୀବିକା  ନିର୍ବାହ  ପାଇଁ  ମହିଳାମାନଙ୍କୁ  ମଧ୍ୟ  ଉପାର୍ଜନ  କରିବାକୁ  ପଡୁଥିବା  ହେତୁ  ଆମ  ସମାଜରେ  ମହିଳାମାନଙ୍କର  ବହୁମୂଖୀ  ଦାୟିତ୍ଵ  ରହିଛି  ।
  • ଦୁର୍ବଳ  ସ୍ୱାସ୍ଥ୍ୟସଂପନ୍ନ  ମହିଳାମାନେ  ମଧ୍ୟ  କମ୍ ଓଜନର  ଶିଶୁ  ଜନ୍ମ  ଦେବାର  ସମ୍ଭାବନା  ରହିଛି   । ପୁଣି  ସେମାନେ  ନବଜା  ଶିଶୁକୁ  ପର୍ଯ୍ୟାପ୍ତ  ଖାଦ୍ୟ ଓ  ଯତ୍ନ  ଦେଇପାରି  ନଥାନ୍ତି  ।
  • ଅବାଞ୍ଛିତ  ଗର୍ଭଧାରଣ  ଏବଂ  ଅସୁରକ୍ଷିତ  ଗର୍ଭପାତ  ମଧ୍ୟ  ମହିଳାମାନଙ୍କ  ସ୍ୱାସ୍ଥ୍ୟ  ଓ  କାର୍ଯ୍ୟ  କରିବାର  ଶକ୍ତି  ଉପରେ  ନକରାତ୍ମକ  ପ୍ରଭାବ  ପକାଏ   ।

ମାତୃସ୍ୱାସ୍ଥ୍ୟ  ସମ୍ପର୍କୀୟ  ଉଦବେଗ  ଓ  ଆଶଙ୍କା :

ମହିଳାମାନେ  ଗର୍ଭଧାରଣ  କରିବା  ଏବଂ  ସନ୍ତାନ  ଜନ୍ମ  ଦେବା  ସହିତ  ଅସୁରକ୍ଷିତ  ଗର୍ଭପାତ  ଆଦି  ସମସ୍ୟା  ଦେଇ  ଗତି  କରିଥାନ୍ତି   । ଏପରିକି  ସାମାଜିକ  କ୍ଷେତ୍ରରେ  ପ୍ରଜନନ  କ୍ଷମତା  ଓ  ଜନନାଙ୍ଗ  ସଂକ୍ରମଣ  ସମ୍ପର୍କୀୟ  ବ୍ୟାପାରରେ  ବହୁ  ସମସ୍ୟା  ଓ  ସମାଲୋଚନାର  ଶରବ୍ୟ  ହୁଅନ୍ତି   ।ଏଚ.ଆଇ.ଭି./ ଏଡସ୍ ସମେତ  ପ୍ରଜନନ  ନଳୀର   ସଂକ୍ରମଣ  ଓ  ଯୌନ  ବାହିତ  ରୋଗ  ଗୁଡିକର  କାରଣ  ମଧ୍ୟରେ  ରହିଛି   :

  • କମ୍  ବୟସରେ  ବିବାହ । (ଝିଅର  ବିଧିସମ୍ମତ  ବିବାହ  ବୟସ ୧୮ବର୍ଷ ପରେ)
  • କମ୍  ବ୍ୟବଧାନରେ  ସନ୍ତାନ  ଜନ୍ମଦେବା   ।
  • ମହିଳାମାନଙ୍କ  ସାକ୍ଷରତା  ହାର  କମ୍  ହେବା   ।
  • ମହିଳାମାନଙ୍କୁ  ନ୍ୟୂନ  ମାନ୍ୟତା  ଦିଆଯିବା   ।
  • ସ୍ୱାସ୍ଥ୍ୟର  ଯତ୍ନ  ପାଇଁ  ଉଦ୍ଦିଷ୍ଟ  ସଂସ୍ଥା  ସହିତ  ଯୋଗାଯୋଗର  ଅଭାବ  ଏବଂ  ସୁରକ୍ଷିତ  ପ୍ରସବ  ଓ  ଯତ୍ନ  ପାଇଁ  ଉପଯୁକ୍ତ  ସଂସ୍ଥାର  ଅଭାବ  ।
  • ସାମାଜିକ  ପ୍ରତିବନ୍ଧକ  ଏବଂ  ସଚେତନତାର  ଅଭାବ  ଯୋଗୁଁ  ବିଳମ୍ବରେ  ଚିକିତ୍ସିତ  ହେବା  ବା  ଆଦୌ  ଚିକିତ୍ସା  ପାଇବା  ।
  • ପରିବହନ  ଓ  ଯୋଗାଯୋଗ  ବ୍ୟବସ୍ଥାର  ଅଭାବରୁ  ଉପଯୁକ୍ତ  ସମୟରେ  ସ୍ୱାସ୍ଥ୍ୟ  ସେବା  ପ୍ରଦାନକାରୀ  କେନ୍ଦ୍ରରେ  ପହଞ୍ଚିନପାରିବା   ।

ଯେଉଁ  ସଂକଟଜନକ  ସମସ୍ୟାର  ସମାଧାନ  ପାଇଁ  ତୁରନ୍ତ  ପଦକ୍ଷେପ  ନେବା  ଜରୁରୀ,  ସେଗୁଡିକ  ମଧ୍ୟରେ  ରହିଛି :

  • କମ୍  ବୟସର  ବିବାହ  ଏବଂ  ୨୦ ବର୍ଷ  ବୟସ  ହେବା  ପୂର୍ବରୁ  ଗର୍ଭଧାରଣ  ।
  • ତିନିବର୍ଷରୁ  କମ୍  ବ୍ୟବଧାନରେ  ସନ୍ତାନ  ଜନ୍ମଦେବା   ।
  • ଚାରି ବା  ତଦୁର୍ଦ୍ଧ୍ଵଥର  ଗର୍ଭଧାରଣ  କରିବା   ।

ଭାରତବର୍ଷରେ  ପ୍ରସବକାଳୀନ  ମହିଳା  ମୃତ୍ୟୁହାର  ଓ  ପ୍ରସବ  ପରର  ସ୍ୱାସ୍ଥ୍ୟ  ସମସ୍ୟା  ଉଦବେଗଜନକ  ଭାବେ  ଅଧିକ   । ଆମେରିକାରେ  ପ୍ରସବକାଳୀନ  ମୃତ୍ୟୁହାର  ଏକ  ଲକ୍ଷ୍ୟରେ  ୫୭  ଥିବାବେଳେ  ଆମ  ଦେଶରେ  ଏହା  ୪୫୩ ଅଟେ   । ଅବଶ୍ୟ  କେରଳ  ଭଳି  ରାଜ୍ୟରେ  ଏହି  ହାର  ମାତ୍ର ୮୭; କିନ୍ତୁ  ମଧ୍ୟପ୍ରଦେଶ  ଏବଂ  ଓଡିଶାର  ଦୁର୍ବଳ  ଓ  ଅନଗ୍ରସର   ବର୍ଗଙ୍କ  ମଧ୍ୟରେ  ଏହା  ୭୦୦ରୁ  ଅଧିକ   । ବୋଧହୁଏ  ସାମାଜିକ  ଓ  ଅର୍ଥନୈତିକ  କ୍ଷେତ୍ରରେ   ମହିଳାମାନଙ୍କ  ମାନ  ଏବଂ  ସ୍ୱାସ୍ଥ୍ୟସେବା  ପ୍ରଦାନକାରୀ  ସଂସ୍ଥା  ସହିତ  ଯୋଗାଯୋଗର  ଅଭାବ  ଯୋଗୁଁ  ଏପରି  ତାରତମ୍ୟ  ରହୁଛି   । ଯା’ ହେଉ  ପ୍ରସବକାଳୀନ  ମୃତ୍ୟୁର  କାରଣଗୁଡିକୁ  ତିନିଗୋଟି  ଶ୍ରେଣୀରେ  (ସାମାଜିକ, ଚିକତ୍ସା ଓ  ସ୍ୱାସ୍ଥ୍ୟସେବା  ବ୍ୟବସ୍ଥା) ବିଭକ୍ତ  କରାଯାଇପାରେ   :

ସାମାଜିକ  କାରଣ

ଗର୍ଭଧାରଣ  ଜନିତ  ଜଟିଳତା

ସ୍ୱାସ୍ଥ୍ୟସେବାର  ଅସୁବିଧା

କମ  ବୟସରେ  ବିବାହ ଓ  ଗର୍ଭଧାରଣ

ପ୍ରସବକାଳୀନ  ବାଧା

ଅତ୍ୟାବଶ୍ୟକ  ସାମଗ୍ରୀ ଓ  ତାଲିମପ୍ରାପ୍ତ  ସ୍ୱାସ୍ଥ୍ୟକର୍ମୀଙ୍କ  ଅଭାବ

ବାରମ୍ବାର  ସନ୍ତାନ  ଜନ୍ମ  କରିବା   ।

ପ୍ରସବ  ସମୟରେ / ପ୍ରସବପରେ  ରକ୍ତସ୍ରାବ

ସ୍ୱାସ୍ଥ୍ୟକର୍ମୀଙ୍କଠାରେ  ସହାନୁଭୁତିଶୀଳ  ମନୋଭାବର  ଅଭାବ

ପୁତ୍ର  ସନ୍ତାନ  କାମନା

ଟକସେମିଆ

ଜଟିଳ  ପରିସ୍ଥିତିରେ  ଉପଯୁକ୍ତ  ଡାକ୍ତରୀ  ଚିକିସାର  ଅଭାବ

ରକ୍ତହୀନତା

ସଂକ୍ରମଣ ବା  ପ୍ରଦୂଷଣ

ଚିକିତ୍ସାଧିକାରୀଙ୍କ  ତରଫରୁ  ଉପଯୁକ୍ତ  କାର୍ଯ୍ୟାନୁଷ୍ଠାନର  ଅଭାବ

ସଂକଟଜନକ  ଲକ୍ଷଣ ଓ  ସଙ୍କେତ  ସତ୍ତ୍ୱେ  ସଚେତନତାର  ଅଭାବ

 

 

ଉଚ୍ଚ  ଚିକିତ୍ସାଳୟର  ପରାମର୍ଶ  ପାଇଁ  ପଠାଇବାରେ  ବିଳମ୍ବ

 

 

ବାରମ୍ବାର ଗର୍ଭଧାରଣ  ଯୋଗୁଁ ସମସ୍ୟା  :

  • ବାରମ୍ବାର  ଗର୍ଭଧାରଣ  କଲେ  ମା’ ଦୁର୍ବଳ  ହେବା  ସଙ୍ଗେ  ସଙ୍ଗେ  ଜନ୍ମିତ  ଶିଶୁ  ଦୁର୍ବଳ  ଓ  କମ୍  ଓଜନ  ବିଶିଷ୍ଟ  ହେବାର  ସମ୍ଭାବନା  ଥାଏ   । କାରଣ  ପୁନର୍ବାର  ଗର୍ଭଧାରଣ  ପାଇଁ  ତାଙ୍କ  ଶରୀରପୁଷ୍ଟିଗତ  ଭାବେ  ସକ୍ଷମ  ହୋଇନଥାଏ  ।
  • ଦ୍ଵିତୀୟ  ସନ୍ତାନ  କମ୍  ବ୍ୟବଧାନରେ  ହେଲେ  ପ୍ରଥମ ସନ୍ତାନର  ଯତ୍ନ  ସଠିକଭାବେ  ହୋଇପାରିବା ସମ୍ଭବ  ନୁହେଁ  ।
  • ଅଧିକ  ସନ୍ତାନର  ଯତ୍ନନେବା  ପାଇଁ  ମା’ଙ୍କ  ପାଖରେ  ସମୟ  ନଥାଏ  କିମ୍ବା  ସମ୍ବଳ  ମଧ୍ୟ  ନଥାଇପାରେ   ।
  • ବଡ  ପରିବାରର  ସମସ୍ତଙ୍କୁ  ଖାଦ୍ୟ,  ବସ୍ତ୍ର  ଓ ଶିକ୍ଷାଦେବା  ପାଇଁ  ଅଧିକ  ଅର୍ଥର  ଆବଶ୍ୟକତା  ପଡେ   ।
  • କମ୍  ବ୍ୟବଧାନରେ  ଗର୍ଭଧାରଣ  ମା’କୁ  ଦୁର୍ବଳ ଓ  ରକ୍ତହୀନ  କରିଦିଏ   ।

ଗର୍ଭାବସ୍ଥାରେ  ମା’ ପ୍ରତି  ଥିବା  ବିପଦର  ଲକ୍ଷଣ  ଗୁଡିକ  ମଧ୍ୟରେ  ରହିଛି ;

  • ଓଜନ  ବୃଦ୍ଧି  ନଘଟିବା (ଗର୍ଭାବସ୍ଥାରେ  ଅତିକମ୍ ରେ   ଏକ କି.ଗ୍ରା.  ଓଜନ  ବଢିବା  କଥା)  ।
  • ରକ୍ତହୀନତା, ଆଖିପତା ନିସ୍ତେଜ  ଲାଗିବା  (ସୁସ୍ଥ  ଆଖିପତା  ନାଲି  ବା  ଗୋଲାପୀ  ଦେଖାଯିବା  କଥା) ।
  • ଦୁର୍ବଳ  ଅନୁଭବ  କରିବା  ଓ  ନିଃଶ୍ଵାସ  ପ୍ରଶ୍ଵାସରେ  କଷ୍ଟ  ହେବା   ।
  • ମୁହଁ  ଓ  ହାତ  ପାଦ  ଅସ୍ଵାଭାବିକ  ଭାବେ  ଫୁଲିଯିବା   ।
  • ପେଟଭିତରେ  ଗର୍ଭସ୍ଥ  ଶିଶୁର  ଚଳାଚଳ  ବନ୍ଦହୋଇଯିବା  ବା  ଖୁବ୍  କମ୍  ଚଳାଚଳ  କରିବା   ।
  • ଗର୍ଭାବସ୍ଥାରେ  ଯୋନିରୁ  ରକ୍ତସ୍ରାବ  ହେବା  ଏବଂ  ପ୍ରସବ  ପରେ  ରକ୍ତସ୍ରାବ  ଲାଗି  ରହିବା  ।
  • ପ୍ରବଳ  ମୁଣ୍ଡ  ବିନ୍ଧା  ହେବା  ବା  ପାକସ୍ଥଳୀ  ବିନ୍ଧିବା   ।
  • ପ୍ରବଳ  ବାନ୍ତି  ହେବା  ଓ  ବାନ୍ତି  ନଛାଡିବା   ।
  • ପ୍ରବଳ  ଜ୍ଵର  ହେବା   ।
  • ପ୍ରସବ  ସମୟ  ପୂର୍ବରୁ  ଜଳମୁଣା  ଫାଟିଯିବା  ।
  • ଭୀଷଣ  ଯନ୍ତ୍ରଣା  ହେବା   ।
  • ଦୀର୍ଘ  ସମୟ  ଧରି  ପ୍ରସବ  ବେଦନା  ଲାଗିରହିବା   ।

ବିପଦ  ଓ  ଆଶଙ୍କା  ମଧ୍ୟରେ  ଶିଶୁ  ସ୍ୱାସ୍ଥ୍ୟ :

ଶିଶୁମାନେ  ହେଉଛନ୍ତି  ଦେଶ ଓ  ଜାତି  ଗଠନର  ମୂଳପିଣ୍ଡ  ।ପ୍ରସବ  ସମୟର  ସମସ୍ୟା  ଓ  ପ୍ରସବ  ପରବର୍ତ୍ତୀ  ସମୟର  ସମସ୍ୟା  ଏବଂ  ମା’ର  ପୋଷଣ  ସହିତ  ନବାତ  ଶିଶୁଙ୍କୁ  ବଞ୍ଚାଇ  ରଖିବାର  ସମ୍ପର୍କ  ଅତି  ନିବିଡ  ।

କୌଣସି  ଶିଶୁର  ଜନ୍ମଠାରୁ  ଗୋଟିଏ  ବର୍ଷ  ମଧ୍ୟରେ  ମୃତ୍ୟୁଘଟିଲେ  ତାହା  ଶିଶୁମୃତ୍ୟୁ  ଭାବେ  ଗଣନା  କରାଯାଏ   । ଏମାନଙ୍କ  ମଧ୍ୟରେ  ୬୬ ଶତାଂଶ  ମୃତ୍ୟୁ  ପ୍ରାୟତଃ  ଜନ୍ମର  ମାସକ  ଭିତରେ  ଘଟିଥାଏ   । ପୁନଶ୍ଚ  ଜନ୍ମର  ମାସକ  ମଧ୍ୟରେ  ମୃତ୍ୟୁଲାଭ  କରୁଥିବା  ଶିଶୁମାନଙ୍କ  ମଧ୍ୟରୁ  ୬୬ଶତାଂଶ  ସପ୍ତାହକ  ଭିତରେ  ହୋଇଥାଏ  ବୋଲି  ଜଣାପଡେ   । ପୁଣି  ସପ୍ତାହକ  ମଧ୍ୟରେ  ଘଟୁଥିବା  ଶିଶୁମୃତ୍ୟୁର   ୬୬ଶତାଂଶ  କେବଳ  ଜନ୍ମର  ୨୪ ଘଣ୍ଟା  ମଧ୍ୟରେ  ଘଟିଥାଏ   । ଜନ୍ମର  ଗୋଟିଏ  ମାସ  ମଧ୍ୟରେ  ଘଟୁଥିବା  ଶିଶୁମୃତ୍ୟୁକୁ  ନବଜାତ  ଶିଶୁମୃତ୍ୟୁ  ବୋଲି  ଧରାଯାଏ   ।

ନବଜାତ  ଶିଶୁମୃତ୍ୟୁର  ପ୍ରଧାନ  କାରଣ  ଗୁଡିକ  ହେଲା :

  • ସଂକ୍ରମଣ  ଜନିତ  ଓ  ଜ୍ଵର  ହେତୁ
  • ନିମୋନିଆ
  • ଶିଶୁ  ଠିକ ଭାବେ  ନିଃଶ୍ଵାସ  ନେଇନପାରିବା   ।
  • ସମୟ  ପୂର୍ବରୁ  ପ୍ରସବ  ହେବା   ।
  • କମ୍  ଓଜନର  ସନ୍ତାନ  ଜନ୍ମହେବା  (ଅତିକମ୍ ରେ  ଶିଶୁର  ଓଜନ  ୨.୫ କି.ଗ୍ରା.  ହେବା  ଦରକାର)  ।

ଜନ୍ମ  ହେବାର  ଗୋଟିଏ  ବର୍ଷ  ମଧ୍ୟରେ  ଘଟୁଥିବା  ଶିଶୁମୃତ୍ୟୁର  ମୁଖ୍ୟ  କାରଣ  ଗୁଡିକ  ମଧ୍ୟରେ  ରହିଛି :

  • କମ୍  ଓଜନର  ସନ୍ତାନ  ଜନ୍ମହେବା  ।
  • ସଂକ୍ରମଣ  ଜନିତ  ସମସ୍ୟା (ସାଂଘାତିକ  ଶ୍ଵାସନଳୀରେ  ସଂକ୍ରମଣ, ଧନୁଷ୍ଟଙ୍କାର, ନିମୋନିଆ ଓ ଗର୍ଭାବସ୍ଥାରେ  ମ୍ୟାଲେରିଆ )
  • ତରଳଝାଡା   ।
  • ମିଳିମିଳା  ।
  • ଦୁର୍ଘଟଣା  ଜନିତ  ସମସ୍ୟା  (ପାଣିଟବ୍ ରେ  ବୁଡିବା  ବା  ଉଚ୍ଚରୁ  ଖସିପଡିବା)  ।
  • ଜନ୍ମରୁ  ଶାରୀରିକ  ଗଠନରେ  ତୃଟି  ।
  • ଶୋଇବା  ଶଯ୍ୟାରେ  ମୃତ୍ୟୁ (ନିଦ୍ରିତ  ଅବସ୍ଥାରେ  ଶ୍ଵାସରୁଦ୍ଧ  ହୋଇ, ଦୁଧ ବାନ୍ତିକରି  ବା  ଅନ୍ୟ  ଅଜଣା  କାରଣରୁ) ।

ବିଭିନ୍ନ  ସଂକ୍ରାମକ  ରୋଗ  ଦ୍ଵାରା  ଆକ୍ରାନ୍ତ  ହୋଇ  ବହୁ  ସଂଖ୍ୟକ  ଶିଶୁ  ମୃତ୍ୟୁବରଣ  କରୁଛନ୍ତି   ।ଏହି  ରୋଗମାନଙ୍କ  ମଧ୍ୟରେ  ତରଳଝାଡା, ଶ୍ଵାସନଳୀରେ  ସଂକ୍ରମଣ, ମିଳିମିଳା, ଲହରାକାଶ, କଣ୍ଠଅଳତି, ପୋଲିଓ, ଧନୁଷ୍ଟଙ୍କାର ଓ ଯକ୍ଷ୍ମା  ଆଦି  ଅନ୍ୟତମ   ।

କୌଶୋରାବସ୍ଥା  ସମ୍ପର୍କିତ  ସ୍ୱାସ୍ଥ୍ୟସମସ୍ୟା ଓ  ଆଶଙ୍କା

ହିସାବରୁ  ଜଣାଯାଏ  କୌଶୋର  ଅବସ୍ଥାରୁ  ଗର୍ଭଧାରଣ  କରୁଥିବା  ମା’ମାନେ  ପୁଷ୍ଟିହୀନତାର  ଶିକାର  ହେବା  ସହିତ  କମ୍ ଓଜନର   ସନ୍ତାନକୁ   ଜନ୍ମ  ଦେଇଥାଆନ୍ତି  ।ଫଳତଃ  ନବଜାତ  ଶିଶୁକୁ  ବଞ୍ଚାଇ  ରଖିବାରେ  ଆଶଙ୍କା  ସୃଷ୍ଟି  ହୋଇଥାଏ  । କୌଶୋରାବସ୍ଥାରେ  ଅଧିକାଂଶ  ଅପପୁଷ୍ଟି  ଓ  ରକ୍ତହୀନତାର  ଶିକାର  ହୁଅନ୍ତି   । ବହୁ  ସଂଖ୍ୟାରେ  ଧନୁଷ୍ଟଙ୍କାର   ପ୍ରତିଷେଧକ  ଟୀକା  ମଧ୍ୟ  ଦେଇ  ନଥିବା  ଦେଖାଯାଏ   । କୌଶୋରରେ   ରକ୍ତହୀନତା  ସହିତ  ଗର୍ଭାବସ୍ଥା  ସଂକଟଜନକ  ପରିସ୍ଥିତି  ସୃଷ୍ଟି  କରିପାରେ   । ଏଣୁ  କୌଶୋରାବସ୍ଥାରେ  ସ୍ୱାସ୍ଥ୍ୟସମସ୍ୟା  ଉଭୟ  ମା’  ଓ  ନବଜାତ  ଶିଶୁର  ମୃତ୍ୟୁ  ଉପରେ  ଗଭୀର   ପ୍ରଭାବ  ପକାଇଥାଏ  ।  କମ୍  ବୟସରୁ  ବିବାହ  ହେତୁ  ଭାରତବର୍ଷରେ  କୌଶୋରାବସ୍ଥାରେ  ପ୍ରଜନନର  ହାର  ତୁଳନାତ୍ମକ  ଭାବେ  ଅଧିକ   । ପ୍ରଜନନ  ପାଇଁ  ସମ୍ପୂର୍ଣ୍ଣ  ବିକଶିତ  ହୋଇନଥିବା  ସ୍ୱଳ୍ପ  ବୟସ୍କ  କିଶୋରୀମାନଙ୍କର  ଗର୍ଭଧାରଣ  ଅତ୍ୟନ୍ତ  ଉଦବେଗ  ଜନକ  ଅଟେ   । ବୟସ୍କା  ମହିଳାମାନଙ୍କ  ତୁଳନାରେ  କିଶୋରୀମାନଙ୍କ  ଗର୍ଭାବସ୍ଥା  ଉଭୟ  ମା’  ଓ  ନବଜାତ  ସନ୍ତାନ  ପାଇଁ  ସ୍ୱାସ୍ଥ୍ୟ  ସଂକଟ  ସୃଷ୍ଟିକରେ,  କାରଣ :

  • କିଶୋରୀମାନେ  ବହୁବିଧ  ସଂକଟ  ଓ  ବିପଦଜନକ  ପରିସ୍ଥିତିର  ସମ୍ମୁଖୀନ  ହୋଇଥାନ୍ତି   । ଆହୁରି  ମଧ୍ୟ  ୧୫ରୁ ୨୪ ବର୍ଷ  ମଧ୍ୟରେ  ଏଚ୍.ଆଇ.ଭି. ଓ  ଏସ୍ ଟିଆଇ  ଜନିତ  ସମସ୍ୟା  ସର୍ବାଧିକ  ରହିଥିବା  ପରିଲକ୍ଷିତ  ହୁଏ  ।
  • ଅନିୟମିତ  ଗର୍ଭଧାରଣ, ଯୌନ  ବାହିତ  ସଂକ୍ରମଣ, (STI)  ଏବଂ  ଅସୁରକ୍ଷିତ  ଗର୍ଭପାତ  ଆଦି  କିଶୋରୀମାନଙ୍କ  ସ୍ଵାଷ୍ୟ  ସମସ୍ୟାକୁ  ବହୁଭାବେ  ପ୍ରଭାବିତ  କରେ   । ଏଚ୍.ଆଇ.ଭି. ସଂକ୍ରମଣର  ପ୍ରାୟ  ୫୦ ପ୍ରତିଶତ  କେବଳ  ୨୫ ବର୍ଷରୁ  କମ୍  ବୟସ୍କମାନଙ୍କ  କ୍ଷେତ୍ରରେ  ଘଟୁଥିବା  ଦେଖାଯାଏ   ।
  • କୌଶୋରରେ  ଗର୍ଭଧାରଣ,  ଗର୍ଭପାତ  ତଥା  ଏଚ୍.ଆଇ.ଭି./ଏଡସ୍ ଓ  ଅନ୍ୟାନ୍ୟ  ଯୌନ  ସଂକ୍ରମିତ  ସମସ୍ୟା  ସୃଷ୍ଟିହୁଏ  । ଏହା  ମଧ୍ୟ  ଶିକ୍ଷା  ଓ ବୃତ୍ତି  ଆଦି  ସାମାଜିକ  ସ୍ତରର  ବ୍ୟକ୍ତିଗତ   ଜୀବନକୁ  ପ୍ରଭାବିତ  କରିଥାଏ   ।
  • ବେକାରୀ  ସମସ୍ୟା  ତଥା ଉପଯୁକ୍ତ  ନିଯୁକ୍ତି  କିଶୋର  ବୟସରେ  ବହୁ  ଜଟିଳତା  ସୃଷ୍ଟିକରେ   । କିଶୋରୀମାନଙ୍କ  କ୍ଷେତ୍ରରେ ଏ  ସମସ୍ୟା  ସହ  ସେମାନଙ୍କ  ପ୍ରଜନନ  ଜନିତ  ସମସ୍ୟା  ଆହୁରି  ଜଟିଳ ରୂପ ଧାରଣ  କରିପାରେ  ।
  • ବିଶେଷକରି  ଘରୋଇ  ଘରୋଇ  ଚାକରାଣୀଭାବେ  ନିଯୁକ୍ତ  ବାଳିକାମାନେ  ଶୋଷଣର  ଶିକାର  ହୋଇଥାନ୍ତି  । ଏହା  ସେମାନଙ୍କ  ଯୌନ  ବିପତ୍ତିକୁ  ବଢାଇବା  ସଙ୍ଗେ  ସଙ୍ଗେ  ପ୍ରଜନନ – ସ୍ୱାସ୍ଥ୍ୟକୁ  ପ୍ରଭାବିତ  କରେ   ।

ମାତୃସ୍ୱାସ୍ଥ୍ୟର  ବିକାଶ :

  1. ସନ୍ତାନ  ସଂବନ୍ଧୀୟ
  • ନବବିବାହିତମାନଙ୍କ  ପାଇଁ  ଗୁରୁତ୍ଵପୂର୍ଣ୍ଣ  ପ୍ରଶ୍ନ  ହେଉଛି  ଯୋଜନା  ମୁତାବକ  ପରିବାର  ଗଢିବା  ।
  • ବିବାହ  କରିଥିବା  ସମସ୍ତ  ମହିଳାମାନେ  ମନେରଖିବା  ଦରକାର  ଯେ,  ସେମାନଙ୍କ  ପ୍ରଥମ  ସନ୍ତାନର  ଜନ୍ମକୁ  ଅତିକମ୍ ରେ  ୨୦ ବର୍ଷ   ବୟସ  ପର୍ଯ୍ୟନ୍ତ  ବିଳମ୍ବିତ  କରିବା   ।
  • ସେହିଭଳି  ଦ୍ଵିତୀୟ  ସନ୍ତାନ  ମଧ୍ୟରେ  ଅତି କମ୍ ରେ  ୩ ବର୍ଷର  ବ୍ଯବଧାନ  ରଖାଯିବା  ମଧ୍ୟ  ଏକ  ଜରୁରୀ  ଆବଶ୍ୟକତା   ।
  • ୧୮ ବର୍ଷ  ପୂର୍ବରୁ  ସନ୍ତାନ  ଜନ୍ମ  ନକରିବା  ପାଇଁ  ବିଭିନ୍ନ  ପ୍ରକାର  ଉପାୟ  ଅବଲମ୍ବନ  କରାଯାଇପାରେ   । ଫଳରେ  ଅଧିକ  ସନ୍ତାନ  ଜନ୍ମକୁ   ପ୍ରତିହତ  କରାଯାଇପାରିବ   । ପତି – ପତ୍ନୀ  ଉଭୟ  ଦୁଇଟି  ସନ୍ତାନ  ମଝିରେ  ଅନ୍ୟୁନ  ତିନି ବର୍ଷ  ବ୍ୟବଧାନ ରଖିବା  ନିମନ୍ତେ  ନିଷ୍ପତ୍ତି  ନେବା  ଦରକାର   ।
  • ଏଥିପାଇଁ  ମହିଳାମାନେ   କଣ୍ଡୋମ,  କପର – ଟି  ବ୍ୟବହାର  କରିବା  ବା  ବଟିକା  ଖାଇବା  ପରି  ମାଧ୍ୟମ  ଗ୍ରହଣ  କଲେ   ଅବାଞ୍ଛିତ  ଗର୍ଭଧାରଣରୁ  ମୁକ୍ତ  ହୋଇ  ପାରିବେ  ଏବଂ  ଗର୍ଭପାତ  ଓ  ଅନ୍ୟାନ୍ୟ ଜଟିଳ  ସ୍ୱାସ୍ଥ୍ୟସମସ୍ୟାଋ  ନିଜକୁ  ଦୂରେଇ  ରଖିପାରିବେ   ।

ସଠିକ  ବ୍ୟବଧାନରେ  ସନ୍ତାନ  ଜନ୍ମ  ହେଲେ  ସୁବିଧା  କ’ଣ  ?

  • ପ୍ରଥମ  ସନ୍ତାନର  ସେବା  ଯତ୍ନ  ଉତ୍ତମ  ରୂପେ  ହୋଇ  ପାରିବ  ଏବଂ  ସେ  ଦୀର୍ଘଦିନଧରି  ମା’  କ୍ଷୀର  ଖାଇବାର  ସୁଯୋଗ  ଲାଭ  କରିବ  ।
  • ମାତୃ  ଗର୍ଭରେ   ଦ୍ଵିତୀୟ  ସନ୍ତାନଟି  ଭଲଭାବେ  ବଢିପାରିବ  ଓ  ତାର  ଓଜନ  ଠିକ  ରହିବ  ।
  • ଜନ୍ମିତ  ସନ୍ତାନ  କମ୍  ଓଜନର  ହେଲେ  ତା’  ଶରୀରର  ଉତ୍ତାପ  କମିଯାଏ,  ନିମୋନିଆ, ତରଳଝାଡା ଆଦି  ମାରାତ୍ମକ ଶିଶୁ – ବ୍ୟାଧିର  ଶିକାର ହୁଏ  । ଆଉଥରେ ଗର୍ଭଧାରଣ  କରିବା  ଆଗରୁ  ମା’ ପୂର୍ବ  ଗର୍ଭାବସ୍ଥାର  ଦୁର୍ବଳତାରୁ ମୁକୁଳିବା  ପାଇଁ  ଯଥେଷ୍ଟ  ସମୟ  ପାଏ  ଏବଂ  ସ୍ତନ୍ୟପାନ  ପ୍ରସ୍ତୁତି  ପାଇଁ  ତାକୁ  ଦୀର୍ଘ  ସମୟ  ମିଳେ  ।
  • ଫଳତଃ  ଗର୍ଭବତୀ  ମହିଳା  ଓ  ଶିଶୁ  ସନ୍ତାନ  ପାଇଁ  ପରିବାରର  ଦାୟିତ୍ଵ  ମଧ୍ୟ  କମିଯାଏ   ।
  • ବାପା  ଓ  ପରିବାରର  ଅନ୍ୟ  ସଦସ୍ୟମାନେ  ମଧ୍ୟ  ମା’  ଠାରୁ  ଅଧିକ  ସେବାଯତ୍ନ   ପାଇପାରନ୍ତି   ।

ନିରାପଦ  ଗର୍ଭାବସ୍ଥା

୧୮ ବର୍ଷ  ପୂର୍ବରୁ  ବା  ୩୫ ବର୍ଷପରେ  ଗର୍ଭଧାରଣ  କଲେ  ଉଭୟ  ମା’ ଓ  ଶିଶୁ  ପ୍ରତି  ବିପଦ  ସୃଷ୍ଟିକରେ   । ପତି – ପତ୍ନୀ  ସନ୍ତାନ  ପ୍ରାପ୍ତି  ପାଇଁ  ଉପଯୁକ୍ତ  ସମୟ  ନିଜେ ସ୍ଥିର  କରିବା  ଦରକାର  । ମା’  ଓ  ଶିଶୁ  ସନ୍ତାନର  ଉନ୍ମତ  ସ୍ୱାସ୍ଥ୍ୟ  ପାଇଁ  ଦୁଇଟି  ଶିଶୁ  ମଧ୍ୟରେ  ଅତିକମ୍ ରେ ତିନିବର୍ଷର  ବ୍ୟବଧାନ  ରହିବା  ଜରୁରୀ  । ଚାରୋଟି  ସନ୍ତାନ  ପରେ  ପୁଣି  ଗର୍ଭଧାରଣ  ଓ  ପିଲା  ଜନ୍ମ  କରିବା   ବିପଦଜନକ  ଅଟେ   ।

ପରିବାର  ନିୟୋଜନ  ମାଧ୍ୟମରେ  ଲୋକମାନେ  କେବେ  ଗର୍ଭଧାରଣ  କରିବା  ଉଚିତ୍, କେତୋଟି  ପିଲା  ହେବା  ଭଲ  ଓ  ତାଙ୍କ  ଭିତରେ  କେତେ  ବର୍ଷର  ବ୍ୟବଧାନ  ରହିବା  ଉଚିତ୍  ତଥା  କେବେ  ଗର୍ଭଧାରଣ  ବନ୍ଦ  ହେବା  ଜରୁରୀ  ଆଦି  ବିଷୟରେ  ଜ୍ଞାନ  ପାଇପାରନ୍ତି   । ଅବାଞ୍ଛିତ  ଗର୍ଭଧାରଣ  ରୋକିବା  ପାଇଁ  ଅନେକ  ପ୍ରକାର  ନିରାପଦ ଓ ଗ୍ରହଣୀୟ  ମାଧ୍ୟମ  ରହିଛି   । ପରିବାର  ନିୟୋଜନ  ବିଷୟରେ  ଜାଣିବା  ଉଭୟ  ପୁରୁଷ  ଓ ସ୍ତ୍ରୀଙ୍କ  ଦାୟିତ୍ଵ   । ଉପଲବ୍ଧଥିବା  ବିଭିନ୍ନ  ସ୍ୱାସ୍ଥ୍ୟ  ସୁବିଧା  ସମ୍ପର୍କରେ  ପ୍ରତ୍ୟକ  ବ୍ୟକ୍ତି  ଜାଣିବା  ଦରକାର   ।

 

  1. ଗର୍ଭାବସ୍ଥା  ସମୟର  ଯତ୍ନ

ଜନ୍ମଦେବା  ପୂର୍ବରୁ ;

ମହିଳାଜଣକ  ଗର୍ଭବତୀ  ହୋଇଥିବାର  ଆଶଙ୍କା  ସୃଷ୍ଟିହେଲେ  ତୁରନ୍ତ  ପ୍ରଥମ  ପରିଦର୍ଶନରେ  ANC (ସ୍ୱାସ୍ଥ୍ୟକେନ୍ଦ୍ର / ଉପକେନ୍ଦ୍ର) କୁ  ଯାଇ  ଗର୍ଭ  ପଞ୍ଜୀକରଣ  କରାଇ  ନେବା  ଦରକାର   । କୁହାଯାଏ  । ପ୍ରତ୍ୟକ  ପ୍ରଜନନ  କ୍ଷମ (ବୟସ୍କ) ମହିଳାମାନଙ୍କୁ  ଗର୍ଭ  ପଞ୍ଜୀକରଣ  ସକାଶେ  ଉତ୍ସାହିତ  କରାଯିବା  ଉଚିତ୍  । ଏହାଦ୍ଵାରା  ପ୍ରତ୍ୟକ  ଗର୍ଭବତୀ  ମହିଳା  ଗର୍ଭଧାରଣର  ଶେଷ  ପର୍ଯ୍ୟନ୍ତ  ଗର୍ଭକାଳୀନ  ଯତ୍ନ  ପାଇବା  ନିଶ୍ଚିତ  ହୋଇଥାଏ   ।ପ୍ରଥମ  ପରିଦର୍ଶନ  ଗର୍ଭଧାରଣର  ପ୍ରଥମ  ତିନିମାସ  ମଧ୍ୟରେ  (୪ ସପ୍ତାହ  ବା  ତା ପୂର୍ବରୁ ) ହେବା  ଉଚିତ୍  ଯଦି  ଜଣେମହିଳା  ଗର୍ଭ  ପଞ୍ଜୀକରଣ  ପାଇଁ  ବିଳମ୍ବରେ  ଆସନ୍ତି  ତେବେ  ତାଙ୍କର  ପଞ୍ଜୀକରଣ  କରାଯାଇ  ଗର୍ଭଧାରଣର  ସମୟଭିତ୍ତିକ  ସେବା  ଯୋଗାଇ  ଦିଆଯିବା  ଦରକାର   ।

କେତେକ  ଗର୍ଭବତୀ  ମହିଳା  ନିଜେ  ନିଜେ  ଗର୍ଭପଞ୍ଜୀକରଣ  ପାଇଁ  ଯାଇଥାନ୍ତି   । ମାତ୍ର  ବହୁ  ମହିଳାମାନେ  ଆସନ୍ତି  ନାହିନ   । ମାତ୍ର  ସ୍ୱାସ୍ଥ୍ୟ  ସେବା  ପ୍ରଦାନକାରୀ,  ଗୋଷ୍ଠୀଗତ  କ୍ଷେତ୍ରରେ  କାର୍ଯ୍ୟରତ  ଆଶାକର୍ମୀ,  ଅଙ୍ଗନବାଡି  କର୍ମୀ, ପାରମ୍ପରିକ  ସହାୟିକା  ଧାଈ, ମହିଳାମଣ୍ଡଳ  ସଦସ୍ୟା,  ସ୍ଵୟଂସହାୟିକା  ଗୋଷ୍ଠୀ,  ପଞ୍ଚାୟତ ଓ  ଗ୍ରାମ୍ୟ  ସ୍ୱାସ୍ଥ୍ୟ   କମିଟିଙ୍କ  ସହାୟତାରେ   ଗର୍ଭପଞ୍ଜୀକରଣ  ତାଲିକାକୁ  ସଠିକ  କରାଇବା  ସଙ୍ଗେ  ସଙ୍ଗେ  ସ୍ୱାସ୍ଥ୍ୟ  ସେବା  ଓ  ସୁବିଧା  ଯୋଗାଇଦେବେ   ।

  • ଗର୍ଭାବସ୍ଥାରେ  ସମ୍ପୃକ୍ତ  ମହିଳାଙ୍କ  ସ୍ୱାସ୍ଥ୍ୟବସ୍ତା  ପରୀକ୍ଷା  କରାଯାଇ  ରକ୍ତଚାପ  ସମସ୍ୟା  ଓ  ଓଜନ  ଠିକ୍  ରହିଛି  କି  ନାହିଁ   ତାହା  ଦେଖି  ଆବଶ୍ୟକ  ସ୍ୱାସ୍ଥ୍ୟସେବା  ଯୋଗାଇ  ଦିଆଯାଇପାରେ  ।
  • ଗର୍ଭସମ୍ବନ୍ଧୀୟ  ଜଟିଳତା  ସମ୍ପର୍କୀୟ  ସୂଚନା  ଥିଲେ  ତା’ର  ପ୍ରତିକାର  ପାଇଁ  ଉପଯୁକ୍ତ  ଡାକ୍ତରଙ୍କ  ନିକଟକୁ  ପଠାଇବାର  ନିଷ୍ପତ୍ତି  ନିଆଯାଇପାରିବ  ।
  • ପ୍ରଥମ  ଦଫା  ଧନୁଷ୍ଟଙ୍କାର  ଟୀକା (ଗର୍ଭଧାରଣର  ୧୨ ସପ୍ତାହ  ମଧ୍ୟରେ) ପ୍ରଦାନ  କରାଯିବ  ।
  • ମହିଳାଜଣକ  ଗର୍ଭଧାରଣ  ପାଇଁ  ଅନିଚ୍ଛୁକ ଥିଲେ  ତା’ର  ନିରାପଦ  ଗର୍ଭପାତ  ପାଇଁ  ଉଦ୍ଦିଷ୍ଟ  ସୁବିଧା  ସୁଯୋଗର  ସୂଚନା  ଦେବା  ସହିତ  ସାହାଯ୍ୟ  ଯୋଗାଇ  ଦିଆଯାଇପାରିବ   ।
  • ଗର୍ଭବତୀ  ମହିଳା  ଓ  ସ୍ୱାସ୍ଥ୍ୟକର୍ମୀଙ୍କ  ମଧ୍ୟରେ  ସୁସମ୍ପର୍କ  ପ୍ରତିଷ୍ଠା  ହୋଇପାରିବ   ।

 

ଦରକାରୀ  ଇଞ୍ଜେକ୍ସନ ଓ  ଅନ୍ୟାନ୍ୟ  ଆବଶ୍ୟକତା :

ମା’ ଓ  ଶିଶୁ  ଉଭୟଙ୍କୁ  ଧନୁଷ୍ଟଙ୍କାରରୁ  ରକ୍ଷାକରିବା  ପାଇଁ  ଗର୍ଭବତୀ  ମା’କୁ  ଦୁଇଟି   ଟିଟାନିସ୍  ଟୀକା  ଦିଆଯିବା  ନିହାତି  ଆବଶ୍ୟକ  । ପ୍ରଥମ  ଟୀକାଟି  ଗର୍ଭସଞ୍ଚାର  ହେବା  ଜାଣିବାମାତ୍ରେ  ବା  ଗର୍ଭର  ଚାରିମାସପରେ,  ଦ୍ଵିତୀୟଟି  ପ୍ରଥମଟୀକା  ନେବାର  ଏକମାସ  ପରେ  ନେବା  ଜରୁରୀ   । ଧନୁଷ୍ଟଙ୍କାର  ନବଜାତ  ଶିଶୁପାଇଁ  ମାରାତ୍ମକ   ଅଟେ   ।ପୂର୍ବବର୍ତ୍ତୀ   ଗର୍ଭାବସ୍ଥାରେ  ଟିଟାନସ୍ ଟୀକା  ନେଇଥିଲେ   ପରବର୍ତ୍ତୀ  ତିନିବର୍ଷ  ମଧ୍ୟରେ  ଗର୍ଭଧାରଣ  କରୁଥିବା  ମା’ଙ୍କୁ  କେବଳ  ଗୋଟିଏ  ଟି:ଟି: ଦିଆଯିବ  ।

ପ୍ରତ୍ୟକ  ଗର୍ଭବତୀ  ମହିଳା  ଗର୍ଭାବସ୍ଥା  ସମୟରେ  ୧୦୦ଟି  ଲୌହ  ଏବଂ  ଫଲିକ୍  ଏସିଡ୍ (ଆଇ ଏଫ୍ ଏ-ଲାର୍ଜ) ବଟିକା  ଦିନକୁ  ଗୋଟିଏ  କରି  ନିୟମିତ   ଖାଇବେ   । ଏହି  ବଟିକା  ଗର୍ଭାବସ୍ଥା  ସମୟରେ  ଲୌହଯୁକ୍ତ  ଖାଦ୍ୟର  ଅଭାବ  ପୂରଣ  କରିବା  ସହିତ  ରକ୍ତହୀନତା  ଭଳି  ବିପଦରୁ  ରକ୍ଷାକରେ   । ଦିନକୁ  ଗୋଟିଏ  କରି  ୧୦୦ ଦିନ  ପର୍ଯ୍ୟନ୍ତ  ଲୌହ  ବଟିକା  ଖାଉଥିବା  ଗର୍ଭବତୀ  ମହିଳାଙ୍କ  ଜୀବନ  ରକ୍ଷା  କରିବାରେ  ଏହା  ମୁଖ୍ୟ  ଭୂମିକା  ଗ୍ରହଣ   କରିଥାଏ   ।

ଗର୍ଭାବସ୍ଥାରେ  ପୋଷଣ :

ଗର୍ଭରେ ବଢୁଥିବା  ଶିଶୁଟି  ବଢିବା  ପାଇଁ  ଓ  ଉତ୍ତମ  ସ୍ୱାସ୍ଥ୍ୟ  ପାଇଁ  ତଥା  ସଫଳତାର  ସହିତ  ପ୍ରସାବ  ନିମନ୍ତେ  ଗର୍ଭବତୀ  ମା’  ଉତ୍ତମ  ପୁଷ୍ଟିକର  ଖାଦ୍ୟ  ଖାଇବା  ଅତି  ଜରୁରୀ   । ଗର୍ଭବତୀ  ମହିଳାମାନେ  ପ୍ରଚୁର  ପରିମାଣରେ  ଦୁଧ, ଅଣ୍ଡା, ମାଛ  ଓ ମାଂସ  ଆଦି  ଖାଇବା  ଦରକାର  । ଶାକାହାରୀ  ହୋଇଥିଲେ  ଦୁଧ ଓ ଡାଲି  ଜାତୀୟ  ଖାଦ୍ୟ  ସହିତ  ଚିନି, ଗୁଡ, ଆଳୁ, କନ୍ଦମୂଳ  ତଥା  ଶାଗ  ଜାତୀୟ  ଖାଦ୍ୟ  ଖାଇବେ   । ଲୌହଯୁକ୍ତ  ଖାଦ୍ୟ  ଗର୍ଭସ୍ଥ  ଶିଶୁର   ରକ୍ତ  ସୃଷ୍ଟିପାଇଁ   ଅତ୍ୟନ୍ତ   ଜରୁରୀ  ଆବଶ୍ୟକତା  ଅଟେ   । ଏହା  ରକ୍ତହୀନତା  ହ୍ରାସ  କରିପାରେ   । ଏଣୁ  ରାଗି  ଓ  ବାଜରା  ପ୍ରସ୍ତୁତ  ଖାଦ୍ୟ  ସହିତ  ଓ  ସବୁଜ  ପନିପରିବା  ଯଥେଷ୍ଟ  ପରିମାଣରେ  ଖାଇବା  ଉଚିତ   । କଲିଜା ଓ  କିଡନୀରୁ  ମଧ୍ୟ  ଲୌହଯୁକ୍ତ  ଖାଦ୍ୟ  ମିଳେ   । ଶିଶୁର  ହାଡ  ଓ ଦାନ୍ତ  ଗଠନ  ପାଇଁ  କ୍ୟାଲସିଅମ  ଯୁକ୍ତ  ଖାଦ୍ୟର   ଯଥେଷ୍ଟ  ଆବଶ୍ୟକତା  ରହିଛି  । କ୍ୟାଲସିଅମ  ପାଇଁ  ଦୁଧ  ହେଉଛି  ସର୍ବୋକୃଷ୍ଟ, ତା’ ଛଡା  ରାଗି  ଓ  ବାଜରାରେ  ମଧ୍ୟ  କ୍ୟାଲସିଅମ  ରହିଛି   । ଗର୍ଭବତୀ  ମହିଳାଙ୍କ  ପାଇଁ  ଛୋଟ  ଶୁଖୁଆ  ମଧ୍ୟ  ଉପକାରୀ  ଅଟେ   । ଭିଟାମିନ  ମଧ୍ୟ  ଗର୍ଭବତୀ  ମହିଳାଙ୍କ  ପାଇଁ  ଅତି  ଜରୁରୀ   । ତେଣୁ  ଗାଢ  ସବୁଜ  ପନିପରିବା  ସହିତ  ଫଳ  ଓ  କମଳାଜାତୀୟ  ଖାଦ୍ୟ  ଖାଇବା  ଉଚିତ୍  । ମା’ମାନେ  ଏହିଭଳି  ସନ୍ତୁଳିତ  ସାଧାରଣ  ଆହାର  ଖାଇବେ  କିନ୍ତୁ  ଲବଣଯୁକ୍ତ  ଖାଦ୍ୟକୁ  କମ୍  କରିବା   ଦରକାର   । ଯେତେଦୂର  ସମ୍ଭବ  ରୋଷେଇରେ  ଲୁଣ  ବ୍ୟବହାର  ନକରିବା  ଭଲ   ।

କମ୍ ଶ୍ରମ ଓ  ଯଥେଷ୍ଟ  ବିଶ୍ରାମ :

ଗର୍ଭାବସ୍ଥାରେ  ଅଧିକ  ପରିଶ୍ରମ  କଲେ  ଗର୍ଭପାତ,  ସମୟ  ପୂର୍ବରୁ  ପ୍ରସବ  ଓ  କମ୍ ଓଜନର  ସନ୍ତାନ  ଜନ୍ମଦେବା  ଭଳି  ଗୁରୁତର  ସମସ୍ୟା  ଆଦି  ସୃଷ୍ଟିହୋଇପାରେ  ଏଣୁ  ଗର୍ଭାବସ୍ଥାରେ  ଅଧିକ  ଖାଦ୍ୟର  ବ୍ୟବସ୍ଥା  କରିବା,  ବିଶ୍ରାମ  ନେବା  ଏବଂ  କୌଣସି  କଠିନ  ଶାରୀରିକ  ପରିଶ୍ରମ  ନକରିବା  ଅତ୍ୟନ୍ତ  ଜରୁରୀ  ଶାରୀରିକ  ପରିଶ୍ରମକୁ  ସମ୍ପୂର୍ଣ୍ଣଭାବେ  ବନ୍ଦ  କରାଯାଇ  ନପାରେ  ତେବେ  ଗର୍ଭବତୀ  ମହିଳାଙ୍କୁ  ପାରୁ  ପର୍ଯ୍ୟନ୍ତ  ଶ୍ରମମୁକ୍ତ  ରଖାଯିବା  ନିମନ୍ତେ  ଚେଷ୍ଟା  କରାଯିବା  ଉଚିତ୍  ।ଜଣେ  ଗର୍ଭବତୀ  ମହିଳା  ଦିନ   ବେଳେ  ଖାଇସାରି  ଘଣ୍ଟାଧିକ  କାଳ  ବିଶ୍ରାମ  ନେବା  ସହିତ  ରାତିରେ  ୬ଘଣ୍ଟାରୁ  ୧୦ ଘଣ୍ଟା  ପର୍ଯ୍ୟନ୍ତ  ଶୋଇବା  ଉଚିତ୍   ।

ସୁରକ୍ଷିତ  ପ୍ରସବ :

କାହାପାଖରେ  ପ୍ରସବ  କରାଇବା  ଉଚିତ ;

  • ସାଧାରଣ  ପ୍ରସବ  କରାଇ  ପାରୁଥିବା  ତାଲିମ  ପ୍ରାପ୍ତ  ସ୍ୱାସ୍ଥ୍ୟକର୍ମୀ  ଯଥା – ମହିଳା  ସ୍ୱାସ୍ଥ୍ୟକର୍ମୀ,  ସ୍ୱାସ୍ଥ୍ୟ ସେବିକା/ଧାଈ ବା  ଡାକ୍ତର  ଯିଏକି  ପ୍ରସବକାଳୀନ  ଜଟିଳତା  ଚିହ୍ନଟ  କରିପାରିବା  ସହିତ  ତା’ର  ନିରାକରଣ  ପାଇଁ  ନିଷ୍ପତ୍ତି  ନେଇ  ସଠିକ  ପରାମର୍ଶ  ଦେଇ   ପାରୁଥିବେ   ସେହି  ବ୍ୟକ୍ତିହିଁ  ପ୍ରସବ  ପାଇଁ  ସର୍ବୋତ୍ତମ  ପସନ୍ଦ  ହେବା  ଉଚିତ   । ତାଙ୍କୁ  ଜଣେ  ଦକ୍ଷ  ପ୍ରସବକାରୀ  ବୋଲି  କୁହାଯାଇପାରେ   ।
  • ଏପରି  ଦକ୍ଷ  ପ୍ରସବକାରୀ  ଉପଲବ୍ଧ  ନହେଲେ  ଜଣେ  ତାଲିମପ୍ରାପ୍ତ  ଧାଈଙ୍କୁ   ମନୋନୀତ  କରାଯାଇପାରେ  କିନ୍ତୁ  ଏପରି  କ୍ଷେତ୍ରରେ  ମନେ  ରଖିବା  ଦରକାର  ଯେ, ଜରୁରୀ  ଆବଶ୍ୟକତା  ଉପୁଜିଲେ  ମା’କୁ  ଡାକ୍ତରଖାନାକୁ  ସ୍ଥାନାନ୍ତାର  କରିବାକୁ  ପଡିପାରେ   ।
  • ମାତ୍ର  କୌଣସି  କ୍ଷେତ୍ରରେ  ବି  ପରିବାର  ତରଫରୁ  ଜଣେ   ଅଣତାଲିମ  ପ୍ରାପ୍ତ  ଧାଈ  ବା  ସମ୍ପର୍କୀୟଙ୍କୁ  ପ୍ରସବକାଳୀନ  ଦାୟିତ୍ଵ  ଦିଆଯିବା  ଉଚିତ୍  ନୁହେଁ   ।

ସୁରକ୍ଷିତ   ପ୍ରସବ  ସମ୍ପର୍କରେ  :

ଏବେ  ମଧ୍ୟ  ବହୁ  ପ୍ରସବ  ନିଜ  ନିଜ  ଘରେ  ଏପରିକି  ଗୁହାଳଘର  ଭଳି  ଅତି  ଅସ୍ଵାସ୍ଥ୍ୟକର  ପରିବେଶରେ  ହେଉଥିବାର  ଦେଖାଯାଏ   । ମାତ୍ର  ସୁରକ୍ଷିତ  ପ୍ରସବ  ପାଇଁ  ସ୍ୱାସ୍ଥ୍ୟ  କେନ୍ଦ୍ର  ବା  ଡାକ୍ତରଖାନା  ହିଁ  ଉପଯୁକ୍ତ  ସ୍ଥାନ,  କାରଣ  ସେଠାରେ  ସୁଦକ୍ଷ  ପ୍ରସବକାରୀ  ମାନେ  ଥାଆନ୍ତି  । ଯଦି  କୌଣସି  ପ୍ରକାରେ  ଏଭଳି  ସୁବିଧା  ସୁଯୋଗ  ମିଳିବା  ସମ୍ଭବ  ନହୁଏ, ତେବେ  ସୁରକ୍ଷିତ  ପ୍ରସବ  ସମ୍ବନ୍ଧରେ  କେତେକ  ଜରୁରୀ  ବିଷୟ  ଜାଣି  ରଖିବା  ଅତ୍ୟନ୍ତ  ଜରୁରୀ   ।

ଏଣୁ  ପ୍ରସବ  ସମୟରେ  ପରିଷ୍କାର  ସ୍ଥାନ,  ପରିଷ୍କାର  ହାତ ଓ ଡେଲିଭରି  କିଟ୍  ବ୍ୟବହାର  କରାଯାଇ  ପ୍ରସବ  କରାଯିବା  ନିମନ୍ତେ  ପରାମର୍ଶ  ଦିଆଯାଇପାରେ   ।

ପରିବାର  ତରଫରୁ  ଘରୋଇକିଟ୍  ନିମ୍ନମତେ  ପ୍ରସ୍ତୁତ  କରି  ରଖାଯାଇପାରେ ;

  • ହାତଧୋଇବା  ପାଇଁ  ଗୋଟିଏ  ସାବୁନ
  • ଖୋଲା  ହୋଇନଥିବା  ପରିଷ୍କାର  ନୂଆ  ବ୍ଲେଡଟିଏ, (ନାଭିନାଡ  କାଟିବାପାଇଁ)
  • ନାଭିନାଡ  ବାନ୍ଧିବା  ପାଇଁ  ପରିଷ୍କାର  ସୂତା  । ଏଥିପାଇଁ  ଆଗରୁ  କପାସୂତା  କିଛି  ୨୦ ମିନିଟ୍ କାଳ  ଫୁଟାଇ  ଖରାରେ  ଶୁଖାଇ, ଧୂଳିମଳିଠାରୁ  ଦୂରେଇ  ରଖିଥିବା  ଦରକାର   ।
  • ଗୋଟିଏ  ପ୍ଲାଷ୍ଟିକ  ବା  ବିଛଣା  ଚାଦର,  ଯାହାକି  ସାବୁନ  ଓ  ପାଣିରେ  ଧୋଇ  ଖରାରେ  ଶୁଖାଇ  ଧୂଳିମଳି  ଠାରୁ  ଦୂରରେ  ରଖାଯାଇଥିବ
  • ମା’ ଓ  ଶିଶୁଟି  ପାଇଁ  ପରିଷ୍କାର  କପଡାର  ଲୁଗାପଟା କିଛି   । ଏହା  ମଧ୍ୟ  ଆଗରୁ  ଧୋଇ  ଶୁଖାଇ  ରଖାଯାଇଥିବା  ଉଚିତ୍  । ଶୀତଋତୁ  ହୋଇଥିଲେ  ପଶମ   ଲୁଗାପଟା   ପ୍ରସ୍ତୁତ  କରିଥିବା  ଉଚିତ୍  ।
  1. ପ୍ରସବ  ପରବର୍ତ୍ତୀ  ଯତ୍ନ :

ସାରା  ପୃଥିବୀର  ୫୦ ପ୍ରତିଶତ  ପ୍ରସବ  ଜନିତ  ମାତୃମୃତ୍ୟୁ  କେବଳ  ପ୍ରସବର  ଦିନକ  ମଧ୍ୟରେ  ଘଟିଥାଏ   ଏବଂ  ୭୦ ଭାଗ  ମୃତ୍ୟୁ  ପ୍ରସବର  ଗୋଟିଏ  ସପ୍ତାହ  ମଧ୍ୟରେ  ହୋଇଥାଏ   । ଜାତୀୟ  ସ୍ୱାସ୍ଥ୍ୟ  ସର୍ବେକ୍ଷଣ  ଅନୁସାରେ  କେବଳ  ୧୬.୫ ପ୍ରତିଶତ  ମହିଳା  ପ୍ରସବର  ଦୁଇମାସ  ମଧ୍ୟରେ  ସ୍ୱାସ୍ଥ୍ୟପରୀକ୍ଷା  (ଚେକଅପ୍) ର  ସମ୍ମୁଖୀନ   ହୋଇଥାନ୍ତି   । ଏମାନଙ୍କ  ମଧ୍ୟରୁ  ଏକତୃତୀୟାଂଶ  ପ୍ରଥମ  ୭ଦିନ  ମଧ୍ୟରେ  ମା’  ଓ  ନବଜାତ  ଶିଶୁର  ଗୁରୁତର  ଅବସ୍ଥା  ଯୋଗୁଁ  ହିଁ  ସ୍ୱାସ୍ଥ୍ୟ  ସେବାର  ଆଶ୍ରୟ  ନେଇଥାନ୍ତି   । ବହୁ  ସ୍ଥାନରେ  ଏହାର  ହାର  ଆହୁରି  ନିମ୍ନସ୍ତରରେ  ରହିଛି   ।

ଏତଦ୍ ବ୍ୟତୀତ  ବହୁ  ସଂଖ୍ୟାରେ,  ବିଶେଷକରି  ଗରିବଲୋକେ  ନିଜ  ନିଜ  ଘରେ  ପ୍ରସବ  କରାଉଥିବାରୁ  ଏବଂ  ସ୍ୱାସ୍ଥ୍ୟ  କେନ୍ଦ୍ରରେ  ପ୍ରସବ  କରାଯାଉଥିଲେ   ମଧ୍ୟ  ଦିନେ  ଦୁଇଦିନ  ମଧ୍ୟରେ  ଡିସଚାର୍ଜ   କରାଯାଉଥିବା  ହେତୁ   ପ୍ରସବ  ପରବର୍ତ୍ତୀ  ସ୍ୱାସ୍ଥ୍ୟ  ସେବା  ପାଇଁ  ସ୍ୱାସ୍ଥ୍ୟକର୍ମୀମାନେ   ହିଁ  କେବଳ  ପରାମର୍ଶ   ଦେଇପାରିବେ   । ତେଣୁ  ସମ୍ପୃକ୍ତ   ମହିଳା/ ପରିବାରର  ସଦସ୍ୟ  ତାଲିମ  ପ୍ରାପ୍ତଧାଈ / ମହିଳା  ସ୍ୱାସ୍ଥ୍ୟକର୍ମୀ, ସ୍ୱାସ୍ଥ୍ୟ  ସେବିକା  ବା  ଡାକ୍ତରଙ୍କ  ପରିଦର୍ଶନ  ପାଇଁ  ପ୍ରସବ  ଦିନ  ଏବଂ ପରବର୍ତ୍ତୀ  ୨୪ ଘଣ୍ଟା  ତଥା  ଦ୍ଵିତୀୟ  ପରିଦର୍ଶନ  ସାତ  ଦିନରୁ  ଦଶ ଦିନ  ମଧ୍ୟରେ  କରାଇବା  ନିମନ୍ତେ  ପଦକ୍ଷେପ  ଗ୍ରହଣ  କରିବା  ଦରକାର   ।

ପୋଷଣ ଓ  ବିଶ୍ରାମ :

ପ୍ରସବ  ପରବର୍ତ୍ତୀ  ସମୟରେ  ଜଣେ  ମହିଳା  ପୌଷ୍ଟିକ  ଆହାର  ବିଶେଷ  କରି  ଲୌହସାରା, କ୍ୟାଲସିଅମ, ଭିଟାମିନ  ଓ  ପୁଷ୍ଟିସାର  ଖାଦ୍ୟ  ଆବଶ୍ୟକ   କରନ୍ତି   । ପ୍ରସବକାଳୀନ  ରକ୍ତକ୍ଷୟ  ଯୋଗୁଁ  ରକ୍ତହୀନତାରୁ  ରକ୍ଷାପାଇବା  ପାଇଁ  ଲୌହ  ବଟିକା  ଖାଇବା  ଅବ୍ୟାହତ  ରଖିବା  ଦରକାର,  ଶିଶୁକୁ  ସ୍ତନ୍ୟପାନ   କରାଉଥିଲେ  ମା’ ଅଧିକ  ମାତ୍ରାର  ଖାଦ୍ୟ  ଓ  ପାନୀୟ  ଗ୍ରହଣ  କରିବା  ଜରୁରୀ  ।ଏହି  ସମୟରେ  ଦୁଧ, ଦୁଗ୍ଧ  ଜାତ  ଖାଦ୍ୟ  ଛେନା  ଶାଗ, ସବୁଜ   ପନିପରିବା,  ଫଳ,  ମାଛ, ଅଣ୍ଡା  ଓ  ଡାଲି  ଜାତୀୟ  ଖାଦ୍ୟ  ଅଧିକ  ପରିମାଣରେ  ଖାଇବା  ଉଚିତ୍  । ମହିଳାମାନେ  ପ୍ରସବ  ପରବର୍ତ୍ତୀ  ସମୟରେ  ଯଥେଷ୍ଟ  ବିଶ୍ରାମ  ଆବଶ୍ୟକ  କରନ୍ତି   ।ଏଣୁ  ସମ୍ପୃକ୍ତ  ମହିଳା ଓ  ତାଙ୍କ  ସ୍ଵାମୀଙ୍କୁ  ପରାମର୍ଶଦେବା  ଦରକାର, ଯେପରି  ଉକ୍ତ  ମହିଳା  କେବଳ  ନିଜର  ଓ  ଶିଶୁ   ସନ୍ତାନର  ଯତ୍ନନେବା  ଛଡା  ଅନ୍ୟ  କିଛି  କଠିନ  କାମ  ନକରନ୍ତି   ।

ସ୍ୱାସ୍ଥ୍ୟ ସଚେତନତା  ପାଇଁ  ପରାମର୍ଶ :

ମହିଳାମାନେ  ଯୋନିରେ  କୌଣସି  ଜିନିଷ  ପୁରାଇବେ  ନାହିଁ  କିମ୍ବା  ଯୋନିଦ୍ଵାରା  ସବୁଦିନ  ଓ  ମଳତ୍ୟାଗ  ପରେ  ମଧ୍ୟ  ଧୋଇବେ  ନାହିଁ  । ଯଦି  ଅତ୍ୟଧିକ  ରକ୍ତସ୍ରାବ  ହେଉଥାଏ  ତେବେ  ଅନ୍ତବସ୍ତ୍ର  ପ୍ୟାଡ  ବାରମ୍ବାର  ବଦଳାଇବେ  ନହେଲେ  ପ୍ରତି  ଚାରିଘଣ୍ଟାରେ  ବଦଳାଇବେ  ।କପଡା, ପ୍ୟାଡ  ବ୍ୟବହାର  କରୁଥିଲେ  ତାହାକୁ  ପ୍ରଚୁର  ସାବୁନ ଓ  ପାଣିରେ  ଧୋଇ  ଖରାରେ  ଶୁଖାଇ  ବ୍ୟବହାର   କରିବେ   । ଏହାଛଡା  ମା’ ନିୟମିତ  ଭାବେ  ଗାଧୁଆ  ପାଧୁଆ   କରୁଥିବେ  ଏବଂ  ନବଜାତ  ଶିଶୁକୁ  ଧରାଧରି  କରିବା  ଆଗରୁ  ହାତକୁ  ଭଲଭାବରେ  ଧୋଇବେ   ।

ନବଜାତ  ଶିଶୁ  ପାଇଁ  ସ୍ୱାସ୍ଥ୍ୟ  ସୁରକ୍ଷା :

  1. ପରିଚ୍ଛନ୍ନତା  :
  • ପ୍ରସବ  କରାଇବା  ପୂର୍ବରୁ  ସାବୁନ ଓ  ପାଣିରେ  ଭଲଭାବେ  ହାତ  ଧୋଇବା  ।
  • ପରିଷ୍କାର  ପ୍ରସବ  ସ୍ଥାନ  ସ୍ଥିର  କରିବା   ।
  • ନାଭି  ବାନ୍ଧିବା  ପାଇଁ  ପରିଷ୍କାର  ସୂତା  ଓ  ବ୍ଲେଡର  ବ୍ୟବହାର  କରିବା   ।
  • ନବଜାତ  ଶିଶୁକୁ  ଧରିବା  ପୂର୍ବରୁ  ହାତକୁ  ଧୋଇବା   ।
  • ଏହାଛଡା  ଭଲଭାବେ  ପବନ  ଚଳାଚଳ  କରୁଥିବା  ପରିଷ୍କାର  ନିଭୃତ  କୋଠରୀଟିଏ  ମା’କୁ  ଯୋଗାଇ  ଦେଲେ  ଅନ୍ୟଦ୍ଵାରା  ସଂକ୍ରମଣର  ଆଶଙ୍କାକୁ  ହ୍ରାସ   କରାଯାଇପାରିବ   ।
  1. ଉଷୁମ  ରଖିବା :

ନବଜାତ  ଶିଶୁ  ବିଶେଷ  କରି ଠିକ୍  ସମୟ  ପୂର୍ବରୁ  ଜନ୍ମ  ହୋଇହିବା  ଶିଶୁମାନେ  ଖୁବ ଶୀଘ୍ର  ଦେହର  ତାପମାତ୍ରା  ହରାଇଥାନ୍ତି  ତେଣୁ  ସେମାନଙ୍କ  ପାଇଁ  କେତେକ  ସାଧାରଣ  ଯତ୍ନର  ଆବଶ୍ୟକତା  ରହିଛି,  ଯଥା : -

  • ପ୍ରସବ  ପାଇଁ ଶୁଷ୍କ  ଉଷୁମ  କୋଠରୀଟିଏ  ବାଛନ୍ତୁ   ।
  • ତୁରନ୍ତ  ନବଜାତ  ଶିଶୁକୁ  ପୋଛାପୋଛି   କରି  ଶୁଖାଇ  ଦିଅନ୍ତୁ   ।
  • ମା’ର  ଦେହ  ସହିତ  ଶିଶୁର  ଦେହକୁ  ଲଗାଇ   ଉଷୁମ  ରଖିବା  ପଦ୍ଧତି  ଅବଲମ୍ବନ   କରନ୍ତୁ   ।
  • ଗୋଟିଏ  ସପ୍ତାହ  ପୂର୍ବରୁ   ଶିଶୁକୁ  ଗାଧୋଇ  ଦିଅନ୍ତୁ  ନାହିଁ  ।
  • ନବଜାତ  ଶିଶୁ  ଦେହ  ଚମଡାରେ  ଥିବା  ଧଳା  ଆସ୍ତରଣକୁ  ଘଷି  ଛଦାନୁ  ନାହିଁ   । ଏପରି  କଲେ  ଉତ୍ତାପତା   ହେୟାସ  ପାଇବାର   ସମ୍ଭାବନା  ଥାଏ  ।
  1. ତୁରନ୍ତ  ଏବଂ  କେବଳ  କ୍ଷୀର  ଦେବା :
  • ଜନ୍ମ  ପରେ  ପରେ  ନବଜାତ  ଶିଶୁକୁ  ତୁରନ୍ତ  ମା’ କ୍ଷୀର  ଦିଅନ୍ତୁ   ।
  • ସ୍ତନ୍ୟପାନ  ହେତୁ  ପଡିବା  ସହଜ  ହୁଏ  ଏବଂ  ହରମୋନ  ଉତ୍ତେଜିତ   ହେବା  ଫଳରେ  ଜରାୟୁ  ସଂକୋଚନ  ହେତୁ  ମା’ର  ରକ୍ତକ୍ଷୟ  ଜନିତ  ସମସ୍ୟା  ଦୂରୀଭୂତ   ହୋଇଥାଏ   ।
  • ମା’ର   ପ୍ରଥମ  କ୍ଷୀରକୁ  କଲୋଷ୍ଟ୍ରମ  ବା  କକ୍ଷକ୍ଷୀର  କୁହାଯାଏ  । ଏହି  ବହଳିଆ  ହଳଦୀରଙ୍ଗର  କ୍ଷୀର  ଶକ୍ତି  ଯୋଗାଇବା  ସଙ୍ଗେ  ସଙ୍ଗେ  ରୋଗ  ପ୍ରତିରୋଧକ  ଶକ୍ତି  ସୃଷ୍ଟି  କରେ  । ଏହି  କ୍ଷୀର  ଶିଶୁ  ପାଇଁ  ଅମୃତ  ତୁଲ୍ୟ  ।
  • ଅଳ୍ପ  ସମୟ  ବ୍ୟବଧାନରେ  ଶିଶୁର  ଚାହିଦା   ମୁତାବକ  ବାରମ୍ବାର  ସ୍ତନ୍ୟପାନ  କରାଇବା  ଦରକାର   ।
  • ମା’ କ୍ଷୀର  ବ୍ୟତୀତ  ଶିଶୁକୁ  ପାଣି, ଛେଳି  ଦୁଧ, ମହୁ  କିମ୍ବା  ଅନ୍ୟ  କିଛି  ତରଳ  ପାନୀୟ  ଦେବା  ଉଚିତ  ନୁହେଁ   ।
  • ମଇଳା  ଲୁଗାପଟା  କିମ୍ବା  ମଇଳା  କପ୍  ବା ଗିନା  ଆଦି  ବ୍ୟବହାର  କରି  ଗାଈଦୁଧ  ବା ଛେଳିଦୁଧ  ଦିଅନ୍ତୁ ନାହିଁ  ।
  1. ଆଖିର  ଯତ୍ନ :
  • ଉଷୁମ  ପାଣିରେ  ସଫା  ତୁଳା  ବା  ସଫା  କପଡା  ବୁଡାଇ  ଜନ୍ମ ପରେ  ପରେ  ନବଜାତ  ଶିଶୁର  ଆଖିକୁ  ସଫା  କରନ୍ତୁ   ।
  • ତା  ଆଖିରେ  କଜ୍ଵଳ  ଲଗାନ୍ତୁ  ନାହିଁ,  ଏହା  ସଂକ୍ରମଣର  କାରଣ  ହୋଇପାରେ   ।
  • ଆଖିରୁ   ହଳଦିଆସ୍ରାବ  ହେଉଛି  କି  ନାହିଁ  ଲକ୍ଷ୍ୟ  କରନ୍ତୁ   ।
  • ଆଖି  ଚାରିପଟ  ନାଲି  ହେବା ବା  ଆଖି  ଅଠାଳିଆ  ରହୁଛି  କି  ନାହିଁ  ଲକ୍ଷ୍ୟ  କରନ୍ତୁ   ।

 

  1. ଶିଶୁର  ଓଜନ  :
  • ଜନ୍ମ  ହେବା  ସଙ୍ଗେ  ସଙ୍ଗେ  ଶିଶୁର  ଓଜନ  ନିଅନ୍ତୁ   ।
  • ଡାକ୍ତରଖାନାରେ  ପ୍ରସବ  ହୋଇଥିଲେ  ନର୍ସମାନେ  ଏହା  କରିବେ   ।
  • ଘରେ  ଜନ୍ମହୋଇଥିଲେ  ସ୍ୱାସ୍ଥ୍ୟ  କର୍ମୀ  ଶିଶୁର  ମା’  କିମ୍ବା  ତା’ଙ୍କ   ପରିବାରର  ଅନୁମତିକ୍ରମେ  ଶିଶୁର  ଓଜନ  ମାପ  କରିବେ   ।
  • ଅଙ୍ଗନ  ବାଡିରେ  ଥିବା  ଓଜନ  ମାପ  ଜନ୍ତ୍ର  ଶିଶୁର  ଓଜନ  ନେବା  ପାଇଁ  ବ୍ୟବହାର   କରାଯାଇପାରେ   ।
  • ଏହି  ଓଜନ  ଶିଶୁର  ବିକାଶର  ପ୍ରତୀକ   ।
  • ସାଧାରଣତଃ  ନବଜାତ  ଶିଶୁର  ଓଜନ  ୨୭୦୦ ଗ୍ରାମର  ୩୫୦୦ ଗ୍ରାମ  ମଧ୍ୟରେ  ରହିବା  କଥା   । ଯଦି  ଶିଶୁଟି ୨୫୦୦  ଗ୍ରାମରୁ  କମ୍  ଓଜନର  ହୋଇଥାଏ  ତେବେ  ଏହାକୁ  କମ୍  ଓଜନବିଶିଷ୍ଟ  ଶିଶୁ  ବୋଲି  ଧରାଯିବ  ଓ  ଏହାପାଇଁ  ଅଧିକ  ଯତ୍ନର   ଆବଶ୍ୟକତା  ରହିବ  ।
  1. ଟୀକାକରଣ :

ଟୀକାକରଣ  ଏକ  ନିଶ୍ଚିତ  ଆବଶ୍ୟକତା   । ପ୍ରତ୍ୟକ  ଶିଶୁ  ପାଇଁ  ଜନ୍ମର   ଗୋଟିଏ  ବର୍ଷ  ମଧ୍ୟରେ  ବିଭିନ୍ନ  ପ୍ରକାର  ଟୀକାକରଣର  ଆବଶ୍ୟକତା  ରହିଛି   । କାରଣ  ଏହି  ବର୍ଷକ  ମଧ୍ୟରେ  ଅର୍ଦ୍ଧାଧିକ  ଶିଶୁମୃତ୍ୟୁ  ଲହରାକାଶ  ଯୋଗୁଁ,  ତିନି  ଜଣରେ   ଜଣେ  ପୋଲିଓ ଯୋଗୁଁ ଏବଂ  ଏକ  ଚତୁର୍ଥାଂଶ  ମିଳିମିଳା  ଯୋଗୁଁ  ଦୋଇଥିବା  ଦେଖାଯାଇଛି   । ଏଣୁ  ପ୍ରତ୍ୟକ  ଶିଶୁକୁ  ପୂର୍ଣ୍ଣ  ସଂଖ୍ୟକ  ଟୀକା  ଦେବା  ଏକାନ୍ତ  ଅପରିହାର୍ଯ୍ୟ,  ନହେଲେ   ଏହି  ରିକା  କାର୍ଯ୍ୟକ୍ଷମ   ହୋଇନପାରେ   ।ଶିଶୁଟି  ତା’ର  ପ୍ରଥମ  ବର୍ଷ  ମଧ୍ୟରେ  ନିମ୍ନଲିଖିତ  ମାରାତ୍ମକ  ରୋଗର  ପ୍ରତିରୋଧ   ପାଇଁ  ଟୀକା  ନେବାର  ଆବଶ୍ୟକତା  ରହିଛି  ;

୧. ଯକ୍ଷ୍ମା            ୨. ଧନୁଷ୍ଟଙ୍କାର

୩. କଣ୍ଠ  ଆଳତି    ୪. ଲହରାକାଶ

୫. ପୋଲିଓ         ୬.  ମିଳିମିଳା

ବୟସ  ଅନୁସାରେ  କେଉଁ  ଟୀକା  କେତେବେଳେ  ଦିଆଯିବ ତା’ର  ଏକ  ତାଲିକା  ନିମ୍ନରେ  ପ୍ରଦାନ  କରାଗଲା   ।

ଜାତୀୟ  ଟୀକାଦାନ  ଅନୁସୂଚୀ

ଉପଭୋକ୍ତା

ବୟସ

ଟୀକାର  ନାମ

ନବଜାତ  ଶିଶୁ

ଜନ୍ମ  ପରେ   ପରେ

ବିସିଜି  ଓ ଓପିଭି

୬ ସପ୍ତାହ

ଡିପିଟି  ଓ  ଓପିଭି

୧୦ ସପ୍ତାହ

ଡିପିଟି  ଓ  ଓପିଭି

୧୪ ସପ୍ତାହ

ଡିପିଟି  ଓ  ଓପିଭି

୯ ମାସ

ମିଳିମିଳା

୧୮ ମାସ

ଡିପିଟି  ଓ  ଓପିଭି (ବୁଷ୍ଟର)

ପିଲା

୫ ବର୍ଷ

ଡି:ଟି:ଟୀକା

୧୦ ବର୍ଷ

ଟିଟାନସ୍  ଟୀକା

୧୬ ବର୍ଷ

ଟିଟାନସ୍  ଟୀକା

Abbreviation :  BCG = Bacillus Calmittee  Guerin

DPT = Diptheria, Pertussis  & Tetanus

DPV = Oral  Polio  Vaccine

D.T. = Diphthenia  & Tetanus Vaccine

ଯଦି  ଶିଶୁକୁ   ଉପଯୁକ୍ତ  ଟୀକାଗୁଡିକ  ଠିକ୍  ସମୟରେ  ଦିଆଯାଇ  ନାହିଁ  ତେବେ  ଶିଶୁ  ତା  ପ୍ରଥମ  ଜନ୍ମଦିବସରେ  ପହଞ୍ଚିବା   ପୂର୍ବରୁ  ଯେତେବେଳେ  ହେଉନା  କାହିଁକି  ତା’ର ପ୍ରାଥମିକ  ଟୀକାକରଣ  ସମ୍ପୂର୍ଣ୍ଣ  କରିବା  ଉଚିତ୍  । ଶୈଶବ  ଅବସ୍ଥାର  ବହୁ  ମାରାତ୍ମକ   ରୋଗକୁ  ଏହି  ଟୀକାକରଣ  ଦ୍ଵାରା  ପ୍ରତିରୋଧ  କରାଯାଇପାରିବ   । ଏଣୁଏଣୁ  ଭିନ୍ନକ୍ଷମ  ସମେତ  ପ୍ରତ୍ୟକ  ଶିଶୁ  ଏହି  ଟୀକାକରଣରେ  ସାମିଲ  ହେବା  ଦରକାର   । ଏହି  ଟୀକାମାନଙ୍କ  ମଧ୍ୟରୁ  କିଛି  ଇଞ୍ଜେକ୍ସନ  ମାଧ୍ୟମରେ  ଦିଆଯାଉଥିବା  ବେଳେ  କିଛି  ପାଟିରେ  ଖୁଆଇ  ଦିଆଯାଏ   । ଏହି  ଟୀକା  ଶିଶୁମାନଙ୍କ  ଠାରେ   ରୋଗ  ପ୍ରତିରୋଧକ  ଶକ୍ତି  ସୃଷ୍ଟି  କରେ   । ଏଣୁ ରୋଗ  ଆରମ୍ଭ  ହେବା  ଆଗରୁ  ଟୀକାକରଣ  ହୋଇଥିଲେ  ଏହା  କାର୍ଯ୍ୟକ୍ଷମ  ହୋଇଥାଏ   ।

ଟୀକାକରଣ  ହୋଇ  ନଥିବା  ପିଲା  ମିଳିମିଳା,  ଲହରାକାଶ  ଏବଂ  ଅନ୍ୟାନ୍ୟ  ମାରାତ୍ମକ  ରୋଗରେ  ପଡି  ମୃତ୍ୟୁବରଣ  କରିପାରେ   । ରୋଗରୁ  ବଞ୍ଚିଗଲେ  ମଧ୍ୟ  ଦୁର୍ବଳ  ହୋଇ  ଠିକ୍  ଭାବେ  ବଢିପାରେ  ନାହିଁ  ଏପରିକି  ଜନ୍ମସାରା  ବିକଳାଙ୍ଗ ମଧ୍ୟ  ହୋଇଯାଇପାରେ   ଏବଂ  ପୁଷ୍ଟିହୀନତା  ବା  ଅନ୍ୟାନ୍ୟ  ରୋଗର  ଶିକାର  ହୋଇ  ମୃତ୍ୟୁ  ମୁଖରେ  ପଡିପାରେ   ।

  1. ଶିଶୁର  ପରିପୂରକ  ଖାଦ୍ୟ :
  • ଶିଶୁଟି  ଛଅ  ମାସର  ହୋଇଗଲେ  ପରିପୂରକ  ଖାଦ୍ୟ  ହିସାବରେ  ତାକୁ  ନରମ  ଖାଦ୍ୟ   ଯଥା : - ରନ୍ଧା  ହୋଇ  ଚକଟା  ଯାଇଥିବା  ଡାଲି, ସିଝା, ଆଳୁ ଚକଟା, ଭାତ  ଖେଚଡି, ସିଝାଅଣ୍ଡାର  ଧଳା  ଅଂଶ, ଫଳ  ରସ, ସେଓ  ସିଝା, ଡାଲିଭିଜା  ଚପାତି, ଦଲିଆ, ସୁଜି  ହାଲୱା, କ୍ଷୀରା  ଆଦି  ଦିଆଯିବା
  • ସବୁ  ମା’ମାନେ  ଦୁଇବର୍ଷ  ପର୍ଯ୍ୟନ୍ତ  ଶିଶୁକୁ  ସ୍ତନ୍ୟପାନ  କରାଇବା  ଉଚିତ୍  ।
  • ଯଦି  କୌଣସି  ମା’  ଛେଳି, ଗାଈ, ମଇଁଷି  ବା  ଡାଇରୀ  କ୍ଷୀର  ଦେବାକୁ  ଚାହାଁନ୍ତି  ତେବେ  ସେ  (କ) ବୋତଲ  ମାଧ୍ୟମରେ  ପିଆଇବାରୁ  ନିବୃତ୍ତ  ରହିବା  ଉଚିତ୍  ଏବଂ (ଖ) କପ୍, ଗିନା ଓ ଚାମଚ  ଆଦିର ସାହାଯ୍ୟ ନେଇପାରନ୍ତି ।
  • କ୍ଷୀର  ପିଆଇବା  ପାତ୍ରକୁ  ଗୋଟିଏ  ସଫା  ପ୍ଲେଟ  ବା  କନା ଦ୍ଵାରା  ଘୋଡେଇ  ରଖିବେ  ଯେପରି  ସେଥିରେ  ମାଛି  ନବାସନ୍ତୀ   । ଏହି  ସାବଧାନତା  ଦ୍ଵାରା  ଶିଶୁର  ସମ୍ଭାବ୍ୟ  ତରଳଝାଡାର  ଆଶଙ୍କାକୁ  ପ୍ରତିହତ  କରାଯାଇପାରେ   ।
  1. ଜନ୍ମ  ପଂଜିକରଣ  :

ଶିଶୁର  ଜନ୍ମ  ପଂଜିକରଣ  ଏକ  ଗୁରୁତ୍ଵପୂର୍ଣ୍ଣ  କାର୍ଯ୍ୟ   । ଗାଁ  ଗହଳି  ପାଇଁ  ଶିଶୁର  ଜନ୍ମ  ପଂଜିକରଣ   ଓ ଜନ୍ମ  ସାର୍ଟିଫିକେଟ  ଅତ୍ୟନ୍ତ  ଆବଶ୍ୟକ   । କାରଣ,  ଏହା  ସ୍କୁଲରେ  ନାମ  ଲେଖାଇବା  ପାଇଁ  ପରବର୍ତ୍ତୀ  ସମୟରେ  ଜୀବନ  ଜୀବିକା  ପାଇଁ  ଦରକାରରେ  ଲାଗେ   । ଏଣୁ  ସନ୍ତାନର  ଜନ୍ମମୃତ୍ୟୁର  ପଂଜିକରଣ   ପାଇଁ  ନିକଟସ୍ଥ  ରାଜସ୍ୱ  ବିଭାଗ  ଅଫିସରେ  ଜଣାଇବା  ନିମନ୍ତେ   ପ୍ରତ୍ୟକ   ପରିବାରକୁ  ପରାମର୍ଶ  ଦିଆଯିବା  ଦରକାର   । ଆଞ୍ଚଳିକ  ପଞ୍ଚାୟତ  ଅଫିସ୍,  ପୋଷ୍ଟଅଫିସ୍,  ମ୍ୟୁନିସପାଲିଟି  କିମ୍ବା  ବ୍ଲକ  ଅଫିସ୍ ରେ  ମଧ୍ୟ  ଏହା  କରାଯାଇପାରେ   ।

ସ୍ତନ୍ୟପାନର  ଉପକାରିତା

  • ମା’କ୍ଷୀର  ନବଜାତ  ଶିଶୁ  ପାଇଁ  ସର୍ବୋକୃଷ୍ଟ  ପୋଷଣ  ।
  • ଜନ୍ମହେବା  ପରେ  ପରେ  ସ୍ତନ୍ୟପାନ  କରାଇବେ  । ବିଶେଷ  କରି  ଜନ୍ମର  ପ୍ରଥମ  ତିନି  ଦିନ  ମା’ର  ବହଳିଆ, ହଳଦୀ  ରଙ୍ଗର   କକ୍ଷକ୍ଷୀର  ଶିଶୁପାଇଁ  ଅତ୍ୟନ୍ତ  ଉପଯୋଗୀ   । ଏହା  ଅତି  ପୁଷ୍ଟିକର, ଭିଟାମିନ  ଯୁକ୍ତ  ଏବଂ  ରୋଗ  ପ୍ରତିରୋଧକାରୀ   ।
  • ମା’  ନବଜାତ  ଶିଶୁକୁ  ଜନ୍ମର  କିଛି  ଦିନ  ପର୍ଯ୍ୟନ୍ତ  ବାରମ୍ବାର  ସ୍ତନ୍ୟପାନ  କରାଇବା  ଦରକାର   । ପ୍ରତି  ଦୁଇ  ତିନି  ଘଣ୍ଟାରେ  ଥରେ  ଲେଖାଏ  ସ୍ତନ୍ୟପାନ  ଜାରି  ରଖିବା  ଉଚିତ୍  । ଫଳରେ  ଶିଶୁ  ମା’  ଦୁଧର  ସମସ୍ତ  ଲାଭ  ପାଇପାରେ   ।
  • ମା’ଉଭୟ  ସ୍ତନରୁ  କ୍ଷୀର  ପିଆଇବା  ଦରକାର  ଏବଂ  ଯେତେ  ଅଧିକ  ଦିନ  ସମ୍ଭବ  ଏହା  ଜାରି  ରଖିବା  ଉଚିତ୍
  • ଛ’ଅମାସ   ପର୍ଯ୍ୟନ୍ତ  ଶିଶୁକୁ  ମା’କ୍ଷୀର  ଛଡା  ପାଣି  ଓ ଅନ୍ୟ  ପାନୀୟର  ଆବଶ୍ୟକତା  ପଡେନାହିଁ  ।
  • ଛଅମାସରୁ  ଅଧିକ   ବୟସର  ଶିଶୁକୁ  ଉତ୍ତମ  ପରିପୂରକ  ଆହାର  ଓ  ପାନୀୟ  ଦେବା  ଦରକାର   । ତଥାପି  ଦୁଇବର୍ଷ  ବା  ତା’ଠାରୁ  ଅଧିକ  ବୟସର  ହେବା  ପର୍ଯ୍ୟନ୍ତ  ସ୍ତନ୍ୟପାନ  ଜାଡୀ  ରଖିବା  ଉଚିତ୍  ।
  • କିନ୍ତୁ  ମନେ  ରଖିବା  ଦରକାର  ଯେପରି  ଅନୁପୂରକ  ଖାଦ୍ୟରେ  ଯଥେଷ୍ଟ   ପରିମାଣର  ଭିଟାମିନ  ‘କ’  ଏବଂ  ଲୌହସାରା  ରହୁଥିବ   ।

ସ୍ତନ୍ୟପାନରୁ  ମିଳୁଥିବା  ଲାଭ

ସନ୍ତାନ  ପାଇଁ :

ମା’ପାଇଁ :

  • ସନ୍ତାନ  ପାଇଁ  ମା’କ୍ଷୀର  ପ୍ରକୃତିଦତ୍ତ  ଓ  ଅତ୍ୟନ୍ତ  ପୁଷ୍ଟିକର   ଆହାର  ।
  • ମା’କ୍ଷୀର  ସହଜରେ  ହଜମ  ହୁଏ  ।
  • ମା’କ୍ଷୀରରେ  ପ୍ରତିରୋଧକାରୀ  ଗୁଣ  ଥିବାରୁ  ଏହା  ଶିଶୁକୁ  ବିଭିନ୍ନ  ସଂକ୍ରମଣରୁ  ରକ୍ଷାକରେ; ବିଶେଷ  କରି  ତରଳଝାଡା ଓ ଶ୍ଵାସନଳୀ  ସଂକ୍ରମଣ ଆଦିରୁ  ।
  • ସ୍ତନ  ଚୁଚୁମିବା  ଫଳରେ  ଶିଶୁର  ମାଢି  ଓ  ଦାନ୍ତର  ଗଠନ  ଓ ବିକାଶ  ଘଟିଥାଏ   ।
  • ସ୍ତନ୍ୟପାନ  ସମୟରେ  ଶିଶୁଟି  ଉଷୁମ  ଅନୁଭବ  କରିବା  ସହିତ  ନିଜକୁ  ନିରାପଦ  ମନେକରେ  ଏବଂ  ମା’ ସହିତ  ମମତାର  ବନ୍ଧନ  ସୃଷ୍ଟି  ହୋଇଯାଏ   ।
  • ସ୍ତନ  ଚୁଚୁମିବା  ଫଳରେ  ମା’ର  ଗର୍ଭାଶୟ  ସଙ୍କୁଚିତ  ହେବା  ପ୍ରକ୍ରିୟା  ସହଜ  ହୋଇ  ପୂର୍ବାବସ୍ଥାକୁ  ଫେରିଆସେ  ।
  • ସ୍ତନ୍ୟପାନ  ଯୋଗୁଁ  ଗର୍ଭାଶୟର  ସଂକୋଚନ  ଘଟେ  ଫଳତଃ  ପ୍ରବଳ  ରକ୍ତସ୍ରାବ  ବା  ସଂକ୍ରମଣର  ଭୟ  କମିଯାଏ   ।
  • ସ୍ତନ୍ୟପାନ  ହେତୁ  ମା’ର  ଶରୀରରେ  ଗର୍ଭାବସ୍ଥା ସମୟରୁ  ଜମିଥିବା  ଅତିରିକ୍ତ  ଚର୍ବିର ହ୍ରାସ  ଘଟେ ।
  • ସ୍ତନ୍ୟପାନ  ଯୋଗୁଁ  ମା’ର  ସ୍ତନ ଓ  ଜରାୟୁରେ  କର୍କଟ  ରୋଗର  ଆଶଙ୍କା  କମିଯାଏ   ।
  • ସ୍ତନ୍ୟପାନ  ମା’ଠାରେ  ଏକ  ଭାବପ୍ରବଣତା  ସୃଷ୍ଟିକରିବା  ସହିତ  ଆତ୍ମସନ୍ତୁଷ୍ଟି  ପ୍ରଦାନ  କରେ  ଏବଂ  ଶିଶୁ  ସନ୍ତାନ  ସହିତ  ମମତାର  ବନ୍ଧନ  ସୃଷ୍ଟି  ହୋଇଯାଏ   ।
  • ମା’କ୍ଷୀର  ଶିଶୁ  ପାଇଁ  ସହଜ  ଓ ଶୀଘ୍ର  ଉପଲବ୍ଧ  ହେବା  ସହିତ  ଏହାର  ତାପମାତ୍ରା  ଶିଶୁପାଇଁ  ଖୁବ୍ ଅନୁକୂଳ  ଏବଂ  ବିନା  ମୂଲ୍ୟରେ  ମିଳେ   ।
  • ସ୍ତନ୍ୟପାନ  ସମୟ  କାଳ  ମଧ୍ୟରେ  ମା’ର  ପୁନର୍ବାର  ଗର୍ଭଧାରଣର  ଆଶଙ୍କା  ରହେନାହିଁ   ।

କୌଶୋର  ସ୍ୱାସ୍ଥ୍ୟର  କ୍ରମାବୃଦ୍ଧି  ଓ  ବିକାଶ :

୧୦ରୁ  ୧୯ ବର୍ଷ  ବୟସ  ଭିତରେ   ଥିବା  କିଶୋର – କିଶୋରୀମାନଙ୍କ  ସଂଖ୍ୟା  ଭାରତର  ମୋଟ  ଜନସଂଖ୍ୟାର  ପ୍ରାୟ  ଏକ  ତୃତୀୟାଂଶ  । ଏମାନଙ୍କ  ମଧ୍ୟରୁ  ବହୁସଂଖ୍ୟକ  ପିଲା  ସ୍କୁଲ  ଶିକ୍ଷା  ଛାଡି  ଦିଅନ୍ତି,  ସ୍ୱଳ୍ପ  ବୟସରୁ  ବାହା  ହୋଇଯାଆନ୍ତି, ସାମାଜିକ  କଟକଣା  ଯୁକ୍ତ  ପରିସ୍ଥିତିରେ   କାମ  କରନ୍ତି  ଏବଂ  ବହୁ ଚାପର  ସମ୍ମୁଖୀନ  ହୋଇଥାନ୍ତି   । ସାମାଜିକ  ଅର୍ଥନୈତିକ  ତଥା  ସାଧାରଣ  ସ୍ୱାସ୍ଥ୍ୟ  ଉପରେ  ଉପରୋକ୍ତ  ବିଷୟ  ଗୁଡିକର  ଗଭୀର  ପ୍ରଭାବ  ରହିଛି   । କିଶୋର  ଓ  କିଶୋରୀମାନେ  ସମ  ସମ୍ପର୍କୀୟ  ଗୋଷ୍ଠୀ  ନୁହଁନ୍ତି  । ବୟସ, ଲିଙ୍ଗ, ବୈବାହିକ  ସ୍ଥିତି, ଜାତି, ଗୋଷ୍ଠୀ, ଅଞ୍ଚଳ  ତଥା  ସାଂସ୍କୃତିକ  ଚଳଣି  ଦୃଷ୍ଟିରୁ  ଏମାନେ   ପରସ୍ପରଠାରୁ  ଅଲଗା  ଅଟନ୍ତି   ।

ଏଭଳି  ଅସାମଞ୍ଜସ୍ୟ ପରିବେଶ  ସହିତ  ଭିନ୍ନ  ଭିନ୍ନ  ଆବଶ୍ୟକତା  ଦୃଷ୍ଟିରୁ  କୌଶୋର  ସ୍ୱାସ୍ଥ୍ୟର  ବିକାଶ  ପାଇଁ  ଯାହା   ସହଜ  ଓ  ଗ୍ରହଣୀୟ   ହେବ  ତାହା  ବିଚାର  କରି  ହସ୍ତକ୍ଷେପ  କରାଯାଇପାରେ   । ଯଥେଷ୍ଟ  ପରିମାଣର  ପୁଷ୍ଟିକାରକ  ଖାଦ୍ୟ କୌଶୋରାବସ୍ଥା  (ଯୌବନପ୍ରାପ୍ତିର  ପ୍ରାରମ୍ଭ) ରେ   ଆବଶ୍ୟକ  ହୁଏ  । ପୁଷ୍ଟିହୀନତା  ଯୋଗୁଁ  ଅନେକ  କ୍ଷେତ୍ରରେ  ଯୌବନପ୍ରାପ୍ତି  ବିଳମ୍ବିତ  ହେଉଥିବା  ଲକ୍ଷ  କରାଯାଏ   ।

ଏଣୁ  ପ୍ରତ୍ୟକ  କିଶୋର – କିଶୋରୀଙ୍କ  ସହିତ  ଭାବ  ବିନିମୟ  ପ୍ରକ୍ରିୟା  ମାଧ୍ୟମରେ  ସେମାନଙ୍କ  ଚାହିଦା   ପ୍ରତି  ସମ୍ବେଦନଶୀଳ  ହୋଇ  ନାମ୍ନା  ପ୍ରକାର  ଆଲୋଚନା  କରାଯିବା  ଉଚିତ୍  ।

  • ପୁଅ  ଝିଅମାନଙ୍କର   କୌଶୋରାବସ୍ଥାରେ  ଶାରୀରିକ  ପରିବର୍ତ୍ତନ  ବିଶେଷ  କରି  ଝିଅମାନଙ୍କର   ମାସିକ  ଋତୁସ୍ରାବ  ଆଦି  ପ୍ରଜନନ/ଯୌନଗତ  ଲକ୍ଷଣ  ଏକ  ସ୍ଵାଭାବିକ  ପ୍ରକ୍ରିୟା   । ଏହା  କୌଣସି  ଖରାପ  କଥା  ନୁହେଁ   ।
  • ହସ୍ତମୌଥୁନ  କୌଶୋରାବସ୍ଥାରେ  ଏକ  ସ୍ଵାଭାବିକ  କଥା   । ବହୁ  କିଶୋର  କିଶୋରୀ  ଏହି  ଉପାୟ  ଅବଲମ୍ବନ  କରିଥାନ୍ତି   । ଏହାଦ୍ଵାରା  ପୁରୁଷତ୍ଵ  ହାନି  ବା  ଯୌନ  ଦୁର୍ବଳତା  ହୋଇ  ନଥାଏ  ଏବଂ  ଏହା  ହାନିକାରକ  ମଧ୍ୟ  ନୁହେଁ   । ଏହାକୁ  ନୈତିକତାର  ସ୍ଖଳନ  ବୋଲି  କୁହାଯାଇ  ନପାରେ  । ଯୌନଇଚ୍ଛା  ପୁରୁଷ  ଓ  ସ୍ତ୍ରୀମାନଙ୍କର   ସ୍ଵାଭାବିକ  ପ୍ରକ୍ରିୟା   ।
  • ଡିମ୍ବାଣୁ  ସହିତ  ପୁରୁଷର  ଶୂକ୍ରାଣୁର  ସଂଯୋଗ  ଘଟିଲେ  ହିଁ  ଜଣେ  ଝିଅ  ଗର୍ଭବତୀ  ହୁଏ   ।
  • ଜଣେ  ପୁରୁଷ  କଣ୍ଡୋମ  ବ୍ୟବହାର  ନକରି  ଅନେକ  ନାରୀ  ସହିତ  ଯୌନକ୍ରିୟାର  ବ୍ୟାପୃତ  ରହିଲେ  ଯୌନ  ସଂଚାରିତ  ସଂକ୍ରମଣର  ଆଶଙ୍କା  ବୃଦ୍ଧିପାଏ   ।
  • ଯୌନାଚାର  ଜରିଆରେ  ୩୦ ପ୍ରକାର  ବିଭିନ୍ନ  ଜୀବାଣୁ   ସଞ୍ଚାରିତ  ସଂକ୍ରମଣ  ହେବାର  ଭୟ  ରହିଥାଏ   । ଫଳରେ  ବିଭିନ୍ନ  ଲକ୍ଷଣ  ପ୍ରକାଶ  ପାଏ   ଏବଂ  ଯୌନାଙ୍ଗରେ  ଘା, ପ୍ରଦାହ, ଯନ୍ତ୍ରଣା, ଯୌନ  ଅକ୍ଷମତା, ଅବାଞ୍ଛିତ  ଗର୍ଭଧାରଣ,  ସ୍ଵତଃସ୍ଫୃର୍ତ୍ତ  ଗର୍ଭପାତ  ନବଜାତ  ଶିଶୁର  ଅନ୍ଧତ୍ଵ  ଆଦି  ଘଟିଥାଏ   ।
  • ଯୌନ  ସଞ୍ଚାରିତ  ସଂକ୍ରମଣ  ଯୌନାଚାର  ଜରିଆରେ  ଅନ୍ୟାନ୍ୟ  ଲୋକଙ୍କ  ନିକଟକୁ  ସଂକ୍ରମିତ  ହୁଏ   । ସଂକ୍ରମଣର  ଉତ୍ସ  ଜୀବାଣୁ, ଅଣୁଜୀବ  ଓ  ଅନ୍ୟାନ୍ୟ  ଅଣୁ  ଜୈବିକମାନେ  ମଣିଷର  ମୂତ୍ରନଳୀ, ଯୋନି, ମୁଖ  ବା  ମଳଦ୍ଵାର  ମଧ୍ୟ  ଦେଇ  ପ୍ରବେଶ  କରିଥାନ୍ତି   । କେତେକ  କ୍ଷେତ୍ରରେ  ଆଦୌ  ଲକ୍ଷଣ  ପ୍ରକାଶ  ପାଏନାହିଁ  । କେତେକ  ସଂକ୍ରମଣକୁ  ସହଜରେ  ଚିକିତ୍ସା  କରାଯାଇପାରେ   । ଅନ୍ୟ  କେତେକକୁ  ଚିକିତ୍ସା  ଦ୍ଵାରା  ଆରୋଗ୍ୟ  କରାଯାଇପାରିନଥାଏ  ଏବଂ  ଦୀର୍ଘ  କାଳ  ପାଇଁ  ପୀଡା  ଓ  ଯନ୍ତ୍ରଣା  ଭୋଗିବାକୁ   ପଡେ   । ଯଥା – ଏଚ୍.ଆଇ.ଭି.  ଭାଇରସ୍  ଯାହା  ଏଡସ୍  କାରଣ  ହୁଏ   । ଏବଂ  ମୃତ୍ୟୁ  ଆଡକୁ  ଟାଣିନେଇଥାଏ   ।

ଉଲ୍ଲେଖ  ଯୋଗ୍ୟ  ଯେ,  ବହୁ  ଯୌନ  ସଞ୍ଚାରିତ  ସଂକ୍ରମଣ  ଉପଯୁକ୍ତ  ଚିକିତ୍ସା  ଦ୍ଵାରା  ଭଲ  ହୋଇପାରେ   । ଏଣୁ  ସଂପୃକ୍ତ  ବ୍ୟକ୍ତି  ସ୍ୱାସ୍ଥ୍ୟକର୍ମୀ  ବା  ଡାକ୍ତରଙ୍କ  ପାଖକୁ  ଯାଇ  ଚିକିତ୍ସିତ   ହେବା  ଦରକାର   ।

ପ୍ରଜନନ ଓ  ଶିଶୁସ୍ୱାସ୍ଥ୍ୟର  ବିକାଶ  ପାଇଁ  ସରକାରୀ  ପ୍ରୋତ୍ସାହନ :

ଜାତୀୟ  ଗ୍ରାମୀଣ  ସ୍ୱାସ୍ଥ୍ୟ  ମିଶନ  କାର୍ଯ୍ୟକ୍ରମ  ଭାରତ  ସରକାରଙ୍କ  ଦ୍ଵାରା  ୧୨ ଏପ୍ରିଲ  ୨୦୦୫ ରୁ  ଆରମ୍ଭ  କରାଯାଇଛି   । ଗୁଣାତ୍ମକ  ସ୍ୱାସ୍ଥ୍ୟ  ସେବାକୁ  ଅଧିକ  ଲୋକଭିମୁଖୀ  କରାଇ  ଗ୍ରାମାଞ୍ଚଳରେ,  ବିଶେଷ  କରି  ମହିଳା  ଓ  ଶିଶୁମାନଙ୍କ  ପାଖରେ  ଏହାକୁ  ପହଞ୍ଚାଇବା  ହେଉଛି  ଏହି  ମିଶନର  ଲକ୍ଷ୍ୟ  ।  ଓଡିଶାରେ ଏହି  କାର୍ଯ୍ୟକ୍ରମ ୧୭ଜୁନ୍  ୨୦୦୫ରୁ  ଆରମ୍ଭ  ହୋଇଛି  । ସ୍ୱାସ୍ଥ୍ୟସେବା  କ୍ଷେତ୍ରରେ  ଏହା  ଏକ  ବୃହତ୍  ପଦକ୍ଷେପ   । ଏହା  କେବଳ  ଗୋଟିଏ  ପ୍ରକଳ୍ପ  ନୁହେଁ   । ମିଶନ  ସମନ୍ଵିତ  ଭାବେ  ଉତ୍ତମ  ସ୍ୱାସ୍ଥ୍ୟର  ନିର୍ଣ୍ଣାୟକ  ଭୂମିକା  ଗ୍ରହଣ  ପୂର୍ବକ  ପରିପୁଷ୍ଟ, ପରିମଳ, ପରିଷ୍କାର – ପରିଚ୍ଛନ୍ନତା  ଏବଂ  ବିଶୁଦ୍ଧ  ପାନୀୟଜଳ  ଯୋଗାଣ  ଆଦି  ସ୍ୱାସ୍ଥ୍ୟ  ସମ୍ପର୍କିତ  ସମସ୍ତ  ବିଭାଗକୁ  ନିଜର  ଆଭିମୁଖ୍ୟ  ସହିତ  ସାମିଲ  କରିଛି   । ଓଡିଶାରେ  ଉଭୟ  ଗ୍ରାମୀଣ  ଓ  ସହରାଞ୍ଚଳର  ସମସ୍ତ  ଅଧିବାସୀଙ୍କୁ  ଉତ୍ତମ  ସ୍ଵାସ୍ଥ୍ୟସେବା  ଯୋଗାଇଦେବାର  ଲକ୍ଷ୍ୟନେଇ, ଉପଲବ୍ଧ  ସ୍ୱାସ୍ଥ୍ୟସେବା  ଭିତ୍ତିଭୂମିରେ  ଆବଶ୍ୟକୀୟ  ପରିବର୍ତ୍ତନ  ଆଣିବାରେ  ମିଶନ  କାର୍ଯ୍ୟରତ   । ଗ୍ରାମାଞ୍ଚଳ,  ବିଶେଷ  କରି  ମହିଳା  ଓ ଶିଶୁମାନଙ୍କ  ସ୍ୱାସ୍ଥ୍ୟସେବାକୁ  ପ୍ରମୁଖ  ସ୍ଥାନ  ଦିଆଯାଇଛି   ।

ମିଶନ  ଅନ୍ତର୍ଭୁକ୍ତ  ବିଭିନ୍ନ  କାର୍ଯ୍ୟକ୍ଷମ :

  1. ନୂତନ  କାର୍ଯ୍ୟକ୍ରମରେ :
  2. ଅଧିସ୍ଵିକୃତ  ସାମାଜିକ  ସ୍ୱାସ୍ଥ୍ୟ   ସହାୟିକା  ମାଧ୍ୟମରେ  ଗ୍ରାମାଞ୍ଚଳରେ  ସ୍ୱାସ୍ଥ୍ୟସେବାର  ପ୍ରସାର   ।
  3. ସ୍ୱାସ୍ଥ୍ୟ  ଉପକେନ୍ଦ୍ର  ପାଇଁ  ଖୋଲା  ପାଣ୍ଠିର  ବ୍ୟବସ୍ଥା  କରି  ସ୍ୱାସ୍ଥ୍ୟସେବାକୁ  ତ୍ୱରାନ୍ୱିତ  କରିବା   ।
  4. ପ୍ରାଥମିକ /ଗୋଷ୍ଠୀ  ସ୍ୱାସ୍ଥ୍ୟକେନ୍ଦ୍ରକୁ  ଭାରତୀୟ  ଜନସ୍ୱାସ୍ଥ୍ୟମାନକ  (IPHC) କୁ  ଉନ୍ନୀତ  କରି  ସ୍ୱାସ୍ଥ୍ୟସେବାକୁ  ବ୍ୟାପକ  କରିବା   ।
  5. ସ୍ୱାସ୍ଥ୍ୟସେବା  ବ୍ୟବସ୍ଥାକୁ  ଅଧିକ  ଦୃଢ  ଏବଂ  ଲୋକାଭିମୁଖୀ  କରାଇବା  ନିମନ୍ତେ  ବ୍ଲକ, ସବଡିଭିଜନ  ଏବଂ  ଜିଲ୍ଲାସ୍ତରରେ  “ରୋଗୀ  କଲ୍ୟାଣ  ସମିତି”  ମାନ  ଗଠନ  କରିବା   ।
  6. ସରକାରୀ  ସ୍ୱାସ୍ଥ୍ୟସେବାରୁ  ବଞ୍ଚିତ  ରାଜ୍ୟର   ଦୁର୍ଗମ, ଉପାନ୍ତ  ଏବଂ  ପାର୍ବତ୍ୟ  ଅଞ୍ଚଳରେ  ବାସ  କରୁଥିବା  ଲୋକମାନଙ୍କ  ନିକଟରେ   ପ୍ରତିଷେଧାତ୍ମକ,  ଉନ୍ନତିମୂଳକ  ଏବଂ  ଚିକିତ୍ସାଭିତ୍ତିକ  ସ୍ୱାସ୍ଥ୍ୟସେବା  ପହଞ୍ଚାଇବା  ପାଇଁ “ଭ୍ରାମ୍ୟମାଣ  ସ୍ୱାସ୍ଥ୍ୟସେବା” ବ୍ୟବସ୍ଥାର  ପ୍ରଚଳନ  କରାଇବା   ।
  7. ଆୟୁର୍ବେଦ, ଯୋଗ,  ୟୁନାନୀ, ସିଦ୍ଧ  ଓ  ହୋମିଓପାଥି  ଚିକିତ୍ସା  ପଦ୍ଧତିକୁ  ମିଶାଇ  ‘ଆୟୁଷ’ କାର୍ଯ୍ୟକ୍ରମ  ଜରିଆରେ  ରୋଗର  ଉପସମ  ପାଇଁ  କେତେକ  ସାଧାରଣ  ଉପଚାରର  ବ୍ୟବସ୍ଥା  କରିବା   ।
  8. ମିଶନର  ଉପରୋକ୍ତ  କାର୍ଯ୍ୟକ୍ରମକୁ  ଫଳପ୍ରଦ   କରିବା  ପାଇଁ  ସ୍ୱାସ୍ଥ୍ୟସମ୍ମତ  ପରିପୁଷ୍ଟ, ପରିମଳ  ଏବଂ  ବିଶୁଦ୍ଧ  ପାନୀୟ  ଜଳ  ଯୋଗାଣ,  ବିଦ୍ୟାଳୟ  ସ୍ୱାସ୍ଥ୍ୟ  ଏବଂ  ପରିବେଶ  ସୁରକ୍ଷା    କାର୍ଯ୍ୟକ୍ରମ  ଗୁଡିକୁ  ଏଥିରେ  ସମ୍ବଳିତ  କରାଯାଇଛି   । ସରକାରଙ୍କ  ବିଭିନ୍ନ  ବିଭାଗ  ଗୁଡିକ  ମଧ୍ୟରୁ  ପଞ୍ଚାୟତିରାଜ,  ଶିକ୍ଷା,  ମହିଳା ଓ ଶିଶୁ  କଲ୍ୟାଣ, ଗ୍ରାମୀଣ  ଜଳ  ଏବଂ  ପରିମଳ  ମିଶନ  ସହିତ  ଆନ୍ତ – ବିଭାଗ  ସଂଯୋଗୀକରଣ  ବ୍ୟବସ୍ଥା  ମଧ୍ୟ  କରାଯାଇଛି    ।

ପ୍ରଜନନ – ଶିଶୁସ୍ୱାସ୍ଥ୍ୟ – ଦ୍ଵିତୀୟ  ପର୍ଯ୍ୟାୟ :

ଏହି  କାର୍ଯ୍ୟକ୍ରମ  ଦ୍ଵାରା  ପୁରୁଷ  ଓ  ମହିଳାମାନଙ୍କ  ପ୍ରଜନନ  କ୍ଷମତାକୁ  ସୁରକ୍ଷିତ  ଏବଂ  ସଶକ୍ତ କରାଇ  ମାତୃ ଓ  ଶିଶୁ  ମୃତ୍ୟୁହାରକୁ  ରୋକିବା  ସହିତ  ଗର୍ଭବତୀ  ମହିଳା  ଏବଂ  ନବଜାତ  ଶିଶୁମାନଙ୍କର  ଉପଯୁକ୍ତ  ଯତ୍ନ  ନେଇ  ସୁସ୍ଥ  ଜୀବନ  ଓ  ସୁସ୍ଥ  ସମାଜ  ଗଠନ  କରାଯାଇ  ପାରିବ   । ଏହାଛଡା  ପରିବାର  ନିୟୋଜନ  କାର୍ଯ୍ୟକ୍ରମ  ଦ୍ଵାରା  ପୁରୁଷ  ଓ  ମହିଳା  ବନ୍ଧ୍ୟାକରଣକୁ  ପ୍ରୋତ୍ସାହିତ  କରି  ଜନସଂଖ୍ୟାର  ସ୍ଥିରୀକରଣ  ପାଇଁ  ନୀତି  ନିର୍ଦ୍ଧାରଣ  କରାଯାଇଛି   ।

ଲକ୍ଷ୍ୟ : ୨୦୧୦ ସୁଦ୍ଧା  ଶିଶୁମୃତ୍ୟୁହାର  ଏକ  ହଜାରରେ  ୫୦କୁ  ଏବଂ  ମାତୃ  ମୃତ୍ୟୁହାର  ଏକ  ଲକ୍ଷରେ  ୨୫୦କୁ  କମାଇବା  ପାଇଁ  ଲକ୍ଷ୍ୟ  ରଖାଯାଇଛି   ।

କାର୍ଯ୍ୟାବଳୀ  : ଗର୍ଭବତୀ  ମହିଳା  ଓ  ସନ୍ତାନର  ସ୍ୱାସ୍ଥ୍ୟ  ଅଙ୍ଗାଅଙ୍ଗୀ  ଭାବେ  ଜଡିତ   । ଏ  ସମ୍ପର୍କରେ  ଗ୍ରହଣ  କରାଯାଉଥିବା  କାର୍ଯ୍ୟାବଳୀ  ବିଷୟରେ  ଜାଣିବା  ନିତାନ୍ତ  ପ୍ରୟୋଜନ  ।

  1. ମାତୃସ୍ଵାସ୍ଥ୍ୟ :

a)     ପ୍ରସବ  ପୂର୍ବବର୍ତ୍ତୀ  ଯତ୍ନ :

  1. I.          ଗର୍ଭାବସ୍ଥାରେ  ଶୀଘ୍ର  ପଂଜିକରଣ   ।
  2. II.          ସ୍ୱାସ୍ଥ୍ୟ  ଓ  ପୋଷଣର  ଦିନ  ଧାର୍ଯ୍ୟ  କରିବା  ।
  3. III.          ପ୍ରସବ  ପୂର୍ବବର୍ତ୍ତୀ  ପରୀକ୍ଷା  ନିରୀକ୍ଷା  ପାଇଁ  କାର୍ଯ୍ୟ  ନିର୍ଘଣ୍ଟ  କରିବା
  4. IV.          ଗର୍ଭାବସ୍ଥାରେ  ମ୍ୟାଲେରିଆ  ପରୀକ୍ଷଣ   ।
  5. V.          ବିପଦ  ସଂକେତ / ଲକ୍ଷଣମାନ  ଚିହ୍ନଟ  କରି  ସମୟାନୁସାରେ   ପରାମର୍ଶ  ଦେବା   ।
  6. VI.          ସୁରକ୍ଷିତ  ଗର୍ଭପାତ  ପାଇଁ  ସେବା  ଯୋଗାଣ   ।
  7. VII.          ଯୌନ ଓ ପ୍ରଜନନ  ନଳୀର  ସଂକ୍ରମଣର  ଆଶୁ  ଚିକିତ୍ସାର  ବ୍ୟବସ୍ଥା  କରିବା   ।

b)     ପ୍ରସବ  ସମୟର  ଯତ୍ନ :

  1. I.          ପ୍ରସବକାଳୀନ  ଯତ୍ନ :
  2. II.          ଜନନୀ  ସୁରକ୍ଷା  ଯୋଜନା : ରାଜ୍ୟରୁ  ମାତୃମୃତ୍ୟୁ ଓ  ଶିଶୁମୃତ୍ୟୁ  ହାର  କମାଇବା  ଉଦ୍ଦେଶ୍ୟରେ  ସମସ୍ତ  ଗର୍ଭବତୀ  ମହିଳାଙ୍କୁ  ଜନନୀ  ସୁରକ୍ଷା  ଯୋଜନା  ମାଧ୍ୟମରେ  ସରକାରୀ  ସ୍ୱାସ୍ଥ୍ୟକେନ୍ଦ୍ର  ଏବଂ  ସ୍ଵିକୃତିପ୍ରାପ୍ତ  ବେସରକାରୀ  ଡାକ୍ତରଖାନାରେ  ପ୍ରସବ  ହୋଇଥିଲେ  ଟ.୧୪୦୦/ - ଆର୍ଥିକ  ସହାୟତା  ପ୍ରଦାନ  କରାଯାଉଛି   । ଏହି ସହାୟତା  ରାଶି  ଗର୍ଭାବସ୍ଥାର  ଆନୁଷ୍ଠାନିକ  ଡାକ୍ତରୀ, ପରୀକ୍ଷା  ନିରୀକ୍ଷା  ପ୍ରସବ  ସମୟରେ  ଡାକ୍ତରଖାନାରେ  ଯତ୍ନ  ଏବଂ  ପ୍ରସବ  ପରବର୍ତ୍ତୀ  ସମୟର  ଯତ୍ନ  ଆଦି  ସମନ୍ଵିତ  ସ୍ୱାସ୍ଥ୍ୟସେବା  ପାଇଁ  ଦିଆଯାଇଥାଏ   । ANM, AWM ଏବଂ  ଆଶାକର୍ମୀମାନଙ୍କ  ମାଧ୍ୟମରେ  ଏହା କାର୍ଯ୍ୟକାରୀ  ହୁଏ   ।
  3. III.          ଶିଶୁ  ଓ  ମାତୃ ମୃତ୍ୟୁହାର  କମାଇବା  ସହିତ  ବିପିଏଲ  ପରିବାରମାନଙ୍କୁ  ସରକାରୀ / ସ୍ଵିକୃତିପ୍ରାପ୍ତ  ବେସରକାରୀ  ସ୍ୱାସ୍ଥ୍ୟ  ଅନୁଷ୍ଠାନମାନଙ୍କରେ  ସ୍ୱାସ୍ଥ୍ୟସେବା  ଗ୍ରହଣ  ସକାଶେ  ଉତ୍ସାହିତ  କରିବା  ମଧ୍ୟ ଏହି  କାର୍ଯ୍ୟକ୍ରମର  ଉଦ୍ଦେଶ୍ୟ  ।

c)      ପ୍ରସବ  ପରବର୍ତ୍ତୀ  ଯତ୍ନ :

ମୃତ୍ୟୁଲାଭ  କରୁଥିବା  ସନ୍ତାନମାନଙ୍କ  ଭିତରୁ  ୬୦ ପ୍ରତିଶତ  କେବଳ  ଜନ୍ମ  ହେବାର  ଗୋଟିଏ  ମାସ  ମଧ୍ୟରେ  ଘଟୁଥିବା  ଯୋଗୁ  ପ୍ରସବ  ସମୟରେ  ଓ  ପ୍ରସବ  ପରେ  ମା’ ଓ  ଶିଶୁ  ସନ୍ତାନର  ଯତ୍ନନେବା  ଅତ୍ୟନ୍ତ  ଜରୁରୀ  ମନେହୁଏ  । ଏଥିପାଇଁ  ମହିଳା  ସ୍ୱାସ୍ଥ୍ୟ  କର୍ମୀ, ଆଶା  ଓ  TBA ମାନେ  ମା’ ଓ  ଶିଶୁର  ସ୍ୱାସ୍ଥ୍ୟ  ପରୀକ୍ଷା  କରିବା,  ଶିଶୁମାନଙ୍କ  ମାତୃସ୍ତନ୍ୟପାନ  ବିଷୟ,  ଟୀକାକରଣ  ଏବଂ  ସନ୍ତାନ  ଜନ୍ମରେ  ବ୍ୟବଧାନ  ରଖି  ପରିବାର  ନିୟୋଜନ  ପାଇଁ   ପରାମର୍ଶ  ଦେବା, ଚିକିତ୍ସା  ସେବା  ପ୍ରଦାନ  କରିବା  ସହିତ  ଯୌନନଳୀରେ  ସଂକ୍ରମଣ  ଆଦି  କ୍ଷେତ୍ରରେ  ଉପଯୁକ୍ତ ସେବା  ଯୋଗାଇଦେବା  ନିମନ୍ତେ  କାର୍ଯ୍ୟରତ  ରହିଛନ୍ତି   ।

ଯଦି  ମା’ / ନବଜାତ  ଶିଶୁ  ସ୍ୱାସ୍ଥ୍ୟରେ  କିଛି  ବିପଜ୍ଜନକ ଲକ୍ଷଣ  ପ୍ରକାଶ  ପାଏ  ତେବେ  ଫଳପ୍ରଦ  ଚିକିତ୍ସା  ପାଇଁ  ସରକାରୀ  ସ୍ୱାସ୍ଥ୍ୟ  କେନ୍ଦ୍ରକୁ  ପଠାଯାଇଥାଏ   । ଏଭଳି  ପ୍ରତ୍ୟକ  କେଶ୍ ପାଇଁ  ପ୍ରଜନନ  ଶିଶୁ  ସ୍ୱାସ୍ଥ୍ୟ  କାର୍ଯ୍ୟକ୍ରମ  ତରଫରୁ  ଟ.୧୫୦/- ସହାୟତାର  ବ୍ୟବସ୍ଥା  ମଧ୍ୟ  ରହିଛି   ।

  1. ନବଜାତ ଓ  ଶିଶୁସ୍ୱାସ୍ଥ୍ୟ :

ନବଜାତ  ସନ୍ତାନ  ଓ  ଶିଶୁସ୍ୱାସ୍ଥ୍ୟର  ସମନ୍ଵିତ  ପରିଚାଳନା  ନବଜାତ  ସନ୍ତାନ ଓ  ଶିଶୁ  ମୃତ୍ୟୁହାରକୁ  ହ୍ରାସ  କରିବା  ସହିତ  ଶିଶୁମାନଙ୍କ  ସ୍ୱାସ୍ଥ୍ୟର  ବିକାଶ  ଓ  ସେମାନଙ୍କୁ  ବଞ୍ଚାଇ  ରଖିବା  ହିଁ  ହେଉଛି  ଏହି  କାର୍ଯ୍ୟକ୍ରମର  ଲକ୍ଷ୍ୟ   । ପ୍ରାଥମିକ  ଭାବେ  ଶ୍ଵାସନଳୀ  ସଂକ୍ରମଣ ଜନିତ  ସାଂଘାତିକ  ପରିସ୍ଥିତିରୁ  ଶିଶୁ  ସନ୍ତାନମାନଙ୍କୁ  ବଞ୍ଚାଇରଖିବାର  ବ୍ୟବସ୍ଥା  ଏହି  କାର୍ଯ୍ୟକ୍ରମ  ମାଧ୍ୟମରେ  କରାଯାଇଥିଲା  । ଏହି  କାର୍ଯ୍ୟକ୍ରମ  ୧୯୯୨  ମସିହାଠାରୁ  “Child  Survival  and Safe  Motherhood  Programme”  ସହିତ  ମିଳିତ  ହୋଇ  ସମନ୍ଵିତ  ଭାବେ  ପ୍ରଜନନ  ଓ  ଶିଶୁସ୍ୱାସ୍ଥ୍ୟ  କାର୍ଯ୍ୟକ୍ରମର  ଅଂଶଭାବେ  ୧୯୯୭  ଠାରୁ  କାର୍ଯ୍ୟକାରୀ  ହୋଇ  ଆସୁଛି  । ଶିଶୁମାନଙ୍କର  ଅସୁସ୍ଥତା  ବିଭିନ୍ନ  ରୋଗ  ଦ୍ଵାରା  ଆକ୍ରାନ୍ତ  ହେବା  କାରଣରୁ  ହୋଇଥାଏ   ।

ଉଦାହରଣ  ସ୍ୱରୂପ  ତରଳଝାଡାରେ   ଆକ୍ରାନ୍ତ  ଶିଶୁକ୍ଷେତ୍ରରେ   ପୁଷ୍ଟିହୀନତାର  ସଙ୍କେତ  ମିଳିଥାଏ  ଏବଂ  ଟୀକାକରଣ  ହୋଇନଥିବା  ମଧ୍ୟ  ପରିଲକ୍ଷିତ  ନବଜାତକ  ଓ  ଶିଶୁ  ସନ୍ତାନଙ୍କ  ଯତ୍ନ  (ଦୁଇମାସରୁ  କମ୍)

  • ANM, AWW ଓ  ଆଶାକର୍ମୀଙ୍କ  ଜରିଆରେ  ପ୍ରତ୍ୟକ  ନବଜାତ  ଶିଶୁକୁ  ତିନିଥର  ଯଥା – ୧ମଦିନ, ୩ୟଦିନ, ୭ମ ଦିନ  ଯାଞ୍ଚ  କରାଯିବାର   ବ୍ୟବସ୍ଥା  କରାଯାଇଛି  । ଏପରିକି  କମ୍  ଓଜନ  ଜନ୍ମିତ  ଶିଶୁକୁ  ତିନି ଥରରୁ   ଅଧିକ  ଥର  ଯାଞ୍ଚ  କରାଯାଉଛି   ।
  • ନବଜାତକ  ଓ  ଶିଶୁଙ୍କ  ଯତ୍ନ  (ଦୁଇମାସରୁ – ୫ବର୍ଷ)
  • ତରଳଝାଡା,  ଶ୍ଵାସନଳୀ ସଂକ୍ରମଣ, ଆଖିନାକ  ସଂକ୍ରମଣ, ମ୍ୟାଲେରିଆ, ପୁଷ୍ଟିହୀନତା, ରକ୍ତହୀନତା  ଓ  ଅନ୍ୟାନ୍ୟ  ରୋଗ  ପାଇଁ  ଚିକିତ୍ସା   ।
  • ସ୍ତନ୍ୟପାନ  ଜାରିରଖିବା  ତଥା  ଅନୁପୂରକ  ଖାଦ୍ୟ  ପାଇଁ  ପରାମର୍ଶ  ଦେବା   ।
  • ଟୀକାକରଣ  ।
  • ବିପଦପୂର୍ଣ୍ଣ  ଲକ୍ଷଣର  ଚିହ୍ନଟ  ଓ  ଏହାର  ଡାକ୍ତରୀ  ଚିକିତ୍ସା  ପାଇଁ  ପରାମର୍ଶ  ଦେବା   ।
  1. କୌଶୋରାବସ୍ଥାରେ  ପ୍ରଜନନ  ଓ  ସ୍ୱାସ୍ଥ୍ୟ :

କୌଶୋରାବସ୍ଥାରେ  ଦ୍ରୁତ  ଶାରୀରିକ  ଓ  ମାନସିକ  ଅଭିବୃଦ୍ଧିର  ସମୟ ୧୦ ବର୍ଷରୁ  ଆରମ୍ଭ  ହୋଇ  ୧୯ବର୍ଷ  ବୟସ  ବୟସ  ପର୍ଯ୍ୟନ୍ତ  ଘଟିଥାଏ   ।ଏହି  ସମୟରେ  ସେମାନେ  ଶରୀର  ଓ  ମନରେ  ପରିବର୍ତ୍ତନ  ଅନୁଭବ  କରିଥାନ୍ତି   । ଶରୀରରେ  ଥିବା  ହରମୋନର  ରାସାୟନିକ  କ୍ଷରଣ  ଯୋଗୁଁ  ଏହି  ପରିବର୍ତ୍ତନ  ଘଟିଥାଏ   । ଏବଂ  କିଶୋର  କିଶୋରୀମାନେ  ଯୌବନପ୍ରାପ୍ତି  ଆଡକୁ  ଆଗେଇ  ଆସନ୍ତି   । ଏଭଳି  ଏକ  ସନ୍ଧିକ୍ଷଣରେ  ବୟସ୍କମାନଙ୍କ  ସହିତ  ଖାପ ଖୁଆଇ  ଚଳିବା  ସେମାନଙ୍କୁ  କଷ୍ଟକର  ଲାଗେ   । ତେଣୁ  ସେମାନଙ୍କୁ  ସହାୟତା  ପ୍ରଦାନପୂର୍ବକ  ସଠିକ  ପ୍ରେରଣା  ଯୋଗାଇ  ଦେବା  ଅତ୍ୟନ୍ତ  ଗୁରୁତ୍ଵପୂର୍ଣ୍ଣ   ।

କିଶୋର  ଅବସ୍ଥାରେ  ସେମାନେ  ବହୁ  ସମସ୍ୟାର  ସମ୍ମୁଖୀନ  ହୋଇଥାନ୍ତି,  ବିଶେଷକରି  ଝିଅମାନେ  ଅପପୁଷ୍ଟି, ଦୁର୍ବଳସ୍ୱାସ୍ଥ୍ୟ, ସମସ୍ୟା, ଆଗୁଆ  ବିବାହ,  ଆଗୁଆ  ଗର୍ଭଧାରଣ  ଓ  ଅସୁରକ୍ଷିତ  ଯୌନ  ନିୟୋଗ  ଆଦି  ବହୁବିଧ  ସମସ୍ୟାର  ଶିକାର  ହୋଇଥାନ୍ତି   । କୌଶୋରାବସ୍ଥାରେ  ଗର୍ଭଧାରଣ  ଉଭୟ  ମା’  ଓ  ଶିଶୁମୃତ୍ୟୁ  ଭଳି  ବିପଦର  କାରଣ  ହୋଇପାରେ   ।ପ୍ରଜନନ  ପଥ  ସଂକ୍ରମଣ  ଏବଂ  ଏଚ୍.ଆଇ.ଭି. / ଏଡସ୍  ଭଳି  ମାରାତ୍ମକ  ସମସ୍ୟା  ମଧ୍ୟ  ଏହି  ସମସ୍ୟାକୁ  ଦ୍ଵିଗୁଣିତ  କରିଥାଏ   । ଏହି  ପରିପ୍ରେକ୍ଷୀରେ   କୌଶୋରାବସ୍ଥାରେ  ମାତୃ  ମୃତ୍ୟୁହାର  ଓ  ଶିଶୁ  ମୃତ୍ୟୁହାରରେ  ହ୍ରାସ  ଆଣିବା  ସହିତ  ପ୍ରଜନନକ୍ଷମ  ହାରରେ  ବୃଦ୍ଧି  ଘଟାଇବା  ଉଦ୍ଦେଶ୍ୟରେ  କୌଶୋର  ପ୍ରଜନନ ଓ  ଯୌନ  ସ୍ୱାସ୍ଥ୍ୟ  କାର୍ଯ୍ୟକ୍ରମ  ମଧ୍ୟ  ପ୍ରଜନନ  ଓ  ଶିଶୁସ୍ୱାସ୍ଥ୍ୟ  ପ୍ରକଳ୍ପ – ଦ୍ଵିତୀୟ  ପର୍ଯ୍ୟାୟରେ  ଅନ୍ତର୍ଭୁକ୍ତ  କରାଯାଇଛି   ।

ଉଦ୍ଦେଶ୍ୟ : ପ୍ରଜନନ  ସ୍ୱାସ୍ଥ୍ୟ  ସେବାରେ  କିଶୋର  କିଶୋରୀମାନଙ୍କୁ  ଅନ୍ତର୍ଭୁକ୍ତ  କରି  ସଚେତନତାର  ବିକାଶ  ଘଟାଇବା  ଉପଲବ୍ଧ  ସେବାରେ   ସେମାନଙ୍କୁ  ସାମିଲ  କରିବା  ଏହି  କାର୍ଯ୍ୟକ୍ରମର  ଉଦ୍ଦେଶ୍ୟ  ।

ଉପାୟ :

  • ସ୍ଵଭାବଗତ  ପରିବର୍ତ୍ତନ
  • ବିଳମ୍ବିତ  ବିବାହ
  • ଗର୍ଭାବସ୍ଥାରେ  ଯତ୍ନ
  • ଯୌନ  ସଞ୍ଚାରିତ  ସଂକ୍ରମଣ  ପାଇଁ  ପ୍ରତିରୋଧକ  ଏବଂ  ଚିକିତ୍ସା
  • କଣ୍ଡୋମ, ଗର୍ଭନିରୋଧକ  ବଟିକା,  ଜରୁରୀକାଳୀନ  ଗର୍ଭନିରୋଧକ  ବଟିକା  ଆଦିର  ବ୍ୟବହାର   ।
  • ପୁଷ୍ଟିକର  ପୋଷଣ  ପାଇଁ  ଶିକ୍ଷା  ।
  • ସୁରକ୍ଷିତ  ଗର୍ଭପାତ  ସେବାଯୋଗାଣ
  • ଗୋଷ୍ଠୀ  ସ୍ଵୟଂସହାୟକ  ଦଳ,  ପଞ୍ଚାୟତିରାଜ  ସଂଗଠନ  ଜରିଆରେ  ଲିଙ୍ଗ  ଓ  ପ୍ରଜନନ  ସ୍ୱାସ୍ଥ୍ୟ  ସମ୍ପର୍କୀୟ  ଶିକ୍ଷା  ପ୍ରଦାନ
  • ସ୍ୱାସ୍ଥ୍ୟସେବା  ସୁବିଧା  ପ୍ରଦାନକୁ  ସୁଲଭ  କରାଇବା   ।

କାର୍ଯ୍ୟାବଳୀ :

  • ସ୍ୱାସ୍ଥ୍ୟସେବା  ପ୍ରଦାନକାରୀ,  ସ୍ୱାସ୍ଥ୍ୟ  ଅଧିକାରୀ  ଓ ଅନ୍ୟାନ୍ୟ  ସ୍ୱାସ୍ଥ୍ୟ  ସେବା  ପ୍ରଦାନକାରୀ  ବ୍ୟକ୍ତି  ଏବଂ  ଅନ୍ୟାନ୍ୟ  ବେସରକାରୀ  ଅନୁଷ୍ଠାନମାନଙ୍କୁ  ତାଲିମ  ପ୍ରଦାନ   ।
  • ପ୍ରତ୍ୟକ  ସ୍ତରରେ  ଆଲୋଚନା  ପାଇଁ  ବ୍ୟବସ୍ଥା  ଗ୍ରହଣ   ।
  1. ଆଦିବାସୀ  ସ୍ୱାସ୍ଥ୍ୟ :

ଏକ  ଭିନ୍ନ  ଧରଣ  ସାମାଜିକ  ଓ  ସଂସ୍କୃତି  ସଂପନ୍ନ   ଆଦିବାସୀମାନେ  ଜନପଦ  ବାହାରେ  ଅଲଗା  ଅଲଗା  ନିଛାଟିଆ  ଦୁର୍ଗମ  ଇଲାକାରେ   ବସବାସ  କରୁଥିବାରୁ  ଉପଲବ୍ଧ  ବିକାଶଧାରାର  ମୁଖ୍ୟସ୍ରୋତ  ସହିତ  ସାମିଲ  ହୋଇପାରୁନାହାନ୍ତି  । ଏଣୁ  ସେମାନଙ୍କ  ସ୍ୱାସ୍ଥ୍ୟ – ସମସ୍ୟା  ପ୍ରତି  ବିଶେଷ  ଧ୍ୟାନ  ଦେବା  ଅତ୍ୟନ୍ତ  ଆବଶ୍ୟକ  । ଆଦିବାସୀମାନେ  ରାଜ୍ୟ  ଜନସଂଖ୍ୟାର  ୨୨ ପ୍ରତିଶତ  ହୋଇଥିବାରୁ  ସେମାନଙ୍କର  ଉନ୍ନତି  ବିନା ରାଜ୍ୟର  ସାମଗ୍ରିକ  ବିକାଶ  ଅସମ୍ଭବ  ।  ପୁଣି  ସାକ୍ଷରତା  ଓ  ସ୍ୱାସ୍ଥ୍ୟ  ଆଦି  ସବୁ  କ୍ଷେତ୍ରରେ  ସେମାନେ  ପଛୁଆ  ।

ଏଣୁ  ଆଦିବାସୀଙ୍କ  ସ୍ୱାସ୍ଥ୍ୟ  ସଚେତନତା  ବୃଦ୍ଧି  ନିମନ୍ତେ  ସ୍ଵତନ୍ତ୍ର  ଦୃଷ୍ଟି  ଦିଆଯାଉଛି  । ଏହି  କାର୍ଯ୍ୟାବଳୀ  ମଧ୍ୟରେ  ରହିଛି  ;

  • ଗ୍ରାମୀଣ  ସ୍ୱାସ୍ଥ୍ୟ  କମିଟି  ଗଠନ  କରିବା   ।
  • ଆଶା  (ସ୍ଵିକୃତି  ପ୍ରାପ୍ତ ସାମାଜିକ  ସ୍ୱାସ୍ଥ୍ୟକର୍ମୀ) କର୍ମୀଙ୍କୁ  ନିଯୁକ୍ତି  ଦେବା   ।
  • ପାରମ୍ପରିକ  ପ୍ରସବକାରୀଙ୍କ  ଜରିଆରେ  ଗୋଷ୍ଠୀମାନଙ୍କ  ସହିତ  ସମ୍ପର୍କସ୍ଥାପନ  କରି  ସ୍ୱାସ୍ଥ୍ୟ  ସୁବିଧା  ପ୍ରଦାନ  କରିବା  ।
  • ପ୍ରତି  ୫୦୦୦  ଜନସଂଖ୍ୟା  ବିଶିଷ୍ଟ  ସ୍ୱାସ୍ଥ୍ୟ  ଉପକେନ୍ଦ୍ର  ପାଇଁ  ତିନିଜଣ  ସ୍ୱାସ୍ଥ୍ୟକର୍ମୀଙ୍କୁ  ନିଯୁକ୍ତି  ଦେବା   ।
  • ପ୍ରତି  ୩୦୦ ଜନସଂଖ୍ୟା  ବିଶିଷ୍ଟ  ଆଦିବାସୀ  ଗାଁରେ  ସ୍ୱାସ୍ଥ୍ୟ  ଶିବିରର  ଆୟୋଜନ  କରିବା   ।
  • ଭ୍ରାମ୍ୟମାଣ  ସ୍ୱାସ୍ଥ୍ୟ  ୟୁନିଟ  ବ୍ୟବସ୍ଥା  କରିବା   ।
  • ବ୍ଲକ  ସ୍ତରରେ  ଜରୁରୀକାଳୀନ  ପ୍ରସୂତି  ସ୍ୱାସ୍ଥ୍ୟସେବା  ଶିବିରର  ଆୟୋଜନ  କରିବା  ସଙ୍ଗେ  ସଙ୍ଗେ  ପ୍ରଥମ  ରେଫେରାଲ  ୟୁନିଟ  ସ୍ତରରେ  ବ୍ୟାପକ  ପ୍ରସୂତୀ  ସ୍ୱାସ୍ଥ୍ୟ  ସେବାର  ଆୟୋଜନ  ସହିତ  ଭିତ୍ତିଭୂମିର  ବିକାଶ  ଓ  ଯଥେଷ୍ଟ  ସଂଖ୍ୟକ  କର୍ମୀଙ୍କୁ  ନିଯୁକ୍ତି  ଦେବା   ।
  • ବେସରକାରୀ  ସ୍ଵେଚ୍ଛାସେବୀ  ସଂଗଠନ  ଜରିଆରେ  ମାସିକ ସ୍ୱାସ୍ଥ୍ୟମେଳାର  ଆୟୋଜନ  କରାଯାଇ  ପ୍ରଜନନ  ଓ  ଶିଶୁସ୍ୱାସ୍ଥ୍ୟ  ସମ୍ପର୍କରେ  ଅବଗତ   କରାଇବା  ସହିତ  ତାଲିମ  ଦେଇ  ଦକ୍ଷ  ସାମାଜିକ  ସେବା  ପ୍ରଦାନକାରୀ  ସୃଷ୍ଟି  କରିବା  ସଙ୍ଗେ  ସଙ୍ଗେ  ପ୍ରଜନନ  ଓ  ଶିଶୁସ୍ୱାସ୍ଥ୍ୟ  ବିଷୟରେ  ଆଦିବାସୀ  ମହିଳାମାନଙ୍କୁ  ସଶକ୍ତିକରଣ  ଦିଗରେ  ଆଗେଇନେବା   ।

ପରିବାର  ନିୟୋଜନ :

ଅଧିକ  ସଂଖ୍ୟକ  ସନ୍ତାନଙ୍କୁ  ଜନ୍ମ  ଦେବା  ଓ  ଦୁଇଟି  ପିଲାଙ୍କ  ଜନ୍ମ  ମଧ୍ୟରେ  ସଠିକ  ବ୍ୟବଧାନ  ରହିବା  ହେତୁ  ଉଭୟ  ମା’  ଓ  ପିଲାମାନେ  ବହୁ  ଜଟିଳ  ସ୍ୱାସ୍ଥ୍ୟ  ସମସ୍ୟା  ଓ  ଅପପୁଷ୍ଟିର  ଶିକାର  ହେଉଥିବା  ଦେଖାଯାଏ   । ଭାରତ  ସରକାର  ପରିବାର  ନିୟୋଜନ  ପାଇଁ  ବହୁପ୍ରକାର  ଅସ୍ଥାୟୀ  ଓ  ସ୍ଥାୟୀ  ବ୍ୟବସ୍ଥା  କରିଛନ୍ତି   ଯାହା  ଶିକ୍ଷିତ  ଗୋଷ୍ଠୀରେ  ଖୁବ୍  ଗ୍ରହଣୀୟ  ହୋଇପାରିଛି   ।

ଯଥା : -

  • ବନ୍ଧ୍ୟାକରଣ : ଦୁଇ  ବା  ତିନୋଟି  ସନ୍ତାନ  ପରେ  ପିତାମାତା  ଅସ୍ତ୍ରୋପ୍ରଚାର  ଜରିଆରେ  ବନ୍ଧ୍ୟାକରଣ  କରିପାରିବେ   । ମହିଳା  ବନ୍ଧ୍ୟାକରଣ  ଆମ  ରାଜ୍ୟରେ  ଖୁବ୍  ଲୋକପ୍ରିୟ  ହୋଇପାରିଛି   । ପ୍ରତ୍ୟକ  ସରକାରୀ  ଡାକ୍ତରଖାନାରେ  ଏହି  ଅସ୍ତ୍ରୋପ୍ରଚାରର  ସୁବିଧା  ରହିଛି  ।
  • କପର – ଟି : କପର – ଟି  ସ୍ତ୍ରୀର  ଜରାୟୁରେ  ସ୍ଥାପନ  କରାଯାଇ  ଗର୍ଭଧାରଣକୁ   ରୋକାଯାଇଥାଏ   । ଏହି  ଜିନିଷଟି  ସରକାର  ଯୋଗାଇଥାନ୍ତି   ।ଏହା  ପ୍ରତ୍ୟକ  ସ୍ୱାସ୍ଥ୍ୟ  ଉପକେନ୍ଦ୍ରରେ  ଉପଲବ୍ଧ   ।
  • ନିରୋଧ  (କଣ୍ଡୋମ)ର  ବ୍ୟବହାର : ଗର୍ଭଧାରଣକୁ  ରୋକିବା  ସହିତ ଏଚ୍.ଆଇ.ଭି. / ଏଡସ୍  ଭଳି  ଯୌନ  ସଂକ୍ରମିତ  ରୋଗର  ସଞ୍ଚାରଣକୁ  ପ୍ରତିହତ  କରିବା  ପାଇଁ  ମଧ୍ୟ  ଏହାକୁ  ବ୍ୟବହାର  କରାଯାଇଥାଏ   । କଣ୍ଡୋମ  ଭେଣ୍ଡର  ଯନ୍ତ୍ରମାଧ୍ୟମରେ  ଏହା  ହସ୍ପିଟାଲ  ଏବଂ  ବଜାର  ଅଞ୍ଚଳରେ  ଉପଲବ୍ଧ   ହୁଏ   ।
  • ଗର୍ଭନିରୋଧକ  ବଟିକା :  ଗର୍ଭଧାରଣକୁ  ରୋକିବା  ନିମନ୍ତେ  ଗର୍ଭନିରୋଧ  ବଟିକା  ମହିଳାମାନେ  ସେବନ  କରିଥାନ୍ତି   । ଏହା  ଭାରତ  ସରକାରଙ୍କ  ଦ୍ଵାରା  ଯୋଗାଇ  ଦିଆଯାଇଥାଏ  ଏବଂ  ଜିଲ୍ଲାର  ପ୍ରତ୍ୟକ  ସ୍ୱାସ୍ଥ୍ୟ  ଉପକେନ୍ଦ୍ରମାନଙ୍କରେ  ମାଗଣାରେ  ମିଳେ   ।

କ୍ଷତିପୂରଣ :

ସ୍ଵେଚ୍ଛାକୃତ  ବନ୍ଧ୍ୟାକରଣ  ଅସ୍ତ୍ରୋପ୍ରଚାରକୁ  ପ୍ରୋତ୍ସାହନ  ଦେବା  ପାଇଁ  ଭାରତସରକାରଙ୍କ  ଦ୍ଵାରା  ସମୟକୁ  ସମୟ  ନିର୍ଦ୍ଧାରିତ  ହାରରେ  କ୍ଷତିପୂରଣର  ବ୍ୟବସ୍ଥା  କରାଯାଇଛି   । ଅସ୍ତ୍ରୋପ୍ରଚାର  ସମୟ  ମଧ୍ୟରେ  ହରାଉଥିବା  ମଜୁରୀ  ବାବଦ  ସଂପୃକ୍ତ  ବ୍ୟକ୍ତିଙ୍କୁ  ଏହା  ପ୍ରଦାନ  କରାଯାଇଥାଏ   । ଏହା  ଛଡା  ଅସ୍ତ୍ରୋପ୍ରଚାର  ଜନିତ  ମୃତ୍ୟୁ  ଜଟିଳତା  ଓ  ବନ୍ଧ୍ୟାତ୍ଵର  ବିଫଳତା  ପାଇଁ  ଭାରତ  ସରକାର  ବୀମାକରଣର  ସୁବିଧା  ଆରମ୍ଭ  କରିଛନ୍ତି   । ଏଥିରେ  ସଂପୃକ୍ତ  ଡାକ୍ତର  କ୍ଷତିପୂର୍ତ୍ତି  ବ୍ୟବସ୍ଥା  ମଧ୍ୟ  ରହିଛି   । ଏ  ସମ୍ପର୍କରେ  ଭାରତ  ସରକାର  ଓ  ଓରିଏଣ୍ଟାଲ  ଇନସ୍ୟୁରାନ୍ସ  କମ୍ପାନୀ  ମଧ୍ୟରେ  ଏକ  ଚୁକ୍ତିନାମା  ନଭେମ୍ବର  ୨୦୦୫ରେ  ସ୍ଵାକ୍ଷରିତ  ହୋଇ  କାର୍ଯ୍ୟକାରୀ  ହେଉଛି   । ରାଜ୍ୟର  ପ୍ରତ୍ୟକ  ଜିଲ୍ଲାରେ  ଏହି  ସୁବିଧା  ଉପଲବ୍ଧ   ।

ସବୁଜ  ପତ୍ରିକା  ଯୋଜନା :

ଦୁଇ  ବା  ତା’ଠାରୁ  କମସଂଖ୍ୟକ  ପିଲା  ଥିବା  ଦମ୍ପତିମାନଙ୍କୁ  ସ୍ଥାୟୀ  ପରିବାର  ନିୟୋଜନର  ବ୍ୟବସ୍ଥା  ପାଇଁ  ଉତ୍ସାହିତ  କରିବା  ନିମନ୍ତେ  ରାଜ୍ୟ  ସରକାର  ୧୯୮୩  ମସିହାଠାରୁ  ସବୁଜ  ପତ୍ରିକା  ଯୋଜନା  ଆରମ୍ଭ  କରିଛନ୍ତି   । ସବୁଜ  ପତ୍ରିକା  ପିତାମାତା    ତାଙ୍କ  ପିଲାମାନେ  ଏହି  ଯୋଜନା  ମାଧ୍ୟମରେ  କେତେକ  ସୁବିଧା  ସୁଯୋଗ  ପାଇ  ପାରୁଛନ୍ତି,  ଯାହା  ରାଜ୍ୟର  ପ୍ରତ୍ୟକ  ଜିଲ୍ଲାରେ  କାର୍ଯ୍ୟକାରୀ  ହେଉଛି   ।

ଟୀକାକରଣ  :

ଶୈଶବାବସ୍ଥାରେ  ରୋଗ  ଗୁସିକ  ପ୍ରତିରୋଧ  କରିବାର  ମୁଖ୍ୟ  ଓ  ସଫଳ  ପ୍ରୟାସ  ହେଉଛି  ଟୀକାକରଣ  । ସାର୍ବଜନୀନ  ଟୀକାକରଣ  କାର୍ଯ୍ୟକ୍ରମ  ୧୯୮୫ ମସିହାରୁ  ଭାରତବର୍ଷରେ  ପ୍ରଚଳିତ  ହେଲାଣି   । ସେହିଦିନଠାରୁ  ଟୀକାଦାନ  ଯୋଗୁଁ  ରାଜ୍ୟରେ  ପ୍ରତ୍ୟକ  ଜିଲ୍ଲାରେ  କରାଯାଉଥିବା  ଶିଶୁରୋଗ  ତଥା  ଶିଶୁ  ମୃତ୍ୟୁହାରରେ  ହ୍ରାସ  ପରିଲକ୍ଷିତ  ହେଉଛି   ।

ଟୀକାକରଣର  ଉଦ୍ଦେଶ୍ୟ :

କଣ୍ଠ  ଆଳତି, ଯକ୍ଷ୍ମା, ପୋଲିଓ, ଲହରାକାଶ,  ଧନୁଷ୍ଟଙ୍କାର  ଓ  ମିଳିମିଳା  ଭଳି  ଛଅଟି  ମାରାତ୍ମକ  ରୋଗରୁ  ଶିଶୁକୁ  ସୁରକ୍ଷା  ପ୍ରଦାନ  କରିବା  ହେଉଛି  ଟୀକାକରଣ  ଉଦ୍ଦେଶ୍ୟ   ।

ଟୀକାଦାନ  କାର୍ଯ୍ୟାବଳୀ  :

  • ରୁଟିନ ଟୀକାକରଣ  ଅନୁସୂଚୀ  : ଏହା  ଜାତୀୟ  ଟୀକାକରଣ  ଅଭିଯାନ  । ସମସ୍ତ  ରାଜ୍ୟ  ଏହାକୁ  ଅନୁସରଣ  କରନ୍ତି   ।
  • ସ୍ଵତନ୍ତ୍ର  ଟୀକାକରଣ  ସପ୍ତାହ : ଦୂରଦୂରାନ୍ତ  ଅପହଞ୍ଚ  ଅଞ୍ଚଳରେ  ରହୁଥିବା  ଗର୍ଭବତୀ  ମହିଳା  ଓ  ଶିଶୁ  ଯେଉଁମାନଙ୍କ  ଦୁଇ  ଦଫା  ଟୀକାଦାନ  କରାଯାଇ  ପାରିନାହିଁ   ସେମାନଙ୍କ  ଟୀକାକରଣ  ପାଇଁ  ବର୍ଷକୁ  ଦୁଇଥର  ଟୀକାକରଣ  ସପ୍ତାହ  ମାଧ୍ୟମରେ  ସେମାନଙ୍କୁ  ସାମିଲ   କରାଯାଇଥାଏ   ।
  • ବିଶେଷ  ପଲସ୍  ପୋଲିଓ  ଟୀକାକରଣ  : ଦେଶକୁ  ମାରାତ୍ମକ  ପୋଲିଓ  ବ୍ୟାଧିର  ବିପଦରୁ  ସଂପୂର୍ଣ୍ଣ  ମୁକ୍ତ  ରଖିବା  ପାଇଁ  ଏହାର  ନିରାକରଣ   ସକାଶେ  ଭାରତ  ସରକାର  ପଲସ୍  ପୋଲିଓ  ଟୀକାକରଣ  ଅଭିଯାନ  କାର୍ଯ୍ୟକ୍ରମର  ପ୍ରବର୍ତ୍ତନ  କରିଛନ୍ତି   ।
  • ପର୍ଯ୍ୟାପ୍ତ   ଟୀକାକରଣ  ଔଷଧ  ଯୋଗାଣ  : ରାଜ୍ୟର  ଚାହିଦା  ଅନୁସାରେ  ଭାରତ  ସରକାର  ସମସ୍ତ  ପ୍ରକାର  ଟୀକା  ଓ  ସରଞ୍ଜାମ  ଯୋଗାଇ  ଦେଉଛନ୍ତି   । ଭାରତ  ସରକାରଙ୍କ  ନିର୍ଦ୍ଧାରିତ  ମାନକ  ଅନୁସାରେ  ଟୀକାଗୁଡିକ  ଗଚ୍ଛିତ  ରଖିବା,  ପରିବହନ  କରିବା  ସହିତ  ଶୀତଳକରଣର  ବ୍ୟବସ୍ଥା  କରାଯାଇଥାଏ   ।
  • ଟୀକାକରଣ  କାର୍ଡ  ଓ  ମୁଣ୍ଡା  ରସିଦ  : ଟୀକାକରଣ  ହୋଇଥିବା  ମା’  ଓ  ଶିଶୁଙ୍କ  ପାଇଁ  ଗୋଟିଏ  କାର୍ଡ  ବ୍ୟବହୃତ  ହେବ   । ଏଥିରେ  ଟୀକାର  ନାମ  ଏବଂ  ଟୀକାକରଣର  ତାରିଖ  ଲିପିବଦ୍ଧ  ହେବ  । ଏହାର  ମୁଣ୍ଡା  ରସିଦ  ବିବରଣୀ  ଉପ  ସ୍ୱାସ୍ଥ୍ୟକେନ୍ଦ୍ରର  ସ୍ୱାସ୍ଥ୍ୟ  କର୍ମୀ / ଟୀକାଦାନକାରୀଙ୍କ  ଦ୍ଵାରା  ପରିଚାଳିତ  ହେଉଥିବ   । ପରବର୍ତ୍ତୀ   ସମୟରେ  ଶିଶୁର   ପିତାମାତାମାନେ  ମୂଳ  କାର୍ଡ  ଦେଖାଇନପାରିଲେ  ଏହି  ମୁଣ୍ଡା  ରସିଦ   କାର୍ଯ୍ୟରେ  ଆସିବ  ।
  • ଶୀତଳିକରଣ  ବ୍ୟବସ୍ଥା  ପରିଚାଳନା  : ଟୀକାର  କାର୍ଯ୍ୟକାରିତାକୁ  ଅତୁଟ  ରଖିବା  ପାଇଁ  ଏଗୁଡ଼ିକର  ଉତ୍ପାଦନ  ସ୍ଥଳରୁ  ଆରମ୍ଭ  କରି  ପରିବହନ,  ଗଚ୍ଛିତକରଣ  ଏବଂ  ବ୍ୟବହାର  କଲା  ପର୍ଯ୍ୟନ୍ତ  ଏକ  ନିର୍ଦ୍ଧିଷ୍ଟ   ତାପମାତ୍ରାରେ  ରଖାଯିବାର  ପ୍ରକ୍ରିୟାକୁ   ଶୀତଳିକରଣ  କୁହାଯାଏ   ।
  • ଏ.ଡି.ସିରିଞ୍ଜର   ବ୍ୟବହାର  : ଭାରତ  ସରକାରଙ୍କ  ଦ୍ଵାରା  କାଚ  ସିରିଞ୍ଜ  ପରିବର୍ତ୍ତେ  ଏ.ଡି.ସିରିଞ୍ଜ  (ଡିସ୍ ପୋଜେବ୍ଲ  ରିକନଷ୍ଟିଚ୍ୟୁସନ  ସିରିଞ୍ଜ  ଓ  ଛୁଞ୍ଚି)  ଯୋଗାଇଦିଆ  ଯାଉଅଛି   । ଏହାଦ୍ଵାରା  ଟୀକାଦାନ  ଜନିତ  କୁପ୍ରଭାବକୁ  ରୋକାଯାଇପାରୁଛି   ।
  • ସ୍ୱାସ୍ଥ୍ୟକର୍ମୀ  (ପରିବାର  ନିୟୋଜନ)ଙ୍କୁ  ତାଲିମ : ଟୀକାଦାନ  ପାଇଁ  ଯେଉଁ  ସ୍ୱାସ୍ଥ୍ୟକର୍ମୀମାନଙ୍କୁ  ନିଯୁକ୍ତ  କରାଯାଇଛି  ସେମାନଙ୍କୁ  ଟୀକାଦାନ  ପାଇଁ  ତାଲିମ  ଦିଆଯିବା  ସହିତ  ଶୀତଳିକରଣ,  ତଥା  ଅବଶିଷ୍ଟ  ଟିକାଗୁଡିକ  ପରବର୍ତ୍ତୀ  ଟୀକାକରଣ  ତାରିଖ  ସୂଚୀ  ପର୍ଯ୍ୟନ୍ତ  ନିରାପଦ  ଭାବେ  ସଂରକ୍ଷଣ   ପାଇଁ  ଶିକ୍ଷା  ଦିଆଯାଉଛି   ।
  • ଟୀକାଦାନର  ପ୍ରତିକୂଳ  ପ୍ରଭାବ : ଟୀକାଦାନ  ଜନିତ  ଯେ  କୌଣସି  ପ୍ରତିକୂଳ  ପ୍ରଭାବକୁ  ଚିହ୍ନଟ  କରି  ତାର  ସଠିକ  ଉପଚାର  ପାଇଁ  ପ୍ରତ୍ୟକ  ସ୍ୱାସ୍ଥ୍ୟକର୍ମୀଙ୍କୁ  ତାଲିମ  ପ୍ରଦାନ  କରାଯାଉଛି   ।
  • ଟୀକାଦାନ  ଦ୍ଵାରା  ପ୍ରତିରୋଧ  ରୋଗପାଇଁ  ସର୍ବେକ୍ଷଣ  : ଟୀକାକରଣର  କୌଶଳ  ଦୃଷ୍ଟିରୁ  ଟୀକାଦାନ  ମାଧ୍ୟମରେ   ପ୍ରତିହତ  କରାଯାଉଥିବା  ରୋଗଗୁଡିକ  ସମ୍ବନ୍ଧରେ  ସର୍ବେକ୍ଷଣ  ଦ୍ଵାରା  ସୂଚନା  ସଂଗ୍ରହ  କରାଯାଉଛି   ।
କିଶୋରୀ  ଶକ୍ତି  ଯୋଜନା : ଆଇ.ସି.ଡି.ଏସ୍ : ଭିତ୍ତିଭୂମିକୁ  ବ୍ୟବହାର  କରି  କିଶୋରୀମାନଙ୍କ  ପାଇଁ  ଏକ  ଯୋଜନା  ପ୍ରସ୍ତୁତ  କରାଯାଇଛି   । ଏହାଦ୍ଵାରା  ବୈଷୟିକ  ତାଲିମ  ବ୍ୟବସ୍ଥାକୁ   ବଳିଷ୍ଠ  କରିବା   ସଙ୍ଗେ  ସଙ୍ଗେ   ନିଜସ୍ଵ  ଉପଲବ୍ଧିର  ଅଭିବୃଦ୍ଧି  ସହିତ  ଅନ୍ୟାନ୍ୟ   ଅନୁରୂପ  କାର୍ଯ୍ୟକ୍ରମର   ସମନ୍ଵୟ  ଶିକ୍ଷା,  ଗ୍ରାମ୍ୟଉନ୍ନୟନ, ନିଯୁକ୍ତି  ଓ  ସ୍ୱାସ୍ଥ୍ୟସେବା  ଆଡିକୁ  ଅଧିକ  ବ୍ୟାପକ  କରାଯାଇପାରିବ   । ଏହି  ନୂତନ  ଆଭିମୁଖ୍ୟ   ଜରିଆରେ   ବୟସ୍କ  ଓ  କିଶୋରୀମାନଙ୍କ  ସମ୍ପର୍କରେ  ଉତ୍ତମ  ବୁଝାମଣା  ସୃଷ୍ଟି  କରିବା  ସହିତ  ଅପପୁଷ୍ଟି  ଓ  ଲିଙ୍ଗଗତ  ଭେଦାଭେଦ  ଦୂର  କରି  ନିଜସ୍ଵ  ବିକାଶ  ପାଇଁ  କିଶୋରୀମାନଙ୍କ  ସକାଶେ   ଅନୁକୂଳ   ପରିବେଶ  ସୃଷ୍ଟି  କରାଯାଇପାରିବ   । ଏହି  ଯୋଜନା  ମାଧ୍ୟମରେ  କିଶୋରୀମାନଙ୍କର  ଆତ୍ମବଳର   ବୃଦ୍ଧି  ଘଟାଇ  ସେମାନଙ୍କ  ଜ୍ଞାନ  ଓ  ଦକ୍ଷତାର   ପରିସୀମାକୁ   ଆହୁରି  ବ୍ୟାପକ  କରାଯିବାର  ଉଦ୍ଦେଶ୍ୟ  ରଖାଯାଇଛି   । ଏହା  ଫଳରେ  ସେମାନେ  ସମାଜରେ  ଉତ୍ପାଦନକ୍ଷମ  ହୋଇପାରିବାର   ଭୂମିକା  ହାସଲକରି  ପାରିବେ   । ପୁଷ୍ଟିକର  ପୋଷଣ  ଓ  ଉନ୍ନତ  ସ୍ୱାସ୍ଥ୍ୟ  ବ୍ୟବସ୍ଥା  ପାଇଁ  ଏହି  କାର୍ଯ୍ୟକ୍ରମ  ଉଦ୍ଦିଷ୍ଟ  ହୋଇଥିଲେ  ମଧ୍ୟ  ଏହାଦ୍ଵାରା  କିଶୋରୀମାନେ  ସଶକ୍ତିକରଣ  ପ୍ରକ୍ରିୟା  ମାଧ୍ୟମ  ଦେଇ  ଦିନେ  ନିଜର  ବିକାଶ  ଘଟାଇବା  ସହିତ  ନିଷ୍ପତ୍ତିମୂଳକ  ଭୂମିକା  ଗ୍ରହଣ  କରିପାରିବେ   ବୋଲି  ନିଃସନ୍ଦେହରେ  କୁହାଯାଇପାରେ   ।

ଏଚ୍.ଆଇ.ଭି. – ଏଡସ

ମଣିଷ  ଜାତିର  ମାରାତ୍ମକ  ଶତୃ

୧୯୮୧  ମସିହାରେ  ସର୍ବପ୍ରଥମେ  ଯୁକ୍ତରାଷ୍ଟ୍ର  ଆମେରିକାରେ  ଏଡସ  ରୋଗକୁ  ଚିହ୍ନଟ  କରାଯାଇଥିଲା  । ଏହି  ସମୟରୁ  ହିଁ  ଏଡସ୍  ସଂକ୍ରମଣ  ବିଶ୍ଵର   ବିଭିନ୍ନ  ରାଷ୍ଟ୍ରରେ  ବ୍ୟାପକ  ଭାବରେ   ଦେଖାଯାଉଛି   ।

୧୯୮୬ ମସିହାରେ  ସର୍ବପ୍ରଥମେ  ଭାରତରେ  ଏଡସ  ରୋଗ  ଚିହ୍ନଟ  କରାଯାଇଥିଲା,  ସେବେଠାରୁ  ଏଚ.ଆଇ.ଭି.  ବ୍ୟାପକ  ଭାବରେ  ଆମ ଦେଶରେ  ବ୍ୟାପିବାରେ  ଲାଗିଛି   ।

ଥରେ  ଜଣେ  ବ୍ୟକ୍ତି  ଏଚ.ଆଇ.ଭି.  ଭୂତାଣୁ  ଦ୍ଵାରା  ଆକ୍ରାନ୍ତ  ହେଲେ  ସେଥିରୁ  ଆରୋଗ୍ୟ  ହେବାପାଇଁ   କୌଣସି  ନିର୍ଭରଯୋଗ୍ୟ  ଚିକିତ୍ସା  ପଦ୍ଧତି,  ଔଷଧ  ବା  ଟୀକା  ଏଯାଏ  ବାହାରି  ନାହିଁ   । ଏଡସ୍  ଏପରି  ଏକ  ମାରାତ୍ମକ  ରୋଗ,  ଯାହାର  ସଫଳ  ଭିକିତ୍ସା  ଏଯାବତ  ବାହାରିନାହିଁ   । ତେଣୁ  ଏହି  ମାରାତ୍ମକ  ମହାବ୍ୟାଧିରୁ  ନିଜକୁ  ରକ୍ଷା  କରିବା  ପାଇଁ  ପ୍ରତ୍ୟକ  ବ୍ୟକ୍ତି  ଏଡସ୍  ସମ୍ପର୍କରେ  ଜାଣିବା  ଉଚିତ୍  ଏବଂ  ତାକୁ  କିପରି  ମୁକାବିଲା  କରାଯିବ  ସେ  କଥା  ବୁଝିବା  ଉଚିତ୍  ।

ସବୁଠାରୁ  ଭୟାନକ  ହେଉଛି   ଏଚ୍.ଆଇ.ଭି. ର  ସୂକ୍ଷ୍ମ  ଭୂତାଣୁ  ମଣିଷ  ଶରୀରରେ  ଖୁବ  ବେଗରେ  ସଂକ୍ରମିତ  ହୋଇଥାଏ   । ଜଣେ ଏଚ୍.ଆଇ.ଭି.  ସଂକ୍ରମିତ  ବ୍ୟକ୍ତି  ସବୁଦିନ  ପାଇଁ  ଏଚ୍.ଆଇ.ଭି.  ପଜିଟିଭ  ରହନ୍ତି  ଏବଂ  ସଂକ୍ରମିତ  ଅଟନ୍ତି   ।

ଅଳ୍ପ  କିଛି  ବର୍ଷତଳେ  ଯେଉଁ  ରୋଗର   କୌଣସି  ପ୍ରକାର  ଗନ୍ଧ   ବାସନା  ନଥିଲା  ତାହା  ବର୍ତ୍ତମାନ  ସାରା  ବିଶ୍ଵରେ  ଏକ  ଆତ୍ମଘାତୀ  ରୋଗ  ଭାବେ  ଚର୍ଚ୍ଚାର  ବିଷୟ  ହୋଇପଡିଛି   ।

ନାଲିଫିତାର  ଇତିବୃତ୍ତି

ଏକଦା  ଏଡସ୍  ଏକ  ସାଧାରଣ  ରୋଗ  ଭାବରେ   ପରିଗଣିତ  ହେଉଥିଲା  ମାତ୍ର  ଆମେରିକାର  କେତେକ  ଆଟିଷ୍ଟ  ଏହି  ରୋଗରେ  ଆକ୍ରାନ୍ତ  ହୋଇ  ପ୍ରାଣ  ହରାଇଥିବା  ବନ୍ଧୁଙ୍କୁ  ସ୍ମରଣ   କରିବା  ପାଇଁ  ସଙ୍କେତ  ସ୍ୱରୂପ  ନାଲି  ଫିତା  ପିନ୍ଧିବାକୁ  ପସନ୍ଦ  କରୁଥିଲେ   । ଏକଦା  ଏଡସ୍  ସଙ୍କ୍ରାନ୍ତୀୟ  ଅନୁଷ୍ଠିତ  ହୋଇଥିବା  ଆନ୍ତର୍ଜାତୀୟ  ସମ୍ମିଳନୀରେ  ମଣିଷର  ପ୍ରାଣଘାତୀ  ରୋଗ  ଏଚ.ଆଇ.ଭି.- ଏଡସ୍  ସମ୍ପର୍କରେ  ଫୁଙ୍ଖାନୁଫୁଙ୍ଖ  ଆଲୋଚନା  କରାଯାଇଥିଲା   । ସେଠାରେ   ସମସ୍ତେ  ଏକ  ବଡ  ଆକାରର  ନାଲି  ଫିତାକୁ   ଛୋଟ  ଛୋଟ   ଖଣ୍ଡ  କରି  କାଟି  ପିନ୍  ସାହାଯ୍ୟରେ  ନିଜ  ସାର୍ଟିଫିକେଟ   ଉପରେ  ଲଗାଇବା  ଆରମ୍ଭ  କରିଥିଲେ   । ଏଚ.ଆଇ.ଭି. / ଏଡସ  ପ୍ରତି  ସେମାନଙ୍କ  ହୃଦୟର  ଏକାନ୍ତ  ଉଦବିଘ୍ନତାର   ପରିପ୍ରକାଶର  ଏହା  ଆକ  ମାଧ୍ୟମ  ଥିଲା   ।

ସେହି  ସମୟଠାରୁ  ସାରା  ବିଶ୍ଵରେ  ନାଲି  ଫିତାକୁ  ଏଚ୍.ଆଇ.ଭି. – ଏଡସ ର  ପ୍ରତୀକ  ଭାବରେ  ବ୍ୟବହାର  କରାଯାଉଛି   ।

  • ଏହା  ଏଚ୍.ଆଇ.ଭି. – ଏଡସ  ଆକ୍ରାନ୍ତ  ବ୍ୟକ୍ତି  ଓ  ପରିବାରବର୍ଗଙ୍କ  ଅଧିକାର, ଆତ୍ମସମ୍ମାନ  ଓ  ଜୀବନଧାରଣ  ପାଇଁ  ସମର୍ଥନ  ଜଣାଇବାର  ଏକ  ପ୍ରତୀକ   ଅଟେ   ।
  • ଏହି  ନାଲିଫିତା  ଜୀବନକୁ  ଭଲପାଇବା  ଏବଂ  ସାମ୍ୟବାଦର  ପ୍ରତୀକ   ।
  • ନାଲିଫିତା  ପିନ୍ଧିବା  ହେଉଛି  ଏଚ.ଆଇ.ଭି.  ବିରୁଦ୍ଧରେ   ସଂଗ୍ରାମ  କରିବାର  ପ୍ରତୀକ  ।

ଏଚ୍.ଆଇ.ଭି. – ଏଡସ କ’ଣ  ?

ଏଚ୍.ଆଇ.ଭି.

ଏଚ୍.ଆଇ.ଭି.ର  ପୂରା  ସଜ୍ଞା  ହେଉଛି  ହ୍ୟୁମାନ  ଇମ୍ୟୁନୋଡେଫିସିଏନ୍ସି   ଭାଇରସ,  ଅର୍ଥାତ୍ – ମଣିଷର  ରୋଗ  ପ୍ରତିରୋଧ  ଶକ୍ତିର ଅଭାବ  ସୃଷ୍ଟିକାରୀ  ଭୂତାଣୁ  ଯାହା  ମଣିଷର  ରୋଗ  ପ୍ରତିରୋଧକ  ଶକ୍ତିକୁ   ନଷ୍ଟକରିଦିଏ   । ଏଚ୍.ଆଇ.ଭି. ଏକ  ଭାଇରସ୍  ବା  ଭୂତାଣୁ,  ଯାହା  ଏଡସ୍ ର  କାରଣ   ।

ଏଚ୍ ହ୍ୟୁମାନ :  ଏହି  ଭୂତାଣୁ  କେବଳ  ମଣିଷଜାତିକୁ  ଆକ୍ରମଣ  କରିଥାଏ   ।

ଆଇ – ଇମ୍ୟୁନୋଡେଫିସିଏନ୍ସି  :  ଭୂତାଣୁର  ଆକ୍ରମଣ  ଦ୍ଵାରା  ମଣିଷ  ଶରୀରର  ପ୍ରଧାନ  ରୋଗ  ପ୍ରତିରକ୍ଷା  ଶକ୍ତି  ଯାହା  ବାହ୍ୟରୋଗ  ସୃଷ୍ଟିକାରୀ  ଜୀବାଣୁକୁ  ପ୍ରତିରୋଧ  କରିବା  ପାଇଁ  ଯଥେଷ୍ଟ  ହୁଏ  ନାହିଁ   ।

ଭି – ଭାଇରସ୍  : ଶରୀରରେ  ଥିବା  ଉପାଦାନକୁ  ବ୍ୟବହାର  କରି  ବୃଦ୍ଧି  ପାଏ  ।

ଏଡସ୍ କ’ଣ ?

ଏଡସ୍ ହେଉଛି  ଆକ୍ୱାର୍ଡ  ଇମ୍ୟୁନୋଡେଫିସିଏନ୍ସି  ସିନଡ୍ ମ

ଏ :  ଆକ୍ୱାର୍ଡ – ଅର୍ଜିତ – ନିଜ  ଦେହକୁ  ଅନ୍ୟଠାରୁ   କିଛି  ଗ୍ରହଣ  କରିବା   ।

ଆଇ : ଡି : ଇମ୍ୟୁନୋଡେଫିସିଏନ୍ସି – ମଣିଷ  ଶରୀରରେ  ଥିବା  ରୋଗପ୍ରତିରୋଧକ  ଶକ୍ତି

ଏସ୍ : ସିନଡ୍ ମ୍ – ରୋଗ  ଗୁଡିକର  ଲକ୍ଷଣ  ।

ଏଚ୍.ଆଇ.ଭି. ଏକ  ଭାଇରସ୍ ବା  ଜୀବାଣୁ  ଯାହା  ସୁସ୍ଥମଣିଷ  ଶରୀରରେ  ଯେ  କୌଣସି  ଉପାୟରେ  ପ୍ରବେଶ  କରେ  ଏବଂ  ରକ୍ତକଣିକାରେ  ମିଶି  ଧୀରେ  ଧୀରେ   ବୃଦ୍ଧି  ପାଇବା  ସଙ୍ଗେ  ସଙ୍ଗେ  ରୋଗ  ପ୍ରତିରୋଧକ  ଶକ୍ତିକୁ  ନଷ୍ଟ  କରେ   । ଫଳରେ  ରୋଗର  ପ୍ରତିରୋଧ  ବା  ଅସୁସ୍ଥତା  ବିରୁଦ୍ଧରେ  ଶରୀରର  ଶକ୍ତି  ହ୍ରାସପାଏ  ଏବଂ  ଶେଷରେ  ସାମାନ୍ୟ  ସଂକ୍ରମଣ  ମଧ୍ୟ  ରୋଗୀକୁ  ଉଦବେଗଜନକ  ଅବସ୍ଥାରେ  ପହଞ୍ଚାଏ   । ସଂକ୍ରମିତ  ବ୍ୟକ୍ତିର  ଶରୀରରେ  ଏଚ୍.ଆଇ.ଭି.  ବର୍ଷ  ବର୍ଷ  ଧରି  ରହି  ବିଭିନ୍ନ  ପ୍ରକାର  ରୋଗର  ଲକ୍ଷଣ  ଦେଖାଦେଇ  ପରିଶେଷରେ  ଏଡସ୍ ରୋଗ  ଆଡକୁ  ମୁହାଁଇଥାଏ   ।

ଏଡସ ଏକ  ପ୍ରାନଘାତୀ  ରୋଗ  କାରଣ  ଏଥିପାଇଁ  ଏପର୍ଯ୍ୟନ୍ତ  କୌଣସି  ସଠିକ୍  ଚିକିତ୍ସା   ପଦ୍ଧତି  ନାହିଁ   । ଅବଶ୍ୟ  ଏହାର  ସାଘାଂତିକ  ଅବସ୍ଥାକୁ  ହ୍ରାସ  କରିବା  ପାଇଁ  କିଛି  ଔଷଧ  ରହିଛି   । ଏଚ୍.ଆଇ.ଭି.- ଏଡସର  ପ୍ରତିରୋଧ  କରିବା  ହିଁ  ହେଉଛି  ଏହି  ପ୍ରାନଘାତୀ  ରୋଗ’ରୁ  ମୁକ୍ତି  ପାଇବାର  ଏକମାତ୍ର  ଫଳପ୍ରଦ  ଉପାୟ  ।

ଶରୀରରେ  ଏଚ୍.ଆଇ.ଭି.  ସଂକ୍ରମଣ  ହେବାର  ୨ବର୍ଷଠାରୁ  ୧୦ବର୍ଷ   ମଧ୍ୟରେ  ସମୟ  ପରେ  ଏଡସ  ଅବସ୍ଥା  ଆସିଥାଏ  । ଏଚ୍.ଆଇ.ଭି.  ସଂକ୍ରମିତ  ବ୍ୟକ୍ତି  ବିଭିନ୍ନ  ପ୍ରକାରର  ସଂକ୍ରମଣର  ସହଜ  ଶିକାର   ହୋଇଥାଏ ; ଦୃଷ୍ଟାନ୍ତ  ସ୍ୱରୂପ  ଜ୍ଵର, ତରଳଝାଡା, ନିମୋନିଆ  ଓ  ଯକ୍ଷ୍ମା  ପ୍ରତି  ସମ୍ବେଦନଶୀଳ  ହୋଇଥାଏ   । ଏହି  ରୋଗଗୁଡିକ  ଦୀର୍ଘଦିନ  ଧରି  ଶରୀରରେ  ଲାଗିରହେ  ଏବଂ  ଜଟିଳତା  ଆଡକୁ  ଗତିକରି, ପରିଶେଷରେ  ଏହା  ଆଉ  ଭଲ  ନହେବା  ଅବସ୍ଥାରେ  ଆସି  ପହଞ୍ଚିଥାଏ   ।

ଏଚ୍.ଆଇ.ଭି. – ଏଡସ  ସମ୍ପର୍କରେ  ତଥ୍ୟ

ଏଚ୍.ଆଇ.ଭି. – ଏଡସ  ଏବେ  ସାରା  ବିଶ୍ଵରେ  ସର୍ବବ୍ୟାପୀ  ମହାମାରୀ  ରୂପେ  ପରିଗଣିତ   । ଅଧୁନା  ୪୦  ନିୟୁତ ରୁ  ଅଧିକ  ଲୋକେ  ଏଚ୍.ଆଇ.ଭି. – ଏଡସ  ଆକ୍ରାନ୍ତ  ହୋଇ  ନିଶ୍ଚିତ  ମୃତ୍ୟୁ  ସହ  ସଂଗ୍ରାମ  ଚଳାଇଛନ୍ତି   ।ଏଥିସହ  ୧୫ ବର୍ଷରୁ  କମ୍  ୧୦.୪  ନିୟୁତ  ଶିଶୁ  ସେମାନଙ୍କର  ପିତା  ବା  ମାତା  ବା  ଉଭୟଙ୍କୁ  ହରାଇ  ସାରିଲେଣି   ।

ଓଡିଶା  ରାଜ୍ୟ  ଏଡସ  ନିୟନ୍ତ୍ରଣ  ସମିତିର   ଆକଳନରୁ  ଜନାଜାଏ   ଯେ  ରାଜ୍ୟରେ  ୮,୨୦୦ ଏଚ.ଆଇ.ଭି.  ଆକ୍ରାନ୍ତ  ଲୋକଙ୍କୁ  ଚିହ୍ନଟ  କରାଯାଇଛି  ଏବଂ  ଏ  ସଂଖ୍ୟା  ଧୀରେ  ଧୀରେ  ବଢୁଛି  । ଆକଳନରୁ  ଜଣା  ପଡୁଛି  ଯେ   ଅଧିକ  ସଂଖ୍ୟକ  ଯୁବକ  ଯୁବତୀ  ହିଁ  ଏଥିରେ  ସଂକ୍ରମିତ  ହେଉଛନ୍ତି   ।

ଏଚ.ଆଇ.ଭି. / ଏଡସ  ଦ୍ଵାରା  ଶିଶୁମାନେ  ମଧ୍ୟ  ସହଜରେ  ସଂକ୍ରମିତ  ହେବା  ସଙ୍ଗେ  ସଙ୍ଗେ  ଏହି  ରୋଗରେ  ଆକ୍ରାନ୍ତ   ହେଉଛନ୍ତି   । ଯାହା  ଦେଖାଯାଉଛି,  ବିଶ୍ଵର  ବିଭିନ୍ନ  ରାଷ୍ଟ୍ରରେ  ପ୍ରାୟ  ୨.୫ ନିୟୁତ  ଶିଶୁ  ସଂକ୍ରମିତ  ହୋଇଛନ୍ତି   । ଯଦି  ଏଚ.ଆଇ.ଭି.  ଏହିଭଳି   ଭାବରେ   ସଂକ୍ରମିତ   ହୋଇଚାଲେ  ତେବେ  ସଦ୍ୟଜାତ  ଶିଶୁ  ଓ  ଶିଶୁମାନଙ୍କ   ମଧ୍ୟରେ  ମୃତ୍ୟୁହାର  ପ୍ରବଳ  ଭାବରେ   ବୃଦ୍ଧି  ପାଇବାର  ଆଶଙ୍କା   ରହିଛି   ।

ଏହି  ପ୍ରକ୍ରିୟା  ଚାଲୁରହିଲେ  ଏଚ.ଆଇ.ଭି. ଯୁକ୍ତ  ପିତାମାତାଙ୍କ  ଠାରୁ  ଜନ୍ମିତ  ଶିଶୁ  ଏହି  ରୋଗରେ  ଆକ୍ରାନ୍ତ  ହେବାର  ସମ୍ଭାବନା   ଅଧିକ  ହୋଇଥାଏ  ଓ  ଅଳ୍ପ  ବୟସରେ  ସେହି  ଶିଶୁ  ମୃତ୍ୟୁ  ବରଣ  କରିଥାଏ   । କେତେକ  କ୍ଷେତ୍ରରେ  ବେଳେ  ବେଳେ   ଶିଶୁମାନେ  ନିଜେ  ଏଚ୍.ଆଇ.ଭି.   ଆକ୍ରାନ୍ତ  ହୋଇ  ନଥିଲେ  ମଧ୍ୟ  ତାଙ୍କର  ପିତା  ମାତାଙ୍କୁ  ହରାଇ  ବସି  ଅନାଥ  ହୋଇଯାଉଛନ୍ତି   ।

ଜୀବିକାର୍ଜନ  ପାଇଁ  ଏଚ୍.ଆଇ.ଭି. / ଏଡସର  ପ୍ରଭାବ

  • ଏଚ୍.ଆଇ.ଭି. / ଏଡସ  ସହ  ଏକ  ସାମାଜିକ  କଳଙ୍କର   ଭାବନା  ମିଶି  ଥିବାରୁ  ଅନ୍ୟ  ଯେକୌଣସି  ସଂକ୍ରାମକ  ରୋଗ  ଠାରୁ  ଏହା  ଏକ  ସମ୍ପୂର୍ଣ୍ଣ   ଭିନ୍ନ  ପରିସ୍ଥିତି  ସୃଷ୍ଟି  କରିଥାଏ   ।
  • ଏଚ.ଆଇ.ଭି. ସଂକ୍ରମିତ  ବ୍ୟକ୍ତିଙ୍କ  ପଛରେ  ଏକ  ସାମାଜିକ  କଳଙ୍କ  ଯୋଡା  ହୋଇଥିବାରୁ  ସେମାନେ  ସେମାନଙ୍କର  ମନମୁତାବକ  ନିଯୁକ୍ତିର  ସୁଯୋଗ  ପାଇବା  ପାଇଁ  ତଥା  ଅନ୍ୟ  ଲୋକମାନଙ୍କ  ସହ  ମିଳିମିଶି  କାମ  କରିବା  ପାଇଁ  ଅନେକ  ଅସୁବିଧାର  ସମ୍ମୁଖୀନ  ହୋଇଥାନ୍ତି   ।
  • ଏଥିରେ  ସଂକ୍ରମିତ  ବ୍ୟକ୍ତିମାନେ  ଅସୁସ୍ଥତା  ଲାଗିରହିଥିବା  ଯୋଗୁ  ସେମାନଙ୍କର  ପାରିବାରିକ  ଭରଣପୋଷଣ  ପାଇଁ  ଉପଯୁକ୍ତ  ଭାବରେ  ରୋଜଗାର  କ୍ଷମ  ହୋଇପାରନ୍ତି  ନାହିଁ  ।
  • ଅନେକ  ସମୟରେ ଏଚ.ଆଇ.ଭି. – ଏଡସ  ଭଳି  ଅସାଧ୍ୟ  ରୋଗର  ଚିକିତ୍ସା  ପାଇଁ  ପରିବାର  ଲୋକଙ୍କୁ  ସମ୍ପତ୍ତି   ବିକ୍ରି  କରିବା,  ସଞ୍ଚୟ  କରିଥିବା  ଜମା  ଟଙ୍କାରୁ  ଖର୍ଚ୍ଚ  କରିବା  ବା  ଋଣ  ଗ୍ରସ୍ତ  ହେବାକୁ  ପଡିଥାଏ   ।
  • ଅନେକ  ସମୟରେ  ପିଲାମାନେ  ଅନାଥ  ହୋଇପଡନ୍ତି  ବା  ରୋଗଗ୍ରସ୍ତ  ଅଭିଭାବକମାନେ  ପିଲାମାନଙ୍କର  ଉପଯୁକ୍ତ  ଦାୟିତ୍ଵ   ନେଇପାରନ୍ତି  ନାହିଁ   ।
  • ଏଚ.ଆଇ.ଭି.  ଆକ୍ରାନ୍ତ  ମହିଳା  ଓ  ଶିଶୁମାନଙ୍କ  ପାଇଁ  ଆବଶ୍ୟକ  ମୁତାବକ  ରୋଜଗାର  କରି  ପରିବାରଚଳାଇବା  ବହୁ  କଷ୍ଟସାଧ୍ୟ  ହୋଇପଡେ   ।
  • ଏଚ.ଆଇ.ଭି.  ସଂକ୍ରମିତ  ବ୍ୟକ୍ତିମାନଙ୍କର  ଯତ୍ନନେବା  ଓ  ସେବା  ଯୋଗାଇଦେବା  ଦାୟିତ୍ଵ   ବହନ  କରିଥିବା  ସଂସ୍ଥା ଓ  ପରିବାରବର୍ଗଙ୍କ  ପକ୍ଷରେ  ରୋଗୀର  ଉପଯୁକ  ଚିକିତ୍ସା  ଏକ  କଠିନ  ସମୟ  ରୂପେ  ପରିଗଣିତ  ହୋଇଥାଏ   ।

ମହିଳାମାନଙ୍କ  ଉପରେ  ଏଚ.ଆଇ.ଭି. – ଏଡସର  ପ୍ରଭାବ

  • ଦାରିଦ୍ର୍ୟ,  ସାମାଜିକ  ସ୍ଥିତି, ଲିଙ୍ଗଗତ  ଭେଦଭାବ  ଏବଂ  ଅଶିକ୍ଷା  ପ୍ରଭୃତି  କେତେକ  ପ୍ରତ୍ୟକ  କାରଣ  ଯୋଗୁ  ମହିଳାମାନେ  ଅଧିକ  ସଂଖ୍ୟାରେ   ଏଚ.ଆଇ.ଭି. – ଏଡସରେ  ଆକ୍ରାନ୍ତ  ହୋଇଥାନ୍ତି   । ପୁରୁଷ  ଓ  ମହିଳାମାନଙ୍କର  ଯୌନ  କ୍ରିୟାକଳାପ  ଏବଂ  ବିପଦପୂର୍ଣ୍ଣ  ଯୌନାଭ୍ୟାସ  ଉପରେ  ପ୍ରଚଳିତ  ସାମାଜିକ  ସ୍ଥିତି  ଏବଂ  ଲିଙ୍ଗଗତ  ଭେଦଭାବର  ବ୍ୟାପକ  ପ୍ରଭାବ  ରହିଛି   । ଏହା  ପୁରୁଷମାନଙ୍କ  ଅପେକ୍ଷା  ମହିଳାମାନଙ୍କୁ  ଅଧିକ  ସଂକ୍ରମିତ  କରିଥାଏ   ।
  • ମହିଳାମାନେ  ସେମାନଙ୍କର  ଯୌନସାଥିମାନଙ୍କୁ   କଣ୍ଡୋମ  ବ୍ୟବହାର  ପାଇଁ  ପ୍ରବର୍ତ୍ତାଇବାରେ  କିମ୍ବା  ଅସୁରକ୍ଷିତ  ଓ  ଅବାଞ୍ଛିତ  ଯୌନକ୍ରିୟାକୁ  ମନା  କରିବାରେ  ସଫଳ  ହୋଇ  ନଥାନ୍ତି   । ତେଣୁ  ସେମାନେ  ସହଜରେ  ସଂକ୍ରମିତ  ହୁଅନ୍ତି   ।
  • ସହବାସ ସମୟରେ  ମହିଳାମାନଙ୍କର  ଯୋନି  ହିଁ  କ୍ଷତ  ପ୍ରତି  ଅଧିକ ସମ୍ବେଦନଶୀଳ, ବିଶେଷ  କରି  ଯେତେବେଳେ  ତାହା  ବଳପୂର୍ବକ  କରାଯାଇଥାଏ  କିମ୍ବା  ମହିଳାଟି  କମ୍  ବୟସର  ହୋଇଥାଏ   ।
  • ଏଚ.ଆଇ.ଭି.  ସଂକ୍ରମିତ  ମା’ ଠାରୁ  ଗର୍ଭାବସ୍ଥା,  ପ୍ରସାବ  କିମ୍ବା  ସ୍ତନ୍ୟପାନ  ସମୟରେ  ଶିଶୁକୁ  ଏ ରୋଗ  ସଂକ୍ରମିତ  ହୋଇପାରେ   ।
  • ଏଚ.ଆଇ.ଭି. ର  ସଘନତା  ନାରୀର  ଯୌନକ୍ଷରଣ   ଅପେକ୍ଷା  ପୁରୁଷର  ବୀର୍ଯ୍ୟରେ  ଅଧିକ  ଥାଏ   ।
  • ସ୍ତ୍ରୀ  ଲୋକମାନେ  ଆର୍ଥିକ  ଦୃଷ୍ଟିକୋଣରୁ  ପ୍ରାୟତଃ  ସ୍ଵାମୀଙ୍କ  ଉପରେ  ନିର୍ଭରଶୀଳ  ହୋଇଥିବାରୁ  ନିଜର  ଚିକିତ୍ସା  ପାଇଁ  ସୁଯୋଗ  ପାଆନ୍ତି  ନାହିଁ   ।
  • କିଶୋର  କିଶୋରୀମାନେ  ଏଚ.ଆଇ.ଭି.ରେ   ଅଧିକ  ସଂଖ୍ୟାରେ  ଆକ୍ରାନ୍ତ  ହେବାର  କାରଣ  ହେଲା, ସେମାନେ  ଯୌନକ୍ରିୟାର  ସଙ୍କଟକୁ  ହୃଦୟଙ୍ଗମ  କରନ୍ତି  ନାହିଁ  କିମ୍ବା  ତାକୁ  ପ୍ରତିହତ  ମଧ୍ୟ  କରିପାରନ୍ତି  ନାହିଁ   ।

ଏଚ୍.ଆଇ.ଭି. – ଏଡସ  ଲକ୍ଷଣ

ଥରେ  ଏଚ୍.ଆଇ.ଭି.  ଭୂତାଣୁ  ମଣିଷ  ଶରୀରରେ  ପ୍ରବେଶ  କଲେ  ଏହା  ଶରୀର  ଭିତରେ  ରୋଗ  ପ୍ରତିରୋଧକ  ଶକ୍ତି  ହ୍ରାସ  କରାଏ   । ସଂକ୍ରମିତ  ବ୍ୟକ୍ତି  ଅସୁସ୍ଥ  ହୋଇ  ଯକ୍ଷ୍ମା,  ନିମୋନିଆ,  ଆଦି  ରୋଗର  ଶିକାର  ହୁଅନ୍ତି  ଏବଂ  ରୋଗ  ଭଲ  ନ ହେବା  ଯୋଗୁ  ମୃତ୍ୟୁମୁଖରେ  ପଡନ୍ତି   ।

ପ୍ରଧାନ  ଲକ୍ଷଣ

  • ଅଳ୍ପଦିନ  ମଧ୍ୟରେ  ଓଜନ  କମିଯିବା  ।
  • ଏକମାସରୁ  ଅଧିକ  ଦିନଧରି  ତରଳ  ଝାଡା  ଲାଗିରହିବା   ।
  • ମାସାଧିକା  କାଳ  ବରାବର  ଜ୍ଵର  ଲାଗିରହିବା   ।

ଗୌଣ  ଲକ୍ଷଣ

  • ଏକ  ସପ୍ତାହରୁ  ଅଧିକ  ସମୟ  ପର୍ଯ୍ୟନ୍ତ  କଫ, କାଶ  ଲାଗି  ରହିବା   ।
  • ଦେହ  ସାରା  କୁଣ୍ଡାଇ  ହେବା   ।
  • ମୁହଁ  ଓ  ହାତଗୋଦା  ଏବଂ  ନିମ୍ନାଂଶରେ  ଚର୍ମରୋଗ  ଦେଖାଦେବା  ଓ  ବିଭିନ୍ନ  ସ୍ଥାନରେ  ଫୁଟୁକା  ବାହାରିବା   ।
  • ଜିଭ  ଓ  ମୁଖ  ଗହ୍ଵରରେ  କିମ୍ବା  ଯୋନିରେ   ଏକ ଧଳା  ଆସ୍ତରଣ  ଜମିରହିବା  ।
  • ମୁହଁ  ଚାରିପଟେ  ଓ  ଯୌନାଙ୍ଗରେ  ଦାନା ଦାନା  ଭଳି  ଫଳିଯିବା   ।
  • ରକ୍ତହୀନତା  ସହ  ଶ୍ଵାସ  ପ୍ରକ୍ରିୟାରେ  କଷ୍ଟ  ଅନୁଭବ  କରିବା   ।
  • ଖାଦ୍ୟଗ୍ରହଣ  କମିଯିବା  । ଅବସାଦ  ଓ  ସ୍ଫୁର୍ତ୍ତିହୀନତା   ଦେଖାଦେବା   ।

ଏଚ.ଆଇ.ଭି. କିପରି  ବ୍ୟାପିଥାଏ

ଏଚ.ଆଇ.ଭି ମୁଖ୍ୟତଃ  ଚାରିଗୋଟି   ଉପାୟରେ  ସଂକ୍ରମିତ  ହୋଇଥାଏ :

  1. ଏଚ.ଆଇ.ଭି  ସଂକ୍ରମିତ   ବ୍ୟକ୍ତିଙ୍କ   ସହ  ଅସୁରକ୍ଷିତ  (କଣ୍ଡୋମ  ବ୍ୟବହାର  ବିନା) ଯୌନ  ସମ୍ପର୍କ  ଦ୍ଵାରା  ।
  2. ସଂକ୍ରମିତ  ରକ୍ତଗ୍ରହଣ  ଦ୍ଵାରା   ।
  3. ସଂକ୍ରମିତ  ଗର୍ଭବାଇ  ମା’ଠାରୁ  ତା’ର  ଶିଶୁକୁ,  ଗର୍ଭାଶୟରେ  ଥିବା  ଅବସ୍ଥାରେ,  ପ୍ରସାବ  ସମୟରେ  ଓ  ସ୍ତନ୍ୟପାନ  ଦ୍ଵାରା   ।
  4. ଜଣେ  ନିରୋଗ  ବ୍ୟକ୍ତି  ଛୁଞ୍ଚି, ସିରିଞ୍ଜ, ବ୍ଲେଡ  ବା  ଛୁରୀ  ପରି  ଯନ୍ତ୍ରକୁ   ଅନ୍ୟ  ଜଣେ  ଏଚ.ଆଇ.ଭି  ଆକ୍ରାନ୍ତ  ବ୍ୟକ୍ତି  ବ୍ୟବହାର  କଲାପରେ  ନିଜ  ଶରୀରରେ  ବ୍ୟବହାର  କରିବା  ଦ୍ଵାରା  ଜଣେ  ବ୍ୟକ୍ତି  ଏଚ.ଆଇ.ଭି ଦ୍ଵାରା  ଆକ୍ରାନ୍ତ  ହେବା  ପରେ  ପରେ  ତା  ରକ୍ତରେ  ସେହି  ଭୂତାଣୁ  ପ୍ରକାଶ  ପାଏ   । ତା  ପରଠାରୁ  ଯେ  କୌଣସି  ସମୟରେ  ସେ  ଉପରୋକ୍ତ  ଚାରିଟି  ଉପାୟରେ  ଅନ୍ୟକୁ  ସଂକ୍ରମିତ  କରିପାରେ   ।

ଏଚ.ଆଇ.ଭି.  କିପରି  ସଂକ୍ରମିତ  ହୁଏନାହିଁ  :

ଏଚ.ଆଇ.ଭି  ଭୂତାଣୁ  ମନୁଷ୍ୟ  ଶରୀର  ବାହାରେ  ବଞ୍ଚି  ରହିପାରେ  ନାହିଁ   ।

  • ସଂକ୍ରମିତ  ବ୍ୟକ୍ତିଙ୍କ  ସହ  ହାତ  ମିଳାଇବା  ଆଲିଙ୍ଗନ  କରିବା  ବା ଚୁମ୍ବନ  ମାଧ୍ୟମରେ ଏହା  ସଂକ୍ରମିତ  ହୁଏନାହିଁ   ।
  • ଏକାଠି  ଖେଳିବା, ଏକାଠି  ବସାଉଠା  କରିବା  ଏବଂ ଏକାଠି  ଖାଇବା  ଦ୍ଵାରା  ହୁଏନାହିଁ   ।
  • ପରିଶ୍ରାଗାର,  ପାଇଖାନା,  ଖଟ  ବିଛଣା,  ତଉଲିଆ  ବା  ଲୁଗାପଟାର  ପାରସ୍ପରିକ  ବ୍ୟବହାର  ଦ୍ଵାରା  ହୁଏନାହିଁ   ।
  • ଏଚ.ଆଇ.ଭି – ଏଡସ  ରୋଗୀମାନଙ୍କ  ରକ୍ତର  କୌଣସି  ସଂସ୍ପର୍ଶରେ  ନ ଆସି  କେବଳ  ସେମାନଙ୍କ  ସେବା  ଶୁଶ୍ରୂଷା  କରିବା  ଦ୍ଵାରା  ହୁଏନାହିଁ   ।
  • ମଶା  ଆଦି  ବିଭିନ୍ନ  କୀଟ  ପତଙ୍ଗ  କାମୁଡିବା  ଦ୍ଵାରା  ମଧ୍ୟ  ଏଡସ  ସଂକ୍ରମିତ  ହୁଏନାହିଁ   ।

କେଉଁମାନେ  ଏଚ.ଆଇ.ଭି – ଏଡସ  ଦ୍ଵାରା  ବିପଦାପନ୍ନ  ହୋଇଥାନ୍ତି  ?

ନିମ୍ନୋକ୍ତ   ଲୋକମାନେ  ଏଚ.ଆଇ.ଭି. – ଏଡସର  ସମ୍ଭାବ୍ୟ  ଶିକାର  ହୁଅନ୍ତି  :

  1. ବ୍ୟବହୃତ  ହୋଇଥିବା  ଇଞ୍ଜେକ୍ସନ  ସିରିଞ୍ଜ, ଛୁଞ୍ଚିକୁ   ପୁଣି  ବ୍ୟବହାର  କରୁଥିବା  ବ୍ୟକ୍ତି   ।
  2. ଅନ୍ୟ  ପୁରୁଷ  କିମ୍ବା  ମହିଳାଙ୍କ  ସହ  ଯୌନ  ସମ୍ପର୍କ  ରଖିଥିବା  ପୁରୁଷ  କିମ୍ବା  ମହିଳାଙ୍କ   ସହ  ନିଜେ  ଅସୁରକ୍ଷିତ  (କଣ୍ଡୋମ  ବ୍ୟବହାର  ବିନା) ଯୌନ  ସମ୍ପର୍କ  ରଖୁଥିବା  ବ୍ୟକ୍ତି   ।
  3. ଯୌନ  ସଂଚାରିତ  ସଂକ୍ରମଣରେ  ଆକ୍ରାନ୍ତ  ବ୍ୟକ୍ତି   ।

ଏଚ.ଆଇ.ଭି  ସଂକ୍ରମଣ  ନିମ୍ନୋକ୍ତ  ଗୋଷ୍ଠୀମାନଙ୍କ  ମଧ୍ୟରେ   ଅଧିକ  ମାତ୍ରାରେ  ଦେଖାଯାଏ ; କାରଣ  ଏମାନଙ୍କର  ବିପଦପୂର୍ଣ୍ଣ  ଜୀବନ  ଶୈଳୀ  ଏହିଭଳି  ବିପଦକୁ  ଟାଣି  ଆଣିଥାଏ :

  • ଯୌନଜୀବି : - ସେମାନଙ୍କର  ଏକାଧିକ  ଯୌନସଙ୍ଗୀକ  ସହ  ସମ୍ପର୍କ  ଥାଏ  ଓ  ପୁରୁଷର  କଣ୍ଡୋମ  ବ୍ୟବହାରକୁ   ସେମାନେ  ସୁନିଶ୍ଚିତ  କରାଇ  ପାରନ୍ତି  ନାହିଁ   ।
  • ଦାଦନ  ଶ୍ରମିକ : - କର୍ମସଂସ୍ଥାନ  ଅନ୍ଵେଷଣରେ  ସେମାନେ  ଦୂର  ଦୂରାନ୍ତ  ସ୍ଥାନକୁ  ଦୀର୍ଘ  ଦିନ  ପାଇଁ  ଚାଲିଯାଆନ୍ତି  ଓ  ଏକାଧିକ  ବ୍ୟକ୍ତିଙ୍କ  ସହ  ଯୌନ  ସମ୍ପର୍କ  ସ୍ଥାପନ  କରିଥାନ୍ତି   । ଏହା  ଫଳରେ  ଏଚ.ଆଇ.ଭି  ସଂକ୍ରମଣକୁ  ଆମନ୍ତ୍ରଣ  କରିଥାନ୍ତି   ।
  • ଟ୍ରକ  ଚାଳକ : - ଏମାନେ  ଦୀର୍ଘଦିନ  ଧରି   ବିଭିନ୍ନ  ଜାତୀୟ  ରାଜପଥରେ  ଗାଡି  ଚଳାନ୍ତି  ଏବଂ ଏକାଧିକ  ପୁରୁଷ  ବା  ମହିଳାଙ୍କ  ସହ  ପ୍ରାୟ  ଅସୁରକ୍ଷିତ  ଯୌନ  ସମ୍ପର୍କ  ସ୍ଥାପନ  କରିଥାନ୍ତି  । ଫଳସ୍ୱରୂପ  ଏମାନେ ଏହି  ରୋଗର  ଶିକାର  ହେବାର  ଅଧିକ  ଆଶଙ୍କା  ଥାଏ  ।
  • ଇଞ୍ଜେକ୍ସନ  ଦ୍ଵାରା  ନିଶାଗ୍ରହଣକାରୀ  ବ୍ୟକ୍ତି : - ଏହି  ଶ୍ରେଣୀର  ନିଶା  ସେବନକାରୀ  ବ୍ୟକ୍ତିମାନେ  ଅନେକ  ସମୟରେ  ଏକା  ସାଙ୍ଗରେ  ବସି  ଗୋଟିଏ   ଛୁଞ୍ଚିକୁ  ଜଣକ  ପରେ  ଜଣେ  ବ୍ୟବହାର  କରିଥାନ୍ତି  ଯାହାଫଳରେ  ଏଚ.ଆଇ.ଭି  ବ୍ୟାପିବାର  ସମ୍ଭାବନା  ସବୁବେଳେ  ଥାଏ   ।
  • ଅନ୍ୟଠାରୁ  ରକ୍ତ  ଗ୍ରହଣ  କରିବା  ବ୍ୟକ୍ତି   ।

ଏଚ.ଆଇ.ଭି.ର  ପରୀକ୍ଷଣ

ଏଚ.ଆଇ.ଭି. ଭୂତାଣୁ  ସଂକ୍ରମଣର  ଶେଷ  ଅବସ୍ଥା  ହେଉଛି  ଏଡସ  । ହୋଇଥିବା  ଲୋକ  ରୋଗର  କୌଣସି  ଲକ୍ଷଣ  ନଦେଖାଇ  ଅନେକ  ବର୍ଷ  ଧରି  ବଞ୍ଚନ୍ତି  । ସେମାନେ  ସୁସ୍ଥ  ଦେଖାଯାନ୍ତି  ଏବଂ  ସୁସ୍ଥ  ଅନୁଭବ  ମଧ୍ୟ  କରନ୍ତି   । ତେବେ  ବି  ଏମାନେ  ରୋଗ  ଜୀବାଣୁ   ସଂକ୍ରମିତ  କରି  ପାରନ୍ତି   ।ଆକ୍ରାନ୍ତ  ବ୍ୟକ୍ତିର   ଶରୀରରେ  ସାଧାରଣତଃ  ୬ ମାସରୁ  ୧୦ ବର୍ଷ  ମଧ୍ୟରେ  ଏଡସ  ଦେଖାଯିବାର  ସମ୍ଭାବନା  ରହିଛି   ।

  • ରକ୍ତପରୀକ୍ଷା  ବିନା  ଏହା  ଚିହ୍ନଟ  କରିବା  ସମ୍ଭବ  ହେଉନଥିବାରୁ  ଜଣେ  ବ୍ୟକ୍ତି  ଏଚ.ଆଇ.ଭି.- ଏଡସ  ସଂକ୍ରମିତ  କି  ନୁହେଁ  ତାହା  ଜାଣିବା  କଷ୍ଟକର   । ଏଚ.ଆଇ.ଭି. / ଏଡସ  ଅଛି  କି  ନାହିଁ  ତାହା  କେବଳ  ଗବେଷଣାଗାରରେ  ରକ୍ତପରୀକ୍ଷା  ଦ୍ଵାରା  ପ୍ରମାଣିତ  ହୋଇପାରିବ   । ଏହି  ରକ୍ତ  ପରୀକ୍ଷାକୁ  “ଏଚ.ଆଇ.ଭି. ଆଣ୍ଟିବଡି  ଟେଷ୍ଟ” କୁହାଯାଉଛି   । କେତେକ  ମଧ୍ୟ  ଏହାକୁ  ‘ଏଚ.ଆଇ.ଭି. ଟେଷ୍ଟ’  କିମ୍ବା  ‘ଏଡସ  ଟେଷ୍ଟ’  କହନ୍ତି   । ଏଚ.ଆଇ.ଭି. ସଂକ୍ରମଣର   ସଂସ୍ପର୍ଶ   ସମୟଠାରୁ  ରକ୍ତ  ପରୀକ୍ଷାରେ  ଏଚ.ଆଇ.ଭି.  ପଜେଟିଭ  ବାହାରିବା  ପର୍ଯ୍ୟନ୍ତ  ୬ରୁ  ୧୨ ସପ୍ତାହ  ଲାଗି  ରହିଥାଏ   । ସମ୍ଭବ  ନୁହେଁ   । ଏହି  ସମୟକୁ  ଉଇଣ୍ଡୋ  ପିରିୟଡ  ବୋଲି  କୁହାଯାଏ   । ଏହାର  କାରଣ  ହେଉଛି  ରକ୍ତ  ପରୀକ୍ଷାରେ  ଯେଉଁ  ଆଣ୍ଟିବଡି  ସନ୍ଧାନ  କରାଯାଇଥାଏ   ତାହା  ସେ  ପର୍ଯ୍ୟନ୍ତ  ବିକାଶ  ଲାଭ  କରିନଥାଏ   ।
  • ଏହି  ରକ୍ତ  ପରୀକ୍ଷା  ପ୍ରତ୍ୟକ  ଜିଲ୍ଲା, ସବଡିଭିଜନ  ଓ  କେତେକ  ବ୍ଲକ  ସ୍ତରରେ  ଥିବା  ସରକାରୀ  ଡାକ୍ତରଖାନାରେ  ଏବଂ  ସ୍ଵେଚ୍ଛାମୂଳକ  ପରାମର୍ଶ   ଗ୍ରହଣ  ଓ  ପରୀକ୍ଷା  କେନ୍ଦ୍ରରେ  ମାଗଣାରେ  କରାଯାଏ   । ଏହି  କେନ୍ଦ୍ରଗୁଡିକ ଓଡିଶା  ଏଡସନିୟନ୍ତ୍ରଣ  ସମିତି  ଏବଂ  ପରିବାର  କଲ୍ୟାଣ  ମନ୍ତ୍ରାଳୟ  ଦ୍ଵାରା  ଖୋଲାଯାଇଛି   ।
  • ସମସ୍ତ  V.C.C.T.C ରେ  ଏହି  ପରୀକ୍ଷା  ବାବଦରେ  ମାତ୍ର  ୧୦ଟଙ୍କା  ଫିସ୍  ଆଦାୟ  କରାଯାଇଥାଏ   । ତା  ସଙ୍ଗେ  ସଙ୍ଗେ  ଏଚ.ଆଇ.ଭି.ବିଷୟରେ  ସୂଚନାପୁସ୍ତିକା   ମଧ୍ୟ  ଦିଆଯାଏ   ।
  • ଏହି  ପରୀକ୍ଷା  ସମ୍ପୂର୍ଣ୍ଣ  ଗୋପନୀୟ ; ରକ୍ତ  ପରୀକ୍ଷାର  ଫଳାଫଳ  କେବଳ  ସମ୍ପୃକ୍ତ  ବ୍ୟକ୍ତିଙ୍କୁ  ହିଁ  ପ୍ରକାଶ  କରାଯାଇଥାଏ   ।
  • V.C.T.C ପରାମର୍ଶଦାତା  ସମ୍ପୃକ୍ତ  ବ୍ୟକ୍ତିଙ୍କୁ  ସବୁପ୍ରକାର  ସୂଚନା  ଏବଂ  ଉପଦେଶ  ଦେଇ  ତାଙ୍କର  ସମସ୍ତ  ସନ୍ଦେହ  ମୋଚନ  କରନ୍ତି   ।

ଏଚ.ଆଇ.ଭି.  ସମ୍ପର୍କରେ  ସ୍ଵେଚ୍ଛାମୂଳକ  ପରାମର୍ଶ  ଗ୍ରହଣ  ଓ  ପରୀକ୍ଷା  ବ୍ୟବସ୍ଥା  ହେଉଛି  ଏକ  ପ୍ରକ୍ରିୟା  ଏବଂ  ଏହି  ପ୍ରକ୍ରିୟା  ଭିତରେ  ବ୍ୟକ୍ତିକୁ  ପରାମର୍ଶ  ପ୍ରଦାନ  କରାଗଲେ  ସେହି  ବ୍ୟକ୍ତି  ଏଚ.ଆଇ.ଭି.  ପରୀକ୍ଷା  କରିବେ  କି  ନାହିଁ  ସେ  ବିଷୟରେ  ବୁଝି  ବିଚାରି  ନିଷ୍ପତ୍ତି  ନେବାକୁ  ସମର୍ଥ  ହୋଇପାରିବେ   । ଏହି  ନିଷ୍ପତ୍ତି  କେବଳ  ସମ୍ପୃକ୍ତ  ବ୍ୟକ୍ତି  ହିଁ  ନେଇପାରିବେ   । ଏ  ସ୍ତ୍ରୀ  ହେଉ  ବା  ପୁରୁଷ  ହେଉ  ତାଙ୍କୁ  ନିର୍ଭର  ଆଶ୍ଵାସନା  ଦେଇ  ହେବ  ଯେ  ସମଗ୍ର  ପ୍ରକ୍ରିୟା  ନିଶ୍ଚିତ  ଭାବରେ  ଗୋପନୀୟ  ରହିବ  ।

ଏଚ.ଆଇ.ଭି. / ଏଡସରୁ  ନିବାରଣ  ଉପାୟ

ଏଚ.ଆଇ.ଭି. ସଂକ୍ରମଣରୁ  ନିଜକୁ  ସୁରକ୍ଷା  ଦେବାର  ବ୍ୟବସ୍ଥା : -

  • ଯୌନ  ସମ୍ପର୍କ  କ୍ଷେତ୍ରରେ  ନିଜର  ଦାୟିତ୍ଵବୋଧ  ରହିବା  ଆବଶ୍ୟକ   । ଏକମାତ୍ର  ଯୌନମାତ୍ର  ଯୌନସାଥି  ଗ୍ରହଣ  କରନ୍ତୁ  ଓ  ପରସ୍ପର  ପ୍ରତି  ବିଶ୍ଵାସଭାଜନ  ହୁଅନ୍ତୁ  ।
  • ସାମୟିକ  ଅସୁରକ୍ଷିତ  ଯୌନ  ସମ୍ପର୍କ  ଠାରୁ  ଦୂରେଇ  ରହନ୍ତୁ   ।
  • ପ୍ରତିଥର  ସହବାସ  ସମୟରେ  କଣ୍ଡୋମ  ବ୍ୟବହାର  କରନ୍ତୁ  ।
  • ଡାକ୍ତରୀ  ଯନ୍ତ୍ରପାତି   ଚର୍ମରେ  ବ୍ୟବହାର  ପୂର୍ବରୁ  ସେଗୁଡିକ  ବିଶୋଧିତ  ହେବା  ସମ୍ପର୍କରେ  ନିଶ୍ଚିତ  ହୁଅନ୍ତୁ  ।
  • ସ୍ୱାସ୍ଥ୍ୟରକ୍ଷା  ପ୍ରତିଧ୍ୟାନ  ଦିଅନ୍ତୁ  ଏବଂ  ଅନ୍ୟଠାରୁ  ରକ୍ତଗ୍ରହଣର   ପରିସ୍ଥିତିକୁ  ଏଡାଇବାକୁ  ଚେଷ୍ଟା  କରନ୍ତୁ   । କାହାରି  ରକ୍ତଗ୍ରହଣ  କରିବା  ପୂର୍ବରୁ  ସେ  ରକ୍ତର  ଏଚ.ଆଇ.ଭି.  ପରୀକ୍ଷା  କରାନ୍ତୁ   ।
  • ଯଦି  ପ୍ରଜନନ ପଥ  ସଂକ୍ରମଣ  ଏବଂ  ଯୌନ  ସଂଚାରିତ  ସଂକ୍ରମଣ  (ଏସ୍.ଟି.ଆଇ) ରୋଗରେ  ଆକ୍ରାନ୍ତ  ହୋଇଥାନ୍ତି  ତାହାଲେ  ତୁରନ୍ତ  ଚିକିତ୍ସା  ବ୍ୟବସ୍ଥା  କରନ୍ତୁ   ।
  • ଅନ୍ୟ  କେହି  ବ୍ୟବହାର  କରିଥିବା  ଛୁଞ୍ଚି  ବା  ସିରିଞ୍ଜ  ଦ୍ଵାରା  ଇଞ୍ଜେକ୍ସନ  ଗ୍ରହଣ  କରନ୍ତୁ  ନାହିଁ   । ଦେହରେ  ଚିତା  କୂଟାଇବା, କାନ  ଫୋଡାଇବା,  ଆକୁପଙ୍କଚର  ବା  ଦନ୍ତ  ଚିକିତ୍ସାଇତ୍ୟାଦିରେ  ଯେଉଁ  ସବୁ  ଯନ୍ତ୍ରପାତି  ବ୍ୟବହୃତ  ହୁଏ,  ସେସବୁ  ବିଶୋଧିତ  ହେବା  ବିଷୟରେ  ପ୍ରଥମେ  ସୁନିଶ୍ଚିତ  ହୁଅନ୍ତି   ।
  • ଏଚ.ଆଇ.ଭି. ସଂକ୍ରମିତ  ଗର୍ଭବତୀ  ମହିଳା  ତୁରନ୍ତ  ସ୍ତ୍ରୀ  ରୋଗ  ବିଶେଷଜ୍ଞଙ୍କ  ସହ  ପରାମର୍ଶ  କରି  ଗର୍ଭସ୍ଥ  ସନ୍ତାନକୁ  ଏଚ.ଆଇ.ଭି. କବଳରୁ  ରକ୍ଷା  କରିବାକୁ  ପଦକ୍ଷେପ  ଗ୍ରହଣ  କରନ୍ତୁ  ।

ଏଚ.ଆଇ.ଭି. / ଏଡସ  ଭୋଗୁଥିବା  ବ୍ୟକ୍ତି  ଏଡସ  ପ୍ରଭାବ  ହ୍ରାସ  କରିବାକୁ  କ’ଣ  କରିବା  ଉଚିତ୍  ?

ଏଚ.ଆଇ.ଭି. / ଏଡସ  ରୋଗ  ଭୋଗୁଥିବା  ବ୍ୟକ୍ତି  ନିମ୍ନଲିଖିତ  ବିଷୟ  ପ୍ରତି  ଧ୍ୟାନ  ଦେଲେ  ଉନ୍ନତ  ଜୀବନ  ଯାପନ  କରିପାରିବେ :

  • ଓଡିଶା  ରାଜ୍ୟ  ଏଡସ  ନିୟନ୍ତ୍ରଣ  ସମିତି  (OSACS) ଦ୍ଵାରା  ପରିଚାଳିତ  କମ୍ୟୁନିଟ  କେୟାର  ହୋମସ  ସହିତ  ଶୀଘ୍ର  ଯୋଗାଯୋଗ  କରନ୍ତୁ   । କାରଣ,  ଓଡିଶା  ରାଜ୍ୟ  ଏଡସ  ନିୟନ୍ତ୍ରଣ  ସମିତି  ସମ୍ପୂର୍ଣ୍ଣ  ଡାକ୍ତରୀ  ପରୀକ୍ଷା  କରିବା  ସଙ୍ଗେ  ସଙ୍ଗେ  ଏଚ.ଆଇ.ଭି. ସଂକ୍ରମଣ  ସମ୍ପର୍କୀୟ  ଚିକିତ୍ସା  ସହିତ  ସ୍ୱାସ୍ଥ୍ୟର  ଯତ୍ନନେବା  ବିଷୟରେ  ସବିଶେଷ  ତଥ୍ୟ  ଯୋଗାଇଦେଇଥାନ୍ତି   ।
  • ଏଡସ  ସଂକ୍ରମିତ  ଲୋକମାନେ  ଯକ୍ଷ୍ମା  ଏବଂ  ଅନ୍ୟାନ୍ୟ  ଯୌନ  ସଂକ୍ରମଣର  ପରୀକ୍ଷା  କରାନ୍ତୁ   ।
  • ଏଚ.ଆଇ.ଭି. ର  ଅତିରିକ୍ତ   ସଂକ୍ରମଣରୁ  ସୁରକ୍ଷା  ଗ୍ରହଣ  କରନ୍ତୁ   ।
  • ନିଜର  ଯୌନସାଥିଙ୍କୁ  ଆପଣଙ୍କଠାରୁ  ଏଚ.ଆଇ.ଭି.  ସଂକ୍ରମଣର  ଆଶଙ୍କା  ବିଷୟରେ  ସୂଚନା  ଦିଅନ୍ତୁ   ।
  • ଅସୁରକ୍ଷିତ  ଯୌନାଭ୍ୟାସରୁ  ଦୂରରେ  ରୁହନ୍ତୁ   ।
  • ଯଥେଷ୍ଟ   ବିଶ୍ରାମ  କରନ୍ତୁ  ଏବଂ  ଅତ୍ୟଧିକ  ପରିଶ୍ରମ  ଓ ମାନସିକ  ଚାପରୁ  ଦୂରେଇ  ରହନ୍ତୁ   ।
  • ପୌଷ୍ଟିକ  ଭୋଜନ  ସଙ୍ଗେ  ସଙ୍ଗେ  ପ୍ରଚୁର  ପରିମାଣର  ବିଶୁଦ୍ଧ  ପାଣି  ପିଅନ୍ତୁ  ।
  • ବାୟାମ  ଓ  ଧ୍ୟାନ  କରନ୍ତୁ  ।
  • ଧୂମ୍ରପାନ,  ମଦ୍ୟପାନ  ଏବଂ  ନିଶାଦ୍ରବ୍ୟ  ସେବନ  ପରିହାର  କରନ୍ତୁ  ।
  • ପୁଷ୍ଟିକର  ଖାଦ୍ୟ  ଖାଆନ୍ତୁ  ଏବଂ  ବିଶୁଦ୍ଧ  ପାନୀୟଜଳ  ପ୍ରଚୁର  ପରିମାଣରେ  ପିଅନ୍ତୁ   ।
  • ନିଜର  ରକ୍ତ,  ବୀର୍ଯ୍ୟ, ଶରୀରର  ଅଂଶ  କିମ୍ବା  ପ୍ଲାଜମା  ଇତ୍ୟାଦି  ଅନ୍ୟକୁ  ଦାନ  କରିବାରୁ  ବିରତ  ହୁଅନ୍ତୁ   ।
  • ଅନ୍ୟର  ବ୍ୟବହୃତ  ବ୍ଲେଡ, ସିରିଞ୍ଜ, ଛୁଞ୍ଚି  ବ୍ୟବହାର  କରନ୍ତୁ  ନାହିଁ   ।
  • ନିଜର  ପରିବାର  ଓ  ସହାନୁଭୁତି  ସମ୍ପନ୍ନ  ବିଶ୍ଵାସଯୋଗ୍ୟ  ବନ୍ଧୁଙ୍କ  ସହ  ଆଲୋଚନା  କରି  ଉପଦେଶ,  ସାହାଯ୍ୟ  ଓ  ସହାନୁଭୂତି  ଲୋଡନ୍ତୁ  । ସମ  ଅଭିଜ୍ଞତା  ବିଶିଷ୍ଟ  ଗୋଷ୍ଠୀ  ସହ  ସମ୍ପର୍କ  କରନ୍ତୁ   ।

ଏଚ.ଆଇ.ଭି. / ଏଡସ  ସହ  ଜୀବନ  ଧାରଣ  କରୁଥିବା  ବ୍ୟକ୍ତିମାନଙ୍କ  ପାଇଁ  ଖାଦ୍ୟ  ଓ  ପୁଷ୍ଟିର  ଯତ୍ନ

  • ଏଚ.ଆଇ.ଭି. / ଏଡସ  ସଂକ୍ରମିତ  ବ୍ୟକ୍ତିମାନେ  ନିଜ  ଶରୀରର  ରୋଗ  ପ୍ରତିରୋଧକ  ଶକ୍ତିକୁ  ବଢାଇବା   ପାଇଁ  ଅଧିକ  ଖାଦ୍ୟ  ଓ  ଶକ୍ତିଦାୟୀ  ପୁଷ୍ଟିକର  ଖାଇବା  ଦରକାର   ।
  • ସୁଷମ  ଖାଦ୍ୟ  ହିଁ  ଏଡସ  ଓ  ତତ୍ ସମ୍ପର୍କିତ   ରୋଗଗୁଡିକୁ   ନିବାରଣ  କରିବା  ପାଇଁ  ସାହାଯ୍ୟ  କରିଥାଏ   ।  ଏହା  ସେହି  ଲୋକଙ୍କୁ  ଅଧିକ  ଦିନ  ସୁସ୍ଥ  ରହିବାରେ  ସାହାଯ୍ୟ  କରିଥାଏ   । ବିଶେଷ  କରି  ଏଚ.ଆଇ.ଭି. ସଂକ୍ରମିତ   ଗର୍ଭବତୀ  ମହିଳାମାନଙ୍କ  ପକ୍ଷରେ   ବହୁତ  ଆଇରନ୍ ଓ  ଭିଟାମିନ୍  ‘ଏ’ ର  ଆବଶ୍ୟକତା  ଥାଏ   । ସେମାନେ  ନିୟମିତ  ପରିମାଣରୁ  ଅଧିକ  ଖାଦ୍ୟ  ଖାଇବା  ସଙ୍ଗେ  ସଙ୍ଗେ  ଆହୁରି  ମଧ୍ୟ  ପ୍ରତିଦିନ  କିଛି  ପରିମାଣରେ  ପ୍ରୋଟିନଯୁକ୍ତ  ଖାଦ୍ୟ   ଖାଇବା  ଦରକାର   ।

ଏଚ.ଆଇ.ଭି. – ଏଡସ  ସଂକ୍ରମିତ  ବ୍ୟକ୍ତି  ସହ  ସମ୍ପର୍କ  ଓ  ବ୍ୟବହାର

ଏଚ.ଆଇ.ଭି. / ଏଡସ ସଂକ୍ରମିତ  ବ୍ୟକ୍ତିମାନଙ୍କ  ପ୍ରତି  ସହାନୁଭୂତି  ଏବଂ  ସହାୟତା  ଯୋଗାଇ  ଦେବା  ଦ୍ଵାରା  ସେମାନେ  ଆତ୍ମସମ୍ମାନର  ସହ  ଜୀବନଧାରଣ  କରିପାରନ୍ତି   । ଜଣେ  ବ୍ୟକ୍ତି  ଏଚ.ଆଇ.ଭି. / ଏଡସ  ଦ୍ଵାରା  ସଂକ୍ରମିତ  ହେବାର  ଅର୍ଥ  ନୁହେଁ  ଯେ  ସେ  ସ୍ୱାସ୍ଥ୍ୟକର  ଜୀବନ  ଓ  ସୁଖ  ସ୍ଵାଚ୍ଛନ୍ଦ୍ୟର  ସହ  ବଞ୍ଚି  ପାରିବ  ନାହିଁ  ।

ଆମର  କର୍ତ୍ତବ୍ୟ :

  • ଏଚ.ଆଇ.ଭି. – ଏଡସ  ସଂକ୍ରମିତ  ବ୍ୟକ୍ତିମାନଙ୍କ  ସହ  ସମୟ  ବାହାର  କରି  କଥାବାର୍ତ୍ତା  କରନ୍ତୁ, ସେମାନଙ୍କର  ଭାବନାକୁ  ସମ୍ମାନ  ଦିଅନ୍ତୁ  ଓ  ସହାନୁଭୂତି  ପ୍ରଦର୍ଶନ  କରନ୍ତୁ   ।
  • ସେମାନେ  ବୁଝନ୍ତୁ  ଯେ,  ସେମାନଙ୍କର  ଭାବନା  ଓ  ଅନୁଭୂତି  ଅନ୍ୟମାନଙ୍କ  ପରି  ଶାରଣ   ।
  • ସେମାନେ  ସମାଜରେ  ଆଦରଣୀୟ  ଓ  ଗ୍ରହଣୀୟ  ବୋଲି  ଭାବିବାକୁ  ସେମାନଙ୍କୁ  ସାହାଯ୍ୟ  କରନ୍ତୁ   ।
  • ସେମାନଙ୍କ  ପ୍ରତି  ସହାନୁଭୂତି  ପ୍ରଦର୍ଶନ  ଏବଂ  ସହାୟତା  ଯୋଗାଇଦେଇ  ସେମାନଙ୍କ  ଜୀବନଯାପନର  ମାନ  ଉନ୍ନତିରେ  ସହାୟକ  ହୁଅନ୍ତୁ   ।
  • ସଂକ୍ରମିତ  ବ୍ୟକ୍ତିମାନଙ୍କୁ  ସେମାନଙ୍କ  ପସନ୍ଦର  ଧାର୍ମିକ  ଓ  ଆଧ୍ୟାତ୍ମିକ  କାର୍ଯ୍ୟକ୍ରମରେ  ସମ୍ପୃକ୍ତ  ହେବାପାଇଁ   ସହଯୋଗ  କରନ୍ତୁ   ।
  • ସଂକ୍ରମିତ  ବ୍ୟକ୍ତିମାନଙ୍କୁ  ସମାଜରେ  ଅନ୍ତର୍ଭୁକ୍ତ  କରନ୍ତୁ  ଏବଂ  ସେବାଯୋଗାଣକାରୀ  ସଂସ୍ଥା  ବା  ଧାର୍ମିକ  ସଂସ୍ଥାମାନଙ୍କ  ସହ  ଯୋଗସୂତ୍ର  ରକ୍ଷା  କରିବାକୁ  ଅହଯୋଗ  କରନ୍ତୁ  ।
  • ଆବଶ୍ୟକ  ହେଲେ  କୌଣସି  ପରାମର୍ଶଦାତାଙ୍କଠାରୁ  ପରାମର୍ଶ  ଗ୍ରହଣ  ପାଇଁ  ତାଙ୍କୁ  ସହଯୋଗ  କରନ୍ତୁ   ।

ଏଚ.ଆଇ.ଭି. – ଏଡସ  ବିରୁଦ୍ଧରେ  ସଂଗ୍ରାମ

ଓଡିଶା  ରାଜ୍ୟ  ଏଡସ  ନିୟନ୍ତ୍ରଣ  ସମିତି  ଏଚ.ଆଇ.ଭି. – ଏଡସକୁ  ନିୟନ୍ତ୍ରଣ  ଓ  ନିବାରଣ  ପାଇଁ  ବିଭିନ୍ନ  ଯୋଜନା  କାର୍ଯ୍ୟକାରୀ  କରୁଅଛି   ।

ଜାତୀୟ  ଏଡସ  ନିୟନ୍ତ୍ରଣ  ଯୋଜନା  (N.A.C.P.) – ପ୍ରଥମ  ପର୍ଯ୍ୟାୟ

ରାଜ୍ୟ  ସ୍ୱାସ୍ଥ୍ୟସେବା  ନିର୍ଦ୍ଦେଶାଳୟରେ  ଏଡସ  ସେଲ  ଗଠନ  କରାଯାଇ  ଏହି  ଯୋଜନା  କାର୍ଯ୍ୟକାରୀ  କରିବା  ନିମନ୍ତେ  ରାଜ୍ୟସ୍ତରୀୟ  ସାମର୍ଥ୍ୟ  ଗଠନ  ଉପରେ  ଗୁରୁତ୍ଵ   ଦିଆଯାଇଛି   ।

ଜାତୀୟ  ଏଡସ  ନିୟନ୍ତ୍ରଣ  ଯୋଜନା  (N.A.C.P.) – ଦ୍ଵିତୀୟ  ପର୍ଯ୍ୟାୟ

ଉପଲକ୍ଷ୍ୟ :

  1. ରାଜ୍ୟରେ  ଏଚ.ଆଇ.ଭି. ଭୂତାଣୁ  ସଂକ୍ରମଣ  ଧାରାକୁ  କମାଇବା  ଏବଂ  ଏହାକୁ  ଚିହ୍ନଟ  କରିବା  ସଙ୍ଗେ  ସଙ୍ଗେ  ତାକୁ  ନିୟନ୍ତ୍ରଣାଧିନ  ରଖିବା   ।
  2. ଦୀର୍ଘକାଳୀନ  ଭିତ୍ତିରେ  ଏଚ.ଆଇ.ଭି. – ଏଡସକୁ  ନିୟନ୍ତ୍ରଣ  କରିବା  ପାଇଁ  ରାଜ୍ୟରେ  ଦକ୍ଷତା  ବୃଦ୍ଧି  କରିବା  ଉଦ୍ୟମ  ଜାରି  ରଖିବା   ।

ଜାତୀୟ  ଏଡସ  ନିୟନ୍ତ୍ରଣ  ଯୋଜନା  (N.A.C.P.) – ତୃତୀୟ  ପର୍ଯ୍ୟାୟ

ରାଜ୍ୟରେ  କାର୍ଯ୍ୟକାରୀ  ହେଉଥିବା  ଦ୍ଵିତୀୟ  ପର୍ଯ୍ୟାୟ  ଜାତୀୟ  ଏଡସ  ଯୋଜନାର  ସଫଳ  ରୂପାୟନକୁ  ପାଥେୟ  କରି  ତୃତୀୟ  ଯୋଜନାର  କାର୍ଯ୍ୟକ୍ରମ  ହାତକୁ  ନିଆଯାଇଛି   । ଦ୍ଵିତୀୟ   ପର୍ଯ୍ୟାୟରେ  ଏଚ.ଆଇ.ଭି. – ଏଡସର  ସଂକ୍ରମଣକୁ  ନିୟନ୍ତ୍ରଣ  କରି  ଦେଶରେ  ଏକ  ସ୍ଥିରତା  ଆଣିବାରେ   ସଫଳତା  ମିଳିଛି   ।

ଏହାର  ପ୍ରଧାନ  ଲକ୍ଷ୍ୟ  ହେଲା  ଆଗାମୀ  ୫ବର୍ଷ  ମଧ୍ୟରେ  ଏଡସ  ଭଳି  ମହାମାରୀକୁ  ସମନ୍ଵିତ  କାର୍ଯ୍ୟକ୍ରମ  ଯଥା – ଏଡସ  ରୋଗର  ନିରାକରଣ, ଯତ୍ନ, ସାହାଯ୍ୟ  ଏବଂ  ଚିକିତ୍ସା  ମାଧ୍ୟମରେ  ତାକୁ  ମୂଳପୋଛ  କରିବା   । ଏହି  କାର୍ଯ୍ୟକ୍ରମ  ଚାରିଗୋଟି  ପଦକ୍ଷେପ  ମାଧ୍ୟମରେ  ସଂପାଦିତ  ହେବ   ।

  1. ଏଚ.ଆଇ.ଭି. ର  ଭବିଷ୍ୟତ  ସଂକ୍ରମଣକୁ  ସମ୍ବେଦନଶୀଳ  ଗୋଷ୍ଠୀ  ଓ  ସାଧାରଣ  ଲୋକଙ୍କ  ମଧ୍ୟରେ  ରୋକିବା   । ଏଥିପାଇଁ  ଅତିରିକ୍ତ  ସମ୍ବେଦନଶୀଳ  ଗୋଷ୍ଠୀର  ସମସ୍ତଙ୍କୁ  ଅନ୍ତର୍ଭୁକ୍ତ  କରି  ଏବଂ  ସାଧାରଣ  ଜନତାଙ୍କ  ମଧ୍ୟରେ  ଅଧିକ  ଧ୍ୟାନ  ଦେଇ  ଉପଯୁକ୍ତ  କାର୍ଯ୍ୟକ୍ରମ  ଗ୍ରହଣ  କରାଯିବ   ।
  2. ଏଚ.ଆଇ.ଭି. – ଏଡସ  ସଂକ୍ରମିତ   ଲୋକମାନଙ୍କୁ  ଯଥେଷ୍ଟ   ମାତ୍ରାରେ   ଯତ୍ନ,  ସାହାଯ୍ୟ, ସହଯୋଗ  ଓ  ଚିକିତ୍ସା  ଯୋଗାଇଦେବା   ।
  3. ଏଚ.ଆଇ.ଭି. – ଏଡସ  ଆକ୍ରାନ୍ତ  ଲୋକମାନଙ୍କ  ପାଇଁ  ଜିଲ୍ଲା, ରାଜ୍ୟ  ଓ  ଦେଶ  ସ୍ତରରେ  ଚିକିତ୍ସା, ଯତ୍ନ  ଓ  ସହଯୋଗ   ପାଇଁ  ଭିତ୍ତିଭୂମି  ସୁଦୃଢ  କରିବା   ।
  4. ଦେଶସାରା  ତଥ୍ୟ  ପରିବେଷଣ  ଓ ପରିଚାଳନା  ମାଧ୍ୟମକୁ  ଅଧିକ  ସୁଦୃଢ  ଓ  ସକ୍ରିୟ  କରିବା  ଉପରେ  ଗୁରୁତ୍ଵ   ଦେବା   ।

ଏଚ.ଆଇ.ଭି. – ଏଡସ ବିରୁଦ୍ଧରେ  ଲଢେଇ  କରିବାରେ  ଆମର  ଭୂମିକା

ଆମର  କର୍ତ୍ତବ୍ୟ :

  • ଏଚ.ଆଇ.ଭି. – ଏଡସ  ଭଳି  ଘାତକ  ରୋଗ   ବିଷୟରେ   ଆମେ  ଅଧିକ  ଜାଣିବା  ଏବଂ  ରକ୍ତପରୀକ୍ଷା  କରିବାକୁ  ଅଧିକ  ଆଗଭର  ହେବା  ଅତ୍ୟନ୍ତ  ଜରୁରୀ   ।
  • ଏଚ.ଆଇ.ଭି. – ଏଡସ  ରୋଗର  ଲକ୍ଷଣ  ଗୁଡିକୁ   ଜାଣି  ରଖିବା   ।
  • ସୁରକ୍ଷିତ  ଯୌନକ୍ରିୟା  ଶୈଳୀ  ଅନୁସରଣ  କରିବା  ସଙ୍ଗେ  ସଙ୍ଗେ   ବିଶୋଧିତ   ସିରିଞ୍ଜ, ଛୁଞ୍ଚି, ଡାକ୍ତରୀ  ଚିକିତ୍ସା  ଯନ୍ତ୍ରପାତି  ବ୍ୟବହାର  ପ୍ରଭୃତି   ଅନୁମୋଦିତ  ଅଭ୍ୟାସ  ପ୍ରତି  ଧ୍ୟାନ  ଦେଲେ  ଏଚ.ଆଇ.ଭି. ସଂକ୍ରମଣର  ଆଶଙ୍କା  ଉପୁଜେ  ନାହିଁ  ।
  • ପରିବାର  ସଦସ୍ୟମାନଙ୍କର  କୌଣସି  ସ୍ୱାସ୍ଥ୍ୟଗତ  ସମସ୍ୟାକୁ   ହେୟଜ୍ଞାନ  କରିବା  ନାହିଁ   ।
  • ଯେକୌଣସି  ଯୌନ  ସଂକ୍ରମିତ  ରୋଗର  ତୁରନ୍ତ  ପୁଙ୍ଖାନୁପୁଙ୍ଖ   ଚିକିତ୍ସା  କରିବାର  ବ୍ୟବସ୍ଥା  କରାଇବା   ।
  • କାର୍ଯ୍ୟ  ଅନ୍ଵେଷଣରେ  ଦୂର  ଦୁରାନ୍ତକୁ  ଦାଦନ  ଖଟିବାକୁ  ଯିବା  ଉପରେ  କଟକଣା  ଲଗାଇ  ତା  ବଦଳରେ  କର୍ମସଂସ୍ଥାନର  ବ୍ୟବସ୍ଥା  କରାଇବା   ।
  • ଏଚ.ଆଇ.ଭି. – ଏଡସ  ରୋକିବା  ପାଇଁ  ପାରସ୍ପରିକ  ଆଲୋଚନା  ମାଧ୍ୟମରେ  ସମସ୍ତଙ୍କୁ  ସଚେତନ  କରିବା  ।
ପୁରୁଷ  ବା  ସ୍ତ୍ରୀ  ହେଉ, ଯଦି  ଏଚ.ଆଇ.ଭି.  ପଜେଟିଭ  ଭାବେ  ଚିହ୍ନଟ  ହୋଇଥାନ୍ତି  ତେବେ  ସେମାନଙ୍କ  ପ୍ରତି  ଆମେ  ନିଜେ  ସହାନୁଭୁତି  ପ୍ରଦର୍ଶନ  କରିବା  ଏବଂ  ପରିବାର  ଲୋକଙ୍କୁ  ମଧ୍ୟ  ତାଙ୍କୁ  ସବୁପ୍ରକାର  ସହଯୋଗ  କରିବା  ପାଇଁ  ଉତ୍ସାହିତ  କରିବା   ।

ସାଧାରଣ ରୋଗ

ଉଦ୍ ବେଗଜନକ  ସ୍ୱାସ୍ଥ୍ୟ – ବ୍ୟବସ୍ଥା

ଗୋଟିଏ  ଦେଶର  ସ୍ୱାସ୍ଥ୍ୟ – ବ୍ୟବସ୍ଥାର  ମାନଦଣ୍ଡ  ଲୋକମାନଙ୍କ  ଜୀବନ  ଜୀବିକା  ତଥା  ସାମାଜିକ  ଓ  ଆର୍ଥିକ  ବିକାଶର  ସ୍ତରରୁ  ହିଁ  ମପାଯାଇପାରିବ   । ଅର୍ଥାତ୍, ଲୋକମାନଙ୍କ  ମୁଣ୍ଡ  ପିଛା  ଆୟ,  ଜୀବନ  ନିର୍ବାହର  ମାନ,  ବାସଗୃହର  ଅବସ୍ଥା,  ପାନୀୟ  ଜଳ  ଓ  ପରିମଳ  ବ୍ୟବସ୍ଥା,  ଆହାର  ଓ  ପୋଷଣ  ତଥା  ଶିକ୍ଷାଦୀକ୍ଷାର  ହାର  ଓ  ନିଯୁକ୍ତି  ସୁଯୋଗ  ଆଦି  ଅନେକ  ବିଷୟ  ଉପରେ   ସ୍ୱାସ୍ଥ୍ୟ – ବ୍ୟବସ୍ଥାର  ମାନ  ନିର୍ଭର  କରେ   ।

ମୃତ୍ୟୁହାର,  ରୋଗବ୍ୟାଧି  ଓ ପୁଷ୍ଟିହୀନତା  ଆଦି  ଦୃଷ୍ଟିରୁ  ବିଚାର  କଲେ  ଏହା  ସ୍ଵୀକାର  କରିବାକୁ  ହେବ  ଯେ,  ଓଡିଶାର  ସ୍ୱାସ୍ଥ୍ୟସେବା  ବ୍ୟବସ୍ଥା  ଅତି  ଉଦ୍ ବେଗଜନକ  ସ୍ତରରେ  ରହିଛି   । ଏହାର  ମୁଖ୍ୟ  କାରଣ  ହେଉଛି  ଦାରିଦ୍ର୍ୟ   । ଏହାଛଡା  ସ୍ୱାସ୍ଥ୍ୟ  ସଚେତନତାର  ଅଭାବ,  ଶିକ୍ଷା  ଓ ସ୍ୱାସ୍ଥ୍ୟସେବା  କ୍ଷେତ୍ରରେ  ସ୍ୱଳ୍ପ  ପୁଞ୍ଜିଲଗାଣ  ଏବଂ  ସରକାରୀ  ସ୍ୱାସ୍ଥ୍ୟସେବା  ସଂସ୍ଥାର  ପରିଚାଳନାଗତ  ଦକ୍ଷତାର  ଅଭାବ  ମଧ୍ୟ ଏ  ସବୁ  ପାଇଁ  ଦାୟୀ   । ସେହିପରି   ରୋଗବ୍ୟାଧି  ଜନିତ  ବ୍ୟୟଭାର  ଲୋକଙ୍କ   ଆର୍ଥିକ  ମାନଦଣ୍ଡ   ଉପରେ   ଗଭୀର   ପ୍ରଭାବ  ପକାଉଥିବାରୁ ,  ସାମାଜିକ  କ୍ଷେତ୍ରରେ   ମଧ୍ୟ  ତାହାର   ପରୋକ୍ଷ  ପ୍ରତିଫଳନ  ଘଟେ   ।

ରୋଗବ୍ୟାଧି   ଜଣେ  ବ୍ୟକ୍ତିର  ସ୍ୱାସ୍ଥ୍ୟହାନି  ଘଟାଇବା  ସଙ୍ଗେ  ସଙ୍ଗେ  ତାହାର  କାର୍ଯ୍ୟ   ଦକ୍ଷତାକୁ  ମଧ୍ୟ  ନଷ୍ଟ  କରିଦିଏ   । ଫଳତଃ  ସମଗ୍ର  ସମାଜ  ଉପରେ  ତାହାର  ପ୍ରତିକୂଳ  ପ୍ରଭାବ  ପଡେ   । ରୋଗୀ  ସ୍ଵଳ୍ପାୟୁ  ହେବା  ସହିତ  ସାମାଜିକ – ଅର୍ଥନୈତିକ  ବିକାଶ  ବାଧାପ୍ରାପ୍ତ  ହୁଏ  ଏବଂ  ସେ  ଶଯ୍ୟାଶାୟୀ  ହୋଇ  ରହୁଥିବା  ଯୋଗୁଁ  ନିଜର  ବ୍ୟକ୍ତିଗତ  ଯବାନଚର୍ଯ୍ୟା  ସଂପାଦନ  କରିବା  ତା’ପକ୍ଷରେ   ସହଜ  ହୁଏନାହିଁ   ।

ଗୋଷ୍ଠୀଗତ  କ୍ଷେତ୍ରରେ  ରୋଗ  ସମ୍ବନ୍ଧୀୟ  ପରିସ୍ଥିତିର  ବିଶ୍ଳେଷଣ

ପୁଷ୍ଟିହୀନତା,  ପରିମଳର  ଅବ୍ୟବସ୍ଥା,  ସୁରକ୍ଷିତ  ପିଇବାପାଣିର  ଅଭାବ   ତଥା  ନିଷ୍କାସନ  ନଳା  ନଥିବା  ଅସ୍ଵାସ୍ଥ୍ୟକର   ପରିବେଶରେ  ବସତି  ସ୍ଥାପନ  ହେତୁ  ଗ୍ରାମାଞ୍ଚଳ  ଲୋକଙ୍କ  ସ୍ଵାସ୍ଥ୍ୟାବସ୍ଥାର  ମାନ  ଅତ୍ୟନ୍ତ  ଦୁର୍ବଳ  ସ୍ତରରେ  ରହିଛି   । ଏହି  ଅସ୍ଵାସ୍ଥ୍ୟକର   ପରିବେଶ, ପୁଷ୍ଟିହୀନତା  ଜନିତ  ରୋଗ, ବାୟୁସଂଚାରିତ  ରୋଗ,  ଭେକ୍ଟର – ବାହିତ  ଓ  ଜଳ – ବାହିତ  ରୋଗର  ସୃଷ୍ଟି  ଓ ପ୍ରସାର  ପାଇଁ  ଯଥେଷ୍ଟ  ଦାୟୀ  ହୋଇଥାଏ   । ଏଣୁ  ଗ୍ରାମାଞ୍ଚଳରେ  ବ୍ୟାଧିଜନିତ  ମୃତ୍ୟୁହାର  ମଧ୍ୟ  ଅଧିକ   । ଗ୍ରାମାଞ୍ଚଳର  ଗରିବ  ଲୋକ  ଭୋଗୁଥିବା  ରୋଗର   ମୁଖ୍ୟ  କାରଣ  ଗୁଡିକ  ହେଲା :

  • ପାଣିର  ଅଭାବ ଓ  ଅସ୍ଵାସ୍ଥ୍ୟକର  ପରିମଳ  ହେତୁ  ଜଳଜନିତ  ରୋଗର  ପ୍ରାଦୁର୍ଭାବ  ବଢିଥାଏ   । ସଂକ୍ରମଣର  ପ୍ରତିରୋଧ   ନକରିବା  ଓ  ଅସୁରକ୍ଷିତ   ପିଇବାପାଣି   ବ୍ୟବହାର  କରିବା  ଫଳରେ  ଜଳଜନିତ  ରୋଗ  ଅଧିକ  ମାତ୍ରାରେ  ପ୍ରସାର   ଲାଭ  କରେ   ।
  • ଆହୁରି  ଦେଖାଯାଏ,  ସାଧାରଣତଃ  ଗୋଟିଏ  ଜଲଉତ୍ସକୁ   ଗାଧୋଇବା,  ରାନ୍ଧିବା  ତଥା  ପିଇବା   ଉଦ୍ଦେଶ୍ୟରେ  ବ୍ୟବହାର   କରିବା  ସହିତ   ମଣିଷ  ଓ  ଗୃହପାଳିତ  ପଶୁମାନଙ୍କ  ଗାଧୋଇବା  ପାଇଁ   ମଧ୍ୟ  ତାକୁ  ବ୍ୟବହାର  କରାଯାଇଥାଏ   । ଫଳରେ  ଜଳ  ସଂକ୍ରମିତ  ହୋଇଥାଏ  ଓ  ରୋଗ  ସୃଷ୍ଟି  କରେ   ।
  • ଯଥେଚ୍ଛା  ଭାବେ  ଘରର  ଅଳିଆ,  ଆବର୍ଜନାକୁ  ଏଣେତେଣେ    ଫିଙ୍ଗା  ଫୋପଡା  କରିବା  ଯୋଗୁଁ  ମଶା,  ମାଛିଙ୍କ  ଦୌରାତ୍ମ୍ୟ  ବଢିଯାଏ   । ଛୋଟ  ପିଲାମାନେ  ଅସନା  ଜାଗାରେ   ହାତମାରି,  ଧୁଆ  ଧୋଇ  ନକରି  ଖାଦ୍ୟ  ଖାଇଥାନ୍ତି   ।
  • ଅନେକ  ପ୍ରକାରର ରୋଗକୁ  ଠିକ୍ ସମୟରେ  ଏବଂ  ଅଳ୍ପ  ଖର୍ଚ୍ଚରେ  ପ୍ରତିକାର  କିମ୍ବା  ଚିକିତ୍ସା  କରି  ଭଲ  କରାଯାଇପାରେ   । ମାତ୍ର  ସଚେତନତା  ଅଭାବରୁ   ଲୋକମାନେ  ରୋଗରେ  ଆକରାନ  ହୋଇ  ସେମାନଙ୍କ  ସ୍ୱଳ୍ପ  ଆୟକୁ  ଚିକିତ୍ସାରେ  ଖର୍ଚ୍ଚ  କରିବାକୁ  ବାଧ୍ୟ  ହୋଇଥାନ୍ତି  ।
  • ଲୋକମାନଙ୍କ  ଅଜ୍ଞତା  ଯୋଗୁଁ  ବହୁରୋଗ  ଶୀଘ୍ର  ଚିହ୍ନଟ  ହୋଇପାରିନଥାଏ   । ଫଳତଃ  ରୋଗୀର  ଚିକିତ୍ସା  ପାଇଁ  ହସ୍ପିଟାଲକୁ  ଯିବା  ବେଳକୁ  ଅନେକ  ଡେରି  ହୋଇସାରିଥାଏ  ଓ  ଡାକ୍ତରଙ୍କ  ତୁରନ୍ତ  ପରାମର୍ଶ  ସହିତ  ଜୀବନରକ୍ଷାକାରୀ  ଔଷଧର  ଆବଶ୍ୟକତା  ପଡେ   । ଅନ୍ୟପକ୍ଷରେ  ଡାକ୍ତର  ଓ  ଷ୍ଟାଫଙ୍କ  ଅନୁପସ୍ଥିତି, କଠୋର  ବ୍ୟବହାର,  ଘୁସ୍ ଖୋରୀ   ଅଭ୍ୟାସ, ଲମ୍ବା  ଲାଇନରେ  ପ୍ରତୀକ୍ଷା,  ସମୟ  ଅନୁକୂଳ  ନହେବା  ଅପରିଷ୍କୃତ  ପରିବେଶ  ତଥା  ପରିବେଶର  ଅଭାବ  ଆଦି  ବହୁ  ବିରୋଧାତ୍ମକ  କାରଣ  ଗରିବ  ଲୋକଟିକୁ  ବରଂ  ଘରୋଇ  ଡାକ୍ତରଙ୍କ  ପାଖରେ  ଚିକିତ୍ସା  କରାଇବା  ପାଇଁ  ବାଧ୍ୟ  କରାଏ  । ବେଳେବେଳେ  ନିଜେ  ହିଁ  ନିଜର  ଚିକିତ୍ସା  କରିବାକୁ  ପଡେ  ଅଥବା  ଚିକିତ୍ସାରୁ  ଅଗତ୍ୟା  ନିବୃତ୍ତ  ରହିବାକୁ  ପଡେ   ।
  • ଫଳତଃ, ପରିବାରର  ଆୟର  ବଡ  ଅଂଶ  ଚିକିତ୍ସା  ବାବଦରେ  ଖର୍ଚ୍ଚ  କରିବାକୁ  ପଡିଥାଏ,  ଅସୁସ୍ଥ  ବ୍ୟକ୍ତିକୁ  ମାସ  ମାସ  ଧରି  ଉପାର୍ଜନରୁ  ବଞ୍ଚିତ  ହେବାକୁ  ପଡେ,  ଚିକିତ୍ସା  ପାଇଁ  ଋଣ  କରିବାକୁ  ପଡେ   ଏବଂ  ଋଣକରି  ମାତ୍ରାଧିକ  ସୁଧ  ଦେବାକୁ  ପଡେ; ଏମିତି  ଭାବରେ  ଦାରିଦ୍ର୍ୟ  ଆହୁରି  ବଢିଯାଏ   ।

ଜୀବନ  ଜୀବିକା  ଉପରେ  ରୋଗର  ପ୍ରଭାବ

ଦାରିଦ୍ର୍ୟ  ଓ  ଦୁର୍ବଳ  ସ୍ୱାସ୍ଥ୍ୟ  ମଧ୍ୟରେ  ସମ୍ପର୍କ  ଅଭିନ୍ନ  । ରୋଗଗ୍ରସ୍ତ  ଅବସ୍ଥାରେ  କାମ  ନକରିବା  ଯୋଗୁଁ  କେବଳ  ଯେ  ମଜୁରୀର  ହ୍ରାସ  ଘଟେ  ସେତିକି  ନୁହେଁ   । ପରବର୍ତ୍ତୀ  ସମୟରେ  କର୍ମକ୍ଷମତା  କମିଯିବା,  ଆର୍ଥିକ  କ୍ଷତି  ଋଣର  ବୋଝ  ଗରିବକୁ  ଆହୁରି  ଗରିବ  କରିଦିଏ   । ଚିକିତ୍ସା  ଖର୍ଚ୍ଚର  ଭରଣା  ପାଇଁ  ଗାଁ  ଲୋକେ  ନିଜର  ଆୟ,  ସଞ୍ଚୟ  ଓ  ଋଣ  ଆଦି  ସବୁ  ଶେଷକରି  ଦେବା  ଯୋଗୁ  ସାଧାରଣ  ଜୀବିକା  ନିର୍ବାହରେ  ଖର୍ଚ୍ଚକାଟ   କରିବା  ସଙ୍ଗେ  ସଙ୍ଗେ   ପୁନର୍ବାର  ଋଣ   କରିବାକୁ  ବାଧ୍ୟ  ହୋଇଥାଏ  । ଗ୍ରାମାଞ୍ଚଳର  ଗରିବ  ଜନସାଧାରଣ  ଚିକିତ୍ସାର  ଯେତେ  ଖର୍ଚ୍ଚ  କରନ୍ତି,  ତାଠାରୁ  ଯଥେଷ୍ଟ  କମ୍  ଖର୍ଚ୍ଚରେ  ତାର  ପ୍ରତିଷେଧକ   ବ୍ୟବସ୍ଥା  କରାଯାଇପାରନ୍ତା  । ତେବେ ତା  ପାଇଁ  ସ୍ୱାସ୍ଥ୍ୟରକ୍ଷା  ଓ  ସଠିକ  ପୋଷଣର  କେତେକ ସରଳ  ପଦକ୍ଷେପ  ନେବା  ଦରକାର   ।

ରୋଗବ୍ୟାଧିର   ମୁଖ୍ୟ  ପ୍ରଭାବ  ଗୁଡିକ  ମଧ୍ୟରେ  ରହିଛି  :

  • ଯନ୍ତ୍ରଣା ଓ  ପୀଡା  ହୁଏ   ।
  • ଆୟରେ  ହ୍ରାସ  ଏବଂ  ପରିବାର  ଉପରେ  ବୋଝ  ତଥା  ସ୍ୱାସ୍ଥ୍ୟ  ବ୍ୟବସ୍ଥା  ଦୁର୍ବଳ  ହୋଇପଡେ   ।
  • ସ୍ୱାସ୍ଥ୍ୟରକ୍ଷା  ବାବଦ  ଖର୍ଚ୍ଚରେ  ବୃଦ୍ଧି  ଘଟେ   ।
  • ଅନେକ  ପରିବାର  ଋଣ  ପାଇଁ  ଋଣଦାତା  ବା  ମହାଜନଙ୍କ  ପାଖରେ  ଯାଇ  ହାତ  ପତାନ୍ତି  ।
  • ଶରୀରର  ରୋଗ  ପ୍ରତିରୋଧକ  ଶକ୍ତି  କମିଯିବା  ଯୋଗୁଁ  ସଂକ୍ରମଣ  ଓ  ରୋଗରେ  ପୁଣି  ପୀଡିତ  ହେବାର  ସମ୍ଭାବନା  ବଢିଯାଏ   ।
  • ଶରୀରର  ପୋଷଣ  ଗ୍ରହଣ  କ୍ଷମତା  କମିଯିବାରୁ  ପୁଷ୍ଟିହୀନତା  ଘଟିପାରେ,  ବିଶେଷକରି  ପିଲାମାନଙ୍କର  ଏପରି  ହୋଇଥାଏ   ।
  • ବ୍ୟକ୍ତିଗତ  ଓ  ସାମାଜିକ  କ୍ଷେତ୍ରରେ  ଉତ୍ପାଦିକା  ଶକ୍ତିର  ହ୍ରାସ  ଘଟେ   ।
  • ପିଲାମାନଙ୍କ  ଶିକ୍ଷା  ଦୀକ୍ଷା  ବ୍ୟାହତ  ହୁଏ   ।
  • ମାନବ  ସମ୍ବଳ  ବିକାଶ  ବାଧାପ୍ରାପ୍ତ  ହୁଏ   ।
  • ଦୂରବସ୍ଥା  ଯୋଗୁଁ  ମଣିଷକୁ  ଦାଦନ  ହେବାକୁ  ପଡିପାରେ   ।

ଭେକ୍ଟର  ବାହିତ  ମୁଖ୍ୟରୋଗ :

ଗ୍ରାମାଞ୍ଚଳର  ଜନସାଧାରଣ  ଆକ୍ରାନ୍ତ  ହେଉଥିବା  ମୁଖ୍ୟ  ରୋଗମାନଙ୍କ  ମଧ୍ୟରେ  ତରଳଝାଡା, ଆନ୍ତ୍ରିକ ଜ୍ଵର,  ନାଳରକ୍ତ  ଝାଡା,  ଭାଇରାଲ  ହେପାଟାଇସ,  ଚର୍ମରୋଗ, ମାଲେରିଆ  ଏବଂ  ଯକ୍ଷ୍ମା  ଆଦି  ପ୍ରଧାନ   ।

  • ତରଳଝାଡା,  ନାଳରକ୍ତ ଝାଡା  ଓ  ଆନ୍ତ୍ରିକ  ଜ୍ଵର  ଆଦି  ବହୁ  ସାଧାରଣ  ରୋଗ  ପାଣି  ବା  ମାଛି, ଡାଆଁଶ  ଭଳି  ଭେକ୍ଟର   ଜରିଆରେ   ସଂଚାରିତ  ହୋଇଥାଏ   ।
  • କଲେରା  ଭଳି  ଗୁରୁତର  ଝାଡା  ରୋଗ  କଲେରା  ଜୀବାଣୁ  ଦ୍ଵାରା  ଅନ୍ତଃନଳୀ  ସଂକ୍ରମଣରୁ  ହୋଇଥାଏ   ।
  • ମାଲେରିଆ ଓ ଡେଙ୍ଗୁଭଳି  ରୋଗ  ଜଳ  ଦ୍ଵାରା  ପ୍ରତ୍ୟକ୍ଷ  ଭାବେ  ବ୍ୟାପୁନଥିଲେ  ମଧ୍ୟ  ଭେକ୍ଟର  ହିଁ  ଏହିରୋଗ   ସଂକ୍ରମଣ  ପାଇଁ  ଦାୟୀ   । ଅର୍ଥାତ୍ ମଶା  ପାଣିରେ  ଅଣ୍ଡା  ଦେଇ  ବଂଶ  ବିସ୍ତାର  କରେ  ଓ  ମଣିଷକୁ  କାମୁଡି  ରୋଗ  ସଂକ୍ରମଣର  ବାହକ  ସାଜିଥାଏ   ।
  • ଉପରୋକ୍ତ  ରୋଗଗୁଡିକ  ମଣିଷ  ଓ  ପଶୁମାନଙ୍କ  ମଇଳାରେ  ଥିବା  ଅଣୁଜୀବ  ଦ୍ଵାରା  ସଂଚାରିତ  ହୋଇଥାଏ   । ଅର୍ଥାତ୍  ବିଭିନ୍ନ  ବାଟ  ଦେଇ  ଏହି  ଅଣୁଜୀବ  ମଣିଷର  ପାତି   ଭିତରେ   ପ୍ରବେଶ  କରି  ରୋଗ  ସୃଷ୍ଟି  କରିଥାଏ   ।
  • ଯକ୍ଷ୍ମାରୋଗୀ  କାଶିଲାବେଳେ ଏହି  ରୋଗର  ଜୀବାଣୁ  ପବନ  ମାଧ୍ୟମରେ  ଅନ୍ୟମାନଙ୍କ  ନିକଟକୁ ସଂକ୍ରମିତ  ହୁଏ  ।
  • କାଛୁକୁଣ୍ଡିଆ, ଟ୍ରାକୋମା  ଏବଂ  ଅନ୍ୟାନ୍ୟ  ଚର୍ମରୋଗ  ପାଣିର  ଅଭାବ  ଏବଂ  ବ୍ୟକ୍ତିଗତ  ପରିଚ୍ଛନ୍ନତାର  ଅଭାବ  ଯୋଗୁଁ  ବ୍ୟାପିଥାଏ   ।
  • ହେପାଟାଇଟିସ – ବି  ଭଳି  ଭାଇରାଲ  ରୋଗ  ରୋଗୀର  ରକ୍ତ,  ଲାଳ, ଯୋନି  ନିର୍ଗତ  ପାଣି  ବା  ଅନ୍ୟ  ପ୍ରକାର  ଶରୀର  ନିର୍ଗତ  ରସ  ମାଧ୍ୟମରେ  ଜଣକଠାରୁ  ଅନ୍ୟକୁ  ସଂକ୍ରମିତ  ହୁଏ   ।
  1. ତରଳଝାଡା ଓ  କଲେରା :

ଡାଇରିଆ  ବା  ତରଳଝାଡା  ଶିଶୁମୃତ୍ୟୁର  ଏକ  ପ୍ରମୁଖ  କାରଣ   । ଡାଇରିଆ  ହେଲେ  ମଳ  ସହିତ  ପ୍ରଚୁର  ପାଣି  ବାହାରିଯିବା  ଯୋଗୁଁ  ଦେହରୁ  ପାଣି  ଅଂଶ  କମିଯାଏ   । ମଳ  ସହିତ  ରକ୍ତ  ପଡିଲେ  ତାହା  ନାଳରକ୍ତ  ଝାଡା  ବୋଲି  ପରିଗଣିତ  ହୁଏ   ।  ତରଳଝାଡା  ବହୁଥର  ହୋଇ  ଦେହରୁ  ଜଳୀୟ  ଅଂଶ  ବାହାରିଗଲେ ଓ  ବାନ୍ତି ହେଉଥିଲେ,  ଏହା  କଲେରାର  ଆଶଙ୍କା  ସୃଷ୍ଟିକରେ   । କଲେରା  ମାତ୍ର  କେତେ  ଘଣ୍ଟା  ମଧ୍ୟରେ  ଜୀବନ  ନେଇଯାଇପାରେ   ।  କଲେରା  ଜୀବାଣୁ  ଦ୍ଵାରା  ଅନ୍ତନଳୀ  ସଂକ୍ରମିତ   ହେଲେ  କଲେରା  ହୁଏ  ଏବଂ  ଏହାର  ଜୀବାଣୁ  ମଧ୍ୟ  ମଳ  ସହିତ  ରହିଥାଏ   । ଶରୀରରୁ  ଜଳଅଂଶ  କମିଯାଇ   ଏହି  ରୋଗରେ  ମୃତ୍ୟୁ  ହେବାର  ଯଥେଷ୍ଟ  ଆଶଙ୍କା   ହିବାରୁ  ତୁରନ୍ତ  ଚିକିତ୍ସା  ଅତି  ଜରୁରୀ  ଅଟେ   ।

  • ଏହି  ରୋଗ  ସିଧାସଳଖ  ଜଣକଠାରୁ  ଅନ୍ୟଜଣକୁ  ସଂକ୍ରମିତ  ହୁଏନାହିଁ ; ମାତ୍ର, ସଂକ୍ରମିତ  ଜଳ  ଓ  ଖାଦ୍ୟ  ଦରିଆରେ  ଖୁବ୍  ଅଳ୍ପ  ସମୟ  ମଧ୍ୟରେ  ସାରା  ଗୋଷ୍ଠୀ  ମଧ୍ୟରେ  ବ୍ୟାପିଯାଏ   ।
  • ତରଳ  ଝାଡା  ଭଳି  କଲେରା  ଜୀବାଣୁ  ମଧ୍ୟ  ରୋଗୀର  ମଳରେ  ରହିଥାଏ   ।
  • ପିଇବା  ପାଣି  ଓ  ଖାଦ୍ୟ  ଯେତେବେଳେ  ମଳ  ସଂସ୍ପର୍ଶ  ଦ୍ଵାରା  ଦୂଷିତ  ହୋଇଥାଏ,  ସେତେବେଳେ  ପିଇବାପାଣି  ଓ  ଖାଦ୍ୟ  ଭିତରକୁ  ଡାଏରିଆ  ପରି  କଲେରା  ମଧ୍ୟ  ସଂକ୍ରମିତ  ହୋଇଥାଏ   । ରୋଗର  ଜୀବାଣୁ  ମଇଳା  ହାତ  ଓ  ମାଛିମାନଙ୍କ  ଜରିଆରେ  ସଂକ୍ରମିତ  ହୋଇଥାଏ  ।

ଚିକିତ୍ସା :

  • ଡାଇରିଆରେ  ରୋଗୀ  ଦେହରୁ  ଲବଣ  ଓ  ଜଳୀୟ  ଅଂଶ  କମିଯାଏ  । ସେତେବେଳେ  ତୁରନ୍ତ  ଲୁଣମିଶା  ପାନୀୟ  ଦେଇ  ଏହି  ଜଳଶୁଷ୍କତାକୁ   ଭରଣା  କରାଯିବା  ଦରକାର  ।
  • ଗ୍ଲୁକୋଜ  ଓ  ଲୁଣ  ମିଶ୍ରିତ  ‘ଓଆରଏସ୍’  ଘୋଳର  ବ୍ୟବହାର  କରାଯାଇ  ତରଳଝାଡାର   ମୃତ୍ୟୁ  ହାରକୁ  ଏବେ  ବହୁ  ପରିମାଣରେ  ରୋକାଯାଇପାରୁଛି   ।
  • ଛୋଟ  ପିଲାଙ୍କୁ  ଡାଇରିଆ  ହୋଇଥିଲେ  ମା’  ତାର  ସ୍ତନ୍ୟପାନ  ଜାରିରଖିବା  ନିହାତି  ଜରୁରୀ   ।
  • ଝାଡା  ବନ୍ଦ  ନହେବା  ପର୍ଯ୍ୟନ୍ତ  ରୋଗୀକୁ  ପ୍ରଚୁର  ପରିମାଣର  ପାନୀୟ  ଦିଆଯିବା  ଉଚିତ୍  । ସାଧାରଣତଃ  ଡାଇରିଆ  ତିନି  ବା  ଚାରି  ଦିନ  ମଧ୍ୟରେ  ଭଲ  ହୋଇ  ଯାଇଥାଏ   । ଯଦି  ଏହା  ଏକ  ସପ୍ତାହରୁ  ଅଧିକ  ଦିନ  ଲାଗିରହେ,  ତେବେ  ଜଣେ  ତାଲିମ  ପ୍ରାପ୍ତ  ସ୍ୱାସ୍ଥ୍ୟକର୍ମୀଙ୍କ  ସହାୟତା  ନେବା  ଦରକାର   ।

ପ୍ରତିଷେଧକ

  • ସବୁ ମଳ,  ଏପରିକି  ଶିଶୁ  ଓ  ଛୋଟ  ପିଲାମାନଙ୍କର  ମଳକୁ  ମଧ୍ୟ  ନିରାପଦଭାବେ  ପାଇଖାନାରେ  ପକାଇ  ଦେବେ   ।
  • ଅଳିଆ, ମଳ ଓ  ଅନ୍ୟାନ୍ୟ  ଦୂଷିତ  ପଦାର୍ଥକୁ  ପୋତି  ଦେବେ ଓ  ପୋଡିଦେବେ , ଯେପରିକି  ମଶାମାନେ  ବଂଶବୃଦ୍ଧି  କରି  ନପାରନ୍ତି   । ପ୍ରଦୂଷଣମୁକ୍ତ   ସ୍ଥାନରୁ  ପାଣି  ଆଣି  ଉପଯୁକ୍ତ  ଘୋଡଣି  ଥିବା  ସଫା  ପାତ୍ରରେ  ରଖି  ପାନୀୟଜଳ  ରୂପେ  ବ୍ୟବହାର  କରିବେ   ।
  • ମଳ  ସଂସ୍ପର୍ଶରେ  ଆସିବାପରେ, ଖାଇବା  ଜିନିଷକୁ  ଛୁଇଁବା  ପୂର୍ବରୁ  ବା  ପିଲାଙ୍କୁ  ଖୁଆଇବା  ଆଗରୁ  ହାତକୁ  ଭଲଭାବରେ  ସାବୁନ  ବା  ପାଉଁଶରେ  ଧୋଇବା  ଦରକାର   ।
  • ଖାଦ୍ୟ  ପଦାର୍ଥ ଓ  ପାନୀୟ  ଜଳକୁ  ଘୋଡେଇ  ରଖିବେ  । ଖାଦ୍ୟ  ପ୍ରସ୍ତୁତ  କରିବା  ପରେ  ମାଛିରୁ  ରକ୍ଷା  କରି  ଖାଦ୍ୟକୁ  ଗରମ  ଥାଉ  ଥାଉ  ଖାଇବେ   ।
  1. ମାଲେରିଆ :

ମାଲେରିଆ  ଏକ  ସାଂଘାତିକ  ରକ୍ତଜନିତ  ରୋଗ   । ଏହା  ପରଜୀବୀ  କୀଟାଣୁ  ଯୋଗୁଁ  ହୋଇଥାଏ  ଏବଂ  ଅନ୍ୟକୁ  ମଶା  କାମୁଡିବା  ଫଳରେ  ସଂକ୍ରମିତ  ହୋଇଥାଏ   । ମାଲେରିଆର  ମୁଖ୍ୟ  ଲକ୍ଷଣ  ହେଉଛି  ଜ୍ଵର   । ଆରମ୍ଭରୁ  ଜ୍ଵର  ଲାଗିରହିପାରେ  ବା  ଅନିୟମିତ  ଭାବେ  ହୋଇପାରେ   । ମାତ୍ର  ଖୁବ୍  ଶୀଘ୍ର  ଏହି  ଜ୍ଵର  ନିୟମିତ  ଭାବେ  ଦୁଇ  ତିନିଦିନ  ବ୍ୟବଧାନରେ  ହେବା  ଦେଖାଯାଏ  । ମାଲେରିଆ  ଜ୍ଵରର   ଲକ୍ଷଣ  ମଧ୍ୟ  ଭିନ୍ନ  ଭିନ୍ନ  ହୋଇପାରେ   । ଜ୍ଵର  ଲାଗିରହିପାରେ,  କମ୍ପ, ଗଣ୍ଠିବ୍ୟଥା  ଓ ମୁଣ୍ଡବ୍ୟଥା   ଏବଂ  ବାରମ୍ବାର  ବାନ୍ତି  ମଧ୍ୟ  ହୋଇପାରେ   । ଗୁରୁତ୍ଵର  ଓ  ଜଟିଳ  ମାଲେରିଆରେ  କିଡ୍ ନୀ  ଅକାମୀ  ହେବା,  ରକ୍ତ  ଶର୍କରା  ହ୍ରାସ  ପାଇବା,  ଫୁସ୍ ଫୁସ୍ ରେ   ପାଣି  ଜମିଯିବା  ଏବଂ  ଭୟ  ହେତୁ  ମୃତ୍ୟୁ  ଘଟିପାରେ   ।

କାରଣ :

ମାଇ  ଏନୋଫିଲିସ  ମଶା  ରୋଗୀକୁ  କାମୁଡି  ସୁସ୍ଥଲୋକକୁ  କାମୁଡିଲେ  ସେହି  ମଶା  ମାଧ୍ୟମରେ  ମାଲେରିଆ  ପରଜୀବୀ  ସୁସ୍ଥ  ଲୋକର  ଦେହରେ  ପ୍ରବେଶ  କରେ   । ପରଜୀବୀ  କୀଟାଣୁ  ବହନ  କରିଥିବା  ମଶାକୁ  ଭେକ୍ଟର  କୁହାଯାଏ   ।

ମଣିଷକୁ   କାମୁଡୁଥିବା  ମାସ  ମଣିଷର  ବାସସ୍ଥାନଠାରୁ  ଦୁଇ  କିଲୋମିଟର  ଦୂରତା  ମଧ୍ୟରେ  ହିଁ  ଅଣ୍ଡା  ଦେଇଥାଏ   ।

  • ଆନୋଫିଲିସ  ମଶା  ପରିଷ୍କାର  ପାଣି  ବା  ଅଳ୍ପ  ଲୁଣିଆ  ସ୍ଥିର  ପାଣି  ଅଥବା  ଧୀରଗତି  ପାଣିରେ  ଅଣ୍ଡାଦିଏ  ।
  • ଛୋଟ  ଗଡିଆ, ପୋଖରୀ, କେନାଲ  ତଥା  ଗାଁ  ପାଖରେ  ଥିବା  ସ୍ଥିର  ଖାଲପାଣିରେ  ମଶା  ଅଣ୍ଡା  ଦେଇଥାଏ   ।
  • ବିଲବାଡିରେ   ଜମିଥିବା  ପାଣି, ଜଳାଶୟ  ତଥା  ପଶୁମାନଙ୍କ  ଖୁରା  ଖାଲରେ  ଜମିଥିବା  ପାଣିରେ  ମଧ୍ୟ  ଡିମ୍ବ  ଦିଏ   ।
  • ପାଣି  ସଂରକ୍ଷଣ  ପାଇଁ  ନିର୍ମିତ  କୁଣ୍ଡରେ  ଏବଂ
  • ଯେକୌଣସି  ଯାଗାରେ  ପାଣି  ଜମିରହିଥିଲେ  ଏପରିକି  ପୁରୁଣା  ଟାୟାରରେ  ପାଣି  ରହିଥିଲେ  ସେହି  ପାଣିରେ  ମଧ୍ୟ  ମଶା  ଅଣ୍ଡା  ଦିଏ   ।

ଚିକିତ୍ସା :

ମାଲେରିଆ  ହୋଇଛି  ବୋଲି  ଜାଣିବା  ମାତ୍ରେ  ସଠିକ  ଭାବେ  ଚିକିତ୍ସା  କଲେ  ତାହା  ଭଲହୋଇଯାଏ   । ରଜତ  ପରୀକ୍ଷା  ଦ୍ଵାରା  ମାଲେରିଆ  ହୋଇଥିବା  କଥା  ଜଣାପଡିଥାଏ   । ମାଲେରିଆ  ରୋଗୀର  ଜ୍ଵର  ଛାଡିଯାଇଥିଲେ  ମଧ୍ୟ  ପୁରା  ପରିମାଣର  ଔଷଧ  ଖାଇବା  ଦରକାର   । ପୁରା  କୋର୍ଷ  ଔଷଧ  ସେବନ  ନକଲେ  ଏହା  ସାଂଘାତିକ  ଆକାର  ଧାରଣ  କରିପାରେ  ଓ  ଆରୋଗ୍ୟ  ହେବା  କଷ୍ଟକର  ହୁଏ   ।

ପ୍ରତିଷେଧକ :

ମଶା  ବଂଶ  ବିସ୍ତାରକୁ  ରୋକିବା  ସହିତ  ମାସ  କାମୁଡାରୁ  ନିଜକୁ  ସୁରକ୍ଷିତ  ରଖିପାରିଲେ  ଆମେ  ମାଲେରିଆ   ରୋଗକୁ  ପ୍ରତିରୋଧ  କରିପାରିବା   ।ଏଥିପାଇଁ  ନିମ୍ନଲିଖିତ  ଉପାୟମାନ  ପାଳନ  କରାଯାଇପାରେ  :

  • ସାଧାରଣ  ମଶାରି  ବା  କୀଟନାଶକ  ମଶାରି  ଟାଙ୍ଗି  ଶୋଇବା   ।
  • ମଶା  ପ୍ରତିରୋଧକ  ତେଲ  ବା  ମଲମ  ଦେହରେ  ଲଗାଇବା   ।
  • ମଶାଧୂପ  ବ୍ୟବହାର  କରିବା   ।
  • ମଶା  ଅଣ୍ଡାଦେଉଥିବା  ସ୍ଥାନ  ନରଖିବା  ।
  • ମଶା  ଲାର୍ଭାକୁ  ଖାଇଯାଉଥିବା  ମାଛର  ପାଳନ  କରିବା   ।
  • ମଶା  ଅଣ୍ଡା  ଦେଉଥିବା  ଜଳରେ  ମଶା  ନାଶକ  ଔଷଧ  ପକାଇବା   ।
  • ରାତିରେ  ଶୋଇବାକୁ  ଯିବା  ପୂର୍ବରୁ  ଘରର  ଭିତର  କାନ୍ଥରେ  ମଶା  ନାଶକ  ସ୍ପ୍ରେ  କରିବା   ।
  1. ଏହି  ରୋଗକୁ  ଇଂରାଜୀରେ  ଟ୍ୟୁବରକ୍ୟୁଲେସିସ୍  ବା  ଟିବି  କୁହାଯାଏ   । ଏହି  ରୋଗର  ସାଧାରଣ  ଲକ୍ଷଣ  ହେଉଛି  ତିନି  ସପ୍ତାହ  ବା  ତା’ଠାରୁ  ଅଧିକ  ଦିନଧରି  କାଶ  ଲାଗି  ରହିବା   । ଅନ୍ୟ  ଲକ୍ଷଣ  ଗୁଡିକ  ମଧ୍ୟରେ  ରହିଛି  ଜ୍ଵର, ଅରୁଚି,  ଶରୀରର  ଓଜନ  କମିଯିବା,  ଛାତି  ଯନ୍ତ୍ରଣା  ଏବଂ  ଛେପ  ଖଙ୍କାରରେ  ରକ୍ତ  ପଡିବା   ।

କାରଣ :

ଯକ୍ଷ୍ମାରୋଗ  ମାଇକ୍ରୋବାକଟେରିଅମ୍  ନାମକ  ଜୀବାଣୁ  ଯୋଗୁଁ  ହୋଇଥାଏ   । ଯକ୍ଷ୍ମା  ରୋଗୀ  କାଶିଲେ, ପବନ  ମାଧ୍ୟମରେ  ଏହି  ରୋଗର  ଜୀବାଣୁ  ଅନ୍ୟ  ଲୋକ  ନିକଟକୁ  ସଞ୍ଚାରିତ   ହୋଇଥାଏ   । ଯକ୍ଷ୍ମାରୋଗୀର  କାଶ, କଫ, ଛେଫ, ଶିଙ୍ଗାଣି ଓ ଖଙ୍କାର  ଆଦିରୁ  ଜୀବାଣୁ  ପବନ  ସହିତ  ମିଶିଥାଏ  ଏବଂ  ନିକଟବର୍ତ୍ତୀ  ଲୋକଙ୍କ  ପ୍ରଶ୍ଵାସ  ମାଧ୍ୟମରେ  ଯାଇ  ଏହା  ଅନ୍ୟକୁ ଆକ୍ରାନ୍ତ  କରିପାରେ   । ଏହି  ଜୀବାଣୁ  ଫୁସ୍ ଫୁସ୍ ରେ   ରହି  ବଂଶବୃଦ୍ଧି  ଘଟାଏ  ଓ  କ୍ରମେ  କ୍ରମେ  ରକ୍ତ  ମାଧ୍ୟମରେ  ଶରୀରର  ଅନ୍ୟ  ଅଂଶ  ଯଥା,  କିଡନୀ, ମେରୁଦଣ୍ଡ ଓ ମସ୍ତିସ୍କକୁ  ଆକ୍ରାନ୍ତ  କରେ   ।

ଯେଉଁ  ବ୍ୟକ୍ତି  ବିଶେଷ  ସଂକ୍ରମିତ   ହୋଇ  ମଧ୍ୟ  ଅସୁସ୍ଥ  ହୋଇ  ନଥାନ୍ତି  ତାଙ୍କୁ  ଲୁକ୍କାୟିତ  ବା  ଲାଟେଣ୍ଟ  ଟିବି  ସଂକ୍ରମିତ  ବୋଲି  ବିଚାର   କରାଯାଇଥାଏ   । ଏବଂ  ତାଙ୍କଠାରୁ  ଏହା  ଅନ୍ୟକୁ  ସଂକ୍ରମିତ  ହୋଇନଥାଏ   ।

ଚିକିତ୍ସା :

ଆଧୁନିକ  ଚିକିତ୍ସା  ଫଳରେ  ସମସ୍ତ  ପ୍ରକାର  ଯକ୍ଷ୍ମା  ରୋଗ  ଏବେ  ଭଲ  ହୋଇପାରୁଛି   । ଯଦି  ଅବିଳମ୍ବେ  ସଠିକ  ଚିକିତ୍ସା  କରାଯାଏ   ତେବେ  ଯକ୍ଷ୍ମା  ରୋଗ  ସମ୍ପୂର୍ଣ୍ଣ  ଭାବେ  ଭଲ  ହୋଇଯାଏ   । ଏହି  ରୋଗ  ପରୀକ୍ଷା  ନିରୀକ୍ଷା  ଓ  ଚିକିତ୍ସା  ମାଗଣାରେ  ହୋଇପାରିବ  । ଡାକ୍ତରଙ୍କ  ପ୍ରତ୍ୟକ୍ଷ  ତତ୍ତ୍ଵାବଧାନରେ  ଔଷଧ  ଔଷଧ  ସେବନ  କରିବା  ସହିତ  ଛଅ  ମାସରୁ  ନଅମାସ  ପର୍ଯ୍ୟନ୍ତ  ଚିକିତ୍ସାରେ  ରହିବାକୁ  ପଡେ   । ଯଦି  ଠିକ୍  ଭାବରେ  ଔଷଧ  ସେବନ  କରାଯାଏ  ତେବେ  ରୋଗୀ  ସମ୍ପୂର୍ଣ୍ଣ  ଭଲ  ହୋଇଯାଏ   । ଚିକିତ୍ସିତ   ହେବା  ଅବସ୍ଥାରେ  ସଠିକ  ଭାବେ  ଔଷଧ  ସେବନକୁ  ସୁନିଶ୍ଚିତ  କରିବା  ପାଇଁ  ଚିକିତ୍ସା  କେନ୍ଦ୍ରରେ  ସିଧାସଳଖ  ଔଷଧ  ଖାଇବାକୁ  ଦେବାର  ବ୍ୟବସ୍ଥା  କରାଯାଇଛି   । ଏହାକୁ  ‘ଡଟସ୍’  କୁହାଯାଏ   । ‘ଡଟସ୍’ ଅନୁସାରେ  ଜଣେ  ରୋଗୀ  ସ୍ୱାସ୍ଥ୍ୟକର୍ମୀଙ୍କ  ପ୍ରତ୍ୟକ୍ଷ  ତତ୍ତ୍ଵାବଧାନରେ  ପ୍ରଥମ  ଦୁଇମାସ  ଔଷଧ  ଖାଇବେ  ଓ  ତା’ ପରେ  ପୂରା  ଛଅମାସରୁ  ଆଠମାସର  ଚିକିତ୍ସା  ସମୟ  ଅବଧିରେ  ଆଂଶିକ  ତତ୍ତ୍ଵାବଧାନରେ  ଔଷଧ  ଖାଇବେ   ।

ପ୍ରତିଷେଧକ :

ପ୍ରତ୍ୟକ  ଯକ୍ଷ୍ମାରୋଗୀ  ଯଦି  ଠିକ୍  ଔଷଧ  ସଠିକ  ଭାବେ  ଅତିକମ୍ ରେ  ଛଅମାସ  ପର୍ଯ୍ୟନ୍ତ  ସେବନ  କରନ୍ତି,  ତେବେ  ତାହା  ହିଁ  ହେବ  ଏହି  ରୋଗର  ସର୍ବୋତ୍ତମ  ପ୍ରତିଷେଧକ   । ଏହି  ରୋଗ  ଚିହ୍ନଟ  ହେବାଠାରୁ  ଚିକିତ୍ସା  କରାଯାଇ  ଆରୋଗ୍ୟ  ହେବା  ପର୍ଯ୍ୟନ୍ତ  ଏହି  ରୋଗର  ଜୀବାଣୁ  ବାୟୁ  ଦ୍ଵାରା  ସଞ୍ଚାରିତ  ହେବାକୁ  ନ ହେବା  ଅତ୍ୟନ୍ତ  ଜରୁରୀ   ।

ଏବେ  କେବଳ  ବିସିଜି  ଟୀକା  ହିଁ  ଯକ୍ଷ୍ମା  ରୋଗର  ପ୍ରତିଷେଧକ  ପାଇଁ  ଦିଆଯାଉଛି  ।

ଟୀକାକରଣ  ଦ୍ଵାରା  ପ୍ରତିରୋଧ   କରାଯାଇପାରୁଥିବା  ଭୟାନକ  ଶିଶୁ  ରୋଗ

  1. ମିଳିମିଳା :

ମିଳିମିଳା  ଶିଶୁମାନଙ୍କ  ପାଇଁ  ଏକ  ଭୟାନକ  ରୋଗ – ଏଥିରେ  ମୃତ୍ୟୁ  ବି  ହୋଇପାରେ   ।

ଲକ୍ଷଣ :

  • ଶ୍ଵାସ  ନଳୀକୁ  ସଂକ୍ରମଣ  କରୁଥିବା  ଏହି  ରୋଗ  ଏକ  ମୁଖ୍ୟ  ଡିଆଁରୋଗ   ।
  • ଏଥିରେ  ଫ୍ଲୁ ପରି  ଥଣ୍ଡା,  ଶର୍ଦ୍ଦି  ଓ  ଜ୍ଵର  ହେବା  ସହ  କାଶ  ଓ  ଛିଙ୍କ  ହୁଏ   ।
  • ପାଟି  ଭିତରେ  ନାଲି  ଦାଗ  ସହିତ  ତା  ମଝିରେ  ନୀଳ  ଧଳା  ଚିହ୍ନ  ଭଳି  ଦେଖାଯାଏ  ଓ  ପିଲା  ଖାଇପାରେ  ନାହିଁ   ।
  • ସମ୍ପୂର୍ଣ୍ଣ  ଶରୀରର  ଚମଡା  ଲାଲ  ଲାଲ  ଦାନାରେ  ଭରପୂର  ହୋଇଯାଏ   ।

କାରଣ :

  • ଏକ  ମାରାତ୍ମକ  ଡିଆଁରୋଗ  ହୋଇଥିବାରୁ  ମିଳିମିଳା  ଭାଇରସ  କାଶ  ଓ ଛିଙ୍କ  ମାଧ୍ୟମରେ  ନିବିଡ  ସମ୍ପର୍କରେ  ଆସୁଥିବା  ବ୍ୟକ୍ତିଙ୍କ  ଦ୍ଵାରା  ବିସ୍ତାର  ଲାଭ  କରେ   ।
  • ଏହି  ଭାଇରସ  ପବନରେ  ଏବଂ  ସଂକ୍ରମିତ  ସ୍ଥାନରେ  ଦୁଇଘଣ୍ଟା  ଧରି  ଖୁବ୍  ସକ୍ରିୟ  ଥାଏ   ।
  • ଜଣେ  ସଂକ୍ରମିତ  ବ୍ୟକ୍ତି  ଆକ୍ରାନ୍ତ  ହେବାର  ଚାରିଦିନ  ପୂର୍ବଠାରୁ  ଆକ୍ରାନ୍ତ  ହେବାର  ଚାରିଦିନ  ପର  ପର୍ଯ୍ୟନ୍ତ  ଏହି  ଭାଇରସର  ସଞ୍ଚାରଣ  ଘଟିପାରେ   ।
  1. ଲହରା  କାଶ :

ଏହି  ରୋଗ  ‘ବର୍ଡେଟେଲାପରଟୁସିସ୍’  ନାମକ  ଜୀବାଣୁ  ଦ୍ଵାରା  ହୁଏ   । ସାଧାରଣତଃ  ଦୁଇବର୍ଷରୁ  କମ୍  ବୟସର  ଶିଶୁମାନଙ୍କ  ଶ୍ଵାସନଳୀକୁ  ଏହି  ରୋଗ  ପ୍ରଭାବିତ  କରେ   ।

କାରଣ :

ସଂକ୍ରମିତ  ରୋଗୀର  କାଶ  ଓ  ଛିଙ୍କରୁ  ନିର୍ଗତ  ନାଳ / ରସ  ଜରିଆରେ  ଏହା  ସଞ୍ଚାରିତ  ହୋଇଥାଏ   । ଏହା  ମଧ୍ୟ  ସଂକ୍ରମିତ  ରୋଗୀର  ଶରୀର  ନିର୍ଗତ  ଜଳ   ଯଥା,  ନାକରା  ପାଣି  ଇତ୍ୟାଦି  ଜରିଆରେ   ବ୍ୟାପିଥାଏ   ।

ଲକ୍ଷଣ :

  • ସାଧାରଣତଃ  ଜୀବାଣୁ  ଦ୍ଵାରା  ଆକ୍ରାନ୍ତ  ହେବାର  ୭ରୁ ୧୭ ଦିନ  ମଧ୍ୟରେ  ରୋଗର  ଲକ୍ଷଣ  ପ୍ରକାଶ  ପାଏ   ।
  • ଦୁଇବର୍ଷ  ବୟସ  ମଧ୍ୟରେ  ଅଧିକାଂଶ  ପିଲା  ଏଥିରେ  ଆକ୍ରାନ୍ତ  ହୋଇଥାନ୍ତି   ।
  • ରୋଗର  ଲକ୍ଷଣ  ପ୍ରାୟତଃ ୬ସପ୍ତାହ  ପର୍ଯ୍ୟନ୍ତ  ରହିଥାଏ  । ଏହି ରୋଗକୁ  ତିନି ଭାଗରେ  ବିଭକ୍ତ କରାଯାଇପାରେ  ।

୧ମ ଭାଗ : ଶର୍ଦ୍ଦି  ହୋଇ  ଅନବରତ  ଶିଙ୍ଗାଣି  ବହିବା  ସହିତ  ଭୋକ  ହୁଏନାହିଁ, ଶକ୍ତି  କମିଯାଏ  ଓ  ରାତିରେ  କାଶ  ହୁଏ   ।

୨ୟ ଭାଗ : ଘନ  ଘନ  କାଶ  ହୁଏ, ଶ୍ଵାସ  ବାୟୁ  ରୁଦ୍ଧ  ହୋଇ  କାଶ  ଶେଷରେ  ‘ହୁଫ’ ଭଳି  ଶବ୍ଦ  ବାହାରେ   ।

୩ୟ ଭାଗ : ଆରୋଗ୍ୟ  ସମୟ । କାଶର  ମାତ୍ରା  କମିଯାଏ, ୪ର୍ଥ  ସପ୍ତାହଠାରୁ  ଏହି  ଭାଗ  ଆରମ୍ଭ  ହୋଇଥାଏ   । ଦୁଇସପ୍ତାହରୁ  ଅଧିକ  ସମୟ  ଧରି  କାଶ  ଲାଗି  ରହିଲେ  ଶିଶୁକୁ  ଲହରାକାଶ  ହୋଇଥିବାର  ସନ୍ଦେହ  ଜାତ  ହୋଇଥାଏ   ।

ପ୍ରତିଷେଧକ :

ଡିଟିପି :

  • ଟୀକାକରଣ  ହିଁ  ଏହାର  ପ୍ରତିଷେଧକ  ଅଟେ   । ଏହାକୁ  DTP (ଡିପ୍ ଥେରିଆ, ଟିଟାନସ୍, ପ୍ରେପେଟ୍ରୁସିସ୍) ଭାବରେ  ଦିଆଯାଇଥାଏ   ।
  • ପୂର୍ବରୁ  ଟୀକା  ନେଇଥିଲେ  ବା  ରୋଗରେ   ଆକ୍ରାନ୍ତ  ହୋଇଥିଲେ  ମଧ୍ୟ  ଏହା  ଜୀବନସାରା  ପ୍ରତିଷେଧକ  ଭଳି  କାମ  କରେ  ନାହିଁ   । ଶିଶୁର  ୬ବର୍ଷ  ପରେ  ଏହି  ଟିକାର  ବୁଷ୍ଟର  ଡୋଜ  ଦେବା  ପାଇଁ  ସୁପାରିଶ  କରାଯାଏ  ନାହିଁ   । ଅବଶ୍ୟ  ରୋଗ  ସଂକ୍ରାମକ  ହେଲେ  ଅଲଗା  କଥା   ।
  1. ପୋଲିଓ  ମାଇଲେଟିସ୍

ପୋଲିଓ  ଏକ  ଭୂତାଣୁ  ଜନିତ  ଡିଆଁରୋଗ   ଯାହା  ସମଗ୍ର   ଶରୀରକୁ  ରୋଗାକ୍ରାନ୍ତ  କରିପାରେ,  କିନ୍ତୁ  ପ୍ରାୟ  ମାଂସପେଶୀ  ଓ  ସ୍ନାୟୁକୁ  ପ୍ରଭାବିତ  କରେ   । ସାଧାରଣତଃ  ଏହି  ଭୂତାଣୁ  ଶିଶୁମାନଙ୍କ  ସ୍ନାୟୁକୁ  ସଂକ୍ରମିତ  କରିବା  ଯୋଗୁଁ  ଗୋଡହାତରେ  ପାରାଲିସିସ୍   ହୋଇଯାଏ   ।  ଫଳରେ   ଶିଶୁ  ବିକଳାଙ୍ଗ   ହୋଇପାରେ   ।

କାରଣ :

ପୋଲିଓ  ଏକ  ଭୂତାଣୁ  ଜନିତ  ଡିଆଁରୋଗ   । ଏହି  ଭୂତାଣୁ  ମଳରେ  ନିଷ୍କାସିତ  ହୋଇ  ଜଳଦ୍ଵାରା  ସଂକ୍ରମିତ  ହୁଏ   । ସଂକ୍ରମିତ  ଜଳ  ବା  କୂଅ /ପୋଖରୀ / ଗଡିଆକୁ  ବ୍ୟବହାର  କରୁଥିବା  ଅନ୍ୟପିଲା  ବା ବୟସ୍କମାନେ  ଗାଧୋଇବା,  ପହଁରିବା  ବା ଅନ୍ୟ  ପ୍ରକାରେ  ପାଣିକୁ  ବ୍ୟବହାର  କରିବା  ଦ୍ଵାରା  ଏହି  ଭୂତାଣୁ  ଅନ୍ୟମାନଙ୍କୁ  ସଞ୍ଚାରିତ  ହୋଇଥାଏ  । ଏହି  ଭୂତାଣୁ  ନାକ  ଓ ପାଟି  ବାଟେ  ସଞ୍ଚାରିତ  ହୋଇ  ଅନ୍ତକୁ  ସଂକ୍ରମିତ  କରେ   । ଅନ୍ତ  ମଧ୍ୟରେ  ଏହା  ସହସ୍ର  ସଂଖ୍ୟାରେ  ବହୁଗୁଣିତ  ହୋଇ  ପରେ  ମଳରେ  ବାହାରିଯାଏ  ଏବଂ  ଅନ୍ୟମାନଙ୍କୁ  ସଂକ୍ରମଣ  କରେ – ଏହିପରି  ଭାବରେ  ସଂକ୍ରମଣ  ଚକ୍ର  କବଳରେ  ସମଗ୍ର  ଗୋଷ୍ଠୀ  ପତିତ  ହୁଏ   ।

ସଙ୍କଟଜନକ  ବିଷୟ :

  • ପିଲାମାନଙ୍କ  ପାଇଁ  ଏହା  ସଙ୍କଟଜନକ, ବିଶେଷକରି  ଯେଉଁ  ଛୋଟ  ପିଲାମାନେ  ଶୌଚାଳୟର  ବ୍ୟବହାର   ବିଷୟରେ  ଅନଭିଜ୍ଞ,  ସେମାନଙ୍କ  ପାଇଁ  ।
  • ଯେଉଁ  ବୟସ୍କମାନେ  ଟୀକା  ନେଇନଥିବେ  ସେମାନେ  ମଧ୍ୟ  ଏଥିରେ  ଆକ୍ରାନ୍ତ  ହୋଇପାରନ୍ତି   ।
  • ଯେଉଁ  ଅଞ୍ଚଳର  ସଂକ୍ରମିତ  ମଳରେ  ବସି  ମାଛି  ଖାଦ୍ୟ  ପଦାର୍ଥକୁ   ପ୍ରିୟଦୂଷିତ  କରିଥାନ୍ତି,  ସେଠାରେ  ଏହି  ଭୂତାଣୁ  ସକ୍ରିୟ  ହୁଏ  ।
  • ସଂକ୍ରମିତ  ଜଲଉତ୍ସ  (ଆବର୍ଜନା  ନିକଟବର୍ତ୍ତୀ) ଅତ୍ୟନ୍ତ  ବିପଦଜନକ   ।
  • ପ୍ରତିରୋଧ  ଶକ୍ତି  କମିଯାଇଥିବା  କ୍ୟାନସର  ବା  ଏଡସ  ରୋଗୀ  ଏଥିରେ  ସଂକ୍ରମିତ  ହୋଇପାରନ୍ତି   ।

ପ୍ରତିଷେଧକ :

  • ନିଜକୁ  ପରିବେଶକୁ  ପରିଷ୍କାର  ରଖିବା  ।
  • ପିଲାମାନଙ୍କୁ  ଟୀକାକରଣ  କରାଇବା   ।
  • ସୁଷମ  ଓ ପୁଷ୍ଟିକର   ଆହାର  ଗ୍ରହଣ  କରିବା   ।
  1. କଣ୍ଠ ଅଳତି (ଡିପ୍ ଥେରିଆ) :

ଏହି  ରୋଗ  ସଂକ୍ରମଣ  ହେଲେ  ଶ୍ଵାସନଳୀ  ପ୍ରଭାବିତ  ହୋଇ  ଗଳାର  ଭିତର  ପଟ  ଝିଲ୍ଲିରେ  ଧଳା  ଆସ୍ତରଣ  ସୃଷ୍ଟିହୁଏ  ଏବଂ  ନିଃଶ୍ଵାସ  ନେଇ  ହୁଏନାହିଁ  ।

କାରଣ :

ଏହା  ‘କୋରାଇନ ବାକଟେରିଅମ  ଡିପଥେରି’  ନାମକ  ଏକ  ଜୀବାଣୁଜନିତ  ରୋଗ   । ପାଟିର  ଲାଳ  ଜରିଆରେ  ଏହା  ଅନ୍ୟ  ପାଖକୁ  ସଞ୍ଚାରିତ  ହୋଇଥାଏ  । ଏହାଛଡା  ଏହି  ଜୀବାଣୁ  ଏକ  ଟକ୍ସିନ  ବା  ବିଷାକ୍ତ  ପଦାର୍ଥ  ସୃଷ୍ଟିକରି  ହୃଦଯନ୍ତ୍ରର  ମାଂସପେଶୀ  ଓ  ସ୍ନାୟୁକୁ  ନଷ୍ଟ  କରିଦିଏ   ।

ଲକ୍ଷଣ :

  • ନାକରୁ  ସିଙ୍ଗାଣି  ବୋହିବା  ।
  • ଗଳାରେ  ଯନ୍ତ୍ରଣା  ।
  • ଜ୍ଵର  ।

ପ୍ରତିଷେଧକ :

ପିଲାଦିନେ  ‘ଡିପିଟି  ଟୀକାକରଣ’  କରିବା  ହିଁ  ଏହାର  ସବୁଠାରୁ  ଭଲ  ପ୍ରତିଷେଧକ   ।  ଟୀକା  ନେଇ  ନଥିଲେ  ପିଲା  ଓ  ବଡ  ସମସ୍ତଙ୍କ  କ୍ଷେତ୍ରରେ  କଣ୍ଠ  ଅଳତି  ରୋଗ  ଏକାଧିକବାର  ହେବାର  ସନ୍ଦେହ  ରହିଥାଏ   ।

ଡିଟିପି   ଟୀକା  ପିଲାକୁ  ୬,୧୦ ଓ ୧୪  ସପ୍ତାହରେ  ଦିଆଯାଇଥାଏ   । ଏହା  ଛଡା  ୧୮ମାସ  ଓ  ୨୪ ମାସରେ  ବୁଷ୍ଟର  ଡୋଜ  ଦିଆଯାଏ  ଏବଂ  ପାଞ୍ଚବର୍ଷରେ  ଅନ୍ୟ  ଏକ  ବୁଷ୍ଟର  ଡୋଜ  ଦେବାକୁ  ସୁପାରିଶ୍  କରାଯାଇଥାଏ   ।

ଯଦି  କୌଣସି  ପିଲାଠାରେ  କଣ୍ଠ  ଅଳତି  ହୋଇଥିବାର  ସନ୍ଦେହ  ଉପୁଜେ  ତାହେଲେ  ସଙ୍ଗେ  ସଙ୍ଗେ   ଡାକ୍ତରୀ  ପରାମର୍ଶ   ନେବା  ଦରକାର  କାରଣ  ଏହା  ଏକ  ଜୀବନ  ନାଶକ  ରୋଗ   ।

ଧନୁଷ୍ଟଙ୍କାର (ଟିଟାନସ୍) :

ଯେକୌଣସି  ବୟସର  ଲୋକ  ଧନୁଷ୍ଟଙ୍କାର  ରୋଗରେ  ଆକ୍ରାନ୍ତ  ହୋଇପାରନ୍ତି   । ସ୍ୱାସ୍ଥ୍ୟରକ୍ଷା  ବିଷୟରେ  ସଚେତନ  ନଥିବା  ବ୍ୟକ୍ତିବିଶେଷଙ୍କ  କ୍ଷେତ୍ରରେ   ଧନୁଷ୍ଟଙ୍କାର  ସଂକ୍ରମଣର  ଆଶଙ୍କା  ଅଧିକ   ।

ଲକ୍ଷଣ :

ପ୍ରାରମ୍ଭିକ  ପର୍ଯ୍ୟାୟରେ  ଶୋଷିବାରେ  କଷ୍ଟ  ଅନୁଭବ  ହେବା  ସହିତ  ମୁଖମଣ୍ଡଳର  ମାଂସପେଶୀ  ସଙ୍କୋଚନ  ହୋଇପାରେ  ନାହିଁ  ।  ପରେ  ପରେ  ପିଠି,  ବେକ  ଏବଂ  ଗୋଡର  ମାଂସପେଶୀର  ସଙ୍କୋଚ  ପ୍ରସାରଣ  କଷ୍ଟକର  ହୁଏ   । ଏପରିକି  ଟିକିଏ  ଛୁଇଁବା  ମଧ୍ୟ  ତୀବ୍ର  ଆଲୋଡନ  ସୃଷ୍ଟିକରେ   । ବାରମ୍ବାର  ଆଲୋଡନ  ଯୋଗୁଁ  କଣ୍ଠ  ରୁଦ୍ଧ  ଓ  ଶ୍ଵାସ  ରୁଦ୍ଧ  ହେବା  ଓ  ନିମୋନିଆ  ଆଡକୁ  ଗତି  କରିବା  ସହିତ  ରୋଗୀକୁ   ମୃତ୍ୟୁ  ଆଡକୁ  ଟାଣିନିଏ   ।

କାରଣ :

ଶରୀରର  କଟା, ଛିଣ୍ଡା  କିମ୍ବା  ଅନ୍ୟାନ୍ୟ  କ୍ଷତ  ସ୍ଥାନଦେଇ  ଧନୁଷ୍ଟଙ୍କାର  ପ୍ରବେଶ  କରେ  ଏବଂ  କ୍ଷତାକ୍ତ  ଚରମ  ବା  ପ୍ରସବକାଳୀନ  କ୍ଷତ  ମଧ୍ୟ  ଜୀବାଣୁ   ସଂସ୍ପର୍ଶରେ  ଆସିଲେ  ରୋଗ  ସଂକ୍ରମିତ  ହୁଏ  ।

ପ୍ରତିଷେଧକ :

ଗର୍ଭବତୀ  ମହିଳା  ଓ  ଶିଶୁମାନଙ୍କ  ଟୀକାକରଣ  ଉଭୟ  ମା’  ଓ  ନବଜାତ  ସନ୍ତାନ  ପାଇଁ  ସର୍ବୋତ୍ତମ  ପ୍ରତିଷେଧକ   ।

ଶିଶୁମାନଙ୍କ  ପାଇଁ :

ଡିପିଟି  ଟୀକା  ଶିଶୁମାନଙ୍କୁ  ୬,୧୦ ଓ ୧୪  ସପ୍ତାହରେ  ଦିଆଯିବା  ଦରକାର  ଏବଂ  ୧୮ ମାସରେ  ବୁଷ୍ଟର  ଡୋଜ  ଦିଆଯିବା  ଉଚିତ   । ପିଲାମାନଙ୍କ   ବାହାର  ପଟ  ଜଙ୍ଘର  ମଝି  ଅଂଶରେ  ଏହି  ଇଞ୍ଜେକ୍ସନ  ଦିଆଯାଏ   । ୦.୫ ମି.ଲି.  ଏହି  ଇଞ୍ଜେକ୍ସନ  ମାଂସପେଶୀ   ଭିତରେ   ଦିଆଯାଇଥାଏ   ।

ଗର୍ଭବତୀ  ମହିଳାପାଇଁ :

ଗର୍ଭାବସ୍ଥାରେ  ଦୁଇଟି  ଟିଟାନସ୍  ଟକ୍ସଏଡ   ଇଞ୍ଜେକ୍ସନ  ଚାରି  ସପ୍ତାହ  ଅନ୍ତରରେ   ଦିଆଯାଏ   । ଦ୍ଵିତୀୟ  ଇଞ୍ଜେକ୍ସନ   ଡୋଜଟି  ସମ୍ଭାବ୍ୟ  ପ୍ରସବ  ଦିନଠାରୁ  ଏକ  ମାସ  ଆଗରୁ  ନେବା  ଭଲ  ଏହି  ଇଞ୍ଜେକ୍ସନ  ବାହୁର  ଉପର  ମାଂସପେଶୀରେ  ଦିଆଯିବା  କଥା (୦.୫ ମି.ଲି.)  ।

ସ୍ୱାସ୍ଥ୍ୟ  ସଚେତନତାର  ଅଭାବ  ଏବଂ  ଜଳ  ସଂକ୍ରମଣ  ଜନିତ  ରୋଗ   ।

ଜିଆଡିଆ  :

ପରିସ୍ରାରେ  ରକ୍ତ  ପଡିବା  ଓ  ତଳି  ପେଟରେ  ଦୁଇଗୋଡ  ସନ୍ଧିରେ  ଯନ୍ତ୍ରଣା  ହେବା  ସହିତ  ଦୀର୍ଘ  ଦିନ  ପରେ  କିଡନୀ  ନଷ୍ଟ  ହୋଇଯାଇ  ଫୁଲିଯାଏ  ଏବଂ  ମୃତ୍ୟୁ  ହୁଏ   ।

ନାଳରକ୍ତ  ଝାଡା :

ଏହି  ରୋଗରେ  ତରଳଝାଡା  ହୁଏ   । ବହୁ  ସମୟରେ  ଝାଡା  ସହିତ  ରକ୍ତପଡେ,  ପାକସ୍ଥଳୀରେ  କଷ୍ଟ  ହୁଏ  ଓ  ଜ୍ଵରହୁଏ   । ଯକୃତ  ବଢିଯାଏ  ଓ  ଯନ୍ତ୍ରଣା  ହୁଏ   ।

ହେପାଟାଇଟିସ୍ :

ହଳଦିଆ  ପରିସ୍ରା, ବାନ୍ତି  ହେବା, ଧଳାଝାଡା, ଯକୃତ  ବୃଦ୍ଧି,  ଦେହହାତ  ଓ  ଗୋଡ  ଫୁଲା  ଆଦି  ଏହି  ରୋଗର  ଲକ୍ଷଣ   ।

ଟାଇଫଏଡ (ଆନ୍ତ୍ରିକ  ଜ୍ଵର) :

ସଂକ୍ରମିତ  ଖାଦ୍ୟ  ଓ  ଜଳର   ବ୍ୟବହାର  ହେତୁ  ଏହି  ରୋଗ  ହୋଇଥାଏ   । ଏହି  ରୋଗରେ  ଜ୍ଵର  ଅବିରାମ  ଭାବେ  ଲାଗିରହେ    । ଏହି  ରୋଗ  ଦୀର୍ଘ  ସମୟ  ପର୍ଯ୍ୟନ୍ତ  ମଣିଷକୁ  ଦୁର୍ବଳସ୍ୱାସ୍ଥ୍ୟ  ଓ  ରୁଗ୍ଣ  କରିଦିଏ  ।

କୃମିରୋଗ  (ଲସିକାନଳୀ  ବାତଜ୍ଵର) :

ଶରୀରର  ବିଭିନ୍ନ  ଅଂଶରେ  ଜିଆ  ବା  କୃମିଗୁଡିକର   ଅବସ୍ଥାନ  ଉପରେ   ଏହି ରୋଗର  ବିଭିନ୍ନ  ଲକ୍ଷଣ  ନିର୍ଭର  କରେ   ।

  • ଏହି ରୋଗର  ଲକ୍ଷଣ  ତୁରନ୍ତ  ପ୍ରକାଶ  ପାଇବାରେ  କିମ୍ବା  କୋଡିଏ  ବର୍ଷ  ପର୍ଯ୍ୟନ୍ତ  ସମୟ  ମଧ୍ୟ  ନେଇପାରେ
  • ବେଳେ  ବେଳେ  କୃମି  ଗୁଡିକ  ସମ୍ପୂର୍ଣ୍ଣଭାବେ  ବା  ଆଂଶିକଭାବେ  ମଳ  ସହିତ  ବାହାରିଯାଇଥାଏ   ।
  • ଚର୍ମରେ  ଫଳିଯିବା, ଫୋଟକା  ହୋଇ  ପାଣି  ବହିବା,  ମୁହଁ  ବିଶେଷ  ଭାବେ  ଆଖି  ଚାରିପଟ  ଭୀଷଣ  ଭାବରେ  ଫୁଲିଯିବା  ଇତ୍ୟାଦି  କୃମି  ରୋଗର  ଲକ୍ଷଣ   ।
  • ଚର୍ମରେ  ଆଲର୍ଜିଭଳି  ଦାଗ  ହୋଇ  କୁଣ୍ଡାଇ  ହୋଇପାରେ  ଏବଂ  ତା’ସହିତ  ମଳଦ୍ଵାରା  ଚାରିପଟରେ   କୁଣ୍ଡାଇ  ହୋଇପାରେ   ।
  • ଯକୃତ ଜନିତ  ପୀଡା,  ଲିଭରର  ବୃଦ୍ଧି  ଜ୍ଵର,  ତଳିପେଟ  ଯନ୍ତ୍ରଣା,  ତରଳ  ଝାଡା,  ହଳଦିଆ  ଚର୍ମ  ଆଦି  ଲକ୍ଷଣ  ଦେଖାଦେଇପାରେ   ।
  • ଗୋଦରା  ଗୋଡ  ବା  ଅଣ୍ଡକୋଷର  ବୃଦ୍ଧି  ଘଟିପାରେ   ।

ପାକ  ଯନ୍ତ୍ର :

(ପାକସ୍ଥଳୀ, ଅନ୍ତନଳୀ, ଯକୃତ,  ବୃହଦନ୍ତ୍ର ଓ ମଳଦ୍ଵାର) ରେ   ଅନ୍ତନାଳୀଜନିତ  କୃମି  ହେଲେ  ତଳିପେଟ  ଯନ୍ତ୍ରଣା, ଦୁର୍ବଳତା, ତରଳଝାଡା, ଅରୁଚି,  ଓଜନ  କମିବା, ବାନ୍ତି,  ରକ୍ତହୀନତା, ଅପପୁଷ୍ଟି ଓ  ଜୀବସାର  ହୀନତା, ଲବଣ  କମିବା,  ଚର୍ବି  ଓ ପ୍ରୋଟିନ କମିବା  ଆଦି  ଘଟେ  । ମଳଦ୍ଵାର  ଓ  ଯୋନି  ଚାରିପଟେ  କୁଣ୍ଡାଇ  ହେବ  ସହିତ  ନିଦ୍ରାହୀନତା, ଶଯ୍ୟାମୂତ୍ର  ଓ  ତଳିପେଟ  ଯନ୍ତ୍ରଣା  ଆଦି  ‘ପିନ୍’ କୃମି  ସଂକ୍ରମଣରୁ  ହୋଇଥାଏ   ।

କୃମିରୋଗର  କାରଣ ;

  • ଜଲଉତ୍ସ  ଗୁଡିକ  ମଳଦ୍ଵାରା  ସଂକ୍ରମିତ  ହେବା  ଯୋଗୁ
  • ଅସ୍ଵାସ୍ଥ୍ୟକର  ପରିବେଶ  ଦୋଷରୁ
  • କଞ୍ଚା  ବା  ଦରସିଝା  ମାଂସ  ବା  ମାଛ  ଖାଇବା  ଯୋଗୁ
  • ପଶୁମାନଙ୍କୁ  ମଣିଷ  ରହୁଥିବା  ଘର  ସହିତ  ପାଖାପାଖି  ଭାବରେ  ରଖିବା  ହେତୁ
  • ମୂଷା  ବା  ଅନ୍ୟାନ୍ୟ  କୀଟପତଙ୍ଗ  ଜନିତ  କାରଣରୁ
  • ଅଯତ୍ନ  ପୁଷ୍ଟ  ବା  ରୋଗୀମାନଙ୍କ  ଯୋଗୁ
  • ମଶା  ବା  ମାଛିମାନଙ୍କ  ଯୋଗୁ
  • ଯେଉଁ  ଖେଳ  ପଡିଆରେ  ଖେଳିବା  ସହ  ପିଲାମାନେ  ଖିଆପିଆ  କରି  ମାଟି  ସଂସ୍ପର୍ଶରେ  ଆସୁଥିବେ  ସେଠାରେ  ମଧ୍ୟ  ସଂକ୍ରମଣ  ଘଟିପାରେ   ।

ସହଜ  ପ୍ରତିକାର :

  • ପ୍ରଚୁର  ପାଣି  ପିଇବା   ।
  • ବିଶ୍ରାମ  ନେବା
  • ପରିବାରର  ସମସ୍ତ  ସଭ୍ୟ  ପରୀକ୍ଷା  କରି  ଚିକିତ୍ସିତ  ହେବା
  • ଚିକିତ୍ସା ସମ୍ପୂର୍ଣ୍ଣ  ନହେବା  ପର୍ଯ୍ୟନ୍ତ  ଅନ୍ତଃବସ୍ତ୍ର,  ପୋଷାକ  ପତ୍ର, ବିଛଣା  ଚାଦର  ଆଦି  ଗରମ  ପାଣିରେ  ଧୋଇବା
  • ପାଣିରେ  ହାତକୁ  ବାରମ୍ବାର  ଧୋଇବା, ଦରସିଝା  ବା  କଞ୍ଚାଖାଦ୍ୟ  ଗ୍ରହଣ  ନକରିବା,  ପନିପରିବା  ଓ  ଫଳକୁ  ଭଲଭାବେ  ଧୋଇ  ବ୍ୟବହାର  କରିବା  ସହିତ  ପିଇବା  ପାଣିକୁ  ଫୁଟାଇ  ପିଇବା   ।

କାଛୁ କୁଣ୍ଡିଆ :

କାଛୁ  କୁଣ୍ଡିଆର  କୀଟାଣୁ  ଗୁଡିକ  ସମ୍ବେଦନଶୀଳ  । ଅଧିକାଂଶ  ପରିସ୍ଥିତିରେ  ସେମାନେ  ଗୋଟିଏ  ଶରୀରକୁ  ୨୪ ରୁ ୩୬  ଘଣ୍ଟା  ମଧ୍ୟରେ  ପରିତ୍ୟାଗ  କରିପାରନ୍ତି   । ଏହି  କୀଟାଣୁ  ସଂକ୍ରମିତ  ଲୋକର  ଘନିଷ୍ଠ  ସଂସ୍ପର୍ଶରେ  ଆସିଲଵ  ଚର୍ମ  ମାଧ୍ୟମରେ  ସଂକ୍ରମଣ  ହୁଏ   । ଏହା  କୁକୁର,  ବିରାଡିବକଠାରୁ  କ୍ଵଚିତ  ସଂଚାରିତ  ହୋଇଥାଏ,  କାରଣ  ଏମାନେ  ଯେଉଁ  ପ୍ରକାର  କୀଟାଣୁ  ଦ୍ଵାରା  ସଂକ୍ରମିତ  ହୁଅନ୍ତି,  ତାହା  ମଣିଷ  ମାନଙ୍କୁ  ଆକ୍ରାନ୍ତ  କରନ୍ତି  ନାହିଁ   ।

ଲକ୍ଷଣ :

କାଛୁ କୁଣ୍ଡିଆ  ଛୋଟ  ଛୋଟ  ବିରିବିରି  ହୋଇ  ଆଙ୍ଗୁଳି  ସନ୍ଧିରେ,  କଚଟିରେ,  କହୁଣି ପଛଭାଗରେ,  ଅଣ୍ଟା ଓ ଆଣ୍ଠୁରେ  ଏବଂ  ପିଚାରେ  ହୋଇଥାଏ   । କୁଣ୍ଡାଇ  ହେବା  ଏହାର  ସାଧାରଣ  ଲକ୍ଷଣ   । କୁଣ୍ଡାଇ  ହୋଇ  କ୍ରମେ  ଏହା  ଖୁବ୍ ଭୀଷଣ  ଆକାର  ଧାରଣ  କରେ   ।

ସହଜ  ପ୍ରତିକାର :

ଶୋଇବା  ବିଛଣା  ପତ୍ର  ଓ  ଲୁଗାପଟା  ଗରମ  ପାଣିରେ  ଧୋଇଲେ  କାଛୁ  କୁଣ୍ଡିଆର  କୀଟାଣୁ  ନଷ୍ଟ  ହୋଇଯାଆନ୍ତି   । ଡାକ୍ତରଙ୍କ  ପରାମର୍ଶ  ଅନୁସାରେ  ଚିକିତ୍ସା  କରାଯିବା  ଦରକାର  ।

ଗୋଷ୍ଠୀ  ସ୍ୱାସ୍ଥ୍ୟସେବା  ନିମନ୍ତେ  ସରକାରୀ  ପ୍ରୋତ୍ସାହନ :

ଦେଶର  ନାଗରିକ  ବିଶେଷକରି  ଗ୍ରାମାଞ୍ଚଳରେ  ବାସ  କରୁଥିବା  ଦୁର୍ବଳ  ଅସହାୟ  ଲୋକମାନଙ୍କର  ସ୍ୱାସ୍ଥ୍ୟସେବାର  ଅଭାବ  ମେଣ୍ଟାଇ  ଲୋକମାନଙ୍କ  ଜୀବନ  ଧାରଣ  ମାନର  ଅଭିବୃଦ୍ଧି  ପାଇଁ  ଭାରତ  ସରକାର  “ଜାତୀୟ  ଗ୍ରାମୀଣ  ସ୍ୱାସ୍ଥ୍ୟ  ମିଶନ” ପ୍ରତିଷ୍ଠା  କରିଛନ୍ତି   । ପ୍ରଚଳିତ  ସ୍ୱାସ୍ଥ୍ୟବ୍ୟବସ୍ଥାରେ  ପ୍ରତି  ୫୦୦୦  ଲୋକଙ୍କ  ପାଇ  ପ୍ରତିଷ୍ଠିତ  ସ୍ୱାସ୍ଥ୍ୟ  ଉପକେନ୍ଦ୍ର  ବାସ୍ତବରେ  ବହୁ  ଅଧିକ  ଲୋକଙ୍କ  ସ୍ୱାସ୍ଥ୍ୟସେବା  ପାଇଁ  କାର୍ଯ୍ୟ  କରୁଥିବାରୁ  ସ୍ୱାସ୍ଥ୍ୟକର୍ମୀମାନଙ୍କ  ଉପରେ  କର୍ମର  ଚାପ  ଯଥେଷ୍ଟ  ବୃଦ୍ଧି  ପାଇଛି   । ଗ୍ରାମପଞ୍ଚାୟତ  ସ୍ତରରେ  ଆଶାକର୍ମୀ  ଓ  ସ୍ୱାସ୍ଥ୍ୟକର୍ମୀମାନଙ୍କୁ  ଚୟନ  ଓ  ନିୟୋଜିତ  କରିବା,  ପଲ୍ଲୀସଭା  ଏବଂ  ଗ୍ରାମସଭାରେ  ସ୍ୱାସ୍ଥ୍ୟ  ସମ୍ବନ୍ଧୀୟ  ଆଲୋଚନା  କରି  ସଚେତନତା  ସୃଷ୍ଟି  କରିବା,  ଗ୍ରାମ୍ୟ  ସ୍ୱାସ୍ଥ୍ୟ  ଏବଂ  ପରିମଳ  ସମିତି  ଗଠନ  କରି  ଗାଁର  ପରିବେଶକୁ  ସଫା  ସୁତୁରା  ରଖିବା  ସହିତ  ପଞ୍ଚାୟତ  ମାଧ୍ୟମରେ  ସୁଦୂର  ଓ  ଦୁର୍ଗମ  ଅଞ୍ଚଳର  ଲୋକଙ୍କୁ,  ବିଶେଷ  କରି  ମହିଳା  ଓ  ଶିଶୁମାନଙ୍କୁ  ସ୍ୱାସ୍ଥ୍ୟସେବା  ଯୋଗାଇ  ଦେବା  ମିଶନର  ଲକ୍ଷ୍ୟ  ଅଟେ   । ଆଶାକର୍ମୀ / ସ୍ୱାସ୍ଥ୍ୟକର୍ମୀମାନେ  ପ୍ରଚଳିତ  ସ୍ୱାସ୍ଥ୍ୟବ୍ୟବସ୍ଥାରେ  ଲୋକମାନଙ୍କ  ମଧ୍ୟରେ  ସମ୍ପର୍କର  ସେତୁ  ହିସାବରେ  ସ୍ଵେଚ୍ଛାସେବୀର   ଦାୟିତ୍ଵ  ତୁଲାଇବେ  । ଆଶା  ସ୍ୱାସ୍ଥ୍ୟସେବା  ଓ  ଆଇସିଡିଏସ୍  ସମ୍ପର୍କରେ  ଉନ୍ନତି  ଆଣିବେ  । ଏଥିପାଇଁ  ପ୍ରତି  ଏକହଜାର  ଜନ  ସଂଖ୍ୟାରେ  ଜଣେ  ଲେଖାଏଁ  ଆଶାକର୍ମୀ  (ଅଧିସ୍ଵିକୃତ  ସାମାଜିକ  ସ୍ୱାସ୍ଥ୍ୟ  ସହାୟିକା) ଙ୍କୁ  ଚୟନ  କରାଯାଉଛି   । ଗ୍ରାମାଞ୍ଚଳ  ଲୋକଙ୍କ  ପୁଷ୍ଟିକର  ଆହାର,  ପରିମଳ,  ପିଇବାପାଣି  ଆଦି  ସମ୍ପର୍କୀୟ  ସେବା  କ୍ଷେତ୍ରରେ  ଆଶାକର୍ମୀମାନଙ୍କର  ଗୁରୁତ୍ଵପୂର୍ଣ୍ଣ  ଅବଦାନ  ରହିବ  । ଗ୍ରାମ୍ୟ  ସ୍ୱାସ୍ଥ୍ୟ  ଏବଂ  ପରିମଳ  କମିଟି  ଆଶାର  କାର୍ଯ୍ୟକାରିତାର  ସମୀକ୍ଷା  କରି  ଆବଶ୍ୟକୀୟ  ସହାୟତା  ପ୍ରଦାନ  କରିବେ   ।

ଆଶାର  କାର୍ଯ୍ୟାବଳୀ :

  • ଆଶାକର୍ମୀ  ଗୋଷ୍ଠୀ  ସ୍ତରରେ  ସଚେତନତା  ସୃଷ୍ଟି  କରିବା  ସହ  ପୁଷ୍ଟି,  ଜଳ  ଓ  ପରିମଳ  ଏବଂ  ସ୍ୱାସ୍ଥ୍ୟରକ୍ଷା  ଆଦି  ବିଷୟରେ  ଲୋକଙ୍କୁ  ଜଣାଇବେ   । ତାଛଡା  ସରକାରୀ  ସ୍ୱାସ୍ଥ୍ୟସେବା  ଓ  ଶିଶୁ  କଲ୍ୟାଣ ପରିବାର  ନିୟୋଜନ ବିଷୟରେ  ମଧ୍ୟ  ଲୋକଙ୍କୁ  ପ୍ରୋତ୍ସାହିତ  କରିବେ  ।
  • ସାଧାରଣ  ଅସୁସ୍ଥତା, ଯଥା – କାଶ, ଥଣ୍ଡା ଓ ଜ୍ଵର ସରଳ  ଚିକିତ୍ସା  କରିବା  ସହିତ  ମାଧ୍ୟମ  ଧରଣର   ଅସୁସ୍ଥତା  (ତରଳଝାଡା)ର  ପ୍ରାଥମିକ  ଲକ୍ଷଣ  ଚିହ୍ନଟ  କରି  ଆଶୁ  ଚିକିତ୍ସା  କରିବା ଏବଂ  ନିକଟସ୍ଥ  ଚିକିତ୍ସାଳୟକୁ  ପଠାଇବା  ତଥା – ଯକ୍ଷ୍ମା, କୁଷ୍ଠ  ଆଦି  ଜଟିଳ  ଧରଣର  ଅସୁସ୍ଥତା  ଜାଣିବା  ମାତ୍ରେ  ନିକଟସ୍ଥ  ସ୍ୱାସ୍ଥ୍ୟକେନ୍ଦ୍ରକୁ  ପଠାଇବା  ଏବଂ ଦୁର୍ଘଟଣା  ଘଟିଲେ  କ୍ଷତିଗ୍ରସ୍ତ  ଲୋକଙ୍କୁ  ଡାକ୍ତରଖାନା  ପଠାଇବା  ଦାୟିତ୍ଵ  ଆଶାକର୍ମୀଙ୍କର   ।
  • ସେ  ପ୍ରସବକାଳୀନ  ପ୍ରସ୍ତୁତି,  ନିରାପଦ  ପ୍ରସବ,  ସ୍ତନ୍ୟପାନ  ଓ  ଅନୁପୂରକ  ଖାଦ୍ୟ,  ଟୀକାକରଣ,  ଗର୍ଭନିରୋଧକର  ବ୍ୟବସ୍ଥା  ଓ ସାଧାରଣ  ସଂକ୍ରମଣ  ସହିତ  ଆରଟିଆଇ / ଏସଟିଆଇ  ତଥା  ଛୋଟ  ପିଲାଙ୍କର  ଯତ୍ନ  ସମ୍ବନ୍ଧରେ  ମହିଳାମାନଙ୍କୁ  ପରାମର୍ଶ  ଦେବେ   ।
  • ଉପଲବ୍ଧ  ସ୍ୱାସ୍ଥ୍ୟ  ଏବଂ  ତତ  ସମ୍ପର୍କୀୟ  ସେବା  ପ୍ରଦାନ  କ୍ଷେତ୍ରରେ   ଅଙ୍ଗନବାଡି / ଉପସ୍ୱାସ୍ଥ୍ୟ  କେନ୍ଦ୍ରରେ  ମିଳୁଥିବା  ସ୍ୱାସ୍ଥ୍ୟସେବା  ବିଷୟରେ  ଆଶାକର୍ମୀ  ଗ୍ରାମାଞ୍ଚଳର  ମହିଳାମାନଙ୍କୁ  ଅବଗତ  କରାଇବେ   ।
  • ଗ୍ରାମପଞ୍ଚାୟତର  ‘ସମନ୍ଵିତ  ଗ୍ରାମ୍ୟ  ସ୍ୱାସ୍ଥ୍ୟ  ଯୋଜନା’ ପ୍ରସ୍ତୁତି  କାର୍ଯ୍ୟକ୍ରମ  କ୍ଷେତ୍ରରେ  ଗ୍ରାମ୍ୟ  ସ୍ୱାସ୍ଥ୍ୟ  ଓ  ପରିମଳ  କମିଟିଙ୍କୁ  ସେ  ସହାୟତା  ପ୍ରଦାନ  କରିବେ   ।
  • ସେ  ଗର୍ଭବତୀ  ମହିଳା  ଓ  ଶିଶୁମାନଙ୍କ  ଚିକିତ୍ସା  ବା  ଡାକ୍ତରଖାନାରେ  ଭର୍ତ୍ତି  କରିବା  ନିମନ୍ତେ  ନିକଟବର୍ତ୍ତୀ  ସ୍ୱାସ୍ଥ୍ୟସେବା  କେନ୍ଦ୍ରକୁ  ନେଇକରି  ଯିବେ   ।
  • ତରଳଝାଡା, ଜ୍ଵର,  ସାଧାରଣକ୍ଷତ  ଭଳି  ସାଧାରଣ  ସ୍ୱାସ୍ଥ୍ୟ  ସମସ୍ୟାର  ପ୍ରାଥମିକ  ଉପଚାର  କରିବା  ସହିତ  ଡଟସ୍  ଯୋଗାଇଦେବା  ଆଦି  କାର୍ଯ୍ୟ  ଆଶାକର୍ମୀ   କରିବେ   । ଏହାଛଡା  ସେ  ଲୋକଙ୍କର  ସ୍ୱାସ୍ଥ୍ୟ  ସମସ୍ୟା  ପାଇଁ  ଆବଶ୍ୟକତାକୁ  ମେଣ୍ଟାଇବା  ନିମନ୍ତେ  ଔଷଧ  ପତ୍ର  ମହଜୁଦ  ରଖିଥିବେ   ।
  • ଗ୍ରାମରେ  କୌଣସି  ଜନ୍ମ  ବା  ମୃତ୍ୟୁର  ଖବର  ସେ  ଉପସ୍ୱାସ୍ଥ୍ୟକେନ୍ଦ୍ର / ପ୍ରାଥମିକ  ସ୍ୱାସ୍ଥ୍ୟକେନ୍ଦ୍ରକୁ  ଜଣାଇବେ  । ଏହାଛଡା  ପାରିବାରିକ  ଶୌଚାଳୟ  ନିର୍ମାଣ  କରିବା  ପାଇଁ  ସମ୍ପୂର୍ଣ୍ଣ  ପରିମଳ  ଅଭିଯାନର  ଗୁରୁତ୍ଵ  ବୁଝାଇ  ଲୋକଙ୍କୁ  ଅବଗତ  କରାଇବେ   ।

ଆଶାକର୍ମୀଙ୍କ  ଔଷଧ  ପେଟିକା :

  • ଆଶାକର୍ମୀଙ୍କୁ  ଏଲୋପାଥି  ଏବଂ  ଆୟୁଷ  ଔଷଧ  ସମ୍ବଳିତ  ଔଷଧ  ପେଟିକା  ଯୋଗାଇ  ଦିଆଯାଏ  ।
  • ଆବଶ୍ୟକସ୍ଥଳେ  ଆଶାକର୍ମୀ  ଏହି  ଔଷଧ  ଗୁଡିକ  ଲୋକଙ୍କ  ମଧ୍ୟରେ  ବଣ୍ଟନ  କରିବେ   ।

ଆଶାଙ୍କୁ  କ୍ଷତିପୂରକ  ପ୍ୟାକେଜ :

ଆଶା  ଅବୈତନିକ  ସ୍ଵେଚ୍ଛାସେବୀ  ହୋଇଥିବାରୁ  କୌଣସି  ଦରମା  ପାଆନ୍ତି  ନାହିଁ   । ମାତ୍ର  ସେମାନଙ୍କ  ଶ୍ରମର  ଭରଣା  କରିବା  ପାଇଁ  କିଛି  କ୍ଷତିପୂରଣ   ପ୍ୟାକେଜ  ଦିଆଯାଇଥାଏ   । ଏହି  କ୍ଷତିପୂରଣ  ପ୍ୟାକେଜ  ନିମ୍ନ  ହାରରେ  ପ୍ରଦାନ  କରାଯାଏ  :

  • ଆନୁଷ୍ଠାନିକ  ପ୍ରସବ  ପାଇଁ  ଟ.୬୦୦ / - ହାରରେ  ।
  • ମହିଳା  ଅସ୍ତ୍ରୋପ୍ରଚାର  ପାଇଁ  ପ୍ରବର୍ତ୍ତାଇବା  ନିମନ୍ତେ  ଟ. ୧୫୦/- ହାରରେ  ।
  • ପୁରୁଷ  ଅସ୍ତ୍ରୋପ୍ରଚାର  ପାଇଁ  ପ୍ରବର୍ତ୍ତାଇବା  ନିମନ୍ତେ  ଟ. ୧୫୦ /- ହାରରେ  ।
  • ଟୀକାକରଣ  ଅବଧିରେ  ଟ. ୧୫୦/- ହାରରେ  ।
  • ଡଟସ୍  ପ୍ରଦାନ  ପାଇଁ  ଟ.୧୭୫ / - ହାରରେ  ।

ଭ୍ରାମ୍ୟମାଣ  ଚିକିତ୍ସା  କେନ୍ଦ୍ର :

ଓଡିଶାରେ  କେ.ବି.କେ.  ଜିଲ୍ଲା  ଗୁଡିକ  ପାଇଁ  ଉଦ୍ଦିଷ୍ଟ  ଦୀର୍ଘମିଆଦୀ  କାର୍ଯ୍ୟ  ଯୋଜନା  ଜରିଆରେ  ଭ୍ରାମ୍ୟମାଣ  ସ୍ୱାସ୍ଥ୍ୟ  ୟୁନିଟ କାର୍ଯ୍ୟକାରୀ   କରାଯାଉଅଛି  ।୧୯୯୫ – ୯୬ ମସିହାଠାରୁ  ସଂଶୋଧିତ  ଯୋଜନା  ଅନୁସାରେ  ଏହା  ୫୦ ଗୋଟି  ବ୍ଲକରେ  ଅବାରିତ  ଭାବେ  କାର୍ଯ୍ୟକରୁଛି   । ପ୍ରତି  କେନ୍ଦ୍ର  ପାଇଁ  ଗୋଟିଏ  ସରକାରୀ  ଗାଡି  ବା  ଭଡା   ଗାଡିର  ବ୍ୟବସ୍ଥା  କରାଯାଇଛି   । ପ୍ରତି  କେନ୍ଦ୍ରର  ଟିମରେ  ଚିକିତ୍ସା  ଅଧିକାରୀ,  ଫାର୍ମାସିଷ୍ଟଙ୍କ  ଛଡା   ଜଣେ  ସ୍ୱାସ୍ଥ୍ୟକର୍ମୀ,  ଜଣେ  ଆଟେଣ୍ଡାଣ୍ଟ  ଏବଂ  ଜଣେ  ଡ୍ରାଇଭର  ରହିବେ  । ଏହି  ଟିମ୍  ପ୍ରତି  ମାସରେ   ଅନ୍ତତଃ   କୋଡିଏ  ଦିନ  ବ୍ଲକର  ଦୂର  ଦୂରାନ୍ତ  ଗାଁ  ମାନଙ୍କୁ  ଯାଇ  ସ୍ୱାସ୍ଥ୍ୟସେବା  ଯୋଗାଇଦେବେ   । ଏଥିପାଇଁ  ଆବଶ୍ୟକ  ଗସ୍ତ  ଅନୁସୂଚୀ  ଯୁଗ୍ମଭାବେ  BMO ଓ MMU ର  ଚିକିତ୍ସାଧିକାରୀଙ୍କ  ସହଯୋଗିତାରେ  ପ୍ରସ୍ତୁତ  ହେବ   । ସକ୍ରିୟ  ଭ୍ରାମ୍ୟମାଣ  କେନ୍ଦ୍ର  ଗୁଡିକ  କେବଳ  ଗାଁ  ଲୋକଙ୍କୁ  ଚିକିତ୍ସା  ସେବା  ଯୋଗାଇଦେବାରେ  ସୀମିତ  ନରହି  ସ୍ୱାସ୍ଥ୍ୟର  ଉନ୍ନତି  ପାଇଁ  ଜୀବନ  ଧାରା  ଓ  ଆଚରଣ  ବିଧିର  ପରିବର୍ତ୍ତନ  ସକାଶେ  କାର୍ଯ୍ୟ  କରିବେ   ।

ଜାତୀୟ  ଗ୍ରାମୀଣ  ସ୍ୱାସ୍ଥ୍ୟମିଶନ  ଜରିଆରେ  ଓଡିଶାର  ପ୍ରତି  ଜିଲ୍ଲାରେ  ଗୋଟିଏ  କରି  ଭ୍ରାମ୍ୟମାଣ  ସ୍ୱାସ୍ଥ୍ୟକେନ୍ଦ୍ରର  ବ୍ୟବସ୍ଥା  ପାଇଁ  ପ୍ରସ୍ତାବ  ରଖାଯାଇଛି  ।

ରୋଗୀ  କଲ୍ୟାଣ  ସମିତି :

ସୋସାଇଟ  ରେଜେଷ୍ଟ୍ରିସନ  ଦ୍ଵାରା  ରେଜେଷ୍ଟ୍ରିକୃତ  ଏକ ସ୍ୱାସ୍ଥ୍ୟସେବା  କାର୍ଯ୍ୟକ୍ରମ  ହେଉଛି  “ରୋଗୀ  କଲ୍ୟାଣ  ସମିତି”  । ଏଥିରେ  ପଞ୍ଚାୟତିରାଜ ଅନୁଷ୍ଠାନର  ପ୍ରତିନିଧି,  ବେଶରଲାରି  ସଂଗଠନ,  ସ୍ଥାନୀୟ  ନିର୍ବାଚିତ  ଲୋକ  ପ୍ରତିନିଧି  ଏବଂ  ସରକାରୀ  ଅଧିକାରୀ  ସଭ୍ୟ  ରହିଥାନ୍ତି   । ଉକ୍ତ  ସରକାରୀ   ଅଧିକାରୀ  ରୋଗୀ  କଲ୍ୟାଣ  ସମିତିର  ଯଥାର୍ଥ  ପରିଚାଳନା  ପାଇଁ  ଦାୟୀ  ରହିବେ   । ର୍ରୋଗୀ  କଲ୍ୟାଣ  ସମିତି  ତାହାର  ସଠିକ  ପରିଚାଳନା  ଓ  କାର୍ଯ୍ୟକାରିତା  କ୍ଷେତ୍ରରେ  ସ୍ଵାଧୀନ  ଭାବେ  ଯୋଜନା  ପ୍ରସ୍ତୁତ  କରି  ଅର୍ଥର  ବିନିଯୋଗ  କରିପାରିବେ   ।  ।

ସାଧାରଣ  ରୋଗର  ପ୍ରତିରୋଧ  କ୍ଷେତ୍ରରେ  ଆମର  ଭୂମିକା  ଓ  ଦାୟିତ୍ଵ :

  • ରୋଗର  ଉତ୍ପତ୍ତି, ପ୍ରତିକାର  ତଥା  ଚିକିତ୍ସା  ପଦ୍ଧତି  ବିଷୟରେ  ସମସ୍ତଙ୍କୁ  ସଚେତନ  କରିବା   ।
  • ମଶା  ଓ  ମାଛିର  ବଂଶବୃଦ୍ଧିକୁ  ରୋକିବା  ପାଇଁ  ଗାଁକୁ  ସଫା  ସୁତୁରା  ରଖିବା   ।
  • ଅଯଥା  ପାଣିକୁ  ଜମିବାକୁ  ନଦେବା  ପାଇଁ  ଉପଯୁକ୍ତ  ନିଷ୍କାସନ  ନଳାର  ବ୍ୟବସ୍ଥା  କରିବା   ।
  • ପିଇବା  ପାଣିର  ଗୁଣାତ୍ମକମାନ  ବଜାୟ  ରଖିବା  ପାଇଁ  ଜଳଉତ୍ସ,  ଟ୍ରାପ  ଓ  ଜଳପାତ୍ର  ଗୁଡିକର  ଉପଯୁକ୍ତ  ରକ୍ଷଣାବେକ୍ଷଣା  କରିବା   ।
  • ଖାଦ୍ୟ  ପଦାର୍ଥକୁ  ମାଛିଠାରୁ  ସୁରକ୍ଷିତ  ରଖିବା  ପାଇଁ  ମଳ – ମାଛି – ଖାଦ୍ୟ  ଯୋଗାଯୋଗକୁ  ପାରିବାରିକ  କ୍ଷେତ୍ରରେ  ପ୍ରତିହତ  କରିବା   ।
  • ମଳ – ଜଳ – ଖାଦ୍ୟ  ପଦାର୍ଥ  ଓ ପିଇବା  ପାଣିର  ଯୋଗାଯୋଗକୁ  ପ୍ରତିରୋଧ  ପାଇଁ  ସର୍ବସାଧାରଣ  ଜଲଉତ୍ସକୁ  କ୍ଲୋରିନ  ସାହାଯ୍ୟରେ  ନିୟମିତ  ବିଶୋଧନ  କରିବା  ।
  • ଜଳର  ସଂରକ୍ଷଣ  ଓ ବ୍ୟବହାର  ପାଇଁ  ପମ୍ପ,  କୂଅ  ଏବଂ  ଶୌଚାଳୟର  ଅଭ୍ୟାସ  ଜରିଆରେ  ଉନ୍ନତ  ପରିମଳ  ବ୍ୟବସ୍ଥା  ଅବଲମ୍ବନ  କରିବା   ।
  • ପାଣି  ପାଇପ୍ ଏବଂ  ଟ୍ୟାପକୁ  ସର୍ବଦା  ପରିଷ୍କାର  ରଖିବା  ଏବଂ  ହାତକୁ  ଭଲଭାବେ  ଧୋଇବା  ଭଳି  ଅଭ୍ୟାସ  ଜରିଆରେ  ଉନ୍ନତ  ସ୍ୱାସ୍ଥ୍ୟକର  ଆଚରଣ  ପାଳନ  କରିବା   ।
  • ଶୌଚାଳୟ  ବ୍ୟବହାର  କରି   ସମସ୍ତ  ପ୍ରକାର  ମଳକୁ  ନିରାପଦ  ଭାବେ  ଦୂରେଇ  ଦେବାର  ବ୍ୟବସ୍ଥା  ଅବଲମ୍ବନ  କରିବା   ।
  • ରାନ୍ଧିବା  ପୂର୍ବରୁ  ଖାଦ୍ୟ  ପଦାର୍ଥକୁ  ଧୋଇବା ଏବଂ କ୍ଷତିକାରକ  କୀଟାଣୁର  ବିନାଶ  ପାଇଁ  ତାକୁ  ଉପଯୁକ୍ତ  ସମୟ  ଧରି  ଆବଶ୍ୟକ  ଉତ୍ତାପରେ  ରନ୍ଧନ  କରିବା   ।
  • ଛଅଗୋଟି  ମାରାତ୍ମକ  ରୋଗର  ପ୍ରତିଷେଧକ  ପାଇଁ  ଗାଁର  ସବୁ  ପିଲାଙ୍କର  ଟୀକାକରଣ  କରାଇବା   ।
ଗୋଷ୍ଠୀଗତ  କ୍ଷେତ୍ରରେ  ସ୍ୱାସ୍ଥ୍ୟ  ସମସ୍ୟା  ଗୁଡିକୁ  ଚିହ୍ନଟ  କରିବା  ସହିତ  ତା’ର  ସମାଧାନ  ପାଇଁ  ପଦକ୍ଷେପନେବା  ଏବଂ  ସେଥିପାଇଁ  ଆଶା,  ସ୍ୱାସ୍ଥ୍ୟକର୍ମୀ, ସ୍ୱାସ୍ଥ୍ୟସେବୀ  ଅନୁଷ୍ଠାନ,  ସମ୍ପୃକ୍ତ  ଗୋଷ୍ଠୀ  ତଥା  ପଞ୍ଚାୟତିରାଜ  ଅନୁଷ୍ଠାନକୁ  ସହାୟତା  ଦେବା   ।

ଆଧାର – ଓଡିଶା ଜଳ ବିଭାଜିକା ଉନ୍ନୟନ ମିଶନ

3.5
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
Back to top