ସେଆର କରନ୍ତୁ

ଅଟିଜିମ୍

ଅଟିଜିମ୍ ହେଉଛି ଏକ ମସ୍ତିଷ୍କ ବିକାଶ ସମ୍ବନ୍ଧୀୟ ରୋଗ ଯାହା ସାଧାରଣତଃ ଶୈଶବ ଅବସ୍ଥାରୁ ଆରମ୍ଭ ହୋଇଥାଏ । ରୋଗ ବିଷୟରେ ସୂଚନା ।

ଅଟିଜିମ୍  କଣ ?

‘‘ଅଟିଜିମ୍ ରୋଗରେ ଆକ୍ରାନ୍ତ ଶିଶୁ ଅନ୍ୟମାନଙ୍କ ସହ । ସାମାଜିକ ସମ୍ପର୍କ ସ୍ଥାପନ କରିବାରେ ଅସୁବିଧାର ସମ୍ମୁଖୀନ ହୋଇଥାଏ। ଏକବର୍ଷ ବୟସ ସୁଦ୍ଧା ଏହି ଶିଶୁମାନଙ୍କୁ ନାଁ ଧରି ଡାକିଲେ ସେମାନେ ଜାଣିପାରନ୍ତି ନାହିଁ । ନିଜ ଆଖପାଖ ଲୋକଙ୍କ ସହ ମିଳାମିଶା କରନ୍ତି ନାହିଁ ଓ କୌଣସି ଅସ୍ପଷ୍ଟ ଶବ୍ଦ ସୃଷ୍ଟି କରିପାରନ୍ତି ନାହିଁ । ୧ରୁ୩ ବର୍ଷ ବୟସ୍କ ଶିଶୁମାନେ ଅନ୍ୟମାନଙ୍କ ନକଲ କରିପାରନ୍ତି ନାହିଁ, ସବୁବେଳେ ଏକୁଟିଆ କେତେକ ନିର୍ଦ୍ଦିଷ୍ଟ ଖେଳ ହିଁ ଖେଳନ୍ତି ।

ଅଟିଜିମ୍ ହେଉଛି ଏକ ମସ୍ତିଷ୍କ ବିକାଶ ସମ୍ବନ୍ଧୀୟ ରୋଗ ଯାହା ସାଧାରଣତଃ ଶୈଶବ ଅବସ୍ଥାରୁ ଆରମ୍ଭ ହୋଇଥାଏ । ଏହି ରୋଗରେ ସାମାଜିକ ସମ୍ପର୍କ ସ୍ଥାପନ ଭାବର ଆଦାନପ୍ରଦାନ ଓ ଭାଷାର ପରିପ୍ରକାଶ ଆଦିରେ ଅସୁବିଧା । ଦେଖାଯାଇଥାଏ । ଆମ ଦେଶରେ ପ୍ରାୟ ୫୦ଲକ୍ଷ ପିଲା ଏହି ରୋଗ ଦ୍ଵାରା ପ୍ରଭାବିତ । ଝିଅମାନଙ୍କ ଅପେକ୍ଷା  ପୁଅ ମାନଙ୍କ ଠାରେ ଏହା ୫ ଗୁଣ ଅଧିକ ଦେଖାଯାଇ ଥାଏ । ଭାରତରେ ଅଟିଜିମ୍ ରୋଗର ଲକ୍ଷଣ ଓ ଚିକିତ୍ସା ସମ୍ବନ୍ଧରେ  ସଚେତନତାର ଘୋର ଅଭାବ ରହିଛି । ଫଳରେ ଠିକ ସମୟରେ ଏହି ରୋଗର ଲକ୍ଷଣକୁ ଚିହ୍ନି ଉପଯୁକ୍ତ ଚିକିତ୍ସା ପ୍ରଦାନ କରାଯାଇ ପାରୁନାହିଁ।

କାରଣ

ଅଟିଜିମ୍ ରୋଗ ବିଭିନ୍ନ କାରଣରୁ ହୋଇପାରେ। ଜିନ୍‌ଗତ ପାରିପାର୍ଶ୍ଵିକ କାରଣଗୁଡ଼ିକ ଯୋଗୁ ଏହି ରୋଗ ଆରମ୍ଭ ହୋଇପାରେ । ପିଲା ଜନ୍ମ ପୂର୍ବରୁ ଓ ଜନ୍ମ ସମୟରେ ଘଟିଥିବା କେତେକ ସମସ୍ୟା ଏଥିପାଇଁ ଦାୟୀ ହୋଇପାରେ। ଗର୍ଭଧାରଣ ସମୟରେ ମାତାପିତାଙ୍କ ବୟସ ଅଧିକ ହୋଇଥିଲେ, ଗର୍ଭଧାରଣ ସମୟରେ ମାଆର ଶାରୀରିକ ଅସୁସ୍ଥତା, ନିର୍ଦ୍ଧାରିତ ସମୟ ପୂର୍ବରୁ ପିଲାର ଜନ୍ମ ସମୟରେ ଓଜନ କମ୍ ହେବା ଓ ଜନ୍ମ ପରେ ପିଲା ଡେରିରେ କାନ୍ଦିବା ଆଦି କାରଣ ଯୋଗୁ ଅଟିଜିମ୍ ରୋଗ ହୋଇପାରେ ।

ଲକ୍ଷଣ

ଅଟିଜିମ୍ ରୋଗରେ ଶିଶୁ ଅନ୍ୟମାନଙ୍କ ସହ ସାମାଜିକ ସମ୍ପର୍କ ସ୍ଥାପନ କରିବାରେ ଅସୁବିଧାର ସମ୍ମୁଖୀନ ହୋଇଥାଏ । ଏକବର୍ଷ ବୟସ ସୁଦ୍ଧା ଏହି ଶିଶୁମାନଙ୍କୁ ନାଁ ଧରି ଡାକିଲେ ସେମାନେ ଜାଣିପାରନ୍ତି ନାହିଁ । ନିଜ ଆଖପାଖ ଲୋକଙ୍କ ସହ ମିଳାମିଶା କରନ୍ତି ନାହିଁ ଓ କୌଣସି ଅସ୍ପଷ୍ଟ ଶବ୍ଦ ସୃଷ୍ଟି କରିପାରନ୍ତି ନାହିଁ । ୧ରୁ ୩ ବର୍ଷ ବୟସ୍କ ଶିଶୁମାନେ ଅନ୍ୟମାନଙ୍କ ନକଲ କରିପାରନ୍ତି ନାହିଁ, ସବୁବେଳେ ଏକୁଟିଆ କେତେକ ନିର୍ଦ୍ଦିଷ୍ଟ ଖେଳ ହିଁ ଖେଳନ୍ତି ।  ସେମାନେ ଅନ୍ୟମାନଙ୍କ ଆଖିରେ ଆଖି ମିଳାଇପାରନ୍ତି ନାହିଁ । ଅନ୍ୟର ମନର ଭାବନା ଓ ସ୍ନେହକୁ ଠିକ ଭାବେ ବୁଝିପାରନ୍ତି ନାହିଁ । ନିଜର ପାରିପାର୍ଶ୍ଵିକ ଅବସ୍ଥା ପ୍ରତି କମ୍ ସମ୍ବନଦଶୀଳ ରହିଥାନ୍ତି।

ଏହି ପିଲାମାନେ ନିଜ ମନର ଆବେଗକୁ ନିୟନ୍ତ୍ରଣ କରିପାରନ୍ତି ନାହିଁ, ଯାହା ଫଳରେ ସେମାନେ ବିନା କାରଣରେ ହସନ୍ତି, କାନ୍ଦନ୍ତି ଏବଂ ରାଗନ୍ତି । କେତେକ ପିଲା ନିଜକୁ କ୍ଷତି କଲା ଭଳି ବ୍ୟବହାର ଯଥା ନିଜକୁ କାମୁଡ଼ିବା, ମୁଣ୍ଡ ବାଡ଼େଇବା, ଚୁଟି ଟାଣିବା ଆଦି ବାରମ୍ବାର କରିଥାନ୍ତି ।

ଏହି ରୋଗରେ ଆକ୍ରାନ୍ତ ପିଲାର ଭାଷାର ବିକାଶରେ ଅସୁବିଧା ହୋଇଥାଏ । ସେମାନଙ୍କର ଭାଷାର ବିକାଶ ବିଳମ୍ବ ହୋଇପାରେ କିମ୍ବା ଭାଷା ଅସ୍ଵାଭାବିକ ହୋଇପାରେ । କଥାବାର୍ତ୍ତା କଲାବେଳେ ସେମାନେ ବିଭିନ୍ନ ଶବ୍ଦ ଠିକ୍ ଭାବରେ ବ୍ୟବହାର କରିପାରନ୍ତି ନାହିଁ। ଉକ୍ତ ରୋଗରେ ପିଲାମାନେ କେତେକ ନିର୍ଦ୍ଦିଷ୍ଟ ବ୍ୟବହାରକୁ ବାରମ୍ବାର କରିଥାନ୍ତି । ଯେମିତିକି ଆଗକୁ ପଛକୁ ଦୋହଲିବା, ଆଖି ଆଗରେ ଆଙ୍ଗୁଠି ମୋଡ଼ିବା, ଗୋଲ ଗୋଲ ହୋଇ ଘୂରିବା, କେତେକ ନିର୍ଦ୍ଦିଷ୍ଟ ଶବ୍ଦକୁ ବାରମ୍ବାର କହିବା ଆଦି। ଅଟିଜିମ୍ ରୋଗରେ ପିଲାମାନଙ୍କ ଖେଳିବାର ଶୈଳୀରେ ମଧ୍ୟ ଅସ୍ଵାଭାବିକତା ଦେଖାଯାଇଥାଏ । ସେମାନେ ସାଧାରଣ ଭାବରେ ବ୍ୟବହାର ହେଉଥିବା ଖେଳନା ସହ ଖେଳି ନଥାନ୍ତି । ଘରକରଣା ଜିନିଷ ଯଥା ସାବୁନ, ଦଉଡ଼ି ଓ ମଗ ଆଦି ସହିତ ଖେଳିବାକୁ ବେଶି ପସନ୍ଦ କରି ଥାନ୍ତି । ଅନ୍ୟ ପିଲାମାନଙ୍କ ସହ ନ ଖେଳି ସବୁବେଳେ ଏକୁଟିଆ ଖେଳିଥାନ୍ତି ।

ଏହି ପିଲାମାନେ କୌଣସି ଉଚ୍ଚ ଶବ୍ଦ କିମ୍ବା ଅତି ଉଜ୍ଵଳ ଆଲୋକ ପ୍ରତି ଅତ୍ୟନ୍ତ ସମ୍ବେଦନଶୀଳ ହୋଇଥାନ୍ତି ଏବଂ ଏସବୁ ପ୍ରତି ଅସ୍ଵାଭାବିକ ପ୍ରତିକ୍ରିୟା ପ୍ରକାଶ କରନ୍ତି । ପ୍ରାରମ୍ଭିକ ଅବସ୍ଥାରେ ଶିଶୁମାନଙ୍କ ଠାରେ ନିମ୍ନଲିଖିତ କୌଣସି ଲକ୍ଷଣ  ଦେଖାଗଲେ ଅଟିଜର ସନ୍ଦେହ ସୃଷ୍ଟି ହୋଇଥାଏ। ।

  1. ୧୨ ମାସ ବୟସ ସୁଦ୍ଧା ପିଲା କୌଣସି ଅସ୍ପଷ୍ଟ ଶବ୍ଦ ସୃଷ୍ଟି କରି ନ ପାରିବା ।
  2. ୧୨ମାସ ବୟସ ସୁଦ୍ଧା ଆଙ୍ଗୁଠି ଦେଖାଇ ନ ପାରିବା କିମ୍ବା କୌଣସି । ଅଙ୍ଗଭଙ୍ଗୀ ଦେଖାଇ ନ ପାରିବା ।
  3. ୧୬ ମାସ ବୟସ ସୁଦ୍ଧା ଗୋଟିକିଆ ଶବ୍ଦ କହି ନପାରିବା ।
  4. ୨୪ ମାସ ବୟସ ସୁଦ୍ଧା ଦୁଇ ଶବ୍ଦ ବିଶିଷ୍ଟ ବାକ୍ୟ କହି ନପାରିବା ।

ଅଟିଜିରେ ଆକ୍ରାନ୍ତ ପିଲା ମାନଙ୍କ ଠାରେ ନାନା ପ୍ରକାର ଶାରୀରିକ ସମସ୍ୟା ଯଥା ଅପସ୍ମାର ବାତ ବିଭିନ୍ନ ପେଟଜନିତ ସମସ୍ୟା ଏବଂ କେତେକ ନିର୍ଦ୍ଦିଷ୍ଟ ଜିନ୍‌ଗତ ରୋଗ ଆଦି ଦେଖାଯାଇଥାଏ। ।

ଏଥିସହ ଅନ୍ୟ କେତେକ ମାନସିକ ସମସ୍ୟା ଯଥା: ଚଞ୍ଚଳାମି ରୋଗ (ଏଡିଏଚଡି) ମାନସିକ ଉଦ୍‌ବେଗ ରୋଗ, ଅବସାଦ ରୋଗ ଓ ନିଦ୍ରାହୀନତା ଆଦି ମଧ୍ୟ ଦେଖାଯାଇ ଥାଏ। ଏହି ରୋଗରେ ଅନେକ ପିଲାଙ୍କର ବୃଦ୍ଧିର କରି ଠିକ ବିକାଶ ହୋଇ ନ ଥାଏ ।

ଚିକିତ୍ସା

ପ୍ରାରମ୍ଭିକ ଅବସ୍ଥାରେ ଅଟିଜିମ ରୋଗର ଲକ୍ଷଣକୁ ଚିହ୍ନ ମାନସିକ ରୋଗ ବିଶେଷଜ୍ଞଙ୍କୁ ପରାମର୍ଶ କରିବା ଉଚିତ । ଏଥି ନିମନ୍ତେ ମୁଖ୍ୟତଃ ବିଭିନ୍ନ ବ୍ୟବହାରିକ ଚିକତ୍ସା ପଦ୍ଧତି (ସେସୋରି ଇଣ୍ଡିଗ୍ରେସନ ଥେରାପି ଓ ସ୍ପିଚ ଥେରାପି) ସହିତ କେତେକ ଔଷଧ ବ୍ୟବହାର କରାଯାଇଥାଏ । ଅଭିଭାବକମାନେ ଡାକ୍ତରଙ୍କଠାରୁ ସମସ୍ତ ବ୍ୟବହାରିକ ଚିକିତ୍ସା ପଦ୍ଧତି ଗୁଡ଼ିକୁ ଜାଣିରଖିବା ଉଚିତ । ପିଲା ସହ ଏହି ଚିକିତ୍ସା ପଦ୍ଧତି  ଅନୁସାରେ ବ୍ୟବହାର କଲେ ତା’ର ସାମାଜିକ ଓ ଯୋଗାଯୋଗ ଦକ୍ଷତା ବୃଦ୍ଧି ପାଇଥାଏ। ତା’ର ଭାଷାରେ ମଧ୍ୟ ଧୀରେ ଧୀରେ ବିକାଶ ଘଟିଥାଏ । ପିଲାର ବ୍ୟବହାରିକ ସମସ୍ୟା ନିମନ୍ତେ କେତେକ ଔଷଧ ବ୍ୟବହାର କରାଯାଇଥାଏ । ଅଟିଜିମ୍ ସହ ଦେଖା ଯାଉଥିବା ବିଭିନ୍ନ ଶାରୀରିକ ଓ ମାନସିକ ସମସ୍ୟାର ମଧ୍ୟ ଉପଯୁକ୍ତ ଚିକିତ୍ସା ଜରୁରୀ । ଅଭିଭାବକମାନେ ଧୈର୍ଯ୍ୟର ସହିତ ଚିକିତ୍ସା କରାଇଲେ ଧୀରେ ଧୀରେ ପିଲାର ବ୍ୟବହାରରେ ଉନ୍ନତି ଦେଖାଯାଇଥାଏ ।

ସଂଗୃହିତ - ଡା. ସତ୍ୟକାମ ମହାପାତ୍ର, ମାନସିକ ରୋଗ ବିଶେଷଜ୍ଞ
3.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top