ସେଆର କରନ୍ତୁ

ଅମୃତ ଧାରା

ମା’ କ୍ଷୀର ଶିଶୁ ପାଇଁ ଅମୃତ ।

ମା’ କ୍ଷୀର

ମା’ କ୍ଷୀର ବିକଳ୍ପ ନାହିଁ । ଏହା ସମ୍ପୁର୍ଣ୍ଣ ବିଶୁଦ୍ଧ ଏବଂ ଶିଶୁ ଲାଗି ଅମୃତ । କେବଳ ଶିଶୁ ପାଇଁ ଯେ ଏହା ଉପକାରୀ ତା’ ନୁହେଁ, ବରଂ ସ୍ତନ୍ୟପାନ କରାଇବା ଦ୍ଵାରା ମା’ ଆତ୍ମସନ୍ତୋଷ ଲାଭ କରିବା ସହିତ ସୁସ୍ଥ ଏବଂ ଲାଳିତ୍ୟମୟୀ ହୋଇଥାଏ ।

କେତେ ଉପକାରୀ କଷକ୍ଷୀର

ମା’ କ୍ଷୀର ଶିଶୁ ପାଇଁ ଅମୃତ । ଯଦି ଗୋଟିଏ ଶିଶୁ ପର୍ଯ୍ୟାପ୍ତ ପରିମାଣରେ ମା’କ୍ଷୀର ଖାଏ, ତେବେ ଏହାଦ୍ଵାରା ତାହାର ଶରୀରକୁ ଆବଶ୍ୟକ ଖାଦ୍ୟ ପ୍ରଚୁର ପରିମାଣରେ ମିଳିଥାଏ । ଶିଶୁ ଟିଏ ଜନ୍ମ ହେବା ପରେ ମା’ଠାରୁ କ୍ଷରଣ ହେଉଥିବା ଇଷତ୍ ହଳଦିଆ ରଙ୍ଗର କ୍ଷୀରକୁ ‘କଷକ୍ଷୀର’ କୁହାଯାଏ । ଏହା ମଧ୍ୟା ଟିକେ ବହଳିଆ। ସମୟ ଥିଲା, ଏହି କ୍ଷୀରର ମହତ୍ତ୍ଵ ଅନେକେ ବୁଝି ପାରୁ ନ ଥିଲେ । ତେଣୁ ତାହାକୁ ନଷ୍ଟ କରି ଦେଉଥିଲେ । କିନ୍ତୁ ଏବେ ସମସ୍ତେ ନେଇ ସଚେତନ ହେଲେଣି ଏବଂ ଶିଶୁ ଜନ୍ମ ହେବା ପରେପରେ ତାହାକୁ ଏହି କ୍ଷୀର ଖୁଆଉଛନ୍ତି । କଷକ୍ଷୀରରେ ପ୍ରଚୁର ପରିମାଣରେ ପୁଷ୍ଟିସାର, ଭିଟାମିନ୍ ‘ଏ’ ଓ ଲବଣ ରହିଛି । କମ୍ ପରିମାଣରେ ଶର୍କରା ଓ ଚର୍ବି ଜାତୀୟ ଖାଦ୍ୟ ଏବଂ ପୋଟାସିୟମ୍ ଥାଏ । ଏହାବ୍ୟତୀତ ଶିଶୁର କୋଷ୍ଟ ସଫା କରିବାରେ ସାହାଯ୍ୟ କରୁଥିବାରୁ ତା’ର ଅନ୍ତନାଳୀରେ ଥିବା କଳାରଙ୍ଗର ମଇଳାଗୁଡିକ ବାହାର କରିବାରେ ସାହାଯ୍ୟ କରିଥାଏ । ଏହି କଳାରଙ୍ଗର ମଇଳାଗୁଡିକ ଶିଶୁର ଅନ୍ତନାଳୀରେ ଜମା ହୋଇ ରହିଲେ ତାହାକୁ ଭିବାଷ୍ୟତରେ ଜଣ୍ଡିସ୍ ହେବାର ଆଶଙ୍କା ଅଧିକ ଥାଏ । ମା’ କ୍ଷୀରରେ ପ୍ରଚୁର କାରୀମାନରେ ରୋଗ ପ୍ରତିରୋଧକ ଶକ୍ତି ରହିଛି । ସେତିକି ନୁହେଁ, ଏଥିରେ ଲାକ୍ ଟୋଫେରିନ୍, ଲାଇସୋଜାଇମ୍, ଲାକ୍ଟୋଫେରୋକ୍ସିଡେମ୍ ଓ ପ୍ରୋଲିନ୍ ରିଚ୍ ପଲିପେପ୍ ଟାଇଡ୍ ଭଳି ଆଣ୍ଟିବଡି ରହିଛି । ଏହି ସବୁ ଆଣ୍ଟିବଡି ଶିଶୁକୁ ବିଭିନ୍ନ ରୋଗ ସଂକ୍ରମଣ ରକ୍ଷା କରିଥାନ୍ତି ।

ପିଲାର ବିକାଶ କରେ ମା’ କ୍ଷୀର

କଥାରେ ଅଛି ମା’କ୍ଷୀର ଅମୃତ । ଏହାକୁ ଭଗବାନ୍ ଏପରି ସୃଷ୍ଟି କରିଛନ୍ତି ଯେ, ପିଲା ଯେପରି ହେଇଥାଉ ନା କାହିଁକି ତା’ ପାଇଁ କ୍ଷୀର ଜନିତା ମା’ଠାରୁ ହିଁ କ୍ଷରଣ ହୋଇଥାଏ । ନିର୍ଦ୍ଦିଷ୍ଟ ସମୟ ପୂର୍ବରୁ ଜନ୍ମିତ ଶିଶୁ ( ପ୍ରିମାଚୁଓର ବେବି) ଲାଗି ମା’ କ୍ଷୀର ହିଁ ମୁଖ୍ୟ ଖାଦ୍ୟ । ଆଜିକାଲି ଚିକିତ୍ସା ବିଜ୍ଞାନ ଯେତେ ଉନ୍ନତି କାଲେ ମଧ୍ୟା ମା’କ୍ଷୀରର ବିକଳ୍ପ ସୃଷ୍ଟି କରିପାରି ନାହିଁ ।

ମା’ କ୍ଷୀର ପିଲା ସକାଶେ ଅନେକ କ୍ଷେତ୍ରରେ ଉପକାରୀ ସାବ୍ୟସ୍ତ ହୋଇଥାଏ । ଏଣୁ ଶିଶୁ ଜନ୍ମ ହେବାର 7 ମାସ ପର୍ଯ୍ୟନ୍ତ କେବଳ ମା’କ୍ଷୀର ହେଉଛି ତା’ର ଏକମାତ୍ର ଆହାର । ଏପରିକି ଏହି ୬ ମାସ ମଧ୍ୟରେ ଶିଶୁକୁ ପାଣି ପିଆଇବା ଆବଶ୍ୟକ ହୋଇ ନ ଥାଏ କାରଣ ମା’କ୍ଷୀରରେ ପର୍ଯ୍ୟାପ୍ତ ପରିମାଣରେ ପାଣି ରହିଛି । ମା’ କ୍ଷୀର ଶିଶୁକୁ ବିଭିନ୍ନ ରୋଗ କବଳରୁ ରକ୍ଷା କରିଥାଏ । ସ୍ତନ୍ୟପାନ କରାଇବା ଦ୍ଵାରା ଶିଶୁଟିର ନିମ୍ନୋକ୍ତ ଉପକାର ହୋଇଥାଏ ।

  • ସ୍ତନ୍ୟପାନ କରିବା ଦ୍ଵାରା ପିଲାର କେବଳ ମସ୍ତିଷ୍କ ନୁହେଁ, ତାହାର ବୃଦ୍ଧିମତ୍ତର ବିକାଶ ମଧ୍ୟା ହୋଇଥାଏ ।
  • ଏହା ଦ୍ଵାରା ଡାଇରିଆ ନିମୋନିଆ ପରି ଆଶଙ୍କା କମ୍ ଥାଏ ।
  • ଆବଶ୍ୟକ ମୁତାବକ ମା’ କ୍ଷୀର ଖାଇଲେ ଶିଶୁର ଓଜନ ଠିକ୍ ଭାବରେ ବଢିଥାଏ । ଏହା ସହ ଶିଶୁର ଶାରୀରିକ ବିକାଶ ଠିକ୍ ଭାବେ ହୁଏ ।
  • ସ୍ତନ୍ୟପାନ ଦ୍ଵାରା ପିଲାକୁ ଭବିଷ୍ୟତରେ ହୃଦ୍ ଜନିତ ରୋଗ ଏବଂ ଡାଇବେଟିସ୍ ହେବାର ଆଶଙ୍କା କମ୍ ଥାଏ ।

ସ୍ତନ୍ୟପାନ : କେତୋଟି କଥା

ନବଜାତ ଶିଶୁର ମୁଖ୍ୟା ଖାଦ୍ୟ ହେଲା ମା’ କ୍ଷୀର ଜନ୍ମ ହେବାର ଛ’ ମାସ ପର୍ଯ୍ୟନ୍ତ ତାକୁ କେବଳ ଏହା ଉପରେ ନିର୍ଭର କରିବାକୁ ପଡିଥାଏ । ଅନ୍ୟପକ୍ଷରେ ଡାକ୍ତର ଏହି ସମୟ ଅବଧି ଭିତରେ କେବଳ ମା’କ୍ଷୀର ଖୁଆଇବାକୁ ପରାମର୍ଶ ଦେଇଥାଆନ୍ତି । ସ୍ତନ୍ୟପାନ କରାଇବା ସମୟରେ ମା’ କେତେକ ଡ଼ିଆଇଜି ପ୍ରତି ନଜର ଦେବା ଜରୁରୀ

  • ସ୍ତନ୍ୟପାନ କରାଇବା ସମୟରେ ଶିଶୁଟିକୁ ଭଲ ଭାବରେ ମା’ କୋଳରେ ଧରିବା ଦରକାର । କାରଣ ଏହାଦ୍ଵାରା ସ୍ତନ୍ୟପାନ କରିବା ସମୟରେ କୌଣସି ଅସୁବିଧା ହୋଇ ନ ଥାଏ । ତେଣୁ ଶିଶୁଟିକୁ କ୍ଷୀର ଦେବା ସମୟରେ ମା’ ପ୍ରଥମେ ନିଜେ ଆରାମରେ ବସିବା ଆବଶ୍ୟକ ।
  • କିପରି ସ୍ତନ୍ୟପାନ କରାଇବେ ସେ ସମ୍ପର୍କରେ ଯଦି ଅଜ୍ଞ, ତେବେ ଡାକ୍ତର କିମ୍ବା ଏ ସମ୍ପର୍କରେ ଅଭିଜ୍ଞା ମହିଳାଙ୍କ ସହ ପରାମର୍ଶ କରିବାକୁ ଭୁଲନ୍ତୁ ନାହିଁ ।
  • କ୍ଷୀର ଖୁଆଇବା ବେଳେ ମା’ ମାନସିକତାକୁ ସକାରାତ୍ମକ ରଖିବା ଆବଶ୍ୟକ । ସ୍ତନ୍ୟପାନ କରାଇବା ସମୟରେ ଏଣୁତେଣୁ ଚିନ୍ତା କରନ୍ତୁ ନାହିଁ ।
  • ସ୍ତନ୍ୟପାନ କରାଇବା ସମୟରେ ଏହାର ସମୟ ବ୍ୟବଧାନ ଅତିକମ୍ ରେ ଦୁଇ ଘଣ୍ଟା ରହିବା ଜରୁରୀ ।
  • ସ୍ତନ୍ୟପାନ କରିବା ପରେ ପିଲାଟିକୁ କାନ୍ଧରେ ପକାଇ ହାଲୁକା ଭାବରେ ତାହାର ପିଠିକୁ ଥାପୁଡାନ୍ତୁ, ଯାହାକୁ ଡାକ୍ତରୀ ଭାଷାରେ ‘ ବର୍ଫିଙ୍ଗ’ କୁହାଯାଏ । ଏହାଦ୍ଵାରା ପିଲାର ପେଟ ଭିତରେ ଥିବା ବାୟୁ ବାହାରି ଯାଇଥାଏ ଏବଂ ହାକୁଟି ଆସି ନ ଥାଏ ।
  • ଶିଶୁକୁ ସ୍ତନ୍ୟ କରାଇବା ପୂର୍ବରୁ ଓ ପରେ ସ୍ତନକୁ ଏବଂ ଏହାର ଅଗ୍ରଭାଗକୁ ଭଲ ଭାବରେ ଧୋଇଦିଅନ୍ତି । ଏହାଦ୍ୱାରା ପିଲାକୁ ଇନଫେକ୍ସନ ହେବାର ଆଶଙ୍କା କମ୍ ଥାଏ ।
  • ଯଦି ଆପଣଙ୍କ ସ୍ତନରେ କୌଣସି ପ୍ରକାର ଇନଫେକ୍ସନ ହୋଇଥାଏ, ତେବେ ବିଳମ୍ବ ନ କରି ତୁରନ୍ତ ଡାକ୍ତରଏନକେ ସହ ପରାମର୍ଶ କରନ୍ତୁ ।

ଆଧାର

ଧରିତ୍ରୀ

1.5
ରୋଲ୍ଲ ଓଵେର ସ୍ତର୍ସ, ଅନ୍ଦ ଥେନ ଲିକ ତୋ ରତେ
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top