ହୋମ / ସ୍ଵାସ୍ଥ୍ୟ / ଶିଶୁ ସ୍ଵାସ୍ଥ୍ୟ / କୁପୋଷଣ ଏବଂ ସଂକ୍ରମଣ
ସେଆର କରନ୍ତୁ

କୁପୋଷଣ ଏବଂ ସଂକ୍ରମଣ

କୁପୋଷଣ ଏବଂ ସଂକ୍ରମଣ ସମ୍ବନ୍ଧରେ ସୂଚନା ପ୍ରଦାନ କରାଯାଇଛି ।

କୁପୋଷଣ ଏବଂ ସଂକ୍ରମଣ ମଧ୍ୟରେ ସମ୍ପର୍କ

କୁପୋଷଣ ହେତୁ ବିଭିନ୍ନ ସଂକ୍ରମଣ ହୋଇପାରେ ଏବଂ ସଂକ୍ରମଣ ଗୁଡିକ କୁପୋଷଣ ଜନିତ ସମସ୍ୟା ସୃଷ୍ଟି କରିପାରେ । ଏହାର ପ୍ରଭାବ ପିଲାମାନଙ୍କ ଉପରେ ଯଥେଷ୍ଟ ଅଧିକ । ଯେପରିକି ତରଳ ଝାଡା ଭୋଗୁଥିବା ପିଲାଟିଏ ଯତ୍ନ ଏବଂ ଉପଯୁକ୍ତ ଖାଦ୍ୟ ନଖାଇ କୁପୋଷଣର ଶିକାର ହୁଏ ଏବଂ କୁପୋଷଣରେ ଥିବା ପିଲାଟି ତରଳଝାଡା ରୋଗରେ ପଡିପାରେ । ନିମ୍ନ ଆଲୋଚନାରୁ ଏହା ବୁଝିହେବ ।

ଶରୀରରେ ରୋଗ ପ୍ରତିରୋଧି ଶକ୍ତି କମ୍

ଶରୀରରେ ରୋଗ ପ୍ରତିରୋଧି ଶକ୍ତିଜାତ ହେବା (ଆଣ୍ଟିବଡି) କମ୍ ହୋଇଯିବା ।

ଯଦି ଆବଶ୍ୟକୀୟ ମାତ୍ରାରେ ଉପଯୁକ୍ତ ଖାଦ୍ୟସାର ଶରୀରକୁ ଯାଇପାରେନା ତେବେ ଆଣ୍ଟିବଡି ସୃଷ୍ଟିହେବା କମ୍ ହୁଏ । ଫଳରେ ରୋଗ ପରେ ରୋଗ ହୋଇଚାଲେ ।

ଚର୍ମ ଏବଂ ଲସିକା ଗ୍ରନ୍ଥିରେ କାର୍ଯ୍ୟ ଠିକ୍ ରେ ନହେବା

ଜଣେ ବ୍ୟକ୍ତି ନିଜ ଶରୀର ପାଇଁ ଉପଯୁକ୍ତ ଖାଦ୍ୟସାର ପାଉଥିଲେ ତାଙ୍କ ଶରୀର ଚର୍ମ ଲସିକା ଗ୍ରନ୍ଥି ଏବଂ ଅନ୍ୟାନ୍ୟ ଜୀବକୋଷ ଶରୀର ମଧ୍ୟକୁ ବାହ୍ୟ ସଂକ୍ରମଣକାରୀ ବିଭିନ୍ନ ଜୀବାଣୁ ଇତ୍ୟାଦିଙ୍କୁ ପ୍ରତିରୋଧ କରିଥାନ୍ତି । କିନ୍ତୁ କୁପୋଷଣଜନିତ ସ୍ୱାସ୍ଥ୍ୟ ସମସ୍ୟାରେ ପ୍ରତିରୋଧି ଶକ୍ତି କମିଯାଏ ।

କୃମି ସଂକ୍ରମଣ

ପୋଷଣ ଜନିତ ସମସ୍ୟା ଥିଲେ ଖାଦ୍ୟ ଭଲରେ ହଜମ ନହୋଇ ଅନ୍ତ୍ରରେ ଅଧିକ କୃମି ବଢିବାର କ୍ଷେତ୍ର ସୃଷ୍ଟିହୁଏ । ଫଳରେ ବିଭିନ୍ନ ସଂକ୍ରମଣ ହୁଏ ।

ଖାଦ୍ୟ ଖାଇବା କମ୍ ହେବା

ଶରୀର ଯେତିକି ପରିମାଣର ପୋଷଣ ଆବଶ୍ୟକ କରୁଥିବା ଗ୍ରହଣ କରୁଥିବା ସେହି ଅନୁସାରେ ଖାଦ୍ୟ ଖାଇବା ଦରକାର । କିନ୍ତୁ ଶରୀରରେ କୌଣସି ସଂକ୍ରମଣ ଥିଲେ ଆବଶ୍ୟକ ମାତ୍ରାର ଖାଦ୍ୟସାର ଭିତରକୁ ଯାଇପାରେନାହିଁ । କାରଣ ଅନେକ ସଂକ୍ରମଣରେ ରୋଗୀର କ୍ଷୁଧା କମିଯାଏ । ଉଦାହରଣ ସ୍ୱରୂପ ପିଲାଟିଏ ଶ୍ଵାସାଙ୍ଗ ସଂକ୍ରମଣ କିମ୍ବା ତରଳଝାଡାରେ ପୀଡିତ ହେଲେ ସେ ଖାଦ୍ୟ ଖାଇବାକୁ ମନାକରେ କିମ୍ବା ଖାଇବା କଷ୍ଟହୁଏ । ଫଳରେ ସେ ଅଳ୍ପ ଖାଦ୍ୟଖାଇ କୁପୋଷଣର ଶିକାର ହୁଏ ।

ଅଣୁସାର ଶରୀରକୁ ଯିବାରେ ଅସୁବିଧା

ଖାଉଥିବା ଖାଦ୍ୟରୁ ଆବଶ୍ୟକୀୟ ଅଣୁସାରକୁ ଶରୀର ଗ୍ରହଣ ନକଲେ କୁପୋଷଣ ଜନିତ ଅସୁବିଧା ଦେଖାଦିଏ । ଉଦାହରଣ ସ୍ୱରୂପ ତରଳଝାଡା ଏବଂ ମିଳିମିଳା ଭଳି ସଂକ୍ରମଣରେ ଶରୀରକୁ ଯାଉଥିବା ଖାଦ୍ୟର ୬୦-୭୦ ପ୍ରତିଶତ ଅଣୁସାର ଶରୀରକୁ ମିଳିଥାଏ । ଏପରିକି କୃମି ସଂକ୍ରମଣ ହେତୁ ବା କୃମିଥିଲେ (ଯଥା ଗୋଲକୃମି) ଖାଦ୍ୟରୁ ଆବଶ୍ୟକୀୟ ମାତ୍ରାର ଅଣୁସାର ଶରୀରକୁ ଯିବାରେ ବାଧା ସୃଷ୍ଟିହୁଏ । ଫଳରେ ଅସୁସ୍ଥତା ଏବଂ କୁପୋଷଣ ଜନିତ ଅସୁସ୍ଥତା ଦେଖାଦିଏ ।

ରୋଗ ସଂକ୍ରମଣ ହେତୁ ପୁଷ୍ଟିସାର କ୍ଷୟହେବା

କେତେକ ପ୍ରକାର ସଂକ୍ରମଣ ଏବଂ ବିଶେଷକରି ଜ୍ଵର ଇତ୍ୟାଦି ହେତୁ ଶରୀରରୁ କିଛି ପୋଷଣ ମୁଖ୍ୟତଃ ପୁଷ୍ଟିସାର କ୍ଷୟ ହୋଇଥାଏ । ଫଳରେ ସଂକ୍ରମଣ ତଥା ଜ୍ଵର ହେତୁ ଶରୀର ଅଧିକ ପରିମାଣର ପୁଷ୍ଟିସାର ଆବଶ୍ୟକ କରିଥାଏ । ଏ କ୍ଷେତ୍ରରେ ଆଗରୁ ଆଉ ଏକ ସଂକ୍ରମଣ ଜନିତ ସମସ୍ୟାରେ ପୀଡିତ ପିଲା/ବ୍ୟକ୍ତି ପୋଷଣ ଆବଶ୍ୟକ କରୁଥିବା ବେଳେ ବାରମ୍ବାର ଅନ୍ୟ ସଂକ୍ରମଣର ଶିକାର ହୋଇ ଅଧିକ ପୁଷ୍ଟିହୀନ ହୋଇପଡନ୍ତି ।

ମିଳିମିଳା ଏବଂ ତରଳଝାଡା ପ୍ରଭାବକୁ ନେଇ ଏହା ଆଲୋଚନା କରାଯାଇପାରେ । ପିଲାକୁ ଅତି ଦୁର୍ବଳ କାରୀ ଦେଉଥିବା ମିଳିମିଳା ପରେ ପରେ ତରଳଝାଡା ଏବଂ ଶ୍ଵାସାଙ୍ଗ ସଂକ୍ରମଣ ହେବାର ଅଧିକ ସମ୍ଭାବନା ରହିଥାଏ । କାରଣ ପିଲାର ଓଜନ କମିଯାଇଥାଏ, ସେ ଅଧିକ ଦୁର୍ବଳ ହୋଇଯାଇଥାଏ ଏବଂ ତା’ର  ଖାଇବା କମିଯାଇଥାଏ । ଏହା ସାଙ୍ଗକୁ ଆମ ଗାଁ ଗହଳିରେ ମିଳିମିଳା ରୋଗୀକୁ କମ୍ ଖାଇବାକୁ ଦିଆଯାଏ । ଏପରିକି ମିଳିମିଳା ହେତୁ ଭିଟାମିନ୍ ‘ଏ’ର ଅଭାବ ହୋଇ ଦୃଷ୍ଟିଶକ୍ତି ନଷ୍ଟ ହୋଇପାରେ । ତେଣୁ ମିଳିମିଳାରେ ପୀଡିତ ପିଲାକୁ :

  • ଯଥା ସମ୍ଭବ ଅଧିକ ଥର ମା’କ୍ଷୀର ଦିଅନ୍ତୁ (ଯଦି ସେ ମା’ କ୍ଷୀର ଖାଇବା ଅଭ୍ୟାସ ଥାଏ ) ।
  • ପାଣିଆ ଖାଦ୍ୟ, ଅର୍ଦ୍ଧତରଳ ଖାଦ୍ୟ, କଅଁଳିଆ ଖେଚେଡି, ବିଭିନ୍ନ ପରିବାଥିବା କାଞ୍ଜି, ଶ୍ଵେତସାର ଜାତୀୟ ଖାଦ୍ୟ ଦିଅନ୍ତୁ। ଫଳରେ ପିଲାଟି ଖାଇବାରେ ଅସୁବିଧା ହେବନାହିଁ ।
  • ଭିଟାମିନ୍ ‘ଏ’ ମାତ୍ରା ଦିଅନ୍ତୁ ଏବଂ ଏଥିପାଇଁ ସ୍ୱାସ୍ଥ୍ୟକର୍ମୀଙ୍କୁ ପଚାରନ୍ତୁ । ଏବଂ ତରଳ ଝାଡା ହେଉଥିବା ପିଲାକୁ ଉପରୋକ୍ତ ଖାଦ୍ୟ ସାଙ୍ଗକୁ ଫଳରସ, ପୋଟାସିୟମ୍ ଥିବା ଖାଦ୍ୟପଦାର୍ଥ, କଦଳୀ ଚକଟା, ଆଳୁ, ଗାଜର ଏବଂ ଡାଲି ଜାତୀୟ ଖାଦ୍ୟ ଦିଅନ୍ତୁ । ଚହ୍ଳା, ଲସି, ଲେମ୍ବୁପାଣି ମଧ୍ୟ ଦିଅନ୍ତୁ ।

ମନେରଖନ୍ତୁ :

ସଂକ୍ରମଣ ହେତୁ ରୋଗୀର ଅଧିକ ଶକ୍ତିକ୍ଷୟ ହୋଇଥାଏ । ତେଣୁ ଅଧିକ ପୁଷ୍ଟିଯୁକ୍ତ ଖାଦ୍ୟଦେଇ ଯଥାଶୀଘ୍ର ଶକ୍ତିର ଭରଣା କରିବା ଉଚିତ ।

ସ୍ୱାସ୍ଥ୍ୟକର୍ମୀଙ୍କ ଦାୟିତ୍ଵ

  • ଲୋକମାନଙ୍କୁ ପନିପରିବା ବଗିଚା କରିବାକୁ ଉତ୍ସାହିତ କରନ୍ତୁ ।
  • ଲୋକେ କେତେକ ଆଧୁନିକ ରନ୍ଧନ ପ୍ରଣାଳୀକୁ ଆଦରି ଖାଦ୍ୟ ପଦାର୍ଥର ଗୁଣକୁ  ନଷ୍ଟ ନ କରିବାକୁ ବୁଝାନ୍ତୁ ।
  • ଶିଶୁ ଖାଦ୍ୟ ଯଥା – ଶିଶୁ ପାଇଁ ମା’ କ୍ଷୀର ଏବଂ ଅତିରିକ୍ତ ଖାଦ୍ୟର ଗୁରୁତ୍ଵ ବିଷୟରେ ବୁଝାନ୍ତୁ ।
  • ଗର୍ଭବତୀ ଏବଂ ପ୍ରସୂତୀମାନଙ୍କ ଖାଦ୍ୟର ଗୁରୁତ୍ଵ ବିଷୟରେ ପରିବାର ସଦସ୍ୟଙ୍କୁ ବୁଝାନ୍ତୁ ।
  • ସୁଷମ ଖାଦ୍ୟ ସୁସ୍ଥତାରେ ଚାବିକାଠି ବୋଲି ଗୋଷ୍ଠୀରେ ଜଣାନ୍ତୁ ।

ଆଧାର : "ଓଡିଶା ଭଲ୍ୟୁଣ୍ଟାରୀ ହେଲ୍ଥ ଆସୋସିଏସନ"

3.25
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top