ସେଆର କରନ୍ତୁ

ଶିଶୁର ପୋଷଣ

କୁପୋଷଣ (ଇଂରାଜୀରେ Malnutrition ବା malnourishment ଏକ ସ୍ୱାସ୍ଥ୍ୟ ସମସ୍ୟା ଅବସ୍ଥା ଯାହା ଯଥେଷ୍ଟ ପୋଷକ ନ ଥିବା କିମ୍ବା ମାତ୍ରାଧିକ ପୋଷକ ଥିବା ଖାଦ୍ୟ ଖାଇବା ଫଳରେ ସୃଷ୍ଟି ହୁଏ । ଖାଦ୍ୟରେ ଅନେକ ଧରଣର ପୋଷକ ଥାଏ ।

ଉପକ୍ରମ

କୁପୋଷଣ (ଇଂରାଜୀରେ Malnutrition ବା malnourishment ଏକ ସ୍ୱାସ୍ଥ୍ୟ ସମସ୍ୟା ଅବସ୍ଥା ଯାହା ଯଥେଷ୍ଟ ପୋଷକ ନ ଥିବା କିମ୍ବା ମାତ୍ରାଧିକ ପୋଷକ ଥିବା ଖାଦ୍ୟ ଖାଇବା ଫଳରେ ସୃଷ୍ଟି ହୁଏ । ଖାଦ୍ୟରେ ଅନେକ ଧରଣର ପୋଷକ ଥାଏ । ଶ୍ୱେତସାର, ପୁଷ୍ଟିସାର, ଜୀବସାର, ଖାଦ୍ୟ ଲବଣ ଓ କ୍ୟାଲୋରିକୁ ପୋଷକ କୁହାଯାଏ ।କୁପୋଷଣ ଅଧିକାଂଶ ସମୟରେ ଅପ‌ପୁଷ୍ଟିକୁ ବୁଝାଏ ଯେଉଁଥିରେ ଯଥେଷ୍ଟ କ୍ୟାଲୋରି, ପୁଷ୍ଟିସାର କିମ୍ବା ମାଇକ୍ରୋପୋଷକ ନ ଥାଏ ତ‌ଥା ଅଧିକ ପୋଷଣକୁ (overnutrition) ମଧ୍ୟ ବୁଝାଏ । ଗର୍ଭାବସ୍ଥା ଓ ଦୁଇ ବର୍ଷ ବୟସରୁ କମ ଥିବା ପିଲାଙ୍କର ଅପ‌ପୁଷ୍ଟି ହେଲେ ଶାରୀରିକ ତ‌ଥା ମାନସିକ ବୃଦ୍ଧି ହୋଇପାରେ ନାହିଁ । ଅତ୍ୟଧିକ ପୋଷକ ଅଭାବ ଯେପରିକି ଉପବାସ ଅବସ୍ଥା ହେଲେ ଉଚ୍ଚତା କମ୍ ହୁଏ, ପତଳା ଶରୀର ହୁଏ, ଶକ୍ତିସ୍ତର କମିଯାଏ ଓ ପେଟ ତ‌ଥା ଗୋଡ଼ ଫୁଲିଯାଏ ।  ଏଥିରେ ଲୋକର ଅଧିକ ରୋଗ ସଂକ୍ରମଣ ହୁଏ ଓ ଦେହ ଥଣ୍ଡା ରହେ । ମାଇକ୍ରୋପୋଷକ ଅଭାବ ଲକ୍ଷଣ ତାହାର ପ୍ରକାର ଅନୁସାରେ ହୁଏ ।

କୁପୋଷଣ କିପରି ହୁଏ

କୁପୋଷଣ ଏକ ଏପରି ଅବସ୍ଥା ଯାହା ଖାଉଥିବା ଖାଦ୍ୟରେ କେତେକ ପୋଷକର ଅଭାବ, ଆଧିକ୍ୟ, କିମ୍ବା ଅସନ୍ତୁଳିତ ଥିବା ଯୋଗୁ ଉପୁଜେ । ଏହାକୁ ଇଂରାଜୀରେ ମାଲ୍‌ନ୍ୟୁଟ୍ରିସନ୍ (Malnutrition) ବା ମାଲନରିସମେଣ୍ଟ (malnourishment) କହନ୍ତି । ଖାଦ୍ୟରେ ଅନେକ ଧରଣର ପୋଷକ ଥାଏ ଯଥା ଶ୍ୱେତସାର, ପୁଷ୍ଟିସାର, ଜୀବସାର, ଖାଦ୍ୟ ଲବଣ ଓ କ୍ୟାଲୋରିକୁ ପୋଷକ କୁହାଯାଏ ।  ଓଡ଼ିଆରେ ସାଧାରଣତଃ ଭୁଲ୍ କ୍ରମେ ଏହାକୁ ଖାଦ୍ୟାଭାବ ବୋଲି ଧରାଯାଏ । ତେଣୁ ପୋଷକର ପ୍ରାବଲ୍ୟ ବା ଅଭାବ ଭେଦରେ ବିଭିନ୍ନ ପ୍ରକାରର ପୋଷକ ରୋଗ ହୁଏ । ପୃଥିବୀର ଅଧିକାଂଶ ସ୍ଥାନରେ ଖାଦ୍ୟାଭାବ ତଥା କ୍ୟାଲୋରି ଓ ପ୍ରୋଟିନ ଅଭାବ ଜନିତ ଅପପୁଷ୍ଟି ଦେଖାଯାଏ । ସ୍ଵଳ୍ପ ବିକଷିତ ରାଷ୍ଟ୍ରମାନଙ୍କରେ ଅପପୁଷ୍ଟି ଦେଖାଯାଏ । କାରଖାନା ପ୍ରବଣ ଦେଶମାନଙ୍କରେ ମଧ୍ୟ ଏହା ଦେଖାଯାଏ । ଧନୀ ଦେଶମାନଙ୍କରେ ଅସ୍ଵାସ୍ଥ୍ୟକର ଖାଦ୍ୟ, ଅଧିକ ଶକ୍ତି ସମ୍ପର୍ଣ୍ଣ ଚର୍ବି ଓ ଶ୍ଵେତସାର ଖାଦ୍ୟ ଖାଇବା ଯୋଗୁ ହୁଏ । ପୃଥୁଳତା ଗୋଟିଏ ଜନ ସ୍ଵାସ୍ଥ୍ୟ ସମସ୍ୟା ରୁପେ ଉଭା ହେଲାଣି ।

କାରଣ

ଉତ୍ତମ ମାନର ଖାଦ୍ୟ ଖାଇବାକୁ ନ ମିଳିଲେ ଅପ‌ପୁଷ୍ଟି ହୁଏ ।  ଖାଦ୍ୟର ଅତ୍ୟଧିକ ଦାମ୍ ଓ ଦାରିଦ୍ର୍ୟ ଯୋଗୁ ଏହା ସମ୍ଭବ ହୁଏ ।  ସ୍ତନ୍ୟପାନ ନ କରିବା, ଗ୍ୟାସ୍ଟ୍ରୋଏଣ୍ଟେରାଇଟିସ, ନିମୋନିଆ, ମ୍ୟାଲେରିଆ ଓ ମିଳିମିଳା ଭଳି ସଂକ୍ରାମକ ରୋଗ ହେଲେ ପୋଷଣ ଆବଶ୍ୟକତା ବଢ଼େ ଓ ଫଳତଃ ଏହି କୁପୋଷଣ କରିବାରେ ସାହାଯ୍ୟ କରନ୍ତି ।  ପୁଷ୍ଟିସାର-କୁପୋଷଣ ଓ ଖାଦ୍ୟାଭାବ, ଏହି ଦୁଇ ପ୍ରକାର ଅପ‌ପୁଷ୍ଟି ଦେଖାଯାଏ । ପୁଷ୍ଟିସାର କୁପୋଷଣ ଦୁଇ ଗମ୍ଭୀର ପ୍ରକାର ଥାଏ: ମାରାସ୍‌ମସ୍ (marasmus), ଯେଉଁଥିରେ କ୍ୟାଲୋରି ଓ ପୁଷ୍ଟିସାର ଅଭାବ ଥାଏ ଓ କ୍ୱାସିଓର୍କର (kwashiorkor) ଯେଉଁଥିରେ ପୁଷ୍ଟିସାର ଅଭାବ ଥାଏ । ସାଧାରଣ ମାଇକ୍ରୋନ୍ୟୁଟ୍ରିଏଣ୍ଟ ମଧ୍ୟରେ ଲୌହ, ଆୟୋଡିନ ଓ ଭିଟାମିନ ଏ ଅଭାବ ଅଭାବ ମୂଖ୍ୟସ୍ଥାନରେ ଥାଏ ।  ଗର୍ଭାବସ୍ଥାରେ ଅଧିକ ଚାହିଦା ଯୋଗୁ ପୋଷକ ନିଅଣ୍ଟ ଅଧିକ ପଡ଼େ । କେତେକ ବିକାଶଶୀଳ ଦେଶମାନଙ୍କରେ ଅପ‌ପୁଷ୍ଟି ସାଥିରେ କେତେକ ଗୋଷ୍ଠୀରେ ସ୍ଥୌଲ୍ୟତା ମଧ୍ୟ ଦେଖାଯାଉଛି ।  କୁପୋଷଣର ଅନ୍ୟ କାରଣମାନଙ୍କ ମଧ୍ୟରେ ଆନୋରେକ୍ସିଆ ନର୍ଭୋସା (anorexia nervosa) ଓ ବାରିଆଟ୍ରିକ ଅପରେଶନ (bariatric surgery) ଅନ୍ୟତମ ।  ବୟସ୍କମାନଙ୍କ କ୍ଷେତ୍ରରେ ଶାରୀରିକ, ମନସ୍ତାତ୍ତ୍ୱିକ ଓ ସାମାଜିକ ପ୍ରଭାବ ଯୋଗୁ ଅଧିକ କୁପୋଷଣ ଦେଖାଯାଏ ।

କୁପୋଷଣ ହାର କମାଇବା ପାଇଁ କଣ କରାଯିବ

ବିକାଶ ଯୋଜନାରେ ପୋଷକ ଉନ୍ନତି ପ୍ରଚେଷ୍ଟା ଅତି ଫଳପ୍ରଦ ବ୍ୟବସ୍ଥା ଅଟେ ।  ସ୍ତନ୍ୟପାନ କରାଇଲେ ଶିଶୁ କୁପୋଷଣ ଓ ମୃତ୍ୟୁ ହାର କମାଏ,  ଓ ପ୍ରଚେଷ୍ଟାଦ୍ୱାରା ଉନ୍ନତି ହାର ବଢ଼େ ।  ୬ ମାସରୁ ୨ ବର୍ଷ ବୟସ ମଧ୍ୟରେ ସ୍ତନ୍ୟପାନ ସ‌ହ ଅନ୍ୟ ଖାଦ୍ୟ ଦେଲେ ଫଳାଫଳ ଉନ୍ନତ ହୁଏ । ବିକାଶଶୀଳ ଦେଶମାନଙ୍କରେ ଅନେକ ମାଇକ୍ରୋନ୍ୟୁଟ୍ରିଏଣ୍ଟ ଦେଇ ଖାଦ୍ୟପୂର୍ତ୍ତି (supplementation) କଲେ ଉପକାରର ପ୍ରମାଣ ମିଳୁଛି ।  ଅଭାବୀ ଲୋକଙ୍କୁ ଅର୍ଥ ସାହାଯ୍ୟ କରିବାଦ୍ୱାରା ସେମାନେ ସ୍ଥାନୀୟ ବଜାରରୁ ଖାଦ୍ୟ କିଣି ଖାଇବା ଫଳପ୍ରଦ ହୁଏ । କେବଳ ସ୍କୁଲରେ ଖାଦ୍ୟ ଖୁଏଇବା ଯଥେଷ୍ଟ ନୁହେଁ ।  ଅଧିକାଂଶ ସମୟରେ ଗମ୍ଭୀର କୁପୋଷଣ ରୋଗୀକୁ ତାଙ୍କର ନିଜ ଘରେ ପ୍ରସ୍ତୁତ-ଖାଦ୍ୟ ଦେବା ସମ୍ଭବ । ଅବସ୍ଥା ଅତି ଗମ୍ଭୀର ଥିଲେ ଡାକ୍ତରଖାନାରେ ଆଡମିଶନ ଆବଶ୍ୟକ ହୁଏ ।  ନିମ୍ନ ରକ୍ତ ଶର୍କରା, କମ୍ ଶରୀର ଉତ୍ତାପ, ନିର୍ଜଳନର ଚିକିତ୍ସା ସ‌ହ କ୍ରମାନ୍ୱୟ ଖାଦ୍ୟ ଦେବା ବ୍ୟବସ୍ଥା କରାଯାଏ ।ସଂକ୍ରମଣ ସମ୍ଭାବନା ଥିବାରୁ ନିୟମିତ ଆଣ୍ଟିବାୟୋଟିକ୍ ଦେବାକୁ ପରାମର୍ଶ ଦିଆଯାଏ ।  ଦୀର୍ଘକାଳୀନ ବ୍ୟବସ୍ଥାରେ କୃଷି ବ୍ୟବସ୍ଥା ଆବଶ୍ୟକ,  ଯାହାଦ୍ୱାରା ଦାରିଦ୍ର୍ୟ ଦୂରୀକରଣ, ଉନ୍ନତ ପରିମଳ ବ୍ୟବସ୍ଥା ଓ ମହିଳା ସଶକ୍ତିକରଣ ହୋଇପାରିବ ।

ପରିସଂଖ୍ୟାନ

ସନ ୨୦୧୦ ସୁଦ୍ଧା ପୃଥିବୀରେ ୯୨୫ ନିୟୁତ ଅପ‌ପୁଷ୍ଟି ରୋଗୀ ଥିଲେ ଯାହା ୧୯୯୦ ସନ ଅପେକ୍ଷା ୮୦ ନିୟୁତ ଅଧିକ ଥିଲା ।ଆଉ ଏକ ବିଲିଅନ ଲୋକ ଭିଟାମିନ ଓ ଖାଦ୍ୟ ଲବଣ ଅଭାବରେ ପିଡ଼ିତ ଅଛନ୍ତି ।  ସନ ୨୦୧୦ରେ ପୁଷ୍ଟିସାର-ଶକ୍ତି କୁପୋଷଣ ମୃତ୍ୟୁ ସଂଖ୍ୟା ୬୦୦,୦୦୦ ଥିଲା ଯାହା ସନ ୧୯୯୦ର ଉଲ୍ଲିଖିତ ସଂଖ୍ୟା ଥିଲା ୮୮୩,୦୦୦ ।  ଅନ୍ୟାନ୍ୟ ପୋଷକ ଅଭାବ ନାମ ଆୟୋଡିନ ଅଭାବ, ଲୌହାଭାବ ଆନିମିଆ ଯୋଗୁ ୮୪,୦୦୦ ମୃତ୍ୟୁ ହୋଇଥିଲା । ଅନୁପୋଷଣ (undernutrition) ଯୋଗୁ ସନ ୨୦୧୦ରେ ୧.୪% ବିକଳାଙ୍ଗ ନିୟନ୍ତ୍ରିତ ଜୀବନବର୍ଷ (disability adjusted life years) ଥିଲା ।  ପିଲାଙ୍କ ମୃତ୍ୟୁ ସଂଖ୍ୟାର ପ୍ରାୟ ଏକ ତୃତୀୟାଂଶ ଅନୁପୋଷଣ ଯୋଗୁ ହେବା ବିଶ୍ୱାସ କରାଯା‌ଥିଲା କିନ୍ତୁ ସମସ୍ତ ରୋଗୀଙ୍କୁ ଏହି ଦଳରେ ନିଆଯାଇ ନ ଥିଲା ।  ସନ ୨୦୧୦ର ହିସାବ ଅନୁସାରେ ଏହି ରୋଗ ଯୋଗୁ ମହିଳା ଓ ପିଲାଙ୍କ ମୃତ୍ୟୁ ୧.୫ ନିୟୁତ ଥିଲା,  ଯଦିଓ କେତେକ ହିସାବ ଅନୁସାରେ ଏହା ୩ ନିୟୁତରୁ ଅଧିକ ହେବା ସମ୍ଭାବନା ଅଛି ।  ଏହି ରୋଗ ଯୋଗୁ ଅଧିକ ୧୬୫ ନିୟୁତ ପିଲାଙ୍କର ବାମନ-ବିକାଶ ଥିଲା ।  ବିକାଶଶୀଳ ଦେଶମାନଙ୍କରେ ଅନୁପୋଷଣ ସାଧାରଣତଃ ଦେଖାଯାଏ ।

କୁପୋଷଣ ପାଇଁ କାର୍ଯ୍ୟକ୍ରମ

ଡବ୍ଲ୍ୟୁ.ଏଚ୍.ଓ. ରିପୋର୍ଟ ଅନୁସାରେ ଭୋକ ଓ ତତ୍ ସମ୍ବନ୍ଧୀୟ ଅପପୁଷ୍ଟି ବର୍ତ୍ତମାନ ଏକକ ଜନ ସ୍ଵାସ୍ଥ୍ୟ ସଙ୍କଟ ହେଲାଣି। ଉପଯୁକ୍ତ ପୋଷକ ପାଇଲେ ଏହାର ସମାଧାନ ହେବ । ଅପପୁଷ୍ଟିର କାରଣ ଅନୁସାରେ ଉପଯୁକ୍ତ ପୋଷକ ଦେଇ ପାରିଲେ ଅର୍ଥର ଉପଯୁକ୍ତ ବିନିଯୋଗ ହୋଇ ପାରିବ । ଅତ୍ୟଧିକ ଅଭାବ ଥିଲେ ଆପାତ କାଳୀନ ଭିତ୍ତିରେ ଉନ୍ନତ ମାଇକ୍ରୋପୋଷକ(MIcronutrient) ସ୍ୟାଚେଟ (Sachet) ଭିତରେ ବା ଖାଦ୍ୟ ସହ ଦିଆଯାଏ । ଦେହରେ ଅତି ସ୍ଵଳ୍ପ ମାତ୍ରାରେ ଆବଶ୍ୟକ ହେଉଥିବା ଖଣିଜ ପଦାର୍ଥକୁ ମାଇକ୍ରୋପୋଷକ କୁହାଯାଏ । ଆପାତ ସ୍ଥିତିରେ ଅତ୍ୟଧିକ ଅପପୁଷ୍ଟି ହେଲେ ପୂର୍ବ ପ୍ରସ୍ତୁତ ଉପଯୁକ୍ତ ଖାଦ୍ୟ ଦେବା ଦ୍ଵାରା ଓଜନ ବଢିବା ଦେଖା ଯାଉଥିବାରୁ ଡବ୍ଲ୍ୟୁ.ଏଚ୍.ଓ., ୟୁନିସେଫ୍ ଓ ୟୁ.ଏନ୍.ଫୁଡ ପ୍ରୋଗ୍ରାମ ଏହାକୁ ସୁପାରିଶ କରିଛନ୍ତି । ଦୁର୍ଭିକ୍ଷ ସମୟରେ ଅର୍ଥ (Cash) ବା କ୍ୟାସ ଭାଉଚର୍ (Cash voucher) ଲୋକଙ୍କୁ ଦେଲେ ସେମାନେ ସ୍ଥାନୀୟ ଚାଷୀଙ୍କଠାରୁ ଖାଦ୍ୟ କିଣି ଖାଇଲେ ଦାନରୁ ମିଳିଥିବା ଖାଦ୍ୟଠାରୁ ଭଲ ହେବ । ଉଡାଜାହାଜରୁ ଖାଦ୍ୟ ତଳକୁ ପକାଇଲେ ତଳେ ଥିବା ଲୋକମାନେ ଆଘାତପ୍ରାପ୍ତ ହେବା ଆଶଙ୍କା ଥାଏ ।

ଦୀର୍ଘ ସୁତ୍ରୀ କାର୍ଯ୍ୟକ୍ରମ ହାତକୁ ନେଇ ଉନ୍ନତ କୃଷି ପ୍ରଣାଳିରେ ଚାଷ କଲେ ଭବିଷ୍ୟତରେ ଖାଦ୍ୟାଭାବ ଦୂର ହେବ, କିନ୍ତୁ ବିଯୁକ୍ତାତ୍ମକ ଫଳ ପ୍ରତି ସତର୍କ ରହିବାକୁ ହେବ। ଆଧୁନିକ ସ୍ଥିତିରେ ଚାଷୀକୁ ସବୁ ପ୍ରକାର ସାହାଯ୍ୟ କରିବାକୁ ଚେଷ୍ଟା କରାଯାଉଛି । ଵର୍ଲ୍ଡ ବ୍ୟାଙ୍କ ଚାଷୀଙ୍କୁ ସବସିଡି ଦେବାରେ କିଛି ବାଧକ ରଖିଛି, ସାର ବ୍ୟବହାରରେ ମଧ୍ୟ ପରିବେଶ କ୍ଷତିଗ୍ରସ୍ତ ଓ ମାନବ ସ୍ଵାସ୍ଥ୍ୟ ହାନୀ ହେବାର ସମ୍ଭାବନା ଅଛି ଓ ଅନେକ ସୋସାଇଟି ଏହାକୁ ବିରୋଧ କରୁଛନ୍ତି ।

ମହିଳା, ପିଲା ଓ ବୟସ୍କ ଲୋକମାନଙ୍କର ଅପପୁଷ୍ଟି ଅଧିକ ଧ୍ୟାନ ଆକର୍ଷଣକାରୀ ଅଟେ । ସ୍ତନ୍ୟ ପାନ ଓ ଗର୍ଭ ଯୋଗୁ ମହିଳାମାନେ ଅଧିକ ପୋଷକ ଆବଶ୍ୟକ କରନ୍ତି । ଗର୍ଭଧାରୀ ମାତାର ଅପପୁଷ୍ଟି ଥିଲେ ଗର୍ଭସ୍ଥ ଶିଶୁ ଉପରେ ମଧ୍ୟ ଅପପୁଷ୍ଟି ପ୍ରଭାବ ପଡେ । ସ୍ତନ୍ୟ ପାନ ଦ୍ଵାରା ନୂତନ ଶିଶୁର କୁପୋଷଣ କମି ଯାଏ । ମାତା ଶିକ୍ଷିତ ହେଲେ ତାହାର ପ୍ରଭାବ ପଡ଼ିବ । ବୟଷ୍କମାନଙ୍କର କମ୍ ଭୋକ, ଚୋବେଇବା ତଥା ଗିଳିବା ଅସୁବିଧା ଓ କମ ଏନର୍ଜି ଯୋଗୁ ଅପପୁଷ୍ଟି ସଙ୍କଟ ଅଧିକ ରହେ । ଏମାନଙ୍କର ଅଧିକ ଯତ୍ନ ଆବଶ୍ୟକ ।

ଆଧାର

ସ୍ଵାସ୍ଥ୍ୟ ବିଭାଗ .ଓଡ଼ିଶା ସରକାର

3.8
ପରେଶ ସିଂ May 23, 2016 08:51 PM

ଆଜିର ଶିଶୁ କାଲିର ଭବିଷ୍ୟତ
ତାର ଯତ୍ନ ଅଧିକରୁ ଅଧିକ ଆବଶ୍ୟକ ।

Sagarika Bardhan Mar 03, 2016 11:03 AM

ଶିଶୁ ମାନେ ଆମ ଦେଶର ଭବିଷ୍ୟତ ତାଙ୍କର ଯତ୍ନ ନେବା କଥା । ଏହି ଇନଫରର୍ମେଶନ ଦ୍ଵାରା ଆମେ ଜାଣିପାରୁଛୁ ।

ଆଫ୍ରୀନ ଜାଫର Feb 05, 2016 12:52 PM

ଶିଶୁ ମାନେ ଆମ ଦେଶ ର ଭବିଷ୍ୟତ । ଏହି ସବୁ ଦ୍ଵାରା ଧ୍ୟାନ ଦେବା ଦରକାର

ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top