ହୋମ / ସ୍ଵାସ୍ଥ୍ୟ / ଶିଶୁ ସ୍ଵାସ୍ଥ୍ୟ / ଗର୍ଭାବସ୍ଥାରେ ମା’କୁ ହେଲେ ଜ୍ୱର, ପ୍ରଭାବ ପଡେ ପିଲା ଉପରେ
ସେଆର କରନ୍ତୁ

ଗର୍ଭାବସ୍ଥାରେ ମା’କୁ ହେଲେ ଜ୍ୱର, ପ୍ରଭାବ ପଡେ ପିଲା ଉପରେ

ଗର୍ଭାବସ୍ଥାରେ ମା’କୁ ଜ୍ୱର ପ୍ରଭାବ ପଡେ ପିଲା ଉପରେ

ଗର୍ଭାବସ୍ଥାରେ ଜ୍ୱର

ମା’ ହେବା ଜଣେ ନାରୀ ପାଇଁ ସୌଭାଗ୍ୟର କଥା।  ମା’ ହେବାକୁ ପ୍ରତ୍ୟେକ ନାରୀ ଚାହାଁନ୍ତି   ପିଲା କିପରି ସୁସ୍ଥ ସବଳ ହୋଇ ଜନ୍ମ ହେବ ସେଥିପାଇଁ ଗର୍ଭାବସ୍ଥାରେ ମହିଳାମାନେ ନିଜର ଖୁବ୍‌ ଯତ୍ନ ନେଇଥାଆନ୍ତି । ଗର୍ଭାବସ୍ଥାର ପ୍ରଥମ ୩ରୁ ୮ ସପ୍ତାହରେ ଯଦି ଗର୍ଭବତୀ ମହିଳାଙ୍କୁ ଜ୍ୱର ହୋଇଯାଏ , ଏହା ଦ୍ୱାରା ଶିଶୁକୁ ହୃଦୟ ଓ ଚେହେରାରେ ବିକାର ସମସ୍ୟା ହୋଇପାରେ । ଅନୁସନ୍ଧାନକର୍ତ୍ତା ଅନେକ ଦଶକରୁ ଏହା ଜାଣିଥିଲେ କି ପ୍ରଥମ ୩ମାସରେ ଜ୍ୱର କାରଣରୁ ଶିଶୁକୁ ହୃଦୟ ବିକାର ଓଠ ତଥା ତାଳୁ କଟିବା ଭଳି ସମସ୍ୟା ବଢିଯାଏ । ଏହି ବିଷୟ ଉପରେ ପ୍ରଥମେ ମଧ୍ୟ ଚର୍ଚ୍ଚା ହୋଇଛି କି କିଛି ଭାଇରସ୍ ବା ସଂକ୍ରାମକ କାରଣରୁ ଏହି ବିକାର ଜନ୍ମ ହୋଇଥାଏ ଅଥବା କେବଳ ଜ୍ୱର କାରଣରୁ ଏହି ସମସ୍ୟା ଜନ୍ମ ନେଇଥାଏ ।

ପ୍ରଭାବ ପିଲା ଉପରେ

ବୈଜ୍ଞାନିକମାନଙ୍କୁ ଏବେ ଏହି କଥାର ପ୍ରମାଣ ମିଳିଛି । ପ୍ରଥମେ ୩ରୁ ୮ ସପ୍ତାହ ଭିତରେ ଗର୍ଭାବତୀ ସ୍ତ୍ରୀକୁ ଜ୍ୱର କାରଣରୁ ଜନ୍ମନେଉଥିବା ପିଲାଠାରେ ହୃଦୟ ବିକାଶ ପ୍ରଭାବିତ ହୁଏ । ସାଇନ୍ସ  ସିଗନାଲିଂ ଜର୍ଣ୍ଣାଲରେ ପ୍ରକାଶିତ ଅଧ୍ୟୟନ ଅନୁସାରେ ପ୍ରଥମ ୩ମାସରେ ଏସିଟାମିନୋଫେନ୍ ର ଉଚିତ୍ ବ୍ୟବହାର ଦ୍ୱାରା ମା’କୁ ଜ୍ୱର ହେବାରୁ ରୋକା ଯାଇପାରେ । ଏହାଦ୍ୱାରା ଜନ୍ମଦାତା ଦୋଷକୁ କିଛି ନିର୍ଦ୍ଦିଷ୍ଟ ସମୟ ଯାଏ ରୋକାଯାଇପାରିବ ।

ଆମେରିକାର ଡ୍ୟୁକ୍ ବିଶ୍ୱବିଦ୍ୟାଳୟର ସହାୟକ ପ୍ରଫେସର ଏରିକ୍ ବେନ୍ନର କହିଛନ୍ତି, ଯେଉଁଠାରେ ଡାକ୍ତର ଗର୍ଭାବସ୍ଥାରେ ମହିଳାଙ୍କୁ ଯେକୈାଣସି ପ୍ରକାରର ଔଷଧ ଖାଇବାକୁ ମନାକରିଥାନ୍ତି , ସେଠାରେ ଜ୍ୱର କମ୍ କରିବା ପାଇଁ ଏସିଟାମିନୋଫେନର ବ୍ୟବହାରରୁ ଲାଭ ହୋଇପାରେ କହିପାରିବେ । ମହିଳାଙ୍କୁ ନିଜର ଡାକ୍ତରଙ୍କ ସହ ସବୁ ସମସ୍ୟା ଓ ଅବସ୍ଥା ବିଷୟରେ ଆଲୋଚନା କରିପାରିବେ ।

ଆଧାର: ମହିଳା ଓ ଶିଶୁ ସ୍ୱାସ୍ଥ୍ୟ ବିଭାଗ

 

2.5
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top