ହୋମ / ସ୍ଵାସ୍ଥ୍ୟ / ଶିଶୁ ସ୍ଵାସ୍ଥ୍ୟ / ଗର୍ଭାବସ୍ଥାରେ ଶିଶୁର ବିକାଶ
ସେଆର କରନ୍ତୁ

ଗର୍ଭାବସ୍ଥାରେ ଶିଶୁର ବିକାଶ

ଗର୍ଭାବସ୍ଥାରେ ଶିଶୁର ବିକାଶ ସମ୍ପର୍କରେ କିଛି ସୂଚନା ଏଠାରେ ଉପଲବ୍ଧ

ଉପକ୍ରମ

ଗର୍ଭାବସ୍ଥାରୁ ପ୍ରସବ ପର୍ଯ୍ୟନ୍ତ ମା’ ଓ ଶିଶୁ ପାଇଁ ବେଶ୍ ଗୁରୁତ୍ଵପୂର୍ଣ୍ଣ ସମୟ । ଏହି ସମୟରେହିଁଶିଶୁରଶାରୀରିକ ଓ ମାନସିକ ବିକାଶ ହୋଇଥାଏ । ଡାକ୍ତରୀ ପରୀକ୍ଷା କରିବା ସହିତ ପୁଷ୍ଟିସାର ଖାଦ୍ୟ ଖାଇବା ଜରୁରୀ । ତେବେ ଗର୍ଭାବସ୍ଥାରେ ପିଲା ପାଇଁ କ’ଣ ଆବଶ୍ୟକ ଓ ପିଲା କିପରି ବଢିଥାଏ, ସେ ସମ୍ବନ୍ଧରେ ........

ଗର୍ଭାବସ୍ଥାର ଯତ୍ନ

ଫଲିକ୍ ଏସିଡ୍ :  ଗର୍ଭାବସ୍ଥା ଆରମ୍ଭରୁ ତିନିମାସ ପର୍ଯ୍ୟନ୍ତ ଫଲିକ୍ ଏସିଡ୍ ଖାଇବା ଦରକାର ।

ଆଇରନ୍, କ୍ୟାଲସିୟମ ଓ ପ୍ରୋଟିନ : ତିନି ମାସ ପରେ ଆଇରନ୍ , କ୍ୟାଲସିୟମ ଓ ପ୍ରୋଟିନ୍ ଟାବଲେଟ୍ କିମ୍ବା ସିରପ୍ ଖାଇବା ଦରକାର । ଏହା ଶିଶୁକୁ ଶକ୍ତି ହେଇଥାଏ

ଆଣ୍ଟିଅକ୍ସିଡାଣ୍ଟ : 3-4 ମାସ ପରେ ପିଲା ବଢିବ ପାଇଁ ଆଣ୍ଟିଅକ୍ସିଡାଣ୍ଟ ଟ୍ୟାବଲେଟ୍, କ୍ୟାପସୁଲ ଓ ସପ୍ଲିମେଣ୍ଟ ଆବଶ୍ୟକ ।

ଖାଦ୍ୟ ଉପରେ ଧ୍ୟାନ

ଭିଟାମିନ୍, ମିନେରାଲ, ପ୍ରୋଟିନ୍ ଓ କ୍ୟାଲସିୟମ ଯୁକ୍ତ ଖାଦ୍ୟ ମା’ ଓ ଶିଶୁ ପାଇଁ ଏକାନ୍ତ ଆବଶ୍ୟକ । ଗର୍ଭବତୀ ମହିଳା ଦିନକୁ ୬ ଥର ନିୟମିତ ଖାଇବା ଦରକାର । ବିଶେଷ କରି ଉପରୋକ୍ତ ଭିଟାମିନ୍ ଥିବା ଖାଦ୍ୟ ଉପରେ ଗୁରୁତ୍ଵ ଦେବା ଦରକାର ।

ପ୍ରଥମ ତିନିମାସ

ପ୍ରଥମ ତିନିମାସରେ ଶିଶୁର ମସ୍ତିଷ୍କ ଓ ମେରୁଦଣ୍ଡର ହାଡ ବିକାଶ ହୋଇଥାଏ । ଏଥିପାଇଁ ଆଣ୍ଟିଅକ୍ସିଡାଣ୍ଟ ଯୁକ୍ତ ଖାଦ୍ୟ ପ୍ରଚୁର ମାତ୍ରାରେ ଖାଇବା ଦରକାର । ପଇଡ ପାଣି ଫଳ ଏବଂ ସବୁଜ ପନିପରିବାରେ ପ୍ରଚୁରମାତ୍ରାରେ ଆଣ୍ଟିଅକ୍ସିଡାଣ୍ଟ ରହିଥାଏ ।

ଦ୍ଵିତୀୟ ତିନିମାସ

ତିନିମାସର ଗର୍ଭସ୍ଥ ଶିଶୁର ଶରୀର ବିକାଶ ପାଇଁ ଆଇରନ୍ ଓ କ୍ୟାଲସିୟମ ଏକାନ୍ତ ଆବଶ୍ୟକ । ଏଥିପାଇଁ ଡାକ୍ତରଙ୍କ ସହ ପରାମର୍ଶ କରି କ୍ୟାଲସିୟମ ଟାବଲେଟ୍, ପନିର, ରସଗୋଲା, ସୋୟାବିନ, ଡାଲି ଆଦି ଖାଇବା ଦରକାର ।

ଡାଇବେଟିସ୍, ଉଚ୍ଚ ରକ୍ତଚାପ, ଥାଇରଡ ଓ ଅନ୍ୟ ରୋଗରେ ପୀଡିତ ଗର୍ଭବତୀ ମହିଳା ଡାକ୍ତରଙ୍କ ପରାମର୍ଶରେ ଔଷଧ ଖାଇବା ଦରକାର । ସକାଳ ଓ ସନ୍ଧ୍ୟାରେ ଚାଳନ୍ତୁ । ୮ ଘଣ୍ଟା ଗାଢ ନିଦ୍ରାରେ ଶୁଆନ୍ତୁ । ଏହି ସମୟରେ ଡାଏଟିଂ କରନ୍ତୁ ନାହିଁ ।

ସପ୍ତାହକ୍ରମେ ମାତୃଗର୍ଭରେ ଭ୍ରୁଣର ବିକାଶ

ପ୍ରଥମ ୩-୪ ସପ୍ତାହ/p>

ପ୍ରଥମ ଶିଶୁର ହୃତ୍ପିଣ୍ଡ, ମେରୁଦଣ୍ଡ ଦାଡ, ମସ୍ତିଷ୍କ, ସ୍ନାୟୁ ଓ ନାଳର ବିକାଶ ହୋଇଥାଏ । ଶରୀରର  ଲମ୍ଵା ମାତ୍ର ୨ ମିଲିମିଟର ହୋଇଥାଏ ।

ଦ୍ଵିତୀୟ ମାସ

୮ ସପ୍ତାହରେ କାନ ଆକାର ନେଇଥାଏ । ମସ୍ତିଷ୍କ ଓ ହାଡର ବିକାଶ ହୋଇଥାଏ । ଶରୀର ତୁଳନାରେ ମସ୍ତିଷ୍କ ଆକାର ବଡ ହୋଇଥାଏ ଶିଶୁର ଲମ୍ଵ ଗୋଟିଏ ଇଞ୍ଚ ପର୍ଯ୍ୟନ୍ତ ବଢିଥାଏ ।

ତୃତୀୟ ଓ ଚତୁର୍ଥ ମାସ

ହାତ ଓ ଗୋଡର ସମ୍ପୂର୍ଣ ବିକାଶ ହୋଇଥାଏ । ନଖର ବିକାଶ ଆରମ୍ଭ ହୋଇଥାଏ । ୧୨ ସପ୍ତାହରେ ପିଲାର ଲମ୍ଵ ଅଢେଇ ଇଞ୍ଚ ଓ ଓଜନ ୩୦ ଗ୍ରାମ ହୋଇଥାଏ । ଷ୍ଟେଥୋସ୍କୋପ୍ ଦ୍ଵାରା ଶିଶୁର ହୃତ୍ପିଣ୍ଡର ସ୍ପନ୍ଦନ ଶୁଣାଯାଏ । ୧୬ ସପ୍ତାହରେ ପିଲାର ଖପୁରୀର ବିକାଶ ହୋଇଥାଏ । ଏହି ସମୟରେ ପିଲାର ଓଜନ ୮୦ ଗ୍ରାମ ଓ ଲମ୍ଵ ୫ ଇଞ୍ଚ ବଢିଥାଏ ।

ପଞ୍ଚମ ମାସ

୨୦ ସପ୍ତାହ ବେଳକୁ ଗର୍ଭସ୍ଥ ଶିଶୁ ହଲ୍ ଚଳ ହୋଇଥାଏ । ପିଲାର ଓଜନ ୨୫୦ ଗ୍ରାମ ଓ ଲମ୍ଵା ୭ ଇଞ୍ଚ ପର୍ଯ୍ୟନ୍ତ ବଢିଥାଏ ।

ଷଷ୍ଠ ମାସ

୨୪ ସପ୍ତାହ ବେଳକୁ ଶିଶୁର ତ୍ଵଚା ବିକାଶ ହୋଇଥାଏ । ଶିଶୁର ଓଜନ ୫୦୦ ଗ୍ରାମ ଓ ଲମ୍ଵ ୧୦ ଇଞ୍ଚ ହୋଇଥାଏ ।

ସପ୍ତମ ମାସ

ଶିଶୁର ଓଜନ ୧.୧ କିଲୋ ଓ ଲମ୍ଵ ୧୪ ଇଞ୍ଚ ପର୍ଯ୍ୟନ୍ତ ବଢିଥାଏ ୨୮ ସପ୍ତାହ ବେଳକୁ ପିଲାର ସମ୍ପୂର୍ଣ ଶରୀର ବିକାଶ ହୋଇ ନଥାଏ । ଏଥିପାଇଁ ସାତ ମାସରେ ପୂର୍ବାବସ୍ଥ୍ୟ ପ୍ରସବ ହୋଇଥାଏ ।

ଅଷ୍ଟମ ମାସ

୩୨ ସପ୍ତାହ ପରେ ପିଲା ଜନ୍ମ ପାଇଁ ସୁସ୍ଥ ହୋଇଥାଏ । ଶିଶୁର ଓଜନ ୧.୯ କିଲୋ ଓ ଲମ୍ଵ ୧୭ ଇଞ୍ଚ ହୋଇଥାଏ ।

ନବମ ମାସ

୩୬ ସପ୍ତାହରେ ଶରୀରର ହାଡ ଅପେକ୍ଷାକୃତ ଶକ୍ତି ହୋଇଥାଏ । ହେଲେ ମୁଣ୍ଡର ହାଡ କୋମଳ ଥାଏ । ଏଥିପାଇଁ ସହଜରେ ପ୍ରସବ ହୋଇପାରେ । ନଅ ମାସ ସେକ୍ଷରେ ଶିଶୁରୁ ଓଜନ ୨.୭୫ ପର୍ଯ୍ୟନ୍ତ ବାଡିଥାଏ ଓ ଏହାର ଲମ୍ଵ ୨୦ ଇଞ୍ଚ ପର୍ଯ୍ୟନ୍ତ ବଢିଥାଏ ।

ଆଧାର:

ପ୍ରମେୟ ( ଫେବ୍ରୁଆରୀ ୨୬,୨୦୧୬)

3.83333333333
Debabrata Behera Mar 04, 2016 02:48 PM

ମା ଭଉଣୀ ମାନଙ୍କ ପାଇଁ ଏହି ସୂଚନା ଅତ୍ୟନ୍ତ ଫଳପ୍ରଦ ହେବ ।

Rajesh Kumar Das Mar 03, 2016 10:30 AM

ମୋର ସମସ୍ତଙ୍କୁ ଅନୁରୋଧ ଏହି ସୂଚନାଟିକୁ ନିଶ୍ଚିତ ପଢିବେ ।

ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top