ହୋମ / ସ୍ଵାସ୍ଥ୍ୟ / ଶିଶୁ ସ୍ଵାସ୍ଥ୍ୟ / ଜୀବସାର ବା ଭିଟାମିନ୍
ସେଆର କରନ୍ତୁ

ଜୀବସାର ବା ଭିଟାମିନ୍

ଖାଦ୍ୟରେ ଜୀବସାର ବା ଭିଟାମିନ୍ ରହିବା ନିହାତି ଜରୁରୀ ଏହା ଦ୍ଵାରା ଶିଶୁର ଶରୀର ସୁସ୍ଥ ରହିବ ।

ଖାଦ୍ୟର କାର୍ଯ୍ୟ

ଶରୀରର ବିଭିନ୍ନ କାର୍ଯ୍ୟ ସମ୍ପାଦନ ପାଇଁ ଆବଶ୍ୟକ ଉପାଦାନ ବିଭିନ୍ନ ଖାଦ୍ୟରୁ ମିଳିଥାଏ । ତେଣୁ ଉତ୍ତମ ଖାଦ୍ୟ ଆମ ଜୀବନ ଧାରଣ ପାଇଁ ଏକାନ୍ତ ଆବଶ୍ୟକ । ଖାଦ୍ୟ ଏବଂ ଏଥିରେ ଥିବା ବିଭିନ୍ନ ଆବଶ୍ୟକୀୟ ଉପାଦାନ ଗୁଡିକୁ ଆମେ ପୁଷ୍ଟି ବା ପୋଷଣ ବୋଲି କହିଥାଉ । ଖାଦ୍ୟ ଏବଂ ଖାଦ୍ୟ ସମ୍ବନ୍ଧୀୟ ବିଭିନ୍ନ ଦିଗର ତର୍ଜମା ପାଇଁ ପୃଷ୍ଟି ବା ପୋଷଣ ଆବଶ୍ୟକ । ଆମ ସ୍ୱାସ୍ଥ୍ୟ ପାଇଁ ଖାଦ୍ୟ ଏବଂ ପୋଷଣ ଜନିତ ଜ୍ଞାନ ଏକାନ୍ତ ଆବଶ୍ୟକ ।

ଆମେ ଖାଉଥିବା ଖାଦ୍ୟ ଶରୀର ପାଇଁ ମୁଖ୍ୟତଃ ଚାରୋଟି କାର୍ଯ୍ୟ କରିଥାଏ । ସେଗୁଡିକ ହେଲା –

  • ଶକ୍ତି ଯୋଗାଇବା
  • ଶରୀର ଗଠନରେ ସାହାଯ୍ୟ କରିବା
  • ସଂକ୍ରମଣରୁ ରକ୍ଷା କରିବା ଶରୀରର କାର୍ଯ୍ୟ ପରିଚାଳନାରେ ସହାୟକ ହେବା

ଜୀବସାର

ଏଗୁଡିକ ସାଧାରଣତଃ କମ୍ ପରିମାଣରେ ଆବଶ୍ୟକ । ବିଭିନ୍ନ ପ୍ରକାରର ଭିଟାମିନ୍ର  ଉତ୍ସ ରହିଛି । ଏହାର ତାଲିକା ନିମ୍ନରେ ଦିଆଗଲା ।

ଖାଦ୍ୟର ଉପାଦାନ

କେଉଁଠୁ ମିଳେ

କେଉଁ କାର୍ଯ୍ୟ କରେ

ଏହାର ଅଭାବରେ କ’ଣ ହୁଏ?

 

ଭିଟାମିନ୍ ‘ଇ’

  • ବନସ୍ପତି, ଚଣାଜାତୀୟ ଖାଦ୍ୟ, ଘନ ସବୁଜ ପତ୍ର ଥିବା ପନିପରିବା, ଡାଲିଜାତୀୟ ଖାଦ୍ୟ ଏବଂ ତୈଳବୀଜ (ବାଦାମ, ସୋୟାବିନ୍, କପାମଞ୍ଜି)
  • ପ୍ରାଣୀଜ ଖାଦ୍ୟରେ କମ୍ ପରିମାଣର ଭିଟାମିନ୍ –‘ଇ’ ରହିଥାଏ । ତେବେ ଅଣ୍ଡାକେଶର, ଲହୁଣୀ ଏବଂ କଲିଜାରେ କିଛି ପରିମାଣରେ ଭିଟାମିନ୍ – ଇ ଥାଏ।
  • ଶରୀରରେ କେତେକ ଏସିଡ୍, ଭିଟାମିନ୍ ‘ଏ’ ଏବଂ ‘ସି’ କୁ ନଷ୍ଟ ହେବାକୁ ରକ୍ଷାକରେ।
  • ଶରୀରରୁ ଭିଟାମିନ୍ ‘ଏ’ ଏବଂ ‘ସି’ ନଷ୍ଟ ହୋଇଯାଏ।

 

ଭିଟାମିନ୍ ‘କେ’

 

  • ଘନ ସବୁଜ ପତ୍ରଥିବା ପନିପରିବା, ଅଣ୍ଡାକେଶର, ପତ୍ରକୋବି । ବ୍ୟାକ୍ଟେରିଆରୁ ପ୍ରସ୍ତୁତ କେତେକ ପଦାର୍ଥରେ ଥାଏ ।

 

  • ରକ୍ତକ୍ଷରଣ ବନ୍ଦ କରେ ।

 

  • ରକ୍ତକ୍ଷରଣ ବନ୍ଦ ହୁଏନାହିଁ ।

 

ଖାଦ୍ୟର ଉପାଦାନ

କେଉଁଠୁ ମିଳେ

କେଉଁ କାର୍ଯ୍ୟ କରେ

ଏହାର ଅଭାବରେ କ’ଣ ହୁଏ?

 

ଭିଟାମିନ୍ ‘ଏ’

  • ପ୍ରାଣୀଜ ଖାଦ୍ୟ ଯଥା : କଲିଜା, ଅଣ୍ଡା କେଶର ଲହୁଣୀ, ଘିଅ କ୍ଷୀର ।
  • ଉଦ୍ଭିଦଜ ଖାଦ୍ୟ ଯଥା : ହଳଦିଆ ଏବଂ ନାରଙ୍ଗୀ ରଙ୍ଗର ପରିବା, ସବୁଜ ପତ୍ର ବିଶିଷ୍ଟ ପନିପରିବା ।
  • ଶରୀରର ଏକ ତନ୍ତୁ (ଏପିଥାଳିଆଲ୍ଟିସୁ )କୁ ଆର୍ଦ୍ର ରଖିବା ଦ୍ଵାରା ଚର୍ମ ମସୃଣ ରହେ ଏବଂ କେତେକ ସାଧାରଣ ରୋଗ ଯଥା ତରଳ ଝାଡା, ଚକ୍ଷୁ ସଂକ୍ରମଣ ଇତ୍ୟାଦିରୁ ରକ୍ଷା ମିଳେ ।
  • କମ୍ ଆଲୁଅରେ ଦେଖିବା ସମ୍ଭବ ହୁଏ ।
  • କଙ୍କାଳ ଏବଂ ତନ୍ତୁର ବୃଦ୍ଧିରେ ସହାୟକ ହୁଏ ।
  • ବିଭିନ୍ନ ପ୍ରକାରର ଚକ୍ଷୁରୋଗ, ଯଥା : ଅନ୍ଧାରକଣା, ଅନ୍ଧତ୍ଵ ଦେଖାଯାଏ ।
  • ଶରୀର ବୃଦ୍ଧିରେ ବାଧା ପଡେ ।
  • ତରଳଝାଡା, ଚକ୍ଷୁ ସଂକ୍ରମଣ, ପାକ ନଳୀରେ ଫାଟ ସୃଷ୍ଟିହେବା, ଚର୍ମ ଫାଟିବା ଇତ୍ୟାଦି ହୋଇପାରେ ।

 

ଭିଟାମିନ୍ ‘ଡି’

 

  • ସୂର୍ଯ୍ୟକିରଣ, ଅଣ୍ଡା, କଲିଜା, ଲହୁଣୀରୁ ମିଳେ।
  • କୌଣସି ପ୍ରକାର ଉଦ୍ଭିଦ ଜାତୀୟ ଖାଦ୍ୟରୁ ପ୍ରାୟତଃ ଏହି ଭିଟାମିନ୍ ଉପଲବ୍ଧ ନଥାଏ ।

 

  • ହାଡ ଶକ୍ତ କରିବା ।
  • ହାଡକୁ କ୍ୟାଲସିଅମ୍ ଏବଂ ଫସ୍ଫରସ୍ ଯୋଗାଇବା ।

 

  • ରିକେଟ୍ ରୋଗ (ଗୋଡର ହାଡ ବଙ୍କା ହୋଇଯିବା )
  • ଅଷ୍ଟି ଓ ମାଲାସିଆ (ଅଣ୍ଟା, ଗୋଡ, ପିଚା ଇତ୍ୟାଦିରେ ଯନ୍ତ୍ରଣା ହେବା ) ସହିତ ମାଂସପେଶୀରେ ଯନ୍ତ୍ରଣା ଏବଂ ଦୁର୍ବଳ ଅନୁଭୂତ ହେବା ।

 

ଖାଦ୍ୟର ଉପାଦାନ

କେଉଁଠୁ ମିଳେ

କେଉଁ କାର୍ଯ୍ୟ କରେ

ଏହାର ଅଭାବରେ କ’ଣ ହୁଏ?

 

ଭିଟାମିନ୍ ବି ୧ (ଥାୟାମିନ୍)

  • ଚୋପାଥିବା ଶସ୍ୟ ଡାଲି, କୋଳି, ଅଣ୍ଡକେଶର
  • ଆମେ ଖାଉଥିବା ଶ୍ଵେତସାର ଶରୀରରେ ଉପଯୋଗ ହେବା ପାଇଁ ସହାୟକ ହୁଏ ।
  • ବେରି ବେରି ରୋଗ ହୁଏ । ଏହି ରୋଗହେଲେ କ୍ଷୁଧାହନୀ, ଦୁର୍ବଳତା ଏବଂ ଗୋଡ ଭାରି ଲାଗିବା ସହିତ ଅଳ୍ପକେ ହାଳିଆ ଲାଗେ ।

 

ଭିଟାମିନ୍ ‘ବି’(ରିବୋଫ୍ଲାବିନ୍)

 

  • ଘନ ସବୁଜ ପତ୍ର ବିଶିଷ୍ଟ ପନିପରିବା, କ୍ଷୀର, ଅଣ୍ଡା ମାଂସ (ବିଭିନ୍ନ ମୁଖ୍ୟ ଅଂଶର ମାଂସ ), ମାଛ, ଡାଲିରେ ଅଳ୍ପ ପରିମାଣରେ ଥାଏ । ଗଜାମୁଗ ଓ ଗଜାବୁଟରେ ଏହାର ପରିମାଣ ବଢିଥାଏ।

 

  • ଶ୍ଵେତସାର ଏବଂ ପୃଷ୍ଟିସାରକୁ ହଜମ କରି ଶରୀରରେ ଉପଯୋଗ କରିବାରେ ସହାୟକ ହୁଏ ।

 

  • ପାଟି ଧରିବା, ପାଟିର ଦୁଇ କଡରେ ଘା’ ହେବା, ଓଠ ଫାଟିବା।

 

ଖାଦ୍ୟର ଉପାଦାନ

କେଉଁଠୁ ମିଳେ

କେଉଁ କାର୍ଯ୍ୟ କରେ

ଏହାର ଅଭାବରେ କ’ଣ ହୁଏ?

 

ନିଆସିନ୍

  • ଶସ୍ୟଜାତୀୟ ଖାଦ୍ୟ, ଡାଲିଜାତୀୟ ଖାଦ୍ୟ, କୋଳି, ତୈଳବୀଜ, ମାଂସ, ମାଛ ।
  • ଶ୍ଵେତସାର ଏବଂ ଚର୍ବିକୁ ଶରୀରରେ ଉପଯୋଗ କରିବାରେ ସହାୟକ ହୁଏ ।
  • ପାଟି ଧରିବା, ପାଟିର ଦୁଇ କଡରେ ଘା’ହେବା, ଓଠ ଫାଟିବା

 

ଫୋଲିକ୍ ଏସିଡ

 

  • ଚୋପାଲଗା ଶସ୍ୟ, ପତ୍ରବିଶିଷ୍ଟ ପନିପରିବା, କ୍ଷୀର, ଅଣ୍ଡା, ମାଂସ (କଲିଜା, ବୃକକ୍)

 

  • ହାଡ ଭିତରେ (ବୋନ୍ ମ୍ୟାରୋରେ) ଲୋହିତ ରକ୍ତକଣିକା ସୃଷ୍ଟି କରିବାରେ ସହାୟକ ହୁଏ ।

 

  • ରକ୍ତହୀନତା ।

 

ଭିଟାମିନ୍ ବି-୧୨

 

  • କ୍ଷୀର, ଅଣ୍ଡା, ମାଂସ

 

  • ହାଡ ଭିତରେ (ବୋନ୍ ମ୍ୟାରୋରେ) ଲୋହିତ ରକ୍ତକଣିକା ସୃଷ୍ଟି କରିବାରେ ସହାୟକ ହୁଏ ଏବଂ ସ୍ନାୟୁକ୍ରିୟା ଉତ୍ତମ କାର୍ଯ୍ୟ କରିବାରେ ସହାୟକ ହୁଏ ।

 

  • ପେଲାଗ୍ରା ରୋଗ ହୁଏ । ଏଥିରେ ଚର୍ମର ରଙ୍ଗ ବଦଳି ଶେତା ହୋଇଯାଏ । ଶରୀରର ଯେଉଁ ଅଂଶ ବେଶି ସମୟ ସୂର୍ଯ୍ୟକିରଣ ସଂସ୍ପର୍ଶରେ ଆସୁଥିବ, ସେହି ଅଂଶର ଚର୍ମଶେତା ପଡିଯାଇ ରଙ୍ଗ ବଦଳେ । ଏହି ରୋଗୀଙ୍କର ମାନସିକ ସ୍ୱାସ୍ଥ୍ୟଜନିତ ସମସ୍ୟା ଦେଖାଦିଏ ।

 

ଖାଦ୍ୟର ଉପାଦାନ

କେଉଁଠୁ ମିଳେ

କେଉଁ କାର୍ଯ୍ୟ କରେ

ଏହାର ଅଭାବରେ କ’ଣ ହୁଏ?

 

ଭିଟାମିନ୍ ‘ସି’

  • ଖଟା ଫଳ, ଅଁଳା, ପିଜୁଳି, ସିମ୍ଲା ଲଙ୍କା (କ୍ୟାପ୍ସିକମ୍) ସବୁଜ ପତ୍ରଥିବା ପନିପରିବା, କଞ୍ଚା ଲଙ୍କା । (ଏ ସମସ୍ତ ଖାଦ୍ୟ ପଦାର୍ଥ ତଟକା ଥିବା ଅବସ୍ଥାରେ ଅଧିକ ପରିମାଣରେ ଭିଟାମିନ୍ ‘ସି’ ମିଳିଥାଏ ।
  • ଘା’ ଶୁଖାଇବାରେ ସହାୟକ ହୁଏ ।
  • କେତେକ ହରମୋନ୍ ସୃଷ୍ଟିକରି ମାନସିକ ବିଷାଦ କମାଇଥାଏ ଏବଂ କ୍ଷତ ଭଲ କରିଥାଏ।
  • ଶରୀରକୁ ଯାଉଥିବା ଲୌହ ଅଂଶ ବିଶିଷ୍ଟ ଖାଦ୍ୟର ଉପଯୁକ୍ତ ବିନିଯୋଗରେ ସାହାଯ୍ୟ କରେ ।
  • ଭିଟାମିନ୍ ‘ଏ’ ଏବଂ କେତେକ ଫ୍ୟାଟି ଏସିଡ୍କୁ ନଷ୍ଟ ହେବାକୁ ରକ୍ଷାକରେ।
  • ସ୍କର୍ଭି ରୋଗ ହୁଏ । ଏହି ରୋଗହେଲେ ଶରୀରର କେତେକ ସ୍ଥାନରୁ ରକ୍ତବୁହେ । ବିଶେଷକରି ଦାନ୍ତ ମାଢିରୁ । ଚର୍ମରେ ଛୋଟ ଛୋଟ ଦାଗ ହୁଏ । ରକ୍ତହୀନତା ମଧ୍ୟ ହୋଇପାରେ ।

 

ଖାଦ୍ୟର ଉପାଦାନ

କେଉଁଠୁ ମିଳେ

କେଉଁ କାର୍ଯ୍ୟ କରେ

ଏହାର ଅଭାବରେ କ’ଣ ହୁଏ?

 

କ୍ୟାଲସିୟମ୍

ଶରୀରର ସମୁଦାୟ ଧାତୁସାର ମଧ୍ୟରୁ ୭୫% ହେଉଛି କ୍ୟାଲସିୟମ୍ । ଜଣେ ବ୍ୟକ୍ତିର ଶରୀରରେ ପ୍ରାୟ ୧୨୦୦ ଗ୍ରାମ୍ କ୍ୟାଲସିୟମ୍ ରହିଥାଏ । ହାଡ, ଦନ୍ତ ଏବଂ କୋମଳ ତନ୍ତୁରେ କ୍ୟାଲସିୟମ୍ ଥାଏ।

  • ଦୁଗ୍ଧ ଏବଂ ଦୁଗ୍ଧ ଜାତୀୟ ଖାଦ୍ୟ ।
  • ମାଛ, କଙ୍କଡା ଓ ଚିଙ୍ଗୁଡି ।
  • ମାଣ୍ଡିଆ, ବୁଟ, ଚଣା, ରାଜ୍ମା, ସୋୟାବିନ୍ ।
  • ସୋରିଷ ଶାଗ, ତୈଳବୀଜ, ରାଶି ।
  • ନଡିଆ,ପେସ୍ତୋବାଦାମ ।
  • ମାଂସପେଶୀର ସଂକୋଚନ ଏବଂ ପ୍ରସାରଣ, ବିଶେଷକରି ହୃତ୍ପିଣ୍ଡର ମାଂସପେଶୀ
  • ଜୀବକୋଷକୁ ଖାଦ୍ୟପ୍ରେରଣ ଏବଂ ସେଥିରୁ ଅଦରକାରୀ ପଦାର୍ଥ ନିଷ୍କାସନର ପଥକୁ ନିୟମିତ ଚାଲୁରଖିବା ।
  • ଗୋଟିଏ ସ୍ନାୟୁକୋଷ (ନିଉରନ୍)ରୁ ଆଉଗୋଟିଏ ସ୍ନାୟୁକୋଷକୁ ଖବର ସରବରାହ କରିବା ।
  • ରକ୍ତ ଜମାଟ ବାନ୍ଧିବା।
  • ହାଡ ଏବଂ ଦାନ୍ତର ବୃଦ୍ଧି ଓ ବିକାଶ କରେ।
  • ଦାନ୍ତରୋଗ (ଦାନ୍ତର ଚିକ୍କଣ ଅଂଶ ନଷ୍ଟ ହୋଇଯିବା )
  • ଅସ୍ଥିଗତ ବିକାଶରେ ବାଧା
  • ଦେହହାତ ଘୋଳାବିନ୍ଧା।

 

ଖାଦ୍ୟର ଉପାଦାନ

କେଉଁଠୁ ମିଳେ

କେଉଁ କାର୍ଯ୍ୟ କରେ

ଏହାର ଅଭାବରେ କ’ଣ ହୁଏ?

 

ଫସ୍ଫରସ୍

ଜଣେ ସାଧାରଣ ବ୍ୟକ୍ତିର ଶରୀରରେ ୪୦ -୭୦୦ଗ୍ରାମ୍ ଫସ୍ଫରସ୍ ଥାଏ । କ୍ୟାଲସିୟମ୍ ଭଳି ଅଧିକାଂଶ ଫସ୍ଫରସ୍ ହାଡ ଓ ଦାନ୍ତରେ ଥାଏ । କେତେକ ପରିମାଣର ଫସ୍ଫରସ୍ କୋମଳ ତନ୍ତୁରେ ଥାଏ ।

  • କ୍ୟାଲ୍ସିୟମ୍ ଏବଂ ପୃଷ୍ଟିସାର ଥିବା ସମସ୍ତ ଖାଦ୍ୟ ପଦାର୍ଥରୁ ଫସ୍ଫରସ୍ ମିଳିଥାଏ ।
  • ଅଣ୍ଡା, କ୍ଷୀର, କୁକୁଡା ମାଂସ,,ମାଛ ଏବଂ ଡାଲିରେ ଫସ୍ଫରସ୍ ଥାଏ ।
  • ରକ୍ତରେ ଚର୍ବି ପରିବହନ ବ୍ୟବସ୍ଥାରେ ସହାୟକ ହୁଏ ।
  • କେତେକ ପାଚକ ରସକୁ ସେଗୁଡିକର କାର୍ଯ୍ୟରେ ସାହାଯ୍ୟ କରେ ।
  • କେତେକ ଅନୁବଂଶୀୟ ଅଣୁ (ଜିନ୍) ସୃଷ୍ଟି କରିବାରେ ସହାୟକ ହୁଏ ।
  • ଶରୀରର କେତେକ ତନ୍ତୁରେ ଉଚ୍ଚଶକ୍ତି ଗଚ୍ଛିତ ଥାଏ। ଯଥା ମାଂସପେଶୀରେ ତନ୍ତୁ।
  • କ୍ୟାଲସିୟମ୍ ସହିତ ମିଶି ଶରୀରର ହାଡର ବିକାଶରେ ସହାୟକ ହୁଏ । ଦାନ୍ତର ବୃଦ୍ଧି ଓ ବିକାଶରେ କାର୍ଯ୍ୟକରେ ।
  • ହାଡ ଏବଂ ଦାନ୍ତର ବୃଦ୍ଧିରେ ବାଧାସୃଷ୍ଟି ହୁଏ ।
  • ମାଂସପେଶୀର ଉଚିତ ବୃଦ୍ଧି ହୁଏନାହିଁ ।
  • ଜୀବକୋଷ କାର୍ଯ୍ୟରେ ବାଧା ସୃଷ୍ଟିହୁଏ ।

 

ଖାଦ୍ୟର ଉପାଦାନ

କେଉଁଠୁ ମିଳେ

କେଉଁ କାର୍ଯ୍ୟ କରେ

ଏହାର ଅଭାବରେ କ’ଣ ହୁଏ?

 

ପୋଟାସିୟମ୍

ଜଣେ ପ୍ରାପ୍ତବୟସ୍କ ବ୍ୟକ୍ତିର ଶରୀରରେ ପ୍ରାୟ ୨୫୦ ଗ୍ରାମ ପୋଟାସିୟମ୍ ଥାଏ ।

  • ମାଂସ, କୁକୁଡା ମାଂସ, ମାଛରେ ଅଧିକ ପରିମାଣର ପୋଟାସିୟମ୍ ଥାଏ । ଏହାଛଡା ଡାଲି, ଫଳ, ପନିପରିବା ପୋଟାସିୟମ୍ ଉତ୍ତମ ଉତ୍ସ । ପଇଡ ପାଣିରେ ଅଧିକ ପରିମାଣରେ ପୋଟାସିୟମ୍ ରହିଛି । କଦଳୀ, ଆଳୁ, ଗାଜର, ଟମାଟୋ, ଲେମ୍ବୁ, ଏବଂ ଚୋପାଲଗା ଶସ୍ୟରେ ମଧ୍ୟ କିଛି ପରିମାଣରେ ପୋଟାସିୟମ୍ ଥାଏ ।
  • ଜୀବକୋଷ ଭିତରେ ଏବଂ ବାହାରେ ଥିବା ରସ ମଧ୍ୟରେ ସନ୍ତୁଳନ ରକ୍ଷାକାରି ସେଗୁଡିକର କାର୍ଯ୍ୟରେ ସାହାଯ୍ୟ କରେ ।
  • ଶରୀର ମଧ୍ୟରେ ଅମ୍ଳକ୍ରିୟାର ସନ୍ତୁଳନ ରକ୍ଷାକରେ ।
  • ମାଂସପେଶୀୟ କାର୍ଯ୍ୟରେ ସହାୟକ ହୁଏ ।
  • ଜୀବକୋଷର କାର୍ଯ୍ୟରେ ବାଧା ସୃଷ୍ଟି ହୁଏ ।
  • ଶରୀରରେ ଅମ୍ଳଗୁଣର ସ୍ଥିରତା ନଥାଏ ।
  • ମାଂସପେଶୀୟ କାର୍ଯ୍ୟରେ ବାଧା ସୃଷ୍ଟି ହୁଏ ।

 

ଧାତୁସାର

କେଉଁଠୁ ମିଳେ

କେଉଁ କାର୍ଯ୍ୟ କରେ

ଏହାର ଅଭାବରେ କ’ଣ ହୁଏ?

 

କ୍ଲୋରାଇଡ୍

ଜଣେ ପ୍ରାପ୍ତବୟସ୍କ ବ୍ୟକ୍ତିର ଶରୀରରେ ପ୍ରାୟ ୧୦୦ ଗ୍ରାମ୍ କ୍ଲୋରାଇଡ୍ ରହିଥାଏ । ଏହା ଉଭୟ ଜୀବକୋଷ ମଧ୍ୟରେ ଏବଂ ଜୀବକୋଷ ବାହାରେ ରହିଥାଏ ।

  • ଉଦ୍ଭିଦଜ ଖାଦ୍ୟରେ କ୍ଲୋରାଇଡ୍ ଥାଏ। କିନ୍ତୁ ମୁଖ୍ୟତଃ ଆମ ଖାଇବା ଲୁଣରେ ଏହା ଅଧିକ ପରିମାଣରେ ଥାଏ ।
  • ପୋଟାସିୟମ୍ ଏବଂ ସୋଡିୟମ ସହିତ ମିଶି ସେଗୁଡିକର କାର୍ଯ୍ୟରେ ସାହାଯ୍ୟ କରେ।
  • ପୋଟାସିୟମ୍ ଏବଂ ସୋଡିୟମ୍ ଅଭାବରେ ହେଉଥିବା ଅସୁବିଧା ଗୁଡିକ ଦେଖାଦିଏ ।

 

ମ୍ୟାଗ୍ନେସିୟମ୍

ଜଣେ ପ୍ରାପ୍ତବୟସ୍କ ବ୍ୟକ୍ତିର ଶରୀରରେ ପ୍ରାୟ ୨୦-୨୫ ଗ୍ରାମ୍ ମ୍ୟାଗ୍ନେସିୟମ୍ ରହିଥାଏ। ଏହା ମୁଖ୍ୟତଃ ହାଡ ଭିତରେ ଥାଏ ଏବଂ ଶରୀରର ଅନ୍ୟ ରସରେ ଥାଏ।

 

  • ଉଦ୍ଭିଦଜ ଖାଦ୍ୟରେ ଥାଏ । ବାଦାମ, କାଜୁ, ପେସ୍ତାବାଦାମ, ଡାଲି, ରାଜ୍ମା, ସୋୟାବିନ୍ , ଗହମ, ବାଜରା, ଯଅରେ ଥାଏ । ଗାଢ ସବୁଜପତ୍ର ବିଶିଷ୍ଟ ପରିବା, ପଦ୍ମନାଡ, ମାଛ, କଙ୍କଡା ଏବଂ ମାଂସରେ ମଧ୍ୟ ମ୍ୟାଗ୍ନେସିୟମ୍ ରହିଥାଏ।

 

  • ଜୀବକୋଷ ଭିତରୁ ବାହାରକୁ ଏବଂ ଜୀବକୋଷ ବାହାରୁ ଭିତରକୁ ବିଭିନ୍ନ ପଦାର୍ଥର ଯିବାଆସିବା ବାଟରେ ନିୟମିତ କାର୍ଯ୍ୟକରେ।
  • ପାଚକ ରସର କାର୍ଯ୍ୟରେ ସାହାଯ୍ୟ କରେ ।
  • ହାଡ ଏବଂ ଦାନ୍ତର ବୃଦ୍ଧି ଓ ବିକାଶରେ ସହାୟକ ହୁଏ ।
  • ସ୍ନାୟୁକୋଷର କାର୍ଯ୍ୟରେ ସାହାଯ୍ୟ କରେ ।
  • ପୁଷ୍ଟିସାର ପ୍ରସ୍ତୁତ କରେ ।

 

  • ଜୀବକୋଷର କାର୍ଯ୍ୟରେ ବାଧା ପଡେ ।
  • ହାଡ ଓ ଦାନ୍ତର ଉପଯୁକ୍ତ ବିକାଶ ହୋଇନଥାଏ।
  • ସ୍ନାୟବିକ କାର୍ଯ୍ୟ ଏବଂ ପାଚନ କ୍ରିୟାରେ ବାଧା ସୃଷ୍ଟି ହୁଏ ।

 

ଧାତୁସାର

କେଉଁଠୁ ମିଳେ

କେଉଁ କାର୍ଯ୍ୟ କରେ

ଏହାର ଅଭାବରେ କ’ଣ ହୁଏ?

 

ଲୌହ

ଜଣେ ବୟସ୍କ ବ୍ୟକ୍ତିର ଶରୀରରେ ପ୍ରାୟ ୩୫ ଗ୍ରାମ ଲୌହ ରହିଥାଏ ।

  • କଲିଜା, ବୃକକ୍, ପ୍ଲୀହାରେ ଥାଏ । ସବୁଜପତ୍ର ବିଶିଷ୍ଟ ପରିବା, ଶାଗ, ସଜନା ଛୁଇଁ ଓ ଶାଗ, ପାଳଙ୍ଗ ଶାଗ, ଗୁଡ, ଶସ୍ୟଜାତୀୟ ଖାଦ୍ୟ ଯଥା: ବାଜରା ଅଟା, ଚାଉଳର ଉପର ଚୋପା, ବାଜରା, ଚୋପାଲଗା ଡାଲି, ସୋୟବିନ୍, କଞ୍ଚା କଦଳୀ ।
  • ରକ୍ତରେ ଥିବା ହିମୋଗ୍ଲୋବିନ୍ ର ପରିମାଣ ବଢାଏ ।
  • ଜୀବକୋଷକୁ ଅମ୍ଳଜାନ ଯୋଗାଇବାରେ ସହାୟକ ହୁଏ ।
  • ଶ୍ଵେତସାର ଏବଂ ଚର୍ବିର ଉପଯୋଗରେ ସହାୟକ ହୁଏ ।
  • ମାନସିକ ଶକ୍ତି ବଢାଏ ।
  • ସଂକ୍ରମଣରୁ ରକ୍ଷାକରେ। କେତେକ ପାଚକ ରସରେ ରହି ସେଗୁଡିକର କାର୍ଯ୍ୟରେ ସାହାଯ୍ୟ କରେ।
  • ରକ୍ତହୀନତା ଦେଖାଦିଏ।
  • କାର୍ଯ୍ୟ କରିବାକୁ ଶକ୍ତି ଆସେନାହିଁ ।
  • ପ୍ରସବ ଜନିତ ଅସୁବିଧା ହୁଏ।
  • ମା’ କ୍ଷୀରରେ ଆବଶ୍ୟକ ପରିମାଣର ଲୌହସାର ରହି ନପାରେ ।
  • ଅପରିପକ୍ଵ ତଥା କମ୍ ଓଜନର ଶିଶୁ ଜନ୍ମ ହୋଇପାରେ ।

 

ଧାତୁସାର

କେଉଁଠୁ ମିଳେ

କେଉଁ କାର୍ଯ୍ୟ କରେ

ଏହାର ଅଭାବରେ କ’ଣ ହୁଏ?

 

ଆୟୋଡ଼ିନ୍

ଜଣେ ପ୍ରାପ୍ତ ବୟସ୍କ ବ୍ୟକ୍ତିର ଶରୀରରେ ପ୍ରାୟ ୨୦-୨୫ ମିଲିଗ୍ରାମ୍ ଆୟୋଡ଼ିନ୍ ରହିଥାଏ ।

  • ଉପକୂଳ ଅଞ୍ଚଳରେ ହେଉଥିବା ପନିପରିବା ଏବଂ ଶସ୍ୟରେ ଥାଏ ।
  • ପାହାଡିଆ ଅଞ୍ଚଳରେ ହେଉଥିବା ପନିପରିବା ଏବଂ ଶସ୍ୟରେ କମ୍ ପରିମାଣରେ ଆୟୋଡ଼ିନ୍ ଥାଏ ।
  • ଅଣ୍ଡା, କ୍ଷୀର, ମାଂସରେ ଥାଏ ।
  • ଆୟୋଡ଼ିନ୍ଯୁକ୍ତ ଲୁଣରେ ଥାଏ।
  • ସମୁଦ୍ର ମାଛରେ ଅଧିକ ପରିମାଣରେ ଆୟୋଡ଼ିନ୍ ଥାଏ ।
  • ଥାଇରୋକ୍ସାଇନ୍ ନାମକ ହର୍ମୋନ୍ ରେ ରହି ଜୀବକୋଷର କାର୍ଯ୍ୟରେ ସାହାଯ୍ୟ କରେ ।
  • ମାନସିକ ଶକ୍ତି ବଢାଇବାରେ ସହାୟକ ହୁଏ ।
  • ଗଳଗଣ୍ଡ ହୁଏ ।
  • ମାନସିକ ନ୍ୟୁନତା ଥିବା ଶିଶୁ ଜନ୍ମ ହୁଏ ।

 

ଉପରୋକ୍ତ ସମସ୍ତ ଖାଦ୍ୟ ଉପାଦାନକୁ ଛାଡିଦେଲେ ଜିଙ୍କ୍ ଏବଂ କପର୍ର ଆବଶ୍ୟକତା ନାହିଁ । ଏହା ଖୁବ୍ ଅଳ୍ପ ପରିମାଣରେ ଦରକାର ହୁଏ । ଆମେ ଖାଉଥିବା ଖାଦ୍ୟରୁ ଏହା ମିଳିଥାଏ ।

ଆଧାର : "ଓଡିଶା ଭଲ୍ୟୁଣ୍ଟାରୀ ହେଲ୍ଥ ଆସୋସିଏସନ"

4.5
ରୋଲ୍ଲ ଓଵେର ସ୍ତର୍ସ, ଅନ୍ଦ ଥେନ ଲିକ ତୋ ରତେ
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top