অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଶିଶୁ ପାଇଁ ଜରୁରୀ ଟୀକାକରଣ

ଟୀକା ବିନା ଶିଶୁ ମୃତ୍ୟୁ

ପ୍ରତିବର୍ଷ ହଜାର ହଜାର ଶିଶୁ ଏପରି ରୋଗ ଯୋଗୁଁ ମୃତ୍ୟୁ ବରଣ କରନ୍ତି, ଯାହାକୁ କି ସହଜରେ ମିଳୁଥିବା ଟୀକା ଦାନ ଦ୍ଵାରା ସୁରକ୍ଷା ଦିଆଯାଇପାରିବ ।

ଯେଉଁ ଶିଶୁଙ୍କୁ ଟୀକା ଦିଆଯାଇଥାଏ ସେମାନେ ସେହି ସବୁ ବିପଦଜନକ ରୋଗରୁ ବଞ୍ଚି ଯାଇଥାନ୍ତି, ଯେଉଁସବୁ କାରଣରୁ କି ସେମାନେ ପ୍ରାୟତଃ ଶାରୀରିକ ଅକ୍ଷମତା ବା ମୃତ୍ୟୁ ଶିକାର ହୋଇଥାନ୍ତି । ସମସ୍ତ ଶିଶୁଙ୍କର ଟୀକା କରି ସୁରକ୍ଷା ପାଇବାର ଅଧିକାର ରହିଛି ।

ସବୁ ପୁଅ ଏବଂ ଝିଅଙ୍କୁ ଟୀକା ଦିଆଯିବା ଦରକାର । ଗର୍ଭବତୀ ମହିଳାଙ୍କୁ ତଥା ନବଜାତ ଶିଶୁଙ୍କ ଟିଟାନସ୍ ରୁ ବଞ୍ଚାଇବା ପାଇଁ ଟୀକା ଦିଆଯିବା ଦରକାର ।

ମୁଖ୍ୟ ସୂଚନା

  • ଶିଶୁମାନଙ୍କ ଟୀକା ନିଶ୍ଚିତ ଦିଆଯିବା ଦରକାର । ପ୍ରତ୍ୟେକ ଶିଶୁଙ୍କୁ ପ୍ରଥମ ବର୍ଷ ବୟସରେ କେତେକ ଟୀକା ନେବା ଜରୁରୀ ।
  • ଟୀକାଦାନ ଦ୍ଵାରା ଶିଶୁଙ୍କୁ ବହୁ ବିପଦଜନକ ରୋଗରୁ ବଞ୍ଚାଯାଇପାରିବ । ଯେଉଁ ଶିଶୁକୁ ଟୀକା ଦିଆଯାଇନାହିଁ ସେମାନେ ରୋଗଗ୍ରସ୍ତ ହେବା, ଚିରଦିନ ପାଇଁ ଅକ୍ଷମ ହେବା ବା ସେମାନଙ୍କ ଶରୀରରେ ସଠିକ ପୋଷାକ ର ଅଭାବ ହେବା ଏବଂ ତା’ର ମୃତ୍ୟୁ ହେବାର ଆଶଙ୍କା ଅଧିକ ଥାଏ ।
  • ଯଦି ଶିଶୁ ସାଧାରଣ ରୋଗରେ ଆକ୍ରାନ୍ତ ବା ଅକ୍ଷମ ଅଟେ ଅଥବା ପୁଷ୍ଟିହୀନତାର ଶିକାର ହୋଇଥାଏ ତେବେ ମଧ୍ୟ ତାକୁ ଟୀକା ଦେବା ସୁରକ୍ଷିତ ଅଟେ ।
  • ସବୁ ଗର୍ଭାବତୀ ମହିଳା ଏବଂ ସେମାନଙ୍କର ହେବାକୁ ଥିବା ସନ୍ତାନଙ୍କୁ ଧନୁଷ୍ଟଙ୍କାର (ଟିଟାନସ୍ ) ରୁ ରକ୍ଷା କରିବା ଜରୁରୀ ଅଟେ । ଗର୍ଭାବସ୍ଥାରେ ଟିଟାନସ୍ ର ଟୀକା ନେବା ସମ୍ପର୍କରେ ସ୍ୱାସ୍ଥ୍ୟକର୍ମୀଙ୍କର ପରାମର୍ଶ ନିଶ୍ଚିତ ନେବା ଦରକାର ।
  • ପ୍ରତ୍ୟେକ ବ୍ୟକ୍ତିକୁ ଏପରି ଏଡି ସିରିଞ୍ଜ ଏବଂ ଛୁଞ୍ଚିରେ ଟୀକା ନେବା ଦରକାର ଯାହା କେବଳ ଥର ମାତ୍ର ବ୍ୟବହାର ପରେ ନଷ୍ଟ ହୋଇଥାଏ ବା ସଂକ୍ରମିତ ହୋଇନଥିବା ନୂଆ ସିରିଞ୍ଜ ଏବଂ ଛୁଞ୍ଚି ଦ୍ଵାରା ନେବା ଦରକାର । ଟୀକା ନେଉଥିବା ବ୍ୟକ୍ତି ଏହି ବିଷୟ ଉପରେ ଗୁରୁତ୍ଵ ଦେବା ଦରକାର ।
  • ଘନ ଜନବସତି ଥିବା ବସ୍ତି/ ଅଞ୍ଚଳ ଗୁଡିକରେ ରୋଗ ଶୀଘ୍ର ବ୍ୟାପିପାରେ । ଏପରି ଭିଡ, ଗହଳି ଯାଗାରେ ବିଶେଷତଃ ଶରଣାର୍ଥୀ ଶିବିର ବା ଜରୁରୀକାଳୀନ ଅବସ୍ଥାରେ ରହୁଥିବା ସବୁ ଶିଶୁଙ୍କୁ, ବିଭିନ୍ନ ପ୍ରକାରର ରୋଗ ମୁଖ୍ୟତଃ ମିଳିମିଳାରୁ ବଞ୍ଚାଇବା ପାଇଁ ତୁରନ୍ତ ଟୀକା ଦିଆଯିବା ଦରକାର ।

ଟୀକାକରଣର ତାଲିକା

ସମସ୍ତେ ଜାଣିବା ଦରକାର ଶିଶୁଙ୍କୁ ପାଇଁ ଟୀକାକରଣର ତାଲିକା

କେଉଁ ବୟସରେ

କେଉଁ ଟୀକା ଦିଆଯିବ

ଜନ୍ମ ସମୟରେ

ବିସିଜି, ପୋଲିଓ

୬ ସପ୍ତାହ

ଡିପିଟି ୧, ପୋଲିଓ ୧ ଏବଂ ହେପାଟାଇଟିସ୍ ବି ୧

୧୦ ସପ୍ତାହ

ଡିପିଟି ୨, ପୋଲିଓ ୨ ଏବଂ ହେପାଟାଇଟିସ୍ ବି -୨

୧୪ ସପ୍ତାହ

ଡିପିଟି ୩, ପୋଲିଓ ୩ ଏବଂ ହେପାଟାଇଟିସ୍ ବି -୩

୯ ମାସ

ମିଳିମିଳା, ଭିଟାମିନ୍ -ଏ

୧୬ – ୨୪ ମାସ

ଡିପିଟି ଏବଂ ପୋଲିଓର ବୁଷ୍ଟର ମାତ୍ରା, ଭିଟାମିନ୍ –ଏ

  • ବିସିଜିର ଟୀକା ଟିବି ଏବଂ କିଛି ପ୍ରକାର କୁଷ୍ଠ ରୋଗରୁ ଅଳ୍ପ ବହୁତ ସୁରକ୍ଷା ଦେଇପାରିବ ।
  • ଡିପିଟିର ଟୀକା ଗଳଗଣ୍ଡ, କଳା କାଶ ଏବଂ ଏବଂ ଟିଟାନସ୍ ରୁ ସୁରକ୍ଷା ଦେଇଥାଏ ।

ଆଧାର - ନ୍ୟାସନାଲ ରୁରାଲ ହେଲ୍ଥ ମିଶନ

Last Modified : 1/10/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate