ହୋମ / ସ୍ଵାସ୍ଥ୍ୟ / ଶିଶୁ ସ୍ଵାସ୍ଥ୍ୟ / ଥଣ୍ଡା ପାନୀୟ ପିଲାଙ୍କ ମେଦ ବଢ଼ାଏ
ସେଆର କରନ୍ତୁ

ଥଣ୍ଡା ପାନୀୟ ପିଲାଙ୍କ ମେଦ ବଢ଼ାଏ

ଥଣ୍ଡା ପାନୀୟ ଅଧିକ ମାତ୍ରାରେ କିମ୍ୱା ଅନେକ ଦିନ ଧରି ସେବନ କଲେ ଏହା ଆମର ସ୍ୱାସ୍ଥ୍ୟ ଉପରେ ହାନୀକାରକ ପ୍ରଭାବ ପକାଏ । ବଢ଼ାଏ ର ସୂଚନା

ଥଣ୍ଡା ପାନୀୟ ପ୍ରଭାବ

ଆକର୍ଷଣୀୟ ତଥା ଧୂଆଁଧାର ବିଜ୍ଞାପନର ଭ୍ରମଜାଲରେ ପଡ଼ି ଛୋଟପିଲାଙ୍କ ଠାରୁ ଆରମ୍ଭ କରି ଯୁବପୀଢ଼ିପର୍ଯ୍ୟନ୍ତ ପ୍ରାୟ ସମସ୍ତେ ଥଣ୍ଡା ପାନୀୟ ପିଇଥାନ୍ତି । ସାଧାରଣ ଲୋକଙ୍କ ଧାରଣା ଯେ ଏହାକୁ ପିଇଲେ ଶୋଷ ମେଣ୍ଟିଥାଏ, ଗରମରୁ ମୁକ୍ତି ମିଳିଥାଏ ଏବଂ ତୁରନ୍ତ ଶକ୍ତି ପ୍ରାପ୍ତ ହୁଏ । ବାସ୍ତବିକତା ଏହି ଯେ ଏହି ଲାଭର ପ୍ରତିକ୍ରିୟା ଅଳ୍ପ ସମୟ ପାଇଁ ହୋଇଥାଏ । ଏଗୁଡିକର ଅଧିକ ମାତ୍ରାରେ କିମ୍ୱା ଅନେକ ଦିନ ଧରି ସେବନ କଲେ ଏହା ଆମର ସ୍ୱାସ୍ଥ୍ୟ ଉପରେ ହାନୀକାରକ ପ୍ରଭାବ ପକାଏ । ଥଣ୍ଡା ପାନୀୟରେ ମୁଖ୍ୟ ରୂପରେ ସାକାରିନ, ଚିନି, ସାଇଟ୍ରିକ ବା ଫସଫୋରିକ୍ପ‍ ଏସିଡ୍ୟ‍, କଫିନ, କାର୍ବନ ଡାଇଅକ୍ସାଇଡ୍ଲ‍,ରଙ୍ଗ ସୋଡିୟମ, ଆୟୋଡାଇଜ୍ଥ‍ ଆଦି ପଦାର୍ଥ ମିଶାଯାଇଥାଏ । ଯେତେବେଳେ ଏହାକୁ ପାନ କରାଯାଏ ସେତେବେଳେ କାର୍ବନ ଡାଇଅକ୍ସାଇଡ୍ ଗ୍ୟାସ ପେଟରେ ପହଞ୍ଚି ଢକାର ଆସିବା ଆରମ୍ଭ ହୋଇଥାଏ ଏବଂ ଯଦି ଏହାକୁ ରୋକିବାକୁ ଚେଷ୍ଟା କରାଯାଏ, ତେବେ ଏହା ନାକବାଟେ ବାହାରି ଜ୍ୱଳନ ସୃଷ୍ଟି କରେ । ଢକାର ଆସିଲେ ଲୋକେ ଭାବନ୍ତି ଏହା ଖାଦ୍ୟକୁ ପଚିବାକୁ ସାହାଯ୍ୟ କରିଥାଏ । ଏହା ଏକ ଭ୍ରମ ମାତ୍ର । ବାସ୍ତବରେ ଦେଖାଯାଇଛି, ଶୀତଳ ପାନୀୟରେ ପୁଷ୍ଟିକର ଖାଦ୍ୟ, ଫଳରସର ଅଂଶ ନାମମାତ୍ର ମଧ୍ୟ ନଥାଏ ।

ଗବେଷଣା ଅନୁସାରେ ଥଣ୍ଡାପାନୀୟ ଦ୍ଵାରା ଶରୀରର ଅନେକ କ୍ଷତି

ଆମେରିକାର ଦି ଆର୍ଥ ଆଇଲାଣ୍ଡ ଜର୍ଣ୍ଣାର୍ଲ ଦ୍ୱାରା କରାଯାଇଥିବା ଗବେଷଣା ଅନୁସାରେ ଥଣ୍ଡାପାନୀୟର ଗୋଟିଏ ବୋତଲରେ ୪୦ରୁ ୭୦ ମିଲିଗ୍ରାମ ପର୍ଯ୍ୟନ୍ତ ନିଶାଦ୍ରବ୍ୟ ଗ୍ଲିସେରିନ୍‍, ଆଲକୋହଲ, ଇଷ୍ଟର ଗମ ଏବଂ ପଶୁଙ୍କଠାରୁ ମିଳୁଥିବା ଗଲି‌ସାସେରୋଲ୍ ମିଳିଥାଏ । ମନୁଷ୍ୟର ହାଡ ବା ଦାନ୍ତକୁ ମିଳାଇବାକୁ ମାଟିକୁ ଅନେକ ବର୍ଷ ଲାଗିଥାଏ । କିନ୍ତୁ ସଫ୍ଟ ଡ୍ରିଙ୍କସରେହଲୟ ଏହାକୁ ଦଶଦିନ ପର୍ଯ୍ୟନ୍ତ ରଖି ଚମତ୍କାର ଦେଖିପାରିବେ । ଏହିପରି ଆମେମାନେ ଏହାକୁ ପିଇ ଆମର ଅନ୍ତ୍ର, ଯକୃତ ତଥା ଶରୀରର ଅନେକ କ୍ଷତି କରୁଛୁ ।

ଲେନ୍ସେଣ୍ଟ ମେଡିକାଲ ଜଣ୍ଣାର୍ଲରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ମିଠା ଥଣ୍ଡାପାନୀୟ ପିଲାଙ୍କ ମେଦବହୁଳତାର କାରଣ ଅଟେ । ଫ୍ରାନସକା ରେ ହୋଇଥିବା ଅନ୍ୟ ଏକ ଅଧ୍ୟୟନରୁ ଜଣାପଡିଛି ଯେ ମେଦବହୁଳତାର ଅନ୍ୟ ଏକ କାରଣ ହେଉଛି ଚିନି ।

ଆମେରିକାରେ କରାଯାଇଥିବା ଅଧ୍ୟୟନରୁ ଜଣାପଡିଛି ଯେ ସାକାରିନ୍‍ ଏବଂ କଫିନଯୁକ୍ତ ପାନୀୟ ସେବନ କରୁଥିବା ପିଲାମାନେ ପାଠପଢ଼ାରୁ ଦୂରେଇ ରହିବାକୁ ପସନ୍ଦ କରନ୍ତି । ସାଇଟ୍ରିକ୍‍ ବା ଫସଫରିକ ଏସିଡ୍ ପେଟରେ ଯାଇ ଅମ୍ଳ ବୃଦ୍ଧି କରିଥାନ୍ତି । ଏଥିରେ ଭୋକ ଲାଗେ ନାହିଁ ଏବଂ ପେପଟିକ୍ ଅଲସର ମଧ୍ୟ ହେବାର ଆଶଙ୍କା ରହିଥାଏ । କୃତ୍ରିମ ରଙ୍ଗରୁ ଏଲର୍ଜି ହେବାର ଆଶଙ୍କା ରହିଥାଏ ଏବଂ ଅଷ୍ଟିଓପୋରୋସିସ କିମ୍ୱା ହାଡ ଭାଙ୍ଗିବାର ଆଶଙ୍କା ମଧ୍ୟ ରହିଥାଏ ।

ଆଧାର,ଡାଃ ରେଣୁକା ମହାନ୍ତି

ବିଭାଗୀୟ ମୁଖ୍ୟ ଓ ନବଜାତ ଶିଶୁ ବିଶେଷଜ୍ଞ, ଶିଶୁବିଭାଗ,

ହାଇଟେକ୍ ‍ ମେଡିକାଲ କଲେଜ, ଭୁବନେଶ୍ୱର

2.5
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top