ହୋମ / ସ୍ଵାସ୍ଥ୍ୟ / ଶିଶୁ ସ୍ଵାସ୍ଥ୍ୟ / ଦ୍ରୁଷ୍ଟି ଶକ୍ତି ପାଇଁ ମାର ଦୁରଦୃଷ୍ଟି
ସେଆର କରନ୍ତୁ

ଦ୍ରୁଷ୍ଟି ଶକ୍ତି ପାଇଁ ମାର ଦୁରଦୃଷ୍ଟି

ଶିଶୁର ଦ୍ରୁଷ୍ଟି ଶକ୍ତି ପାଇଁ ଜଣେ ମା' ନେଇଥିବା ପଦକ୍ଷପ ।

ଉପକ୍ରମ

ଆରତୀ ମହାନ୍ତି ହିଞ୍ଜିଳୀକାଟୁ ବ୍ଲକର ବଞ୍ଚୁର ଅଙ୍ଗନୱାଡି କେନ୍ଦ୍ରର ଜଣେ ମା’ । ୩ବର୍ଷ ୨ମାସର ଝିଅ ଜୟଶ୍ରୀ ମହାନ୍ତି ଜଣେ ଉତ୍ତମ ସ୍ଵାସ୍ଥ୍ୟର ଶିଶୁ ଯାହାର ଦୃଷ୍ଟିଶକ୍ତିରେ କୌଣସି ସମସ୍ୟା ନାହିଁ , ତାଙ୍କ ମାଙ୍କ ଉଦ୍ୟମ ଯୋଗୁ । କ’ଣ କରିଛନ୍ତି ଆରତୀ ?

ଆରତୀଙ୍କ ପଦକ୍ଷପ

ଯେତେବେଳେ ମୋ ଝିଅ ଆରତୀକୁ ୯ମାସ ପୁରିଗଲା ତାକୁ ନେଇ ଅଙ୍ଗନୱାଡି କେନ୍ଦ୍ରକୁ ଗଲି ସେଠାରେ ମିଳିମିଳା ଇଂଜେକସନ ସହ ଏଏନଏମ ଦିଦି ଭିଟାମିନ ‘ଏ’ର ପ୍ରଥମ ମାତ୍ରା ଦେଲେ । ମିଳିମିଳା ସାଙ୍ଗରେ ଭିଟାମିନ ‘ଏ’ଶିଶୁକୁ କାହିଁକି ଦିଆଯାଉଛି ସେ ସମ୍ବନ୍ଧରେ ମୋର ଧାରଣା ନଥିଲା । ତେଣୁ ଅଙ୍ଗନୱାଡି ଦିଦିକୁ ପଚାରିବାରୁ ସେ କହିଲେ ଶିଶୁକୁ ଭିଟାମିନ ‘ଏ’ ଦେଲେ ତାକୁ ଅନ୍ଧାରକଣା ରୋଗ ନହେବା ସହ ତା’ର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧିକରେ । ଏହାର ଅଭାବ ହେଲେ ଭବିଷ୍ୟତରେ ଅନ୍ଧ ବି ହୋଇପାରେ । ଏକଥା ଶୁଣି ମନେପଡିଲା ମୋର ରାମ ଭାଇ ପିଲାବେଳୁ ଠିକ ଦେଖି ପାରୁଥିଲେ ବି ଧୀରେ ଧୀରେ ତାର ଦ୍ରୁଷ୍ଟି ଶକ୍ତି କମି କମି  ୧୦/୧୨ ବର୍ଷର ହେବା ବେଳକୁ ପୁରା ଅନ୍ଧ ହୋଇଗଲା । ଏବେ ମୁଁ ତା’ର କାରଣ ବୁଝି ପାରିଲି । ତେଣୁ ମୁଁ ମନେମନେ ପ୍ରତ୍ୟେକ ଶିଶୁକୁ ଅନ୍ଧତ୍ଵରୁ ରକ୍ଷା କରିବି ବୋଲି ଭାବିଲି । ମୋ ଝିଅକୁ ପ୍ରତ୍ୟେକ ୬ମାସରେ ଥରେ ଭିଟାମିନ ‘ଏ’ଦେବା ସହ ଆମ ସାହିର ଯେଉଁ ଶିଶୁର ବୟସ ୧ବର୍ଷରୁ ୫ବର୍ଷ ସେମାନଙ୍କ ମା’ ମାନଙ୍କୁ କହୁଛି ଅଙ୍ଗନୱାଡି କେନ୍ଦ୍ରରେ ଭିଟାମିନ ‘ଏ’ ଦେବାକୁ ।

ଭିଟାମିନ ‘ଏ’ କାର୍ଯ୍ୟକ୍ରମ ସମ୍ବନ୍ଧରେ ଏମାନେ ଯାହା କୁହନ୍ତି

ସନ୍ତୋସିନୀ ସାହୁ : ଅଙ୍ଗନୱାଡି କର୍ମୀ : ୧ବର୍ଷରୁ ୫ବର୍ଷ ମଧ୍ୟରେ ଥିବା ସମସ୍ତ ଶିଶୁ ମାନଙ୍କ ପାଖକୁ ଆଶାକର୍ମୀଙ୍କୁ ପଠାଉ । ମା’ମାନଙ୍କୁ ନିର୍ଦ୍ଧିଷ୍ଟ ତାରିଖ କହୁ । ପୂର୍ବଦିନ ଗୃହପରିଦର୍ଶନ କରିବା ସମୟରେ ମା’ମାନଙ୍କୁ ଭିଟାମିନ ‘ଏ’ ର ସମ୍ବନ୍ଧରେ ବୁଝାଇବା ସହ ଏହା ଶିଶୁର ଦ୍ରୁଷ୍ଟି ଶକ୍ତିରେ କିପରି ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରେ ସେ କଥା ବୁଝାଇ କହୁ ।

ସଞ୍ଜୁଲତା ଭୋଇ : ସୁପରଭାଇଜର : ବର୍ଷରେ ଯେଉଁ ୨ମାସ ତଥା ମେ ଓ ନଭେମ୍ବର ରେ ଭିଟାମିନ ‘ଏ’ କାର୍ଯ୍ୟକ୍ରମ କରାହୁଏ ତା’ପୂର୍ବରୁ ଅଙ୍ଗନୱାଡି କର୍ମୀଙ୍କୁ due list ପ୍ରସ୍ତୁତି ପାଇଁ କହୁ । ସେହି ଚିଠା କୁ ଆଶା ଏବଂ ଏଏନମ ଦିଦିଙ୍କ ଚିଠା ସହ ମିଳନ କରାଯାଏ । ତା’ପରେ କର୍ମୀ ମାନଙ୍କୁ ଗୃହ ପରିଦର୍ଶନ ବେଳେ କାଳେ ବାହାର ଗାଁ ର ଶିଶୁ ଆସିଥିବେ ସେ ସମ୍ବନ୍ଧରେ ତଦାରଖ କରିବାକୁ କୁହାଯାଏ । ସମସ୍ତ ମା’ମାନଙ୍କୁ ଭିଟାମିନ ‘ଏ’ ପ୍ରଦାନ ତାରିଖ ଜଣାଇ ଦିଆଯାଏ ।

ଶୁଭଶ୍ରୀ ପାତ୍ର :CDPO : ମେ ଓ ନଭେମ୍ବର ମାସର ପୂର୍ବ Project Meeting ରେ ଆମେ କର୍ମୀ ମାନଙ୍କୁ କେତେ ପିଲା ଭିଟାମିନ ‘ଏ’ମାତ୍ରା ପାଇବାକୁ ଅଛନ୍ତି ତା’ର ତାଲିକା ପ୍ରସ୍ତୁତ ପାଇଁ କହୁ । କର୍ମୀଙ୍କ ସହ ଆଶା ଇତ୍ୟାଦିଙ୍କ ତାଲିକା ମିଳାଯାଏ । ମା ମାନଙ୍କୁ VHND ରେ ଭିଟାମିନ ‘ଏ’ସାଙ୍ଗରେ ବଟିକା ଦେବାକୁ କର୍ମୀଙ୍କୁ ନିର୍ଦେଶ ଦିଆଯାଏ ।

ସଚେତନ

ଏହି ଗ୍ରାମରେ ଏବେ ସମସ୍ତ ମା’ମାନେ ପ୍ରାୟ ଭିଟାମିନ ‘ଏ’ସମ୍ବନ୍ଧରେ ସଚେତନ । ସମସ୍ତେ ନିଜନିଜ ପିଲାଙ୍କୁ ୧ବର୍ଷରୁ ୫ବର୍ଷ ମଧ୍ୟରେ ଭିଟାମିନ ‘ଏ’ପ୍ରଦାନରେ ତତ୍ପରତା ପ୍ରକାଶ କରୁଛନ୍ତି । ପ୍ରଥମେ ସେମାନଙ୍କୁ ଡାକି ଆଣିବାକୁ ପଡୁଥିଲା । କିନ୍ତୁ ଏବେ ସେମାନେ ତାରିଖ ମନେରଖି ଅଙ୍ଗନୱାଡି କେନ୍ଦ୍ରରେ ପହଞ୍ଚି ଯାଉଛନ୍ତି । ଏ ସବୁ ପରିବର୍ତ୍ତନ ସେଠାରେ କାର୍ଯ୍ୟକରୁଥିବା କର୍ମଚାରୀ ମାନଙ୍କ ପାଇଁ ସମ୍ଭବ ହୋଇ ପାରିଛି ।

ସରକାରଙ୍କ ଭିଟାମିନ ‘ଏ’ କାର୍ଯ୍ୟକ୍ରମ ଓଡିଶାରେ ଏକ ସଫଳ କାର୍ଯ୍ୟକ୍ରମ । ୯୩%ଶିଶୁ ଭିଟାମିନ ‘ଏ’ର ମାତ୍ରା ସେବନ କରିବା ଦ୍ଵାରା ଓଡିଶା ଏହି କାର୍ଯ୍ୟକ୍ରମରେ ଭାରତରେ ସବୁଠାରୁ ଆଗରେ ରହିଛି ।

ଭିଟାମିନ A

ଆଧାର

UNICEF ଓଡିଶା

3.25
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top