ହୋମ / ସ୍ଵାସ୍ଥ୍ୟ / ଶିଶୁ ସ୍ଵାସ୍ଥ୍ୟ / ପୋଲିଓରୁ ସୁରକ୍ଷା ଦେବ ଆଇପିଭି ଟୀକା
ସେଆର କରନ୍ତୁ

ପୋଲିଓରୁ ସୁରକ୍ଷା ଦେବ ଆଇପିଭି ଟୀକା

ଆଇପିଭି ଟୀକା ର ଉପକାରିତ

ଆଇପିଭି

ପୋଲିଓରୁ ସୁରକ୍ଷା ଦେବ ଆଇପିଭି ଟୀକାପୋଲିଓ ବିରୋଧରେ ଶିଶୁଙ୍କୁ ଅତିରିକ୍ତ ସୁରକ୍ଷା ପ୍ରଦାନ ପାଇଁ ଇନଆକ୍ଟିଭେଟେଡ୍ ପୋଲିଓଭାଇରସ୍ ଭ୍ୟାକ୍ସିନ (ଆଇପିଭି) ଟୀକାକରଣ ରାଜ୍ୟରେ ଆରମ୍ଭ ହୋଇଛି । ଏହି ଟୀକା ଶିଶୁଙ୍କୁ ୩ ପ୍ରକାର ପୋଲିଓ ଭୁତାଣୁରୁ ସୁରକ୍ଷା ପ୍ରଦାନ କରିବା ।ଗତ ୩ ବର୍ଷ ରେ ଭାରତକୁ ପୋଲିଓମୁକ୍ତ ଦେଶ ଭାବେ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ଘୋଷଣା କରିଛି । ଯେହେତୁ ପାକିସ୍ତାନ ଆଫଗାନିସ୍ଥାନ ଓ ନାଇଜେରିଆରେ ଏବେ ବି ପୋଲିଓ ରୋଗୀ ଚିହ୍ନଟ ହେଉଛନ୍ତି ତେଣୁ ପୋଲିଓ ଭାଇରସ୍ ଭାରତକୁ ସଂକ୍ରମିତ ହେବା ସମ୍ଭାବନା ରହିଛି। ଏହାକୁ ଦୁଷ୍ଟିରେ ରଖି ସରକାର ପୋଲିଓ ଭୁତାଣୁରୁ ଅତିରିକ୍ତ ସୁରକ୍ଷା ପ୍ରଦାନ ପାଇଁ ନୂଆ ଆଇପିଭି ଟିକାକୁ ସାର୍ବଜନୀନ ଟିକାକରଣରେ ସାମିଲ କରାଇଛନ୍ତି ।

ପୋଲିଓ ପ୍ରତିଶତ

୩୦ ବର୍ଷ ପୂର୍ବେ ହଜାର ହଜାର ଲୋକ ପୋଲିଓରେ ଆକ୍ରାନ୍ତ ହୋଇ ମୃତ୍ୟୁମୁଖରେ ପଡିଥିଲେ। ଅନେକେ ଭିନ୍ନକ୍ଷମ ହୋଇଯାଇ ଥିଲେ । ମାତ୍ର ଟୀକାକରଣ ଅଭିଯାନ ପରେ ଏବେ ୯୯ ପ୍ରତିଶତ ପୋଲିଓ ରୋଗୀ ସଂଖ୍ୟା ହ୍ରାସ ପାଇଛି ଆମ ରାଜ୍ୟ ୨୦୦୯ରୁ ପୋଲିଓ ମୁକ୍ତ ହୋଇପାରିଛି ପୋଲିଓର ମୁକାବିଲା ନିମନ୍ତେ ଟୀକାକରଣ ହିଁ ଏକମାତ୍ର ଉପାୟ । ୧ ବର୍ଷ ବୟସ ମଧ୍ୟରେ ଥିବା ପ୍ରାୟ ୮ ଲକ୍ଷ ୫୩ ହଜାର ଶିଶୁଙ୍କୁ ଆଇପିଭିଟୀକା ପ୍ରଦାନ କରିବାକୁ ଲକ୍ଷ ରଖାଯାଇଛି । ସୂଚନା ମୁତାବକ, ପୋଲିଓ ମୂଳୋତ୍ପାଟନ ଯୋଜନା (୨୦୧୩-୨୦୧୮) ପାଇଁ ନିୟମିତ ଟୀକାକରଣ କାର୍ଯ୍ୟକ୍ରମରେ ୨ଟି ମାତ୍ରା ଆଇପିଭି ପ୍ରଦାନ କରାଯିବା ।

ପେଣ୍ଟାଭାଲେଣ୍ଟ ଟିକା

ଓଡିଶା ସମେତ ୮ଟି ରାଜ୍ୟ ଯଥା ଆନ୍ଧ୍ରପ୍ରଦେଶ, ତାମିଲନାଡ଼ୁ, କର୍ଣାଟକ, କେରଲ, ତେଲେଙ୍ଗାନା, ମହାରାଷ୍ଟ୍ର ଓ ପୁଡୁଚେରୀରେ ଏହି ଯୋଜନାର ଶୁଭାରମ୍ଭ କରାଯାଇଛି । ଆଇପିଭି ଟୀକା ଶିଶୁମାନଙ୍କୁ ପ୍ରଥମ ଓ ତୃତୀୟ ମାତ୍ରା ଓପିଭି ଓ ପେଣ୍ଟାଭାଲେଣ୍ଟ ଟିକା ସହିତ ୭ ଓ ୧୪ ସପ୍ତାହରେ ପ୍ରଦାନ କରାଯିବ । ପ୍ରତି ମାସରେ ରାଜ୍ୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସରକାରୀ ଚିକିତ୍ସାଳୟରେ ଏହି ଟିକା ପ୍ରଦାନ ବ୍ୟବସ୍ଥା କରାଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଲୟ ଏବଂ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଆନୁକୁଲ୍ୟରେ ରାଜ୍ୟରେ ଶିଶୁ ମୃତ୍ୟୁ ହାର ହ୍ରାସ କରିବା ପାଇଁ ଏହି ଟିକାରରଣ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଉଲ୍ଲେଖଯୋଗ୍ୟ, ୧୯୮୮ ରେ ଗ୍ଲୋବାଲ ପୋଲିଓ ଇରାଡିକେସନ୍ ଇନିସିଏଟିଭ୍ ବା ବିଶ୍ଵ ପୋଲିଓ ମୁକ୍ତ କାର୍ଯ୍ୟକ୍ରମର ଶୁଭାରମ୍ଭ କରଯାଇଥିଲା । ପୋଲିଓ ପ୍ରତିଷେଧକ ଅଭିଯାନ ଓ ନିୟମିତ ପୋଲିଓ ଟିକା ପ୍ରଦାନ କରି ବିଶ୍ୱରୁ ପୋଲିଓ ମୁକ୍ତ କରିବା ଏହାର ଲକ୍ଷ ଥିଲା ଭରତ ଏକ୍ଷେତ୍ରରେ ଉଲ୍ଲେଖନୀୟ ସଫଲତା ହାଲସ କରିଛି । ୨୦୦୯ ରୁ ଓଡିଶା ଓ ୨୦୧୧ ଜୁନ୍ ୧୩ରୁ ଭାରତ ସଂପୂର୍ଣ୍ଣ ଭାବେ ପୋଲିଓ ମୁକ୍ତ ହୋଇସାରିଥିବାବେଳେ ୨୦୧୪ ମାର୍ଚ୍ଚ ୨୭ ରେ ପୋଲିଓ ମୁକ୍ତ ସାର୍ଟିଫିକେଟ୍ ମିଳିଥିଲା । ପୂର୍ବରୁ ୨୦୧୫ ରେ ରାଜ୍ୟରେ ପେଣ୍ଟାଭାଳେଣ୍ଟ ଟିକାର ଶୁଭାରମ୍ଭ ହୋଇଥିବାବେଳେ ୨୦୧୬ ମାର୍ଚ୍ଚରେ ରୋଟାଭାଇରସ୍ ଓ ୨୦୧୬ ଏପ୍ରିଲ ୨୫ ରେ ବାଇଭାଲେଣ୍ଟ ପୋଲିଓ ପ୍ରତିଷେଧକର ଶୁଭାରମ୍ଭ ହୋଇଥିଲା ।

ଆଧାର :ସମାଜ

3.25
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top