ହୋମ / ସ୍ଵାସ୍ଥ୍ୟ / ଶିଶୁ ସ୍ଵାସ୍ଥ୍ୟ / ପିଲାଙ୍କପାଇଁ ସ୍ଵାଇନ ଫ୍ଲୁ ସତର୍କତା
ସେଆର କରନ୍ତୁ

ପିଲାଙ୍କପାଇଁ ସ୍ଵାଇନ ଫ୍ଲୁ ସତର୍କତା

ପିଲାଙ୍କପାଇଁ ସ୍ଵାଇନ ଫ୍ଲୁ ସତର୍କତା

ସ୍ଵାଇନ ଫ୍ଲୁ

ଆପଣଙ୍କ ପିଲାକୁ ଜ୍ଵର ସହ ସର୍ଦି ଏବଂ ଥଣ୍ଡାକାଶଲାଗି ରହୁଛି। କି? ନାକରୁ ପାଣିଗଡ଼ିବା ସହିତ ତଣ୍ଟି ଦରଜବା ମୁଣ୍ଡ ଯନ୍ତ୍ରଣା ଅନୁଭବ କରୁଛିକି ? ଏହାଛଡ଼ା ହାଲିଆ ଲାଗିବା ସହିତ ପତଳା ଝାଡ଼ା, ବାନ୍ତି ସହ ଆଖିନାଲି ପଡ଼ିଯାଉଛି। ତା’ ହାଲେ ଆପଣଙ୍କ ପିଲାଠାରେ ସ୍ଵାଇନ ଫ୍ଲୁ ଭୂତାଣୁ ଥାଇପାରନ୍ତି । ତାହାଲେ ଜାଣନ୍ତୁ, ଏହାର ସତର୍କତା ସମ୍ପର୍କରେ

ସଂପ୍ରତି ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ଵାଇନଫ୍ଲୁର କାୟା ବଢିବାକୁ ଲାଗିଲାଣି । ସାଧାରଣତଃ ଏହି ଭୂତାଣୁ କରୁଥିବା କ୍ଷତି ଓ ଅନ୍ୟ ସଂକ୍ରମଣ ଯୋଗୁଁ ଏହି ଇନଫ୍ଲୁଏଞ୍ଜା ପରି ସାଧାରଣ ଥଣ୍ଡା ରୋଗଟି ହୋଇଥିଲେ ବି ପ୍ରାଥମକ ସ୍ତରରୁ ଏହାର ଚିକିତ୍ସା ନକଲେ ପରବର୍ତ୍ତୀ ସମୟରେ ଏହା ଜଟିଳ ପରିସ୍ଥିତି ସୃଷ୍ଟି କରେ । ଏହା ଇନଫ୍ଲୁଏଞ୍ଜା ଲାଇକ ଇଲନେସ୍ ବା ଆଇଏଲଆଇରୁ ଆରମ୍ଭ ହେବାର ଉଦାହରଣା ରହଛି । ସିଭିୟର ଅଟୋ ରେସପିରେଟୋରି ସିଣ୍ଡ୍ରୋମ ବା ଏସଏଆରଏସ  ପରି ଗୁରୁତର ଅବସ୍ଥା ସୃଷ୍ଟି କରେ । ସାଧାରଣତଃ ସ୍ଵାଇନ୍‌  ଫ୍ଲୁ  ଭୂତାଣୁ ଜନିତ ହୋଇଥିଲେ ବି ଏହା ମୁଖ୍ୟତଃ ପିଲାଙ୍କ ପାଇଁ ଏକ ବାୟୁ ଜନିତ ସଂକ୍ରମଣ ରୋଗ । ପିଲାଙ୍କୁ ଥଣ୍ଡା ଜ୍ଵର ୩୮ଡିଗ୍ରୀ ସେଣ୍ଟିଗ୍ରେଟ ରହିଲେ, ସ୍ଵାଇନଫ୍ଲୁ, ଆକ୍ରାନ୍ତ ମଣିଷ ବା ଘୁଷୁରୀଙ୍କ ସଂସ୍ପର୍ଶରେ ଆସିଲେ ଏହା ପଳାଙ୍କ ଶରୀରକୁ ଆକ୍ରାନ୍ତ ହେବାର ଯଥେଷ୍ଟ ଆଶଙ୍କା ରହିଥାଏ । ଅନ୍ୟ ଏକ କଥା ହେଉଛି, ଇନଫ୍ଲୁଏଞ୍ଜାର ସବଟାଇପ-ଏ, ଏଚ୍ – ୧ଏନ୍ ୧ ଭୂତାଣୁ ମୁଖ୍ୟତଃ ସୁସ୍ଥ ବ୍ୟକ୍ତଙ୍କୁ ଆକ୍ରାନ୍ତ କରଥାଏ । ସେହିପରି ଇନଫ୍ଲୁଏଞ୍ଜା – ଏ ପାଇଁ ପଜିଟିଭ କିନ୍ତୁ.ଏଚ୍-୧ ଏନ୍୧ ପାଇଁ ନେଗେଟିଭ । ଇନ୍‌ଫ୍ଲୁଏଞ୍ଜା ଇମନ୍ୟୁଫ୍ଲୋରୋସେଆସେ ନମୁନା ପଜିଟିଭ, ଆସିଲେ କିମ୍ବା ସ୍ଵାଇନ୍‌ଫ୍ଲୁରେ ପ୍ରାଣ ହରାଇଥିଲେ, ଏହି ରୋଗର ଆଶଙ୍କା ଅଧିକ ଥାଏ । ଅନ୍ୟପକ୍ଷରେ ନିଶ୍ଚିତ ଚିହ୍ନିତ ହୋଇଥିବା ବ୍ୟକ୍ତିଙ୍କ ନମୁନା ପରୀକ୍ଷା ପଜିଟିଭ, ଆସିଥାଏ । କାରଣ ଏମାନଙ୍କ ଠାରେ ଏଚ୍ ୧ଏନ- ୧ ଆଣ୍ଟିବଡ଼ି ଅତିକମରେ ୪ ଗୁଣ ବଢ଼ିଯାଇଥାଏ । ହେଲେ ଏହାର ନମୁନା ପରୀକ୍ଷା କରାଯାଉଥିବା ପରୀକ୍ଷାଗାର ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ଦ୍ଵାରା ପ୍ରମାଣିତ ହୋଇଥିବା ଦରକାର । ଏମାନଙ୍କର ରିଅଲ ଟାଇମ ପିସିଆର ପଜିଟିଭ, ଆସେ । ଏଭଳି କ୍ଷେତ୍ରରେ ରୋଗୀର ଭାଇରାଲ କଲଚର କରାଯାଏ ।

ସତର୍କତା

ପିଲାଙ୍କୁ ସ୍ଵାଇନ ଫ୍ଲୁ କ୍ଷେତ୍ରରେ ଅତ୍ୟନ୍ତ ସତର୍କତାର ସହ ଚିକିତ୍ସା କରାଇବା ସହ ସେମାନଙ୍କୁ ସ୍ଵାସ୍ଥ୍ୟ ସଚେତନ ମଧ୍ୟ କରାନ୍ତୁ । ପିଲାମାନେ ଭଲ ଭାବରେ ଶ୍ଵାସପ୍ରଶ୍ଵାସ ନେବା ସହ ଶାରୀରିକ ବ୍ୟାୟାମ କରୁଥିଲେ ଭଲ କାରଣ । ଏହାଦ୍ଵାରା ସେମାନଙ୍କ ସ୍ଵାଇନ୍ ଫୁ, ଆକ୍ରାନ୍ତର ମୁଖ୍ୟସ୍ମଳ କୁହାଯାଉଥିବା ଫୁସଫୁସରେ ସକ୍ରିୟତା ଓ

କାର୍ଯ୍ୟ ଦକ୍ଷତାକୁ ବଢ଼ାଇଥାଏ । ପିଲାଙ୍କୁ ଉଷୁମ କ୍ଷୀର ଏବଂ ପାଣି ଦିଅନ୍ତୁ । ଗାଧୋଇ ଦେଉଥିଲେ ଥଣ୍ଡା ପାଣି ଅପେକ୍ଷା ଉଷୁମ ପାଣି ଭଲ । ପିଲାଙ୍କୁ ପରିଷ୍କାର ପରିଚ୍ଛନ୍ନ ରହିବା ଅଭ୍ୟାସ କରାଇବା ସହ ସେମାନେ ଯେପରି ବିଶୋଧିତ ପାଣିରେ ସାବୁନରେ ହାତ ଧୋଇ ସଫା ରଖନ୍ତୁ । ଏ ସମୟରେ ପିଲାଙ୍କୁ ପାଠପଢ଼ାର ଚାପଠାରୁ ଦୂରେଇ ରଖୁବା ଭଲ । ସେମାନଙ୍କୁ ତରଳ, ସୁଷମ ଓ ଗରମ ଖାଦ୍ୟ ଦେବା ସହ ପ୍ରଚୁର ପରିମାଣରେ ପାଣି ପିଇବା ପାଇଁ ଦିଅନ୍ତୁ। ପିଲାଟି ଯେଭଳି ସଠିକ ବିଶ୍ରାମ ନିଏ ସେ ଦିଗକୁ ଦୃଷ୍ଟିରେ ରଖନ୍ତୁ। ପିଲାଙ୍କୁ କୌଣସି ଅଳିଆ ଆବର୍ଜନା ଜମିଥିବା ସ୍ଥାନ, ସନ୍ତସନ୍ତିଆ ପରିବେଶ, ଡ୍ରେନ ବା ନାଳ, ଖତଗଦା, ଜମିବାଡ଼ିର ଅବ୍ୟବହୃତ ଜଳ, ପଙ୍କ କାଦୁଆ ଆଦି ପରିବେଶ ଠାରୁ ଦୂରେଇ ରଖନ୍ତୁ । ଗହଳି ସ୍ଥାନକୁ ପିଲାଟି ଯାଉଥିଲେ। ତା ମୁହଁରେ ବଜାରରେ ବିକ୍ରି ହେଉଥିବା ମେଡ଼ିକେଟେଡ ମ୍ୟାକ୍ସ ବା ପରିଷ୍କାର ଭାବେ ସଫା ହୋଇଥିବା ରୁମାଲ ବାନ୍ଧିବା ପାଇଁ ଦିଅନ୍ତୁ । ଏ ସମୟରେ ପିଲାର ସର୍ଦ୍ଦି ଥିଲେ ସଫା ଶୁଖୁଲା। କପଡ଼ାରେ ପୋଛନ୍ତୁ । ସେ କପଡ଼ାକୁ ଗରମ ପାଣିରେ ସିଝାଇ ଶୁଖାନ୍ତୁ । ସ୍ଵାଇନ୍‌ଫ୍ଲୁ ହୋଇଥିବା ବଡ଼ ଲୋକଙ୍କ ଠାରୁ ଯେପରି ପିଲାଟି ନିରାପଦ ଦୂରରେ ରୁହେ ସେ ଦିଗକୁ ଆପଣ ସୁନିଶ୍ଚିତ କରାନ୍ତୁ । ଘୁଷୁରୀପାଲା ଥିବା ସ୍ଥାନ ବା ସେମାନେ ବୁଲୁଥିବା ସ୍ଥାନ ଠାରୁ ପିଲାଙ୍କୁ ଦୂରେଇ ରଖନ୍ତୁ । ଏ ସମୟରେ ପିଲାଙ୍କୁ କୌଣସି ଭୋଜି ଠାରୁ ଦୂରେଇ ରଖୁବା ଭଲ । ବଜାରରେ ବିକ୍ରି ହେଉଥିବା ପୀଷ୍ଟପୂଡ, ଆଇସିକ୍ରିମ, ଗୁପଚୁପ, ବୁଲାଖାଦ୍ୟ ଆଦି ଠାରୁ ଦୂରେଇ ରଖନ୍ତୁ। ପିଲାଟି ଇଚ୍ଛା କରୁଥିବା କୌଣସି ଖାଦ୍ୟ ଆପଣ ଭଲ ପରିବେଶରେ ଘରେ ପ୍ରସ୍ତୁତ କରିଦିଅନ୍ତୁ। ପିଲାଟି ଚିକିତ୍ସାଧୀନ ଥିବା ସମୟରେ ତା' ସାଙ୍ଗଙ୍କ ଠାରୁ ଦୂରେଇ ରଖନ୍ତୁ । ସ୍କୁଲ ବା ଟ୍ୟୁସନ ପିଲାଟି ନଯିବା ଭଲ; ଯେ ପର୍ଯ୍ୟନ୍ତ ତା’ର ଚିକିତ୍ସା ଶେଷ ନ ହୋଇଛି । ପିଲାଙ୍କ ଛିଙ୍କ ବା କାଶ ଆସିଲେ ପାଟିରେ ରୁମାଲ ଦେଇ ଛିଙ୍କନ୍ତୁ । ସ୍ଵାଇନ୍‌ଫ୍ଲୁକୁ ନେଇ ସେପରି ଭୟଭୀତ ହୁଅନ୍ତୁ ନାହିଁ । ଏ କ୍ଷେତ୍ରରେ ପିଲାର କୌଣସି ପ୍ରାଥମିକ ଲକ୍ଷଣ ଦେଖିବା  ମାତ୍ରେ ତୁରନ୍ତ ସରକାରୀ ଡାକ୍ତରଖାନାର ସୁଯୋଗ ନିଅନ୍ତୁ ।

ସଂଗୃହିତ: ଡାକ୍ତର ଜ୍ୟୋତିରଞ୍ଜନ କମ୍ପତିରାୟ

3.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top