ହୋମ / ସ୍ଵାସ୍ଥ୍ୟ / ଶିଶୁ ସ୍ଵାସ୍ଥ୍ୟ / ବର୍ଷାଋତୁରେ ଶିଶୁଙ୍କ ସ୍ୱାସ୍ଥ୍ୟ
ସେଆର କରନ୍ତୁ

ବର୍ଷାଋତୁରେ ଶିଶୁଙ୍କ ସ୍ୱାସ୍ଥ୍ୟ

ବର୍ଷାଦିନେ ପିଲାମାନେ କୌଣସି ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଲେ ସେଥିରୁ ରକ୍ଷା ପାଇବା ପାଇଁ ଆପଣ କେତେକ ଘରୋଇ ଉପଚାର ଆପଣେଇ ପାରନ୍ତି ।

ବର୍ଷାଦିନେ ପିଲାମାଙ୍କ ସ୍ୱାସ୍ଥ୍ୟ ସମସ୍ୟା

ବର୍ଷାଦିନେ ପିଲାମାନେ କୌଣସି ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଲେ ସେଥିରୁ ରକ୍ଷା ପାଇବା ପାଇଁ ଆପଣ କେତେକ ଘରୋଇ ଉପଚାର ଆପଣେଇ ପାରନ୍ତି ।

ଆମ ରାଜ୍ୟରେ ବର୍ଷାଋତୁ ସାଧାରଣତଃ ରଜ ପରେ ଆରମ୍ଭ ହୋଇ ଜୁଲାଇରୁ ସେପ୍ଟେମ୍ବର ମାସ ଶେଷ(୩-୪ ମାସ) ପର୍ଯ୍ୟନ୍ତ ରହିଥାଏ । ଏହି ଋତୁରେ କେବଳ ବଡ ମାନେ ନୁହନ୍ତି। ଶିଶୁମାନେ ମଧ୍ୟ ସ୍ଵାସ୍ଥ୍ୟଜନିତ ସମସ୍ୟାର ସମ୍ମୁଖୀନ ହୋଇଥାଆନ୍ତି । ଏଥିପ୍ରତି ଆରମ୍ଭରୁ ଦୃଷ୍ଟି ନ ଦେଲେ। ପରବର୍ତ୍ତୀ ସମୟରେ ଏହା ଜଟିଳ ଆକାର ଧାରଣ କରିପାରେ। ଏପରି କି ଆକ୍ରାନ୍ତ ଶିଶୁକୁ ହସପିଟାଲରେ ଆଡମିଶନ କରି ଚିକିତ୍ସା କରାଇବାକୁ ପଡ଼ିଥାଏ । ବର୍ଷା ଋତୁରେ ଶିଶୁମାନେ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇଥାଆନ୍ତି । ଏହି ଋତୁରେ ବାୟୁଜନିତ ରୋଗର ଆଶଙ୍କା ଅଧିକ ଥାଏ । ସାଧାରଣ ଥଣ୍ଡା, ଫ୍ଲୁ, ନିମୋନିଆ ପରି ରୋଗ ଏଥିରେ ଅନ୍ତର୍ଭୁକ୍ତ। ଏଗୁଡିକର ଲକ୍ଷଣ ଦେଖାଦେବା ମାତ୍ରେ ତୁରନ୍ତ ଶିଶୁରୋଗ ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ । ବର୍ଷାଦିନେ ପାଣିକୁ ଭଲ ଭାବରେ ଫୁଟାଇ ଥଣ୍ଡା କରି ଏବଂ ତାହାକୁ ଘୋଡା ହୋଇଥିବା ପାତ୍ରରେ ରଖି। ପିଲାଙ୍କୁ ପିଇବାକୁ ଦିଅନ୍ତୁ । ବାହାରର ଦୂଷିତ ପାଣି ଡାଇରିଆ, ପତଳାଝାଡା, ଟାଇଫଏଡ୍ ଏପରି କି ଜଣ୍ଡିସ୍‌ର ମୁଖ୍ୟ କାରଣ ସାଜିଥାଏ । ତେଣୁ ଏ ନେଇ ସତର୍କ ରହିବା ଆବଶ୍ୟକ । ବର୍ଷାଦିନେ ମଶାମାନଙ୍କର ପ୍ରାଦୁର୍ଭାବ ଅଧିକ ହୋଇଥାଏ । ତେଣୁ ପିଲାଙ୍କୁ ମଶାରି ଟାଙ୍ଗି ତା' ଭିତରେ ଶୁଆନ୍ତୁ । ମ୍ୟାଲେରିଆ ଏବଂ ଡେଙ୍ଗୁର ବାହକ ହେଲେ ମଶା । ତେଣୁ ପିଲାମାନେ ଶୋଉଥିବା ଘରକୁ ପରିଷ୍କାର ପରିଚ୍ଛନ ରଖନ୍ତୁ । ଏହା ଭିତରେ ମଶା। ଯେପରି ସେମାନଙ୍କ କାୟା ବିସ୍ତାର ନ କରନ୍ତି ସେଥିପ୍ରତି ନଜର ଦିଅନ୍ତୁ । ଯଦି ପିଲାଟିକୁ ଜ୍ଵର ହେଲା। ତେବେ ଡେରି ନ କରି ତାକୁ ଡାକ୍ତରଙ୍କ ନିକଟକୁ ନେଇ ତାହାର ଚିକିତ୍ସା କରାଇ ନିଅନ୍ତୁ । ବର୍ଷା ଋତୁରେ ସାପ କାମୁଡ଼ା ଆଶଙ୍କା ରହିଥାଏ । ତେଣୁ ପିଲାମାନଙ୍କୁ ଏକୁଟିଆ ବାହାରେ ବୁଲିବାକୁ ଛାଡନ୍ତୁ ନାହିଁ । ଅନ୍ୟପକ୍ଷରେ କେତେକ କୀଟ କାମୁଡିବା ଦ୍ଵାରା ସ୍କ୍ରବ ତାଇଫସ୍ ନାମକ ରୋଗ ହୋଇଥାଏ । ବର୍ଷାଦିନେ ଜଳବାୟୁର ଆର୍ଦ୍ରତା ଅଧିକ ରହିଥାଏ । ତେଣୁ ଏହି ସମୟରେ ପିଲାମାନେ ଆଲର୍ଜି ଓ ସ୍କିନ୍ ଇନ୍‌ଫେକଶନ୍ ପରି ସମସ୍ୟାର ସମ୍ମୁଖୀନ ହେବାର ଆଶଙ୍କା ରହିଛି ।

ସାଧାରଣ ପ୍ରତିକାର

  • ଏହିରତୁରେ ପିଲାଙ୍କ ହଜମ ଶକ୍ତି ପୂର୍ବାପେକ୍ଷା କମ୍ ରହିଥାଏ । ତେଣୁ ପିଲାମାନଙ୍କୁ ଏହି ସମୟରେ ଯେତେ ହାଲୁକା ତଥା ସହଜରେ ହଜମ ହୋଇପାରୁଥିବା ଖାଦ୍ୟ ଖାଇବାକୁ ଦିଅନ୍ତୁ । ତା’ ସହ ଫୁଟା ପାଣି ପିଇବାକୁ ଦିଅନ୍ତୁ ।
  • ପିଲାମାନଙ୍କ ପରିଷ୍କାର ପରିଚ୍ଛନତା ପ୍ରତି ତୀଷ୍ଟ ନଜର ରଖନ୍ତୁ । ଖାଇବା ପୂର୍ବରୁ ଏବଂ ପରେ, ଶୌଚ ହେବା ପରେ ପିଲାର ହାତକୁ ସାବୁନ୍‌ରେ ସଫା କରନ୍ତୁ । ଯଦି ସେ ନିଜ କାମ ନିଜେ କରୁଛି ତେବେ ତାକୁ ଏ ନେଇ ପରାମର୍ଶ ଦିଅନ୍ତୁ ।
  • ପିଲା  ଶୋଉଥବା ରୁମରେ ମଶାରି ବାନ୍ଧନ୍ତୁ । କିନ୍ତୁ ଗୋଟିଏ କଥା ମନେ ରଖିବା ଦରକାର । ମସକିଟୋ ରେପିଲାଣ୍ଟ କଏଲ କିମ୍ବା ଅଏଲ ନିୟମିତ ଭାବେ ବ୍ୟବହାର କରନ୍ତି ନାହିଁ । ଏହା ପିଆମାନଙ୍କ ପାଇଁ କ୍ଷତିକାରକ ହୋଇଥାଏ । ଘର ଭିତର ପରିବେଶ ଶୁଖିଲା ଏବଂ ପରିଷ୍କାର ରଖନ୍ତୁ ।
  • ଘରର ଚତୁଃପାର୍ଶ ଯେପରି ପରିଷ୍କାର ପରିଚ୍ଚ୍ନ  ରହିବ ସେଥିପ୍ରତି ନଜର ଦିଅନ୍ତୁ । ଘରର ଝରକା ଦିନବେଳେ ଖୋଲା ରଖ, ସନ୍ଧ୍ୟା ପୂର୍ବରୁ ବନ୍ଦ କରିବାକୁ ଭୁଲନ୍ତୁ ନାହିଁ । ପାଇଖାନାର କବାଟ ସର୍ବଦା ବନ୍ଦ ରଖନ୍ତୁ । ଏହାଦ୍ଵାରା ଘରେ ମଶା, ପଶି ପାରିବେ ନାହିଁ ।
  • ବର୍ଷା ହେଲେ ଏହାର ମଜା ନେବାକୁ ପିଲାମାନଙ୍କର ଉତ୍ପକତା ବଢ଼ି ଯାଇଥାଏ । ବର୍ଷାରେ ଭିଜିଲେ ପିଲାମାନେ ଥଣ୍ଡା, ଜ୍ଵର ପରି ସମସ୍ୟାର ସମ୍ମୁଖୀନ ହୋଇଥାଆନ୍ତି । ଏଥିପ୍ରତି ଦ୍ରୁଷ୍ଟି ଦିଅନ୍ତୁ
  • ଅତ୍ୟଧିକ ଆର୍ଦ୍ର ଜଳବାୟୁ ଯୋଗୁ ସ୍କିନ୍ ଫଙ୍ଗାଲ ଇନଫେକଶନ ଓ ଆଲର୍ଜ ଦେଖାଦିଏ । ତେଣୁ ବର୍ଷାଦିନେ ପିଲାମାନଙ୍କୁ  ପ୍ରତିଦିନ ଉଷୁମ ପାଣିରେ ଗାଧାଇବ ଦିଅନ୍ତୁ । ସବୁଦିନ ସଫା ଓ ଶୁଖିଲା ପୋଷାକ ପିନ୍ଧାନ୍ତୁ । ଦିନକୁ ଅତିକମ୍  ଦୁଇ ଥର ପୋଷାକ ବଦଳାଇ ପାରିଲେ ଭଲ
  • ବର୍ଷାଦିନେ ଦୁଇବର୍ଷରୁ କମ୍ ବୟସ୍କ ଶିଶୁଙ୍କୁ ନେଇ ଜନଗହଳି ପୂର୍ଣ୍ଣ ଜାଗା, ମେଳା, ଶଫିମଲ୍ ଆଦିକୁ ଯାଆନ୍ତୁ ନାହିଁ । କାରଣ ସେମାନେ ଇନଫେକ୍ସନ ଦ୍ଵାରା ଆକ୍ରାନ୍ତ ହେବାର ଆଶଙ୍କା ରହିଛି ।
  • ଆଜ୍‌ମା ବା ଆଲର୍ଜିଥବା ଶିଶୁଙ୍କୁ ଏହି ଋତୁରେ ନିୟମିତ ଆଣ୍ଟିଆଲର୍ଜିକ୍ ମେଡିସିନ୍ ଦିଅନ୍ତୁ ।
  • ରୋଗ ପ୍ରତିଷେଧକ ଶକ୍ତି କମ୍ ଥବା ଶିଶୁମାନଙ୍କୁ ବର୍ଷାରତୁ ଆରମ୍ଭରୁ ପିଲାଙ୍କ ଦେହରେ ବିଶେଷକରି କାଖ, ଜଙ୍ଘ ସନ୍ଧି, କାନପଛ ଓ ଅନ୍ୟ ଗୁପ୍ତଜାଗାରେ(ହିଡେନ୍ ଏରିଆ) ସିଗାରେଟ୍ ଚେଙ୍କ ପରି ଛୋଟ ଛୋଟ ଘା ଦେଖାଯାଏ । ଡକ୍ସିସାଇକ୍ଲିନ୍ ନାମକ ଆଣ୍ଟିବାୟୋଟିକ୍ ଦ୍ଵାରା ଏହା ପୁରାପୁରି ଭଲ ହୋଇପାରିବ । ଡାକ୍ତରଙ୍କ ପରାମର୍ଶ ଅନୁସାରେ ଫ୍ଲୁ ଟିକା ଦେବାକୁ ଭୁଲନ୍ତୁ ନାହିଁ ।
  • ଏହି ଋତୁରେ ନବଜାତ ଶିଶୁମାନେ ଥଣ୍ଡା, କାଶ ପରି ସମସ୍ୟାର ସମ୍ମୁଖୀନ ହେବା ସାଧାରଣ କଥା । ଏପରି ସମସ୍ୟା ଦେଖାଦେଲେ ଡେରି ନ କରି ଶିଶୁ ରୋଗ ବିଶେଷଜ୍ଞଙ୍କ ସହ ତୁରନ୍ତ ପରାମର୍ଶ କରନ୍ତୁ । ଯଦି ନାକ ବାରମ୍ବାର ବନ୍ଦ ହୋଇଯାଏ ତେବେ ଡାକ୍ତର ପ୍ରେସକ୍ରାଇଟ୍ କରିଥବା ନାଜାଲ ତ୍ରଯ ନିୟମିତ ସମୟ ଅନ୍ତରାଳରେ ଶିଶୁର ନାକରେ ପକାନ୍ତୁ ।
  • ବର୍ଷାଦିନେ ପିଲାକୁ ଆଦୌ ବାହାର ଖାଦ୍ୟ ଦିଅନ୍ତୁ ନାହିଁ । ଘରେ ପ୍ରସ୍ତୁତ କରିଥିବା ଖାଦ୍ୟ ଖାଇବାକୁ ଦିଅନ୍ତୁ ।
  • ପିଲାକୁ ବର୍ଷାରେ ଓଦା ହେବାକୁ ଦିଅନ୍ତୁ ନାହିଁ ।
  • ପିଲା ଯଦି ସ୍କୁଲ୍ ଯାଉଛି ତା ସ୍କୁଲ୍ ବ୍ୟାଗରେ ରେନକୋର୍ଟ କିମ୍ବା ଛତା ଦେବାକୁ ଭୁଲନ୍ତୁ ନାହିଁ ।
  • ପିଲାର ପାଦକୁ ଶୁଖଲା ରଖିବାକୁ ଚେଷ୍ଟା କରନ୍ତୁ । ଘରର ବାତାବରଣକୁ ସଫାସୁତରା କରିବା ସହ ପୋକଜୋକଠାରୁ ଦୂରେଇ ରଖନ୍ତୁ । ପିଲା ଯଦି ଘରୁ ବାହାରକୁ ଯାଉଛି ତାକୁ ସକ୍ଳ ଏବଂ ଜୋତା ପିନ୍ଧାନ୍ତୁ ।
  • ଏହି ଦିନରେ ଘରେ ରୁମ୍, ହିଟର ବ୍ୟବହାର କରିପାରିବେ ।
  • କାଦୁଅରେ ପିଲାକୁ ଖେଳିବାକୁ ମନା କରନ୍ତୁ । ଏହା ପିଲା ପାଇଁ କ୍ଷତିକାରକ ହୋଇପାରେ ।
  • ସ୍ତବ୍ ଟାଇଫସ୍, ଏପରି ଏକ କ୍ଷୁଦ୍ରବାୟ କୀଟ ଯାହା ଖାଲି ଆଖିରେ ଦେଖାଯାଏ ନାହିଁ । ଏହି କୀଟ କାମୁଡିଲେ ଅଧିକଦିନ ଜ୍ଵର ରହିବା, ମୁହଁ ହାଲକା ଫୁଲା, ଲିଭର, ସ୍ଯଳମ୍ ବହିବା, କାସ ହେବା ଓ ସାଧାରଣ ଭାବେ ବ୍ୟବହାର ହେଉଥିବା ଆଣ୍ଟିବାୟୋଟିକ୍ କାମ ନ କରିବା ଧୀରେ ଧୀରେ ପିଲା ସିରିୟସ୍ ହେବାର ଲକ୍ଷଣ ଦେଖାଦିଏ । ଏଥିରେ ଅର୍ଦ୍ଧାଧିକ ପିଲାଙ୍କ ଦେହରେ ବିଶେଷକରି କାଖ,ଜଙ୍ଘସନ୍ଧି, କାନପଛ ଓ ଅନ୍ୟ ଗୁପ୍ତଜାଗାରେ( ହିଡେନ୍ ଏରିଆ) ସିଗାରେଟ୍ ଚେଙ୍କପରି ଛୋଟ ଛୋଟ ଘା ଦେଖାଯାଏ । ଡକ୍ସିସାଇକ୍ଲିନ୍ ନାମକ ଆଣ୍ଟିବାୟୋଟିକ୍ ଦ୍ଵାରା ଏହା ପୂରାପୂରି ଭଲ ହୋଇପାରିବ ।

କ’ଣ କରନ୍ତି ଏମାନେ

ବର୍ଷାଦିନେ ପିଲାମାନଙ୍କୁ ଅଧିକ ସଂକ୍ରାମକ ରୋଗ ହେବାର ଆଶଙ୍କା ଥାଏ । : ବିଶେଷ କରି ଜଣ୍ଡିସ୍, ଡେଙ୍ଗୁ, ଡାଇରିଆ, ବାନ୍ତି ଆଦି ହୋଇଥାଏ । ଏଥିଯୋଗୁ:

ବର୍ଷାଦିନରେ ମା'ମାନଙ୍କ ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି । ବିଶେଷ ଭାବରେ ଏହି : ଋତୁରେ ପିଲାମାନଙ୍କୁ ପରିଷ୍କାର ପରିଚ୍ଛନ୍ନ ରଖିବା ସହିତ ପିଲାଙ୍କ ଦୈନନ୍ଦିନ : କାର୍ଯ୍ୟକୁ ମଧ୍ୟ ଧ୍ୟାନରେ ରଖିଥାଏ । ଯେହେତୁ ନଖକୁ ରୋଗର ଘର ବୋଲି : କୁହାଯାଏ , ତେଣୁ ନିୟମିତ ସମୟ ବ୍ୟବଧ୍ୟାନରେ ପିଲାର ନଖ କାଟେ । : ପିଲା ଖାଇବା ପୂର୍ବରୁ ଏବଂ ପରେ ସେ କିପରି ଭଲଭାବରେ ହାତ ଧୋଇବ : ସେଥିପ୍ରତି ନଜର ଦିଏ । ବର୍ଷାଦିନେ ବିଶେଷକରି ବାହାରର ଖୋଲାଖାଦ୍ୟ : ଓ ଆଇସକ୍ରିମ କୋଲ୍ଡଡ୍ରିଙ୍କସ୍ ଆଦି ପିଲାକୁ ଖାଇବାକୁ ଦିଏନାହିଁ । ପିଲାର : ପରିଷ୍କାର ପରିଚ୍ଛନ୍ନତା ଉପରେ ଧ୍ୟାନ ଦେଇଥାଏ ।

ମୁଁ ବର୍ଷାଦିନେ ପିଲାକୁ ଅତି ଯନ୍ ସହକାରେ ରଖେ । ତାକୁ ବେଶି ବାହାରକୁ ଖେଳିବାକୁ ଦିଏନି । କାରଣ ଏହି ଦିନରେ ପ୍ରାୟ ଚାରିଆଡେ ପାଣି ଭର୍ତ୍ତି ହୋଇ । ରୁହେ। ସେହି କାରଣରୁ ମଶାମାଛିଙ୍କର ପ୍ରାଦୁର୍ଭାବ ବଢ଼ିଥାଏ । ଯାହାଦ୍ଵାରା ଅନେକ ରୋଗ ବ୍ୟାପିବାର ଆଶଙ୍କା ରହିଛି । ପିଲା ଖାଇବା ପୂର୍ବରୁ ଏବଂ ପରେ ହାତକୁ ସାବୁନ୍‌ରେ ଭଲଭାବେ ଧୋଇବା ପାଇଁ କହିଥାଏ । ଏହିଦିନରେ ଥଣ୍ଡା, କାଶ ଆଦି ଦେଖାଯିବାର ଆଶଙ୍କା ଥାଏ ସେଥିଲାଗି ଏହାର ଉପଚାର ପାଇଁ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ମେଡିସିନ୍ ଦେବାକୁ ଭୁଲି ନ ଥାଏ ।

ଆଧାର – ଆସୋସିଏଟ ପ୍ରଫେସର ଶିଶୁରୋଗ, ବିଶେଷଜ୍ଞ କିମସ, ଭୁବନେଶ୍ଵର

4.5
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top