ହୋମ / ସ୍ଵାସ୍ଥ୍ୟ / ଶିଶୁ ସ୍ଵାସ୍ଥ୍ୟ / ବର୍ଷାଦିନେ ପିଲାର ସ୍ୱାସ୍ଥ୍ୟ
ସେଆର କରନ୍ତୁ

ବର୍ଷାଦିନେ ପିଲାର ସ୍ୱାସ୍ଥ୍ୟ

ବର୍ଷାଦିନେ ପିଲାର ସ୍ୱାସ୍ଥ୍ୟ ର ସୂଚନା

ଉପକ୍ରମ

ସାଧାରଣତଃ ବର୍ଷାଦିନେ ପିଲାମାନଙ୍କୁ ଥଣ୍ଡା, ଜ୍ଵର, କାଶ, ଝାଡାବାନ୍ତି ପରି ସମସ୍ୟା ଦେଖାଦେଇଥାଏ । ଏହି ସମୟରେ ମା’ ମାନେ କିପରି ସତର୍କ ରହିବା ଦରକାର ସେ ସମ୍ପର୍କରେ ଜାଣି ରଖନ୍ତୁ---

ବର୍ଷାଦିନେ ଜଣ୍ଡିସ୍ ବା ଡାଇରିଆ ଖୁବ ଶୀଘ୍ର ବ୍ୟାପିଥାଏ । ପିଲାଙ୍କୁ ପାଣି ଫୁଟାଇ ପିଇବାକୁ ଦେବା ସହ ବାହାର ଖାଦ୍ୟ  ଯେପରିକି ଦହିବରା, ଗୁପଚୁପ୍ ଆଦି ଖାଇବାକୁ ଦିଅନ୍ତୁ ନାହିଁ । ଘର ଚାରିପଟେ ପାଣି ଜମାହୋଇ  ରହିଲେ ମଶା  ବଂଶ ବୃଦ୍ଧି ହୋଇଥାଏ । ତେଣୁ ସେସବୁ ସ୍ଥାନକୁ  ପରିଷ୍କାର ରଖନ୍ତୁ । ଘର ଚତୁଃପାର୍ଶ୍ଵରେ କୌଣସି ଭଙ୍ଗା ଟିଣ  ସାମଗ୍ରୀ ରଖନ୍ତି ନାହିଁ । କାରଣ ଏଥିରେ ପାଣି ଜମି ରହିବା ଦ୍ଵାରା ଖୁବ ଶୀଘ୍ର ମଶା ବୃଦ୍ଧି ପାଇଥାନ୍ତି । ଡେଙ୍ଗୁ ଜ୍ଵର ମାରାତ୍ମକ ହୋଇଥିବାରୁ ସଚେତନା ରହିବା ଆବଶ୍ୟକ । ଏହିଦିନେ ଥଣ୍ଡା, ଜ୍ଵର, କାଶ ଝାଡାବାନ୍ତି ହୋଇଥାଏ । ଏଥିପ୍ରତି ସଚେତନ ରହିବା ଆବଶ୍ୟକ । ଏହିଦିନେ ଥଣ୍ଡା, ଜ୍ଵର, କାଶ, ଝାଡାବାନ୍ତି ହୋଇଥାଏ । ଏଥିପ୍ରତି ସଚେତନ ରହିବା ଆବଶ୍ୟକ । କେତେକ ଘର ସନ୍ତସନ୍ତିଆ ରହିବାରୁ ଜୀବାଣୁ ବୃଦ୍ଧି ପାଇଥାଏ । ଘରଦ୍ଵାର ସବୁବେଳେ ସଫାସୁତୁରା ରଖନ୍ତୁ । ପନିପରିବା ଆଣିବା ପରେ ତାକୁ ଭଲଭାବେ ଧୁଅନ୍ତୁ । କାରଣ ଏଥିରେ ବହୁ ଜୀବାଣୁ ରହିଥାଏ । ଏହିଦିନେ ସାଧାରଣତଃ ଲୁଗାପଟା ଶୀଘ୍ର ସୁଖି ନ ଥାଏ । ଏପରି ପୋଷାକ ପିଲାଙ୍କୁ ପିନ୍ଧାଇଲେ ଶରୀର ଖୁବ ଶୀଘ୍ର ଇନଫେକସନ୍ ହେବାର ଆଶଙ୍କା ଥାଏ ।

ବର୍ଷାଦିନେ ପିଲାର ସ୍ୱାସ୍ଥ୍ୟ ପାଇଁ  ସଚେତନ

  • ଏହିଦିନେ ଘରକୁ ଶୁଖିଲା ଓ ପରିଷ୍କାର ରଖନ୍ତୁ । ପିଲା ଶୋଇଥିବା ରୁମକୁ ସାଧାରଣ ତାପମାତ୍ରାରେ ରଖନ୍ତୁ ।
  • ପିଲାଙ୍କୁ ଉଷୁମ ପାଣିରେ ଗାଧୋଇବାକୁ କୁହନ୍ତୁ । ବର୍ଷାଦିନେ ପିଲାମାନଙ୍କୁ ଆଣ୍ଟିସେପ୍ଟିକ ସାବୁନରେ ଗାଧୋଇ ଦିଅନ୍ତୁ । ଏହାଦ୍ଵାରା ଶରୀର ଜୀବାଣୁମୁକ୍ତ ରହିବା ସହ ସେମାନଙ୍କୁ ଫ୍ରେଶ୍ ଲାଗିଥାଏ ।
  • ପିଲା ସୋଇଥିବା ବେଡରେ ମଶାରୀ ଟାଣନ୍ତୁ । ସନ୍ଧ୍ୟାହେଲେ ପିଲାମାନଙ୍କ ରୁମର କବାଟ ବନ୍ଦ କରି ଦିଅନ୍ତୁ । ଏହାଦ୍ବାରା ମଶା କିମ୍ବା ଅନ୍ୟ କୀଟପତଙ୍ଗ ଘର ଭିତରକୁ ପଶି ପାରିବେ ନାହିଁ । ମଶାରୁ ବର୍ତ୍ତିବା ପାଇଁ ଏହିଦିନେ ଝରକାରେ ଜାଲି ଲଗାନ୍ତୁ ।
  • ଘରେ ଥଣ୍ଡା,ଜ୍ଵର ଓ ବାନ୍ତି ଔଷଧ ଷ୍ଟକ ରଖନ୍ତୁ । ଏହାର ଡ଼ୋଜ ବିଷୟରେ ଯଦି ଜାଣି ନାହାନ୍ତି ତେବେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ । ଏପରି ପରିସ୍ଥିତିରେ ପ୍ରାଥମିକ ଚିକିତ୍ସା (ଘରେ) ପରେ ଡାକ୍ତରଙ୍କ ନିକଟକୁ ନେଇଯାଆନ୍ତୁ । ଯେ ପିଲାର ସ୍ୱାସ୍ଥ୍ୟ ପରୀକ୍ଷା କରି ଯେଉଁ ଔଷଧ ଖାଇବାକୁ ପରାମର୍ଶ ଦେବେ ତାହାକୁ ଅକ୍ଷରେ  ଅକ୍ଷରେ ମାନନ୍ତୁ ।
  • ବର୍ଷାଦିନେ ଘରେ ଏସି ବ୍ୟବହାର କରନ୍ତୁ ନାହିଁ । ଏହା ରୁମର ତାପମାତ୍ରାକୁ କମ ରଖିଥାଏ ।
  • ଘରେ ପିଲା ଶୋଇଥିବା ରୁମରେ କଏଲ ବ୍ୟବହାର କରିବା ପରିବର୍ତ୍ତେ ମଶାରୀ ଟାଣନ୍ତୁ ।
  • ପୋଷାକ ଯଦି ଆଂଶିକ ଓଦା ରହିଛି ତେବେ ତାହାକୁ ପିଲାଙ୍କୁ ପିନ୍ଧିବାକୁ ଦିଅନ୍ତୁ ନାହିଁ । ବେଳେବେଳେ ଏହା ଇନଫେକସନର କାରଣ ହୋଇଥାଏ ।
  • ପିଲାର ପାଦକୂ ପରିଷ୍କାର ଏବଂ ଶୁଖିଲା ରଖନ୍ତୁ ।
  • ଏହିଦିନେ ଯେତେସମ୍ଭବ ଉଷୁମ ତଥା ତଟକା ଖାଦ୍ୟ ପିଲାଙ୍କୁ ଦିଅନ୍ତୁ । ଯେପରିକି ଗରମ ସୁପ୍, ଗରମ କ୍ଷୀର ଇତ୍ୟାଦି ।
  • ପିଲାର ବ୍ୟାଗ, ରେନକୋଟ୍, ଖେଳଣାକୁ ଶୁଷ୍କ ଏବଂ ପରିଷ୍କାର ରଖନ୍ତୁ । ଏହିଦିନ ଘରର ଚତୁଃପାର୍ଶ୍ବକୁ ପରିଷ୍କାର ରଖନ୍ତୁ ।
  • ବଡ ବଡ ବୃକ୍ଷର ଡାଳ ଗୁଡିକୁ କାଟି ଦିଅନ୍ତୁ । କୌଣସି ସ୍ଥାନରେ ପାଣି ଜମି ରହିବାକୁ ଦିଅନ୍ତୁ ନାହିଁ । ଏହାଦ୍ବାରା ମଶାବଂଶ ବୃଦ୍ଧି ପାଇଥାଏ । ଆପଣ ଚାହିଁଲେ ପିଲାଙ୍କୁ ମଶା ନ କାମୁଡିବା ପାଇଁ ମିଳୁଥିବା କ୍ରିମ ଲଗାଇ ଦିଆନ୍ତୁ କିମ୍ବା ମଶା ନ ହେବା ପାଇଁ ମିଳୁଥିବା ଲିକୁଇଡ୍ ଘରେ ଲଗାନ୍ତୁ ।
  • ଏହିଦିନେ ଟାଇଫଏଡ ବହୁତ ଶୀଘ୍ର ହୋଇଥାଏ । ଏଥିପ୍ରତି ସଚେତନ ରୁହନ୍ତୁ । ଯେତେ ସମ୍ଭବ ପିଲାକୁ ବାହାର ଖାଦ୍ଯ ଦିଅନ୍ତୁ ନାହିଁ । ଘରେ ପ୍ରସ୍ତୁତ ଖାଦ୍ୟ ପିଲାର ସ୍ୱାସ୍ଥ୍ୟ ପାଇଁ ଉତ୍ତମ ।
  • ଅଦା, ହଳଦୀ ପରି ହରବାଲ୍ ଜାତୀୟ ଜିନିଷ ପିଲାର ଖାଦ୍ୟ ତାଲିକାରେ ସାମିଲ କରନ୍ତୁ । ସେମାନଙ୍କୁ ଫଳ ମୂଳ ଖାଇବାକୁ ଦେବା ପୂର୍ବରୁ ସେଗୁଡିକୁ ଭଲଭାବେ ଧୁଅନ୍ତୁ । ପ୍ରସ୍ତୁତ ହୋଇ ଦୀର୍ଘ ସମୟ ଧରି ରହିଥିବା ଖାଦ୍ୟକୁ ଭଲଭାବରେ ଗରମ କରି ଖାଇବାକୁ ଦିଅନ୍ତୁ । ବର୍ଷାଦିନେ ଦହି ଲସି ଆଦି ପିଲାକୁ ଖାଇବାକୁ ଦିଅନ୍ତୁ ନାହିଁ । ପିଲାଙ୍କୁ ପ୍ରଚୁର ପାଣି ପିଇବାକୁ କୁହନ୍ତୁ ।
  • ବର୍ଷାଦିନେ ପାଣି ଏବଂ କାଦୁଅରେ ଅନେକ ପିଲା ଖେଳିବାକୁ ପସନ୍ଦ କରିଥାନ୍ତି । ଯଥା ସମ୍ଭବ ଏଥିରୁ ପିଲାଙ୍କୁ ଦୂରେଇ ରଖନ୍ତୁ । ପିଲା ବାହାରେ ଖେଳି ସାରି ଘରକୁ ଫେରିଲେ ଅପରିଷ୍କାର ହୋଇଥିବା କପଡାକୁ ସଙ୍ଗେ ସଙ୍ଗେ ବଦଳାଇ ସେମାନଙ୍କୁ ଭଲ ଭାବେ ଧୋଇ ଦିଅନ୍ତୁ ।
  • ଓଦା ଥିବା ଜୋତା କିମ୍ବା ମୋଜା ପିନ୍ଧିଲେ ଜୀବାଣୁ ସଂକ୍ରମଣ ହେବାର ଆଶଙ୍କା ଥାଏ । ତେଣୁ ଯେତେ ସମ୍ଭବ ମୋଜା ଓ ଜୋତାକୁ ଶୁଷ୍କ ରଖନ୍ତୁ ।
  • ଲେଦର ଚପଲ ବଦଳରେ ବର୍ଷାଦିନେ ଚପଲ ପିନ୍ଧିବାକୁ କୁହନ୍ତୁ ।
  • ପିଲା ନଖ କାମୁଡୁଥିଲେ ଏଥିରୁ ସେମାନଙ୍କୁ ବାରଣ କରନ୍ତୁ କାରଣ ଏହାଦ୍ୱାରା ପିଲାର ନଖରେ ଥିବା ସମସ୍ତ ମଇଳା ପେଟକୁ ଯାଇଥାଏ ଏବଂ ବିଭିନ୍ନ ରୋଗ ସୃଷ୍ଟି କରିଥାଏ ।
  • ସମସ୍ତ ଖାଦକୁ ଘୋଡାଇ ରଖନ୍ତୁ ।

ସେମାନେ କୁହନ୍ତ

ଖରା, ବର୍ଷା, ଶିତ ତିନି ଋତୁ ମଧ୍ୟରେ ବର୍ଷାଦିନେ ଅନେକ ରୋଗ ପିଲାଙ୍କୁ ହୋଇଥାଏ । ଟିକିଏ ଅସାବଧାନ ରହିଲେ ଖୁବ ଶୀଘ୍ର ଥଣ୍ଡା ଜ୍ଵର  ଆଦି ହୋଇଥାଏ । ତେଣୁ ଏହିଦିନେ ମୁଁ ମୋ ପିଲାମାନଙ୍କୁ ବର୍ଷାରେ ଭିଜିବାକୁ ଦିଏ ନାହିଁ । ସେମାନଙ୍କର ନଖ କାଟି ସଫା ରଖିଥାଏ । ଖାଇବା ପୂର୍ବରୁ ହାତ ଭଲଭାବେ ଧୋଇବାକୁ କହିଥାଏ । ରାତିରେ ଶୋଇବା ବେଳେ ପିଲାଙ୍କ ପାଦରେ ସୋରିଷ ତେଲ ମାଲିସ କରିଥାଏ । ସବୁଦିନ ରାତିରେ ମଶାରୀ ଟାଣି ଥାଏ । ପାଣିକୁ ଫୁଟାଇ ଥଣ୍ଡା କରି ବ୍ୟବହାର କରିଥାଏ । ଖାଦ୍ୟକୁ ଗରମ କରି ମୁଁ ପିଲାମାନଙ୍କୁ ଦେଇ ଥାଏ । ସେମାନଙ୍କୁ ବେସୀ ମୁଣ୍ଡ ଧୋଇବାକୁ ବାରଣ କରିଥାଏ ।

-          ମେନେକା ପଳେଈ, ଅଙ୍ଗନାୱାଡି କର୍ମୀ, ଓଡଙ୍ଗା, ନୟାଗଡ

 

ବର୍ଷାଦିନେ ମୋ ପିଲାର ସ୍ୱାସ୍ଥ୍ୟପ୍ରତି ମୁଁ ବେଶ ସଚେତନ ଥାଏ । ଆଦୌ କାହାର ଖାଦ୍ୟ ଖାଇବାକୁ ଦିଏ ନାହିଁ । ପାଣି ଫୁଟାଇ ତାକୁ ଥଣ୍ଡା କରି ପିଇବାକୁ ଦିଏ । ପିଲା ସ୍କୁଲ କିମ୍ବା ବାହାରକୁ ଯିବାବେଳେ ସାଙ୍ଗରେ ଘରେ ପ୍ରସ୍ତୁତ ଖାଦ୍ୟ ଏବଂ ବୋତଲ ପାଣି ଦେଇଥାଏ । କାରଣ ଏହିଦିନେ ବାହାର ଖାଦ୍ୟ ଓ ପାଣି ଖୁବ ଶୀଘ୍ର ପିଲାଙ୍କୁ ରୋଗାକ୍ରାନ୍ତ କରିଥାଏ । ଖାଇବା ପୂର୍ବରୁ ସେମାନଙ୍କୁ ସାବୁନରେ ଭଲଭାବେ ହାତ ଧୋଇବାକୁ କହିଥାଏ । ଠିକ ସମୟରେ ନଖ କାଟିବାକୁ କହିଥାଏ । କପଡା ସାମାନ୍ଯ ଓଦା ଥିଲେ ମୁଁ ସେମାନଙ୍କୁ ପିନ୍ଧିବାକୁ ଦିଏ ନାହିଁ । କାରଣ ଚର୍ମ ରୋଗ ହେବାର ସମ୍ଭାବନା ଥାଏ । ମ୍ୟାଲେରିଆ  ଓ ଡେଙ୍ଗୁ ଭଳି ମାରାତ୍ମକ ରୋଗରୁ ରକ୍ଷା ପାଇବା ପାଇଁ ରାତିରେ ଶୋଇବା ପୂର୍ବରୁ ମଶାରୀ ଟାଣିଥାଏ । ଘରର ଚଟାଣକୁ ଦିନକୁ ଦୁଇଥର ସଫା କରିଥାଏ ।

-          ନିଲିମା ପ୍ରିୟଦର୍ଶିନୀ ଦାସ, ଶିକ୍ଷୟତ୍ରୀ, ବ୍ୟାସନଗର, ଯାଜପୁର

 

ବର୍ଷାଦିନେ ପିଲାଙ୍କ ସ୍ୱାସ୍ଥ୍ୟର ଯତ୍ନ ନେବାରେ କେବେ ଅବହେଳା କରେ ନାହିଁ । ଏହିଦିନେ ବାହାର ଖାଦ୍ୟ ଆଦୌ ଖାଇବାକୁ ଦେଇ ନ  ଥାଏ । ଘରେ ଥଣ୍ଡା, ଜ୍ଵର ଆଦିର ମେଡ଼ିସିନ ଆଦି ଷ୍ଟକ୍ ରଖିଥାଏ । ବାହାରକୁ ଯିବା ପୂର୍ବରୁ  ସେମାନଙ୍କୁ ସାଙ୍ଗରେ ପାଣି ଓ ଘରେ ପ୍ରସ୍ତୁତ ଖାଦ୍ୟ ଟିଫିନରେ ଦେଇଥାଏ । ଘରଦ୍ଵାର ସବୁଦିନ ଫିନାଇଲରେ ପୋଛିଥାଏ । ଫଳରେ ମାଛି ହୁଅନ୍ତି ନାହିଁ । ରାତିରେ ସବୁଦିନ ଶୋଇବା ପୂର୍ବରୁ ମଶାରୀ ଟାଙ୍ଗୀ ଥାଏ । ପିଲାଙ୍କ ବ୍ୟାଗରେ ସବୁବେଳେ ରେନିକୋଟ୍ ରଖିଥାଏ । ଘରର ଚତୁଃପାର୍ଶ୍ଵ ସବୁବେଳେ ପରିଷ୍କାର ରଖିଥାଏ । କୌଣସି ସ୍ଥାନରେ ପାଣି ଜମା ରହିବାକୁ ଦିଏ ନାହିଁ ।

 

- ସୁମିତ୍ରା ମହାପାତ୍ର, ଭୁବନେଶ୍ଵର

 

ଆଧାର – ଧରିତ୍ରୀ

aadhaara:odia pua

2.92857142857
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top