ହୋମ / ସ୍ଵାସ୍ଥ୍ୟ / ଶିଶୁ ସ୍ଵାସ୍ଥ୍ୟ / ବୟସ ଅନୁଯାୟୀ ଶିଶୁ ଙ୍କୁ ଖାଦ୍ୟ
ସେଆର କରନ୍ତୁ

ବୟସ ଅନୁଯାୟୀ ଶିଶୁ ଙ୍କୁ ଖାଦ୍ୟ

ବୟସ ଅନୁଯାୟୀ ଶିଶୁ ଙ୍କୁ ଖାଦ୍ୟ ର ସୂଚନା

ଶିଶୁ ଜନ୍ମ ସମୟରେ ଯେତିକି ଖାଦ୍ୟ ଆବଶ୍ୟକ କରେ, ପରବର୍ତ୍ତୀ ସମୟରେ ତାହାଠାରୁ ଅଧିକ ଖାଦ୍ୟ ଆବଶ୍ୟକ କରିବ । ଏହାସହିତ ଶାରୀରିକ ଓ ମାନସିକ ବିକାଶ ସମୟରେ ଶିଶୁ ବିଭିନ୍ନ ପରିମାଣର ପୋଷକତତ୍ଵ  ଆବଶ୍ୟକ କରିଥାଏ   । ତେଣୁ ଏହାକୁ ଦ୍ରୁଷ୍ଟିରେ ରଖି ଶିଶୁକୁ ଖାଦ୍ୟ ଦିଅନ୍ତୁ    ।

କେବଳ ମା' କ୍ଷୀର ନୁହେଁ

ଶିଶୁ ଜନ୍ମ ହେବାପରେ ମା’ କ୍ଷୀର ତା' ପାଇଁ ସର୍ବୋତ୍ତମ ବିବେଚିତ ହୋଇଥାଏ । ଏହା ଶିଶୁ ଶରୀରର ମୌଳିକ ଆବଶ୍ୟକତା ପୁରଣ କରିବା ସହିତ ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି କରେ । ତେବେ ସେହି ସମୟରେ ଶିଶୁକୁ ମା'କ୍ଷୀର ସହିତ ଖେଚୁଡି, ଦଲିଆ, ବିସ୍ଫୁଟ, ରାବିଡି ଆଦି ମଧ୍ୟ ଖାଇବାକୁ ଦେବା ଆବଶ୍ୟକ । ଅନେକ ସମୟରେ ମା'ମାନେ ଶିଶୁଙ୍କୁ ଅନ୍ୟ ଖାଦ୍ୟଦେବା ଆରମ୍ଭ କରିବା ମାତ୍ରେ ସ୍ତନ୍ୟପାନ କରାଇବା ବନ୍ଦ କରିଦିଅନ୍ତି । ଏହା କିନ୍ତୁ ସମ୍ପୂର୍ଣ୍ଣ ଅନୁଚିତ । ଆଉ କିଛି ମହିଳା ଶିଶୁକୁ ବର୍ଷ ହେବା ପୂର୍ବରୁ ମଇଦା, ଅଟା ବା ବେସନରେ ପ୍ରସ୍ତୁତ ଖାଦ୍ୟ ଦେବା ଆରମ୍ଭ କରିଦିଅନ୍ତି । ଏହାଦ୍ଵାରା ଶିଶୁ ପେଟରେ ଯନ୍ତ୍ରଣା ହେବା ସହିତ ତାହାର ଅନ୍ୟାନ୍ୟ ସମସ୍ୟା ମଧ୍ୟ ସୃଷ୍ଟି ହୋଇଥାଏ ।

ଖାଦ୍ୟରେ ଭିଟାମିନ୍ ପରିମାଣ ସମତୁଲ ରଖନ୍ତୁ

ଶିଶୁକୁ ଦୁଗ୍ଧ ଆବଶ୍ୟକତା ପୁରଣ ନିମନ୍ତେ ଦୁଗ୍ଧ ରୁ ପ୍ରସ୍ତୁତ ପନିର, ଛେନା, ଲହୁଣି ଆଦି କମ୍ ପରିମାଣରେ ଖାଇବାକୁ ଦିଆଯାଇପାରିବ । ଶିଶୁ ଖାଦ୍ୟରେ ଯେଭଳି ୫୫ ପ୍ରତିଶତ କାର୍ବୋହାଇଡ୍ରେତ , ୨୫ ରୁ ୩୦ ପ୍ରତିଶତ ଚର୍ବି ,  ୨୫ ପ୍ରତିଶତ ସେଥିପ୍ରତି ଦୃଷ୍ଟି ଦିଆଯିବା ଆବଶ୍ୟକ । ସମସ୍ତ ପ୍ରକର ଖାଦ୍ୟଶସ୍ୟ କାର୍ବୋହାଇଡ୍ରେଟର ଆବଶ୍ୟକତ ପୂରଣ କରିଥାଏ   ।  ତେବେ ସେଥି ମଧ୍ୟରୁ ଅଧିକାଂଶ ଶିଶୁ ରୁଟି ଓ ଭାତକୁ ଖାଦ୍ୟ ଭାବରେ ପସନ୍ଦ କରନ୍ତି । ତେଣୁ ଶିଶୁଙ୍କୁ ଏହି ଖାଦ୍ୟଶସ୍ୟ ଭିନ୍ନ ଭିନ୍ନଆକାରରେ ଦିଆଯାଇପାରିବ । ଯେମିତିକି ଭାତ, ଖେଚୁଡି, ଭେଜିଟେବୁଲ ପଲାଉ,ରୁଟି, ପରଟା,  ପୁରୀ ଆଦି   ।

ଶିଶୁ ପାଇଁ ଆବଶ୍ୟକ ହେଉଥବା ଚର୍ବି ଜାତୀୟ ଖାଦ୍ୟ ବାବଦରେ ଦୁଧ, ଦହି, ଛେନା ଏବଂ ଚିନାବାଦାମ, ରାଶି ତେଲ, ଘିଅ ଆଦି ଦିଆଯାଇପାରିବ । ଶିଶୁର ଖାଦ୍ୟରେ ଡାଲିକୁ ସାମିଲ କରାଗଲେ ତାହାର ପ୍ରୋଟିନ ଆବଶ୍ୟକତା ପୂରଣ ହୋଇପାରିବ । ୪୪ ପ୍ରତିଶତ ପ୍ରୋଟିନ ଏବଂ ୨୫ ପ୍ରତିଶତ ଚର୍ବି ଅଂଶ ଥିବା ସୋୟାବିନ ଏବଂ ମଲ୍ଟି ଭିଟାମିନ ନିମନ୍ତେ ବିଭିନ୍ନ ରଙ୍ଗର ପନିପରିବା, ଫଳ ଆଦିକୁ ଶିଶୁ ଖାଦ୍ୟରେ ସାମିଲ କରନ୍ତୁ ।

ଖାଦ୍ୟଶୈଳୀରେ ପରିବର୍ତ୍ତନ

ବେଳେ ବେଳେ ଶିଶୁ କିଛି ଖାଦ୍ୟ ଖାଇବାକୁ ପସନ୍ଦ କରୁନଥୁବାବେଳେ ଆମେ ଶାରୀରିକ ବିକାଶ ଲାଗି ତାକୁ ଜବରଦସ୍ତ ଖୁଆଇଥାଉ । ଯଦି ଦେଖୁଛନ୍ତି ଯେ, ଏମିତି ଖାଇବା ସେ ପସନ୍ଦ କରୁଛି ଯେଉଁଥିରେ ତା ପେଟପୁରିଯାଉଛି ହେଲେ ଶରୀର ବିକାଶ ହେଉନି । ଶିଶୁର ଖାଇବା ଆଗ୍ରହ ବୃଦ୍ଧି ନିମନ୍ତେ ସବୁବେଳେ, ନହେଲେ ବି ଦିନକୁ ଥରେ ଶିଶୁର ପସନ୍ଦ ମୁତାବକ ଖାଦ୍ୟ ଦିଅନ୍ତୁ । ତେବେ ଚେଷ୍ଟା କରନ୍ତୁ ଫଳ ଆଉ ପନିପରିବାରେ ପ୍ରସ୍ତୁତ ବିଭିନ୍ନ ଖାଦ୍ୟ ତିଆରି କରି ଦେବା ପାଇଁ । ଶିଶୁକୁ ସନ୍ତୁଳିତ ଖାଦ୍ୟ ଦିଅନ୍ତୁ । ନଚେତ୍ ତାହାର ଶାରୀରିକ ତଥା ମାନସିକ ବିକାଶ ବାଧାପ୍ରାପ୍ତ ହେବ । ଶିଶୁ ସବୁ ସମୟରେ ଗୋଟିଏ ପ୍ରକାର ଖାଦ୍ୟ ପସନ୍ଦ କରୁନଥୁବାରୁ ତାହାର ଖାଦ୍ୟରେ ପରିବର୍ଭନ କରାଯିବା ଦରକାର ।

ସଂଗୃହିତ:ଡା. ସରୋଜିନୀ ଷଡଙ୍ଗୀ, ସ୍ତ୍ରୀରୋଗ ଓ ପ୍ରସୂତି ବିଶେଷଜ୍ଞ, କଟକ
3.5
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top