ହୋମ / ସ୍ଵାସ୍ଥ୍ୟ / ଶିଶୁ ସ୍ଵାସ୍ଥ୍ୟ / ବୟସ ଅନୁସାରେ କିପରି ନେବେ ପିଲାଙ୍କ ଖାଦ୍ୟପେୟର ଯତ୍ନ
ସେଆର କରନ୍ତୁ

ବୟସ ଅନୁସାରେ କିପରି ନେବେ ପିଲାଙ୍କ ଖାଦ୍ୟପେୟର ଯତ୍ନ

ପିଲାଙ୍କ ଖାଦ୍ୟପେୟର ଯତ୍ନ ପାଇଁ ସୂଚନା

ପିଲାମାନଙ୍କ ଖାଦ୍ୟପେୟ ସଂମ୍ବନ୍ଧିତ ସମସ୍ୟା

ସାଧାରଣତଃ ପିଲାମାନଙ୍କ ଖାଦ୍ୟପେୟ ସଂମ୍ବନ୍ଧିତ ସମସ୍ୟା ସେହି ଘରମାନଙ୍କରେ ଦେଖାଯାଇଥାଏ ଯେଉଁ ଘରମାନଙ୍କରେ ବାପା-ମାଆ ଶିଶୁର, ଓ ତାର ଶରୀରର ଆବଶ୍ୟକତା ଅନୁସାରେ ଖାଦ୍ୟ ଦେବାରେ ଅକ୍ଷମ ଥାନ୍ତି । କାରଣ ତାଙ୍କୁ ଏକଥା ମଧ୍ୟ ଜଣାନଥାଏ କି କେତେ ବର୍ଷ ବୟସରେ ଶିଶୁଟିକୁ କେଉଁ ପ୍ରକାର ଖାଦ୍ୟ ଖାଇବାକୁ ଦେବା ସ୍ୱାସ୍ଥ୍ୟ ପାଇଁ ଜରୁରୀ ଅଟେ ।

ପିଲାଙ୍କୁ ବାହର ଖାଦ୍ୟ ଖାଇବା ଅଭ୍ୟାସ କରିବା ଦ୍ୱାରା ଏବଂ ଅଧିକ ସମୟ ଧରି ଟିଭି ଦେଖିବା କାରଣରୁ ମଧ୍ୟ ସେମାନଙ୍କ ଖାଦ୍ୟପେୟକୁ ପ୍ରଭାବିତ କରିଥାଏ । ତେବେ ଆଜି ଆମେ ଆପଣଙ୍କୁ ଏସଂପର୍କରେ କିଛ କଥା ଜଣାଇବୁ ଯାହା ଆପଣଙ୍କ କାମରେ ନିଶ୍ଚୟ ଆସିବ ।

ପିଲାଙ୍କ ଖାଦ୍ୟପେୟର ଯତ୍ନ

  • ବିଶେଷ କରି ଜନ୍ମରୁ ଛ’ ମାସ ଯାଏଁ ଶିଶଙ୍କୁ ମା’ କ୍ଷୀର ଖାଇବାକୁ ଦେବା ଦ୍ୱାରା ତାହା ଶିଶୁର ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଉପକାରୀ ହୋଇଥାଏ । କାରଣ ଏହା ଶରୀରରେ ରୋଗପ୍ରତିରୋଧକ ଶକ୍ତିର କ୍ଷମତାକୁ ବୃଦ୍ଧି କରିଥାଏ । ସେହିପରି ଅଢେଇ ବର୍ଷ ଯାଏଁ ଶିଶୁଙ୍କୁ ଗାଈ କ୍ଷୀର ଦେବା ସହ ଅନ୍ୟାନ୍ୟ ହାଲକ ଖାଦ୍ୟ ତଥା ରାବିଡି, ବିସ୍କୁଟ,ଦଲିଆ,କନଫ୍ଲେକ୍ସ ଏବଂ ବିଭିନ୍ନ ପରିବା ଶିଝା ମଧ୍ୟ ଖାଇବାକୁ ଦେବା ଉଚିତ ।
  • ଅଧିକାଂଶ ସମୟରେ ମଇଦା, ବେସନ କିମ୍ବା ଅଟାରେ ତିଆରି ଖାଦ୍ୟ ଶିଶୁଙ୍କୁ ଖାଇବାକୁ ଦିଆଯାଇଥାଏ । ଏହାଦ୍ୱାରା ଶିଶଙ୍କୁ ଅନେକ ପେଟ ରୋଗ ଭଳି ସମସ୍ୟା ଭୋଗିବାକୁ ପଡିଥାଏ । ସେହିଭଳି କ୍ଷୀର ଶରୀରରେ କ୍ୟାଲସିୟମର ମାତ୍ରାକୁ ଫୁର୍ତ୍ତି କରିବାରେ ସହାୟକ ହୋଇଥାଏ । ମାତ୍ରା ତାହା ସେତେବେଳେ କାମ କରେ ଯେତେବେଳେ ଏଥିସହ କ୍ଷୀରରେ ତିଆରି ହୋଇଥିବା ଖାଦ୍ୟମାନ ଶିଶୁଟିକୁ ଖାଇବାକୁ ଦିଆଯାଏ ।
  • ଶିଶୁମାନଙ୍କ ବିକାଶ ନ ହେବା ପଛରେ ମଧ୍ୟ ଅନ୍ୟ ଏକ କାରଣ ରହିଛି । ତାହା ହେଲା ଖାଦ୍ୟରେ ଥିବା ସେମାନଙ୍କ ରୁଚି । ଅର୍ଥାତ୍ ସେମାନଙ୍କ କିଭଳି ଖାଦ୍ୟ ଖାଇବାକୁ ପସନ୍ଦ ଥାଏ । ତାହା ଜାଣିବା ନିହାତି ଆବଶ୍ୟକ । ତେବେ ଏହି ପ୍ରରିପେକ୍ଷୀରେ ସେମାନଙ୍କୁ କୌଣସି ଖାଦ୍ୟ ଜୋରଜବଦସ୍ତି ଦେବା ଅନୁଚିତ । ଏଥିସହ ସେମାନଙ୍କ ଖାଦ୍ୟରେ ନୂଆ ନୂଆ ଖାଦ୍ୟ ଜନିଷ ସାମିଲ କରନ୍ତୁ ।
  • ଅନେକ ସମୟରେ ଭ୍ରମରେ ପଡି କିଛି ପୌଷ୍ଟିକ ଖାଦ୍ୟ ଆମେ ଶିଶୁଙ୍କୁ ଖାଇବାକୁ ଦେଇ ନଥାଉ । ଯେପରିକି ମିଠା କିମ୍ବା ଆମ୍ବ ଶିଶୁ ଖାଇବା ଦ୍ୱାରା ଶରୀରରେ ଗରମର ମାତ୍ରା ବଢିଯାଏ ଯାହା ଦ୍ୱାରା ବିଭିନ୍ନ ଚର୍ମ ଜନିତ ସମସ୍ୟା ସୃଷ୍ଟି ହୋଇଥାଏ । ଆଉ କଦଳୀ ଖାଇବା ଦ୍ୱାରା ଶିଶୁକୁ ଥଣ୍ଡା ତଥା କଫ, କାଶ ଭଳି ସମସ୍ୟା ହୋଇଥାଏ ଇଚ୍ଛ୍ୟାଦି । ତେବେ ଏଭଳି ଚିନ୍ତା କରିବା ଅନୁଚିତ କାରଣ ଏଗୁଡିକ ସେତେବେଳେ କ୍ଷତିକାରକ ହୋଇଥାଏ ଯେତେବେଳେ ଏହାକୁ ଅଧିକ ମାତ୍ରାରେ ଶିଶୁଙ୍କୁ ଖାଇବାକୁ ଦିଆଯାଇଥାଏ ।

ଆଧାର: ଖବର ଓଡିଶା

2.5
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top