ହୋମ / ସ୍ଵାସ୍ଥ୍ୟ / ଶିଶୁ ସ୍ଵାସ୍ଥ୍ୟ / ଭିଟାମିନ୍ ‘ସି’ ଅଭାବଜନିତ ରୋଗ (ସ୍କର୍ଭି )
ସେଆର କରନ୍ତୁ

ଭିଟାମିନ୍ ‘ସି’ ଅଭାବଜନିତ ରୋଗ (ସ୍କର୍ଭି )

ଭିଟାମିନ୍ ‘ସି’ ଅଭାବଜନିତ ରୋଗ (ସ୍କର୍ଭି ) ହୋଇଥାଏ । ସେ ସମ୍ବନ୍ଧୀୟ ସୂଚନା ଦିଆଯାଇଛି ।

ଭିଟାମିନ୍ ‘ସି’ ଅଭାବଜନିତ ରୋଗ (ସ୍କର୍ଭି )

ଆବଶ୍ୟକ ମାତ୍ରାରେ ଭିଟାମିନ୍ ‘ସି’ ଶରୀରକୁ କୌଣସି କାରଣରୁ ନଯାଇପାରିଲେ ସ୍କର୍ଭି ରୋଗ ହୋଇଥାଏ । ଅଧିକ ଦିନ ପର୍ଯ୍ୟନ୍ତ ସଦ୍ୟ ଓ ତଟକା ଫଳ ନଖାଇଲେ ଏହି ରୋଗ ଦେଖାଦିଏ ।

ବିବିଧ ଲକ୍ଷଣ

ଦାନ୍ତ ମାଢି ଫୁଲି ଦଲଦଲିଆ ହୋଇ ସେଥିରୁ ରକ୍ତ ବାହାରେ । ବିଶେଷ ଭାବେ ଦାନ୍ତ ସନ୍ଧିରେ ମାଢି ଫୁଲିଥାଏ । ଏପରିକି ଅଳ୍ପ ଚାପରେ ମଧ୍ୟ ସେଥିରୁ ରକ୍ତ ବାହାରିଥାଏ । ମାଢିରେ ମଧ୍ୟ ସଂକ୍ରମଣ ଥାଇପାରେ । ଆଣ୍ଠୁ ଉପରକୁ ଜଙ୍ଘ ଆଡକୁ ଛୋଟ ଛୋଟ ଦାଗ ଦେଖାଯାଏ । ଏହି ଦାଗ ରକ୍ତକ୍ଷରଣ ଯୋଗୁଁ ହୋଇଥାଏ । ରକ୍ତହୀନତା ମଧ୍ୟ ଦେଖାଦେଇପାରେ । ଏପରିକି ଚିକିତ୍ସା ଅଭାବକୁ ମଧ୍ୟ ଆଭ୍ୟନ୍ତରୀଣ ରକ୍ତସ୍ରାବ ହୋଇ ରୋଗୀର ମୃତ୍ୟୁ ହୋଇପାରେ ।

କାରଣ

ଅଧିକ ଦିନ ଧରି  ସଦ୍ୟ ତଟକା ପାରିବ ଏବଂ ଫଳ ନ ଖାଇବା ହେତୁ ଶରୀରକୁ ଭିଟାମିନ୍ ‘ସି’ ଯାଇପାରେ ନାହିଁ । ଆଉ ଏକ କାରଣ ହେଲା ରନ୍ଧା ହେବାଦ୍ଵାରା  ଉତ୍ତାପରେ ଖାଦ୍ୟ ଦ୍ରବ୍ୟରେ ଥିବା ଭିଟାମିନ୍ ‘ସି’ ନଷ୍ଟ ହୋଇଯାଇଥାଏ । ଏଥିପାଇଁ ଆବଶ୍ୟକୀୟ ଭିଟାମିନ୍ ‘ସି’ର ଉପାଦାନ ଶରୀର ପାଇନଥାଏ । ଫଳରେ ସ୍କର୍ଭି ଦେଖାଦେଇଥାଏ ।

ଚିକିତ୍ସା ଏବଂ ପ୍ରତିଷେଧକ ବ୍ୟବସ୍ଥା

ଭିଟାମିନ୍ ‘ସି’ ବଟିକା ଏବଂ ଇଞ୍ଜେକ୍ସନ୍ ଦେଇ ଚିକିତ୍ସା କରାଯାଇଥାଏ । ଭିଟାମିନ୍ ‘ସି’ଯୁକ୍ତ ଖାଦ୍ୟ ଖାଇବା ଦ୍ଵାରା ରୋଗ ଦୂର ହୋଇଥାଏ/ ଆକ୍ରମଣ କରିନଥାଏ। ପୂର୍ବରୁ ଭିଟାମିନ୍ ‘ସି’ ଖାଦ୍ୟର ତାଲିକା ଦିଆଯାଇଛି ।

ଆଧାର - ଓଡ଼ିଶା ଭଲ୍ୟୁଣ୍ଟାରୀ ହେଲ୍ଥ  ଆମୋସିଏସନ୍

3.0
ରୋଲ୍ଲ ଓଵେର ସ୍ତର୍ସ, ଅନ୍ଦ ଥେନ ଲିକ ତୋ ରତେ
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top